Banner Ad
breaking
  • କାହା ମିଛ ଧରିବେ ରୁପା
  • ଏବେ ବି ବିଷ ବୁଣୁଛି କଲ୍ୟାଣୀ ଟ୍ରାନ୍ସପୋର୍ଟ
  • ପୁଣି ଥରେ ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ୍‌
  • ତାରାତାରିଣୀ ମନ୍ଦିରରୁ ଚୋରି : ମା'ଙ୍କ ରୁପା ମୁକୁଟ ସହ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି
  • ଚିଲିକା ହୋଟେଲ ଏବେ ଲଣ୍ଡନରେ
  • ସବୁ ଘରୋଇ ସମ୍ପତ୍ତିକୁ ସରକାର ଅଧିଗ୍ରହଣ କରିପାରିବେ ନାହିଁ : ସୁପ୍ରିମକୋର୍ଟ
  • ଏକାଠି ନଜର ଆସିବେ କୋହଲି ଆଉ ବାବର
  • ଅଦିନିଆ ରଥଯାତ୍ରା ବନ୍ଦ କଲା ଇସ୍କନ
  • ହିତାଧିକାରୀଙ୍କୁ ୩ମାସର ଚାଉଳ ଆଗୁଆ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ମୁଣ୍ଡ ବିକିଦେଲେ ମୋହନ
  • ଶିଳ୍ପର ଦେଖା ନାହିଁ, ଯୁକ୍ତିରେ ଗଡ଼ାତଡ଼ା
  • ବିଜେଡି ସହ ରହୁନି ବିଜେଡି
  • ବିକାଶର ମୁଖା ଖୋଲିଦେଲା ଟାକୁଆ
  • ବ୍ରଜରାଜନଗରକୁ ବରବାଦ କରିଦେବେ
  • ବାଂଲାଦେଶୀଙ୍କ ଗୁଣ୍ଡାଗିରି
Banner Ad
UPDATED STORIES

National

ସବୁ ଘରୋଇ ସମ୍ପତ୍ତିକୁ ସରକାର ଅଧିଗ୍ରହଣ କରିପାରିବେ ନାହିଁ : ସୁପ୍ରିମକୋର୍ଟ

Blog Thumbnail

ନୂଆଦିଲ୍ଲୀ ( ଦ କୁଇଭର ):- ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି,ସବୁ ଘରୋଇ ସମ୍ପତ୍ତିକୁ ସରକାର ଅଧିଗ୍ରହଣ କରିପାରିବେ ନାହିଁ lଭାରତୀୟ ସମ୍ବିଧାନର ଧାରା ୩୯(ବି) ଅନୁଯାୟୀ ରାଜ୍ୟ ପୁନର୍ବଣ୍ଟନ ଅଧୀନରେ ସମସ୍ତ ଘରୋଇ ସମ୍ପତ୍ତି ‘ସମ୍ପ୍ରଦାୟର ବାସ୍ତବ ସମ୍ବଳ’ ଭାବରେ ବିବେଚିତ ହୋଇପାରିବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ଖଣ୍ଡପୀଠ ଏହି ଧାରଣା ବିରୋଧରେ ୮-୧ରେ ରାୟ ଶୁଣାଇ କହିଛନ୍ତି ଯେ ରାଜ୍ୟ ସରକାରମାନେ ପୁନର୍ବଣ୍ଟନ ପାଇଁ ବ୍ୟକ୍ତିଗତ ସମ୍ପତ୍ତି ଦାବି କରିପାରିବେ ଏବଂ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁଥିବା ସମ୍ପତ୍ତି ହିଁ ଏହି ବର୍ଗରେ ଆସିପାରିବ।ସମ୍ବିଧାନର ଧାରା ୩୯(ବି) ଓ ୩୧ସି ଅନୁଯାୟୀ ଘରୋଇ ସମ୍ପତ୍ତିକୁ ରାଜ୍ୟ ଅଧିଗ୍ରହଣ କରିବା ଉଚିତ ନୁହେଁ ବୋଲି ମୁମ୍ବାଇର ସମ୍ପତ୍ତି ମାଲିକ ସଂଘ ଭଳି ପକ୍ଷଙ୍କ ଯୁକ୍ତି ପରେ ଏହି ରାୟ ଆସିଛି। ସମ୍ବଳର ସମାନ ଉପଲବ୍ଧତାକୁ ପ୍ରୋତ୍ସାହିତ କରିବାରେ ରାଜ୍ୟର ଭୂମିକାକୁ ସୁପ୍ରିମ୍‌କୋର୍ଟ ସ୍ୱୀକୃତି ଦେଇଥିବା ବେଳେ ସମ୍ବଳର ଯୋଗ୍ୟତା ଏହାର ପ୍ରକୃତି, ଅଭାବ, ଗୋଷ୍ଠୀ ପ୍ରଭାବ ଓ ଜନବିଶ୍ୱାସ ନୀତି ଭଳି କାରଣ ଉପରେ ନିର୍ଭର କରେ ବୋଲି ସ୍ପଷ୍ଟ କରିଛନ୍ତି। ସାମ୍ବିଧାନିକ ଖଣ୍ଡପୀଠ ରାୟରେ କହିଛନ୍ତି, ବ୍ୟକ୍ତିଗତ ସମ୍ପତ୍ତି ‘ସମ୍ପ୍ରଦାୟର ବାସ୍ତବ ସମ୍ପଦ’ ସୃଷ୍ଟି କରିପାରେ, କିନ୍ତୁ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ପ୍ରତ୍ୟେକ ସମ୍ବଳକୁ ସମ୍ପ୍ରଦାୟର ବାସ୍ତବ ସମ୍ବଳ ବୋଲି କୁହାଯାଇପାରିବ ନାହିଁ।

