Banner Ad

ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ

ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ
Published by : Jyotshna Kumari
#State
Jan 22, 2025, 1:36 PM

ଦ କୁଇଭର ବ୍ୟୁରୋ :- ସୁଭଦ୍ରାକୁ ନେଇ ଆସିଲା ବଡ଼ଅପଡେଟ l ଖୁଲାସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା l ବେଳେବେଳେ ପୁଅ ନାମ ଓ ଝିଅଙ୍କ ନାମ ଏକା ଭଳି ଥାଏ । ସେମାନେ ଭୁଲବଶତଃ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି l

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ 'ସାମ୍ବାଦିକଙ୍କୁ ମନା' ପୋଷ୍ଟର ମରା କୁ ବିରୋଧ କଲା ବ୍ରହ୍ମପୁର ପ୍ରେସ କ୍ଲବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ମନା ନେଇ ଏକ ପୋଷ୍ଟର ଗତକାଲି କାର୍ଯ୍ୟାଳୟରେ ବିଭିନ୍ନ ସ୍ଥାନରେ ଲଗାଯାଇଛି । ଯାହାକୁ ନେଇ ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି । ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ବ୍ରହ୍ମପୁର ପ୍ରେସ କ୍ଲବ । ଆଜି କ୍ଲବ ପକ୍ଷରୁ ସମସ୍ତ ବ୍ରହ୍ମପୁର ସାମ୍ବାଦିକ ଏକତ୍ରିତ ହୋଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତୁରନ୍ତ ଉକ୍ତ ପୋଷ୍ଟରକୁ ସାନଖେମୁଣ୍ଡି ବ୍ଲକ ପରିସରରୁ ହଟାଇବାକୁ ଦାବି କରି ଏକ ଦାବି ପତ୍ର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜଣେ ଗଣମାଧ୍ୟମର କାର୍ଯ୍ୟରେ ରୋକ ଲଗାଉଛନ୍ତି ବିଡ଼ିଓ । ବ୍ଲକ କାର୍ଯ୍ୟାଳୟରେ ଲୋକେ କିଭଳି ସୁବିଧା ପାଉଛନ୍ତି ଓ କଣ ସବୁ ଅସୁବିଧା ରହୁଛି ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ନିମନ୍ତେ ଗଣମାଧ୍ୟମ କାମ କରୁଥିବା ବେଳେ ବିଡ଼ିଓ ନିଜର ଦୋଷ ଲୁଚାଇବାକୁ ଏଭଳି ପୋଷ୍ଟର ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ ମାନେ । ତୁରନ୍ତ ପୋଷ୍ଟର ହଟାଇବା ପାଇଁ ଦାବି କରିଛନ୍ତି ବ୍ରହ୍ମପୁର ପ୍ରେସ କ୍ଲବ।

State

କୋରାପୁଟ ବନଖଣ୍ଡରେ ସରିଲା ପକ୍ଷୀ ଗଣନା : ୫୪୧୩ ଚିହ୍ନଟ, ୯୭୯ ବିଦେଶୀ

Blog Thumbnail

କୋରାପୁଟ( ଦ କୁଇଭର ):- କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ‌‌ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ୬ଟି ରେଞ୍ଜର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି ଏହି ଗଣନାରେ ସାମିଲ ହୋଇଥିଲେ। ପୂର୍ବରୁ କର୍ମଚାରୀମାନେ ପକ୍ଷୀ ଚିହ୍ନଟ ପାଇଁ ସ୍ବତନ୍ତ୍ର ଆପ୍ ଡାଉନଲୋଡ କରି ରଖିଥିଲେ। ଏଥିରେ ଏମାନେ ଅପଲୋଡ କରିଥିଲେ।


କୋରାପୁଟ ବନାଞ୍ଚଳର କୋଲାବ ଜଲଭଣ୍ଡାର, ଦାମନଯୋଡି ଆସ ପଣ୍ଡ, ଡଙ୍ଗରୀମାଳିଗୁଡା, ବାଗ୍ରା ଡ୍ୟାମ, ରାଣୀଗଡ଼ ଡ୍ୟାମ୍ ଆଦି ୫ଟି ସ୍ଥାନରେ ଗଣନା କରାଯାଇଥିଲା। ଏଠାରେ ୨୦୧୨ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ବ୍ରାହ୍ମଣୀସିଲଡ୍ର (ଚକୁଆ) ବିଦେଶୀ ପକ୍ଷୀ ୯୭୯ଟି ଚିହ୍ନଟ ହୋଇଥିବା କହିଛନ୍ତି କୋରାପୁଟ ବନାଞ୍ଚଳ ଅଧିକାରୀ ଏସକେ ପାହାଡସିଂ। କୋରାପୁଟବନାଞ୍ଚଳ ପକ୍ଷୀ ଗଣନାରେ ଏସିଏଫ୍ ନଳିନୀକାନ୍ତ ବେହେରା, ରେଞ୍ଜର ପାହାଡସିଂ, ଫରେଷ୍ଟର ଗୌତମ ବେନିୟା, ଏଫଇଏସ୍ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପକ୍ଷୀ ଗଣନାରେ ଭାଗ ନେଇଥିଲେ।

State

୭୬ତମ ସାଧାରଣତନ୍ତ୍ର ଦିବସ: ଓଡ଼ିଶାରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

Blog Thumbnail

ଦ କୁଇଭର ବ୍ୟୁରୋ :-:ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଖଇେ ଆସୁଛି। ହାତରେ ଆଉ ୪ ଦିନ ସମୟ ଥିବାରୁ ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି। ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବେ। ଜିଲ୍ଲା ମୁଖ୍ୟାଳୟରେ କେଉଁମାନେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। ପୁରୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।


ସେହିପରି ସୁନ୍ଦରଗଡ଼ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ‌ସୋନପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, କୋରାପୁୁଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଗତସିଂହପୁୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାୟଗଡ଼ାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଜପତିରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ବାଲେଶ୍ବରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁୁଣ୍ଟିଆ, ନୂଆପଡ଼ାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଢେଙ୍କାନାଳରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମାଲକାନଗିରିରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ନୟାଗଡ଼ରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପତାକା ଉତ୍ତୋଳନ କରିବେ। କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ ରାଉରକେଲରେ ଆରଡିସି ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୁଳ, ବାରିପଦା, ବରଗଡ଼, ଗଦ୍ରକ, ବଲାଙ୍ଗୀର,, ବୌଦ୍ଧ, ଦେବଗଡ଼, ଛତ୍ରପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ଫୁଲବାଣୀରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।

International

ଆମେରିକାରେ ପୁଣି ଟ୍ରମ୍ପ ଯୁଗ

Blog Thumbnail

ଦ କୁଇଭର ବ୍ୟୁରୋ :- ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । ଆମେରିକାରେ ପୁଣି ଟ୍ରମ୍ପ ଯୁଗ । ୪ ବର୍ଷ ପରେ ଫେରିଲା ଟ୍ରମ୍ପ ଶାସନ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକୀୟ ସଂସଦ ଭବନରେ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ନେଉ ନେଉ ଆଜି ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଟ ଟ୍ରମ୍ପ୍‌ । କହିଲେ ପାନାମା କେନାଲ ଉପରେ ପୁଣି କବ୍‌ଜା କରିବ ଆମେରିକା । ପାନାମା କେନାଲରୁ ଚୀନ କବଜା ହଟାଯିବ । ଗଲ୍‌ଫ ଅଫ୍‌ ଆମେରିକାର ନାମ ବଦଳାଇବୁ । ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ‘ମୁଁ ଚାହୁଁଛି ସାରା ବିଶ୍ୱ ମୋତେ ଶାନ୍ତି ଦୂତ ଭାବରେ ମନେ ରଖୁ । ଅନ୍ୟ ଦେଶ ଉପରେ ଟ୍ୟାକ୍ସ ଓ ଟାରିଫ ବୃଦ୍ଧି କରଯିବ । ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରିବୁ । ଦର ନିୟନ୍ତ୍ରଣ କରିବା ଟ୍ରମ୍ପ୍‌ଙ୍କ ପ୍ରାଥମିକତା ରହିବ ବୋଲି କହିଛନ୍ତି ଟ୍ରମ୍ପ୍‌ ।


ରାଷ୍ଟ୍ରପତି ଭାବେ ଶପଥ ନେବା ସହ ଟ୍ରମ୍ପ କହିଛନ୍ତି ଆମେରିକାରେ ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହେଲା । ଆଜିଠାରୁ ଆମ ଦେଶ ପୁନର୍ବାର ସମୃଦ୍ଧ ହେବ ଏବଂ ଆମକୁ ସାରା ବିଶ୍ୱରେ ସମ୍ମାନ ଦିଆଯିବ। ଆମେ କୌଣସି ଦେଶକୁ ଆଉ ଅଧିକ ଲାଭ କରିବାକୁ ଅନୁମତି ଦେବୁ ନାହିଁ। ଆମର ସାର୍ବଭୌମତ୍ୱ ପୁନଃ ପ୍ରାପ୍ତ ହେବ । ଆମର ସୁରକ୍ଷା ପୁନଃ ସ୍ଥାପିତ ହେବ । ଗର୍ବିତ, ସମୃଦ୍ଧ ଏବଂ ମୁକ୍ତ ଦେଶ ଗଠନ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଟ୍ରମ୍ପ କହିଛନ୍ତି ।


ଅନ୍ୟପଟେ ଶପଥ ଗ୍ରହଣ ପରେ ଟ୍ରମ୍ପଙ୍କୁ ସାରା ବିଶ୍ବରୁ ଶୁଭେଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଏଲନ ମସ୍କ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।

State

କୋଣାର୍କରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Blog Thumbnail

କୋଣାର୍କ( ଦ କୁଇଭର ):- କୋଣାର୍କରେ ଆରମ୍ଭ ହୋଇଯାଇଛି ୨ ଦିନିଆ ‘ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ’ । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ କୋଣାର୍କ ଇକୋ ରି-ଟ୍ରିଟରେ ଜାନୁଆରୀ ୨୦ ଓ ୨୧ ତାରିଖରେ ଏହି ୨ ଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୬ଟି ଖଣିବହୁଳ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଏହି ୨ ଦିନିଆ କାର୍ଯ୍ୟକ୍ରମ "ବିକଶିତ ଭାରତ ୨୦୪୭" ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ଏଥିରେ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ୧୬ରୁ ଅଧିକ ରାଜ୍ୟ ଖଣି ମନ୍ତ୍ରୀଙ୍କୁ ଏକତ୍ରିତ କରାଯାଇଛି ।



ସୋମବାର ଉଦଘାଟନୀ ଅଧିବେଶନରେ ମୁଖ୍ୟଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି ଏବଂ ଅଭିଭାଷଣରେ କହିଛନ୍ତି ଯେ, କେନ୍ଦ୍ର ଖଣିଜ ସମ୍ପଦ ମନ୍ତ୍ରୀ ଜି.କିଶନ ରେଡ୍ଡୀ, ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା, ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଭାଟି ବିକ୍ରମାର୍କ ମଲ୍ଲୁ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଶିଳ୍ପ ନେତାଙ୍କ ସହିତ ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନରେ ଯୋଗଦେବା ଓ ଏହାକୁ ଉଦଘାଟନ କରିବାର ସୌଭାଗ୍ୟ ପାଇଛି । ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ, ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ ହେଉଛି । ଓଡ଼ିଶା ବିପୁଳ ଖଣିଜ ସମ୍ପଦ ପାଇଁ ପ୍ରସିଦ୍ଧ, ଯାହା ଭାରତର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, 'ବିକଶିତ ଭାରତ'ର ମିଶନକୁ ଅଭିନବ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ଖଣି ସମେତ ପ୍ରମୁଖ ଶିଳ୍ପଗୁଡ଼ିକୁ ସଶକ୍ତ କରି ସାକାର କରାଯିବ । ଖଣିଜ ସମ୍ପଦରେ ଏକ ଅଗ୍ରଣୀ ରାଜ୍ୟ ଭାବରେ, ଓଡ଼ିଶା ଏହି ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

Education

ଏଣିକି ସ୍କୁଲ ନାମଲେଖା ପାଇଁ 6 ବର୍ଷ ବୟସ ବାଧ୍ୟତାମୂଳକ, ତା ପୂର୍ବରୁ ଶିଶୁବାଟିକା

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଏଣିକି ସ୍କୁଲରେ ନାମ ଲେଖାଇବା ପାଇଁ ପିଲାଙ୍କୁ ଅତିକମରେ ୬ ବର୍ଷ ହେବା ଜରୁରୀ । ଚଳିତ ଶିକ୍ଷାବର୍ଷ (୨୦୨୪-୨୫) ଠାରୁ ଏହି ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ଆଧାରରେ ଏହି ବୟସ ସଂଶୋଧିତ ନିୟମ ଲାଗୁ କରାଯାଇଛି । ଏନେଇ ‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।


ପ୍ରଥମ ଶ୍ରେଣୀରେ ନାଁ ଲେଖାଇବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି ବୟସ ସୀମା । ୬ ବର୍ଷରୁ ଅଧିକ ନ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ନାହିଁ । ୨୦୨୫-୨୬ ଶିକ୍ଷା ବର୍ଷରୁ ଏହା ଲାଗୁହେବ । ସେହି ଶିକ୍ଷା ବର୍ଷର ସେପ୍ଟେମ୍ବର ୧ରେ ଯେଉଁ ପିଲାଙ୍କର ବୟସ ୬ ବର୍ଷରୁ ଉର୍ଦ୍ଧ ହୋଇଥିବ ସେହି ମାନେ ହିଁ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ଏଭିଳି ନିଷ୍ପତି ଜାତୀୟ ଶିକ୍ଷା ପଲିସୀକୁ ନଜରରେ ରଖି ସରକାର କରିଛନ୍ତି ।

କେବଳ ସେତିକି ନୁହେଁ ପ୍ରତେକ ପ୍ରାଥମିକ ବିଦ୍ୟାଳୟରେ ସରକାର ପ୍ରି ସ୍କୁଲ ଖୋଲିବେ, ଯାହାର ନାମ ହେବ ଶିଶୁ ବାଟିକା । ଏଠାରେ ୫ରୁ ୬ ବର୍ଷର ପିଲାମାନଙ୍କ ନାମ ଲେଖା ହେବ ଏବଂ ସେମାନେ ସେହିଠାରେ ହିଁ ପାଠ ପଢ଼ିବେ । ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ବିଜ୍ଞପ୍ତି ଅନୁଯାଇ ଏବେ ପ୍ରଥମ ଶ୍ରେଣୀ ପିଲାମାନଙ୍କ ନାମ ଲେଖା ବୟସ ୬ ବର୍ଷରୁ ଅଧିକ ରହିବ ।

National

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀ ସଞ୍ଜୟ ରାୟକୁ ଆଜୀବନ ଜେଲ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ବହୁଚର୍ଚ୍ଚିତ ଆରଜି.କର ମେଡିକାଲ କଲେଜରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଶନିବାର ଅଭିଯୁକ୍ତ ସଞ୍ଜୟକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସୋମବାର ଦଣ୍ଡବିଧାନ କରିଛନ୍ତି । ତାକୁ ଆଜୀବନ କାରା ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ରେହମାନ କହିଛନ୍ତି, "ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ଉପରେ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ବିଚାରପତି କହିଛନ୍ତି ଯେ, ଏହା ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । ''


ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ ସିଆଲଦା କୋର୍ଟ ବିଚାରପତିଙ୍କ ନିକଟରେ କହିଛନ୍ତି ଯେ, ଆମେ କ୍ଷତିପୂପରଣ ନେବାକୁ ଚାହୁଁନାହୁଁ ବରଂ ନ୍ୟାୟ ଚାହୁଁଛୁ । ଶନିବାର ଦିନ ଏହି ମାମଲାରେ କୋଲକାତା ସିଆଲଦା କୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଛାତିଥରା ଘଟଣାର ୬ ମାସ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା 64, 66 ଏବଂ 103 (1) ଅନୁଯାୟୀ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଘଟଣାର ପରଦିନ ରବିବାର ପଡୁଥିବାରୁ ୪୮ ଘଣ୍ଟା ପରେ ଅର୍ଥାତ ସୋମବାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Shree Jagannath

ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ

Blog Thumbnail

ପୁରୀ( ଦ କୁଇଭର ):- ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡିଓ । ଏଥର ସିଧା ଗର୍ଭଗୃହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । କେବଳ ଗର୍ଭଗୃହ ନୁହେଁ ବରଂ ୨୨ ପାହଚ, ଭିତରବେଢା ଓ ମନ୍ଦିର ଅନେକ ସମ୍ବେଦନଶୀଳ ସ୍ଥାନରେ ଭିଡିଓ ଉତ୍ତୋଳନ କରାଯାଇଛି । ଏହି ଫଟୋ ଓ ଭିଡିଓକୁ ବାଙ୍କ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଅପଲୋଡ କରିଛନ୍ତି । ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ସୂଚନା ଅନୁସାରେ, ଶନିବାର ରାତିରେ ଏହି ବ୍ୟକ୍ତି ଜଣକ ନିଜ ଇନଷ୍ଟାଗ୍ରାମ ଓ ଫେସବୁକ ପେଜରେ ଏହି ଭିଡିଓ ଅପଲୋଡ଼ କରିଛନ୍ତି । ଭାଇରାଲ ଭିଡିଓରେ ମନ୍ଦିରର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନ ରହିଛି । ସିଂହଦ୍ବାର, ବାଇଶି ପାହାଚ, ଭିତରବେଢା ସମେତ ସିଧା ଗର୍ଭଗୃହ ଓ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅବସ୍ଥାନ ମଧ୍ୟ ଭିଡିଓରେ ରେକର୍ଡ କରାଯାଇଛି । ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ ମୋବାଇଲ୍ ଫୋନ୍ କିଭଳି ନେଲେ ଏବଂ ସମ୍ବେଦନଶୀଳ ଗର୍ଭଗୃହ ଓ ଭିତରବେଢ଼ାରେ କିପରି ଭିଡିଓ ଉତ୍ତୋଳନ କରିବାକୁ ସକ୍ଷମ ହେଲେ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ସେହିପରି ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନର ମାଳ ମାଳ କର୍ମଚାରୀ, ସେବାୟତ, ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି) ଉପସ୍ଥିତ ରହୁଥିବା ସତ୍ତ୍ବେ ମଧ୍ୟ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

National,State

ରାଜ୍ୟ ବାହାରେ ଥିବା ମହିଳା ସୁଭଦ୍ରାରେ ହେବେ ସାମିଲ

Blog Thumbnail

ଦ କୁଇଭର ବ୍ୟୁରୋ :-:ଓଡ଼ିଶା ବାହାରର ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା । ଏନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ରାଜ୍ୟ ବାହାରେ ଥିବା ମହିଳାମାନେ ବି ସୁଭଦ୍ରା ଯୋଜନାରେ ସାମିଲ ହେବେ । ଅନେକ ଓଡ଼ିଆ ମହିଳା ରାଜ୍ୟ ବାହାରେ ଅଛନ୍ତି । ସେମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିନାହାନ୍ତି । ଜିଲ୍ଲା ସ୍ଥରୀୟ ସମୀକ୍ଷାରେ ଏଭଳି ତଥ୍ୟ ଆସିଛି । ଓଡ଼ିଶା ବାହାରେ ଯେତିକି ମହିଳା ଅଛନ୍ତି ବା ସୁଭଦ୍ରା ପାଇଁ ଯୋଗ୍ୟ ହିତାଧିକାରୀ ଅଛନ୍ତି । ଆବେଦନ ସେତିକି କରିନାହାନ୍ତି । ତଥ୍ୟର ଅନୁସରଣ ପରେ ଜଣା ପଡୁଛି ରାଜ୍ୟ ବାହାରେ ଥିବା ଓଡ଼ିଆ ମହିଳା ମାନେ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି । ସେମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ଏହି ଯୋଜନାରେ ଆବେଦନ କରନ୍ତୁ । ଆଉ ସୁଭଦ୍ରା ଯୋଜନାର ସହାୟତା ନିଅନ୍ତୁ । ରାଜ୍ୟ ବାହାରେ ଯାଇ ମୂଲ ମଜୁରୀ ଲାଗିବା ପରିବର୍ତ୍ତେ ସୁଭଦ୍ରା ଅର୍ଥରେ ଯଦି ଉଦ୍ୟୋଗୀକ ବିକାଶ କରିପାରିବେ ତାହା ରାଜ୍ୟ ଏବଂ ମହିଳାମାନଙ୍କର ବିକାଶକୁ ତ୍ୱରାନ୍ୱିତ କରିପାରିବ । ସେଥି ପାଇଁ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଥିବା ଓଡ଼ିଆ ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି ।



State

ସର୍ଦାର ବଲ୍ଲଭଭାଇପଟେଲ ସାହିତ୍ୟ ସଂସଦ,ବ୍ରହ୍ମପୁରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରବିବାର ଅପରାହ୍ନ ଚାରିଟା ବେଳେ 'ସର୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ,ବ୍ରହ୍ମପୁର' ର ମାସିକ ସାହିତ୍ୟ ଆସର ବ୍ରହ୍ମପୁର ସ୍ଥିତ 'ଉତ୍କଳ ଆଶ୍ରମ' ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କବି, ଗାଳ୍ପିକ, ନାଟ୍ୟକାର ତଥା ମଞ୍ଚ ନିର୍ଦ୍ଦେଶକ ଇଂ. ଆଶୁତୋଷ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରକୁ ସଂସଦର ସାଧାରଣ ସଂପାଦକ ଆଡଭୋକେଟ (ଇଂ) ବିଜୟ ଚନ୍ଦ୍ର ମିଶ୍ର ସଞ୍ଚାଳନ କରିଥିଲେ।‌ ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୩୦ ଜଣ କବି ଓ ଗାଳ୍ପିକ ଏହି ସାହିତ୍ଯ ଆସରରେ ସ୍ୱରଚିତ ମନଛୁଁଆ ସାହିତ୍ୟ କୃତି ପଠନ କରିଥିଲେ । ସଭାପତି ଇଂ. ଆଶୁତୋଷ ପାତ୍ର ଓ ଉପ-ସଭାପତି ଶ୍ରୀଯୁକ୍ତ ବଂଶୀଧର ସେଠୀ ନିଜର ନିଜର ମୂଲ୍ୟବାନ ବକ୍ତବ୍ଯ ରଖିଥିଲେ । ବରିଷ୍ଠ କବି, ଗାଳ୍ପିକା ତଥା ପ୍ରାବନ୍ଧିକା ଶ୍ରୀମତୀ ଅମିତା ମିଶ୍ର( ଦାଶ) ଓ ନବାଗତା ଯୁବା କବୟତ୍ରୀ ସୁଶ୍ରୀ ନନ୍ଦିନୀ ମହାରଣା ଅତି ସୁନ୍ଦର ଭାବେ କବିତା ସଂଯୋଜନା କରିଥିଲେ । ଏହି ଆସରରେ ବରିଷ୍ଠ କବି ଶ୍ରୀଯୁକ୍ତ ବି. ସତ୍ୟମ୍ ଆଚାରୀ ନିଜର ସୁଲଳିତ ପ୍ରାରମ୍ଭିକ ଭଜନ ପରିବେଷଣ କରି ସମସ୍ତଙ୍କୁ ଆହ୍ଲାଦିତ କରିଥିଲେ। ବରିଷ୍ଠ କବୟତ୍ରୀ ଶ୍ରୀମତୀ ରଞ୍ଜିତା ରାଣୀ ଦାଶ, ଭଞ୍ଜ ସଂଗୀତ, ଶ୍ରୀମତୀ ଲକ୍ଷ୍ମୀଆମ୍ମା ନନ୍ଦଡା, ବଳରାମ ଦାଶଙ୍କ ଭଜନ ଏବଂ ଶ୍ରୀମତୀ ଅମିତ ମିଶ୍ର ଅତି ମଧୁର ଓ ସୁଲଳିତ ସଂଗୀତ ପରିବେଷଣ କରି ଏହି ଆସରକୁ ସଙ୍ଗୀତମୁଖର ଓ ଉଲ୍ଲାସମୟ କରିଥିଲେ ।

Sports

ଖୋ ଖୋ ବିଶ୍ବକପର ପ୍ରଥମ ସଂସ୍କରଣରେ ଇତିହାସ ରଚିଲା ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତ ଓ ନେପାଳ ମଧ୍ୟରେ ରବିବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଟିମ ନିଜ ଦବଦବା ବଜାୟ ରଖିଥିଲା ।ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ମଧ୍ୟ ଖୋ ଖୋ ଫାଇନାଲ ମ୍ୟାଚରେ ନେପାଳକୁ ହରାଇ ବିଶ୍ୱ ବିଜେତା ଟାଇଟଲ ହାସଲ କରିଛନ୍ତି । ୫୪-୩୬ ପଏଣ୍ଟରେ ନେପାଳକୁ ହରାଇଛି ଭାରତୀୟ ପୁରୁଷ ଟିମ୍ । ପ୍ରତୀକ ଓ୍ବାଇକରଙ୍କ ଉଚ୍ଚକୋଟୀର କ୍ୟାପଟେନ୍ସି ଓ ରାମଜୀ କଶ୍ୟପଙ୍କ ଦକ୍ଷତାପୂର୍ଣ୍ଣ ଖେଳ, ଟିମକୁ ବିଜୟର ବାଟ ଦେଖାଇଥିଲା । ପୁରୁଷ ଓ ମହିଳା ଖୋ ଖୋ ଟିମର ଏହି ସ୍ୱର୍ଣ୍ଣିମ ସଫଳତାରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

State

ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ

Blog Thumbnail

ଦ କୁଇଭର ବ୍ୟୁରୋ :- ସୁଭଦ୍ରାକୁ ନେଇ ଆସିଲା ବଡ଼ଅପଡେଟ l ଖୁଲାସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା l ବେଳେବେଳେ ପୁଅ ନାମ ଓ ଝିଅଙ୍କ ନାମ ଏକା ଭଳି ଥାଏ । ସେମାନେ ଭୁଲବଶତଃ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି l

International

ଜଳୁଛି ଲସ୍ ଆଞ୍ଜେଲେସ

Blog Thumbnail

ଦ କୁଇଭର ବ୍ୟୁରୋ :- ଜଳୁଛି ଲସ୍ ଆଞ୍ଜେଲେସ । ଏହା ପ୍ରକୃତିର କୋପ ନା ପ୍ରକୃତି ରୂପରେ ଭଗବାନଙ୍କର ରୋଷ? ଏହା ଭଗବାନଙ୍କର ତାଣ୍ଡବ ନୁହେଁ ତ? କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା? ହଲିଉଡ଼ ପାଇଁ ତ ସାରା ବିଶ୍ୱ ଲସ୍ ଆଞ୍ଜେଲେସକୁ ଆଦରୁଥିଲା କିନ୍ତୁ ଏବେ? ଦେଶର ସବୁଠାରୁ ବଡ଼ ଜଙ୍ଗଲ ଜଳୁଛି ହେଲେ ନିଆଁକୁ ଆୟତ୍ତ କରିପାରୁନି ବିଶ୍ୱର ଧନୀ ଦେଶ ଆମେରିକା । ହେଲେ କାହିଁକି? କ’ଣ ପ୍ରକୃତି ଆଗରେ ବିଜ୍ଞାନ ଫେଲ ମାରିଗଲା ନା ଭଗବାନଙ୍କ ଇଛା ଆଗରେ ଆମେରିକାର କଳାକୈାଶଳ ଚପିଗଲା ।

ଘଟଣା ହେଉଛି କାଲିଫର୍ନିଆର । କାଲିଫର୍ନିଆର ଲସ୍ ଆଞ୍ଜେଲେସ ସହରର ପାସିଫିକ ପଲିସେଡ୍‌ରୁ ହିଁ ଆରମ୍ଭ ହୋଇଥିଲା ନିଆଁ । ଜାନୁଆରି ୭ ତାରିଖ ମଙ୍ଗଳବାର ସକାଳ ୧୦.୩୦ରେ ମାଲିବୁର ପୂର୍ବରେ ଥିବା ଲସ୍ ଆଞ୍ଜେଲେସ ପଡ଼ିଆର ପାସିଫିକ ପଲିସେଡ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ପରବର୍ତ୍ତୀ ସମୟରେ ଏହା ଧିରେ ଧିରେ ସହରର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା । ଯାହା ଏ ଯାଏଁ ବି ଜଳୁଛିି । ଦିନକୁ ଦିନ ନିଆଁର ପ୍ରଭାବ ବଢ଼ିବାରେ ଲାଗିଛି । ନିଆଁ ଯେତିକି ବଢ଼ୁଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢ଼ୁଛି । ଯେଉଁଆଡ଼େ ଦେଖିଲେ ଖାଲି ପୁଳା ପୁଳା ପାଉଁଶ ଆଉ ପଶୁପକ୍ଷୀଙ୍କ ଦରପୋଡ଼ା ଶରୀର । ହଲିଉଡ଼ ହିଲ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ହଲିଉଡ଼ ହିଲ ଚାରିପଟେ ଥିବା ବଡ଼ ବଡ଼ ସେଲିବ୍ରିଟିଙ୍କ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ପ୍ରକୃତିର ଏହି ତାଣ୍ଡବ ଆଗରେ ଅସହାୟ ସାଜିଛି ମଡର୍ନ ଟେକ୍ନୋଲୋଜି ଓ ମଣିଷ । ଜଙ୍ଗଲ ନିଆଁର ପ୍ରକୋପ ଆଗରେ ଆମେରିକାର କଳାକୈାଶଳ ବି ତା’ର ଚମତ୍କାର ଦେଖାଇ ପାରିଲାନି । ଏହା ଆମେରିକା ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟୟ । ବୁଦ୍ଧିମାନ ମଣିଷ ପାଖରେ ନିଆଁକୁ ଆୟତ୍ତ କରିବାର ସବୁ ବାଟ ଯେମିତି ବନ୍ଦ ହେଇଯାଇଛି । ପ୍ରକୃତିର ନିଷ୍ଠୁରତା ଆଗରେ ଆମେରିକା ଭଳି ଏକ ଉନ୍ନତ ଦେଶ ମଧ୍ୟ ହାର ମାନିଯାଇଛି । ପାଗ ଶୁଷ୍କ ଥିବାରୁ ପବନ ପ୍ରବାହିତ ହୋଇ ନିଆଁ ଏପରି ବ୍ୟାପୁଛି ନା ଭଗବାନଙ୍କୁ ନିନ୍ଦା କରିବାର ପରିଣାମ ଇଏ । ଭଗବାନଙ୍କୁ ଏ କି ପ୍ରକାର ପରିହାସ? ଏଠି ଦୋଷୀ ସହ ନିର୍ଦ୍ଦୋଷ ବି ଦଣ୍ଡ ପାଉଛି ।ଯଦି ଏବେଠୁ ନିଆଁକୁ ଆୟତ୍ତ କରା ନଯିବ ତେବେ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ ।



Politics

ନବ ହତ୍ୟାକାଣ୍ଡରେ ଛନ୍ଦି ହେବ ବିଜେଡି

Blog Thumbnail

ଝାରସୁଗୁଡ଼ା(ଦ କୁଇଭର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତରେ ଲୁଚିଛି ଅନେକ ଗୁମର । ସେଥିରୁ ବହୁ ସମ୍ବେଦନଶୀଳ ତଥ୍ୟକୁ କ୍ରାଇମବ୍ରାଞ୍ଚ ଗିଳି ଦେଇଛି । କିଛି ତଥ୍ୟକୁ ଲୁଚାଇଛି ତ ଆଉ କିଛିକୁ ନଷ୍ଟ କରିଥିବା କୁହାଯାଉଛି । ଯଦି ଏସବୁ ସତ୍ୟ, ତେବେ ଏତେ ଜଘନ୍ୟ କାରନାମା କ୍ରାଇମବ୍ରାଞ୍ଚ କାହା ନିଦେ୍ର୍ଦଶରେ କରିଛି? କାହାକୁ ସୁରକ୍ଷା ଦେବାକୁ ଏସବୁ କରାଯାଇଛି । କାହିଁକି ନବଦାସ ହତ୍ୟା କାଣ୍ଡ ତଦନ୍ତରେ ଏତେ ବଡ଼ ବଡ଼ ପ୍ରଶ୍ନ ଛାଡ଼ି ଯାଇଛି କ୍ରାଇମବ୍ରାଞ୍ଚର ପୂର୍ବତନ ନିଦେ୍ର୍ଦଶକ ଅରୁଣ ବୋଥ୍ରା? ଗୋଟିଏ ଗୋଟିଏ ତଥ୍ୟରୁ ପରଦା ହଟିବା ବେଳକୁ ଏହା ପଛରେ ନବୀନ ସରକାରର କାରସାଦି ଥିବା ଅଭିଯୋଗ ବଢ଼ୁଛି । ଏବେ ସେହି ସବୁ ଗୁମର ପଦାକୁ ଆସୁଥିବାରୁ ବିଜେଡି ଛନ୍ଦି ହୋଇ ପଡ଼ିବ ବୋଲି କୁହାଯାଉଛି ।

ନବଙ୍କ ହତ୍ୟାକାଣ୍ଡ ତଦନ୍ତ ପୋଲିସ କରୁଥିଲା । ହଠାତ ନବୀନ ସରକାର ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦେଲେ । ବୋଥ୍ରା ପାତାଳରୁ ପ୍ରମାଣ ଖୋଳିବା ଭଳି ପାଇଖାନା ଟାଙ୍କି ଭିତରୁ ଅଭିଯୁକ୍ତ ଗୋପାଳଙ୍କ ଲେଖା ଧରି ଆଣିଲେ । କେବଳ ସେତିକି ନୁହେଁ, ହତ୍ୟାକାଣ୍ଡର ପ୍ରଥମ ସାକ୍ଷୀ ନବ ଦାସ ବୋଲି ଲେଖିଥିଲେ । ଏହାବ୍ୟତୀତ ନବଙ୍କ ଗୁଳିବିଧ ସାର୍ଟ ମିଳୁନାହିଁ । ତାଙ୍କ ଟାୱେଲକୁ କାଳେ ତଦନ୍ତକାରୀ ବାବୁମାନେ ନଷ୍ଟ କରିଛନ୍ତି । ନବଙ୍କ ଦେହରେ ବାଜିଥିବା ଗୁଳିର ପତ୍ତା ନାହିଁ । ଏବେ କଥା ଆସିଲାଣି ନବଙ୍କ ଗାଡ଼ି ପଛରେ ଥିବା ଗାଡ଼ିକୁ ୫ ରାଉଣ୍ଡ ଗୁଳି ବାଜିଛି ।

ଥରେ ଏସବୁକୁ ସମୀକ୍ଷା କଲେ କାର୍ପଟଦାର ବା ପୁରୁଖା ଆଇପିଏସ ଅରୁଣ ବୋଥ୍ରାଙ୍କ ତଦନ୍ତରେ ଗୋପାଳ ଦାସ ନିଦେ୍ର୍ଦାଷରେ ଖଲାସ ହେବା ନିଶ୍ଚିତ । କେବଳ ସେତିକି ନୁହେଁ, ବୋଥ୍ରା କିପରି ଜାଣି ପାରିଲେ ନାହିଁ ନବ ଦାସଙ୍କୁ ପ୍ରଥମ ସାକ୍ଷୀ କରାଯାଇଛି । ମୃତ ବ୍ୟକ୍ତି କେବେ ସାକ୍ଷୀ ହୁଅନ୍ତି କି? ପୋଲିସ ମାମଲା କରିବା ବେଳକୁ ନବଙ୍କର ଦେହାନ୍ତ ହୋଇ ସାରିଥିଲା । ତଥାପୀ ଏତେବଡ଼ ଭୁଲ କିପରି କଲେ । ସେତିକି ନୁହେଁ, ଏହି ଘଟଣାରେ ଗୋପାଳଙ୍କୁ ଗିରଫ କରି ରହିଗଲା କ୍ରାଇମବ୍ରାଞ୍ଚ । ଏବେ ୫ ଗୁଳି ମାଡ଼ ହୋଇଥିବା ଖବର ଆସିଲାଣି । ଯଦି ଏହା ସତ । ତେବେ ସେତେବେଳେ ସରକାରୀ ଗାଡ଼ିର ଚାଳକ ବା ସେଥିରେ ବସିଥିବା ପିଏସଓମାନେ କାହିଁକି ଏତଲା ଦେଲେ ନାହିଁ?

ଏତିକିରେ ସରୁନାହିଁ । ଗୋପାଳଙ୍କ ପିସ୍ତଲରେ ୬ରାଉଣ୍ଡ ଗୁଳିଥିଲା । ଜବତ ବେଳକୁ ୩ ରାଉଣ୍ଡ ଗୁଳି ମିଳିଲା । ସେ ଯଦି ୩ଟି ଗୁଳି ଚଳାଇଥିଲେ, ତେବେ ଆଉ ୩ଟି ଗୁଳି କିଏ ଚଳାଇଲା । ଏହାର ଅର୍ଥ ଏଥିରେ ଏକାଧିକ ଅଭିଯୁକ୍ତ ଥିବା ସ୍ପଷ୍ଟ ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ଏସବୁକୁ ଧ୍ୟାନ ଦେଲା ନାହିଁ କାହିଁକି? ଏସବୁକୁ ଧ୍ୟାନ ନଦେଇ ତଦନ୍ତକୁ ତରବରିଆ ଭାବେ କରି ମାମଲା ଚାପି ଦେବାକୁ ଯୋଜନା ଥିଲା କି? ଯଦି ତଦନ୍ତରେ ବାଟବଣା କରାଯାଇଛି, ତେବେ ଏଥିପାଇଁ କାହାର ଚାପ ଥିଲା? କାହିଁକି ଚାପ ପଡ଼ୁଥିଲା? ନବଙ୍କ ହତ୍ୟାକାଣ୍ଡର ଫାଇଦା କାହାକୁ ହେଉଛି । ଏସବୁ ଯଦି ସିବିଆଇ ଖୋଳତାଡ଼ କରିବ, ତେବେ ଅନେକ ଗୁମର ଖୋଲିଯିବ । ହୁଏତ ବିଜେଡି ଓ ବିଜେପିର ବଡ଼ ମୁଣ୍ଡିମାନେ ଫସିଯାଇ ପାରନ୍ତି ବୋଲି କୁହାଯାଉଛି । ଦେଖାଯାଉ ଏପରି ସମ୍ବେଦନଶୀଳ ମାମଲାକୁ ତଦନ୍ତ ପାଇଁ ମୋହନ ସରକାର ସିବିଆଇକୁ ଦେଉଛନ୍ତି ନା ଚୁପ ରହିଯାଉଛନ୍ତି?


Politics

ନବ ଦାସଙ୍କ ହତ୍ୟା ପଛରେ କୋଲବ୍ଲକ

Blog Thumbnail

ଝାରସୁଗୁଡ଼ା(ଦ କୁଇଭର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ପଛରେ କୋଲ ବ୍ଲକ ରାଜନୀତି ରହିଥିବା ଏବେ ପଦାକୁ ଆସିଲାଣି । କୋଲବ୍ଲକ ରାଜନୀତି ନେଇ ନବଙ୍କୁ ହତ୍ୟା କରାଯାଇଥିଲା ଦ କୁଇଭର ହିଁ କହିଥିଲା । ୮ମାସ ପୂର୍ବେ କୋଇଲା ବେପାରୀଙ୍କ ହାତ ଥିବା ବି ଦର୍ଶାଇଥିଲା କୁଇଭର ନୁ୍ୟଜ । ତଦନ୍ତକୁ ଦିଗହରା କରିବାକୁ କ୍ରାଇମବ୍ରାଞ୍ଚ ତକ୍ରାଳୀନ ନିଦେ୍ର୍ଦଶକଙ୍କ ଭୂମିକା ଉପରେ ପ୍ରଶ୍ନ ବି କରିଥିଲା । ଯାହା ଏବେ ରାଷ୍ଟ୍ର ହେଲାଣି । କୋଇଲା ବ୍ଲକ ପଛରେ କେଉଁ ଆଇଏଏସଙ୍କ ବନ୍ଧୁ ଥିବା କଥା ବି ପ୍ରଶ୍ନ ଉଠାଇଥିଲା । କୋଇଲା ବ୍ଲକ ଚାନ୍ଦା ଏବଂ ଆଇଏଏସଙ୍କ ବନ୍ଧୁଙ୍କୁ ନେଇ ପୂର୍ବତନ ସରକାରଙ୍କ ମୁଣ୍ଡିଆଳ ମାନଙ୍କ ସହ ହୋଇଥିଲା ବଡ଼ ଡିଲ । ଏହାରେ ନବଙ୍କୁ ହଟାଇବାକୁ କାଳେ କରାଯାଇଥିଲା ଯୋଜନା । ବମ୍ବେରୁ ସୁଟର ଡକାଯାଇଥିବା ବି ଚର୍ଚ୍ଚା ହୋଇଥିଲା ।

ନବ ଦାସଙ୍କ ହତ୍ୟା ଘଟଣାକୁ ଟିକେ ନିରୀକ୍ଷେଇ ଦେଖିଲେ ବହୁ ବଡ଼ ବଡ଼ ମୁଣ୍ଡଙ୍କ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହୋଇଯିବ । କୋଇଲା ବେପାରରୁ ଆସୁଥିବା ଚାନ୍ଦାରେ ନବଙ୍କର କାଳେ ଥିଲା ବଡ଼ ଭାଗ । ରାଜ୍ୟ ବାହାରର ଯେଉଁ ବି ବେପାରୀ ପଶୁଥିଲେ ନବ ହିଁ ଚାନ୍ଦା ନେଉଥିଲେ । ୨୦୨୦-୨୧ରେ ମହାରାଷ୍ଟ୍ରର ଏମିତି ଚାନ୍ଦା ନେବା ଭିତରେ ମହାରାଷ୍ଟ୍ରର ଜଣେ ବେପାରୀ କୋଇଲା ବେପାର ପାଇଁ ଆସିଥିଲେ । ତାଙ୍କ ଠାରୁ ୮୦କୋଟି ଟଙ୍କାର ଚାନ୍ଦା ପାଇଁ କାଳେ ଦାବି କରିଥିଲେ ନବ । ସମ୍ପୃକ୍ତ ବେପାରୀ ତକ୍ରାଳୀନ ତୃତୀୟ ମହଲା କୋଟେରୀର ଖାସ ଆଇଏଏସଙ୍କ ବନ୍ଧୁ ଥିଲେ । ସେଠାର କଥା ପହଞ୍ଚିବା ପରେ ହଲଚଲ ହେଲା ତୃତୀୟ ମହଲା ।

ନବଙ୍କ କୋଇଲା ଚାନ୍ଦାର ପରିମାଣ ନଜରକୁ ଆସିଲା । ତୃତୀୟ ମହଲାର କିଛି ବାବୁ ଓ ତାଙ୍କ ବୋକଚା ବୁହା ଯୁବ ନେତା ଦୌଡ଼ିଲେ ଝାରସୁଗୁଡ଼ା । ନବଙ୍କ ସହ କଥା ବାର୍ତ୍ତା ବେଳେ ଗରମା ଗରମି ହେଲା । ପରେ ନବ ଆସିଲେ ରାଜଧାନୀ । ଏଠାରେ ଭିତିରି ଆଲୋଚନା ହେଲା । କଥା କାଳେ ନବୀନ ନିବାସ ଯାଏ ବି ଯାଇଥିଲା । ଶେଷରେ ବେପାରୀଙ୍କ ଠୁ ଚାନ୍ଦା ନନେବାକୁ ନବଙ୍କୁ କୁହାଗଲା । ନବ ବି ରୋକ ଠୋକ ଶୁଣାଇ ଦେଲେ ଯଦି ଚାନ୍ଦା ନେବିନି, ତେବେ ପାଟିରୁ ଫେଡ଼ି ଦେବି । କଥା ପୂରା ଟକ୍କରକୁ ଆସିଗଲା । ତୃତୀୟ ମହଲାକୁ ନବଙ୍କ ଚ୍ୟାଲେଞ୍ଜ ମଞ୍ଜ ଦୋହଲାଇ ଦେଇଥିବା ସେତେବେଳେ ଚର୍ଚ୍ଚା ହେଲା ।

ଏହାପରେ ନା ନବ ଚୁପ ବସିଲେ, ନା କୋଟେରୀ । ନବ ବିଜେଡିକୁ ବିଭାଜନ କରି ପଶ୍ଚିମ ଓଡ଼ିଶା ଗୋଷ୍ଠୀ ଗଠନରେ ଲାଗିଥିବା କୁହାଗଲା । ଏପରିକି ବିଜେଡିର ପଶ୍ଚିମ ଓଡ଼ଶାକୁ ଭାଗ କରି ସେ ବିଜେପିକୁ ଡେଇଁବେ ବୋଲି ବି ଚର୍ଚ୍ଚା ହେଲା । ସେ ପୂରା ଜୋରରେ ଲାଗିଗଲେ । ଏ ଖବର ବି କୋଟେରୀ ପାଖରେ କାଳେ ପହଞ୍ଚିଲା । ବେପାର ଓ ରାଜନୀତି ଦୁଇ ଆଡ଼ୁ ନବ ବିପଦ ହେଉଥିବାରୁ ରାସ୍ତା ସଫା ପାଇଁ ଯୋଜନା ହୋଇଥିବା ଚର୍ଚ୍ଚା ହେଲା । ରାସ୍ତା ସଫା କରିବା ପୂର୍ବରୁ ତଦନ୍ତକୁ କିପରି ସଫା କରାଯିବ ତାହାର ଯୋଜନା ଆଗ ହେଲା । କିଛି ବରିଷ୍ଠ ଆଇଏଏସ ଓ ଆଇପିଏସ କାଳେ ସବୁ ପ୍ଲାନ କରିଥିଲେ । ଏହାପରେ ବେପାରୀଙ୍କ ଲିଙ୍କରେ ମହାରାଷ୍ଟ୍ରରୁ ଆସିଥିଲା ସାର୍ଫ ସୁଟର । ଏଏସଆଇ ଗୋପାଳ ଦାସଙ୍କୁ କେବଳ ମୋହରା କରାଯାଇଥିଲା । ପୂରା ପ୍ଲାନ ଅନୁଯାୟୀ କାମ ହୋଇଗଲା । ତଦନ୍ତକୁ ବାଟବଣା କରିବା ପାଇଁ ମୃତ ନବଙ୍କ ଅପରେସନ ଠାରୁ ପ୍ରମାଣ ନଷ୍ଟ ଏବଂ ଅନ୍ୟାନ୍ୟ କାମ ସବୁ କରିଦିଆଗଲା ।

ଏବେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କୋଇଲା ବ୍ଲକ କଥା କହିଲେଣି । ସ୍ୱର୍ଗତ ନବ କାଳେ ତାଙ୍କୁ କୋଇଲା ବ୍ଲକରୁ ହଟିବାକୁ କୁହାଯାଉଥିବା କହିଥିଲେ । ଯାହା ୮ମାସ ପୂର୍ବେ କୁଇଭର ନୁ୍ୟଜ କୋଇଲା ବେପାର କଥା ଉଠାଇଥିଲା । ମାତ୍ର ସେତେବେଳେ ସମସ୍ତେ ଚୁପ ରହିଗଲେ । ତୃତୀୟ ମହଲାର ଚାପ ସମସ୍ତଙ୍କ ପାଟି ବନ୍ଦ କରିଥିଲା । ନୀରପେକ୍ଷ ସ୍ୱର ଉଠାଉଥିବା ଦ କୁଇଭର ହିଁ ଅସଲ କଥା କୋଲିଥିଲା । ଯାହା ଏବେ ସାଲୁଜା କହିଛନ୍ତି । ତଦନ୍ତରେ କୋଇଲା ବେପାର ଓ ଆଇଏଏସ ଏବଂ ରାଜନେତା ମାନଙ୍କୁ ସମ୍ପୃକ୍ତ କରିଥିଲେ ଅନେକ ରହସ୍ୟ ପଦାକୁ ଆସିଥାନ୍ତା । ଦେଖାଯାଉ ସରକାର ଏସବୁ ଅସାମଞ୍ଜସ୍ୟକୁ ଦେଖି ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଉଛନ୍ତି ନା କଥାକୁ ଗୋଳେଇ ଦେଉଛନ୍ତି?


