ବ୍ରହ୍ମପୁର ( ଦ କୁଇଭର ):- ଅରୂପା ଭୁବନେଶ୍ଵର ତରଫରୁ ବ୍ରହ୍ମପୁର ଠାରେ 'ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫' ଅନୁଷ୍ଠିତ ହେବା ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି । ଏହି ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି,ଯେପରିକି ସର୍ବଭାରତୀୟ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ରର ବିଶାଳ ପ୍ରଦର୍ଶନୀର ଆୟୋଜନ କରାଯିବ । ଅରୂପା ୧୯୯୦ ମସିହା ଠାରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି | ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି,ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରିଆସୁଅଛି |ଆସନ୍ତା ନଭେମ୍ବର ୧୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଆୟୋଜନ ହେବାକୁ ଯାଉଅଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟlମାନେ ଯୋଗଦାନ କରିବେ । ବିଶେଷକରି ଓଡ଼ିଶାର ପିପିଲିର ଚାନ୍ଦୁଆ, ଖଣ୍ଡପଡ଼ାର କାଠକାମ, ଗୁଜୁରାଟି ଅଳଙ୍କାର, ବେଙ୍ଗଲ ଶାଢୀ, କଲିକତାର ଲାଖଚୁଡ଼ି, ବନାରସୀ ଶାଢ଼ୀ ଏବଂ ଡ୍ରେସ୍, ସମ୍ବଲପୁରୀ ଡ୍ରେସ୍, କଟକ ଶାଢୀ ଏବଂ ସିଲ୍କ ଶାଢୀ, କଟକର ମାଣିଆବନ୍ଧର ଡ୍ରେସ୍, ସମ୍ବଲପୁରୀ ଶାଢୀ, କଟନ ଶାଢୀ ଏବଂ ସିଦ୍ଧ ଶାଢ଼ୀ, ଅଗରବତୀ, ଫିନାଇଲ୍, କତାକାମ, ପଥର ଖୋଦେଇ, ସାହାରଙ୍ଗ ପୁରର କାଠ କାମ ଓ ସୋଫା ସେଟ୍, ୟୁ.ପି. ଭଦୋଇର କାର୍ପେଟ, ମୁରାଦାବାଦ ର ପିତଳ କାମ, ମହାରାଷ୍ଟ୍ରର ବେଡ୍ସିଟ୍, ହରିୟାଣାର ଡ୍ରେସ୍ ସେଟ୍ ଏବଂ ବେଡ୍ସିଟ୍, ଆନ୍ଧ୍ରପ୍ରଦେଶ ର ଡ୍ରେସ୍ ଏବଂ ଶାଢୀ ଏବଂ ଆହୁରି ଅନେକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଏସ୍ଏସ୍ଏମ୍ଇ ଉଦ୍ୟୋଗୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶନ କରାଯିବ । ଏହା ସହିତ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ସଙ୍ଗୀତ, ବକ୍ତୃତା, ନୃତ୍ୟ, ମେହେନ୍ଦି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରି ଅରୂପା ତରଫରୁ କୃତି ପିଲାମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି କର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍ଘାଟନ ହେବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।