ଦ କୁଇଭର ବ୍ୟୁରୋ :- ଓଡ଼ିଶାକୁ ଛୁଇଁବ ପହିଲି ଶୀତ । ବର୍ଷା ପରେ ସମଗ୍ର ରାଜ୍ୟରେ କମିବ ତାପମାତ୍ରା, ଅନୁଭୂତି ହେବ ଶୀତର ପ୍ରକୋପ । ଆଜିଠୁ ବଦଳିବ ପାଗର ମିଜାଜ୍, ଅନୁଭବ ହେବ ଥଣ୍ଡା । ରାଜ୍ୟରେ ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପରେ କୌଣସି ପ୍ରଭାବ ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଚଳିତ ବର୍ଷ ବିଳମ୍ବରେ ଶୀତ ପଡ଼ିଥିବା ବେଳେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁ ପାଳକ କହିଛନ୍ତି, "ଆଜିଠାରୁ ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ଧୀରେ ଧୀରେ କମିବ । ସବୁଠି ୨ରୁ ୩ ଡିଗ୍ରୀ ତାପମାତ୍ରା ତଳକୁ ଖସିବା । ରାଜ୍ୟକୁ ଉତ୍ତରା ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପଶିବା କାରଣରୁ ଦିନର ତାପମାତ୍ରା ଅପେକ୍ଷା ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ଯାହାର ପ୍ରଭାବରେ ଆଜିଠୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ । ଫଳରେ ଥଣ୍ଡା ଅନୁଭୂତି ହେବ । " ସେ ଆହୁରି କହିଛନ୍ତି,"ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।" ସେ ଆହୁରି କହିଛନ୍ତି,"ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।" ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପରେ ପରିଣତ ହୋଇ ଆଗାମୀ ୫ ଦିନ ଭିତରେ ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶ ଆଡ଼କୁ ତାହା ଗତି କରିପାରେ । ଓଡ଼ିଶା ଉପକୂଳରେ ଏହାର କିଛି ପ୍ରଭାବ ପଡିବ ନାହିଁ । ଆଗାମୀ 7 ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।






