Join Us To Make A Difference

The Drops💧

ପୀତବାସଙ୍କ ମୁଖ୍ୟ ହତ୍ୟାକାରୀଙ୍କୁ ରିମାଣ୍ଡରେ ନେଲା ପୋଲିସ

ପୀତବାସଙ୍କ ମୁଖ୍ୟ ହତ୍ୟାକାରୀଙ୍କୁ ରିମାଣ୍ଡରେ ନେଲା ପୋଲିସ
Published by:Jyotshna Kumari
#crime

ବ୍ରହ୍ମପୁର( ଦ କୁଇଭର ):- ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଚାରି ଜଣଙ୍କୁ ରିମାଣ୍ଡରେ ନେଲା ବୈଦ୍ୟନାଥପୁର ଥାନା ପୋଲିସ । ଚାରି ଜଣଙ୍କ ମଧ୍ୟରେ ଅଛନ୍ତି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ । ଚାରି ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ ।ଗତକାଲି ପୋଲିସ ଜେଏମଏଫସିଙ୍କ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା । ଆଜି ଅଭିଯୁକ୍ତ ମାନଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିପାରେ ପୋଲିସ l ଗତକାଲି ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ମାଷ୍ଟର ମାଇଣ୍ଡ ଉମା ବିଷୋୟୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।

Comments

Leave a Comment

Comments

No comments yet.

Politics

ନୂଆପଡ଼ାରେ ମଇଦାନରେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ:- ନୂଆପଡ଼ା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ନିର୍ବାଚନ ୧୧ ତାରିଖରେ ହେବାକୁ ଥିବାବେଳେ ୧୦ ରେ ସାଇନ ଡାଏ ଘୋଷଣା ହେବ । ଏହା ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ଲାଗି ଜୋରଦାର କସରତ କରିବାକୁ ପଡିବ । ହାତରେ ଆଉ ମାତ୍ର ୭ ଦିନ ଥିବାରୁ ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନାହିଁ । ମଇଦାନକୁ ଆସିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ । ସେହିପରି ବହୁ ହେଭିୱେଟ ସାଂସଦ, ବିଧାୟକ ଓ ବିଭିନ୍ନ ଦଳର ମୁଖପାତ୍ର ବି ସାମିଲ ହେବେ । ନିଜ ଦଳ ଓ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ବିରୋଧୀ ଦଳ ଓ ବିରୋଧୀ ପ୍ରାର୍ଥୀଙ୍କ ବାବଦରେ କରିବେ ଟୀକା ଟିପ୍ପଣୀ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଠାରୁ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନୂଆପଡ଼ାରେ ପ୍ରଚାର ଆରମ୍ଭ କରିଛନ୍ତି । କୋମନା ସଭାରେ ବିଜେଡି ଶାସନ ସମୟରେ ନୂଆପଡ଼ାର ବିକାଶ ଓ ବିଜେପି ସରକାରରେ ହୋଇଥିବା ବିନାଶ ବାବଦରେ ବଖାଣିଛନ୍ତି ନବୀନ । ସେହିପରି ନବୀନ ପୁନର୍ବାର ୭ ତାରିଖରେ ନୂଆପଡା ଯିବେ । ନୂଆପଡାରେ ଦୁଇଟି ରୋଡ ସୋ କରିବେ । ନବୀନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଚାର ପାଇଁ ଗାଡି ପ୍ରସ୍ତୁତ ହୋଇଛି । ସେହିପରି ସେହିଦିନ ଅପରାହ୍ନରେ ଦଳୀୟ ନେତାଙ୍କ ସହ ନବୀନ ବୈଠକ କରିବେ । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନବୀନଙ୍କ ଛଡା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଟୁକୁନୀ ସାହୁ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି ।

Politics

ଆଜି ନୂଆପଡା ଗସ୍ତରେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ନୂଆପଡା ଉପ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ । ନିର୍ବାଚନ ସଭାରେ ଯୋଗଦେବେ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗୀନ ଛୁରିଆଙ୍କ ପାଇଁ ମାଗିବେ ଭୋଟ । ଭୁବନେଶ୍ୱରରୁ ଆଜି ସକାଳ ୯.ଘଣ୍ଟା ୪୫ ମିନିଟ ରୁ ବାହାରି ୧୦ ଘଣ୍ଟା. ୪୫ ମିନିଟ ରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ସେତନ୍ତ୍ର ହେଲିକପ୍ଟରରେ ସମ୍ଭବ ଅସ୍ଥାୟୀ ହେଲିପେଡରେ ୧୧ ଘଣ୍ଟା ୧୫ ମିନିଟ ରେ ପହଞ୍ଚିବେ। ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ ଭୁବନେଶ୍ବର ଫେରିଆସିବେ । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଗତକାଲି ବିଶାଲ ବାଇକ୍ ରାଲି ପରେ ଆଜି ପଦଯାତ୍ରା କାର୍ଯ୍ୟକ୍ରମ । କୋମନା ବ୍ଲକ୍ ଜୋନ୍-୨ ଅନ୍ତର୍ଗତ ଦାନଝୋଲା ଠାରୁ କୋଟାପାଲି, ଗଣ୍ତାମେର ଦେଇ କାଣ୍ଡେତରା ପର୍ଯ୍ୟନ୍ତ ପଦଯାତ୍ରା କରିବେ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ।ଗତକାଲି ୧୦ କିଲୋମିଟର ବାଇକ ରାଲି କରିଥିଲେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ । ତେବେ ଆସନ୍ତା ୭ ତାରିଖରେ କ୍ୟାମ୍ପେନକୁ ଜୋରଦାର କରିବାକୁ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ ।

Crime

ପୀତବାସଙ୍କ ମୁଖ୍ୟ ହତ୍ୟାକାରୀଙ୍କୁ ରିମାଣ୍ଡରେ ନେଲା ପୋଲିସ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଚାରି ଜଣଙ୍କୁ ରିମାଣ୍ଡରେ ନେଲା ବୈଦ୍ୟନାଥପୁର ଥାନା ପୋଲିସ । ଚାରି ଜଣଙ୍କ ମଧ୍ୟରେ ଅଛନ୍ତି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ । ଚାରି ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ ।ଗତକାଲି ପୋଲିସ ଜେଏମଏଫସିଙ୍କ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା । ଆଜି ଅଭିଯୁକ୍ତ ମାନଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିପାରେ ପୋଲିସ l ଗତକାଲି ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ମାଷ୍ଟର ମାଇଣ୍ଡ ଉମା ବିଷୋୟୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।

Weather

ଆଜିଠୁ ବଦଳିବ ପାଗର ମିଜାଜ୍

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାକୁ ଛୁଇଁବ ପହିଲି ଶୀତ । ବର୍ଷା ପରେ ସମଗ୍ର ରାଜ୍ୟରେ କମିବ ତାପମାତ୍ରା, ଅନୁଭୂତି ହେବ ଶୀତର ପ୍ରକୋପ । ଆଜିଠୁ ବଦଳିବ ପାଗର ମିଜାଜ୍, ଅନୁଭବ ହେବ ଥଣ୍ଡା । ରାଜ୍ୟରେ ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପରେ କୌଣସି ପ୍ରଭାବ ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଚଳିତ ବର୍ଷ ବିଳମ୍ବରେ ଶୀତ ପଡ଼ିଥିବା ବେଳେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁ ପାଳକ କହିଛନ୍ତି, "ଆଜିଠାରୁ ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ଧୀରେ ଧୀରେ କମିବ । ସବୁଠି ୨ରୁ ୩ ଡିଗ୍ରୀ ତାପମାତ୍ରା ତଳକୁ ଖସିବା । ରାଜ୍ୟକୁ ଉତ୍ତରା ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପଶିବା କାରଣରୁ ଦିନର ତାପମାତ୍ରା ଅପେକ୍ଷା ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ଯାହାର ପ୍ରଭାବରେ ଆଜିଠୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ । ଫଳରେ ଥଣ୍ଡା ଅନୁଭୂତି ହେବ । " ସେ ଆହୁରି କହିଛନ୍ତି,"ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।" ସେ ଆହୁରି କହିଛନ୍ତି,"ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।" ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପରେ ପରିଣତ ହୋଇ ଆଗାମୀ ୫ ଦିନ ଭିତରେ ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶ ଆଡ଼କୁ ତାହା ଗତି କରିପାରେ । ଓଡ଼ିଶା ଉପକୂଳରେ ଏହାର କିଛି ପ୍ରଭାବ ପଡିବ ନାହିଁ । ଆଗାମୀ 7 ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Shree Jagannath

ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ହେଉଛି ପବିତ୍ର ଅଁଳା ନବମୀ, ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିର । ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ବର୍ଷକରେ ଥରେ ଏହି ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି ମନ୍ଦିରକୁ । ସେପଟେ ଭକ୍ତ ମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ରହିଛି ଗୋପାଳଜିଉ ମନ୍ଦିର । ଆଜିର ଦିନରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ । ଏଥିପାଇଁ ମଧ୍ୟରାତ୍ରରୁ ଗୋପାଳଜିଉ ମନ୍ଦିର ସାମ୍ନାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିଛି । ରାତ୍ର ୧ ଟାରେ ଦ୍ଵାର ପୂଜା ପରେ ମଙ୍ଗଳା ଆଳତୀ, ମର୍ଦନ ଅବକାଶ ପରେ ନଟବର ଵେଶ ସମାପ୍ତ ହୋଇଥିଲା । ପରେ ଭୋରରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବଳଧୂପ ,ମଦନ ମୋହନ ଭୋଗ ପରେ ସକାଳ ୫ଟା ୪୫ ମିନିଟ ଠାରୁ ଭକ୍ତ ମାନଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ଚାଲିଛି । ଆଜିର ଦିନରେ ଶ୍ରୀରାଧାଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିବା ସହିତ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇଥାନ୍ତି ବୋଲି ବିଶ୍ଵାସ ରହିଛି । ଶ୍ରଦ୍ଧାଳୁ ମାନେ ଆଜିର ଦିନରେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଳ୍ପ କରିଥାନ୍ତି । ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

Shree Jagannath,National

ମନ୍ଦିରରେ ଦଳାଚକଟା, ୧୧ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ : ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ହୋଇଛି । ଏଥିର ୧୧ଜଣଙ୍କର ଜୀବନ ଗଲାଣି । ଆହୁରି ଅନେକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାଶୀବୁଗା ସ୍ଥିତ ଏହି ମନ୍ଦିରରେ ଅଘଟଣ ପୁଣି ଥରେ ଦେଉଳରେ ଦିଅଁ ଦର୍ଶନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଏତେ ଲୋକଙ୍କ ଜୀବନ ଯିବା ପରେ ସରକାର ବା ରାଜନେତାମାନେ କେବଳ ଦୁଃଖ ପ୍ରକାଶ କରି ରହିଯାଉଛନ୍ତି । ହେଲେ ସ୍ଥିତିର ସୁଧାର ଆସୁନାହିଁ । ଏହି ଦଳାଚକଟା ପରେ ପୁରୀ ପ୍ରଶାସନ ତତ୍ପର ହୋଇ ପଡ଼ିଛି । ପଞ୍ଚୁକରେ ପ୍ରବଳ ଭିଡ଼ ହେଉଥିବାରୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଓ ଭିଡ଼ରେ ଭକ୍ତମାନଙ୍କ ଗହଳିକୁ କମାଇବା ପାଇଁ ଲାଗି ପଡ଼ିଛନ୍ତି ।


ଏବେ ଆସିବା ପ୍ରସଙ୍ଗକୁ । ଆନ୍ଧ୍ର ଶ୍ରୀକାକୁଲମରେ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ଏକାଦଶୀ ଥିବାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ହେଲେ ଏତେ ସଂଖ୍ୟକ ଭକ୍ତଙ୍କୁ ଶୃଙ୍ଖଳାର ସହ ଦର୍ଶନ କରାଇବା ପାଇଁ ସେପରି କୌଣସି ବ୍ୟବସ୍ଥା ନଥିଲା । ଅଳ୍ପ କିଛି ସୁରକ୍ଷା କର୍ମୀ ଥିବା ବେଳେ ଭକ୍ତଙ୍କ ଭିଡ଼ ଆଗରେ ସେମାନେ ଅଶହାୟ ହୋଇ ପଡ଼ିଥିଲେ । ଦର୍ଶନ ପାଇଁ ଲାଗିଯାଇଥିଲା ଠେଲାପେଲା । ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କି ସୁରକ୍ଷା କର୍ମୀ ନଥିବାରୁ ମନଇଚ୍ଛା ପ୍ରବେଶ ଓ ପ୍ରସ୍ଥାନ ହେଉଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଗଲା ।