International

ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଟ୍ରମ୍ପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ସର୍ବ-ଶକ୍ତିଶାଳୀ ଦେଶ ଆମେରିକା ଉପରେ ସମଗ୍ର ବିଶ୍ବର ନଜର ରହିବ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସରେ ପ୍ରବେଶ କରିବେ ଟ୍ରମ୍ପ । ଏନେଇ ବିଶାଳ ଆୟୋଜନ କରାଯାଇଛି । ସାରା ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି । ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍‌ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ ୪୦ ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ ।


ସୂଚନା ପ୍ରକାରେ,ଭାରତୀୟ ସମୟ ପ୍ରାୟ ରାତି ୧୦. ୩୦ ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ବାଇବେଲ’ ଛୁଇଁ ଟ୍ରମ୍ପ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଯିବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଉପସ୍ଥିତ ରହିବେ । ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି ପୂର୍ବରୁ ବାଇଡେନ ସ୍ପଷ୍ଟ କରିସାରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଟ୍ରମ୍ପଙ୍କ କାରକେଡ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପ୍ରବେଶ କରିବ ।

Shree Jagannath

ଭିଆଇପିଙ୍କ ପାଇଁ ଖରାରେ ଜନତା

Blog Thumbnail

ପୁରୀ( ଦ କୁଇଭର ):- ଗତକାଲି ମାଳତୀପାଟପୁର ମେରାଇନ ଡ୍ରାଇଭ ରାସ୍ତାରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । କାରଣ ସେହି ରାସ୍ତା ଦେଇ ଆସୁଥୁଲେ VIP । ପ୍ରାୟ ସେହି ରାସ୍ତାରେ ୧୦ ହଜାରରୁ ଉର୍ଦ୍ଧ ଜନତା ୧ ଘଣ୍ଟା ଧରି ଖରାରେ ସିଝୁଥୁଲେ । ସେମାନଙ୍କ କଷ୍ଟ କେଉଁ ନେତା ମନ୍ତ୍ରୀଙ୍କୁ ଦେଖାଯାଉନି । ସେମାନେତ ଖାଲି ନିଜ ସୁବିଧାରେ ରହିଲେ । କ୍ଷମତାକୁ ଆସିବା ପରେ ସତେ ଯେମିତି ଲଗାମ ଛଡ଼ା ହୋଇଯାଇଛନ୍ତି ନେତା ଓ ମନ୍ତ୍ରୀ ।


ଦିନକୁ ପ୍ରାୟ ୧୦ ରୁ ୧୫ ନେତା ଓ ମନ୍ତ୍ରୀ ଜଗା ଦର୍ଶନ ପାଇଁ ଆସୁଛନ୍ତି । ଆଉ ସବୁବେଳେ ଜନତା ଏମିତି ଖରାରେ ହନ୍ତସନ୍ତ ହେଉଛନ୍ତି । ସାଧାରଣ ଜନତାଙ୍କ କଥା କିଏ ଶୁଣୁଛି । ସେମାନେ ମଲେ କେତେ ଗଲେ କେତେ । ନେତାମନ୍ତ୍ରୀ ମନ୍ଦିର ଆସିଲେ ଗଲା । ଠାକୁର ଦର୍ଶନ କରି ଫେରିଲେ ଗଲା । ଶ୍ରୀମନ୍ଦିରର ଅନେକ ପ୍ରସଙ୍ଗକୁ ଭୁଲିଯାଇ ଏବେ ନେତା ମାନେ ଲାଗି ପଡିଛନ୍ତି ନିଜ ପରିବାର ବର୍ଗଙ୍କୁ ଆଣି ଦର୍ଶନ କରାଇବାରେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କଣ ସରକାରୀ କଳ କେବଳ ନିଜ ପ୍ରିୟଜନଙ୍କୁ ଭିଆଇପି ସୁରକ୍ଷା ବଳୟରେ ଆଣି ଜନତାଙ୍କୁ ହଇରାଣ କରିବା । ଦେଖାଯାଉ ସରକାର ସାଧାରଣ ଜନତାଙ୍କ ଉପରେ ଦୃଷ୍ଟି ପକାଉଛନ୍ତି ନା ଏହି ଭଳି ହିନସ୍ଥା ଅବସ୍ଥାରେ ଛାଡିଦେଉଛନ୍ତି ।



State

୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ଏଥିଲାଗି ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ୨୪ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର| ଦେଢ଼ରୁ ୨ ମାସ ଚାଲିବ ଆବାସ ସର୍ଭେ। ଏଥିପାଇଁ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି।ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ବିଜୁ ପକ୍କାଘର ଆଉ ନାହିଁ। ବିଜୁ ପକ୍କାଘରର ଛାପା ବା ସିଲଟ ଘର ଆଗରେ ଅଛି, ଖୁବଶୀଘ୍ର ଲୋକେ ତାକୁ ହଟେଇଦେବେ। ବିଜୁ ପକ୍କା ଘର କୋଉଠି ଥିଲା ? ୩ ଲକ୍ଷ ୧୨ ହଜାର ଦେଇଥିଲେ, କିନ୍ତୁ ବାହା ବାହା ନେଉଥିଲା ପୂର୍ବ ସରକାର। ପୂର୍ବ ସରକାରର ଆନ୍ତରିକତା ନଥିଲା। ବିଜୁ ପକ୍କାଘରର ତାଲିକା ଆମ ପାଖରେ ନାହିଁ। ଆମେ ଓଡ଼ିଆ ହତଭାଗା ହେଲୁ ତାଲିକା ନାହିଁ। ବିଜୁ ପକ୍କା ଘର ନାହିଁ, କିନ୍ତୁ ଛାପା ଅଛି, ଲୋକେ କାଢିବେ , ଛାପା ବା ଘରେ ସିଲଟ ଲଗେଇଛନ୍ତି, ସେ ସିଲଟ ଉଠିବ।


ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ମଧ୍ୟରେ ଏହାର ରି-ସର୍ଭେ କରାଯିବ। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ। ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

State

ଫେବୃଆରୀ ୧୩ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆସନ୍ତାମାସ ଅର୍ଥାତ ଫେବୃଆରୀ ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ହେବାକୁ ଯାଉଛି । ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଏହି ଅଧିବେଶନ ଶେଷ ହେବ l ୨୦୨୫ର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଗୃହକୁ ସମ୍ବୋଧିତ କରି ଅଧିବେଶନ ଆହୁତ କରିବେ । ଏହି ଅଧିବେଶନ ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଧିବେଶନରେ ମୋଟ୍‍ ୨୯ଟି କାର୍ଯ୍ୟଦିବସ ରହିବ । ବିଧାନସଭା ସଚିବାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଫେବୃଆରୀ ୧୪ ଏବଂ ୧୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ୧୭ ରେ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୨୯ ରେ ଆପ୍ରୋପ୍ରାଇଜେସନ୍ ବିଲ୍ ଉପସ୍ଥାପିତ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ବଜେଟ୍‌ ସମ୍ପର୍କୀୟ ଆଲୋଚନା ଫେବୃଆରୀ ୨୦ ଏବଂ ୨୧ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଜାରି ରହିବ ।


ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହ ସମ୍ମୁଖରେ ଉପସ୍ଥାପିତ କରାଯିବ। ବିରୋଧୀ ଦଳ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଧାନ ମଣ୍ଡିରେ ଧାନ କିଣା ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ନବ ଦାସ ହତ୍ୟା ମାମଲା ପ୍ରସଙ୍ଗକୁ ସରକାର ବିରୋଧରେ ମୁଦ୍ଦା କରିପାରନ୍ତି ବିରୋଧୀ । ସେହିପରି ସରକାର ମଧ୍ୟ ବିରୋଧୀଙ୍କୁ ଉତ୍ତର ଦେବାକୁ ରଣନୀତି ପ୍ରସ୍ତୁତ କରିବେ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଆହୁତ କରିବେ । ସମସ୍ତ ଦଳର ସହଯୋଗରେ ଗୃହକାର୍ଯ୍ଯ ଓ ଶୃଙ୍ଖଳିତ ଆଲୋଚନା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିବେ ।