ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ଯରେ ଆଜି ଅପରାହ୍ଣରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ଗୁରୁତର ଏସ୍ଓଜି ହେଲେ ପ୍ରେମସିଂହ ମାଝୀ ସୂଚନା ଅନୁସାରେ ଗଂଜାମ ଜିଲ୍ଲା ରଂଜନଗର ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିମ୍ବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିଥିଲା।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାର ରେ ଏସ୍ୱ ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲୋ ତେବେ ମାଓବାଦୀମାନଙ୍କୁ ଦେଖ୍ ଯବାନମା ମାନେ ଗୁଳି ଚଳାଇଥିଲୋ ମାଓବାଦୀଙ୍କ ପାଲଟା ଗୁଳିଚୋଟ ଟେରେ ଯବାନ ପ୍ରେମସିଂହ ମାଝୀ ଗୁରୁତ ତର ହୋଇଥିଲୋ ପେଟରେ ଗୁଳିବାଜିଛି ତାଙ୍କର ବାମ ହାତ ଓ ପେଟ ପେଟରେ ଗୁଳି ରହିଛି ଗୁରୁତର ଭାବେ ବ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କନ୍ଧମାଳ ଜିଲ୍ଲା ଜିଲ୍ଲା ରାଇକିଆର ଇନ୍ଦ୍ରଗଡ଼ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ମଂଜନଗର ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଦରକାର ପଡ଼ିଲେ ଏଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରି ରିତ କରାଯାଇ ପାରେ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି