Join Us To Make A Difference

The Drops💧

କାହାର ହେବ ନୂଆପଡ଼ା

କାହାର ହେବ ନୂଆପଡ଼ା
Published by:Jyotshna Kumari
#politics

ଦ କୁଇଭର ବ୍ୟୁରୋ :- ନୂଆ ନେତା ପ୍ରତୀକ୍ଷାରେ ନୂଆପଡ଼ା । ଦିନକ ପରେ ଇଭିଏମରୁ ଆସିବ ରାୟ । ୧୪ ତାରିଖ ଗଣନାକୁ ଏବେ ସମସ୍ତଙ୍କ ପ୍ରତୀକ୍ଷା । ଇଭିଏମରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ୮୧.୯୪ ପ୍ରତିଶତ ଭୋଟିଂ ହୋଇ ଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବେଳେ ଏବେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ଜଗି ରହିଛନ୍ତି ପୋଲିସ ଫୋର୍ସ । ଦିନକ ପରେ ଗଣନା ହେବ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି । ତିନି ଦଳ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି । ଜୟ ଢୋଲକିଆ, ସ୍ନେହାଙ୍ଗିନୀ ଛୁରିଆ ଓ ଘାସିରାମ ମାଝୀ ନିଜର ବିଜୟ ନେଇ ଆଶା ବାନ୍ଧିଛନ୍ତି ।

Comments

Leave a Comment

Comments

No comments yet.

Weather

ଜାଡ଼ରେ ଥରୁଛି ଓଡ଼ିଶା

Blog Thumbnail

ଦ କୁଇଭର ବ୍ୟୁରୋ :- ଜାଡ଼ରେ ଥରୁଛି ଓଡ଼ିଶା,ତଳମୁହାଁ ହେଉଛି ତାପମାତ୍ରା । ପଶ୍ଚିମରୁ ନେଇ ଆଭ୍ୟାନ୍ତରୀଣ ଓଡ଼ିଶା, ସବୁଠି ଶୀତର ଲହର । ସଞ୍ଜ ନଇଁବା ପରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ପବନ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ବେଳେ ଆଜି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି (ବୁଧବାର) ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଆଜି ଶୀତ ଲହରୀ (Cold Wave) ପାଇଁ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତ ସହ କିଛି କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟାମାନ ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ପୂର୍ବାନୁମାନ କରିଛି ।

State,Weather

ଜାଡରେ ଥରୁଛି ଓଡ଼ିଶା

Blog Thumbnail

ଦ କୁଇଭର ବ୍ୟୁରୋ :-:ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ ହୋଇଛି । ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ଏହା ପରେ ପୁଣି ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରି ସେଲିସିୟସ କମିବ ତାପମାତ୍ରା । ଶୀତ ସହିତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଠିକରେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଘନ କୁହୁଡ଼ି ଯୋଗୁଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Politics

ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍‌ ପୋଲ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତେ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି ।

Entertainment

ଅସୁସ୍ଥ ଗୋବିନ୍ଦା

Blog Thumbnail

ଦ କୁଇଭର ବ୍ୟୁରୋ :- ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଗତକାଲି ରାତିରେ ଘରେ ବେହୋସ ହେବା ପରେ ପୂର୍ବତନ ସାଂସଦ ଗୋବିନ୍ଦଙ୍କୁ ହସ୍ପିଟାଲରେ ନିଆଯାଇଥିଲା । ୬୧ ବର୍ଷୀୟ ମୁମ୍ବାଇର ବଲିଉଡ ଷ୍ଟାରଙ୍କୁ ମୁମ୍ବାଇ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ମେଡିକାଲ ଅବଜରଭେସନରେ ରଖାଯାଇଛି ।ରିପୋର୍ଟ ଅନୁସାରେ ଅଚେତ ହେବାରୁ ତାଙ୍କ ଅବସ୍ଥା ବିଗିଡିଛି। ଗତକାଲି ସକାଳେ ସବୁ କିଛି ଠିକ ଥିଲା । ତେବେ ରାତିରେ ସେ ହଠାତ ବେହୋସ ହୋଇଥିଲେ । ରାତି ୧ଟାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ଡାକ୍ତରୀ ଟେଷ୍ଟ ହୋଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏ ନେଇ ଗୋବିନ୍ଦାଙ୍କ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ ସୂଚନା ଦେଇଛନ୍ତି ।

Weather

ଆଉ ୪ ଦିନ ଘନ କୁହୁଡ଼ି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଉ ୪ ଦିନ ଘନ କୁହୁଡ଼ି । ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧାରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଶୀତ ସହ କଲବଲ କରୁଛି ଘନ କୁହୁଡ଼ି । ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦୁଶୁନି । ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ ରହୁଛି । ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୭.୫ ଡିଗ୍ରି ।ଅନ୍ୟପଟେ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨ ଡିଗ୍ରି । ରାଜ୍ୟରେ ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାପରେ ପୁଣି ପାରଦ ସ୍ତର ନିମ୍ନଗାମୀ ହେବ ଓ ପରବର୍ତ୍ତୀ ସମୟରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଫଳରେ ଆଗକୁ ବି ଶୀତ ଜାରି ରହିବ ।ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି । କୁହୁଡି ଯୋଗୁ ବିମାନ ଚଳାଚଳ ବି ପ୍ରଭାବିତ ହେଉଛି । ପ୍ରବଳ କୁହୁଡ଼ି ଯୋଗୁ ଚିଲିକାରେ ଦିନ ୧୧ଟା ଯାଏ ବନ୍ଦ ରହିବ ଡଙ୍ଗା ଚଳାଚଳ । ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି ।

City

ଅରୂପା ତରଫରୁ ବ୍ରହ୍ମପୁରରେ ଅନୁଷ୍ଠିତ ହେବ ବାଣିଜ୍ୟ ମେଳା-୨୦୨୫

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଅରୂପା ଭୁବନେଶ୍ଵର ତରଫରୁ ବ୍ରହ୍ମପୁର ଠାରେ 'ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫' ଅନୁଷ୍ଠିତ ହେବା ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି । ଏହି ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି,ଯେପରିକି ସର୍ବଭାରତୀୟ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ରର ବିଶାଳ ପ୍ରଦର୍ଶନୀର ଆୟୋଜନ କରାଯିବ । ଅରୂପା ୧୯୯୦ ମସିହା ଠାରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି | ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି,ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରିଆସୁଅଛି |ଆସନ୍ତା ନଭେମ୍ବର ୧୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଆୟୋଜନ ହେବାକୁ ଯାଉଅଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟlମାନେ ଯୋଗଦାନ କରିବେ । ବିଶେଷକରି ଓଡ଼ିଶାର ପିପିଲିର ଚାନ୍ଦୁଆ, ଖଣ୍ଡପଡ଼ାର କାଠକାମ, ଗୁଜୁରାଟି ଅଳଙ୍କାର, ବେଙ୍ଗଲ ଶାଢୀ, କଲିକତାର ଲାଖଚୁଡ଼ି, ବନାରସୀ ଶାଢ଼ୀ ଏବଂ ଡ୍ରେସ୍, ସମ୍ବଲପୁରୀ ଡ୍ରେସ୍, କଟକ ