Join Us To Make A Difference

The Drops💧

ଗୋପାଳପୁର ବନ୍ଦର ସମ୍ମୁଖରେ କଡାକଡି ସୁରକ୍ଷା

ଗୋପାଳପୁର ବନ୍ଦର ସମ୍ମୁଖରେ କଡାକଡି ସୁରକ୍ଷା
Published by:Jyotshna Kumari
#weather

ଦ କୁଇଭର ବ୍ୟୁରୋ :- ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଆଜି ରାତିରେ ଏହା ଗଭୀର ଅବପାତ ଭାବେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ । ଗୋପାଳପୁରରୁ ପାରାଦୀପ ମଧ୍ୟରେ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ରହିବ । ଝଟକା ପବନର ବେଗ ୭୫ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଫଳରେ ଗଭୀର ଅବପାତ ପ୍ରଭାବରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଗଞ୍ଜାମ, ଗଜପତି,କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଥିବା ବେଳେ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି l


ଏହି ଅବସରରେ ଗୋପାଳପୁର ବେଳାଭୂମିରେ କଡାକଡି କରାଯାଇଛି ସୁରକ୍ଷା ବିଭାଗ l ଆଇଆଇସି ଗୋପାଳପୁର ପ୍ରଶାନ୍ତ ମଲ୍ଲିକ ଓ ଠାକୁର ପ୍ରସାଦ ଅଗ୍ନିଶମ ବିଭାଗଙ୍କ ନେତୃତ୍ୱରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଲିଛି ସଚେତନତା l ବେଳାଭୂମି ପରିସରକୁ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି ଏବଂ ମସ୍ଚ୍ୟଯିବିଙ୍କୁ ମଧ୍ୟ ବାରଣ କରିଛି ପୋଲିସ ଏବଂ ଦମକଳ ବାହିନୀ l ସ୍ୱତନ୍ତ୍ର ବାଇକ ଯୋଗେ ବେଳାଭୂମି ପରିସରରେ ବାତ୍ୟାକୁ ନେଇ ସଚେତନତା କରୁଥିବା ଦେଖିବାକୁ ମିଳିଛି l

Comments

Leave a Comment

Comments

No comments yet.

Health & lifestyle

୨ବର୍ଷରୁ କମ ପିଲାଙ୍କୁ କଫ୍ ସିରପ୍‌ ମନା

Blog Thumbnail

ଦ କୁଇଭର ବ୍ୟୁରୋ :- ୨ରୁ ବର୍ଷରୁ କମ ପିଲାଙ୍କୁ କଫ୍ ସିରପ୍‌ ମନା । କଫ୍ ସିରପ୍‌ ମୃତ୍ୟୁ ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତତ୍ପରତା । ଶିଶୁଙ୍କୁ କଫ୍‌ ସିରପ୍ ଦେବା ନେଇ କେନ୍ଦ୍ରର ଆଡ୍‌ଭାଇଜରି ଜାରି । ୨ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ମନା ହେବା ସହିତ ମାର୍ଗଦର୍ଶିକା ଜାରି ହୋଇଛି । ୨ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଔଷଧ ଦିଆଯାଇପାରିବ ନାହିଁ କହିଲା ଡିଜିଏଚଏସ୍ l ତେବେ ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି ।


ଡିଜିଏଚଏସ୍ (ସ୍ୱାସ୍ଥ୍ୟ ସେବା ମହାନିର୍ଦେଶାଳୟ) ପକ୍ଷରୁ ଜାରି ଚିଠାରେ କୁହାଯାଇଛି କି, ସାଧାରଣତଃ ୫ ବର୍ଷଠୁ କମ ବୟସ୍କଙ୍କ ପାଇଁ କଫ୍ ସିରପ ସୁପାରିସ କରାଯାଏ ନାହିଁ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଡିଜିଏଚଏସ୍ ଏହି ପରାମର୍ଶ ଦେଇଛି । ଏମ୍‌ପି ଓ ମହାରାଷ୍ଟ୍ରରେ କଫ୍ ସିରପ୍‌ ନେଇ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ ସିରପ୍ ପିଇବା କାରଣରୁ ମୋଟ ୧୧ ପିଲାଙ୍କ ମୃତ୍ୟୁ ହୋଇଛି । ଏଥିରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ମୃତ ପିଲାଙ୍କ ସଂଖ୍ୟା ବଢି ୯ ହୋଇଛି । ଦୁଇ ବର୍ଷରୁ କମ ଶିଶୁଙ୍କୁ ଥଣ୍ଡା, କାଶର ଔଷଧ ଦିଅନ୍ତୁ ନାହିଁ । ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷିତ ଔଷଧ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ଓ ଔଷଧ ଦୋକାନକୁ ପରାମର୍ଶ ଦିଆଯାଇଛି ।