Sports

ଏକାଠି ନଜର ଆସିବେ କୋହଲି ଆଉ ବାବର

Blog Thumbnail

ଦ କୁଇଭର ବ୍ୟୁରୋ :-:ବର୍ତମାନ ଗୋଟିଏ ଟିମରେ ନଜର ଆସିବେ ଭାରତ ଆଉ ପାକିସ୍ତାନର ଖେଳାଳି । ଭାରତ-ପାକିସ୍ତାନର ଖେଳାଳିଙ୍କୁ ମିଶେଇ ଗଢାଯିବ ଗୋଟିଏ ଟିମ୍ । ଆଉ ଏହି ଟିମ୍ ଅନ୍ୟ ଟିମ୍ ବିରୋଧରେ ଖେଳିବ କ୍ରିକେଟ୍ ମ୍ୟାଚ୍ । କଥାଟି ଆପଣଙ୍କୁ ଅଜବ ଲାଗିଲେ ବି ସତ । ଗୋଟିଏ ଟିମରେ ନଜର ଆସିବେ ଭାରତ ଆଉ ପାକିସ୍ତାନ ଉଭୟ ଦେଶର ଖେଳାଳି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ । ବହୁ ଦିନ ଧରି ବନ୍ଦ ରହିଥିବା ଆଫ୍ରୋ-ଏସିଆ କପକୁ ପୁଣିଥରେ ଆରମ୍ଭ କରିବାକୁ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ଅଣ୍ଟା ଭିଡିଛି । ଯାହା ପରେ ଏଭଳି କିଛି ଚର୍ଚ୍ଚା ସୋସିଆଲ୍ ମିଡିଆରେ ଜୋର୍ ଧରିଛି ।


ଅନେକ ସମୟରେ ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଆଉ ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ବାବର ଆଜମ୍ ଗୋଟିଏ ଟିମରେ ଖେଳିବା ନେଇ ଚର୍ଚ୍ଚା ହୁଏ । ସେହିପରି ମହମ୍ମଦ ସାମି, ଜଶପ୍ରୀତ ବୁମରାଙ୍କ ସହ ପାକିସ୍ତାନର ଫାଷ୍ଟ ବୋଲର କେବେ ଏକାଠି ହେଇ ଖେଳିବେ ବୋଲି ଅନେକ ପ୍ରଶ୍ନ କରନ୍ତି । ହେଲେ ଏବେ ଏହି ସବୁ ଚର୍ଚ୍ଚା ସତ ହେବାକୁ ଯାଉଛି । ଯଦି ଆଫ୍ରିକା କ୍ରିକେଟ୍ ଆସୋସିଏସନର ଏହି ଉଦ୍ୟମ ସତରେ ପରିଣତ ହୁଏ । ତେବେ ଏକାଠି ନଜର ଆସିବା ସହ ଗୋଟିଏ ଟିମରୁ ମ୍ୟାଚ୍ ଖେଳିପାରନ୍ତି ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ।

Shree Jagannath, International

ଅଦିନିଆ ରଥଯାତ୍ରା ବନ୍ଦ କଲା ଇସ୍କନ

Blog Thumbnail

ଦ କୁଇଭର ବ୍ୟୁରୋ :-:ଇସ୍କନ ବନ୍ଦ କଲା ଅଦିନିଆ ରଥଯାତ୍ରା । ପ୍ରବଳ ବିରୋଧ ପରେ ନରମିଲା ‘ଇସ୍କନ’। ଆମେରିକା ହ୍ୟୁଷ୍ଟନରେ ଆସନ୍ତା ୯ ତାରିଖ ହେବାକୁ ଥିବା ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରାରୁ ଓହରିଛି ଇସ୍କନ । ଅଦିନିଆ ରଥଯାତ୍ରା ଆଉ କରିବ ନାହିଁ ବୋଲି କହିଛି । ହେଲେ ଇସ୍କନ ୱେବ ସାଇଟରୁ ଏହା ହଟି ନାହିଁ । ଇସ୍କନର ଆଦିନିଆ ରଥଯାତ୍ରାକୁ ନେଇ ତୀବ୍ର ପ୍ରକାଶ ପାଇଥିଲା । ଭକ୍ତ ମାନେ ଇସ୍କନକୁ ଚେତାବନୀ ଦେଇଥିଲେ । ଗଜପତିଵି ଚିଠି ଲେଖିଥିଲେ,ଆଉ କହିଲେ ବରଦାସ୍ତ କରିବୁନି । ସବୁଠି ପତିକ୍ରିୟା ବଢ଼ିଲା । ଇସ୍କନକୁ ପୁରୀକୁ ପୁରାଇ ନ ଦେବାକୁ ଇସ୍କନ କାଳେ ଡ଼ରିଛି । ପ୍ରସ୍ତାବିତ ଅଦିନିଆ ରଥଯାତ୍ରାକୁ ରଦ୍ଦ କରିଥିବା ସୂଚନା ମିଳିଛି । ଦେଖାଯାଉ ଇସ୍କନ ସୁଧୁରୁଛି ନା ପୁଣି କେଉଁଠି କାଣ୍ଡ ଭିଆଉଛି ।

State

ହିତାଧିକାରୀଙ୍କୁ ୩ମାସର ଚାଉଳ ଆଗୁଆ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ। ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ଇ-ଶ୍ରମିକରେ ପଞ୍ଜୀକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ଲକ୍ଷ ୩୧ ହଜାର ଶ୍ରମିକ ବାକି ରହିଛନ୍ତି। ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ସରକାର ବଦଳିବା ପରେ ଗତ ଅଗଷ୍ଟ ମାସ ଠାରୁ ଇ-କେୱାଇସି ଆରମ୍ଭ ହୋଇଛି। ଏହାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଇ-କେୱାଇସି ନଭରିଲେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିବନି ବୋଲି ସରକାର ଚେତାବନୀ ଦେଇଛନ୍ତି। ରାଜ୍ୟରେ ଏବେ ଇ-କେୱାଇସି ଜାରି ରହିଛି। ହିତାଧିକାରୀମାନେ ଏଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲାଇନ ଲଗାଉଛନ୍ତି।

