ଦ କୁଇଭର ବ୍ୟୁରୋ :- ବନ୍ଦ ହେଲା ନାସା,ଟ୍ରମ୍ପଙ୍କୁ ମିଳିଲା ବଡ଼ ଝଟକା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ନାସା ବନ୍ଦ ରହିବ, ସରକାରୀ ପାଣ୍ଠିର ଅଭାବ ଯୋଗୁ ଏହାକୁ ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ ଘୋଷଣା ପରେ ନାସାରେ କାମ କରୁଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକମାନଙ୍କର ଚିନ୍ତାକୁ ବଢାଇ ଦେଇଛି । ଆମେରିକାରେ ନାସା ସମେତ ସରକାରୀ ସଂସ୍ଥାଗୁଡ଼ିକରେ ହଜାର ହଜାର ଫେଡେରାଲ କର୍ମଚାରୀ ଛୁଟିରେ ରହିବାକୁ ବାଧ୍ୟ ହୋଇଛନ୍ତି ।
ସୂଚନାନୁଯାୟୀ, ଟ୍ରମ୍ପ ପ୍ରଶାସନ ବନ୍ଦ ହେବା ପୂର୍ବରୁ ଆମେରିକୀୟ ମହାକାଶ ସଂସ୍ଥା ବନ୍ଦ ହୋଇଛି । ଯାହା ପ୍ରାୟ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ NASA କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ମିଶନ ଉପରେ ବ୍ୟାପକ ପ୍ରଭାବ ପକାଇପାରେ। ଚନ୍ଦ୍ର ଅନୁସନ୍ଧାନ ଏବଂ ମଙ୍ଗଳ ମିଶନର ଲକ୍ଷ୍ୟକୁ ବଜାୟ ରଖିବା କଷ୍ଟକର ହୋଇପଡିବ । ଅନ୍ୟପଟେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଆବଶ୍ୟକୀୟ କର୍ମଚାରୀମାନେ କାମ ଜାରି ରଖିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର-ISS ସହ ଜଡ଼ିତ କାର୍ଯ୍ୟ ବିଭିନ୍ନ ଉପଗ୍ରହ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆମେରିକା ସରକାର ସଟଡାଉନ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ନାସା ଦ୍ବାରା ବନ୍ଦ ଘୋଷଣା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୬ ବର୍ଷ ତଳେ ୨୦୧୮-୧୯ରେ ମଧ୍ୟ ନାସା ବନ୍ଦ ଘୋଷଣା କରିଥିଲା । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଅଧାରୁ ଅଟକାଇ ଦେଇଥିଲା । ଯାହା ଫଳରେ ଏଥିରେ କାର୍ଯ୍ୟରତ ଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି ହୋଇଥିବା ଜଣାପଡିଛି l