Join Us To Make A Difference

The Drops💧

ବବି'ଙ୍କ ନାମରେ କୋମନା ଥାନାରେ ଲିଖତ ଅଭିଯୋଗ

ବବି'ଙ୍କ ନାମରେ କୋମନା ଥାନାରେ ଲିଖତ ଅଭିଯୋଗ
Published by:Jyotshna Kumari
#politics

ଦ କୁଇଭର ବ୍ୟୁରୋ :- ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହାଭିତରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ ହୋଇଛି। ଜଣେ ବିଜେପି ସମର୍ଥକଙ୍କୁ ବିଜେଡ଼ି ନେତା ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଅଭିଯୋଗ ହୋଇଛି କିନ୍ତୁ ମାମଲା ରୁଜୁ ହୋଇନଥିବା ପୁଲିସ ସୂଚନା ଦେଇଛି । କୋମନା ପାଇକପଡ଼ାର ଜିପ୍ଲ ଆଡ଼ବଙ୍ଗଙ୍କୁ ବିଜେଡ଼ି ନେତାମାନେ କୋମନା ସ୍ଥିତ ଏକ ଫାର୍ମ ହାଉସକୁ ଡାକିଥିଲେ। ଅପରାହ୍ନରେ ଜିତୁ ସେହି ଫାର୍ମ ହାଉସକୁ ଯାଇଥିଲେ। ସେଠି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ। ଆଗରୁ ବିଜେଡ଼ିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛି ବୋଲି କହିଥିଲେ। ସେଠି ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ । ତୁ ମୋତେ ଚିହ୍ନୁନି ତୋତେ ଓ ତୋର ପରିବାରକୁ ଜୀବନରେ ମାରିଦେବି ବୋଲି ବବି କୁଆଡ଼େ ଧମକଚମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ଘଟଣା ବିଷୟରେ ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ‌ଉଦ୍ଧାର କରିଥିବା ଜିତୁ କହିଛନ୍ତି।

Comments

Leave a Comment

Comments

No comments yet.

State

ନଭେମ୍ବର ୧ ରୁ ତହସିଲ ଅଫିସରେ ହେବ ଜମି କିଣାବିକା

Blog Thumbnail

ଦ କୁଇଭର ବ୍ୟୁରୋ :- ଏବେ ଜମି କିଣାବିକା ନେଇ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ। ନଭେମ୍ବର ୧ ରୁ ତହସିଲ ଅଫିସରେ ଜମି କିଣାବିକା ହୋଇ ପାରିବ ହୋଇପାରିବ। ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ। ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭରମ୍ଭ କରିବେ। ଏଣିକି ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଲୋକେ ଜମି ପଞ୍ଜିକରଣ କରିପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

Politics

ନୂଆପଡ଼ାରେ ମଇଦାନରେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ:- ନୂଆପଡ଼ା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ନିର୍ବାଚନ ୧୧ ତାରିଖରେ ହେବାକୁ ଥିବାବେଳେ ୧୦ ରେ ସାଇନ ଡାଏ ଘୋଷଣା ହେବ । ଏହା ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ଲାଗି ଜୋରଦାର କସରତ କରିବାକୁ ପଡିବ । ହାତରେ ଆଉ ମାତ୍ର ୭ ଦିନ ଥିବାରୁ ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନାହିଁ । ମଇଦାନକୁ ଆସିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ । ସେହିପରି ବହୁ ହେଭିୱେଟ ସାଂସଦ, ବିଧାୟକ ଓ ବିଭିନ୍ନ ଦଳର ମୁଖପାତ୍ର ବି ସାମିଲ ହେବେ । ନିଜ ଦଳ ଓ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ବିରୋଧୀ ଦଳ ଓ ବିରୋଧୀ ପ୍ରାର୍ଥୀଙ୍କ ବାବଦରେ କରିବେ ଟୀକା ଟିପ୍ପଣୀ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଠାରୁ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନୂଆପଡ଼ାରେ ପ୍ରଚାର ଆରମ୍ଭ କରିଛନ୍ତି । କୋମନା ସଭାରେ ବିଜେଡି ଶାସନ ସମୟରେ ନୂଆପଡ଼ାର ବିକାଶ ଓ ବିଜେପି ସରକାରରେ ହୋଇଥିବା ବିନାଶ ବାବଦରେ ବଖାଣିଛନ୍ତି ନବୀନ । ସେହିପରି ନବୀନ ପୁନର୍ବାର ୭ ତାରିଖରେ ନୂଆପଡା ଯିବେ । ନୂଆପଡାରେ ଦୁଇଟି ରୋଡ ସୋ କରିବେ । ନବୀନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଚାର ପାଇଁ ଗାଡି ପ୍ରସ୍ତୁତ ହୋଇଛି । ସେହିପରି ସେହିଦିନ ଅପରାହ୍ନରେ ଦଳୀୟ ନେତାଙ୍କ ସହ ନବୀନ ବୈଠକ କରିବେ । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନବୀନଙ୍କ ଛଡା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଟୁକୁନୀ ସାହୁ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି ।

Health & lifestyle,National

ଦିଲ୍ଲୀ-ଏନ୍‌ସିଆର୍‌ ପ୍ରଦୂଷଣ ସର୍ଭେ

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀ-ଏନ୍‌ସିଆର୍‌ରେ ଏବେ ପ୍ରଦୂଷଣଜନିତ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳିଛି। ଏଠାରେ ୭୫% ପରିବାର ଭୂତାଣୁଜନିତ ସଂକ୍ରମଣ ମାମଲା ରିପୋର୍ଟ କରିଛନ୍ତି ବୋଲି ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ସେପ୍ଟେମ୍ବର ଶେଷରେ ଏହା ୫୬% ଥିବା ବେଳେ ଏବେ ଏହା ୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ‘ଲୋକାଲ୍‌ସର୍କଲ୍ସ’ ଦ୍ୱାରା ପରିଚାଳିତ ସର୍ଭେରେ ଦିଲ୍ଲୀ, ଗୁରୁଗ୍ରାମ, ନୋଇଡା, ଫରିଦାବାଦ ଓ ଗାଜିଆବାଦର ବାସିନ୍ଦାଙ୍କଠାରୁ ୧୫,୦୦୦ରୁ ଅଧିକ ମତାମତ ସଂଗ୍ରହ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଋତୁଭିତ୍ତିକ ଭାଇରସ୍ ଓ ଅତ୍ୟଧିକ ପ୍ରଦୂଷଣଜନିତ ମିଶ୍ରିତ ପ୍ରଭାବକୁ ସୂଚାଉଛି। ଦିଲ୍ଲୀ-ଏନ୍‌ସିଆର୍‌ରେ ଏବେ ପ୍ରଚଳିତ ରୋଗ ଓ ଲକ୍ଷଣଗୁଡ଼ିକ ମଧ୍ୟରେ ସବୁଠାରୁ ସାଧାରଣ ଅବସ୍ଥା ହେଉଛି ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଓ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ। ପ୍ରଭାବିତ ବ୍ୟକ୍ତିମାନେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ଥକାପଣ, ଶରୀର ଯନ୍ତ୍ରଣା ଓ ଶ୍ୱାସକ୍ରିୟାଜନିତ ଅସୁବିଧା ଅନୁଭବ କରନ୍ତି। ଏହି ସ୍ଥିତି ପ୍ରାୟତଃ ୧୦ ଦିନରୁ ଅଧିକ ସମୟ ଧରି ରହିଥାଏ। ଶିଶୁ, ବୃଦ୍ଧ ଓ ପୂର୍ବରୁ ରୋଗ ଥିବା ବ୍ୟକ୍ତିମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ସର୍ଭେରୁ ଜଣାପଡ଼ିଛି ଯେ ୧୭% ଘରେ ଚାରି କିମ୍ବା ଅଧିକ ସଦସ୍ୟ ଅସୁସ୍ଥ ଥିବା ବେଳେ ୨୫% ଘରେ ଦୁଇରୁ ତିନି ମାମଲା ରହିଛି। ୩୩% ଘରେ ଜଣେ ପ୍ରଭାବିତ ବ୍ୟକ୍ତି ଥିବା ବେଳେ କେବଳ ୨୫% ପରିବାର ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି। ବାୟୁ ଗୁଣବତ୍ତା ସୂଚକାଙ୍କ ଏବେ ଅଧିକାଂଶ ସ୍ଥାନରେ ୪୦୦–୫୦୦ ମଧ୍ୟରେ ରହିଥିବା ବେଳେ ପିଏମ୍‌ ୨.୫ ସ୍ତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ସୁରକ୍ଷିତ ସୀମାଠାରୁ ପ୍ରାୟ ୧୦ ଗୁଣ ରହିଛି। ଦିଲ୍ଲୀ-ଏନ୍‌ସିଆର୍‌ରେ ୭୫ ପ୍ରତିଶତ ପରିବାର ପ୍ରଦୂଷଣ-ସମ୍ବନ୍ଧୀୟ ସମସ୍ୟା ଯେପରି ଶ୍ୱାସକ୍ରିୟା ଅସୁବିଧା, ନାକ ବନ୍ଦ, ଆଖି ଜଳାପୋଡ଼ା ଓ ମୁଣ୍ଡ ଯନ୍ତ୍ରଣା ରିପୋର୍ଟ କରିଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଘର ଭିତର ବାୟୁ ଗୁଣବତ୍ତା ଉନ୍ନତ କରିବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେଉଛନ୍ତି।