Banner Ad

Politics, State

ମୁଣ୍ଡ ବିକିଦେଲେ ମୋହନ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେବଳ ବାକ୍ୟବୀର । କାମ ବୋଲି କହିଲେ ଶୂନ । ଏକଥାଟା ଏବେଠାରୁ ବାରି ହୋଇ ପଡ଼ିଲାଣି । ଦୁର୍ନୀତି ବିରୋଧୀ ଚିକ୍କଣ କଥା କହି ଲୋକଙ୍କ ଆଗରେ ଭଲ ଛବି ରଖୁଛନ୍ତି । ହେଲେ ବାସ୍ତବରେ କାଳେ ଦୁର୍ନୀତିଗ୍ରସ୍ତଙ୍କ ପାଖରେ ନିଜକୁ ବନ୍ଧା ପକାଇ ଦେଇଛନ୍ତି । ପଟିଆର ଏମିତି ଜଣେ ବିଲ୍ଡରଙ୍କ ଆଗରେ ମୋହନ ମୁଣ୍ଡ ବିକି ଦେଇଛନ୍ତି ଯେ, ସରକାରୀ ଜମିରେ ବେଆଇନ ଭାବେ ୧୫ଶହ କୋଟିର ଆପାର୍ଟମେଣ୍ଟ ତିଆରି କରିବାକୁ ଲାଗି ପଡ଼ିଛନ୍ତି ଅର୍ବାନ ମାଜେଷ୍ଟି ବିଲ୍ଡର । ସବୁ ନିୟମ କାନୁନକୁ ଭାଙ୍ଗି ବିଲ୍ଡର ଜଣକ କାମ କରୁଛନ୍ତି । ଗ୍ରାହକ ମାନଙ୍କୁ ଭୂଆଁ ବୁଲାଇ ଟଙ୍କା ଅଗ୍ରୀମ ନେଇଛନ୍ତି । ଏହି ବେଆଇନ ନିର୍ମାଣରେ ମୋହନ ମାଝୀଙ୍କ ସାଧାରଣ ପ୍ରଶାସନ ବିଭାଗ ହିଁ ପୂରା ସହଯୋଗ କରୁଛି । ଏଥିପାଇଁ କାଳେ କିଛି ଅଫିସର ଓ ମନ୍ତ୍ରୀ ବେଶ ଫାଇଦା ନେଉଛନ୍ତି ।

ପଟିଆ ମୌଜାର ପ୍ଲଟ ନଂ ୩୦୯/୧୬୯୪ରେ ୫ଏକର ଜମି ରହିଛି । ଏହି ଜମିଟିକୁ ଶିଳ୍ପ ପାଇଁ ରାଜ୍ୟ ସରକାର ପାଲଟ୍ରୋନିକ୍ସ ଆଲାଏଡ ଇଣ୍ଡଷ୍ଟି୍ରଜର ମାଲିକ ତେଜପାଲ ସିଂହଙ୍କୁ ଲିଜ ଦେଇଥିଲେ । ଲିଜର ଉଦେ୍ଦଶ୍ୟ ଥିଲା ଶିଳ୍ପ କରିବା । ଛୋଟ ଜଙ୍ଗଲ କିସମର ଏହି ଜମିରେ ଶଳ୍ପ ହୋଇଥିଲା । ମାତ୍ର ଏବେ ସେହି ଲିଜ ଜମିର କିସମ ବଦଳାଇ ଦିଆଯାଇଛି । ଜମିର କିସମ ଏବେ ଘରବାଡ଼ି ହୋଇଯାଇଛି । ଜମିର ସ୍ୱତ୍ୱ ବି ଶିଳ୍ପ ପାଇଁ ଲିଜ କାଟି ସ୍ଥିତିବାନ କରାଯାଇଛି । ରାଜସ୍ୱ ବିଭାଗର ଅଧିକାରୀମାନେ ଚଞ୍ଚକତା କରି ଏପରି କରିବା ପରେ ଅର୍ବାନ ମାଜେଷ୍ଟି ବିଲ୍ଡର ବିଭିନ୍ନ ସଂସ୍ଥାରୁ ଅନୁମୋଦନ ପାଇବାରେ ସଫଳ ହୋଇଛନ୍ତି ।

ଏବେ ସେଠାରେ ୧୫୦୦କୋଟିର ଆପାର୍ଟମେଣ୍ଟ ଚାଲିଛି । ଏନେଇ ଅଭିଯୋଗ ହୋଇଥିଲା । ଦ କୁଇଭର ଏପରି ବଡ଼ ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ କରିଥିଲା । ବିଲ୍ଡରଙ୍କ ପଛରେ ଥିବା ପୁରୁଖା ଚାଟାର୍ଡ ଆକାଉଣ୍ଟାଣ୍ଟ କାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧରି ଏହି ବେଆଇନ କାମ କରିବାକୁ ବଳ ପାଇଥିବା କୁହାଗଲା । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଅଫିସରମାନେ ଏହି ଦୁର୍ନୀତିକୁ କିପରି ନିୟମିତ କରିବେ ସେଥିରେ ଲାଗିଥିଲେ । ଆଉ ତାହା ହିଁ କଲେ । ଜମିର କିସମ ଓ ସ୍ୱତ୍ୱ ପରିବର୍ତ୍ତନରେ ହୋଇଥିବା ବେଆଇନକୁ ନିୟମ ଅନୁଯାୟୀ ରଦ୍ଦ କରିବା ପରିବର୍ତ୍ତେ ହଠାତ ରଦ୍ଦ କରିଦେଲେ । ଯାହାକୁ ନେଇ ବିଲ୍ଡର ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ହାଇକୋର୍ଟ ମାମଲାକୁ ଜିଏକୁ ପଠାଇ ଆଇନ ଅନୁଯାୟୀ ବିଚାର କରିବାକୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏବେ ସାଧାରଣ ପ୍ରଶାସନ ବିଭାଗ ହାତ ଯୋଡ଼ି ବସିଗଲା ।

