Banner Ad

ଏଣିକି ସ୍କୁଲ ନାମଲେଖା ପାଇଁ 6 ବର୍ଷ ବୟସ ବାଧ୍ୟତାମୂଳକ, ତା ପୂର୍ବରୁ ଶିଶୁବାଟିକା

ଏଣିକି ସ୍କୁଲ ନାମଲେଖା ପାଇଁ 6 ବର୍ଷ ବୟସ ବାଧ୍ୟତାମୂଳକ, ତା ପୂର୍ବରୁ ଶିଶୁବାଟିକା
Published by : Jyotshna Kumari
#Education
Jan 21, 2025, 7:10 AM

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଏଣିକି ସ୍କୁଲରେ ନାମ ଲେଖାଇବା ପାଇଁ ପିଲାଙ୍କୁ ଅତିକମରେ ୬ ବର୍ଷ ହେବା ଜରୁରୀ । ଚଳିତ ଶିକ୍ଷାବର୍ଷ (୨୦୨୪-୨୫) ଠାରୁ ଏହି ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ଆଧାରରେ ଏହି ବୟସ ସଂଶୋଧିତ ନିୟମ ଲାଗୁ କରାଯାଇଛି । ଏନେଇ ‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।


ପ୍ରଥମ ଶ୍ରେଣୀରେ ନାଁ ଲେଖାଇବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି ବୟସ ସୀମା । ୬ ବର୍ଷରୁ ଅଧିକ ନ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ନାହିଁ । ୨୦୨୫-୨୬ ଶିକ୍ଷା ବର୍ଷରୁ ଏହା ଲାଗୁହେବ । ସେହି ଶିକ୍ଷା ବର୍ଷର ସେପ୍ଟେମ୍ବର ୧ରେ ଯେଉଁ ପିଲାଙ୍କର ବୟସ ୬ ବର୍ଷରୁ ଉର୍ଦ୍ଧ ହୋଇଥିବ ସେହି ମାନେ ହିଁ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ଏଭିଳି ନିଷ୍ପତି ଜାତୀୟ ଶିକ୍ଷା ପଲିସୀକୁ ନଜରରେ ରଖି ସରକାର କରିଛନ୍ତି ।

କେବଳ ସେତିକି ନୁହେଁ ପ୍ରତେକ ପ୍ରାଥମିକ ବିଦ୍ୟାଳୟରେ ସରକାର ପ୍ରି ସ୍କୁଲ ଖୋଲିବେ, ଯାହାର ନାମ ହେବ ଶିଶୁ ବାଟିକା । ଏଠାରେ ୫ରୁ ୬ ବର୍ଷର ପିଲାମାନଙ୍କ ନାମ ଲେଖା ହେବ ଏବଂ ସେମାନେ ସେହିଠାରେ ହିଁ ପାଠ ପଢ଼ିବେ । ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ବିଜ୍ଞପ୍ତି ଅନୁଯାଇ ଏବେ ପ୍ରଥମ ଶ୍ରେଣୀ ପିଲାମାନଙ୍କ ନାମ ଲେଖା ବୟସ ୬ ବର୍ଷରୁ ଅଧିକ ରହିବ ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State,Education

ବୃଦ୍ଧି ହେଲା ପାଚକ-ପାଚିକାଙ୍କ ପାରିଶ୍ରମିକ : ଏଣିକି ମାସିକ ମିଳିବ ୩୦୦୦ ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକାମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି l ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା (Cook-cum-Helpers) ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ। ପାଚକ, ପାଚିକାମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦,୬୧୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି।

International

WHO ରୁ ଆମେରିକା ବାହାର : ପ୍ରଥମ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଟ୍ରମ୍ପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଅନେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ଟ୍ରମ୍ପଙ୍କ ଦ୍ବାରା ଦସ୍ତଖତ ହୋଇଥିବା ନିର୍ଦ୍ଦେଶରେ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର, ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଛାଡ, କ୍ୟାପିଟାଲ୍ ହିଲ୍ ମାମଲାରେ କ୍ଷମା ପ୍ରାର୍ଥନା ଏବଂ ଫେଡେରାଲ୍ କର୍ମଚାରୀଙ୍କୁ ପୂର୍ଣ୍ଣକାଳୀନ କାମକୁ ଫେରିବା ଆବଶ୍ୟକତା ଆଦି ରହିଛି। ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ଟ୍ରମ୍ପ ବହୁ ସଂଖ୍ୟକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି।


ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଆମେରିକା ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ବିଷୟରେ ଆମେରିକା ମିଳିତ ଜାତିସଂଘକୁ ସୂଚନା ଦେଇଛି। ୬ ଜାନୁଆରି ୨୦୨୧ରେ ଆମେରିକାର କ୍ୟାପିଟାଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ୧୫୦୦ ଲୋକଙ୍କୁ ଡୋନାଲ୍ଡ ଟ୍ରମ୍ପ କ୍ଷମା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ମୁକ୍ତ ବକ୍ତବ୍ୟକୁ ପୁନଃସ୍ଥାପିତ କରିବା' ଏବଂ 'ସରକାରୀ ସେନ୍ସରସିପ୍' ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଟିକ୍‌ଟକ୍‌କୁ ୯୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାରେ ଟିକ୍‌ଟକ୍‌କୁ ଶନିବାର ବନ୍ଦ କରାଯାଇଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଟ୍ରମ୍ପ ଆମେରିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାର କରିଛନ୍ତି। ଆମେରିକା ଏହାର ଏକ ଅଂଶ ହେବ ନାହିଁ । ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ୭୮ଟି ନିର୍ଦ୍ଦେଶକୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ବାତିଲ କରିଛନ୍ତି। ବାଇଡେନ ୨୦୨୦ରେ ରାଷ୍ଟ୍ରପତି ହୋଇଥିଲେ। ଡୋନାଲ୍ଡ ଟ୍ରମ୍ପ କୌଣସି ନୂତନ ନିୟମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବ୍ୟତୀତ ଫେଡେରାଲ୍ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଟ୍ରମ୍ପଙ୍କ ନୂତନ ଆଦେଶରେ ଫେଡେରାଲ କର୍ମଚାରୀମାନେ ଘରୁ କାମ କରିବା ପରିବର୍ତ୍ତେ ଅଫିସକୁ ସମ୍ପୂର୍ଣ୍ଣ ଫେରିବାର ଆବଶ୍ୟକତା ରହିଥିବ‌େ କୁହାଯାଇଛି। ପୂର୍ବ ପ୍ରଶାସନର ରାଜନୈତିକ ବିରୋଧୀଙ୍କ ବିରୋଧରେ ସରକାରଙ୍କୁ ଅସ୍ତ୍ରଶସ୍ତ୍ର ବନ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି।ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ବ୍ୟାଚ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ପ୍ରମୁଖ ନୀତି ଏଜେଣ୍ଡା ସ୍ଥିର କରିବାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। କ୍ୟାବିନେଟର ଅନୁମୋଦନ ବିନା ଆମେରିକାର ରାଷ୍ଟ୍ରପତିଙ୍କ ଦ୍ବାରା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରାଯାଇପାରିବ, ଯଦିଓ ରାଷ୍ଟ୍ରପତି ବିନା ଆଦେଶରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିପାରିବେ ନାହିଁ।

State

କମିବ ଶୀତ, କଲବଲ କରିବ ଘନ କୁହୁଡି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠୁ ରାତିର ତାପମାତ୍ରା ବୃଦ୍ଧି ପାଇବାକୁ ଥିବାବେଳେ ଏହା ପ୍ରଭାବରେ କମିବ ଶୀତ। କିନ୍ତୁ କଲବଲ କରିବ ଘନ କୁହୁଡ଼ି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁବଳୟର ଉପସ୍ଥିତି ସମ୍ଭାବନା ଥିବାରୁ, ରାଜ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ କରିବ। ଫଳରେ ରାତିର ତାପମାତ୍ରାରେ ବୃଦ୍ଧି ଘଟି ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ତେବେ ରାଜ୍ୟରେ ଶୀତ କମିବାକୁ ଥିବାବେଳେ କୁହୁଡି ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ କିଛି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସକାଳ ଓ ରାତି ସମୟରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଥିପାଇଁ ଗାଡ଼ି ମଟର ଧୀରେ ଚଳାଚଳ କରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସର୍ତକ କାରଯାଇଛି।

Politics

ନବ ହତ୍ୟାକାଣ୍ଡରେ ଛନ୍ଦି ହେବ ବିଜେଡି

Blog Thumbnail

ଝାରସୁଗୁଡ଼ା(ଦ କୁଇଭର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତରେ ଲୁଚିଛି ଅନେକ ଗୁମର । ସେଥିରୁ ବହୁ ସମ୍ବେଦନଶୀଳ ତଥ୍ୟକୁ କ୍ରାଇମବ୍ରାଞ୍ଚ ଗିଳି ଦେଇଛି । କିଛି ତଥ୍ୟକୁ ଲୁଚାଇଛି ତ ଆଉ କିଛିକୁ ନଷ୍ଟ କରିଥିବା କୁହାଯାଉଛି । ଯଦି ଏସବୁ ସତ୍ୟ, ତେବେ ଏତେ ଜଘନ୍ୟ କାରନାମା କ୍ରାଇମବ୍ରାଞ୍ଚ କାହା ନିଦେ୍ର୍ଦଶରେ କରିଛି? କାହାକୁ ସୁରକ୍ଷା ଦେବାକୁ ଏସବୁ କରାଯାଇଛି । କାହିଁକି ନବଦାସ ହତ୍ୟା କାଣ୍ଡ ତଦନ୍ତରେ ଏତେ ବଡ଼ ବଡ଼ ପ୍ରଶ୍ନ ଛାଡ଼ି ଯାଇଛି କ୍ରାଇମବ୍ରାଞ୍ଚର ପୂର୍ବତନ ନିଦେ୍ର୍ଦଶକ ଅରୁଣ ବୋଥ୍ରା? ଗୋଟିଏ ଗୋଟିଏ ତଥ୍ୟରୁ ପରଦା ହଟିବା ବେଳକୁ ଏହା ପଛରେ ନବୀନ ସରକାରର କାରସାଦି ଥିବା ଅଭିଯୋଗ ବଢ଼ୁଛି । ଏବେ ସେହି ସବୁ ଗୁମର ପଦାକୁ ଆସୁଥିବାରୁ ବିଜେଡି ଛନ୍ଦି ହୋଇ ପଡ଼ିବ ବୋଲି କୁହାଯାଉଛି ।

ନବଙ୍କ ହତ୍ୟାକାଣ୍ଡ ତଦନ୍ତ ପୋଲିସ କରୁଥିଲା । ହଠାତ ନବୀନ ସରକାର ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦେଲେ । ବୋଥ୍ରା ପାତାଳରୁ ପ୍ରମାଣ ଖୋଳିବା ଭଳି ପାଇଖାନା ଟାଙ୍କି ଭିତରୁ ଅଭିଯୁକ୍ତ ଗୋପାଳଙ୍କ ଲେଖା ଧରି ଆଣିଲେ । କେବଳ ସେତିକି ନୁହେଁ, ହତ୍ୟାକାଣ୍ଡର ପ୍ରଥମ ସାକ୍ଷୀ ନବ ଦାସ ବୋଲି ଲେଖିଥିଲେ । ଏହାବ୍ୟତୀତ ନବଙ୍କ ଗୁଳିବିଧ ସାର୍ଟ ମିଳୁନାହିଁ । ତାଙ୍କ ଟାୱେଲକୁ କାଳେ ତଦନ୍ତକାରୀ ବାବୁମାନେ ନଷ୍ଟ କରିଛନ୍ତି । ନବଙ୍କ ଦେହରେ ବାଜିଥିବା ଗୁଳିର ପତ୍ତା ନାହିଁ । ଏବେ କଥା ଆସିଲାଣି ନବଙ୍କ ଗାଡ଼ି ପଛରେ ଥିବା ଗାଡ଼ିକୁ ୫ ରାଉଣ୍ଡ ଗୁଳି ବାଜିଛି ।

ଥରେ ଏସବୁକୁ ସମୀକ୍ଷା କଲେ କାର୍ପଟଦାର ବା ପୁରୁଖା ଆଇପିଏସ ଅରୁଣ ବୋଥ୍ରାଙ୍କ ତଦନ୍ତରେ ଗୋପାଳ ଦାସ ନିଦେ୍ର୍ଦାଷରେ ଖଲାସ ହେବା ନିଶ୍ଚିତ । କେବଳ ସେତିକି ନୁହେଁ, ବୋଥ୍ରା କିପରି ଜାଣି ପାରିଲେ ନାହିଁ ନବ ଦାସଙ୍କୁ ପ୍ରଥମ ସାକ୍ଷୀ କରାଯାଇଛି । ମୃତ ବ୍ୟକ୍ତି କେବେ ସାକ୍ଷୀ ହୁଅନ୍ତି କି? ପୋଲିସ ମାମଲା କରିବା ବେଳକୁ ନବଙ୍କର ଦେହାନ୍ତ ହୋଇ ସାରିଥିଲା । ତଥାପୀ ଏତେବଡ଼ ଭୁଲ କିପରି କଲେ । ସେତିକି ନୁହେଁ, ଏହି ଘଟଣାରେ ଗୋପାଳଙ୍କୁ ଗିରଫ କରି ରହିଗଲା କ୍ରାଇମବ୍ରାଞ୍ଚ । ଏବେ ୫ ଗୁଳି ମାଡ଼ ହୋଇଥିବା ଖବର ଆସିଲାଣି । ଯଦି ଏହା ସତ । ତେବେ ସେତେବେଳେ ସରକାରୀ ଗାଡ଼ିର ଚାଳକ ବା ସେଥିରେ ବସିଥିବା ପିଏସଓମାନେ କାହିଁକି ଏତଲା ଦେଲେ ନାହିଁ?

ଏତିକିରେ ସରୁନାହିଁ । ଗୋପାଳଙ୍କ ପିସ୍ତଲରେ ୬ରାଉଣ୍ଡ ଗୁଳିଥିଲା । ଜବତ ବେଳକୁ ୩ ରାଉଣ୍ଡ ଗୁଳି ମିଳିଲା । ସେ ଯଦି ୩ଟି ଗୁଳି ଚଳାଇଥିଲେ, ତେବେ ଆଉ ୩ଟି ଗୁଳି କିଏ ଚଳାଇଲା । ଏହାର ଅର୍ଥ ଏଥିରେ ଏକାଧିକ ଅଭିଯୁକ୍ତ ଥିବା ସ୍ପଷ୍ଟ ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ଏସବୁକୁ ଧ୍ୟାନ ଦେଲା ନାହିଁ କାହିଁକି? ଏସବୁକୁ ଧ୍ୟାନ ନଦେଇ ତଦନ୍ତକୁ ତରବରିଆ ଭାବେ କରି ମାମଲା ଚାପି ଦେବାକୁ ଯୋଜନା ଥିଲା କି? ଯଦି ତଦନ୍ତରେ ବାଟବଣା କରାଯାଇଛି, ତେବେ ଏଥିପାଇଁ କାହାର ଚାପ ଥିଲା? କାହିଁକି ଚାପ ପଡ଼ୁଥିଲା? ନବଙ୍କ ହତ୍ୟାକାଣ୍ଡର ଫାଇଦା କାହାକୁ ହେଉଛି । ଏସବୁ ଯଦି ସିବିଆଇ ଖୋଳତାଡ଼ କରିବ, ତେବେ ଅନେକ ଗୁମର ଖୋଲିଯିବ । ହୁଏତ ବିଜେଡି ଓ ବିଜେପିର ବଡ଼ ମୁଣ୍ଡିମାନେ ଫସିଯାଇ ପାରନ୍ତି ବୋଲି କୁହାଯାଉଛି । ଦେଖାଯାଉ ଏପରି ସମ୍ବେଦନଶୀଳ ମାମଲାକୁ ତଦନ୍ତ ପାଇଁ ମୋହନ ସରକାର ସିବିଆଇକୁ ଦେଉଛନ୍ତି ନା ଚୁପ ରହିଯାଉଛନ୍ତି?


Sports

ଖୋ ଖୋ ବିଶ୍ବକପର ପ୍ରଥମ ସଂସ୍କରଣରେ ଇତିହାସ ରଚିଲା ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତ ଓ ନେପାଳ ମଧ୍ୟରେ ରବିବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଟିମ ନିଜ ଦବଦବା ବଜାୟ ରଖିଥିଲା ।ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ମଧ୍ୟ ଖୋ ଖୋ ଫାଇନାଲ ମ୍ୟାଚରେ ନେପାଳକୁ ହରାଇ ବିଶ୍ୱ ବିଜେତା ଟାଇଟଲ ହାସଲ କରିଛନ୍ତି । ୫୪-୩୬ ପଏଣ୍ଟରେ ନେପାଳକୁ ହରାଇଛି ଭାରତୀୟ ପୁରୁଷ ଟିମ୍ । ପ୍ରତୀକ ଓ୍ବାଇକରଙ୍କ ଉଚ୍ଚକୋଟୀର କ୍ୟାପଟେନ୍ସି ଓ ରାମଜୀ କଶ୍ୟପଙ୍କ ଦକ୍ଷତାପୂର୍ଣ୍ଣ ଖେଳ, ଟିମକୁ ବିଜୟର ବାଟ ଦେଖାଇଥିଲା । ପୁରୁଷ ଓ ମହିଳା ଖୋ ଖୋ ଟିମର ଏହି ସ୍ୱର୍ଣ୍ଣିମ ସଫଳତାରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

State

ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ 'ସାମ୍ବାଦିକଙ୍କୁ ମନା' ପୋଷ୍ଟର ମରା କୁ ବିରୋଧ କଲା ବ୍ରହ୍ମପୁର ପ୍ରେସ କ୍ଲବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ମନା ନେଇ ଏକ ପୋଷ୍ଟର ଗତକାଲି କାର୍ଯ୍ୟାଳୟରେ ବିଭିନ୍ନ ସ୍ଥାନରେ ଲଗାଯାଇଛି । ଯାହାକୁ ନେଇ ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି । ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ବ୍ରହ୍ମପୁର ପ୍ରେସ କ୍ଲବ । ଆଜି କ୍ଲବ ପକ୍ଷରୁ ସମସ୍ତ ବ୍ରହ୍ମପୁର ସାମ୍ବାଦିକ ଏକତ୍ରିତ ହୋଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତୁରନ୍ତ ଉକ୍ତ ପୋଷ୍ଟରକୁ ସାନଖେମୁଣ୍ଡି ବ୍ଲକ ପରିସରରୁ ହଟାଇବାକୁ ଦାବି କରି ଏକ ଦାବି ପତ୍ର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜଣେ ଗଣମାଧ୍ୟମର କାର୍ଯ୍ୟରେ ରୋକ ଲଗାଉଛନ୍ତି ବିଡ଼ିଓ । ବ୍ଲକ କାର୍ଯ୍ୟାଳୟରେ ଲୋକେ କିଭଳି ସୁବିଧା ପାଉଛନ୍ତି ଓ କଣ ସବୁ ଅସୁବିଧା ରହୁଛି ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ନିମନ୍ତେ ଗଣମାଧ୍ୟମ କାମ କରୁଥିବା ବେଳେ ବିଡ଼ିଓ ନିଜର ଦୋଷ ଲୁଚାଇବାକୁ ଏଭଳି ପୋଷ୍ଟର ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ ମାନେ । ତୁରନ୍ତ ପୋଷ୍ଟର ହଟାଇବା ପାଇଁ ଦାବି କରିଛନ୍ତି ବ୍ରହ୍ମପୁର ପ୍ରେସ କ୍ଲବ।

Politics

ନବ ଦାସଙ୍କ ହତ୍ୟା ପଛରେ କୋଲବ୍ଲକ

Blog Thumbnail

ଝାରସୁଗୁଡ଼ା(ଦ କୁଇଭର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ପଛରେ କୋଲ ବ୍ଲକ ରାଜନୀତି ରହିଥିବା ଏବେ ପଦାକୁ ଆସିଲାଣି । କୋଲବ୍ଲକ ରାଜନୀତି ନେଇ ନବଙ୍କୁ ହତ୍ୟା କରାଯାଇଥିଲା ଦ କୁଇଭର ହିଁ କହିଥିଲା । ୮ମାସ ପୂର୍ବେ କୋଇଲା ବେପାରୀଙ୍କ ହାତ ଥିବା ବି ଦର୍ଶାଇଥିଲା କୁଇଭର ନୁ୍ୟଜ । ତଦନ୍ତକୁ ଦିଗହରା କରିବାକୁ କ୍ରାଇମବ୍ରାଞ୍ଚ ତକ୍ରାଳୀନ ନିଦେ୍ର୍ଦଶକଙ୍କ ଭୂମିକା ଉପରେ ପ୍ରଶ୍ନ ବି କରିଥିଲା । ଯାହା ଏବେ ରାଷ୍ଟ୍ର ହେଲାଣି । କୋଇଲା ବ୍ଲକ ପଛରେ କେଉଁ ଆଇଏଏସଙ୍କ ବନ୍ଧୁ ଥିବା କଥା ବି ପ୍ରଶ୍ନ ଉଠାଇଥିଲା । କୋଇଲା ବ୍ଲକ ଚାନ୍ଦା ଏବଂ ଆଇଏଏସଙ୍କ ବନ୍ଧୁଙ୍କୁ ନେଇ ପୂର୍ବତନ ସରକାରଙ୍କ ମୁଣ୍ଡିଆଳ ମାନଙ୍କ ସହ ହୋଇଥିଲା ବଡ଼ ଡିଲ । ଏହାରେ ନବଙ୍କୁ ହଟାଇବାକୁ କାଳେ କରାଯାଇଥିଲା ଯୋଜନା । ବମ୍ବେରୁ ସୁଟର ଡକାଯାଇଥିବା ବି ଚର୍ଚ୍ଚା ହୋଇଥିଲା ।

ନବ ଦାସଙ୍କ ହତ୍ୟା ଘଟଣାକୁ ଟିକେ ନିରୀକ୍ଷେଇ ଦେଖିଲେ ବହୁ ବଡ଼ ବଡ଼ ମୁଣ୍ଡଙ୍କ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହୋଇଯିବ । କୋଇଲା ବେପାରରୁ ଆସୁଥିବା ଚାନ୍ଦାରେ ନବଙ୍କର କାଳେ ଥିଲା ବଡ଼ ଭାଗ । ରାଜ୍ୟ ବାହାରର ଯେଉଁ ବି ବେପାରୀ ପଶୁଥିଲେ ନବ ହିଁ ଚାନ୍ଦା ନେଉଥିଲେ । ୨୦୨୦-୨୧ରେ ମହାରାଷ୍ଟ୍ରର ଏମିତି ଚାନ୍ଦା ନେବା ଭିତରେ ମହାରାଷ୍ଟ୍ରର ଜଣେ ବେପାରୀ କୋଇଲା ବେପାର ପାଇଁ ଆସିଥିଲେ । ତାଙ୍କ ଠାରୁ ୮୦କୋଟି ଟଙ୍କାର ଚାନ୍ଦା ପାଇଁ କାଳେ ଦାବି କରିଥିଲେ ନବ । ସମ୍ପୃକ୍ତ ବେପାରୀ ତକ୍ରାଳୀନ ତୃତୀୟ ମହଲା କୋଟେରୀର ଖାସ ଆଇଏଏସଙ୍କ ବନ୍ଧୁ ଥିଲେ । ସେଠାର କଥା ପହଞ୍ଚିବା ପରେ ହଲଚଲ ହେଲା ତୃତୀୟ ମହଲା ।

ନବଙ୍କ କୋଇଲା ଚାନ୍ଦାର ପରିମାଣ ନଜରକୁ ଆସିଲା । ତୃତୀୟ ମହଲାର କିଛି ବାବୁ ଓ ତାଙ୍କ ବୋକଚା ବୁହା ଯୁବ ନେତା ଦୌଡ଼ିଲେ ଝାରସୁଗୁଡ଼ା । ନବଙ୍କ ସହ କଥା ବାର୍ତ୍ତା ବେଳେ ଗରମା ଗରମି ହେଲା । ପରେ ନବ ଆସିଲେ ରାଜଧାନୀ । ଏଠାରେ ଭିତିରି ଆଲୋଚନା ହେଲା । କଥା କାଳେ ନବୀନ ନିବାସ ଯାଏ ବି ଯାଇଥିଲା । ଶେଷରେ ବେପାରୀଙ୍କ ଠୁ ଚାନ୍ଦା ନନେବାକୁ ନବଙ୍କୁ କୁହାଗଲା । ନବ ବି ରୋକ ଠୋକ ଶୁଣାଇ ଦେଲେ ଯଦି ଚାନ୍ଦା ନେବିନି, ତେବେ ପାଟିରୁ ଫେଡ଼ି ଦେବି । କଥା ପୂରା ଟକ୍କରକୁ ଆସିଗଲା । ତୃତୀୟ ମହଲାକୁ ନବଙ୍କ ଚ୍ୟାଲେଞ୍ଜ ମଞ୍ଜ ଦୋହଲାଇ ଦେଇଥିବା ସେତେବେଳେ ଚର୍ଚ୍ଚା ହେଲା ।

ଏହାପରେ ନା ନବ ଚୁପ ବସିଲେ, ନା କୋଟେରୀ । ନବ ବିଜେଡିକୁ ବିଭାଜନ କରି ପଶ୍ଚିମ ଓଡ଼ିଶା ଗୋଷ୍ଠୀ ଗଠନରେ ଲାଗିଥିବା କୁହାଗଲା । ଏପରିକି ବିଜେଡିର ପଶ୍ଚିମ ଓଡ଼ଶାକୁ ଭାଗ କରି ସେ ବିଜେପିକୁ ଡେଇଁବେ ବୋଲି ବି ଚର୍ଚ୍ଚା ହେଲା । ସେ ପୂରା ଜୋରରେ ଲାଗିଗଲେ । ଏ ଖବର ବି କୋଟେରୀ ପାଖରେ କାଳେ ପହଞ୍ଚିଲା । ବେପାର ଓ ରାଜନୀତି ଦୁଇ ଆଡ଼ୁ ନବ ବିପଦ ହେଉଥିବାରୁ ରାସ୍ତା ସଫା ପାଇଁ ଯୋଜନା ହୋଇଥିବା ଚର୍ଚ୍ଚା ହେଲା । ରାସ୍ତା ସଫା କରିବା ପୂର୍ବରୁ ତଦନ୍ତକୁ କିପରି ସଫା କରାଯିବ ତାହାର ଯୋଜନା ଆଗ ହେଲା । କିଛି ବରିଷ୍ଠ ଆଇଏଏସ ଓ ଆଇପିଏସ କାଳେ ସବୁ ପ୍ଲାନ କରିଥିଲେ । ଏହାପରେ ବେପାରୀଙ୍କ ଲିଙ୍କରେ ମହାରାଷ୍ଟ୍ରରୁ ଆସିଥିଲା ସାର୍ଫ ସୁଟର । ଏଏସଆଇ ଗୋପାଳ ଦାସଙ୍କୁ କେବଳ ମୋହରା କରାଯାଇଥିଲା । ପୂରା ପ୍ଲାନ ଅନୁଯାୟୀ କାମ ହୋଇଗଲା । ତଦନ୍ତକୁ ବାଟବଣା କରିବା ପାଇଁ ମୃତ ନବଙ୍କ ଅପରେସନ ଠାରୁ ପ୍ରମାଣ ନଷ୍ଟ ଏବଂ ଅନ୍ୟାନ୍ୟ କାମ ସବୁ କରିଦିଆଗଲା ।

ଏବେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କୋଇଲା ବ୍ଲକ କଥା କହିଲେଣି । ସ୍ୱର୍ଗତ ନବ କାଳେ ତାଙ୍କୁ କୋଇଲା ବ୍ଲକରୁ ହଟିବାକୁ କୁହାଯାଉଥିବା କହିଥିଲେ । ଯାହା ୮ମାସ ପୂର୍ବେ କୁଇଭର ନୁ୍ୟଜ କୋଇଲା ବେପାର କଥା ଉଠାଇଥିଲା । ମାତ୍ର ସେତେବେଳେ ସମସ୍ତେ ଚୁପ ରହିଗଲେ । ତୃତୀୟ ମହଲାର ଚାପ ସମସ୍ତଙ୍କ ପାଟି ବନ୍ଦ କରିଥିଲା । ନୀରପେକ୍ଷ ସ୍ୱର ଉଠାଉଥିବା ଦ କୁଇଭର ହିଁ ଅସଲ କଥା କୋଲିଥିଲା । ଯାହା ଏବେ ସାଲୁଜା କହିଛନ୍ତି । ତଦନ୍ତରେ କୋଇଲା ବେପାର ଓ ଆଇଏଏସ ଏବଂ ରାଜନେତା ମାନଙ୍କୁ ସମ୍ପୃକ୍ତ କରିଥିଲେ ଅନେକ ରହସ୍ୟ ପଦାକୁ ଆସିଥାନ୍ତା । ଦେଖାଯାଉ ସରକାର ଏସବୁ ଅସାମଞ୍ଜସ୍ୟକୁ ଦେଖି ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଉଛନ୍ତି ନା କଥାକୁ ଗୋଳେଇ ଦେଉଛନ୍ତି?


