ଦ କୁଇଭର ବ୍ୟୁରୋ :- ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍ ପୋଲ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତେ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି ।


.jpg%3Falt%3Dmedia%26token%3D4ce80f53-17e0-428b-bd94-6873c6f20db4&w=828&q=75)