ଏହାରି ମଧ୍ୟରେ କାଳେ ବିଲ୍ଡର ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଡିଲ ହୋଇଥିବା କୁହାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ମୁଖ୍ୟମନ୍ତ୍ରୀ ସେହି ବିଲ୍ଡରକୁ ସୁରକ୍ଷା ଦେବାକୁ କାଗଜପତ୍ରରେ କାରସାଦି କରିବାକୁ ବି କହିଥିବା ଚର୍ଚ୍ଚା ହେଉଛି । ଯାହାଫଳରେ ବେଆଇନ ଆପାର୍ଟମେଣ୍ଟ କାମ ପୁଣି ଆରମ୍ଭ ହେଲାଣି । ହାଇକୋର୍ଟଙ୍କ ନିଦେ୍ର୍ଦଶର ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ନୀରବ ବସିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଦୁଇଜଣ ଅଫିସର ସେହି ଆପାର୍ଟମେଣ୍ଟରେ ୪ଟି ବଡ଼ ବଡ଼ ଫ୍ଲାଟ ଯାହାର ମୂଲ୍ୟ ୫କୋଟି ଟଙ୍କା ହେବ ନେବେ ବୋଲି ମୂଲଚାଲ ହୋଇଥିବା ଚର୍ଚ୍ଚା ହେଲାଣି । ଏହାବ୍ୟତୀତ ସାଧାରଣ ପ୍ରଶାସନ ବିଭାଗର କିଛି ବାବୁ ୧୦କୋଟି ଟଙ୍କା ନେବେ ବୋଲି କୁହାଯାଉଛି । ରାଜସ୍ୱ ବିଭାଗର ତହସିଲଦାରଙ୍କ ଠୁ ଜିଲ୍ଲାପାଳ ଓ ରାଜସ୍ୱ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗ ନେଇ ମୂଲ୍ୟବାନ ସରକାରୀ ଜମି ବିଲ୍ଡରଙ୍କ ହାତରେ ଟେକି ଦେବାକୁ ଯୋଜନା କରାଯାଇଛି । ଯାହାକୁ ନେଇ ମୋହନଙ୍କ ସାଧୁତା ଉପରେ ପ୍ରଶ୍ନ ଉଠିଲାଣି । ଦେଖାଯାଉ ମୋହନ ସରକାର ଏପରି ଦୁର୍ନୀତିଖୋର ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ବିଲ୍ଡରଙ୍କ ଆଗରେ ମୁଣ୍ଡ ମାଡ଼ି ଉଠୁଥିବା ଅଭିଯୋଗ ସତ ବୋଲି ପ୍ରମାଣିତ କରୁଛନ୍ତି?


Business

ଶିଳ୍ପର ଦେଖା ନାହିଁ, ଯୁକ୍ତିରେ ଗଡ଼ାତଡ଼ା

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବାସ୍ତବରେ ରାଜନେତା ଗୁଡ଼ାକ ଭାରି କୁହାଳିଆ । କାମ ଘର ପୂରା ଶୂନ, କଥାରେ ଏମିତି ପବନ ମାରୁଛନ୍ତି ଯେ, ସତେ ଯେମିତି ଏ ଜଗତଟାକୁ ଓଲଟାଇ ଦେବେ । ଆମେ କୌଣସି ନିର୍ଦ୍ଧିଷ୍ଟ ଦଳର ନେତାଙ୍କ କଥା କହୁନାହୁଁ । କଥାରେ ଅଛି ଲଙ୍କାରେ ଯେତକ, ସଭିଏଁ ଅସୁର । ତେଣୁ ସେ ବିଜେଡିର ହୁଅନ୍ତୁ କି ବିଜେପିର ସବୁ ନେତା କେବଳ ଗାଲୁଆମୀରେ ମାଷ୍ଟରଡିଗ୍ରୀ କରିଛନ୍ତି । ଏକଥା ଆମେ ମୋଫତରେ କହୁନାହୁଁ । ଥରେ ଆମ ରାଜ୍ୟର ନେତା ମାନଙ୍କ କଥାକୁ ଦେଖିଲେ ଏହା ସ୍ୱତଃ ସ୍ପଷ୍ଟ ହୋଇଯିବ । କେଡ଼େ ତୁମ୍ବି ତୁଫାନ ମାରୁଥିବା ଏ ନେତାମାନଙ୍କୁ ବାସ୍ତବତା କଥା ପଚାରିଲେ ପେଣ୍ଟ ଢ଼ିଲା ହୋଇଯାଉଛି । ହେଲେ ମୁହଁ ଫୁଟାଣି ଛାଡ଼ୁ ନାହାନ୍ତି ।

ପ୍ରଥମେ ଆସିବା ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ କଥାକୁ । ପ୍ରତାପ ରବିବାର ସୋସିଆଲ ମିଡିଆ ଏକ୍ସରେ ତାଙ୍କର ମତ ଦେଲେ । ସେ ଆଗ ତ ତାଙ୍କ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ବୁହେ ତେଲ ବୋଳି ଦେଇଛନ୍ତି । ଏହାପରେ କହିଛନ୍ତି ଯେ, ନବୀନଙ୍କ ଉଦ୍ୟମରେ ନିପୁନ ଷ୍ଟିଲ କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଆଗକୁ ଆସିଛି । ତାଙ୍କୁ ସବୁ ସହଯୋଗ କରିବା ପାଇଁ ନିଜେ ନବୀନ ପଟ୍ଟନାୟକ ଜାପାନ ଯାଇ ତାଙ୍କୁ ଭରସା ଦେଇଥିଲେ । ହେଲେ ଏବେ ବିଜେପି ସରକାର ସମୟରେ ସେହି କାରଖାନା ଓଡ଼ିଶାରୁ ଆନ୍ଧ୍ରକୁ ଚାଲିଯିବାକୁ ବସିଲାଣି ।

ଏହା ପୂର୍ବରୁ ଜେଏସଡବ୍ଲୁ୍ୟ ତାର ଇଭି କାରଖାନାକୁ କଟକରୁ ମହାରାଷ୍ଟ୍ରକୁ ନେବା ପାଇଁ ଧାର୍ଯ୍ୟ କରି ସାରିଥିବା ସେ କହିଛନ୍ତି । ଶିଳ୍ପ ଗୁଡ଼ିକ ଓଡ଼ିଶା ଛାଡ଼ୁଥିବା ବିଜେପି ସରକାରର ଓଡ଼ିଆ ଅସ୍ମିତାର ପରିଚୟ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ୫ମାସ ମଧ୍ୟରେ ରାଜ୍ୟର ଅର୍ଥନୈତିକ ସ୍ଥିତି ଦୁର୍ବଳ ହୋଇଥିବା ବି ପ୍ରତାପ କହିଛନ୍ତି ।

ହେଲେ ଏଠି ଗୋଟେ ପ୍ରଶ୍ନ ଆସୁଛି, ନବୀନଙ୍କ ସମୟରେ ପୋସ୍କୋ ପାରାଦୀପରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆସିଥିଲା, ସେ ଗଲା କାହିଁକି? ଜିନ୍ଦଲ ଷ୍ଟିଲ ଜଗତସିଂହପୁରରେ ଇସ୍ପାତ କାରଖାନା କରିବାକୁ ଆସିଥିଲା ଗଲା କୁଆଡ଼େ? କେନ୍ଦୁଝରରେ ୪ଟି କମ୍ପାନୀ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବାକୁ ଆସି ଗଲେ କୁଆଡ଼େ? ନବୀନ ବାବୁ ୨୪ବର୍ଷରେ ଏତେ ପୁଞ୍ଜି ଆଣିବା କଥା କହିଲେ, ହେଲେ କେତୋଟି ଶିଳ୍ପ ଆସିଛି ଓ କେତେ ରୋଜଗାର ସୃଷ୍ଟି ହୋଇଛି ସେ ସମ୍ପର୍କରେ ପ୍ରତାପ କିମ୍ବା ବିଜେଡି ଉତ୍ତର ଦେବ କି?

ବିଜେଡିର ଅନେକ ନେତା ତ କାମ ନକରି କେବଳ ଡମ୍ଫା ମାରିବା ଜଣାଅଛି । ହେଲେ ବିଜେପି ନେତା ବି ସମାନ ଧାଡ଼ିରେ ଚାଲିଛନ୍ତି । ବିଜେପି ରାଜ୍ୟକୁ ପୁଞ୍ଜି ଆଣିବା ପାଇଁ ଆରମ୍ଭରୁ ଲାଗି ଗଲାଣି । ବଡ଼ ବଡ଼ ପୁଞ୍ଜିପତିଙ୍କ ସହ ବୈଠକ କରିବା ଏବେ ବିଦେଶରେ ରୋଡ଼ ସୋ କରିବା ଭଳି ପଦକ୍ଷେପ ନେଲାଣି । ହେଲେ କେଉଁ ଶିଳ୍ପ ବାସ୍ତବରେ ଓଡ଼ିଶା ଆସିବ ଓ କେବେ ଠାରୁ ଶିଳ୍ପ ପ୍ରତିଷ୍ଠା ହେବ ତାହାର ଉତ୍ତର ବିଜେପି ନେତା ତଥା ଶିଳ୍ପମନ୍ତ୍ରୀଙ୍କ ପାଖରେ ନାହିଁ । ସେ ବି ବିଜେଡି ଭଳି ଗପ ଶୁଣାଇବା ଆରମ୍ଭ କରିଦେଲେଣି । ତେଣୁ ରାଜନେତା ମାନେ କେବଳ ହାୱା ମାରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଦେଖାଯାଉ ନେତାମାନଙ୍କ ଭୂଆଁ ବୁଲାକୁ ଲୋକେ ବୁଝି ବିରୋଧ କରୁଛନ୍ତି ନା ପୁଣି ନେତାଙ୍କ ଚାମଚାଗିରି କରୁଛନ୍ତି?


Politics

ବିଜେଡି ସହ ରହୁନି ବିଜେଡି

Blog Thumbnail

ଜୟପୁର(ଦ କୁଇଭର): ବିଜେଡିର ସ୍ଥିତି ବଡ଼ ବିଚିତ୍ର ଆଡ଼କୁ ଗଲାଣି । ଖାସ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ରେଜ ନିଜ ଦଳ ଭିତରେ କମିବା ଆରମ୍ଭ କଲାଣି । ଯାହାର ନମୂନା ହେଉଛି ନବୀନଙ୍କ ଆଭିମୁଖ୍ୟ ବିରୋଧୀ କାର୍ଯ୍ୟ ବଢ଼ିବ । ରାଜଧାନୀରେ ନେତାମାନେ ନିଜକୁ ସବଳ ବୋଲି ଦେଖାଇବାକୁ ବେଶ ମୁହଁତୋଡ଼ ମାରୁଛନ୍ତି, ହେଲେ ଗ୍ରାମାଞ୍ଚଳରେ ସ୍ଥିତି ପୂରା କାଳେ ଢ଼ିଲା । ଜିଲ୍ଲା ସଦର ମହକୁମା ଗୁଡ଼ିକରେ ବିଜେଡି ପାଖରେ ବିଜେଡି ନାହିଁ ବୋଲି ଦେଖାଗଲାଣି । ଦୁର୍ନୀତି ପ୍ରସଙ୍ଗରେ ବିଜେଡି ଆନେ୍ଦାଳନ ଡାକରା ଦେଇଛି । ହେଲେ ଆନେ୍ଦାଳନରେ ଜଣେ କେବଳ ଛାମୁଆଁ ନେତା ବସିଛନ୍ତି । ବାକି ନଳର ନେତା ଓ ନେତ୍ରୀମାନେ କେହି ଆସୁନାହାନ୍ତି । ଯାହା ଦେଖାଉଛି ବିଜେଡି ସହ ନାହିଁ ବିଜେଡି ।