National,State

ରାଜ୍ୟ ବାହାରେ ଥିବା ମହିଳା ସୁଭଦ୍ରାରେ ହେବେ ସାମିଲ

Blog Thumbnail

ଦ କୁଇଭର ବ୍ୟୁରୋ :-:ଓଡ଼ିଶା ବାହାରର ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା । ଏନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ରାଜ୍ୟ ବାହାରେ ଥିବା ମହିଳାମାନେ ବି ସୁଭଦ୍ରା ଯୋଜନାରେ ସାମିଲ ହେବେ । ଅନେକ ଓଡ଼ିଆ ମହିଳା ରାଜ୍ୟ ବାହାରେ ଅଛନ୍ତି । ସେମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିନାହାନ୍ତି । ଜିଲ୍ଲା ସ୍ଥରୀୟ ସମୀକ୍ଷାରେ ଏଭଳି ତଥ୍ୟ ଆସିଛି । ଓଡ଼ିଶା ବାହାରେ ଯେତିକି ମହିଳା ଅଛନ୍ତି ବା ସୁଭଦ୍ରା ପାଇଁ ଯୋଗ୍ୟ ହିତାଧିକାରୀ ଅଛନ୍ତି । ଆବେଦନ ସେତିକି କରିନାହାନ୍ତି । ତଥ୍ୟର ଅନୁସରଣ ପରେ ଜଣା ପଡୁଛି ରାଜ୍ୟ ବାହାରେ ଥିବା ଓଡ଼ିଆ ମହିଳା ମାନେ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି । ସେମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ଏହି ଯୋଜନାରେ ଆବେଦନ କରନ୍ତୁ । ଆଉ ସୁଭଦ୍ରା ଯୋଜନାର ସହାୟତା ନିଅନ୍ତୁ । ରାଜ୍ୟ ବାହାରେ ଯାଇ ମୂଲ ମଜୁରୀ ଲାଗିବା ପରିବର୍ତ୍ତେ ସୁଭଦ୍ରା ଅର୍ଥରେ ଯଦି ଉଦ୍ୟୋଗୀକ ବିକାଶ କରିପାରିବେ ତାହା ରାଜ୍ୟ ଏବଂ ମହିଳାମାନଙ୍କର ବିକାଶକୁ ତ୍ୱରାନ୍ୱିତ କରିପାରିବ । ସେଥି ପାଇଁ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଥିବା ଓଡ଼ିଆ ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି ।



National

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀ ସଞ୍ଜୟ ରାୟକୁ ଆଜୀବନ ଜେଲ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ବହୁଚର୍ଚ୍ଚିତ ଆରଜି.କର ମେଡିକାଲ କଲେଜରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଶନିବାର ଅଭିଯୁକ୍ତ ସଞ୍ଜୟକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସୋମବାର ଦଣ୍ଡବିଧାନ କରିଛନ୍ତି । ତାକୁ ଆଜୀବନ କାରା ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ରେହମାନ କହିଛନ୍ତି, "ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ଉପରେ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ବିଚାରପତି କହିଛନ୍ତି ଯେ, ଏହା ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । ''


ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ ସିଆଲଦା କୋର୍ଟ ବିଚାରପତିଙ୍କ ନିକଟରେ କହିଛନ୍ତି ଯେ, ଆମେ କ୍ଷତିପୂପରଣ ନେବାକୁ ଚାହୁଁନାହୁଁ ବରଂ ନ୍ୟାୟ ଚାହୁଁଛୁ । ଶନିବାର ଦିନ ଏହି ମାମଲାରେ କୋଲକାତା ସିଆଲଦା କୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଛାତିଥରା ଘଟଣାର ୬ ମାସ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା 64, 66 ଏବଂ 103 (1) ଅନୁଯାୟୀ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଘଟଣାର ପରଦିନ ରବିବାର ପଡୁଥିବାରୁ ୪୮ ଘଣ୍ଟା ପରେ ଅର୍ଥାତ ସୋମବାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

State

କୋରାପୁଟ ବନଖଣ୍ଡରେ ସରିଲା ପକ୍ଷୀ ଗଣନା : ୫୪୧୩ ଚିହ୍ନଟ, ୯୭୯ ବିଦେଶୀ

Blog Thumbnail

କୋରାପୁଟ( ଦ କୁଇଭର ):- କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ‌‌ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ୬ଟି ରେଞ୍ଜର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି ଏହି ଗଣନାରେ ସାମିଲ ହୋଇଥିଲେ। ପୂର୍ବରୁ କର୍ମଚାରୀମାନେ ପକ୍ଷୀ ଚିହ୍ନଟ ପାଇଁ ସ୍ବତନ୍ତ୍ର ଆପ୍ ଡାଉନଲୋଡ କରି ରଖିଥିଲେ। ଏଥିରେ ଏମାନେ ଅପଲୋଡ କରିଥିଲେ।


କୋରାପୁଟ ବନାଞ୍ଚଳର କୋଲାବ ଜଲଭଣ୍ଡାର, ଦାମନଯୋଡି ଆସ ପଣ୍ଡ, ଡଙ୍ଗରୀମାଳିଗୁଡା, ବାଗ୍ରା ଡ୍ୟାମ, ରାଣୀଗଡ଼ ଡ୍ୟାମ୍ ଆଦି ୫ଟି ସ୍ଥାନରେ ଗଣନା କରାଯାଇଥିଲା। ଏଠାରେ ୨୦୧୨ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ବ୍ରାହ୍ମଣୀସିଲଡ୍ର (ଚକୁଆ) ବିଦେଶୀ ପକ୍ଷୀ ୯୭୯ଟି ଚିହ୍ନଟ ହୋଇଥିବା କହିଛନ୍ତି କୋରାପୁଟ ବନାଞ୍ଚଳ ଅଧିକାରୀ ଏସକେ ପାହାଡସିଂ। କୋରାପୁଟବନାଞ୍ଚଳ ପକ୍ଷୀ ଗଣନାରେ ଏସିଏଫ୍ ନଳିନୀକାନ୍ତ ବେହେରା, ରେଞ୍ଜର ପାହାଡସିଂ, ଫରେଷ୍ଟର ଗୌତମ ବେନିୟା, ଏଫଇଏସ୍ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପକ୍ଷୀ ଗଣନାରେ ଭାଗ ନେଇଥିଲେ।

Health & lifestyle,State

ଗର୍ଭବତୀଙ୍କୁ ପୁଣି ଷ୍ଟ୍ରେଚରରେ ବୁହାହେଲା ୨ କି.ମି

Blog Thumbnail

ଗଜପତି( ଦ କୁଇଭର ):- ପୁଣି ଜନନୀ ଯନ୍ତ୍ରଣା,ଗାଁ କୁ ରାସ୍ତା ନଥିବା ଯୋଗୁଁ ଯାଇପାରିଲାନି ଆମ୍ବୁଲାନ୍ସ,ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ୨ କିଲୋମିଟର ଷ୍ଟ୍ରେଚର ରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ l ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ପଦେର୍ମା ଗାଁରେ l ଗାଁର ଲକ୍ଷ୍ମୀ ମଲିକ ଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା l ପରିବାର ଲୋକେ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ତେବେ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୨ କିଲୋମିଟର ପୂର୍ବରୁ ରହିଯାଇଥିଲା l ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ କର୍ମଚାରୀ ଷ୍ଟ୍ରେଚର ଧରି ଚାଲି ଚାଲି ଗାଁ ରେ ପହଞ୍ଚିଥିଲେ l ପରିବାର ଲୋକଙ୍କ ସହାୟତା ରେ ଗର୍ଭବତୀ ମହିଳା ଲକ୍ଷ୍ମୀ ଙ୍କୁ ଷ୍ଟ୍ରେଚର ରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ l ସେଠାରୁ ଆଣି ଅଡବା ମେଡିକାଲ ରେ ଭର୍ତ୍ତି କରିଥିଲେ l କିଛି ସମୟ ପରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ ଲକ୍ଷ୍ମୀ l ବର୍ତମାନ ଉଭୟ ମା ଓ ନବଜାତ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡିଛି l

State

କୋଣାର୍କରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Blog Thumbnail

କୋଣାର୍କ( ଦ କୁଇଭର ):- କୋଣାର୍କରେ ଆରମ୍ଭ ହୋଇଯାଇଛି ୨ ଦିନିଆ ‘ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ’ । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ କୋଣାର୍କ ଇକୋ ରି-ଟ୍ରିଟରେ ଜାନୁଆରୀ ୨୦ ଓ ୨୧ ତାରିଖରେ ଏହି ୨ ଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୬ଟି ଖଣିବହୁଳ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଏହି ୨ ଦିନିଆ କାର୍ଯ୍ୟକ୍ରମ "ବିକଶିତ ଭାରତ ୨୦୪୭" ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ଏଥିରେ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ୧୬ରୁ ଅଧିକ ରାଜ୍ୟ ଖଣି ମନ୍ତ୍ରୀଙ୍କୁ ଏକତ୍ରିତ କରାଯାଇଛି ।



ସୋମବାର ଉଦଘାଟନୀ ଅଧିବେଶନରେ ମୁଖ୍ୟଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି ଏବଂ ଅଭିଭାଷଣରେ କହିଛନ୍ତି ଯେ, କେନ୍ଦ୍ର ଖଣିଜ ସମ୍ପଦ ମନ୍ତ୍ରୀ ଜି.କିଶନ ରେଡ୍ଡୀ, ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା, ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଭାଟି ବିକ୍ରମାର୍କ ମଲ୍ଲୁ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଶିଳ୍ପ ନେତାଙ୍କ ସହିତ ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନରେ ଯୋଗଦେବା ଓ ଏହାକୁ ଉଦଘାଟନ କରିବାର ସୌଭାଗ୍ୟ ପାଇଛି । ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ, ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ ହେଉଛି । ଓଡ଼ିଶା ବିପୁଳ ଖଣିଜ ସମ୍ପଦ ପାଇଁ ପ୍ରସିଦ୍ଧ, ଯାହା ଭାରତର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, 'ବିକଶିତ ଭାରତ'ର ମିଶନକୁ ଅଭିନବ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ଖଣି ସମେତ ପ୍ରମୁଖ ଶିଳ୍ପଗୁଡ଼ିକୁ ସଶକ୍ତ କରି ସାକାର କରାଯିବ । ଖଣିଜ ସମ୍ପଦରେ ଏକ ଅଗ୍ରଣୀ ରାଜ୍ୟ ଭାବରେ, ଓଡ଼ିଶା ଏହି ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

International

ଜଳୁଛି ଲସ୍ ଆଞ୍ଜେଲେସ

Blog Thumbnail

ଦ କୁଇଭର ବ୍ୟୁରୋ :- ଜଳୁଛି ଲସ୍ ଆଞ୍ଜେଲେସ । ଏହା ପ୍ରକୃତିର କୋପ ନା ପ୍ରକୃତି ରୂପରେ ଭଗବାନଙ୍କର ରୋଷ? ଏହା ଭଗବାନଙ୍କର ତାଣ୍ଡବ ନୁହେଁ ତ? କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା? ହଲିଉଡ଼ ପାଇଁ ତ ସାରା ବିଶ୍ୱ ଲସ୍ ଆଞ୍ଜେଲେସକୁ ଆଦରୁଥିଲା କିନ୍ତୁ ଏବେ? ଦେଶର ସବୁଠାରୁ ବଡ଼ ଜଙ୍ଗଲ ଜଳୁଛି ହେଲେ ନିଆଁକୁ ଆୟତ୍ତ କରିପାରୁନି ବିଶ୍ୱର ଧନୀ ଦେଶ ଆମେରିକା । ହେଲେ କାହିଁକି? କ’ଣ ପ୍ରକୃତି ଆଗରେ ବିଜ୍ଞାନ ଫେଲ ମାରିଗଲା ନା ଭଗବାନଙ୍କ ଇଛା ଆଗରେ ଆମେରିକାର କଳାକୈାଶଳ ଚପିଗଲା ।

ଘଟଣା ହେଉଛି କାଲିଫର୍ନିଆର । କାଲିଫର୍ନିଆର ଲସ୍ ଆଞ୍ଜେଲେସ ସହରର ପାସିଫିକ ପଲିସେଡ୍‌ରୁ ହିଁ ଆରମ୍ଭ ହୋଇଥିଲା ନିଆଁ । ଜାନୁଆରି ୭ ତାରିଖ ମଙ୍ଗଳବାର ସକାଳ ୧୦.୩୦ରେ ମାଲିବୁର ପୂର୍ବରେ ଥିବା ଲସ୍ ଆଞ୍ଜେଲେସ ପଡ଼ିଆର ପାସିଫିକ ପଲିସେଡ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ପରବର୍ତ୍ତୀ ସମୟରେ ଏହା ଧିରେ ଧିରେ ସହରର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା । ଯାହା ଏ ଯାଏଁ ବି ଜଳୁଛିି । ଦିନକୁ ଦିନ ନିଆଁର ପ୍ରଭାବ ବଢ଼ିବାରେ ଲାଗିଛି । ନିଆଁ ଯେତିକି ବଢ଼ୁଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢ଼ୁଛି । ଯେଉଁଆଡ଼େ ଦେଖିଲେ ଖାଲି ପୁଳା ପୁଳା ପାଉଁଶ ଆଉ ପଶୁପକ୍ଷୀଙ୍କ ଦରପୋଡ଼ା ଶରୀର । ହଲିଉଡ଼ ହିଲ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ହଲିଉଡ଼ ହିଲ ଚାରିପଟେ ଥିବା ବଡ଼ ବଡ଼ ସେଲିବ୍ରିଟିଙ୍କ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ପ୍ରକୃତିର ଏହି ତାଣ୍ଡବ ଆଗରେ ଅସହାୟ ସାଜିଛି ମଡର୍ନ ଟେକ୍ନୋଲୋଜି ଓ ମଣିଷ । ଜଙ୍ଗଲ ନିଆଁର ପ୍ରକୋପ ଆଗରେ ଆମେରିକାର କଳାକୈାଶଳ ବି ତା’ର ଚମତ୍କାର ଦେଖାଇ ପାରିଲାନି । ଏହା ଆମେରିକା ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟୟ । ବୁଦ୍ଧିମାନ ମଣିଷ ପାଖରେ ନିଆଁକୁ ଆୟତ୍ତ କରିବାର ସବୁ ବାଟ ଯେମିତି ବନ୍ଦ ହେଇଯାଇଛି । ପ୍ରକୃତିର ନିଷ୍ଠୁରତା ଆଗରେ ଆମେରିକା ଭଳି ଏକ ଉନ୍ନତ ଦେଶ ମଧ୍ୟ ହାର ମାନିଯାଇଛି । ପାଗ ଶୁଷ୍କ ଥିବାରୁ ପବନ ପ୍ରବାହିତ ହୋଇ ନିଆଁ ଏପରି ବ୍ୟାପୁଛି ନା ଭଗବାନଙ୍କୁ ନିନ୍ଦା କରିବାର ପରିଣାମ ଇଏ । ଭଗବାନଙ୍କୁ ଏ କି ପ୍ରକାର ପରିହାସ? ଏଠି ଦୋଷୀ ସହ ନିର୍ଦ୍ଦୋଷ ବି ଦଣ୍ଡ ପାଉଛି ।ଯଦି ଏବେଠୁ ନିଆଁକୁ ଆୟତ୍ତ କରା ନଯିବ ତେବେ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ ।



Shree Jagannath

ଶ୍ରୀମନ୍ଦିରରେ ମୋବାଇଲ ବାରଣ ନେଇ ଲାଗିଲା ସୂଚନା ଫଳକ

Blog Thumbnail

ପୁରୀ( ଦ କୁଇଭର ):- ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ୍‌ ଘଟଣା ପରେ ଶ୍ରୀମନ୍ଦିରରେ ମୋବାଇଲ୍‌ କଟକଣା ଉପରେ ସଚେତନତା ସୃଷ୍ଟି କରାଯାଇଛି। ଚାରିଦ୍ବାରରେ ସୂଚନା ଫଳକ ଓ ପୋଷ୍ଟର୍‌ ଲଗାଯାଇଛି। ମୋବାଇଲ୍‌ ଜଗିବାକୁ ଚାରିଦ୍ବାରରେ ୪ଟି ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହୋଇଛନ୍ତି। ଅପରପକ୍ଷେ ଗତକାଲି ପଶ୍ଚିମଦ୍ବାରରେ ଡ୍ରୋନ୍‌ ଉଡ଼ାଇ ପୁରୀର ଜଣେ ଯୁବକ ଧରାପଡ଼ିଛନ୍ତି ଓ ତାଙ୍କୁ ଥାନାରେ ଅଟକ ରଖାଯାଇଛି। ଡ୍ରୋନ୍‌ ମାଲିକ ପେଣ୍ଠକଟା ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁଇଦିନ ତଳେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍‌ ହୋଇଥିଲା। ଶ୍ରୀମନ୍ଦିର ଜଣେ ଜଣାଶୁଣା ସେବକ ବାହାର ରାଜ୍ୟର ଭକ୍ତଙ୍କୁ ନେଇ ଏହି ଭିଡିଓ ଉତ୍ତୋଳନ କରାଇଥିଲେ। ଏହି ଭିଡିଓ ବାଙ୍କେ ବିହାରୀ ନାଥ ନାମକ ବ୍ୟକ୍ତିଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଛଡ଼ାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ପୁରୀ ପୁଲିସ ଭକ୍ତଙ୍କ ସୂଚନା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର, ଉତ୍ତରଦ୍ବାର, ପଶ୍ଚିମ ଦ୍ବାର ଓ ଦକ୍ଷିଣଦ୍ବାରରେ ପ୍ରବେଶ ପଥରେ ‘ଶ୍ରୀମନ୍ଦିରରେ ମୋବାଇଲ୍‌ ନିଷେଧାଦେଶ’ ସମ୍ପର୍କରେ ସୂଚନା ଲଗାଇଛି। ଚାରିଦ୍ବାରରେ ଭକ୍ତଙ୍କ ଧାଡ଼ି ପାଖରେ ସାଇନ୍‌ଏଜ୍‌ ଲଗାଇଛି।


ଏସ୍‌ପି ବିନୀତ ଅଗ୍ରୱାଲ୍ କହିଛନ୍ତି, ଭକ୍ତ ଓ ଅନ୍ୟମାନଙ୍କୁ ଅନୁରୋଧ କରୁଛୁ, ମୋବାଇଲ୍‌ ନେଇ କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତୁ ନାହିଁ। ଯେ କେହି ଏହାର ଉଲ୍ଲଂଘନ କରିବେ, ତାଙ୍କ ବିରୋଧରେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ। ସଚେତନତା ଉଦ୍ଦେଶ୍ୟରେ ଆମେ ଚାରିଦ୍ବାରରେ ସୂଚନା ଫଳକ ମାରିଛୁ। ପୁଲିସର ସୁପର୍‌ଭାଇଜିଂ ଅଫିସରଙ୍କୁ ଛାଡ଼ି ଅନ୍ୟ କେହି ମୋବାଇଲ୍‌ ନ ନେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଡ୍ରୋନ୍‌ ସମ୍ପର୍କରେ ଶ୍ରୀ ଅଗ୍ରୱାଲ୍ କହିଛନ୍ତି, ଗର୍ଭଗୃହ ଭିଡିଓ ଭାଇରାଲ୍‌ ଘଟଣାରେ ପୁଲିସ ସିଂହଦ୍ବାର ଥାନାରେ ନିଜ ଆଡ଼ୁ ମାମଲା ରୁଜୁ କରିଛି। ଭିଡିଓ ଉତ୍ତୋଳନ ଓ ଭାଇରାଲ୍‌ ଘଟଣାରେ ଯିଏ ସଂପୃକ୍ତ ଅଛନ୍ତି, ତାଙ୍କୁ ଧରିବାକୁ ବିଭିନ୍ନ ଟିମ୍‌ ଲାଗିଛନ୍ତି। ଗତକାଲି ଶ୍ରୀମନ୍ଦିର ପାଖରେ ଏକ ଡ୍ରୋନ୍‌ ଉଡ଼ୁଥିଲା। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଓ ଡ୍ରୋନ୍‌ ଜବତ କରାଯାଇଛି। ଯୁବକ ଓ ଡ୍ରୋନ୍‌ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ମୋବାଇଲ୍‌ ଜଗିବାକୁ ପୂର୍ବ ବ୍ୟବସ୍ଥା ଜାରି ରହିଛି। ଏଥିସହ ଚାରିଦ୍ବାରରେ ୪ଟି ଟିମ୍‌ ନିୟମିତ ଯାଞ୍ଚ ପାଇଁ ରହିବେ।

State

ଯବାନଙ୍କ ଗୁଳିରେ ୧୪ ମାଓବାଦୀ ନିହତ

Blog Thumbnail

ନୂଆପଡା( ଦ କୁଇଭର ):- ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୪ ମାଓବାଦୀ ମୃତ । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଏନ୍‌କାଉଣ୍ଟର। ଗତକାଲି ଏନ୍‌କାଉଣ୍ଟରରେ ୨ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଅପରେସନରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ ସହ ସିଆରପିଏଫ୍ ସାମିଲ ।


ଓଡିଶାର ନୂଆପଡ଼ା ସୀମାଠାରୁ ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ହୋଇଥିଲା ଆରମ୍ଭ ହୋଇଥିଲା ମିଳିତ ଅପରେସନ୍। ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ନେଇ ଜାଣିପାରିଥିଲେ ମାଓବାଦୀ । ଏହାପରେ ଗତକାଲି ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଗତକାଲି ୨ ମହିଳା ମାଓବାଦୀ ନିହତ ହୋଇଥିଲେ। ତଥାପି ଥମି ନଥିଲା ଅପରେସନ ।ଅପରେସନ ଜାରି ରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଆଜି ପୁଣି ସକାଳେ ଆଉ ୧୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ, ବିପୁଳ ପରିମାଣର ଇଆଇଡି ଜବତ ହୋଇଛି।



