ବ୍ରହ୍ମପୁର( ଦ କୁଇଭର ):- ଆତ୍ମାହୁତି ଦେବାକୁ ଯାଇ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଗୁରୁତର ହୋଇଥିବା ପୁରୁଣା ବ୍ରହ୍ମପୁରର ସୁରଜ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ୯ଟା ବେଳେ ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି l ସୂଚନାଯୋଗ୍ୟ, ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଗତ ବୁଧବାର ସନ୍ଧ୍ୟାରେ ସୁରଜ ସାହୁ କୌଣସି କାରଣକୁ କେନ୍ଦ୍ର କରି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍କେସିଜି ବଡ଼ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରେ ତାଙ୍କୁ ଏମ୍ସ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂରଜଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍ ପ୍ରବଳ ଉଦ୍ୟମ ମଧ୍ୟ କରିଥିଲେ, କିନ୍ତୁ ଶୁକ୍ରବାର ଶେଷର ଆଖି ବୁଜିଲେ ସୁରଜ l ସୂଚନାଯୋଗ୍ୟ, ବଡ଼ ପଦକ୍ଷେପ ନେବା ପୂର୍ବରୁ ସୁରଜ ଦୁଃଖଭରା ପୋଷ୍ଟ ମଧ୍ୟ କରିଥିଲେ ନିଜ ସୋସିଆଲ ମିଡିଆର ଷ୍ଟାଟସରେ ଯେ, ମୋର କିଛି ହେଇଗଲେ କେହି ଦାୟୀ ହେବେ ନାହିଁ ବୋଲି ମଧ୍ୟ କହିଥିଲେ। ତେଵେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେଡିକାଲରେ ସମସ୍ତ ପ୍ରକ୍ରିୟା ସରିବା ପରେ ସୂରଜଙ୍କ ପାର୍ଥିବ ଶରୀର ପୁରୀ ଯିବ,ସେଠାରେ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି l