Join Us To Make A Difference

The Drops💧

ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ବାଦ୍‌ ପଡ଼ିଲା ସୁବର୍ଣ୍ଣରେଖା,ବୁଢ଼ାବଳଙ୍ଗ

ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ବାଦ୍‌ ପଡ଼ିଲା ସୁବର୍ଣ୍ଣରେଖା,ବୁଢ଼ାବଳଙ୍ଗ
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ:- ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ହେଲେ ମୟୂରଭଞ୍ଜ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀକୁ ଯୋଜନାଭୁକ୍ତ କରାଯାଇନି। ଯାହା‌କୁ ନେଇ ଚାଷୀ ଓ ପରିବେଶବିତ୍‌ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ୧,୭୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି ବନ୍ୟା ନିୟନ୍ତ୍ରଣ ଏବଂ ଜଳସେଚନ। ଗତ ଅକ୍ଟୋବର ୧୦ ତାରିଖରେ ସରକାରଙ୍କ ଦ୍ବାରା ୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଏହା ମଧ୍ୟରେ ରହିଛି କାଟ୍ରା ଲିଙ୍କ୍‌ ପ୍ରୋଜେକ୍ଟ (କଂସପାଳ ଆଇଏସ୍‌ଏସ୍‌ରୁ ଫିଡର୍‌ ଚ୍ୟାନେଲ୍‌), ବଂଶଧାରା-ଋଷିକୁଲ୍ୟା (ନନ୍ଦିନୀ ନାଳ) ଇଣ୍ଟର୍‌ଲିଙ୍କ୍‌, ହୀରାଧରବତୀ ଫ୍ଲଡ୍ ଫ୍ଲୋ ଚ୍ୟାନେଲ୍‌, ବାହୁଦା ତାମ୍ପରା ଲିଙ୍କ୍‌, ଓଙ୍ଗ-ସୁକତେଲ ଗାର୍ଲାଣ୍ଡ କେନାଲ ଓ ତେଲେଙ୍ଗିରି-ଉପର କୋଲାବ୍‌ ପିଏସ୍‌ପି। ହେଲେ ପ୍ରତିବର୍ଷ ଏକାଧିକ ଥର ବନ୍ୟା ଆସି ମୟୂରଭଞ୍ଜ ଓ ବାଲେଶ୍ୱରର ଲୋକଙ୍କ ଜୀବନଜୀବିକାକୁ ଗଭୀର ଭାବେ ପ୍ରଭାବିତ କରୁଥିବା ଦୁଇ ନଦୀ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଯୋଜନାଭୁକ୍ତ କରାଯାଇନି। ସେହିପରି ମୟୂରଭଞ୍ଜ ଜିଲ୍ଲାର ବ୍ୟାପକ ଅଞ୍ଚଳକୁ ଜଳସେଚନ ସୁବିଧା ନଥିବା ବେଳେ ସେକଥାକୁ ମଧ୍ୟ ଅଣଦେଖା କରାଯାଇଛି। ଉଲ୍ଲେଖ ଥାଉକି ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ବନ୍ୟା ଆସିଲେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୧୦ରୁ ଅଧିକ ବ୍ଲକ୍‌ର ୫୦,୦୦୦ରୁ ଅଧିକ ପରିବାର ନାହିଁ ନଥିବା ସମସ୍ୟା ଭୋଗନ୍ତି। ସେହିପରି ମୟୂରଭଞ୍ଜର ୭୦ ପ୍ରତିଶତ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ଜିଲ୍ଲାର ମାତ୍ର ୨୫ରୁ ୩୦ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଅଛି। ସୂଚନାଯୋଗ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ନେଇ ୨୫ ବର୍ଷ ତଳେ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ସେତେବେଳ ଜାତୀୟ ଜଳ ଉନ୍ନୟନ ସଂସ୍ଥା (ଏନ୍‌ଡବ୍ଲ୍ୟୁଡିଏ) ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଯୋଜନାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରାଥମିକ ପର୍ଯ୍ୟାୟରେ ତାହା କାଟ୍‌ ଖାଇଛି। ତେବେ ଏହା ପଛରେ କିଛି କାରଣ ଥିବା କୁହାଯାଉଛି। ଦକ୍ଷିଣ ଓ ମଧ୍ୟ ଓଡ଼ିଶାର ନଦୀକୁ ଅଗ୍ରାଧିକାର ଦେବା, ସୁବର୍ଣ୍ଣରେଖା ଭଳି ନଦୀକୁ ନେଇ କିଛି ଯୋଜନା କରିବା ପାଇଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ସହମତିର ଆବଶ୍ୟକତା ଥିବା ଏବଂ ପରିବେଶଗତ ଅନୁମତି କାରଣ ହୋଇପାରେ। ତେବେ ଏହାକୁ ନେଇ ବାରିପଦା ଓ ବାଲେଶ୍ୱରର ଚାଷୀ ସଂଘ ଓ ପରିବେଶବିତ୍‌ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆବଶ୍ୟକତା ଦୃଷ୍ଟିରୁ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ତୁରନ୍ତ ସାମିଲ କରିବା ନିହାତି ଜରୁରି ବୋଲି ବାରିପଦାର କୃଷକ ନେତା ରମେଶ ମାରାଣ୍ଡି କହିଛନ୍ତି। ଅନ୍ୟପଟେ ଜଳସମ୍ପଦ ବିଭାଗ ଅଧିକାରୀମାନଙ୍କ କହିବା କଥା ହେଲା, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ଏକ କ୍ରମାଗତ ପ୍ରକ୍ରିୟା। ଏଥିରେ ବିଭିନ୍ନ ନଦୀ ପର୍ଯ୍ୟାୟକ୍ରମେ ସାମିଲ ହେବ। ଏନେଇ ଏନ୍‌ଡବ୍ଲ୍ୟୁଡିଏ ପାଖରେ ଓଡ଼ିଶାର ବିଭିନ୍ନ ନଦୀଗୁଡ଼ିକୁ ନେଇ ରିପୋର୍ଟ ଓ ପ୍ରସ୍ତାବ ରହିଛି।

Comments

Leave a Comment

Comments

No comments yet.

State

ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ପୁଣି ବଦଳି, ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରକାଶ

Blog Thumbnail

ଦ କୁଇଭର ବ୍ୟୁରୋ :- ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ପୁଣି ବଦଳି । ଗଞ୍ଜାମ ଅତିରିକ୍ତ ଏସପି ଭାବେ ବଦଳି କଲା ଗୃହ ବିଭାଗ । ଗତ ୮ ତାରିଖରେ ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ଏସପିମାନଙ୍କର ଏକ ବଦଳି ତାଲିକା ପ୍ରକାଶ ପାଇଥିଲା । ଏଥିରେ ୧୯ ଜଣ ଅତିରିକ୍ତ ଏସପିଙ୍କର ବଦଳି ହୋଇଥିଲା । ଯେଉଁଥିରେ ସୀମା ସ୍ୱାଇଁଙ୍କୁ ତାଳଚେର ଏନସିଆର ଆଇଜି ଅଫିସକୁ ବଦଳି କରାଯାଇଥିଲା । ଗତକାଲି ପ୍ରକାଶିତ ବିଜ୍ଞପ୍ତିରେ ତାଙ୍କୁ ଗଞ୍ଜାମ ଅତିରିକ୍ତ ଏସପି ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଅତିରିକ୍ତ ଏସପି ଥିବା ରଞ୍ଜିତ କୁମାର ପୃଷ୍ଟିଙ୍କୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସର ଅତିରିକ୍ତ ଡିସିପି ଭାବେ ଅବସ୍ଥାପିତ କରାଯାଇଛି ।

State

ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ବାଦ୍‌ ପଡ଼ିଲା ସୁବର୍ଣ୍ଣରେଖା,ବୁଢ଼ାବଳଙ୍ଗ

Blog Thumbnail

ଦ କୁଇଭର ବ୍ୟୁରୋ:- ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ହେଲେ ମୟୂରଭଞ୍ଜ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀକୁ ଯୋଜନାଭୁକ୍ତ କରାଯାଇନି। ଯାହା‌କୁ ନେଇ ଚାଷୀ ଓ ପରିବେଶବିତ୍‌ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ୧,୭୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି ବନ୍ୟା ନିୟନ୍ତ୍ରଣ ଏବଂ ଜଳସେଚନ। ଗତ ଅକ୍ଟୋବର ୧୦ ତାରିଖରେ ସରକାରଙ୍କ ଦ୍ବାରା ୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଏହା ମଧ୍ୟରେ ରହିଛି କାଟ୍ରା ଲିଙ୍କ୍‌ ପ୍ରୋଜେକ୍ଟ (କଂସପାଳ ଆଇଏସ୍‌ଏସ୍‌ରୁ ଫିଡର୍‌ ଚ୍ୟାନେଲ୍‌), ବଂଶଧାରା-ଋଷିକୁଲ୍ୟା (ନନ୍ଦିନୀ ନାଳ) ଇଣ୍ଟର୍‌ଲିଙ୍କ୍‌, ହୀରାଧରବତୀ ଫ୍ଲଡ୍ ଫ୍ଲୋ ଚ୍ୟାନେଲ୍‌, ବାହୁଦା ତାମ୍ପରା ଲିଙ୍କ୍‌, ଓଙ୍ଗ-ସୁକତେଲ ଗାର୍ଲାଣ୍ଡ କେନାଲ ଓ ତେଲେଙ୍ଗିରି-ଉପର କୋଲାବ୍‌ ପିଏସ୍‌ପି। ହେଲେ ପ୍ରତିବର୍ଷ ଏକାଧିକ ଥର ବନ୍ୟା ଆସି ମୟୂରଭଞ୍ଜ ଓ ବାଲେଶ୍ୱରର ଲୋକଙ୍କ ଜୀବନଜୀବିକାକୁ ଗଭୀର ଭାବେ ପ୍ରଭାବିତ କରୁଥିବା ଦୁଇ ନଦୀ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଯୋଜନାଭୁକ୍ତ କରାଯାଇନି। ସେହିପରି ମୟୂରଭଞ୍ଜ ଜିଲ୍ଲାର ବ୍ୟାପକ ଅଞ୍ଚଳକୁ ଜଳସେଚନ ସୁବିଧା ନଥିବା ବେଳେ ସେକଥାକୁ ମଧ୍ୟ ଅଣଦେଖା କରାଯାଇଛି। ଉଲ୍ଲେଖ ଥାଉକି ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ବନ୍ୟା ଆସିଲେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୧୦ରୁ ଅଧିକ ବ୍ଲକ୍‌ର ୫୦,୦୦୦ରୁ ଅଧିକ ପରିବାର ନାହିଁ ନଥିବା ସମସ୍ୟା ଭୋଗନ୍ତି। ସେହିପରି ମୟୂରଭଞ୍ଜର ୭୦ ପ୍ରତିଶତ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ଜିଲ୍ଲାର ମାତ୍ର ୨୫ରୁ ୩୦ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଅଛି। ସୂଚନାଯୋଗ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ନେଇ ୨୫ ବର୍ଷ ତଳେ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ସେତେବେଳ ଜାତୀୟ ଜଳ ଉନ୍ନୟନ ସଂସ୍ଥା (ଏନ୍‌ଡବ୍ଲ୍ୟୁଡିଏ) ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଯୋଜନାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରାଥମିକ ପର୍ଯ୍ୟାୟରେ ତାହା କାଟ୍‌ ଖାଇଛି। ତେବେ ଏହା ପଛରେ କିଛି କାରଣ ଥିବା କୁହାଯାଉଛି। ଦକ୍ଷିଣ ଓ ମଧ୍ୟ ଓଡ଼ିଶାର ନଦୀକୁ ଅଗ୍ରାଧିକାର ଦେବା, ସୁବର୍ଣ୍ଣରେଖା ଭଳି ନଦୀକୁ ନେଇ କିଛି ଯୋଜନା କରିବା ପାଇଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ସହମତିର ଆବଶ୍ୟକତା ଥିବା ଏବଂ ପରିବେଶଗତ ଅନୁମତି କାରଣ ହୋଇପାରେ। ତେବେ ଏହାକୁ ନେଇ ବାରିପଦା ଓ ବାଲେଶ୍ୱରର ଚାଷୀ ସଂଘ ଓ ପରିବେଶବିତ୍‌ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆବଶ୍ୟକତା ଦୃଷ୍ଟିରୁ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ତୁରନ୍ତ ସାମିଲ କରିବା ନିହାତି ଜରୁରି ବୋଲି ବାରିପଦାର କୃଷକ ନେତା ରମେଶ ମାରାଣ୍ଡି କହିଛନ୍ତି। ଅନ୍ୟପଟେ ଜଳସମ୍ପଦ ବିଭାଗ ଅଧିକାରୀମାନଙ୍କ କହିବା କଥା ହେଲା, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ଏକ କ୍ରମାଗତ ପ୍ରକ୍ରିୟା। ଏଥିରେ ବିଭିନ୍ନ ନଦୀ ପର୍ଯ୍ୟାୟକ୍ରମେ ସାମିଲ ହେବ। ଏନେଇ ଏନ୍‌ଡବ୍ଲ୍ୟୁଡିଏ ପାଖରେ ଓଡ଼ିଶାର ବିଭିନ୍ନ ନଦୀଗୁଡ଼ିକୁ ନେଇ ରିପୋର୍ଟ ଓ ପ୍ରସ୍ତାବ ରହିଛି।

State,Weather

୧୦ରେ ଆଉ ଏକ ଘୂର୍ଣ୍ଣିବଳୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଗତ ୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଭୁବନେଶ୍ବରରେ ୪୦.୯ ମିମି ବର୍ଷା ହୋଇଛି, ଯାହା କି ରାଜ୍ୟରେ ସର୍ବାଧିକ। ଏଥିସହ ନୂଆପଡ଼ାରେ ୧୬ ମିମି ଓ ଚାନ୍ଦବାଲିରେ ୧୩.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୦ ତାରିଖରେ (ଶୁକ୍ରବାର) ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତାକାଲି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏଥିସହ ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନ‌ା‌ ରହିଛି। ଏଥିସହ ଆସନ୍ତା ୧୧ ତାରିଖ ଯ‌ାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

National

ମୋ ଝିଅ ପଶ୍ଚିମବଙ୍ଗରେ ଅସୁରକ୍ଷିତ : ପୀଡ଼ିତାଙ୍କ ବାପା

Blog Thumbnail

ଦ କୁଇଭର ବ୍ୟୁରୋ :- ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ପୀଡିତାଙ୍କ ବାପା । ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଲେ- ମୋ ଝିଅ ପଶ୍ଚିମବଙ୍ଗରେ ଅସୁରକ୍ଷିତ । ମୋ ଝିଅର ଜୀବନ ପ୍ରତି ବିପଦ ରହିଛି । ଝିଅକୁ ମାରିଦେବାକୁ ଉଦ୍ୟମ ହୋଇପାରେ ବୋଲି ବଡ଼ ବୟାନ ଦେଇ ପଶ୍ଚିମବଙ୍ଗ ସରକାର ଏବଂ ସେଠାକାର ବ୍ୟବସ୍ଥା ଉପରେ ସନ୍ଦେହ କରିଛନ୍ତି ପୀଡିତାଙ୍କ ବାପା । ତେବେ ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି ପୀଡିତାଙ୍କ ବାପା । କହିଛନ୍ତି- ଦୟାକରି ଝିଅକୁ ଓଡିଶା ଯିବାକୁ ଅନୁମତି ଦିଅନ୍ତୁ । ଏଠାରେ ମୋ ଝିଅ ସୁରକ୍ଷିତ ନୁହେଁ, ଓଡିଶାରେ ସିଏ ସୁରକ୍ଷିତ ରହିବ । ଝିଅର ସ୍ବାସ୍ଥ୍ଯାବସ୍ଥା ନେଇ ବି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ଝିଅ ମୋର ଚଳାବୁଲା କରିବାକୁ ଅସମର୍ଥ, ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସାଧୀନ ।ଜିଲ୍ଲାପାଳ, ଏସପି ଏବଂ ପୂରା ପୋଲିସ ବ୍ୟବସ୍ଥାକୁ ଝିଅର ସ୍ବାସ୍ଥ୍ୟାବସ୍ଥାର ଟିକନିକ ଖବର ଦେଉଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । ଇତିମଧ୍ଯରେ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ୧୦ ଦିନିଆ ରିମାଣ୍ଡରେ ନିଆଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଛାନଭିନ କରିବା ସହ ତଥ୍ୟ ସଂଗ୍ରହ କରିଛି ।

Politics

ନୂଆପଡା ଉପନିର୍ବାଚନ; କିଏ ଜିତିବ ବାଜି

Blog Thumbnail

ଦ କୁଇଭର ବ୍ୟୁରୋ :- ବାଜିସାରିଛି ନୂଆପଡା ଉପନିର୍ବାଚନ ବିଗୁଲ । ଜନତାଙ୍କ ଆସ୍ଥାଭାଜନ ହେବାକୁ ପାଗଭିଡା ଆରମ୍ଭ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ନୂଆପଡା ଆସନ ଜିତିବା ହେବ ଅଗ୍ନିପରୀକ୍ଷା ସଦୃଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସଙ୍କ ମଧ୍ୟରେ ହେବ ତ୍ରିକୋଣୀୟ ମୁକାବିଲା । ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଶାସକ ବିଜେପିର ଗ୍ରହଣୀୟତାର ଉତ୍ତର ଦେବ । ସେହିପରି ବିରୋଧୀ ନବୀନଙ୍କ ଲୋକପ୍ରିୟତା ଓ ଭକ୍ତ ଦାସଙ୍କ ଗ୍ରହଣୀୟତାର ପ୍ରମାଣ ସାଜିବ ନୂଆପଡା ଦଙ୍ଗଲ । ଯାହା 3 ପ୍ରମୁଖ ଦଳ ପାଇଁ ବର୍ତ୍ତମାନର ସବୁଠୁ ବଡ଼ ଆହ୍ୱାନ ।ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତିର ପାରଦ ଏବେ ଉପରମୁଁହା । ତିନି ପ୍ରମୁଖ ରାଜନୈତିକ ଦଳର ନେତୃତ୍ୱ ଏବେ ଭୋଟରଙ୍କ ମୁଡକୁ ସାମ୍ନା କରିବେ । ନୂଆପଡା ଉପନିର୍ବାଚନ ପ୍ରମୁଖ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାର ଫଳାଫଳ ଦଳର ଲୋକପ୍ରିୟତା ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ଏହା ଭୋଟରଙ୍କୁ ଅଧିକ ଆକର୍ଷିତ କରିପାରିବ ବୋଲି ତିନି ରାଜନୈତିକ ଦଳ ମତ ରଖିଛନ୍ତି । ବିଶେଷକରି ଲୋକପ୍ରିୟତା ଆଧାରରେ ବିଜେଡି ଏଠି ଭୋଟ ହାତେଇ ଜିତିବାକୁ ଆଗ୍ରହ ରଖିଥିବା ବେଳେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢି ଲୋକଙ୍କୁ ଅନେକ ଭେଟି ଦେଇଛି ଯାହା ନୂଆପଡା ଭୋଟରଙ୍କୁ ଆକର୍ଷିତ କରିବ ବୋଲି କୁହାଯାଇପାରେ । ଏସବୁ ଭିତରେ କଂଗ୍ରେସ ମଧ୍ୟ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଏହି ଅଂଚଳରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଦବଦବା ଥିବା ଯୋଗୁ କଂଗ୍ରେସ ଲୋକଙ୍କ ଆସ୍ଥା ଜିତିବ ବୋଲି କୁହାଯାଉଛି । ସେପଟେ ଏହି ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ଶକ୍ତି ପରୀକ୍ଷାର ସମୟ ଆସିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ତେବେ ନୂଆପଡା ବ୍ୟାଟେଲ ଉପରେ ରହିଛି ସାରା ରାଜ୍ୟବାସୀଙ୍କ ନଜର ।


ବିଜେପି, ବିଜେଡି ଏବଂ କଂଗ୍ରେସ ଭିତରେ ନୂଆପଡା ଉପନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି । ସୋମବାର ଏନେଇ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପରେ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ଆଗକୁ କେଉଁ ଦୃଷ୍ଟିରୁ କେଉଁ ଦଳର ଗୁରୁତ୍ୱ ବଢିବ ଏବଂ ଜନମତ କାହା ସପକ୍ଷରେ ଯିବ ସେନେଇ ରାଜନୈତିକ ଦଳମାନଙ୍କ ଭିତରେ କଥା କଟାକଟି ଏବଂ ବିତର୍କ ଆରମ୍ଭ ହୋଇଯାଇଛି । ଦୀର୍ଘ 24 ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଦଳର ଗତଥର ନୂଆପଡା ବିଜୟୀ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଲୋକଙ୍କ ଆଶୀର୍ବାଦ ପାଇ କ୍ରମଗତ ଭାବେ ଦୁଇ ଥର (2019, 2024) ଜିତିଥିଲେ । ଯେତେବେଳେ ରାଜ୍ୟର ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡି ଅଳ୍ପକେ ବର୍ତିଥିଲା କିନ୍ତୁ ନିଜ ସ୍ଥାନ ସୁରକ୍ଷିତ ରଖିଥିଲେ ଢୋଲକିଆ । ତେବେ ଢୋଲକିଆଙ୍କ ମୃତ୍ୟୁ ପରେ ଏବେ କଂଗ୍ରେସର ଆଖି ଏହି ସିଟ ଉପରେ । କାରଣ ଉପନିର୍ବାଚନରେ ଫଳାଫଳ କମାଲ ହେବ ବୋଲି କହିଛି କଂଗ୍ରେସ ଦଳ । ସେପଟେ ଗତ ନିର୍ବାଚନରେ ଏଠାରେ 3ୟ ସ୍ଥାନରେ ଥିବା ବିଜେପି ଲୋକପ୍ରିୟ ସରକାର ଅଧାରରେ ଏହି ନିର୍ବାଚନ ବୈତରଣୀ ପାର ପାଇଁ ଲକ୍ଷ୍ୟ ରଖିଛି ।

Weather

ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ଯାଏ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ବାଂଲାଦେଶ ନିକଟରେ ଥିବାବେଳେ ଧୀରେ ଧୀରେ ଓଡିଶା ନିକଟବର୍ତ୍ତୀ ହେଉଛି । ଏହାର ପ୍ରଭାବରେ 12 ତାରିଖ ଯାଏ ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା 3 ଦିନ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ଆଜି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।ଆଡକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହେବାର ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି, ଏହି ସମ. ବେଳକୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରି ଯାଇଥିବାର ସମ୍ଭାବନା ରହିଛି । ତେଣୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଶକ୍ତିଶାଳୀ ହେବା ଲାଗି ପାଗ ସୁହାଇବ ।