State

ପୁଣି ବଢ଼ିଲା ରାସନ କାର୍ଡ e-KYC ଅପଡେଟ୍ ଅବଧି

Blog Thumbnail

ଦ କୁଇଭର ବ୍ୟୁରୋ :- ରାସନ କାର୍ଡ ହିତାଧିତାରୀଙ୍କ ପାଇଁ ଖୁସି ଖବର, ପୁଣି ବଢିଲା e-KYC ଅବଧି । ଏହାକୁ ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର ଭିତ୍ତିକ e-KYC ପ୍ରକ୍ରିୟା ଜାରି ରହିଛି । ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି । ଏହାସହ ଅଦ୍ୟାବଧି e-KYC କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି । କୌଣସି ଯୋଗ୍ୟ ହିତାଧିକାରୀଙ୍କୁ e-KYC ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ । ଯଦି ଏ ପର୍ଯ୍ୟନ୍ତ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ e-KYC କରିନାହାନ୍ତି, ତାହାଲେ ସେମାନେ ଡିସେମ୍ବର ୩୧ ତାରିଖ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ e-KYC କରାଇପାରିବେ । ଯାହାକୁ ନେଇ ଗତ କିଛି ଦିନ ହେଲା ଦ୍ୱନ୍ଦ୍ବରେ ଥିଲେ ହିତାଧିକାରୀ l ଗତ ୧୪ ତାରିଖ ସୁଦ୍ଧା ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ହିତାଧିକାରୀ e-KYCରୁ ବଞ୍ଚିତ ଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଗତ ୧୫ ଦିନ ଭିତରେ ମାତ୍ର ୭୩ ହଜାର ୧୦୬ ଜଣଙ୍କ e-KYC କରିଛନ୍ତି ।

State

ଉଦଘାଟିତ ହେଲା ଐତିହାସିକ କଟକ ବାଲିଯାତ୍ରା

Blog Thumbnail

କଟକ( ଦ କୁଇଭର ):- ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା । ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରାକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ୍ କ୍ରୀଷ୍ଣାମୂର୍ତ୍ତି, ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ବିଧାୟକ ପ୍ରକାଶ ସେଠୀ ବାଲିଯାତ୍ରା ଉଦଘାଟନୀରେ ଉପସ୍ଥିତ ଥିଲେ । ତେବେ 12 ତାରିଖ ଯାଏଁ ଉଠିବ ପଡିବ ବାଲିଯାତ୍ରା ପଡିଆ । ଏବର୍ଷର ବାଲିଯାତ୍ରା ଥିମ୍ ରହିଛି 'ଆମ ଭାଷା ଆମ ସାହିତ୍ୟ' । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟା 5ଟାରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ମହାକୁମ୍ଭକୁ ଉଦଘାଟନ କରିଛନ୍ତି । ଅତିଥିମାନେ ବୋଟ୍ କ୍ଲବରୁ ଡଙ୍ଗା ଯୋଗେ ମେଳା ପଡିଆକୁ ଆସିଥିଲେ । 'କଟକରେ କଟକ' ଏବଂ ORMAS ଷ୍ଟଲ ଉଦଘାଟନ କରିବା ପରେ, ମୁଖ୍ୟମନ୍ତ୍ରୀ ବାଲିଯାତ୍ରା 2025କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ଏପଟେ ଆଗାମୀ 12 ତାରିଖ ଯାଏଁ ପ୍ରତିଦିନ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ । ମହାନଦୀ କୂଳରେ ଐତିହାସିକ ବାଲିଯାତ୍ରା ଆନୁଷ୍ଠାନିକ ଉଦଘାଟନ ପୂର୍ବରୁ "ମହାନଦୀ ଆଳତୀ" ପରିବେଷଣ କରାଯାଇଥିଲା । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ମଧ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Weather

ଆଜିଠୁ ବଦଳିବ ପାଗର ମିଜାଜ୍

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାକୁ ଛୁଇଁବ ପହିଲି ଶୀତ । ବର୍ଷା ପରେ ସମଗ୍ର ରାଜ୍ୟରେ କମିବ ତାପମାତ୍ରା, ଅନୁଭୂତି ହେବ ଶୀତର ପ୍ରକୋପ । ଆଜିଠୁ ବଦଳିବ ପାଗର ମିଜାଜ୍, ଅନୁଭବ ହେବ ଥଣ୍ଡା । ରାଜ୍ୟରେ ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପରେ କୌଣସି ପ୍ରଭାବ ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଚଳିତ ବର୍ଷ ବିଳମ୍ବରେ ଶୀତ ପଡ଼ିଥିବା ବେଳେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁ ପାଳକ କହିଛନ୍ତି, "ଆଜିଠାରୁ ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ଧୀରେ ଧୀରେ କମିବ । ସବୁଠି ୨ରୁ ୩ ଡିଗ୍ରୀ ତାପମାତ୍ରା ତଳକୁ ଖସିବା । ରାଜ୍ୟକୁ ଉତ୍ତରା ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପଶିବା କାରଣରୁ ଦିନର ତାପମାତ୍ରା ଅପେକ୍ଷା ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ଯାହାର ପ୍ରଭାବରେ ଆଜିଠୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ । ଫଳରେ ଥଣ୍ଡା ଅନୁଭୂତି ହେବ । " ସେ ଆହୁରି କହିଛନ୍ତି,"ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।" ସେ ଆହୁରି କହିଛନ୍ତି,"ଏଥର ଶୀତ ବିଳମ୍ବରେ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ । ସେହିପରି ରାଉରକେଲା, ଝାରସୁଗୁଡ଼ା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତି ହେବ ଥଣ୍ଡା । ତେବେ ଶୀତର ଅବଧି କମ୍ ରହିବ ଏବଂ ମଝିରେ ମଝିରେ ଅଧିକ ଶୀତ ହେବ ।" ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପରେ ପରିଣତ ହୋଇ ଆଗାମୀ ୫ ଦିନ ଭିତରେ ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶ ଆଡ଼କୁ ତାହା ଗତି କରିପାରେ । ଓଡ଼ିଶା ଉପକୂଳରେ ଏହାର କିଛି ପ୍ରଭାବ ପଡିବ ନାହିଁ । ଆଗାମୀ 7 ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।