ଡେଲାଙ୍ଗ ( ଦ କୁଇଭର ):- ପୁଣି ଡେଲାଙ୍ଗ ପ୍ରଶାସନ ନାମରେ ଆସିଲା ଅଭିଯୋଗ । ବିଦ୍ୟାଳୟରେ କ୍ରୀଡା ଭିତ୍ତିଭୂମି ଅଭାବ ପାଇଁ ଦାୟୀ କିଏ ? ଆଜି ପୁରୀ ଜିଲ୍ଲା ଡେଲାଙ୍ଗ ସ୍ଥିତ ରାଧାକାନ୍ତ ବିଦ୍ୟାପୀଠ, ଷ୍ଟେସନ ବଜାର ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହଭାଗୀତାରେ ୧୨ ବର୍ଷରୁ କମ ବାଳକ ଓ ବାଳିକା ବିଭାଗର ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଉଷୁ ପ୍ରତିଯୋଗିତା ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ଶିକ୍ଷା ଅଧିକାରୀ ଓ ଅନ୍ୟାନ ଉପସ୍ଥିତ ରହିଥିଲେ । ରାଧାକାନ୍ତ ବିଦ୍ୟାଳୟରେ କ୍ରୀଡାର ଭିତ୍ତିଭୂମି ବିକାଶ ମନ୍ଥର ଗତିରେ ଚାଲିଥିବା କହିଥିଲେ କ୍ରୀଡା ଶିକ୍ଷକ, ସ୍ଥାନୀୟ ସରପଞ୍ଚଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ମଧ୍ୟ ସେ ପିଲାମାନଙ୍କ ପାଇଁ କୌଣସି ପ୍ରକାର ସହାୟତା କରୁନାହାନ୍ତି । ଏମିତିକି ଖେଳ ପଡ଼ିଆରେ ଗତ ବର୍ଷ ଏମଜିଏନଆରଏଶରେ ପକାଯାଇଥିବା ବାଲି ମଧ୍ୟ ଅସରାଏ ବର୍ଷାରେ ଧୋଇଗଲା, ଯାହା ଫଳରେ ପିଲାମାନେ ପୁଣି ପଙ୍କ କାଦୁଅରେ କ୍ରୀଡା ଅଭ୍ୟାସ କରୁଛନ୍ତି ।
ସ୍ଥାନୀୟ ସରପଞ୍ଚଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କେଉଁ ହେଡରୁ ଟଙ୍କା ଦିଆଯିବ କହି କଥା କାଟି ଦେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ସରକାର ପିଲାମାନଙ୍କ ଶାରୀରିକ ବିକାଶ ପାଇଁ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ୟ ସରପଞ୍ଚ ଓ କିଛି କୁଜି ନେତା ମିଶି କଣ୍ଟ୍ରାକ୍ଟରକୁ ହାତ ବାରିସୀ କରି ଯୋଜନାକୁ ଗିଳିବାରେ ଲାଗିଛନ୍ତି । ବିଦ୍ୟାଳୟରେ ଲାଇଟ ମଧ୍ୟ ଲାଗିନଥିବା ଅଭିଯୋଗ ଆଣିଛନ୍ତି ।
କ୍ରୀଡା ଶିକ୍ଷକ ନଟବର ସେଠି କହିଛନ୍ତି ଆଜକୁ ପ୍ରାୟ ଅଢେଇ ବର୍ଷ ହେବ ଏମିତି ଚାଲିଛି, ଚାରି ମାସ ହେବ ସରପଞ୍ଚଙ୍କୁ ଲାଇଟ କଥା କହିବାରୁ ସେ ଆଉ ବିଦ୍ୟାଳୟକୁ ଆସୁନାହାନ୍ତି । ଏବେ ଦେଖିବାକୁ ବାକି ରହିଲା ଡେଲାଙ୍ଗ ବ୍ଲକର ନାମକୁ ଗର୍ବିତ କରୁଥିବା ବିଦ୍ୟାଳୟ ଭିତରୁ ରାଧାକାନ୍ତ ବିଦ୍ୟାପୀଠ ଅନ୍ୟତମ ହୋଇଥିବାବେଳେ ଏଠାରେ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ପାଇଁ ଏଭଳି ଅବହେଳା ଓ ସରପଞ୍ଚଙ୍କ ଅମାନବିକତା ପଣିଆ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚାର ବିଷୟ ପାଲଟିଛି । ଅନ୍ୟପଟେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ଦେଖାଯାଉ ଏହା ଉପରେ କି ପଦକ୍ଷେପ ନେଉଛନ୍ତି ବ୍ଲକ କର୍ତ୍ତୃପକ୍ଷ ।