Banner Ad

ସାଇଡ ନଦେବାରୁ କାର ଚାଳକଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା,୨ ଗିରଫ

ସାଇଡ ନଦେବାରୁ କାର ଚାଳକଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା,୨ ଗିରଫ
Published by : Jyotshna Kumari
#State
Mar 17, 2025, 1:46 PM

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହରରେ ଦିନକୁ ଦିନ ଆତଙ୍କ ରାଜ ବଢ଼ିବାରେ ଲାଗିଛି ଅପରାଧୀଙ୍କ ଅପରାଧ ମାମଲା ଥମିବାର ନାଁ ନେଉନଥିବା ବେଳେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ତେବେ ପୁଣି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ସାଇଡ ନ ଦେବାରୁ କାର ଚାଳକକୁ ଆକ୍ରମଣ କରିବା ଓ ତାଙ୍କ କାରକୁ ଭଙ୍ଗାରୁଜା କରିବା ଭଳି ଅଭିଯୋଗ ହୋଇଛି ବ୍ରହ୍ମପୁର ସହର ରେ l ତେବେ ଏହି ଅଭିଯୋଗରେ ଟାଉନ ଥାନା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର, ଧର୍ମନଗର ୫ମ ଲାଇନର ଗଣେଷ ଦାସ(୨୧) ଓ ଏ. ରବି ରେଡ୍ଡି(୨୦) । ପୁଲିସ କ୍ଷତିଗ୍ରସ୍ତ ହୋଇଥିବା କାର ସମେତ ଅଭିଯୁକ୍ତଙ୍କ ବାଇକକୁ ମଧ୍ୟ ଜବତ କରିଛି ।


ସୂଚନାଯୋଗ୍ୟ ଯେ, ଶନିବାର ରାତି ସାଢେ ୮ଟା ବେଳେ ଗୋଷାଣୀ ନୂଆଗାଁ ଗୁଣ୍ଡିଚାନଗରର ପ୍ରଦୀପ କୁମାର ଚୌଧୁରୀ ନିଜ କାର ଯୋଗେ ଗୋଲିଲା ଷ୍ଟ୍ରିଟ୍ ଦେଇ ଯାଉଥିଲେ ା ଏହି ସମୟରେ ଉପରୋକ୍ତ ୨ ଅଭିଯୁକ୍ତ ସେହି ରାସ୍ତାରେ ତାଙ୍କ ପଛପଟୁ ଏକ ବାଇକରେ ଆସି ଓଭରଟେକ କରିବାକୁ ସାଇଡ ମାଗିଥିଲେ । ହେଲେ ସେହି ରାସ୍ତାଟି ସଂକୀର୍ଣ୍ଣ ବା ଅଣଓସାରିଆ ହୋଇଥିବାରୁ ପ୍ରଦୀପ ନିଜ କାରକୁ ସାଇଡ କରିପାରିନଥିଲେ କିମ୍ବା ବାଇକକୁ ଆଗକୁ ଯିବାକୁ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉପରୋକ୍ତ ୨ ଅଭିଯୁକ୍ତ ଅଭିଯୋଗ ପ୍ରଦୀପଙ୍କ କାର ସମ୍ମୁଖକୁ ହଠାତ ବାଇକ ଆଣି ଅଟକାଇବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ପ୍ରଦୀପ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମୁଥ ମାରିବା ସହ ଆକ୍ରମଣ କରିଥିଲେ,ଏପରିକି ଅଭିଯୁକ୍ତମାନେ କାରର ପଛ ପଟ କାଚକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ଆକ୍ରମଣରେ ଆହତ ପ୍ରଦୀପ ସହର ସ୍ଥିତ ସିଟି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଉପରୋକ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।



Leave a Comment

Comments

No comments yet.

Best Biofloc Fish Farming

ad
Read more

Shree Jagannath

ଚନ୍ଦନ ଯାତ୍ରାରେ ଫୁଟିବନି ବାଣ

Blog Thumbnail

ପୁରୀ( ଦ କୁଇଭର ):- ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ନୀତି ସବ୍ କମିଟିରେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିପାରିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ତେବେ ସମସ୍ତ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇପାରିବ ସେନେଇ ସମସ୍ତ ସେବାୟତ ନିଯୋଗଙ୍କ ସହଯୋଗ ଲୋଡିଥିଲେ ମୁଖ୍ୟ ପ୍ରଶାସକ । ସେହିପରି ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଣୁ ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଯେଭଳି କୌଣସି ଅଘଟଣ ନଘଟେ ସେନେଇ ଆତସବାଜି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଚଳିତ ବର୍ଷ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ହେବ ୨ଟି ଫାଷ୍ଟଏଡ୍‌ ସେଣ୍ଟର’ । ଭକ୍ତ ଓ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇନସ୍ୟୁରାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି।ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଜାରି ରହିଛି । ମରାମତି କାର୍ଯ୍ୟ ଶେଷ ହେବା ପରେ ଭିତର ଓ ବାହାର ରତ୍ନଭଣ୍ଡାରର କବାଟକୁ ସୁନା ଓ ରୂପା ଛାଉଣୀ କରାଯିବା ନେଇ ଯୋଜନା ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ବିଭିନ୍ନ ସେବାୟତ ନିଯୋଗର ମତାମତ ନିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

State

ଦୁଇ ହଜାର ନୂଆ ଟ୍ରାଫିକ୍ ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବି ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ୨ହଜାର ନୂଆ ଟ୍ରାଫିକ୍ ପଦବିକୁ ସରକାରଙ୍କ ମଞ୍ଜୁରି ମିଳିଛି । ନୂଆ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସ୍ତରରେ ୭୦, ଜିଲ୍ଲା ସ୍ତରରେ ୧୯୩୦ ପଦବି ସୃଷ୍ଟି ହୋଇଛି । ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା । ତେବେ ରାଜ୍ୟ ସ୍ତରୀୟ ସେଟ-ଅପ୍‌ରେ ନିମ୍ନଲିଖିତ ଭାବେ ପଦବି ସୃଷ୍ଟି କରାଯାଇଛି । ତେବେ ADGP/IGP ଗୋଟିଏ ପଦବି, DIG (ପୋଲିସ) ଗୋଟିଏ ପଦବି, SP ୨ ଟି ପଦବି, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଳ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବି ସୃଷ୍ଟି ହୋଇଛି । ସମୁଦାୟ ୭୦ଟି ପଦବି ସୃଷ୍ଟି ହୋଇଛି ।

Sports

ସୁପର ଓଭରରେ ରାଜସ୍ଥାନକୁ ହରାଇଲା ଦିଲ୍ଲୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜସ୍ଥାନ ହାତରୁ ବିଜୟ ଛଡାଇ ଆଣିଲା ଦିଲ୍ଲୀ । ଶେଷ ଓଭର ପଲଟାଇ ଦେଲା ମ୍ୟାଚ । ଚଳିତ ସିଜିନରେ ଖେଳାଗଲା ପ୍ରଥମ ସୁପରଓଭର । ଯେଉଁଥିରେ ରାଜସ୍ଥାନକୁ ପରାସ୍ତ କରି ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଶେଷ ଓଭରରେ ରାଜସ୍ଥାନକୁ ଜିତିବା ପାଇଁ ୯ ରନ ଦରକାର ଥିଲା । ହେଲେ ଷ୍ଟାର୍କ ଦମଦାର ବୋଲିଂ ଯୋଗୁଁ ମ୍ୟାଚ ଟାଇ ହୋଇଯାଇଥିଲା । ଖେଳାଯାଇଥିଲା ସୁପର ଓଭର । ଏହି ସୁପର ଓଭରରେ ଦିଲ୍ଲୀ ଟିମ ବାଜି ମାରି ନେଇଛି । ଅଭିଷେକ ପୋରେଲ ଏବଂ କେଏଲ ରାହୁଲଙ୍କ ମଧ୍ୟରେ ଏକ ଚମତ୍କାର ଭାଗୀଦାରି ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ପାଇଁ ୧୮୯ ରନର ଟାର୍ଗେଟ ରଖିଥିଲା । ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯଦିଓ ଦିଲ୍ଲୀ ପାଇଁ କୌଣସି ବ୍ୟାଟସମ୍ୟାନ୍ ବଡ଼ ଇନିଂସ ଖେଳିପାରିନଥିଲେ, ସେମାନେ ଛୋଟ ଛୋଟ ଭାଗରେ ଭଲ ପ୍ରଦର୍ଶନ କରିଥିଲେ ଯାହା ଦଳକୁ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୮୮ ରନ କରିବାରେ ସାହାଯ୍ୟ କରିଥିଲା। ଦିଲ୍ଲୀ ପକ୍ଷରୁ ପୋରେଲ ସର୍ବାଧିକ ୪୯ ରନ କରିଥିବା ବେଳେ କେଏଲ୍ ରାହୁଲ ୩୮ ରନର ଅବଦାନ ରଖିଥିଲେ। ରାଜସ୍ଥାନ ପକ୍ଷରୁ ଆର୍ଚର ଦୁଇଟି ୱିକେଟ୍ ନେଇଥିବା ବେଳେ ମହେଶ ତିକ୍ଷଣ ଏବଂ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

State

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

Blog Thumbnail

ସରଣକୁଳ( ଦ କୁଇଭର ):- କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରଣକୂଳ ଥାନା ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନଙ୍କୁ ଧରିଛି ଭିଜିଲାନ୍ସ । କଲ୍ଯାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ । ରେଡରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ୍ ସାମିଲ୍ ଥିଲା ।ସୂଚନା ଅନୁଯାୟୀ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ । ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ । ଏମିତିକି ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ ।ତେବେ ଶେଷରେ ମହିଳା ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଆଉ ଭିଜିଲାନ୍ସ ଏସଆଇଙ୍କୁ କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି । ସେପଟେ ଭିଜିଲାନ୍ସ ଟିମ୍ ଗଠନ କରି ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ରେଡ୍‌ରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ୍ ସାମିଲ୍ ଥିବା ଜଣାପଡ଼ିଛି ।

State,Politics

ନବୀନ ୯ମ ଥର ବିଜେଡି ସଭାପତି

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ନବୀନ ପୁଣି ହେଲେ ବିଜେଡ଼ିର ସଭାପତି । ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଠୁ ବିଜେଡ଼ିରେ ସେ ପୁଣି ନିର୍ବିବାଦୀୟ ନବମ ଥର ପାଇଁ ସଭାପତି ଭାବେ କାର୍ଯ୍ୟ ଆରମ୍ଭ କଲେ । ନବୀନ ପୁଣି ସଭାପତି ହେବେ ବୋଲି ଦ କୁଇଭର ଆକଳନ କରିଥିଲା । ଯେଉଁ ଆକଳନ ଆଜି ସତ ହେଲା । ନବୀନଙ୍କ ବିପକ୍ଷରେ ସଭାପତି ପଦ ପାଇଁ ପ୍ରତିଯୋଗୀତା କରିବାକୁ କେହି ନଥିଲେ । ପ୍ରତିଦ୍ୱନ୍ଦି ନଥିବାରୁ ନବୀନ ପୁଣି ଥରେ ସଭାପତି ।


ନବୀନ ସଭାପତି ହେବାପରେ ବିଜେଡ଼ିର ରାଜନୀତି ଟିକେ ତେରଛା ଯିବ ବୋଲି କୁହାଯାଉଛି । ନବୀନଙ୍କର ସ୍ଥିତିକୁ ଦେଖିଲେ ଦଳ ପରିଚାଳନା କରିବା ତାଙ୍କ ପାଖେ ସେତେ ସହଜ ନୁହେଁ । ଏହା ବ୍ୟତୀତ ନବୀନଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଅଛି । ଯାହାକୁ ଦେଖିଲେ ସେ ବିଜେପି ବିରୁଦ୍ଧରେ ସେତେ ଦୃଢ ପଦକ୍ଷେପ ନେଇ ପାରିବେ ନାହିଁ ବା ସରକାରଙ୍କୁ ସେତେ ଚ୍ୟାଲେଞ୍ଜ କରିପାରିବେ ନାହିଁ । ସେଥି ପାଇଁ ଦଳର ନେତାରେ ପରିବର୍ତ୍ତନ ହେବ ବୋଲି ଆଶା ଯୋର ଧରିଲାଣି ।


ନବୀନ ଦଳର ନେତା ପଦରୁ ଓହରିବେ । କେବଳ ସଭାପତି ରହିବେ । ହେଲେ ନବୀନ ଯଦି ନେତାପଦ ଛାଡନ୍ତି, ତାହେଲେ କାହାକୁ କରିବେ ନେତା । ନେତା ତାଲିକାରେ ତ ଅନେକ ଆଶାୟୀ ରହିଛନ୍ତି । ହେଲେ ସମସ୍ତଙ୍କ ଭିତରେ ଦ୍ୱନ୍ଦ ଅଛି । କିଏ ନବୀନଙ୍କର ପ୍ରିୟ ? କାହା ଉପରେ ନବୀନ ଭରସା କରିବେ । ୨୫ ବର୍ଷ ଧରି ନବୀନ ବିଜେଡ଼ି ଗଠନ ଠାରୁ ନବୀନ କାହା ଉପରେ ଭରସା କରପାରି ନାହାନ୍ତି । ବିଜେଡ଼ି ଗଠନର ପ୍ରମୁଖ ଦାୟୀତ୍ୱ ନେଇଥିବା ଦିଲ୍ଲୀପ ରାୟ, ସ୍ୱର୍ଗତ ରାମକୃଷ୍ଣ ପଟନାୟକ, ବିଜୟ ମହାପାତ୍ର, ପ୍ରଫୁଲ୍ଲ ଘଡେଇଙ୍କ ଭଳି ଅନେକ ନେତାଙ୍କୁ ସେ ଗୋଡ଼ରେ ଆଡ଼େଇ ଦେଇଛନ୍ତି । ସେମାନଙ୍କ ଉପରେ ଭରସା କରିପାରି ନାହାନ୍ତି ।


ପରପିଢ଼ିର ନେତା ସଂଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତାଙ୍କୁ ବି ସେ ପୂରା ଭରସି ପାରୁନାହାନ୍ତି । ବଦ୍ରୀ ପାତ୍ର, ପ୍ରତାପ ଦେବଙ୍କ ଉପରେ ଭରସା କରିହେବ ନାହିଁ ବା ତାଙ୍କୁ ଦାୟିତ୍ୱ ଦେବା ସମ୍ଭବ ବି ନୁହେଁ । ଏହାରି ଭିତରେ କାହାକୁ ଦାୟିତ୍ୱ ଦେବେ ବୋଲି ସମସ୍ତଙ୍କ ମଧ୍ୟରେ ଏବେ କଳ୍ପନା ଜଳ୍ପନା ବଢିଯାଇଛି ।