ଆମେ ଏଠି ଜୟପୁର ଜିଲ୍ଳା କଥା କହୁଛୁ । ଦକ୍ଷିଣ ଓଡ଼ିଶାର ଜୟପୁର ପୌରପାଳିକା ଅଧିନରେ କାଳେ ହୋଇଛି ବଡ଼ କେଳେଙ୍କାରୀ । ଜଗନ୍ନାଥ ସାଗର ପୁନରୁଦ୍ଧାର କାର୍ଯ୍ୟରେ ଦୁର୍ନୀତି । ବ୍ୟାପକ ଅର୍ଥ ତୋଷାରପାତର ଅଭିଯୋଗ ଆଣିଛି ବିଜେଡି । ଏହା ବିରୋଧରେ ଆନେ୍ଦାଳନ ଡାକରା ବି ଦେଇଛି । ଆନେ୍ଦାଳନ ପାଇଁ ବିଜେଡି ନେତା ରବି ନନ୍ଦ ବସିଛନ୍ତି । ସାଙ୍ଗରେ ହାତ ଗଣତି ସମର୍ଥକ ବସିଛନ୍ତି । ହେଲେ ନାହାନ୍ତି ପୌରପାଳିକାର ଉପାଧ୍ୟକ୍ଷା ଓ ୧୫ଜଣ କାଉନସିଲର । କେବଳ ରବି ନନ୍ଦ ଓ ଆଉ ଜଣେ ଦୁଇଜଣ ବସିଛନ୍ତି ଆନେ୍ଦାଳନରେ ।

ଜୟପୁର ବିଜେଡିର ଏହି ସ୍ଥିତି ଦେଖାଇ ଦେଉଛି ଦଳର ସ୍ଥିତି । ଦଳର ନେତାମାନେ ବିଜେଡି ସହ ରହୁନାହାନ୍ତି । ଦୁର୍ନୀତି ପ୍ରତି ଶୂନ ସହନଶୀଳତା ଡାକରା ଦେଇ ଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ଏଠାରେ ଦଳମକଚି ଦେଉଛନ୍ତି ଦଳର ନେତାମାନେ । ଦୁର୍ନୀତିର ଅଭିଯୋଗ ଆଣି ଆନେ୍ଦାଳନ ଡାକରା ତ ଦେଉଛନ୍ତି, ହେଲେ ମଇଦାନକୁ ଆସୁ ନାହାନ୍ତି । ଏଥିରୁ ନବୀନଙ୍କ କ୍ରେଜ ଦଳ ଭିତରେ କମୁଥିବା ସ୍ପଷ୍ଟ ହେଉଛି । ଦେଖାଯାଉ ଜୟପୁରରେ ବିଜେଡିର ସ୍ଥିତି ଭଳି ଆଉ କେଉଁଠି କେଉଁଠି ହେଉଛି?


Health & lifestyle, State

ବିକାଶର ମୁଖା ଖୋଲିଦେଲା ଟାକୁଆ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିକାଶ ଏତେ ହୋଇଛି, ରାଜ୍ୟ ହେଉଛି ବିକଶିତ । ଭୋକର ଭୂଗୋଳ ଏବେ ଭାତହାଣ୍ଡି ଏମିତି କେତେ କ’ଣ କହୁଥିଲେ ପୂର୍ବର ନବୀନ ସରକାର । ବିକାଶର ପ୍ରଚାର ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଦେଉଥିଲେ । ଏବେକାର ମୋହନ ସରକାର ବି ବିକାଶ ରଡ଼ି ପକାଇବାରେ ପଛରେ ନାହିଁ । ହେଲେ ଏମାନଙ୍କ ବିକାଶର କଛା ଖୋଲି ଦେଇଛି କନ୍ଧମାଳ ଦାରିଙ୍ଗବାଡ଼ିର ଟାକୁଆଖିଆ ଘଟଣା । ଏଠାକାର ଦୟନୀୟ ସ୍ଥିତି ଚିକ୍ରାର କରି ୨୪ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି, ହେ ନବୀନ କି ବିକାଶ କରିଛ? ସମାନ ପ୍ରଶ୍ନ ବି ଉଠିଛି ମୋହନ ସରକାରଙ୍କ ପାଇଁ । ଲୋକେ ଉପଯୁକ୍ତ ଖାଦ୍ୟ ନପାଇ ଆମ୍ବ ଟାକୁଆ ଖାଉଥିବା ଓ ସେହି ଟାକୁଆ ଖାଇ ପ୍ରାଣ ହରାଉଥିବା ଘଟଣା ରାଜ୍ୟ ପାଇଁ ଲଜ୍ଜା ଆଣି ଦେଇଛି ।

କନ୍ଧମାଳ ଦାରିଙ୍ଗବାଡ଼ିରେ ଲୋକେ ଆଜି ବି ଆମ୍ବ ଟାକୁଆ ଖାଉଛନ୍ତି । ଖାଦ୍ୟକୁ ଦିନେ ଦୁଇଦିନ ରଖି ବି ଖାଉଛନ୍ତି । ଆମ୍ବ ଟାକୁଆ ବିଷାକ୍ତ ହୋଇ ୨ଜଣଙ୍କ ଜୀବନ ନେଇଛି । ଅନ୍ୟ ୪ଜଣ ଏବେ ବି ଅସୁସ୍ଥ ଅଛନ୍ତି । ଆମ୍ବ ଟାକୁଆ ଖାଇ ଦୁଇଜଣଙ୍କ ଜୀବନ ଯିବା ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହେଲାଣି । ରାଜେନୈତିକ ଦଳ ଗୁଡ଼ିକ ମଧ୍ୟରେ ଦୋଷ ଲଦାଲଦି ହେଲାଣି । ମୋହନ ସରକାର ମିଛ ବି କହିଲେଣି । ରାଜନୈତିକ ବିବାଦ ଯାହା ବି ହେଉ, ବାସ୍ତବତା ହେଉଛି ଲୋକେ ଆମ୍ବ ଟାକୁଆ ଖାଇଲେ କାହିଁକି?

ଯଦି ଲୋକଙ୍କୁ ପର୍ଯ୍ୟାପ୍ତ ଚାଉଳ ମିଳିଛି, ଠିକ ସମୟରେ ମିଳିଛି ଏବଂ ରାସନ କିଣିବାକୁ ସକ୍ଷମ ଅଛନ୍ତି, ତେବେ ଆମ୍ବ ଟାକୁଆ କିଏ କାହିଁକି ଖାଇବ? ଆମ୍ବ ଟାକୁଆ କ’ଣ ସ୍ୱାଦିଷ୍ଟ ଖାଦ୍ୟ କି? ଏହା କୌଣସି ପବିତ୍ର ଖାଦ୍ୟ କି? ଆଦିବାସୀଙ୍କ କହିବା ଅନୁଯାୟୀ ସେମିତି କିଛି ଏଥିରେ ନାହିଁ । କିନ୍ତୁ ସେମାନେ ଖାଉଛନ୍ତି, କାରଣ ତାଙ୍କ ପାଖରେ ଆବଶ୍ୟକ ଖାଦ୍ୟ ନାହିଁ । ୩ମାସ ହେବ ଚାଉଳ ମିଳିନାହିଁ । ଚାଉଳ ମିଳିଲେ, ତାହା ପର୍ଯ୍ୟାପ୍ତ ହେଉନି । ରାସନ ପାଇଁ ସମ୍ବଳ ନାହିଁ । ହାତରେ କାମ ବି ନାହିଁ । ଏମିତି ଅନେକ ପ୍ରସଙ୍ଗ ସରକାରୀ ବ୍ୟବସ୍ଥାର ମୁଖା ଖୋଲି ଦେଇଛି ।

ଯଦି ଚାଉଳ ଅଛି, ତେବେ ଆମ୍ବ ଟାକୁଆ ଖାଇଲେ କାହିଁକି? ଏହାର ଉତ୍ତର ସରକାରଙ୍କ ପାଖରେ ବି ନାହିଁ । କେବଳ ଦୋଷ ଖସାଇବାକୁ ତାହା ତାଙ୍କର ପାରମ୍ପରିକ ଖାଦ୍ୟ ବୋଲି କହି ହେଉଛନ୍ତି । ଯାହା କେବଳ ମିଛ । ବାସ୍ତବତା ବଖାଣୁଛି ସେଠାକାର ସ୍ଥିତି । ଲୋକେ ଚାଉଳ ପାଇ ନାହାନ୍ତି । ସେମାନଙ୍କ ପାଖରେ ବିକାଶ ଦୂର ଦୂର ପର୍ଯ୍ୟନ୍ତ ନାହିଁ । ସ୍ଥିତିକୁ ଦେଖିଲେ ସବୁ ଚିତ୍ର ବଳେ ବଳେ ବାରି ହେଉଛି । ଏଠିକାର ବିକଳ ସ୍ଥିତି ହିଁ ଚିକ୍ରାର କରି ସରକାରଙ୍କୁ ପ୍ରଶ୍ନ କରୁଛି, କି ବିକାଶ କରିଛ? ସରକାରୀ ଅପାରଗତାକୁ ମାନି ବିକାଶ ପାଇଁ ଅଣ୍ଟା ଭିଡ଼ିବା ପରିବର୍ତ୍ତେ ମୋହନ ସରକାରଙ୍କ ମନ୍ତ୍ରୀ ଓ ନେତାମାନେ ଏବେ ସଫେଇ ଦେବା ଆରମ୍ଭ କରିଛନ୍ତି । ସରକାରୀ ଅଧିକାରୀଙ୍କ ରିପୋର୍ଟ ଦେଖାଇବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ୨୪ବର୍ଷ ଧରି ଶାସନ କରିଥିବା ବିଜେଡି ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନିଶ୍ଚିତ । ଏକଥା ବିଜେଡି ନେତାମାନେ ବି ଜାଣିଛନ୍ତି । ତେଣୁ ସେମାନେ ଏବେ ଆଗୁଆ ବିଜେପି ଉପରକୁ କାଦୁଅ ପକାଇ ନିଜକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି । ହେଲେ ବାସ୍ତବତା ହେଉଛି ଲୋକେ ଖାଇବାକୁ ନପାଇ ବିଷାକ୍ତ ଖାଦ୍ୟ ଖାଇ ମରିଛନ୍ତି । ଯାହା ରାଜ୍ୟ ପାଇଁ ବଡ଼ ଲଜ୍ଜା । ମାତ୍ର ଲଜ୍ଜାହୀନ ନେତା ମାନେ ଗରିବ ଆଦିବାସୀଙ୍କ ଦୁଃସ୍ଥିତିକୁ ବୁଝିବା ପରିବର୍ତ୍ତେ ନାଟକରେ ଲାଗିଛନ୍ତି । ଦେଖାଯାଉ ସରକାର ନିଜ ମୁଖା ବଞ୍ଚାଇବାକୁ ବ୍ୟସ୍ତ ହେଉଛନ୍ତି ନା ଗରିବଙ୍କ ଦୁଃଖ ଦୂର କରିବାକୁ?


Politics

ବ୍ରଜରାଜନଗରକୁ ବରବାଦ କରିଦେବେ

Blog Thumbnail

ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରକୁ ବରବାଦ କରିଦେବେ । ଧାନ କ୍ଷେତରୁ ଜଳାଶୟ, ଭାତ ହାଣ୍ଡିରୁ ଦେଇପିଣ୍ଡି ସବୁଠି ଭରି ଯାଉଛି ପାଉଁଶ ଆଉ ପାଉଁଶ । ରାସ୍ତାରେ ଉଡ଼ୁଛି, ନିଶ୍ୱାସରେ ଦେହକୁ ଯାଉଛି । ପୂରା ବ୍ରଜରାଜନଗରକୁ ବରବାଦ କରିଦେଲାଣି ବେଦାନ୍ତ କମ୍ପାନୀର ପାଉଁଶ । ଏହି ପାଉଁଶ ଢ଼ାଳିବାକୁ କାଳେ ସ୍ଥାନୀୟ ବିଧାୟକ ବା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ହୋଇଛି ବଡ଼ ଡିଲ । ୪ଲକ୍ଷ ଲୋକଙ୍କ ଜୀବନକୁ ବିପନ୍ନ କରିବା ପାଇଁ ସୁରେଶ ତାଙ୍କ ଇମାନକୁ ୧୦୦କୋଟିରେ ବିକିଛନ୍ତି । ୫ବର୍ଷ ପାଇଁ ଏହି ରେଟ ଛିଣ୍ଡିଥିବା କୁହାଯାଉଛି । କମ୍ପାନୀକୁ ସମର୍ଥନ କରିବା ପାଇଁ ଏତେବଡ଼ କାରବାର କରାଯାଇଥିବା କୁହାଯାଉଛି । କାଳେ ସୁରେଶଙ୍କ ଡିଲ ପରେ ସେ ସହମତ ହେବାରୁ ବେଦାନ୍ତର ପାଉଁଶ ବ୍ରଜରାଜନଗରରେ ପଡ଼ୁଛି ।

ବେଦାନ୍ତର ଫ୍ଲାଏ ଆସ ବା ପାଉଁଶ ବେଦାନ୍ତ ପାଇଁ ବୋଝ ହେଲାଣି । ବେଦାନ୍ତର ନିଜସ୍ୱ ଆସପଣ୍ଡରେ ପାଉଁଶ ରଖିବାକୁ ସ୍ଥାନ ନାହିଁ । ବାରମ୍ବାର ପଣ୍ଡ ଭାଙ୍ଗି ଆଖପାଖ ଅଞ୍ଚଳକୁ ନାରଖାର କରୁଛି । ପୂର୍ବରୁ ଝାରସୁଗୁଡ଼ାରେ ପାଉଁଶ ପକାଉଥିଲା ବେଦାନ୍ତ । ପାଉଁଶ ପକାଇବା କାମ କରୁଥିଲା କଲ୍ୟାଣୀ ଟ୍ରାନ୍ସପୋର୍ଟ । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ସହ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ସହ କାଳେ ଡିଲ ଥିବାରୁ ଝାରସୁଗୁଡ଼ାକୁ ବରବାଦ କରାଯାଉଥିଲା । ଏପରିକି ପରେ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ସହ ବି ସେହି ଡିଲ ହୋଇ ଚାଲିଲା । ସେତେବେଳେ ସମୟରେ ବିରୋଧୀ ଦଳରେ ଥିବା ବର୍ତ୍ତମାନର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବି ବେଦାନ୍ତ ସହ ଡିଲ କରି ତୁଣ୍ଡି ବାନ୍ଧିଥିଲେ । ଏବେ ବିଧାୟକ ହେବା ପରେ ସେ ଉଁ ଚୁଁ କରିଛନ୍ତି । ତେଣୁ ଝାରସୁଗୁଡ଼ାରେ ପାଉଁଶ ଫିଙ୍ଗା ବନ୍ଦ କରିଛି କମ୍ପାନୀ ।

ତେଣୁ କଲ୍ୟାଣି ଟ୍ରାନ୍ସପୋର୍ଟ ବ୍ରଜରାଜନଗର ଉପରେ ପକାଇଛି କୁଦୃଷ୍ଟି । ସେଠାରେ ପାଉଁଶ ଗଦା କରିବାକୁ ଯୋଜନା କରିଛି । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ହେଲେ କମ୍ପାନୀ କାଳେ ଡିଲ କରିଛି ସେଠାକାର ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ । ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ କମ୍ପାନୀ ବ୍ରଜରାଜନଗରରେ ପାଉଁଶ ପକାଇବ । ସେଥିପାଇଁ ୧୦୦କୋଟି ଟଙ୍କାର ଡିଲ କରିଛି । ଡିଲ ପରେ ବ୍ରଜରାଜନଗରରେ ପଡ଼ୁଛି ପାଉଁଶ । ନାରଖାର ହେଉଛି ଲୋକଙ୍କ ଜମି ଜମା । ଘରେ ବି ପାଉଁଶ ପଶୁଛି । ଗଛ ଲତା ହେଉ କି ରାସ୍ତା ଘାଟ ସବୁଠି ପାଉଁଶ ଭରି ଯାଉଛି । ଲୋକେ ନିଶ୍ୱାସରେ ନେଉଛନ୍ତି ବିଷ ।

ନେତାଙ୍କୁ ଟଙ୍କା ଦେଇ କମ୍ପାନୀ ବ୍ରଜରାଜନଗର ଅଞ୍ଚଳରେ ବିଷ ଭରି ଚାଲିଛି । ଏହାକୁ ବିରୋଧ କଲେ ବି କେହି ଶୁଣିବାର ନାହିଁ । ଏପରି କାର୍ଯ୍ୟକୁ ନେଇ ଏବେ ତାତିଲେଣି ଲୋକେ । ପରିବେଶ ସହ କମ୍ପାନୀର ଏହି ଖେଳ ସମ୍ପର୍କରେ ଲଗାତର ଖବର ପ୍ରକାଶ କରିବ ଦ କୁଇଭର । ଦେଖାଇବ ନେତା ଓ କମ୍ପାନୀ ମଧ୍ୟରେ ହୋଇଥିବା ଡିଲ । ପାଉଁଶ ପକାଉଥିବା କଲ୍ୟାଣୀ ଟ୍ରାନ୍ସପୋର୍ଟର ସବୁ ଗୁମର ଖୋଲିବୁ । ଖୋଲିବୁ କେଉଁ କେଉଁ ନେତା ଝାରସୁଗୁଡ଼ା ଜିଲ୍ଲା ସହ କରୁଛନ୍ତି ବିଶ୍ୱାସଘାତ । ପରିବେଶ ପାଇଁ ଦ କୁଇଭର ତାର ଲଢ଼େଇ ଜାରି ରଖିବ ।


ad