ଭୁବନେଶ୍ୱର(ଦ କୁଇଭର): ଆଜି ବିଧାନସଭାରେ ବେଶ ଧୂଆଁଧାର ବ୍ୟାଟିଂ କରିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଫିଲ୍ମରେ ଭିଲେନଙ୍କୁ ଧୋଇଲା ଭଳି ତାମିଲ ଲୁଟେରାଙ୍କ କଛା ଖୋଲିଦେଇଛନ୍ତି । ମାଟିତଳୁ ବାହାର କରିଛନ୍ତି ତାମିଲ ବାବୁ ମାନଙ୍କ ଲୁଟର ନମୂନା । ଏକଥା ଶୁଣିବା ପରେ ବିଭାଗୀୟ ମନ୍ତ୍ରୀଙ୍କର ବି ପାଟି ଚୁପ । କେବଳ ଅଫିସର ଦେଇଥିବା କାଗଜ ପଢ଼ି ଚୁପ ବସି ପଡ଼ିଛନ୍ତି ।
ଓଡ଼ିଶାରୁ ତାମିଲ କେତେ ଲୁଟିଛନ୍ତି ତାହା ଧିରେ ଧିରେ ଖୋଲୁଛି । ସେ ତାମଲ ଅଫିସର ହୁଅନ୍ତୁ କି ଠିକାଦାର ବା ବେପାରୀ । ସମସ୍ତଙ୍କ ଲୁଟ ଏବେ ପଦାକୁ ଆସିଲାଣି । ଏମିତି କିଛି ତାମିଲଙ୍କ ଲୁଟକୁ ଆଜି ଖୋଳିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଧାୟକ ସିଦ୍ଧାନ୍ତ ମହାପାତ୍ର । କେବଳ ତାମିଲଙ୍କ ଲୁଟକୁ ଖୋଳି ନାହାନ୍ତି, ନବୀନଙ୍କ ମିଛ ସଚ୍ଚୋଟତାକୁ ଭୂଷା ମରିଛନ୍ତି । ଗୃହରେ ବହୁ ବଡ଼ କଥା କହିଛନ୍ତି ସିଦ୍ଧାନ୍ତ ।
ଗୃହରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଖର୍ଚ୍ଚ ଦାବି ଉପରେ ଆଲୋଚନା ଚାଲିଥିଲା । ବିଧାୟକ ସିଦ୍ଧାନ୍ତ ମନ୍ତ୍ରୀ ରବି ନାୟକଙ୍କୁ ପ୍ରଶ୍ନ କଲେ, କହିଲେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କେବେ ସରିବ? କେବେ ଗାଁକୁ ପାଣି ମିଳିବ? ପ୍ରକଳ୍ପ କାର୍ଯ୍ୟକାରୀ ଠିକ ହେଉଛି ତ? ଯାହା ଗାଇଡଲାଇନ ଅଛି ତାହା ଅନୁଯାୟୀ କାମ ହେଉଛି ତ? ଯେତିକି ଲୋକଙ୍କୁ ପାଣି ଯୋଗାଯିବ, ଉତ୍ସରୁ ସେତିକି ପାଣି ଉଠିବ ତ? ପାଇପ ଯେତିକି ଗଭୀରରେ ଯିବା କଥା ସେତିକି ଯାଇନି ତ? ଏମିତି ଏତେ ପ୍ରଶ୍ନ କଲେ ଯେ, ତାମିଲ ଠିକାଦାରଙ୍କ ପୂରା ଅନ୍ତନାଡ଼ି ପଦାକୁ ଆଣି ଥୋଇ ଦେଲେ । ବୁଝିବା ଲୋକେ ଠିକ ବୁଝୁଥିଲେ । ବିଜେଡି ବାଲାଏ ତ ମୁରୁକି ହସୁଥିଲେ । କି ବ୍ୟାଟିଂ କଲେ ସିଦ୍ଧାନ୍ତ ବୋଲି କେହି କେହି ପଚାରୁଥିଲେ । ଏମିତି ମାରିଲେ ଯେ, ତାମିଲ ଠିକାଦାରଙ୍କ ପାଞ୍ଜି ପଳାଇ ଆସିଲା ।
ଆଉ କେହି କେହି କହୁଥିଲେ, କେବଳ ଠିକାଦାର କାହିଁକି, ଏସବୁ କାମ ୫ଟି ଅଧିନରେ ହେଉଥିଲା । ତେଣୁ ୫ଟି ଦାୟିତ୍ୱରେ ଥିବା ତାମିଲ ବାବୁଙ୍କ କାରନାମା ବି ପଦାକୁ ଆଣି ଥୋଇ ଦେଲେ ସିଦ୍ଧାନ୍ତ । ଏହାପରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଅନେକ ବିଧାୟକ ପ୍ରଶ୍ନ କଲେ । ବିଚରା ମନ୍ତ୍ରୀଙ୍କ ଅକଲ ଗୁଡ଼ୁମ ହୋଇଗଲା । କହିବେ କ’ଣ? ଅଫିସରମାନେ ଯାହା ଲେଖି ଦେଇଥିଲେ, ସେତିକି ପଢ଼ିଦେଇ ବସିଗଲେ । ନିଶ୍ୱାସ ଟେ ମାରିଲେ । କହିଲେ ଓ ସିଦ୍ଧାନ୍ତ ଭାଇ ହୀରୋ ଭଳି ଝାଳ କାଢ଼ି ଦେଲେ । ଏମିତି ମାରିଲେ ଯେ, ତାମିଲ ଭିଲେନ ମାନଙ୍କ ମଞ୍ଜି କାଢ଼ି ଦେଲେ । ଏବେ ମନ୍ତ୍ରୀ ଯଦି ନଦରାଣ୍ଡିବେ, ପ୍ରକଳ୍ପ ଆରମ୍ଭ ହେଉ ହେଉ ଫେଲ ମାରିବ ଓ ଦୁର୍ନୀତିକୁ ସମର୍ଥନ କଲେ ବୋଲି ଜଣାପଡ଼ିବ । ଯଦି ଦରାଣ୍ଡିବେ, ତାମିଲ ଭିଲେନ ସବୁ ପଦାରେ ପଡ଼ିବେ । ଦେଖାଯାଉ ମନ୍ତ୍ରୀ ସିଦ୍ଧାନ୍ତଙ୍କ ଧୂଆଁଧାର ବ୍ୟାଟିଂରେ ତାମିଲ ଭିଲେନ ମାନଙ୍କୁ ଆଉଟ କରୁଛନ୍ତି ନା ନିଜେ କ୍ୟାଚ ଧରି ସିଦ୍ଧାନ୍ତଙ୍କୁ ଚୁପ କରିଦେଉଛନ୍ତି?