କିଛି ତ ଭିକେ ପାଣ୍ଡିଆନଙ୍କୁ ନେତା କରପାରନ୍ତି ବୋଲି ଆକଳନ କରୁଛନ୍ତି । ଆନ୍ୟ କିଛି ଓଡ଼ିଆ ଝିଅ ସୁଜାତା ରାଉତଙ୍କ ନାଁ କହୁଛନ୍ତି । ଏହାରି ମଧ୍ୟରେ ସଂତୃପ୍ତ ମିଶ୍ରଙ୍କ ନାଁ ବି ମଧ୍ୟ ଅଛି । ଓଡ଼ିଆ ପୁ, ଶିକ୍ଷିତ ଏବଂ ଆଗକୁ ଚିନ୍ତା କରିବା, ଓଡ଼ିଶା ପାଇଁ ସ୍ୱପ୍ନ ଦେଖିବା, ତାଙ୍କର ଆଭିମୁଖ୍ୟ ବି ସ୍ପଷ୍ଟ ଅଛି । ସେ ହୀନ ରାଜନୀତି ନୁହେଁ, ବିକାଶ ଯୁକ୍ତ ରାଜନୀତିକୁ ଗ୍ରହଣ କରନ୍ତି । ସେଥି ପାଇଁ ତାଙ୍କ ନାଁ ବି ଚର୍ଚ୍ଚାକୁ ଆସିଲାଣି । ପ୍ରତାପ ଜେନା, ଅରୁଣ ସାହୁ, ସଂଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ ଏମାନେ ମନେ ମନେ କାଳେ ଲଡୁ ଖାଉଛନ୍ତି । ହେଲେ ବାହାରକୁ ଦେଖେଇ ପାରୁନାହାନ୍ତି । ସବୁ ଅପେକ୍ଷା କରିଛନ୍ତି ନବୀନ କାହାକୁ ବାଛିବେ । ଦେଖାଯାଉ ନବୀନ ସଭାପତି ହେଲାପରେ ନେତୃତ୍ୱ କାହାକୁ ଦେବେ, କାହାକୁ ହସ୍ତାନ୍ତର କରିବେ ତାଙ୍କ ପରର ଦାୟିତ୍ୱ ?



State

ଦକ୍ଷିଣ ଓଡ଼ିଶା କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶୁକ୍ରବାର ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ ଠାରେ ଦକ୍ଷିଣ ଓଡିଶା କ୍ରିୟାଅନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଓଡ଼ିଶା କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀ ସରୋଜ ରଞ୍ଜନ ପଟ୍ଟନାୟକ ବୈଠକ ଆରମ୍ଭରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମହୋଦୟଙ୍କୁ ସ୍ବାଗତ କରିବା ପୂର୍ବକ ଆମର ସବୁ ଦାବୀ ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁର ଏକ ସର୍ବ ପୁରାତନ ରେଳ ଷ୍ଟେସନ ହେଲେ ମଧ୍ୟ, ଓଡ଼ିଶାର ସବୁ ରେଳ ଷ୍ଟେସନ ଠାରୁ ତୃତୀୟ ସର୍ବାଧିକ ରେଭେନ୍ୟୁ ଆଦାୟ କାରୀ ଷ୍ଟେସନ ର ମାନ୍ୟତା ପାଇ NSG-ll କେଟେଗୋରି ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ଷ୍ଟେସନ କୁ ଅଣଦେଖା କରିବା, ବ୍ରହ୍ମପୁରରେ 5ମ ଓ 6ଷ୍ଠ ପ୍ଲାଟଫର୍ମ କରିବା, ଇତ୍ୟାଦି ଦାବୀ ଜଣାଇଥିଲେ। ସାଂସଦ ମହୋଦୟ ସେସବୁ ବିଷୟ କୁ ସଙ୍କଳନ କରି ଏକ ଲେଖା ମାଧ୍ୟମରେ ଦେବାକୁ କମିଟିର କର୍ମକର୍ତ୍ତା ମାନଙ୍କୁ କହିଥିଲେ। ତାକୁ ଧରି ସେ ଗୋଟିଏ ଦାବିପତ୍ର ମଧ୍ୟ କର୍ତ୍ତୃପକ୍ଷଙ୍କୁ ଦେବାକୁ କହି, ସମସ୍ତ ପ୍ରକାର ସହ ଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭବିଷ୍ୟତରେ ବୈଠକରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ରୁ ପ୍ରତିନିଧି ମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ବ୍ରହ୍ମପୁରର ଏମ.ଏଲ୍.ଏ. ଶ୍ରୀ କେ.ଅନୀଲ କୁମାର ମଧ୍ୟ ଅଂଶ ଗ୍ରହଣ କରିଥିଲେ।

Politics,State

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ : BJDର ତୀବ୍ର ପ୍ରତିକ୍ରିୟା

Blog Thumbnail

ବଲାଙ୍ଗୀର ( ଦ କୁଇଭର ):- ବଲାଙ୍ଗୀର ପଟଣାଗଡର ପର୍ଶୁରାମ ଛକରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ନିଆଁ ଲଗାଇ ପୋଡି ଦେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରିବା ସହ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ଦୁସ୍ଥ ମାନସିକତାର ବ୍ୟକ୍ତି ହୋଇଥିବେ । ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ ହେବ । ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି । ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁ ବାବୁଙ୍କ ପ୍ରତି ମୋର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି । '' ନିକଟରେ ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରଲ ୧୭ତାରିଖରେ ପାଳନ କରାଯିବ ।


ବିଜୁଙ୍କ ପ୍ରତିମୂର୍ତ୍ତି ଜାଳିବା ଅସହନୀୟ ଓ ଅକ୍ଷମଣୀୟ, ଏହା ଉଦ୍ଦେଶ୍ୟମୂଳକ ଓ ଷଡଯନ୍ତ୍ର ଯୁକ୍ତ, ବିଜୁ ବାବୁଙ୍କ ଅସ୍ତିତ୍ବ, ସ୍ମୃତି ଓ ଇତିହାସ ଲିଭେଇବାକୁ ଚେଷ୍ଟା ଚାଲିଛି', ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ', ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥାପନ ନେଇ ରହିଛି ବିବାଦ, ପାଟଣାଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ନେଇ ଅନେକ ବିଜେଡି ନେତା ପ୍ରତିକ୍ରିୟା ଦେଇଛନ୍ତି l

National

ଜଗନ ମୋହନଙ୍କ ୨୭.୫ କୋଟି ଟଙ୍କାର ସେୟାର ଜବତ କଲା ଇଡି

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହାଇଦ୍ରାବାଦ ୟୁନିଟ୍ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ୨୭.୫ କୋଟି ଟଙ୍କାର ସେୟାରକୁ ଅସ୍ଥାୟୀ ଭାବେ ଜବତ କରିଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ଜଗନ ରେଡ୍ଡୀଙ୍କ ତିନିଟି କମ୍ପାନି କାର୍ମେଲ ଏସିଆ ହୋଲ୍ଡିଂସ ଲିମିଟେଡ୍, ସରସ୍ୱତୀ ପାୱାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ହର୍ଷା ଫାର୍ମର ଅଂଶଧନ ଜବତ କରାଯାଇଛି। ଏହି ମାମଲାରେ ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟଙ୍କ ଅଂଶଧନ ସହିତ କେନ୍ଦ୍ରୀୟ ଏଜେନ୍ସି ଡାଲମିଆ ସିମେଣ୍ଟସ୍ (ଭାରତ) ଲିମିଟେଡ୍ (ଡିସିବିଏଲ୍)ର ୩୭୭.୨ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରିଛି। ଡିସିବିଏଲ୍ କହିଛି ଯେ ଜବତ ସମ୍ପତ୍ତିର ମୂଲ୍ୟ ୭୯୩.୩ କୋଟି ଟଙ୍କା। ମାମଲା ରୁଜୁ ହେବାର ୧୪ ବର୍ଷ ପରେ ଏହି ଆଇନଗତ ପଦକ୍ଷେପ ନିଆଯାଇଛି। ଇଡିର ଅସ୍ଥାୟୀ ଜବତ ୨୦୧୧ରେ ସିବିଆଇ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏକ ମାମଲା ସହ ଜଡିତ। ଏହି ମାମଲାରେ ଭାରତୀ ସିମେଣ୍ଟ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନିରେ ଡିସିବିଏଲ୍‌ର ପୁଞ୍ଜିନିବେଶ ସମ୍ପୃକ୍ତ। ଡିସିବିଏଲ୍‌କୁ ଏପ୍ରିଲ ୧୫ରେ ଇଡିର ନୋଟିସ୍ ମିଳିଥିଲା, ଯାହା ମାର୍ଚ୍ଚ ୩୧ରେ ଜାରି ହୋଇଥିଲା। ଡିସିବିଏଲ୍ ଦ୍ୱାରା କିଣାଯାଇଥିବା ଜମିର ମୂଲ୍ୟ ୩୭୭ କୋଟି ଟଙ୍କା ଥିଲା। ସିବିଆଇ ଓ ଇଡି ତଦନ୍ତରୁ ଜଣାପଡିଛି ଯେ ଡିସିବିଏଲ୍ ପୂର୍ବରୁ ଜଗନ ରେଡ୍ଡୀଙ୍କ ସହ ଜଡ଼ିତ କମ୍ପାନି ରଘୁରାମ ସିମେଣ୍ଟସ୍ ଲିମିଟେଡରେ ୯୫ କୋଟି ଟଙ୍କା ନିବେଶ କରିଥିଲା। ବଦଳରେ ଜଗନ ରେଡ୍ଡୀ ତାଙ୍କ ପିତା ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ଉପରେ ନିଜର ପ୍ରଭାବ ପ୍ରୟୋଗ କରି ଡିସିବିଏଲ୍‌କୁ କଡାପା ଜିଲ୍ଲାରେ ୪୦୭ ହେକ୍ଟର ଖଣି ଲିଜ୍ ସୁରକ୍ଷିତ କରିବାରେ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି।

State

ବର୍ଷା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Blog Thumbnail

ଦ କୁଇଭର ବ୍ୟୁରୋ :- ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ପଶ୍ଚିମଓଡ଼ିଶାରେ ହେଉଛି ନିଆଁ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ମଧ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କାଳବୈଶାଖୀ ବର୍ଷା ପାଇଁ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଟାଣ ଖରା ଅନୁଭୂତ ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୌଦ୍ଧରେ ଆଜି ୪୧ ଡିଗ୍ରୀ ଛୁଇଁପାରେ ପାରଦ । ସେହିପରି ସୋନପୁର, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଆଦି ଜିଲ୍ଲାରେ ୪୦ ଡିଗ୍ରୀ ତାତି ଅନୁଭୂତ ହୋଇପାରେ । ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଏଥର ଦେଶରେ ସ୍ବାଭାବିକ ବର୍ଷା ହେବ । ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରାଯାଇଛି ।