କେନ୍ଦ୍ରର ପରାମର୍ଶ ଅନୁଯାୟୀ,

ଶିଶୁ ଚିକିତ୍ସାରେ ଔଷଧ ବ୍ୟବହାର ଉପରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରମାନେ ପିଲାମାନଙ୍କ ପାଇଁ କାଶ ସିରପ୍ ସଠିକ ଭାବରେ ଲେଖିବା ଏବଂ ବଣ୍ଟନ କରିବା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ପିଲାମାନଙ୍କ ମଧ୍ୟରେ ଅଧିକାଂଶ ତୀବ୍ର କାଶ ରୋଗ ହୋଇଥାଏ । କାଶ ଏବଂ ଥଣ୍ଡା ଔଷଧ ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯାଇପାରିବ ନାହିଁ କିମ୍ବା ଦିଆଯିବା ଉଚିତ୍ ନୁହେଁ । ଏଗୁଡ଼ିକ ସାଧାରଣତଃ 5 ବର୍ଷରୁ କମ୍ ବୟସ ଏବଂ ତା'ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ସୁପାରିଶ କରାଯାଏ ନାହିଁ । ଯେକୌଣସି ବ୍ୟବହାର ପାଇଁ ସତର୍କତାର ସହିତ କ୍ଲିନିକାଲ୍ ମୂଲ୍ୟାଙ୍କନ କରାଯିବା ଉଚିତ ।


ପର୍ଯ୍ୟାପ୍ତ ପାନୀୟ ଜଳ, ବିଶ୍ରାମ, ସହାୟକ ପଦକ୍ଷେପ ସମେତ ଅଣ-ଔଷଧୀୟ ପଦକ୍ଷେପ ପ୍ରଥମ ଧାଡି ପଦ୍ଧତି ହେବା ଉଚିତ । ଏହା ସହିତ ଅନୁରୋଧ କରାଯାଉଛି ଯେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଅନ୍ତର୍ଗତ ସମସ୍ତ କ୍ଲିନିକାଲ୍ ପ୍ରତିଷ୍ଠାନ/ସ୍ୱାସ୍ଥ୍ୟସେବା ସୁବିଧା ସରକାରୀ ଡିସପେନସାରୀ, ପିଏଚସି, ସିଏଚ୍ସି, ଜିଲ୍ଲା ହସ୍ପିଟାଲ ଏବଂ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକରେ ଏହି ପରାମର୍ଶକୁ କାର୍ଯ୍ୟକାରୀ ଏବଂ ପ୍ରସାରିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ କହିଛି ।

Entertainment

ବାହାହେବେ ରଶ୍ମିକା-ବିଜୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଦକ୍ଷିଣ ଭାରତୀୟସିନେ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ତଥା ପୁଷ୍ପା-୨ ଏବଂ ସିକନ୍ଦର ଭଳି ଫିଲ୍ମ ମାଧ୍ୟମରେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ହୋଇଛି। ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ। ଗୋପନୀୟତା କାରଣରୁ ଉଭୟ ଏହି ଖବରକୁ ଲୁଚାଇ ରଖିଛନ୍ତି। ପୂର୍ବରୁ, ରଶ୍ମିକା ମନ୍ଦାନାଙ୍କ ଏକ ପୋଷ୍ଟ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀ ଶାଢ଼ୀ ପିନ୍ଧି ପୋଜ୍ ଦେଉଥିବାର ଦେଖାଯାଇଥିଲା। କିଛି ଲୋକ ଭାବିଥିଲେ ଯେ ଫଟୋଗୁଡ଼ିକ ଉଭୟଙ୍କ ନିର୍ବନ୍ଧ ସମୟର ହୋଇ ଥାଇପାରେ। ପୋଷ୍ଟରେ, ଅଭିନେତ୍ରୀ ପାରମ୍ପରିକ ଲୁକରେ ମଥାରେ ତିଳକ ଲଗାଇ ପ୍ରଶଂସକମାନଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ। ରଶ୍ମିକା ମନ୍ଦାନା କିମ୍ବା ବିଜୟ ଦେବରକୋଣ୍ଡା ଏପର୍ଯ୍ୟନ୍ତ ନିର୍ବନ୍ଧକୁ ନିଶ୍ଚିତ କରିନାହାଁନ୍ତି କିମ୍ବା ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ କରିନାହାଁନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଛୁଟିଦିନର ଫଟୋଗୁଡ଼ିକ ଭାଇରାଲ ହେଉଥିବା ବେଳେ, ସେମାନଙ୍କ ନିର୍ବନ୍ଧ ଏବଂ ବିବାହ ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ଏବେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

National

RSS ର ଶତବାର୍ଷିକୀ ସମାରୋହରେ ଡାକ ଟିକେଟ ଓ ସ୍ବତନ୍ତ୍ର ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରଏସଏସ୍ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଉତ୍ସବରେ ଏକ ଡାକଟିକଟ ଏବଂ ଏକ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରିଛନ୍ତି । ୧୦୦ ଟଙ୍କାର ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଜାତୀୟ ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ସିଂହ ଏବଂ ଉତ୍ସର୍ଗୀକୃତ ସ୍ୱେଚ୍ଛାସେବକମାନେ ଦେବୀ ମାତାଙ୍କୁ ପ୍ରଣାମ କରୁଛନ୍ତି।


ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ମାତାର ପ୍ରତିମୂର୍ତ୍ତି ଭାରତୀୟ ମୁଦ୍ରାରେ ଅଛି, ସମ୍ଭବତଃ ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ଏପରି ପଦକ୍ଷେପ ନିଆଯାଇଛି । ଆରଏସଏସ୍ ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସଏସ୍ ମହାସଚିବ ଦତ୍ତାତ୍ରେୟ ହୋସାବଲେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ଆରଏସଏସ୍ କର୍ମୀ ଏବଂ ସାମାଜିକ ଉଚ୍ଚବର୍ଗର ସଦସ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆଜି ମହାନବମୀ । ମୁଁ ମୋର ଦେଶବାସୀଙ୍କୁ ନବରାତ୍ରିର ଶୁଭକାମନା ଜଣାଉଛି । ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ । ଏହା ଅନ୍ୟାୟ ଉପରେ ନ୍ୟାୟର ବିଜୟର ପର୍ବ । ଏହା ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ । ୧୦୦ ବର୍ଷ ପୂର୍ବେ ଏପରି ଏକ ମହାନ ପର୍ବରେ ଆରଏସଏସ ପ୍ରତିଷ୍ଠିତ ହୋଇଥିଲା । ଏହା କୌଣସି ସଂଯୋଗ ନଥିଲା ।” ଏହି ଅବସରରେ, ମୁଁ ଦେଶ ସେବା ପାଇଁ ଉତ୍ସର୍ଗୀକୃତ ପ୍ରତ୍ୟେକ ସ୍ୱେଚ୍ଛାସେବକଙ୍କୁ ମୋର ଶୁଭକାମନା ଜଣାଉଛି ।”

Education

ଜାଭିୟର୍ସ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚା'କପରେ ବିଭିନ୍ନ କଳାକୃତି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ୫୦୦ଟି କାଗଜ ର ଚା କପ୍ ରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଅବିକଳ କଳାକୃତି ପ୍ରସ୍ତୁତ କରାଯାଇଛି । ଏପରି କଳାକୃତି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ମହାତ୍ମା ଗାନ୍ଧୀ ଙ୍କ ସ୍ମୁତି ଚାରଣ କରିବା ସହ ଶାନ୍ତି ର ବାର୍ତ୍ତା ପ୍ରେରଣ କରିଛନ୍ତି । ସର୍ବଦା ଗାନ୍ଧୀ ଙ୍କ ଭଳି ସତ୍ୟ ଓ ଅହିଂସାର ମାର୍ଗରେ ଯିବା ଉଚିତ୍ ବୋଲି ସଚେତନ କରାଯାଇଛି । ଏପରି କଳାକୃତି କରିବାକୁ ପିଲା ମାନଙ୍କୁ ପ୍ରାୟ ତିରିଶ ମିନିଟ ସମୟ ଲାଗି ଥିଲା, କାଗଜ କପ ରେ ତ୍ରିରଙ୍ଗା ର ତିନୋଟି ରଙ୍ଗ ଦିଆଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ଏପରି କଳାକୃତି ଲାଗି ସ୍କୁଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ତ୍ରିପାଠୀ, ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ , ଆମ୍ବପୂଆ ସ୍କୁଲ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି କଳାକୃତି ଲାଗି ସ୍କୁଲର ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ପରାମର୍ଶ ସହ ନେତୃତ୍ୱ ନେଇ ଥିଲେ ।

International

ବନ୍ଦ ହେଲା NASA

Blog Thumbnail

ଦ କୁଇଭର ବ୍ୟୁରୋ :- ବନ୍ଦ ହେଲା ନାସା,ଟ୍ରମ୍ପଙ୍କୁ ମିଳିଲା ବଡ଼ ଝଟକା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ନାସା ବନ୍ଦ ରହିବ, ସରକାରୀ ପାଣ୍ଠିର ଅଭାବ ଯୋଗୁ ଏହାକୁ ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ ଘୋଷଣା ପରେ ନାସାରେ କାମ କରୁଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକମାନଙ୍କର ଚିନ୍ତାକୁ ବଢାଇ ଦେଇଛି । ଆମେରିକାରେ ନାସା ସମେତ ସରକାରୀ ସଂସ୍ଥାଗୁଡ଼ିକରେ ହଜାର ହଜାର ଫେଡେରାଲ କର୍ମଚାରୀ ଛୁଟିରେ ରହିବାକୁ ବାଧ୍ୟ ହୋଇଛନ୍ତି ।


ସୂଚନାନୁଯାୟୀ, ଟ୍ରମ୍ପ ପ୍ରଶାସନ ବନ୍ଦ ହେବା ପୂର୍ବରୁ ଆମେରିକୀୟ ମହାକାଶ ସଂସ୍ଥା ବନ୍ଦ ହୋଇଛି । ଯାହା ପ୍ରାୟ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ NASA କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ମିଶନ ଉପରେ ବ୍ୟାପକ ପ୍ରଭାବ ପକାଇପାରେ। ଚନ୍ଦ୍ର ଅନୁସନ୍ଧାନ ଏବଂ ମଙ୍ଗଳ ମିଶନର ଲକ୍ଷ୍ୟକୁ ବଜାୟ ରଖିବା କଷ୍ଟକର ହୋଇପଡିବ । ଅନ୍ୟପଟେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଆବଶ୍ୟକୀୟ କର୍ମଚାରୀମାନେ କାମ ଜାରି ରଖିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର-ISS ସହ ଜଡ଼ିତ କାର୍ଯ୍ୟ ବିଭିନ୍ନ ଉପଗ୍ରହ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆମେରିକା ସରକାର ସଟଡାଉନ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ନାସା ଦ୍ବାରା ବନ୍ଦ ଘୋଷଣା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୬ ବର୍ଷ ତଳେ ୨୦୧୮-୧୯ରେ ମଧ୍ୟ ନାସା ବନ୍ଦ ଘୋଷଣା କରିଥିଲା । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଅଧାରୁ ଅଟକାଇ ଦେଇଥିଲା । ଯାହା ଫଳରେ ଏଥିରେ କାର୍ଯ୍ୟରତ ଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି ହୋଇଥିବା ଜଣାପଡିଛି l

Weather

ବଡ଼ ବର୍ଷାରେ ଭିଜିବ ଦଶହରା

Blog Thumbnail

ଦ କୁଇଭର ବ୍ୟୁରୋ :- ୧୨ ଘଣ୍ଟାରେ ଅବପାତ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବବନା ରହିଛି । ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ଆସନ୍ତାକାଲି ଓ ୩ ତାରଖ ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନ ପ୍ରଭାବ ସମ୍ଭାବନା ରହିଛି । ପ୍ରଭାବରେ ପୂଜା ତୋରଣ ସହ ପେଣ୍ଡାଲ ଗୁଡ଼ିକ ପ୍ରଭାବିତ ହେବା ସମ୍ଭାବନା ରହିଛି । ଆସନ୍ତାକାଲି ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧାମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୪ ତାରିଖ ଯାଏ ବର୍ଷା ଲାଗି ରହିବ । ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।