Join Us To Make A Difference

The Drops💧

ମନ୍ଦିରରେ ଦଳାଚକଟା, ୧୧ ମୃତ

ମନ୍ଦିରରେ ଦଳାଚକଟା, ୧୧ ମୃତ
Published by:Jyotshna Kumari
#national

ଦ କୁଇଭର ବ୍ୟୁରୋ : ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ହୋଇଛି । ଏଥିର ୧୧ଜଣଙ୍କର ଜୀବନ ଗଲାଣି । ଆହୁରି ଅନେକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାଶୀବୁଗା ସ୍ଥିତ ଏହି ମନ୍ଦିରରେ ଅଘଟଣ ପୁଣି ଥରେ ଦେଉଳରେ ଦିଅଁ ଦର୍ଶନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଏତେ ଲୋକଙ୍କ ଜୀବନ ଯିବା ପରେ ସରକାର ବା ରାଜନେତାମାନେ କେବଳ ଦୁଃଖ ପ୍ରକାଶ କରି ରହିଯାଉଛନ୍ତି । ହେଲେ ସ୍ଥିତିର ସୁଧାର ଆସୁନାହିଁ । ଏହି ଦଳାଚକଟା ପରେ ପୁରୀ ପ୍ରଶାସନ ତତ୍ପର ହୋଇ ପଡ଼ିଛି । ପଞ୍ଚୁକରେ ପ୍ରବଳ ଭିଡ଼ ହେଉଥିବାରୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଓ ଭିଡ଼ରେ ଭକ୍ତମାନଙ୍କ ଗହଳିକୁ କମାଇବା ପାଇଁ ଲାଗି ପଡ଼ିଛନ୍ତି ।


ଏବେ ଆସିବା ପ୍ରସଙ୍ଗକୁ । ଆନ୍ଧ୍ର ଶ୍ରୀକାକୁଲମରେ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ଏକାଦଶୀ ଥିବାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ହେଲେ ଏତେ ସଂଖ୍ୟକ ଭକ୍ତଙ୍କୁ ଶୃଙ୍ଖଳାର ସହ ଦର୍ଶନ କରାଇବା ପାଇଁ ସେପରି କୌଣସି ବ୍ୟବସ୍ଥା ନଥିଲା । ଅଳ୍ପ କିଛି ସୁରକ୍ଷା କର୍ମୀ ଥିବା ବେଳେ ଭକ୍ତଙ୍କ ଭିଡ଼ ଆଗରେ ସେମାନେ ଅଶହାୟ ହୋଇ ପଡ଼ିଥିଲେ । ଦର୍ଶନ ପାଇଁ ଲାଗିଯାଇଥିଲା ଠେଲାପେଲା । ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କି ସୁରକ୍ଷା କର୍ମୀ ନଥିବାରୁ ମନଇଚ୍ଛା ପ୍ରବେଶ ଓ ପ୍ରସ୍ଥାନ ହେଉଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଗଲା ।


ମହିଳା, ପୁରୁଷ, ଛୋଟ ପିଲାମାନେ ଠେଲାପେଲା ଭିତରେ ଚାପି ହୋଇଗଲେ । ସେହି ଭିଡ଼ ଭିତରୁ ବାହାରିବାକୁ ସମସ୍ତେ ଲାଗି ପଡ଼ିଲେ । ଆଗକୁ ଭିଡ଼ ଯାଉ ନଥିଲା ଓ ପଛରୁ ଲୋକେ ପଶୁଥିଲେ । ମଝିରେ ଅଣନିଶ୍ୱାସୀ ହୋଇଯାଇଥିବା ଭକ୍ତ ଠେଲାପେଲା କରି ବାହାରିବାକୁ ଉଦ୍ୟମ କରିଥିଲେ । ଏଥିଯୋଗୁ ସେଠାରେ ଜୋରସୋର ଲାଗିଗଲା ଧକ୍କା ମୁକି । ପ୍ରଥମେ ୬/୭ଜଣ ଭକ୍ତ ତଳେ ପଡ଼ିଗଲେ । ଏହାପରେ ଶତାଧିକ ଭକ୍ତ ଠେଲାପେଲାରେ ତଳେ ପଡ଼ିଗଲେ । ତାଙ୍କ ଉପରେ ଅନ୍ୟ ଭକ୍ତମାନେ ଚଢ଼ି ପଳାଇବାକୁ ଉଦ୍ୟମ କରିବାରୁ ସ୍ଥିତି ଭୟଙ୍କର ହେଲା । ଦଳାଚକଟା ଭୀଷଣ ରୂପ ନେଇଗଲା ।