State,National

ଓଡ଼ିଶାରେ ମୋଦିଙ୍କ ଦୁଇ ପ୍ରମୁଖ ସଚିବ

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଗତକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିକାନ୍ତ ଦାସ । ଅପରାହ୍ନରେ ଝାରସୁଗଡ଼ାରେ ପହଞ୍ଚିବେ ଡ.ପିକେ ମିଶ୍ର । ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବଙ୍କ ଏକା ସମୟରେ ଓଡ଼ିଶା ଗସ୍ତ । ଶକ୍ତିକାନ୍ତ ଦାସ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଶକ୍ତିକାନ୍ତ ଦାସ ଘଟଗାଁ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବେ,ଅପରାହ୍ନରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ସମ୍ବଲପୁର IIM ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । IIM କନଭୋକେସନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହାଛଡ଼ା ତାଙ୍କର କିଛି ସରକାରୀ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

National,International

ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ର

Blog Thumbnail

ଦ କୁଇଭର ବ୍ୟୁରୋ :- ୟୁନେସ୍କୋରେ ସ୍ଥାନ ପାଇଲା ଶ୍ରୀମଦ୍ ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ ନାଟ୍ୟଶାସ୍ତ୍ର । ୟୁନେସ୍କୋ ଏହାର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ୭୪ଟି ନୂତନ ଡକ୍ୟୁମେଣ୍ଟାରୀ ଐତିହ୍ୟ ସଂଗ୍ରହ ଯୋଡିଛି । ଏଥିରେ ସାମିଲ ରହିଛି ଭଗବତ ଗୀତା ଏବଂ ନାଟ୍ୟଶାସ୍ତ୍ର । ଏହି ଉପଲବ୍ଧି ନେଇ ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ । ଏହି ରେଜିଷ୍ଟର ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜକୁ ସଂରକ୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସ୍ଥାନ ମିଳିଥିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭାରତୀୟ ସଭ୍ୟତା ଓ ଐତିହ୍ୟ ପାଇଁ ଐତିହାସିକ ଦିନ ।’


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି, ଦେଶବାସୀଙ୍କୁ ଶୁଭେଚ୍ଛା । ଭାରତୀୟଙ୍କ ପାଇଁ ଆଜି ଗର୍ବର ମୁହୂର୍ତ୍ତ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି । ଏପରି କରାଯିବା ଅନନ୍ତ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତି ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ମିଳିବା ସହ ସମାନ ।”

State

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ସୃଷ୍ଟି ହେଲା ୨୫୦୦ ଗୃହରକ୍ଷୀ ପଦବୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟରେ ସୃଷ୍ଟି ହୋଇଛି 2,500 ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା 17,675 ଅଛି। 2,500 ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା 20,175 ହେଲା ।


ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ 12,000 ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।

State

ମାଁ'ଙ୍କ ପ୍ରିୟ ବିଞ୍ଛଣା ରଥ ଉନ୍ମୋଚିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ରେ ଚାଲିଛି ଦୁଇ ବାର୍ଷିକ ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା l ବ୍ରହ୍ମପୁରର ଆରାଧ୍ୟାଦେବୀ ମା’ ବୁଢ଼ୀସାଆନ୍ତାଣୀ ଠାକୁରାଣୀଙ୍କ ଦ୍ବିଚାର୍ଷିକ ଯାତ୍ରାର ୧୪ ଦିନ ଏବଂ ଘଟ ପରିକ୍ରମାର ୧୨ ଦିନରେ ବାଛୁବାରି ସାହି ଠାରେ ମାଁ ଙ୍କ ସବୁଠାରୁ ପ୍ରିୟ ବିଞ୍ଛଣା ରଥ ଉନ୍ମୋଚିତ ହୋଇଛି । ପରେ କାଳୁପାତ୍ର ସାହିର ଜ୍ବାଳାମୁଖୀ ଓ ଷଣ୍ଢମହାନ୍ତି ମନ୍ଦିର ଶିବାଗୁଡ଼ାକାଳୀ ରଥ ଉନ୍ମୋଚିତ ହୋଇଛି।ପ୍ରତ୍ୟକ ଦିନ ସନ୍ଧ୍ୟାରେ ମାଁ ଠାକୁରାଣୀ ଅସ୍ଥାୟୀ ମନ୍ଦିରରୁ ବାହାରି ଦେଶୀବେହେରା ସାହି ହୋଇ ରାଜବାଟି ଯାଇ ସେଠାରେ ମହୂର ରାଜାଙ୍କୁ ଦର୍ଶନ ଦେଇ ଅନ୍ୟାନ୍ୟ ସାହି ପରିକ୍ରମାରେ ବାହାରନ୍ତି । କିନ୍ତୁ ମାଁ ଙ୍କ ପ୍ରିୟ ବିଞ୍ଛଣା ରଥ ବାହାରିବା ଦିନ ମା’ଙ୍କ ଘଟ ପ୍ରଥମେ ବାଛୁବାରି ସାହି ସ୍ଥିତ ବିଞ୍ଚୁଣା ରଥ ନିକଟକୁ ଯାଇ ସେଠାରେ ରଥର ଶୁଭାରମ୍ଭ କରିବା ପରେ ଦେଶୀବେହେରା ସାହି ଠାରୁ ରାଜବାଟୀରେ ମହୁରୀ ରାଜାଙ୍କୁ ଦର୍ଶନ ଦେଇ ପୁଣି ସାହି ପରିକ୍ରମାରେ ବାହାରିଥିଲେ। ପରେ ଅନ୍ୟ ଦୁଇ ରଥକୁ ଉନ୍ମୋଚିତ କରିବା ପରେ ସାହି ପରିକ୍ରମା କରି ଅସ୍ଥାୟୀ ମଣ୍ଡପକୁ ଫେରିଲେ ମାଁ ବୁଢ଼ୀ ଠାକୁରାଣୀ।

State

ଗଠନ ହେବ OISFର ଆଉ ଏକ ବାଟାଲିଅନ, ସୃଷ୍ଟି ହେବ ୧୦୪୦ ପଦବୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ ଗଠନ କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଗୁରୁତ୍ୱାରୋପ କରି ପଦକ୍ଷେପ ମଧ୍ୟ ନେଉଛନ୍ତି । ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ନୂଆ ପଦକ୍ଷେପ ମାନ ନେଉଛନ୍ତି । ରାଜ୍ୟରେ ଆଉ ଏକ ନୂଆ ବାଟାଲିଅନ ଗଠନକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ନୂଆ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଏକ ବାଟାଲିଅନ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ OISF ର ଗୋଟିଏ ବାଟାଲିଅନ କାର୍ଯ୍ୟରତ ଅଛି । ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭ । ନୂଆ ବାଟାଲିଅନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରିବ । ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ହେବ । ଜିଲ୍ଲାସ୍ତରୀୟରେ ୧୯୩୦ ପଦବୀ ସୃଷ୍ଟି ହୋଇଛି । ସେଥିରେ ଡିଏସପି ୫ଟି, ଇନ୍ସପେକ୍ଟର ୪୧ ଟି, ସବଇନ୍ସପେକ୍ଟର ୮୩ ଟି, ଏଏସଆଇ ୮୩ ଟି, ହାବିଲଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ସୃଷ୍ଟି ହୋଇଛି । ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି ।

Politics,State

ସଭାପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ସାଧାରଣ ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ବିଜୁ ଜନତା ଦଳ (ବିଜେଡି)କୁ ନିଜର ସଂଗଠନ ସଜାଡ଼ିବାର ଚିନ୍ତା ଲାଗିଛି। ଆସନ୍ତାକାଲି ବିଜେଡି ସଭାପତି ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିବାର ସମ୍ଭାବନା ନଥିବାର ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି କୁହାଯାଉଛି।ସୂଚନାଯୋଗ୍ୟ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ବ ଦିଆଯାଇଛି।

Sports

ୱାଙ୍ଖଡେ ଷ୍ଟାଡିୟମରେ ଚମକିଲା ମୁମ୍ବାଇ

Blog Thumbnail

ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇର ତୃତୀୟ ବିଜୟ । ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଆଇପିଏଲର ୩୩ ନମ୍ବର ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଅଲରାଉଣ୍ଡର ବିଲ ଜେକ୍ସ ଉଭୟ ବୋଲିଂ ଆଉ ବ୍ୟାଟିଂରେ ଚତ୍ମକାର ପ୍ରଦର୍ଶନ କରିଥିଲେ । ଜେକ୍ସ ୨ ୱିକେଟ ନେବା ସହ ୩୬ ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା ୧୬୩ ରନର ଟାର୍ଗେଟ । ୧୮. ୧ ଓଭରରେ ରନ କରିନେଇଥିଲା ଟିମ୍‌ । ଏହା ମୁମ୍ବାଇ ଇଣ୍ଡିଆନ୍ସର ୩ ବିଜୟ । ତେବେ ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ଓ ରିକ୍ଲେନ ଉଭୟେ ମିଳିତ ଭାବେ ୩. ୫ ଓଭରରେ ୩୨ ରନ କରିଥିଲେ । ରୋହିତ ୧୬ ବଲରେ ୩ ଛକା ମାରିବା ସହ ୨୬ ରନ କରିଥିଲେ । ପ୍ୟାଟ କମିନ୍ସଙ୍କୁ ତାଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ।ଶେଷ ଓଭରରେ ଅନିକେତ ବର୍ମାଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୬୩ ରନର ଟାର୍ଗେଟ ଦେଇଥିଲା । ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦର ବ୍ୟାଟିଂ ଧୀର ଥିଲା, କିନ୍ତୁ ଅନିକେତ ୨୦ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭରରୁ ୨୨ ରନ ନେଇଥିଲେ, ଯାହା ଫଳରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ 5 ୱିକେଟରେ ୧୬୨ ରନ କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ଓପନର ଅଭିଷେକ ଶର୍ମା ୨୮ ବଲ୍ ରେ ୭ଟି ଚୌକା ସହାୟତାରେ ସର୍ବାଧିକ ୪୦ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ୱିଲ୍ ଜ୍ୟାକ୍ସ ଦୁଇଟି ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଜସପ୍ରିତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