ମହିଳା, ପୁରୁଷ, ଛୋଟ ପିଲାମାନେ ଠେଲାପେଲା ଭିତରେ ଚାପି ହୋଇଗଲେ । ସେହି ଭିଡ଼ ଭିତରୁ ବାହାରିବାକୁ ସମସ୍ତେ ଲାଗି ପଡ଼ିଲେ । ଆଗକୁ ଭିଡ଼ ଯାଉ ନଥିଲା ଓ ପଛରୁ ଲୋକେ ପଶୁଥିଲେ । ମଝିରେ ଅଣନିଶ୍ୱାସୀ ହୋଇଯାଇଥିବା ଭକ୍ତ ଠେଲାପେଲା କରି ବାହାରିବାକୁ ଉଦ୍ୟମ କରିଥିଲେ । ଏଥିଯୋଗୁ ସେଠାରେ ଜୋରସୋର ଲାଗିଗଲା ଧକ୍କା ମୁକି । ପ୍ରଥମେ ୬/୭ଜଣ ଭକ୍ତ ତଳେ ପଡ଼ିଗଲେ । ଏହାପରେ ଶତାଧିକ ଭକ୍ତ ଠେଲାପେଲାରେ ତଳେ ପଡ଼ିଗଲେ । ତାଙ୍କ ଉପରେ ଅନ୍ୟ ଭକ୍ତମାନେ ଚଢ଼ି ପଳାଇବାକୁ ଉଦ୍ୟମ କରିବାରୁ ସ୍ଥିତି ଭୟଙ୍କର ହେଲା । ଦଳାଚକଟା ଭୀଷଣ ରୂପ ନେଇଗଲା ।


ସ୍ଥିତି ନିୟନ୍ତ୍ରଣ ପାଇଁ କିଛି ନଥିଲା । ଖବର ପାଇ ପୋଲିସ ପହଞ୍ଚିବା ବେଳକୁ ମନ୍ଦିର ଭିତରେ ୯ଜଣଙ୍କର ଜୀବନ ଯାଇ ସାରିଥିଲା । ଆହତ ଓ ଅସୁସ୍ଥ ମାନଙ୍କୁ ତତ୍କାଳ ହସ୍ପିଟାଲ ନିଆଗଲା । ବାଟରେ ଆଉ ଦୁଇଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ସ୍ଥିତିକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡ଼ୁ ଶୋକ ପ୍ରକଟ କରିଛନ୍ତି ।


ଅନ୍ୟପକ୍ଷରେ ଆନ୍ଧ୍ରର ଦଳାଚକଟା ପରେ ପୁରୀରେ ତତ୍ପର ହୋଇଛି ପ୍ରଶାସନ । ପଞ୍ଚୁକ ୫ ଦିନରେ ପ୍ରବଳ ଭିଡ଼ ହେବ । ସେଥିପାଇଁ ସତର୍କ ନଜର ଦିଆଯାଇଛି । ୨୦୦୬ରେ କାର୍ତ୍ତୀକ ପୂର୍ଣ୍ଣମୀ ପୂର୍ବଦିନ ଦେଉଳ ଭିତରେ ଦଳାଚକଟା ଲାଗିଗଲା । ଦୀପ ନିଆଁରେ ପୋଡ଼ି ହୋଇ ୫ଜଣଙ୍କ ଜୀବନ ଯାଇଥିଲା । ଏହାପରେ କିଛିଟା ସଂସ୍କାର ଆସିଛି, ମାତ୍ର ଶୃଙ୍ଖଳା ନାମରେ ପଡ଼ିଥିବା ବ୍ୟାରିକେଡ ଓ ଟଙ୍କା ନେଇ ଦର୍ଶନ କରାଇବାର ପରମ୍ପରା ଅଘଟଣକୁ ଡାକୁଛି । ଏହାକୁ ବନ୍ଦ କରି ସହଜ ଦର୍ଶନ ପାଇଁ ପ୍ରଶାସନ ଲାଗିଛି । ଦେଖାଯାଉ ପୁରୀ ମନ୍ଦିରର ସ୍ଥିତି ଭଲ ରହୁଛି ନା କିଛି ବ୍ୟତିକ୍ରମ ହେଉଛି ?