ସ୍ଥିତି ନିୟନ୍ତ୍ରଣ ପାଇଁ କିଛି ନଥିଲା । ଖବର ପାଇ ପୋଲିସ ପହଞ୍ଚିବା ବେଳକୁ ମନ୍ଦିର ଭିତରେ ୯ଜଣଙ୍କର ଜୀବନ ଯାଇ ସାରିଥିଲା । ଆହତ ଓ ଅସୁସ୍ଥ ମାନଙ୍କୁ ତତ୍କାଳ ହସ୍ପିଟାଲ ନିଆଗଲା । ବାଟରେ ଆଉ ଦୁଇଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ସ୍ଥିତିକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡ଼ୁ ଶୋକ ପ୍ରକଟ କରିଛନ୍ତି ।


ଅନ୍ୟପକ୍ଷରେ ଆନ୍ଧ୍ରର ଦଳାଚକଟା ପରେ ପୁରୀରେ ତତ୍ପର ହୋଇଛି ପ୍ରଶାସନ । ପଞ୍ଚୁକ ୫ ଦିନରେ ପ୍ରବଳ ଭିଡ଼ ହେବ । ସେଥିପାଇଁ ସତର୍କ ନଜର ଦିଆଯାଇଛି । ୨୦୦୬ରେ କାର୍ତ୍ତୀକ ପୂର୍ଣ୍ଣମୀ ପୂର୍ବଦିନ ଦେଉଳ ଭିତରେ ଦଳାଚକଟା ଲାଗିଗଲା । ଦୀପ ନିଆଁରେ ପୋଡ଼ି ହୋଇ ୫ଜଣଙ୍କ ଜୀବନ ଯାଇଥିଲା । ଏହାପରେ କିଛିଟା ସଂସ୍କାର ଆସିଛି, ମାତ୍ର ଶୃଙ୍ଖଳା ନାମରେ ପଡ଼ିଥିବା ବ୍ୟାରିକେଡ ଓ ଟଙ୍କା ନେଇ ଦର୍ଶନ କରାଇବାର ପରମ୍ପରା ଅଘଟଣକୁ ଡାକୁଛି । ଏହାକୁ ବନ୍ଦ କରି ସହଜ ଦର୍ଶନ ପାଇଁ ପ୍ରଶାସନ ଲାଗିଛି । ଦେଖାଯାଉ ପୁରୀ ମନ୍ଦିରର ସ୍ଥିତି ଭଲ ରହୁଛି ନା କିଛି ବ୍ୟତିକ୍ରମ ହେଉଛି ?



Comments

Leave a Comment

Comments

No comments yet.

Politics

ଆଜି ଭୋଟ୍ ଦେଉଛି ବିହାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି (ଗୁରୁବାର) ବିହାର ବିଧାନସଭା ନିର୍ବାଚନ 2025ର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ 18ଟି ଜିଲ୍ଲାର 121ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଯେଉଁଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନର ପୂର୍ବ ସନ୍ଧ୍ୟାରେ, ସମସ୍ତ ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରକୁ ଇଭିଏମ୍, ଭିଭିପ୍ୟାଟ୍, କାଳି, ବାଲଟ୍ ବାକ୍ସ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଯାଇଛି । ଏସବୁ ସାମଗ୍ରୀ ନେଇ ସୁରକ୍ଷାକର୍ମୀଙ୍କ ସହିତ ପୋଲିଂ କର୍ମଚାରୀମାନେ ମୋଟ୍ 45,341 ମତଦାନ କେନ୍ଦ୍ରକୁ ପ୍ରସ୍ଥାନ କରିସାରିଛନ୍ତି। ନିର୍ବାଚନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ମଧେପୁରା, ସହରସା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ୍, ସାରଣ, ବୈଶାଳୀ, ସାମସ୍ତିପୁର, ବେଗୁସରାଇ, ଖାଗରିଆ, ମୁଙ୍ଗେର, ଲଖିସରାଇ, ଶେଖପୁରା, ନାଲନ୍ଦା, ପାଟନା, ଭୋଜପୁର ଏବଂ ବକ୍ସର।115 ବିଧାନସଭା ନିର୍ବାଚନମଣ୍ଡଳୀର 43,206ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ହେବ । ମାତ୍ର 6ଟି ବିଧାନସଭା ନିର୍ବାଚନମଣ୍ଡଳୀର 2,135ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହେବ ।