State

ଦକ୍ଷିଣାଞ୍ଚଳ ଆଇଜି ଙ୍କ ପାରଳାଖେମୁଣ୍ଡି ଆଦର୍ଶ ଥାନା ନିରୀକ୍ଷଣ

Blog Thumbnail

ପାରଳାଖେମୁଣ୍ଡି( ଦ କୁଇଭର ):- ଦକ୍ଷିଣାଞ୍ଚଳ ଆଇଜି ନୀତିନ୍ ଶେଖର ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି , ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର୍ଶନ ସହ ନିରୀକ୍ଷଣ କରିଥିବାର ଜଣାପଡିଛି । ମୁଖ୍ୟତଃ ଶିଶୁ, ନାବାଳିକା, ମହିଳା ନିଖୋଜ ମାମଲା ଗୁଡିକୁ ଏକମାସ ମଧ୍ୟରେ ଉଦ୍ଧାର କରି ପର୍ଦ୍ଦାଫାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇଜି । ଏହା ସହ ମାମଲାର ପରିଚାଳନା, ତଦନ୍ତକାରୀ ଅଧିକାରୀ ମାନେ ତଦନ୍ତ ପ୍ରକ୍ରୀୟାକୁ ଅଧିକ କ୍ରିୟାଶୀଳ କରିବା ସହ ତଦନ୍ତକୁ ତ୍ବରାନୀତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚୋରୀ, ଅପହରଣ ମାମଲା ଗୁଡିକୁ ଅଗ୍ରାଧିକାର ଦେଇ ଅଭିଯୁକ୍ତମାନଙ୍କୁ ଧରିବାପାଇଁ କହିଥିବାର ଜଣାଯାଇଛି । ଆଇଜିଙ୍କ ଶ୍ରୀ ଶେଖର ଏହି ନିରୀକ୍ଷଣ ବେଳେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Politics,State

ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆଜି ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସଭାପତି ପଦ ପାଇଁ ନବୀନ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନବମ ଥର ପାଇଁ ସେ ବିଜେଡିର ସଭାପତି ହେବା ଏକପ୍ରକାର ପକ୍କା । ଏନେଇ ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା ହେବ । ତେବେ ସାଧାରଣ ନିର୍ବାଚନ ୨୦୨୪ରେ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି। ଏବେ ଦଳର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ନବୀନ ପୁଣି ଥରେ ବିଜେଡି ସଭାପତି ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବିଜେଡି ସଭାପତି ପଦ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ। ତେବେ ବିଜେଡି ସଭାପତି ରେସରେ ଆଉ କେହିନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନିଶ୍ଚିତ ହୋଇଯାଇଛି।

Sports

କେକେଆର୍ କୁ ୧୬ ରନ୍ ରେ ହରାଇଲା ପଞ୍ଜାବ କିଙ୍ଗସ୍

Blog Thumbnail

ଦ କୁଇଭର ବ୍ୟୁରୋ :- ଏକ ରୋମାଞ୍ଚକର ମ୍ୟାଚ୍‌ରେ ଜିତିଲା ପଞ୍ଜାବ। ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନେତୃତ୍ୱରେ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପଞ୍ଜାବ କିଙ୍ଗସ୍, କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୧୬ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫. ୩ ଓଭରରେ ୧୧୧ ରନ୍ କରିଥିଲା। ଜବାବରେ ସମଗ୍ର KKR ଦଳ ୧୫. ୧ ଓଭରରେ ୯୫ ରନରେ ଅଲଆଉଟ୍ ହୋଇଯାଇଥିଲା। ପଞ୍ଜାବ ପକ୍ଷରୁ ଚହଲ ୪ଓଭରରେ ୨୮ ରନ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲର ମାର୍କୋ ଜାନସେନ୍ ୧୭ ରନ ଦେଇ ୩ଟି ୱିକେଟ୍ ନେଇ ଦଳର ଅଭୂତପୂର୍ବ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହିପରି ପଞ୍ଜାବ ଆଇପିଏଲ ଇତିହାସର ସର୍ବନିମ୍ନ ସ୍କୋରକୁ ରକ୍ଷା କରିଛି। ଟାର୍ଗେଟର ପିଛା କରିବା ସମୟରେ KKR ପ୍ରଥମ ଓଭରରେ ହିଁ ୱିକେଟ ହରାଇବାରୁ କୌଣସି ସମୟରେ ଭଲ ସ୍ଥିତିରେ ଦେଖାଯାଇ ନଥିଲା। ତଥାପି ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଭାବଶାଳୀ ଖେଳାଳି ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ତୃତୀୟ ୱିକେଟ ପାଇଁ ୫୫ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଏହି ଭାଗୀଦାରି ଭାଙ୍ଗିବା ମାତ୍ରେ କେକେଆରର ଇନିଂସ ତାସ ଘର ପରି ଭାଙ୍ଗି ପଡ଼ିଲା। ଶେଷରେ ଆଣ୍ଡ୍ରେ ରସେଲ ନିଶ୍ଚିତ ଭାବେ କିଛି ବଡ଼ ସଟ୍ ଖେଳି ଦଳକୁ ଜିତାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନ୍ୟ ପାର୍ଶ୍ୱରୁ କ୍ରମାଗତ ୱିକେଟ୍ ପତନ ଯୋଗୁଁ ସେ ତାଙ୍କ ପ୍ରୟାସରେ ସଫଳ ହୋଇନଥିଲେ।କେକେଆର ପକ୍ଷରୁ ହର୍ଷିତ ସବୁଠାରୁ ସଫଳ ବୋଲର ଥିଲେ ଯିଏ ତିନି ଓଭରରେ ୨୫ ରନ ଦେଇ ତିନିଟି ୱିକେଟ ନେଇଥିଲେ। ତାଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ଏବଂ ସୁନୀଲ ନାରିନ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ। ଏହା ବାଦ୍ ବୈଭବ ଆରୋରା ଏବଂ ଆନରିଚ୍ ନୋର୍ଜ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।