Banner Ad

ବିଧାୟିକାଙ୍କ ସ୍ୱାମୀ ସର୍ବେସର୍ବା

 ବିଧାୟିକାଙ୍କ ସ୍ୱାମୀ ସର୍ବେସର୍ବା
Published by : Chinmay Pati
#Politics
Jan 26, 2025, 12:35 AM

ଭୁବନେଶ୍ୱର(ଦ କୁଇଭର): ବ୍ରହ୍ମଗିରିରେ ଏବେ ସବୁଠି ଚର୍ଚ୍ଚା, ବିଧାୟିକା ଉପାସନା ମହାପାତ୍ର ନୁହନ୍ତି ତାଙ୍କ ସ୍ୱାମୀ ହିଁ ସବୁ ବୁଝିବେ । କାହାର ଭତ୍ତା ହେବ ଆଉ କାହାକୁ ମିଳିବ ଆବାସ । କିଏ ସରକାରୀ ଯୋଜନାର କ’ଣ ପାଇବ ସେ ସବୁ କାଳେ ବିଧାୟିକା ବୁଝୁ ନହାନ୍ତି, ବୁଝୁଛନ୍ତି ତାଙ୍କ ସ୍ୱାମୀ । ସବୁ କଥାରେ ସେ ଏବେ ମାମଲତକାର । ଏପରିକି ବିଧାୟିକାଙ୍କ ଗସ୍ତ ଓ କାର୍ଯ୍ୟକ୍ରମ ବି ସେ ଧାର୍ଯ୍ୟ କରୁଛନ୍ତି । କେଉଁଠି ସଭା ହେବ ଓ ବିଧାୟିକା କେଉଁ ସଭାକୁ ଯିବେ ସବୁ କିଛି ତାଙ୍କରି ଉପରେ କାଳେ ନିର୍ଭର କରୁଛି । ଏପରିକି ସରକାରୀ ବାବୁମାନେ ବି ତାଙ୍କୁ ଯୋଗାଯୋଗ କରୁଥିବା କୁହାଯାଉଛି । ଏହାକୁ ନେଇ ବ୍ରହ୍ମଗିରିରେ ବେଶ ଚର୍ଚ୍ଚା ହେଉଛି ।

ବ୍ରହ୍ମଗିରିରେ ବିଧାୟିକା ହେଉଛନ୍ତି ଉପାସନା ମହାପାତ୍ର । ହେଲେ ବାସ୍ତବରେ ବିଧାୟକ ଦାୟିତ୍ୱ କାଳେ ତୁଲାଉଛନ୍ତି ତାଙ୍କ ସ୍ୱାମୀ । ପ୍ରତି କଥାରେ ତାଙ୍କରି ମତ ଓ ମନ୍ତବ୍ୟ ଚାଲୁଛି । ଫଟୋ ଉଠାଇବା ବେଳକୁ କେବଳ ବିଧାୟିକା ରହୁଛନ୍ତି । ଏମିତି ଏବେ ବ୍ରହ୍ମଗିରି ଠୁ କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ହେଉଛି । ନିକଟରେ ବ୍ରହ୍ମଗିରିର କିଛି ଲୋକ ବିଧାୟିକାଙ୍କୁ ସେମାନଙ୍କ ଗାଁର ସମସ୍ୟା କଥା କହିଥିଲେ । ଏହାପରେ ତାଙ୍କ ସ୍ୱାମୀଙ୍କ ନିର୍ଦ୍ଦେଶ ପରେ କାମ ହୋଇଥିଲା । କେବଳ ସେତିକି ନୁହେଁ, ଏବେ କେଉଁ ଗାଁର କାହାକୁ ଭତ୍ତା ବା ଆବାସ ଦିଆଯିବ କିମ୍ବା ରାସନ କାର୍ଡ ଦିଆଯିବ ତାହାର ତାଲିକା କାଳେ ବିଧାୟିକାଙ୍କ ସ୍ୱାମୀଙ୍କ କଥା ଉପରେ ଚାଲିଛି । ଯାହାକୁ ନେଇ ଏବେ ସବୁଠି ଅସନ୍ତୋଷ ବଢ଼ିଲାଣି ।

ଏକଥା ମିଛ ବୋଲି କେହି କହୁନାହାନ୍ତି । କାରଣ ବିଧାୟିକାଙ୍କର ନିର୍ବାଚନ ମଣ୍ଡଳୀରେ ଦେଖା ମିଳୁନାହିଁ । କଟକରେ ଯାଇ କଲେଜରେ ଅତିଥି ହେଉଛନ୍ତି, ମାତ୍ର ବ୍ରହ୍ମଗିରି ଲୋକଙ୍କ କଥା ଶୁଣିବାକୁ ସମୟ ନାହିଁ । ସରକାରୀ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଛି, ତାକୁ ଧ୍ୟାନ ଦେଉ ନାହାନ୍ତି । ବିଧାୟିକା ଏକ ପ୍ରକାର ମିଳୁନାହାନ୍ତି । ଲୋକେ ତାଙ୍କ ପାଖକୁ ଯିବା ବେଳକୁ ତାଙ୍କ ସ୍ୱାମୀଙ୍କ ସହ କଥା ହେବାକୁ ପରାମର୍ଶ ମିଳୁଛି । ବ୍ରହ୍ମଗିରିରେ ଅନେକ କାର୍ଯ୍ୟ ହେବାର ଅଛି । ଲୋକଙ୍କର ଆଶା ଅଛି, ସ୍ୱର୍ଗତ ଲୁଲୁଙ୍କ ଝିଅ କାମ କରିବେ । ମାତ୍ର ସେ ପଳାୟନପନ୍ଥୀ ଭଳି ସ୍ଥିତିକୁ ଚାଲି ଗଲେଣି । ଏହାକୁ ନେଇ ଲୋକେ ଅତିଷ୍ଠ ହେଲେଣି ।

କେବଳ ସେତିକି ନୁହେଁ, ସଂଗଠନର ଅନେକ ପୁରୁଖାଙ୍କୁ ଅବହେଳିତ କରାଯାଉଛି । ହାତରେ ଭୋଟ ଥାଉ କି ନଥାଉ, ଲୋକେ ପସନ୍ଦ କରନ୍ତୁ କି ନକରନ୍ତୁ, ଚକଚକ ପୋଷାକ ପିନ୍ଧା ଯୁବଗୋଷ୍ଠୀଙ୍କୁ ବିଧାୟିକା ଧରି ବୁଲୁଛନ୍ତି । ଯାହାଙ୍କୁ ଲୋକେ ଭରସା କରୁନାହାନ୍ତି । ସେମାନଙ୍କ ସହ ବିଧାୟିକା ବୁଲୁଥିବାରୁ ଅନେକ ଅଭିଜ୍ଞ ସଂଗଠକ ଓ କର୍ମୀ ତାଙ୍କ ଠାରୁ ଦୂରେଇବା ଆରମ୍ଭ କଲେଣି । ନିର୍ବାଚନର ମାତ୍ର ୭ମାସରେ ସ୍ଥିତି ଏବେ ଗଡ଼ବଡ଼ ହେଲାଣି । ଏହାର ସୁଯୋଗ ନେଉଛି ବିଜେଡି । ଗତ ନିର୍ବାଚନରେ ବ୍ରହ୍ମଗିରି ବାସୀଙ୍କୁ ଧୋକା ଦେଇ ସାକ୍ଷୀଗୋପାଳ ପଳାଇଥିବା ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ବ୍ରହ୍ମଗିରିରେ ତାଙ୍କ ପତିଆରା ଦେଖାଇବା ଆରମ୍ଭ କଲେଣି ।

ଉପାସନାଙ୍କ ପ୍ରଭାବ କମୁଥିବାରୁ ସଞ୍ଜୟ ଏବେ ନିର୍ବାଚନ ମଣ୍ଡଳୀରେ ତାଙ୍କ କାଟତୀ ଦେଖାଇବା ଆରମ୍ଭ କଲେଣି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି କିପରି ସବୁଠି ରହିବ ସେଥିପାଇଁ ସଞ୍ଜୟ ତାଙ୍କ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଥିବା ବେଳେ ଉପାସନା ଅଞ୍ଚଳରୁ ଦୂରରେ ରହିବା ଓ ତାଙ୍କ ସ୍ୱାମୀଙ୍କ ଆଧିପତ୍ୟ ବଢ଼ୁଥିବାରୁ ଲୋକେ ମୁହଁ ମୋଡ଼ିଲେଣି । ଦେଖାଯାଉ ଉପାସନା ଏକଥା ବୁଝି ସ୍ଥିତିକୁ ସମ୍ଭାଳୁଛନ୍ତି ନା ସଞ୍ଜୟଙ୍କୁ ରାସ୍ତା ଦେଉଛନ୍ତି?


Leave a Comment

Comments

No comments yet.

Best Biofloc Fish Farming

ad
Read more

State

୩ ଦିନ ଯାଏଁ ନିଆଁ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଏପ୍ରିଲ ଆରମ୍ଭ ନହେଉଣୁ ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ପ୍ରବଳ ଖରାରେ ସନ୍ତୁଳି ହେଉଛି ସାରା ରାଜ୍ୟ l ହିଟ୍ ୱେବ୍ ନେଇ ଜାରି ହେଲା ରେଡ ଆଲର୍ଟ। ପ୍ରବଳ ହିଟ୍ ୱେବ୍ କଣ୍ଡିସନ୍ ପାଇଁ ରାଜ୍ୟରେ ଜାରି ହେଲା ରେଡ ଆଲର୍ଟ। ପ୍ରତିଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ହେଲେ ଗରମ ସାଙ୍ଗକୁ ଅଣାୟତ୍ତ କରୁଚି ହିଟ୍ ୱେବ୍ । ଦିନରେ ଝାଞ୍ଜି ପବନ ଓ ଲୁ କଲବଲ କରୁଛି। ଏମିତିକି ଦିନରେ ଘରୁ ବାହାରିବା ମୁସ୍କିଲ ହୋଇଚି। ହେଲେ ଏଥର ବଳି ଯାଇଛି ଅବଧି। ଗତ ୧୩ ତାରିଖରୁ ହିଟ୍ ୱେବ୍ ସ୍ଥିତି ଦେଖିବାକୁ ମିଳିଥିବାବେଳେ ଆହୁରି ୪ ଦିନ ଯାଏଁ ଏଭଳି ସ୍ଥିତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ତିନି ମାସ ପ୍ରବଳ ଖରା ଗରମ ସାଙ୍ଗକୁ ହିଟ୍ ଅବଧି ଅଧିକ ଦିନ ରହିବ ବୋଲି ଆଗୁଆ ସତର୍କ କରିଥିଲା ଭାରତୀୟ ପାଣିପାଗ ବିଭାଗ। ଆଜି ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହେବା ସହ ସୁନ୍ଦରଗଡ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଉପକୂଳର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ ଦିନ ୨ଟା ସୁଦ୍ଧା ଆଜି ପାରଦ ୪୨ ଡିଗ୍ରୀ ଛୁଇଁଲା। ଦିନ ୨ଟା ୩୦ ସୁଦ୍ଧା ଆଜି ତାପମାତ୍ରା ୪୨ ଡିଗ୍ରୀ ପାର କରିଛି। ଆଜି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ପାଇଁ ରେଡ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡିକରେ ସିଭୀୟର ହିଟ୍ ୱେବ୍ କଣ୍ଡିସନ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣରେ ଓରେଞ୍ଜ ଓ ୟେଲୋ ଆଲର୍ଟ। ସୁନ୍ଦରଗଡ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ଜାରି ହୋଇଛି। ସଂପୂର୍ଣ୍ଣ ଉତ୍ତର ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୭ ତାରିଖରେ ରାଜ୍ୟର ୯ ଜିଲ୍ଲାକୁ ବାଦ୍ ଦେଲେ ବାକି ସମସ୍ତ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି ୩ ଦିନ ଯାଏଁ ନାହିଁ ନିସ୍ତାର l

State

ବାରିପଦାରେ ହତ୍ୟା

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ଠିକାଦାର ତଥା ବିଜେଡିର ବରିଷ୍ଠ ସଦସ୍ୟ ଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା।


ସୂଚନାନୁସାରେ, ସ୍ନେହାଶିଷ ଘରେ ଥିବା ସମୟରେ ଜନୈକ ଯୁବକ ଜଣଙ୍କ ଘରେ ପଶିଥିଲେ। ହଠାତ୍‌ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଯୁବକ ଜଣଙ୍କ ଏକ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଜଣାପଡିଛି। ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଉଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

State

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି କାର୍ଯ୍ୟାଳୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଇଚାରାର ପର୍ବ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ୍ଧୁ ମିଳନରେ ଓଡିଶା ଗଣମାଧ୍ୟମ ଜଗତର ସାମ୍ବାଦିକ ଓ ସାମ୍ବାଦିକାଙ୍କ ସମେତ ମନ୍ତ୍ରୀ ବିଧାୟକ ସଂସଦ ଓ କର୍ମକର୍ତ୍ତାଙ୍କ ସହ ମିଶି ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ରାଜ୍ୟବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଓ ଶୁଭକାମନା ଦେବା ସହ ଖୁସିର ଏହି ପର୍ବକୁ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଏହି ବନ୍ଧୁ ମିଳନର ହୋଲି ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ଯୋଗ ଦେଇ ସମସ୍ତ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁସ୍ତ ଜୀବନ କାମନା କରିଥିଲେ । ଏହା ସହିତ ହୋଲି ଉତ୍ସବ ପାଳନ ଅବସରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଲି ଖେଳିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୋଲିସ ଡିଜି ୱାଇବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଲି ଖେଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦେହରେ ରଙ୍ଗ ମାରିବା ସହ ମିଠା ଖୁଆଇ ଉତ୍ସବ ପାଳିଛନ୍ତି। "ଭାତୃତ୍ୱ ଓ ସଦ୍‌ଭାବନାର ପର୍ବ ହେଉଛି ହୋଲି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ। ରାଧାଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି," ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଏହି ବନ୍ଧୁ ମିଳନର ହୋଲି ଉତ୍ସବରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ସମସ୍ତ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁସ୍ତ ଜୀବନ କାମନା କରିଥିଲେ ।

State

କରଞ୍ଜିଆର ଐତିହାସିକ ଦୋଳ ଯାତ୍ରା ଆରମ୍ଭ

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଡ଼ ରେ ଦୋଳ ଯାତ୍ରା ଆରମ୍ଭ ହୋଇଛି ଯାହାକି ଏହା ପନ୍ଦର ଦିନ ଧରି ଚାଲୁଥିବା ବେଳେ ପ୍ରଥମ ଦିନରେ ଉପଖଣ୍ଡ ଅଞ୍ଚଳ ରୁ ଠାକୁରମାନେ ଆସିଥାନ୍ତି । ରାତ୍ରି ପ୍ରାୟ ୮ ଘଟିକା ସମୟରେ ମିଳନ ପଡ଼ିଆ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଦୋଳ ପଡ଼ିଆ ଠାରେ ପହଞ୍ଜିବା ପରେ ସେଠାରେ ପୂଜାର୍ଚ୍ଚନା କରି ୧୧ଘଟିକା ସମୟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା।ପରେ ଶ୍ରୀଜୀଉମାନଙ୍କୁ ପାଞ୍ଚପୀଡ଼ ଦୋଳ ସମିତି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ମିଳନ ପାଇଁ ନିମନ୍ତ୍ରଣ କରିଥାନ୍ତି । ତେବେ ଉପଖଣ୍ଡ ଅଞ୍ଚଳରୁ ଆସୁଥିବା ଶ୍ରୀଜୀଉଙ୍କ ମଧ୍ୟରୁ ଯଶିପୁର ଠାକୁରଙ୍କୁ ବଡ ଠାକୁର ବଲି ମାନିଥାନ୍ତି । ଯଶିପୁର ଶ୍ରୀଜିଉ ବଡ଼ ବୋଲି କୁହାଯାଏ। ଯଶୀପୁର ରୁ ଆସି ମାଣିକ ଛକ ଠାରେ ପହଞ୍ଚିଲା ପରେ ଭୋର୍ ୩ଘଟିକା ସମୟରେ ପାଞ୍ଚପୀଡ଼ ଦୋଳ ସମିତି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଏବଂ ଦୋଳ ମିଳନ କମିଟି ର ସଦସ୍ୟ ମାନେ ମାଣିକ ଛକ ଯାଇ ସ୍ୱାଗତ କରିବା ପରେ ସେଠାରୁ ଏକ ବିରାଟ ସଭାଯାତ୍ର ରେ ଠାକୁର ଆସି ମିଳନ ପଡିଆ ଠାରେ ପହଞ୍ଚିଥିଲେ ଏବଂ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ସମସ୍ତ ଠାକୁରଙ୍କ ମିଳନ ହୋଇଥିଲା ।ବାଣ ବାଦ୍ୟ ଆଲକ ରେ ଝଲସି ଉଠିଛି ପୁରା କରଞ୍ଜିଆ ତେବେ ବିଭିନ୍ନ ସୂତ୍ରରୁ ଜଣା ପଡିଛି କି ଏହି ଦୋଳ ଯାତ୍ରା ଟି କରଞ୍ଜିଆ ପାଞ୍ଚପୀଡ଼ ଉପଖଣ୍ଡରେ ଦୀର୍ଘ ବର୍ଷ ରୁ ଅନୁଷ୍ଠିତ ହୋଇଆସୁଛି ଯାହାକି ସଖାଳ ଭର ସମୟରେ ଶ୍ରୀଜୀଉ ମାନଙ୍କ ମିଳନ ହୋଇଥାଏ ଏବଂ ତିନିଦିନ ଧରି ଠାକୁରମାନେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଜାଗା ପରିକ୍ରମା କରିବା ସହିତ ଭକ୍ତ ମାନଙ୍କ ଠାରୁ ଭଗ ଗ୍ରହଣ କରିଥାନ୍ତି ଏବଂ ହୋଲି ଖେଳିଥାନ୍ତି ତିନି ଦିନ ପରେ ନିଜ ଅଞ୍ଚଳ କୁ ବାହୁଡ଼ି ଯାଇଥାନ୍ତି । ଏହି ଯାତ୍ରା କୁ ଦେଖିବାକୁ କେବଳ ଏହାର ଆଖପାଖ ଅଞ୍ଚଳ ନୁହଁ ବରଂ ଏହାର ପଡସୀ ଜିଲ୍ଲା ଏବଂ ପଡସୀ ରାଜ୍ୟରୁ ମଧ୍ୟ ଲୋକଙ୍କ ସମାଗମ ହାଇଥିବା ଦେଖିବାକୁ ମିଳିଥାଏ । ତାସହିତ କରଞ୍ଜିଆ ପ୍ରଶାସନ ପକ୍ଷରୁ କେମିତି ଶାନ୍ତି ଶୃଙ୍ଖଳା ଯାତ୍ରା ସମ୍ପୂର୍ଣ ହୋଇପାରିବ ତା ପାଇଁ ପଲିସ ମୁତୟନ କରାଯାଇଥାଏ ।




State

ଆଜି ୧୧.୩୦ ଯାଏ ଗୃହ ମୁଲତବି

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆଜି ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ ବିଜେଡି ସଦସ୍ୟ । ପୁଣି ଗୃହକାର୍ଯ୍ୟ ଚଳାଇ ଦେଲେନି ବିରୋଧୀ । ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦାବି କରିଛି କଂଗ୍ରେସ । ଏଣୁ ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ । ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ହାତରେ କଳା ପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭ ହେଉହେଉ ଜଳସେଚନ ଉପରେ ଗୃହରେ ଉତ୍ତର ରଖୁଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ । କିନ୍ତୁ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟ ନାରାବାଜି ଆରମ୍ଭ କରି ଦେଇଥିଲେ । ପୋଲାଭରମ ପ୍ରସଙ୍ଗରେ ଗୃହରେ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ । ପୋଲାଭରମ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବି ପ୍ରସ୍ତାବ ଦେଇଥିଲା ବିଜେଡି,ଯାହାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି lଶେଷରେ ବାଧ୍ୟ ହୋଇ ବାଚସ୍ପତ୍ତି ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

Politics,State

ଗିରଫ ହେଲେ ରାଜା ଚକ୍ର

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏହାକୁ ନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ସତ ବୋଲି ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ପଲଟିକାଲ୍ ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଆଜି ରାଜାଙ୍କୁ କୋର୍ଟଚାଲାଣ କରାଯିବ। ଗତକାଲି ହାଇକୋର୍ଟ ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାପରେ ତାଙ୍କ ପତ୍ନୀ ଓ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବ ବୋଲି ସୂଚନା ରହିଛି।


ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହୋଇଛି।


ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତାର ତନାଘନା କରିଥିଲା। ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ପରେ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ, ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଜେରା ବେଳେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି। ରିମାଣ୍ଡ ଅବଧି ଆଜି ସରିବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା l

Politics

୧୨ ବର୍ଷ ପାଇଁ ପ୍ରଦୀପ ମାଝୀ ବାସନ୍ଦ

Blog Thumbnail

ଦ କୁଇଭର ବ୍ୟୁରୋ :- ବିବାହ କରିଲେ ଜାତିରୁ ବାସନ୍ଦ ହେଲେ । ଅନ୍ୟ ଜାତିରେ ବିବାହ କରିବା ପ୍ରଦୀପ ମାଝୀଙ୍କୁ ପଡିଛି ମହଙ୍ଗା । ପ୍ରଦୀପ ଓ ତାଙ୍କ ପରିବାରଙ୍କୁ ନିଜ ଜାତି କଲା ସମାଜିକ ବାସନ୍ଦ । ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ୧୨ ବର୍ଷ ପାଇଁ ନିଜ ସମାଜିକ ବାସନ୍ଦର ଶିକାର ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ ।


ଧାମନାଗୁଡାଠାରେ ଅନୁଷ୍ଠିତ ହୋଇଥିବା ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟିର ବୈଠକରେ ପ୍ରଦୀପ ମାଝୀଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲା ।ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀ ଏବଂ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଦୀପଙ୍କ ପରିବାରର କୌଣସି ଭଲମନ୍ଦ କାର୍ଯ୍ୟରେ ଆଦିବାସୀ ସମାଜର କେହି ଯୋଗ ଦେବେ ନାହିଁ ବୋଲି ବୈଠକରେ କଠୋର ନିଷ୍ପତ୍ତି ନିଆଯାଇଥିଲା। ମାର୍ଚ୍ଚ ୧୨ ତାରିଖ ଗୋଆରେ କେନ୍ଦ୍ରାପଡା ଜିଲ୍ଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଆଦିବାସୀ ଭତରା କେନ୍ଦ୍ରୀୟ କମିଟି ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଥିଲା । ଏହି ବିବାହ କରି ପ୍ରଦୀବ ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ନେଇ ଆଦିବାସୀ କେନ୍ଦ୍ରୀୟ କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ପୂର୍ବରୁ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କର ବିବାହ ଏକ ବ୍ରାହ୍ମଣ ପରିବାରରେ କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ କରାଇଥିଲେ। ଏହାକୁ ଆଦିବାସୀ ସମାଜ ପକ୍ଷରୁ ନାପସନ୍ଦ କରାଯାଇଥିଲା। ତେବେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।


ପ୍ରଦୀପ ଙ୍କ ଏହି ମାଙ୍ଗଳିକ କାର୍ଯ୍ୟ ଗୁଡିକ ଅଖିଳ ଭାରତୀୟ ଆଦିବାସୀ ଭାତରାକୁ କୁଠାରାଘାତ କରୁଥିବା ଅଭିଯୋଗ କରି ୧୨ ବର୍ଷ ଯାଏଁ ନିଜ ଜାତିରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ସମାଜ କେନ୍ଦ୍ରୀୟ କମିଟି ତରଫରୁ ପ୍ରକାଶ କରାଯାଇଛି । ଏନେଇ ସମାଜର ସଭାପତି ଟିକାଚାନ୍ଦ କହିଛନ୍ତି, "ଯେହେତୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଣ ଆଦିବାସୀ ମହିଳାଙ୍କୁ ବିବାହ କରିଛନ୍ତି । ଆମେ ତାଙ୍କୁ ସମାଜରୁ ବାସନ୍ଦ କରିଛୁ । ପୂର୍ବରୁ ଏହା ପ୍ରଚଳିତ ହୋଇଆସୁଛି । ୧୨ ବର୍ଷ ପାଇଁ ସେ ଓ ତାଙ୍କ ପରିବାର ଆମ ସମାଜରେ ରହିବେ ନାହିଁ ।"


ତେବେ ପ୍ରଦୀପଙ୍କ ଭାଇ ପ୍ରସନ୍ନ ମାଝୀ କହିଛନ୍ତି, "ଆମକୁ ବାସନ୍ଦ କରାଯାଇଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ସମାଜ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଯଦି ଆବଶ୍ୟକ ପଡ଼ିଲେ ସମାଜର ଦଣ୍ଡାଦେଶକୁ ମାନିବୁ ଏବଂ ସମାଜର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯିବ l

State

୨୦ ରୁ ବଦଳିବ ତାତି

Blog Thumbnail

ଦ କୁଇଭର ବ୍ୟୁରୋ :- ସାରା ରାଜ୍ୟରେ ପାରଦ ସ୍ତର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଅନେକ ସହରରେ ଗରମ ହେଉଛି। ଲୋକେ ଦିନରେ ତାତିରେ କଲବଲ ହେଉଛନ୍ତି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି। ରବିବାର ୪୩.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ପ୍ରମୁଖ ସହର ମଧ୍ୟରୁ ଉତପ୍ତ ସହର ରହିଛି ବୌଦ୍ଧ । ବୌଦ୍ଧ ପରେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୨.୦୦ ଡିଗ୍ରୀ, ବଲାଙ୍ଗୀର ୪୧.୭ ଡିଗ୍ରୀ, ଅନୁଗୋଳରେ ୪୧ .୧ ଡିଗ୍ରୀ, ଟିଟିଲାଗଡରେ ୪୦.୫ ଡିଗ୍ରୀ, ସୁନ୍ଦରଗଡରେ ୪୦.୩ ଡିଗ୍ରୀ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୬ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହଛି ।


ସେପଟେ ୧୯ ପରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

State

ଭିନ୍ନ ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ

Blog Thumbnail

ଭଞ୍ଜନଗର(ଦ କୁଇଭର ):- ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଓ ଭଂଜନଗର ଥାନା ଅଞ୍ଚଳର ଭିନ୍ନଭିନ୍ନ ତିନୋଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି । ତାରାସିଙ୍ଗି ଥାନା ଅନ୍ତର୍ଗତ ରାଇପଲ୍ଲୀ ଗାଁ ନିକଟରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରରେ ୨ ବଖରା ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି,ଏଠାରେ ଦୀପାଳୀ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି l ସେହିଭଳି ଭଂଜନଗର ଥାନା ଅନ୍ତର୍ଗତ ତୁରୁମୁ ନିକଟ କନ୍ଧବଞ୍ଜର ଗାଁ ରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର, ଦୁଇ ବଖରା ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇ ଯାଇଥିଲା । ପରେ ପରେ ଭଂଜନଗର ସହରକୁ ଲାଗିରହିଥିବା ସାଇ ମନ୍ଦିର ନିକଟ ରାସ୍ତା କଡ଼ରେ କୈାଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ, ଅଗ୍ନିକାଣ୍ଡ ଘଟି ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ ସବୁ ଜଳି ଯାଇଥିଲା l ସମସ୍ତ ସ୍ଥାନରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Shree Jagannath

ପୁରୀ ରେ ମହାପ୍ରସାଦ ସେବନ ପାଇଁ ହେବ ଅନ୍ନ କ୍ଷେତ୍ର

Blog Thumbnail

ପୁରୀ( ଦ କୁଇଭର ):- ଖୁବଶୀଘ୍ର ମହାପ୍ରସାଦ ସେବନ ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଅନ୍ନ କ୍ଷେତ୍ର ଓ ଅଭ୍ୟର୍ଥନା କେନ୍ଦ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମିତ ହେବ ବିଭିନ୍ନ ନୂଆ ପ୍ରକଳ୍ପ । ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେନେଇ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ହେବ । ଭକ୍ତମାନଙ୍କ ମହାପ୍ରସାଦ ସେବନ ନିମନ୍ତେ ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନ୍ନ ଯଜ୍ଞ, ନାମ ଯଜ୍ଞ ଓ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କରାଯିବ। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ହେବ ।


ଶ୍ରୀମନ୍ଦିର ସାଂସ୍କୃତିକ କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁର୍ଣ୍ଣାଙ୍ଗ ରୂପ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଯଥାଶୀଘ୍ର ଅନୁମୋଦନ ଦେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା ରହିଛି ବୋଲି ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗାମୀ ୨୦୨୬ ରଥଯାତ୍ରା ଭିତରେ ସାରିବାକୁ ଲକ୍ଷ୍ୟ ରହିଥିବା ନେଇ ଗଜପତି ମହାରାଜା କହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଅନେକ ପ୍ରକଳ୍ପ ଏବେ ବି ବାକି ରହିଛି। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

Education,State

ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍‌ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ ସ୍ବାକ୍ଷରିତ କରାଯାଇଛି । ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟିରେ ହୋଇଛି ଏମଓୟୁ ସ୍ବାକ୍ଷରିତ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ । ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ଵାରା ଅନେକ ଯୋଜନା କରାଯାଉଛି । ITEP (Integrated teacher education programme) ନାଁରେ ରହିବ ନୂଆ କୋର୍ସ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି । ଯାହା ITEP ସେ ମଧ୍ୟରୁ ଅନ୍ୟତମ ଅଟେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ’ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Shree Jagannath,State

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିାକାନ୍ତି ହେବ। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇବା ସହ ଫଗୁ ଖେଳିବେ। ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେବ ପରିବେଶ। ଆଜି ଭକ୍ତ ଓ ଭଗବାନ ଏକାକାର ହୋଇ ହୋଲି ଖେଳିବେ। ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ। ଆଜି ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।


ସେହିପରି ଆଜି ଦୋଳପୂର୍ଣିମାରେ ଦୋଳବେଦୀରେ ଝୁଲିବେ ଦୋଳଗୋବିନ୍ଦ। ସକାଳ ଧୂପ ପରେ ବିମାନରେ ବିଜେ ହୋଇ ବିରାଟ ଶୋଭାଯାତ୍ରାରେ ଫଗୁ ଅବିର ଭକ୍ତଙ୍କ ସହ ଖେଳି ଦୋଳବେଦୀରେ ବିରାଜମାନ ହେବେ। ଅନ୍ୟପକ୍ଷରେ ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଆସନ୍ତାକାଲି ହୋଲି ଥିବା ବେଳେ ରଙ୍ଗର ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିବେ ଲୋକେ।

State

ଅଟୋ ଓଲଟି ୩ ଆହତ

Blog Thumbnail

ମୋହନା( ଦ କୁଇଭର ):- ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ କୁମ୍ଭୀମେରା ଗ୍ରାମ ନିକଟ ଗୁଦୁଗୁଦା ଜଳପ୍ରପାତ ନିକଟରେ ଏକ ଯାତ୍ରୀ ବାହି ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ସହ ଦୁର୍ଘଟଣା ଗ୍ରସ୍ତ ହୋଇଛି, ଫଳରେ ଅଟୋ ରେ ଥିବା ଚାରି ଜଣ ଯାତ୍ରୀ ଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଆହତ ହୋଇଛନ୍ତି, ଆହତ ଙ୍କ ମଧ୍ୟରେ ଜଣେ ମହିଳା, ଏବଂ ପାଞ୍ଚ ବର୍ଷ ର ଶିଶୁ ସମେତ ଅଟୋ ଚାଳକ ରହିଛନ୍ତି l ଆଧାର କାର୍ଡ ପ୍ରସ୍ତୁତି ନିମନ୍ତେ ରାକେଶପଙ୍କା ଗ୍ରାମରୁ ମୋହନା ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି l ସମସ୍ତ ଆହତ ଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ମୋହନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l

State

ଛୁରାମାଡ଼ରେ କଣ୍ଟ୍ରାକ୍ଟର ମୃତ ,ଅଭିଯୁକ୍ତ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଛୁରା ମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ୍ୟୁ ଘଟିଛି । ପପୁନ ସାବତ (୩୨)ଓରଫ ଚନ୍ଦନ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୂଷିଥିବା ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତ ପପୁନକୁ ଗିରଫ କରିଛି । ହୋଲି ଖେଳିବା ପରେ ରାମ ନିଜ ଘରେ ଅନ୍ୟ ଏକ ସାଙ୍ଗସହ ବସି କଥାହେଉଥିବା ବେଳେ ପପୁନ ଆସିଥିଲା । କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମ ମଧ୍ୟରେ ବଚସା ହୋଇଥିଲା । ପରେ ପପୁନ ଏକ ଛୁରୀ ସାହାଯ୍ୟରେ ରାମଙ୍କ ବେକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ରାମ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମଦ ପିଇବାକୁ ନ ଦେବାରୁ ପପୁନ ଛୁରୀ ଭୂଷି ଏଭଳି କାଣ୍ଡ କରିଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ଲୋକେ ପପୁନକୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଅଭିଯୁକ୍ତ ପପୁନକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ତେବେ ମୃତକ ଓ ହତ୍ୟାକାରୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା କି ନାହିଁ ତାହା ପୁଲିସର ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Sports

ମହିଳା ପ୍ରିମିୟର ଲିଗ ଫାଇନାଲରେ ମୁମ୍ବାଇ

Blog Thumbnail

ମୁମ୍ବାଇ( ଦ କୁଇଭର ):- ପୁଣି ଭାଙ୍ଗିଲା ଦିଲ୍ଲୀ କ୍ୟାପିଟାଲ୍ସର ହୃଦୟ । ଲଗାତାର ତୃତୀୟ ଥର ଫାଇନାଲକୁ ଯାଇ ମଧ୍ୟ ମହିଳା ପ୍ରିମିୟର ଲିଗ ଟ୍ରଫି ହାତେଇ ପାରିଲା ନାହିଁ ଡିସି । ଦ୍ବିତୀୟ ଥର ପାଇଁ ଡବ୍ଲୁପିଏଲ ଟ୍ରଫି ଉଠାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୮ ରନରେ ଦିଲ୍ଲୀକୁ ପରାସ୍ତ କରି ତୃତୀୟ ସିଜିନର ଚମ୍ପିଆନ ହୋଇଛି ମୁମ୍ବାଇ । ଗତକାଲି ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ହର୍ମନପ୍ରିତ କୌର ମ୍ୟାନ ଅଫଦ ମ୍ୟାଚ ବିବେଚିତ ହୋଇଥିଲା ବେଳେ ନାଟ ସ୍କିଭର ବ୍ରଣ୍ଟ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚତି କରାଯାଇଥିଲା l ୨୦୨୩ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ୭ ଓ୍ବିକେଟରେ ମୁମ୍ବାଇ ଟାରୁ ଦଳକୁ ପରାସ୍ତ ହେବାକୁ ପଡିଥିଲା। ପୁଣି ଦ୍ବିତୀୟ ସିଜିନରେ ଫାଇନାଲରେ ପ୍ରବେଶ କରି ଅଧୁର ସ୍ବପ୍ନ ପୂରଣ ଲକ୍ଷ୍ୟରେ ରହିଥିଲା ଦଳ କିନ୍ତୁ ୮ ଓ୍ବିକେଟରେ ଆରସିବି ଠାରୁ ପରାସ୍ତ ହେବାକୁ ପଡିଥିଲା । ପୁଣି ଚଳିତ ସିଜିନରେ ଦଳର ପ୍ରଦର୍ଶନ ମଧ୍ୟ ଦମଦାର ରହିଥିଲା । ୨ ଥର ନହେଲା ନାହିଁ ତୃତୀୟ ଥରରେ ଦଳ ଟ୍ରଫି ନିଶ୍ଚିତ ହାତେଇବା ଲକ୍ଷ୍ୟରେ ରହିଥିଲା । କିନ୍ତୁ ଶେଷ ମୁହୁର୍ତ୍ତରେ ଭାଗ୍ୟ ସାଥ ଦେଲା ନାହିଁ । ଫଳରେ ଚଳିତ ସିଜିନରେ ୮ରନରେ ଫାଇନାଲରେ ଦିଲ୍ଲୀକୁ ପରାସ୍ତ ହେବାକୁ ପଡିଛି । ମୁମ୍ବାଇ ର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଗତକାଲି ଡିସି ଓ ମୁମ୍ବାଇ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମେଗ ଲାନିନଙ୍କ ଦଳ । ଯାହା ପରେ ଦଳ ପାଇଁ କାଳ ସାବ୍ୟସ୍ତ ହୋଇଥିଲା । ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୯ ରନ କରିଥିଲା । ଜାବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ୧୪୧ରନରେ ଅଟକିଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ହର୍ମନପ୍ରିତ କୌର ୪୪ ବଲରେ ସର୍ବାଧିକ ୬୬ ରନ କରିଥିଲେ ।

International

୧୯ ମାର୍ଚ୍ଚ ରେ ପୃଥିବୀ ଫେରିବେ ସୁନିତା

Blog Thumbnail

ଦ କୁଇଭର ବ୍ୟୁରୋ :- ଖୁବଶୀଘ୍ର ପୃଥିବୀକୁ ଫେରିବେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍‌ ୱିଲମୋର । ସ୍ପେଶଏକ୍ସ (Space X)ର ମିଶନ କ୍ରୁ-10 ସୁନିତା ଓ ବଚ୍‌ଙ୍କୁ ଘରକୁ ଫେରିବା ଆଣିବା ପାଇଁ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରେ(ISS)ରେ ପହଞ୍ଚି ସାରିଛନ୍ତି । କ୍ରୁ-10 ଏୟାରକ୍ରାଫ୍ଟରେ ୪ ମହାକାଶଚାରୀ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରେ ପହଞ୍ଚି ସାରିଥିବା ବେଳେ ସେମାନଙ୍କୁ ଜୋରଦାର ସ୍ବାଗତ କରିଛନ୍ତି ସୁନିତା । ଦୀର୍ଘ ମାସ ଧରି ଫସିଥିବା ସୁନିତା ୪ ମହାକାଶଚାରୀଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇଉଠିଛନ୍ତି । ତେବେ ଗତ କିଛି ଦିନ ଧରି ସୁନିତାଙ୍କ ଠାରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ସମ୍ପର୍କରେ କିଛି ତଥ୍ୟ ହାସଲ କରିବେ । ୧୯ ମାର୍ଚ୍ଚରେ ପୃଥିବୀକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିବେ ।


ଦୀର୍ଘ ମାସ ଧରି ISSରେ ଫସି ରହିଥିବା ମହାକାଶଚାରୀ ସୁନିତା ଓ ତାଙ୍କ ସାଥିଙ୍କୁ ପୃଥିବୀକୁ ଫେରିବା ଆଣିବା ପାଇଁ ଗତ ମାର୍ଚ୍ଚ ୧୪ରେ ସ୍ପେଶଏକ୍ସ କ୍ରୁ-10 ମିଶନ ଲଞ୍ଚ କରିଥିଲା । ଫାଲକନ ନାଇଲ ରକେଟ ଡ୍ରାଗନ କ୍ୟାପସୁଲ ଓ ଏଥିରେ ୪ଜଣ ମହାକାଶଚାରୀଙ୍କୁ ଧରି ଉଡାଣ ଭରିଥିଲା । ଡ୍ରାଗନ ସ୍ପେଶକ୍ରାଫ୍ଟ ଜରିଆରେ ନାସା କମାଣ୍ଡର ଏନି ମେକ୍କଲେନ, ପାଇଲଟ ଅୟର୍ସ, ଜାପାନ ସ୍ପେଶ ଏଜେନ୍ସି JAXAର ତାକୁୟା ଓନେଶି ଓ ଋଷର କୋର୍ମୋନାଣ୍ଟ କେରେଲ ପେସକୋବ ଏଥିରେ ସାମିଲ ଅଛନ୍ତି । ତେବେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍‌ ୱିଲମୋର ଜୁନ ୫, ୨୦୨୪ ରେ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ଯାଇଥିଲେ । ମାତ୍ର ଏକ ସପ୍ତାହ ପାଇଁ ଯାଇ ଗତ ୯ ମାସ ହେଲା ଫସି ରହିଛନ୍ତି ସେ । ବୋଇଙ୍ଗ ଷ୍ଟାରଲାଇଲନ ମହାକାଶଯାନରେ ତ୍ରୁଟି କାରଣରୁ ଉଭୟେ ଫେରିପାରିନଥିଲେ । ୯ ମାସ ହେଲାଣି ଉଭୟେ ଫସି ରହିଛନ୍ତି । ତେବେ ଯଦି ସବୁ କିଛି ଠିକ ରୁହେ । ଖୁବ ଶୀଘ୍ର ସେ ପୃଥିବୀ ଫେରିବେ ।

State

ହୋଲିରେ ବଡ଼ ଅଘଟଣ, ଗୋଟିଏ ପରିବାରର ୩ ମୃତ

Blog Thumbnail

କେନ୍ଦୁଝର( ଦ କୁଇଭର ):- ହେlଲିରେ ଅଘଟଣ l ଜ୍ୱାଇଁ ଘରକୁ ଆସୁଥିବା ବେଳେ ଜ୍ୱାଇଁ ଘର ସମ୍ମୁଖରେ ଧକ୍କା ଦେଲା ଟ୍ରକ l ଘଟଣା ସ୍ଥଳରେ ଶଶୁର ମୣତ ଗୁରୁତର ଅବସ୍ଥା ଶାଶୁ ଓ ଶଳା କୁ ଡାକ୍ତର ଖାନା ଅଣାଯାଇଥିଲା ମାତ୍ର ଚିକିତ୍ସିତ ଅବସ୍ଥାରେ ଶାଶୁର ମଧ୍ୟ ମୃତ୍ଯୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଶଳାକୁ ଚମ୍ପୁଆରୁ କେନ୍ଦୁଝର ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ବେଳେ ରାସ୍ତା ରେ ଶଳା ର ମୂର୍ତ। ଚମ୍ପୁଆ ଥାନା ସାନନଈ ଗ୍ରାମର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ଜ୍ୱାଇଁ ଘର ଦୋଳିତା କୁ ବାଇକ ଯୋଗେ ଆସୁଥିବା ବେଳେ ଜାତୀୟ ରାଜପଥ ୨୦ ଦେlଳିତା ଛକ ନିକଟରେ ଜୁଆଇଁ ଘର ସମ୍ମୁଖରେ ରିମୁଳି ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ବାଇକକୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଐବନଙ୍କ ମୃତ୍ଯୁ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ଶାଶୁ ଓ ଶଳାକୁ ଚମ୍ପୁଆ ଡାକ୍ତରଖାନା କୁ ନିଆ ଯାଇଥିଲା., ଡାକ୍ତରଖାନାରେ ମଥାମଣିଙ୍କ ମୃତ୍ଯୁ ଘଟିଥିବା ବେଳେ ଶଳା ମଙ୍ଗଲଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତା ରେ ମୂର୍ତ ହୋଇଥିଲା। ଏହାକୁ ନେଇ ଦୋଳିତା ଛକରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟାୟାର ଜାଳିଲେlକେ ରାସ୍ତାରୋକ କରିଛନ୍ତି .।ଘଟଣା ସ୍ଥଳରେ ଉତ୍ତୋଜନା ରହିଛି lଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଇଯାଇଛି l


State

ପରଲୋକରେ ରମାକାନ୍ତ ରଥ

Blog Thumbnail

ଦ କୁଇଭର ବ୍ୟୁରୋ :- ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଭୁବନେଶ୍ଵର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସାହିତ୍ୟ ଜଗତ ପ୍ରତି ତାଙ୍କର ବିରାଟ ଅବଦାନ ରହିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି । ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।


ତେବେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି ହେଉଛନ୍ତି ରମାକାନ୍ତ ରଥ । ସେ ୧୯୩୪ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ସଭାପତି ରହିଥିଲେ। ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ ।

National

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

Blog Thumbnail

ଦକୁଇଭର ବ୍ୟୁରୋ :- ଶନିବାର ହୋଲି ଉତ୍ସବ ପାଳନ ପରେ ମୁଖ୍ୟମନ୍ତ୍ରୀ ମହୋନ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ସେ ସେଠାରେ ସରକାରୀ ତଥା ବେସରକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଉଦ୍ଦେଶ୍ୟ କ'ଣ ତାହା ସରକାରୀ ଭାବେ କିଛି କୁହାଯାଇ ନାହିଁ।


ତେବେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ତାଙ୍କର କୌଣସି କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ।ତେବେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଡିଲିମିଟେସନକୁ ବିରୋଧ ବୈଠକରେ ଯୋଗଦେବେ ବୋଲି କୁହାଯାଉଛି। ତେବେ ଓଡିଶାର ଉଭୟ ନେତାଙ୍କ ଦିଲ୍ଲୀ ଗସ୍ତର କୌଣସି ସୂଚନା ଦିଆଯାଇ ନ ଥିବାରୁ ବିଭିନ୍ନ ମହଲରେ ଏନେଇ ସନ୍ଦେହ ପ୍ରକଟ ହୋଇଛି।