ନୂଆଦିଲ୍ଲୀ(ଦ କୁଇଭର): ଦେଶର ପାୱାରଫୁଲ ଓ ପ୍ରଭାବଶାଳୀ ବ୍ୟବସାୟୀ ଭାବେ ସବୁଠୁ ଶୀର୍ଷରେ ରହିଛନ୍ତି ରିଲାନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଟେଲିକମ, ଏନର୍ଜି ଭଳି ସେକ୍ଟରରେ ତାଙ୍କର ପ୍ରଭାବ ବଢ଼ାଉଥିବା ମୁକେଶ ଏବେ ଜାତୀୟ ଏଆଇ ଭିତ୍ତିଭୂମି ପ୍ରସ୍ତୁତ କରି ଟପରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରବେଶ କରି ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହାବ୍ୟତୀତ ଷ୍ଟିଲ ଉତ୍ପାଦନରେ ଆଗକୁ ବଢ଼ିଥିବା ସଜ୍ଜନ ଜିନ୍ଦଲ ଏବେ ଇଲେକ୍ଟି୍ରକ ଭେଇକିଲ ଉତ୍ପାଦନ ଆଡ଼କୁ ପାଦ ବଢ଼ାଇ ପ୍ରଭାବୀ ବ୍ୟବସାୟୀ ତାଲିକାରେ ସ୍ଥାନ ପାଇଛନ୍ତି । ଏହା ପଛକୁ ରହିଛନ୍ତି ସୁନୀଲ ଭାରତୀ ମିତ୍ତଲ । ତାଙ୍କ ପଛକୁ ରହିଛନ୍ତି ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ । ବ୍ୟବସାୟୀ ତାଲିକାରେ ଏଆଇ ବା ଫୁ୍ୟଚର ଟେକ୍ନୋଲୋଜିକୁ ନେଇ ଅମ୍ବାନୀ ଏବେ ସବୁଠୁ ଆଗରେ ରହିଛନ୍ତି ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରକାଶିତ ପାୱାରଫୁଲ ତାଲିକାରୁ ଜଣାପଡ଼ିଛି ।