ଦ କୁଇଭର ବ୍ୟୁରୋ :- ଆଜି ବିଶ୍ବ ହାତୀ ଦିବସ । ରାଜ୍ୟରେ ୧୨୮ ଜିଲ୍ଲାରେ ଅଛନ୍ତି ୨୦୯୮ ହାତୀ । କିନ୍ତୁ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା , ଦାନ୍ତ ପାଇଁ ଟଳୁଛନ୍ତି ହାତୀ । ୫ ବର୍ଷରେ ଉଦ୍ଧାର ହେଲାଣି ୫୮ ଦାନ୍ତ । ଚାରି ଦିନ ତଳେ କେନ୍ଦୁଝର ବନଖଣ୍ଡରୁ ୫ ବନ୍ୟଜନ୍ତୁ ତସ୍କରଙ୍କୁ କାବୁ କରିଥିଲା ବନ ବିଭାଗ । ସେମାନଙ୍କଠାରୁ ୫ କେଜି ଓଜନର ୪ ହାତୀଦାନ୍ତ ଜବତ ହୋଇଥିଲା । ଏମାନେ ହାତୀଦାନ୍ତକୁ ବିଦେଶକୁ ଚାଲାଣ କରିବା ଚକ୍ଟରରେ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ଗତ ଜୁନ୍ ୨ ତାରିଖରେ କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ବୌଦ୍ଧ ଜିଲ୍ଲାର ପ୍ରମୋଦ ପରିଡ଼ା ନାମକ ଜଣେ ଶିକାରୀଠାରୁ ୨ଟି ହାତୀଦାନ୍ତ ଜବତ କରିଥିଲା । ଦନ୍ତା ଦାନ୍ତ ପାଇବା ପାଇଁ ପ୍ରତିବର୍ଷ ଅନେକ ଗଜରାଜଙ୍କୁ ମାରି ଦିଆଯାଉଛି । କେଉଁଠି ଶିକାରୀ ଗୁଳିରେ ହାତୀ ଟଳିବା ପରେ ଦାନ୍ତ କାଟି ନେଉଛନ୍ତି । କେଉଁଠି ବିଦ୍ୟୁତ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ହାତୀର ଅକାଳ ମୃତ୍ୟୁ ପରେ ଦାନ୍ତ ଗାଏବ୍ ହୋଇଯାଉଛି । ହାତୀ ଦାନ୍ତ ଚାଲାଣ ସିଣ୍ଡିକେଟ୍ର ଚେର ଓଡ଼ିଶାରୁ ବିଦେଶକୁ ଲମ୍ବିଛି, ଭାୟା ବାଂଲାଦେଶ ଓ ନେପାଳ ହୋଇ ଚୀନକୁ ଚାଲାଣ ହେଉଛି । ବନ ବିଭାଗର ତଥ୍ୟ ଆଧାରରେ, ୨୦୧୭-୧୮ରୁ ଗତବର୍ଷ ନଭେମ୍ବର ଭିତରେ ମୋଟ ୬୭୪ ହାତୀ ମରିଛନ୍ତି । ଶିକାରୀଙ୍କ ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ ଯାଇଛି । ମୃତ୍ୟୁ ପରେ ପ୍ରାୟ ସବୁ ହାତୀଙ୍କ ଦାନ୍ତ କାଟି ନେଇଛନ୍ତି ଶିକାରୀ । ଟ୍ରେନ୍ ଧକ୍କାରେ ୨୮ଟି, ସଡ଼କ ଦୁର୍ଘଟଣାରେ ୫ଟି ଓ ଅନ୍ୟାନ୍ୟ ଦୁର୍ଘଟଣାରେ ୧୦୩ଟି ହାତୀ ମରିଛନ୍ତି । ବିଦ୍ୟୁତ ଝଟ୍କା ଖାଇ ୧୨୩ଟି ହାତୀଙ୍କ ପ୍ରାଣ ଯାଇଛି । ଏଥିରୁ ଅଧିକାଂଶ ହାତୀଙ୍କ ଦାନ୍ତ ଗାଏବ ହୋଇଯାଇଛି । ତଥ୍ୟକୁ ବାଦ୍ ଏସବୁ ସରକାରୀ ତଥ୍ୟ ଦେଲେ ପ୍ରତିବର୍ଷ ବାସ୍ତବରେ ଅନେକ ଦନ୍ତାହାତୀ ଶିକାର କରାଯାଉଛି ।