Crime

ରିମାଣ୍ଡରେ ଆସିବ ଶଙ୍କର ପୃଷ୍ଟି

Blog Thumbnail

ଦ କୁଇଭର ବ୍ୟୁରୋ :- ଚାକିରି କେଳେଙ୍କାରୀ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଠି ଗିରଫକୁ ନେଇ ଯେତିକି ଚର୍ଚ୍ଚା ତାଙ୍କର ବୟାନକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କେଳେଙ୍କାରୀ ପଛରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଶଙ୍କରଙ୍କ ବୟାନ ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା ଚଳାଇଛି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ କିଏ ? ଶଙ୍କର ପୃଷ୍ଟି ଭଳି ଜଣେ ଲୋକ ଓ ତାର ସହଯୋଗୀ କଣ ଏତେ ବଡ କେଳେଙ୍କାରୀ କରିପାରିବେ? ଏହାକୁ ନେଇ ସମସ୍ତଙ୍କ ଭିତରେ କୌତୁହଳ ଲାଗି ରହିଥିବାବେଳେ ସାଂଘାତିକ ବୟାନ ଦେଇଛି ଶଙ୍କର । ଶଙ୍କର ସିଧା ସଳଖ ପୂର୍ବ ସରକାରକୁ କାଠ ଗଡାକୁ ଟାଣିଛି। କେଉଁ ଚାକିରି ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା ତାହା ସ୍ପଷ୍ଟ କରିନଥିଲେ ବି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଶଙ୍କର ପୃଷ୍ଟିର ବୟାନ ପରେ ବହୁ ନେତା ଓ ବାବୁଙ୍କ ଛାତିରେ ଛନକା ପଶିଛି । ସିବିଆଇ କାହା କବାଟ କେତେବେଳେ ବାଡେଇବ ସେ ନେଇ ଚିନ୍ତାରେ ପଡିଲେଣି । ସେପଟେ ଶଙ୍କରକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଆଜି କୋର୍ଟରେ ହାଜର ହେବ ଶଙ୍କର ପୃଷ୍ଟି । ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏଯାଏଁ ୩ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ତଦନ୍ତକାରୀ ସଂସ୍ଥା । ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀକୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

Crime

ପୀତବାସଙ୍କ ମୁଖ୍ୟ ହତ୍ୟାକାରୀଙ୍କୁ ରିମାଣ୍ଡରେ ନେଲା ପୋଲିସ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଚାରି ଜଣଙ୍କୁ ରିମାଣ୍ଡରେ ନେଲା ବୈଦ୍ୟନାଥପୁର ଥାନା ପୋଲିସ । ଚାରି ଜଣଙ୍କ ମଧ୍ୟରେ ଅଛନ୍ତି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ । ଚାରି ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ ।ଗତକାଲି ପୋଲିସ ଜେଏମଏଫସିଙ୍କ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା । ଆଜି ଅଭିଯୁକ୍ତ ମାନଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିପାରେ ପୋଲିସ l ଗତକାଲି ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ମାଷ୍ଟର ମାଇଣ୍ଡ ଉମା ବିଷୋୟୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।

Politics

ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ

Blog Thumbnail

ଦ କୁଇଭର ବ୍ୟୁରୋ :- ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା । ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଜି ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ଅମର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ । ରାଜ୍ୟ ସଭାପତି ଓ ପ୍ରଭାରୀଙ୍କ ଉପସ୍ଥିତିରେ ହୋଇପାରନ୍ତି ସାମିଲ୍ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ତାଙ୍କ ସହ ନୂଆପଡ଼ାର କିଛି ବିଜେଡ଼ି ନେତା ବିଜେପିରେ ସାମିଲ୍ ହେବା ନେଇ ମଧ୍ୟ ଚର୍ଚ୍ଚା ।