International

ଆମେରିକାରେ ପୁଣି ଟ୍ରମ୍ପ ଯୁଗ

Blog Thumbnail

ଦ କୁଇଭର ବ୍ୟୁରୋ :- ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । ଆମେରିକାରେ ପୁଣି ଟ୍ରମ୍ପ ଯୁଗ । ୪ ବର୍ଷ ପରେ ଫେରିଲା ଟ୍ରମ୍ପ ଶାସନ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକୀୟ ସଂସଦ ଭବନରେ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ନେଉ ନେଉ ଆଜି ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଟ ଟ୍ରମ୍ପ୍‌ । କହିଲେ ପାନାମା କେନାଲ ଉପରେ ପୁଣି କବ୍‌ଜା କରିବ ଆମେରିକା । ପାନାମା କେନାଲରୁ ଚୀନ କବଜା ହଟାଯିବ । ଗଲ୍‌ଫ ଅଫ୍‌ ଆମେରିକାର ନାମ ବଦଳାଇବୁ । ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ‘ମୁଁ ଚାହୁଁଛି ସାରା ବିଶ୍ୱ ମୋତେ ଶାନ୍ତି ଦୂତ ଭାବରେ ମନେ ରଖୁ । ଅନ୍ୟ ଦେଶ ଉପରେ ଟ୍ୟାକ୍ସ ଓ ଟାରିଫ ବୃଦ୍ଧି କରଯିବ । ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରିବୁ । ଦର ନିୟନ୍ତ୍ରଣ କରିବା ଟ୍ରମ୍ପ୍‌ଙ୍କ ପ୍ରାଥମିକତା ରହିବ ବୋଲି କହିଛନ୍ତି ଟ୍ରମ୍ପ୍‌ ।


ରାଷ୍ଟ୍ରପତି ଭାବେ ଶପଥ ନେବା ସହ ଟ୍ରମ୍ପ କହିଛନ୍ତି ଆମେରିକାରେ ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହେଲା । ଆଜିଠାରୁ ଆମ ଦେଶ ପୁନର୍ବାର ସମୃଦ୍ଧ ହେବ ଏବଂ ଆମକୁ ସାରା ବିଶ୍ୱରେ ସମ୍ମାନ ଦିଆଯିବ। ଆମେ କୌଣସି ଦେଶକୁ ଆଉ ଅଧିକ ଲାଭ କରିବାକୁ ଅନୁମତି ଦେବୁ ନାହିଁ। ଆମର ସାର୍ବଭୌମତ୍ୱ ପୁନଃ ପ୍ରାପ୍ତ ହେବ । ଆମର ସୁରକ୍ଷା ପୁନଃ ସ୍ଥାପିତ ହେବ । ଗର୍ବିତ, ସମୃଦ୍ଧ ଏବଂ ମୁକ୍ତ ଦେଶ ଗଠନ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଟ୍ରମ୍ପ କହିଛନ୍ତି ।


ଅନ୍ୟପଟେ ଶପଥ ଗ୍ରହଣ ପରେ ଟ୍ରମ୍ପଙ୍କୁ ସାରା ବିଶ୍ବରୁ ଶୁଭେଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଏଲନ ମସ୍କ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।

International

ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଟ୍ରମ୍ପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ସର୍ବ-ଶକ୍ତିଶାଳୀ ଦେଶ ଆମେରିକା ଉପରେ ସମଗ୍ର ବିଶ୍ବର ନଜର ରହିବ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସରେ ପ୍ରବେଶ କରିବେ ଟ୍ରମ୍ପ । ଏନେଇ ବିଶାଳ ଆୟୋଜନ କରାଯାଇଛି । ସାରା ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି । ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍‌ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ ୪୦ ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ ।


ସୂଚନା ପ୍ରକାରେ,ଭାରତୀୟ ସମୟ ପ୍ରାୟ ରାତି ୧୦. ୩୦ ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ବାଇବେଲ’ ଛୁଇଁ ଟ୍ରମ୍ପ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଯିବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଉପସ୍ଥିତ ରହିବେ । ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି ପୂର୍ବରୁ ବାଇଡେନ ସ୍ପଷ୍ଟ କରିସାରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଟ୍ରମ୍ପଙ୍କ କାରକେଡ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପ୍ରବେଶ କରିବ ।

State

ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ

Blog Thumbnail

ଦ କୁଇଭର ବ୍ୟୁରୋ :- ସୁଭଦ୍ରାକୁ ନେଇ ଆସିଲା ବଡ଼ଅପଡେଟ l ଖୁଲାସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା l ବେଳେବେଳେ ପୁଅ ନାମ ଓ ଝିଅଙ୍କ ନାମ ଏକା ଭଳି ଥାଏ । ସେମାନେ ଭୁଲବଶତଃ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି l

State

ଚାଲିଛି ଦକ୍ଷିଣପୁର ଜଳ ଭଣ୍ଡାରରେ ପକ୍ଷୀ ଗଣନା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୁର ଜଳ ଭଣ୍ଡାରରେ ପ୍ରଥମ କରି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି l ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଇଉରେସିଆନ କୁଟ ବା ଜୁଇ କଇମ,ରେଡ କ୍ରିଏଷ୍ଟାଡ ପୋଚାର୍ଡ ବା ରଙ୍ଗା ଗେଣ୍ଡି,ଗଡ଼ ୱାଲ ବା ମାଟିଆ ଗେଣ୍ଡି ଥିବା ଚିହ୍ନଟ ହୋଇଛି l ସାଇବେରିଆ ବିଦେଶାଗତ ପକ୍ଷୀ ମାନେ ଦଳ ଦଳ ହୋଇ ଖାଦ୍ୟ ଅନ୍ୱେଷଣରେ ଜଳ ଭଣ୍ଡାରରେ ବୁଲୁଛନ୍ତି l

ପୂର୍ବରୁ ଦକ୍ଷିଣପୁର ଜଳ ଭଣ୍ଡାରରେ ବ୍ରହ୍ମପୁରକୁ ଜଳ ଯୋଗାଣ ନିମନ୍ତେ ବର୍ଷ ସାରା ଜଳ ପରିପୂର୍ଣ୍ଣ ରହୁଥିଲା କିନ୍ତୁ କିଛି ବର୍ଷ ହେବ ଯାନିବିଲରୁ ପାଇପ ଯୋଗେ ଜଳ ଯୋଗାଣ ହୋଇଥିବାରୁ ଅପେକ୍ଷାକୃତ ଜଳ ସ୍ତର କମ ରହୁଛି ତେଣୁ ଶୈବାଳ ଓ ଜଳଜ କୀଟ ବୃଦ୍ଧିରେ ସହାୟକ ହେଉଛି ଯାହାକି ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ବୋଲି ପରିବେଶପ୍ରେମୀ ତଥା ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ପ୍ରକାଶ କରିଛନ୍ତି l

ପୂର୍ବରୁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗ୍ଲୋସି ଆଇବିଶ ଓ ବ୍ଲାକ ହେଡେଡ ଆଇବିଶ ଦେଖିବାକୁ ମଧ୍ୟ ମିଳିଛି ଯାହାକି ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର l ତେବେ ଆସୁଥିବା ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପେଟ୍ରୋଲିଂ ସହ ଲୋକଙ୍କୁ ସଚେତନତା କଲେ ଆସନ୍ତା ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ଥାନୀୟ ବାସିନ୍ଦା ନଳିନୀ କାନ୍ତ ପରିଡା କହିଛନ୍ତି l