ଦ କୁଇଭର ବ୍ୟୁରୋ :- ଆଜିଠୁ ଆରମ୍ଭ ହୋଇଛି ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ । ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ । ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । ଅନ୍ୟପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ, ଏବେ ଚର୍ଚ୍ଚା ହେଉଛି ଏହି ଅନାସ୍ଥା ଆଣିଲେ ସତରେ କଣ ମୋହନ ସରକାରକୁ ବିପଦ ହେବ? ସଂଖ୍ୟା ଗଣିତ ଦୃଷ୍ଟିରୁ ବିଧାନସଭାରେ ଏବେ ବି ବିଜେପି ସବୁଠୁ ବଡ଼ ଦଳ । ତେଣୁ କଂଗ୍ରେସର ଅନାସ୍ଥା ସରକାର ଉପରେ ସେତେଟା ପ୍ରଭାବ ପକାଇନପାରେ । ନୂଆପଡା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୬ ରହିଛି । ଯାହା ଭିତରୁ ବିଜେପିର ହେଉଛନ୍ତି ୭୮ ବିଧାୟକ । ଏହାସହ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ଅଛନ୍ତି ୧୪ ବିଧାୟକ । ବିଧାନସଭାରେ ଏବେ ସିପିଆଇ(ଏମ୍)ର ଜଣେ ବିଧାୟକ ଥିବାବେଳେ, ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ହେଉଛି ୩ ।
ଯଦି କଂଗ୍ରେସକୁ ନିଜର ୧୪ ବିଧାୟକଙ୍କ ସହିତ ସିପିଆଇ(ଏମ୍)ର ଜଣେ ବିଧାୟକ ସମର୍ଥନ କରିବେ ବୋଲି ଜୟପୁର ବିଧାୟକ ତାରା ବାହିନୀପତି କହିସାରିଛନ୍ତି । ଯାହାଫଳରେ ବର୍ତ୍ତମାନ ସମୟରେ ଅନାସ୍ଥା ପ୍ରସ୍ତାବକୁ ୧୫ ବିଧାୟକଙ୍କ ସମର୍ଥନ ରହିଛି । ଆଉ ବିଜେଡି ଯଦି କଂଗ୍ରେସକୁ ସମର୍ଥନ ଜଣାଏ, ତେବେ ବିଜେଡିର ୫୦ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୬୫କୁ ଛୁଇଁବ । ଯାହାକି ମ୍ୟାଜିକ୍ ନମ୍ବରଠାରୁ ବହୁତ ଦୂରରେ l ରାଜ୍ୟ ବିଧାନସଭାରେ ଏବେ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଯେଉଁମାନେ କି ସରକାରକୁ ସମର୍ଥନ ଜଣାଇଛନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବରେ ମଧ୍ୟ ସେମାନେ ବିଜେପି ସପକ୍ଷରେ ଯିବା ଏକପ୍ରକାର ପକ୍କା । ଅନାସ୍ଥା ପ୍ରସ୍ତାବ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୭୪ । ବର୍ତ୍ତମାନ ସମୟରେ କଂଗ୍ରେସ ପାଖରେ ୧୫ ବିଧାୟକଙ୍କ ସମର୍ଥନ ରହିଛି । ବିଜେଡିର ୫୦ ଜଣ ବିଧାୟକ କାହାକୁ ସମର୍ଥନ କରିବେ ସ୍ପଷ୍ଟ ହୋଇନି । ଅନ୍ୟପଟେ ବିଜେପି ପାଖରେ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ୮୧ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ଯଦି ଅନାସ୍ଥା ପ୍ରସ୍ତାବ ନେଇ ବିଧାନସଭାରେ ଭୋଟ୍ ହୁଏ, ତେବେ ରେଜଲ୍ଟ କଣ ହେବ ସ୍ପଷ୍ଟ ଜଣାପଡୁଛି l
ବିଧାନସଭାରେ ଆବଶ୍ୟକ ସଂଖ୍ୟା ନଥାଇ ଅନାସ୍ଥା ଆଣିବା କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଏକ ଷ୍ଟଣ୍ଟ ବୋଲି ଲୋକେ କହୁଥିବା ସହ ୱାନ ଟେନ୍ ସଂଖ୍ୟା ଥାଇ ଅନାସ୍ଥା ଆଣିବା ଚାଇନା ସହ ଶ୍ରୀଲଙ୍କା ଏବଂ ଭାରତ ସହ ବାଂଲାଦେଶ ସହ ଯୁଦ୍ଧ ହେବା ଭଳି କଥା। ଅନାସ୍ଥା ପ୍ରସ୍ତାବ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ତାପରେ ବି ଯଦି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ତେବେ କେବଳ ନିଜେ ହିଁ ଲୋକ ହସା ହେବା ଛଡ଼ା ଆଉ କିଛି ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l
ଅନ୍ୟପଟେ ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ । ସୁରୁଖୁରୁରେ ଅଧିବେଶନ ଚଲାଇବାକୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ବିଧାନସଭା । ଚଳିତ ଅଧିବେଶନରେ 7ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନ ସମୟରେ କଡା ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା । ବୁଧବାର ପୋଲିସ କମିଶନର ଓ ଡିଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଠାରୁ ଦୂରେଇ ରହିବାକୁ ସମସ୍ତ ବ୍ୟବସ୍ଥା ହୋଇଛି । 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ଓ 150 ପୋଲିସ ଅଫିସର ରହିବେ । ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାର୍ଡ, ଷ୍ଟ୍ରାଇକିଂ ଫୋର୍ସ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିବ । ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ 5ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲରୁମ୍ ଖୋଲାଯାଇଛି ।