Sports

ପ୍ରଥମ ବିଶ୍ବକପ୍ ଜିତି ଇତିହାସ ରଚିଲେ ଓମେନ୍ ଇନ୍ ବ୍ଲୁ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତୀୟ ମହିଳା ଦଳ ଇତିହାସ ସୃଷ୍ଟି କରିଛି। ମହିଳା ODI ବିଶ୍ୱକପ୍ 2025ର ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ ସାତ ୱିକେଟ୍ ହରାଇ 298 ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 246 ରନରେ ଅଲଆଉଟ୍ ହୋଇଯାଇଥିଲା। ଦୀପ୍ତି ଶର୍ମା 5ଟି ୱିକେଟ୍ ନେଇ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟିକା ଏଲ୍ ୱୋଲଭାର୍ଡଙ୍କ 101 ରନର ଇନିଂସ ବ୍ୟର୍ଥ ଗଲା। ମହିଳା ODI ବିଶ୍ୱକପ୍ ର 52 ବର୍ଷର ଇତିହାସରେ ଏହା ଭାରତର ପ୍ରଥମ ODI ବିଶ୍ୱକପ୍ ଟାଇଟଲ୍। ପ୍ରଥମ ମହିଳା ODI ବିଶ୍ୱକପ୍ 1973ରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକାକୁ 52 ରନ୍ ରେ ପରାସ୍ତ କରି ଭାରତାୟ ମହିଳା ହୋଇଛନ୍ତି ବିଶ୍ବ ଚାମ୍ପିଅନ୍। ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଆଜି ମହିଳା ବିଶ୍ବକପ୍ ଚାମ୍ପିଅନ୍ ହୋଇଛି। ବ୍ୟାଟିଂ କରି ଗୁରୁତ୍ବପୂର୍ଣ୍ଣ 58 ରନ୍ କରିଥିବା ବୋଲିଂରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ 5 ୱିକେଟ ନେଇ ବିପ7 ଟିମ୍ ର ବିପର୍ଯ୍ୟୟ ଘଟାଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ 298 ରନ୍ କରିଥିଲା ​​ଏବଂ ଜବାବରେ ଦକ୍ଷିଣ ଆଫ୍ରିକାକୁ 246 ରନରେ ଅଲଆଉଟ୍ କରିଥିଲା। 87 ରନ୍ ର ଇନିଂସ ସହ 2 ୱିକେଟ ହାସଲ କରିଥିବା ଶେଫାଲି ହୋଇଛନ୍ତି, ପ୍ଲେୟର ଅଫ୍ ଦ ମ୍ୟାଚ୍। ସେହିପରି ଅଲ୍ ରାଉଣ୍ଡର ଦୀପ୍ତି ଶର୍ମା ପ୍ଲେୟର ଅଫ୍ ଦ ସିରିଜ୍ ହୋଇଛନ୍ତି। ସମ୍ପୂର୍ଣ୍ଣ ସିରିଜରେ ଦୀପ୍ତି ଦୁଇଟି ଅର୍ଦ୍ଧଶତକ ସହ 215 ରନ୍ ସଂଗ୍ରେହ କରିଥିବା ବେଳେ 22ଟି ୱିକେଟ ହାସଲ କରିଛନ୍ତି। ଭାରତ ପାଇଁ ଦୀପ୍ତି ଶର୍ମା (58) ଏବଂ ଶେଫାଲି ବର୍ମା (87) ଅର୍ଦ୍ଧଶତକ ହାସଲ କରିଥିଲେ।


ଗୋଟିଏ ସମୟରେ, ଲାଗୁଥିଲା ଯେ ଭାରତୀୟ ଦଳ 350 ରନରେ ପହଞ୍ଚିବ, କିନ୍ତୁ ମଧ୍ୟକ୍ରମରେ ୱିକେଟ ପତନ ଏବଂ ଧୀର ବ୍ୟାଟିଂ ତାହା ଘଟିବାରୁ ବାଧା ଦେଇଥିଲା ଏବଂ ଭାରତୀୟ ଦଳ କେବଳ 300 ରନ୍ ପାଖରେ ପହଞ୍ଚିପାରିଲା। ଏହା ମହିଳା ଏକଦିବସୀୟ ବିଶ୍ୱକପ ଫାଇନାଲରେ ଦ୍ୱିତୀୟ ସର୍ବାଧିକ ସ୍କୋର ଏବଂ ବିଶ୍ୱକପ ଫାଇନାଲରେ ଭାରତର ସର୍ବାଧିକ ସ୍କୋର। ମହିଳା ବିଶ୍ୱକପ୍ ଫାଇନାଲରେ ଏତେ ବଡ଼ ସ୍କୋର ପିଛା ପୂର୍ବରୁ କେବେ ହୋଇନଥିଲା। ମହିଳା ଏକଦିବସୀୟ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ପିଛା କରିବା ହେଉଛି 275 ରନ୍, ଯାହା ସେମାନେ 2022ରେ ଭାରତ ବିପକ୍ଷରେ ହାସଲ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା 58 ରନ୍ ଏବଂ ଶେଫାଲି 87 ରନ୍ କରିଥିଲେ। ଏହା ବ୍ୟତୀତ ସ୍ମୃତି ମନ୍ଧାନା 45 ରନ୍ କରିଥିଲେ। ରିଚା ଘୋଷ 24 ବଲ୍ ରେ 34 ରନ୍ ର ଏକ ଝଡ଼ମୟ ଇନିଂସ ଖେଳିଥିଲେ। ଜେମିମା ରଡ୍ରିଗ୍ସ 24 ରନ୍ କରି ଆଉଟ୍ ହୋଇଥିଲେ ଏବଂ ଅଧିନାୟିକା ହରମନପ୍ରୀତ କୌର 20 ରନ୍ କରି ଆଉଟ୍ ହୋଇଥିଲେ। ଯେଉଁଠାରେ, ଅମନଜୋତ କୌର 12 ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ, ଆୟାବୋଙ୍ଗା ଖାକା ତିନିଟି ୱିକେଟ ନେଇଥିବା ବେଳେ ମାଲାବା, ଡି କ୍ଲାର୍କ ଏବଂ କ୍ଲୋଏ ଟ୍ରିଅନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।


ଆଜି ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ୨୦୨୫ ମହିଳା ବିଶ୍ୱକପର ଫାଇନାଲ ଖେଳାଯାଉଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍ ଏକ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି। ମ୍ୟାଚ୍ ଅପରାହ୍ନ ୩ଟାରେ ଆରମ୍ଭ ହେବାର ଥିଲା, କିନ୍ତୁ ବର୍ଷା ଯୋଗୁଁ ଟସ୍ ପ୍ରାୟ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ରେ ଆୟୋଜକ ଭାରତ, ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍ ରେ ପାକିସ୍ତାନକୁ ପରାସ୍ତ କରିଥିଲା। ହେଲେ ଏହାପରେ ଭାରତ କ୍ରମାଗତ ଭାବେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହାପରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ରେ ଘରୋଇ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ସହ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା। ଆଉ ସେମି ଫାଇନାଲରେ ଟିମ୍ ଇଣ୍ଡିଆର ମୁକାବିଲା ଥିଲା ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହିତ। ଏକ ହାଇସ୍କୋରିଂ ମ୍ୟାଚ୍ ରେ ଜେମିମା ରୋଡ୍ରିଗ୍ସଙ୍କ ଦମଦାର୍ ଅପରାଜିତ ଶତକ ବଳରେ 339 ରନ୍ ର ଟାର୍ଗେଟକୁ ହାସଲ କରିବା ସହ ଫାଇନାଲକୁ ଉନ୍ନୀତ ହୋଇଥିଲା, ଆୟୋଜକ ଭାରତ।

Weather

ଆଜିଠୁ ବଦଳିବ ପାଗର ମିଜାଜ୍

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାକୁ ଛୁଇଁବ ପହିଲି ଶୀତ । ବର୍ଷା ପରେ ସମଗ୍ର ରାଜ୍ୟରେ କମିବ ତାପମାତ୍ରା, ଅନୁଭୂତି ହେବ ଶୀତର ପ୍ରକୋପ । ଆଜିଠୁ ବଦଳିବ ପାଗର ମିଜାଜ୍, ଅନୁଭବ ହେବ ଥଣ୍ଡା । ରାଜ୍ୟରେ ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପରେ କୌଣସି ପ୍ରଭାବ ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଚଳିତ ବର୍ଷ ବିଳମ୍ବରେ ଶୀତ ପଡ଼ିଥିବା ବେଳେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁ ପାଳକ କହିଛନ୍ତି, "ଆଜିଠାରୁ ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ଧୀରେ ଧୀରେ କମିବ । ସବୁଠି ୨ରୁ ୩ ଡିଗ୍ରୀ ତାପମାତ୍ରା ତଳକୁ ଖସିବା । ରାଜ୍ୟକୁ ଉତ୍ତରା ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପଶିବା କାରଣରୁ ଦିନର ତାପମାତ୍ରା ଅପେକ୍ଷା ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ଯାହାର ପ୍ରଭାବରେ ଆଜିଠୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ । ଫଳରେ ଥଣ୍ଡା ଅନୁଭୂତି ହେବ । " ସେ ଆହୁରି କହିଛନ୍ତି,"ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।" ସେ ଆହୁରି କହିଛନ୍ତି,"ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।" ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପରେ ପରିଣତ ହୋଇ ଆଗାମୀ ୫ ଦିନ ଭିତରେ ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶ ଆଡ଼କୁ ତାହା ଗତି କରିପାରେ । ଓଡ଼ିଶା ଉପକୂଳରେ ଏହାର କିଛି ପ୍ରଭାବ ପଡିବ ନାହିଁ । ଆଗାମୀ 7 ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।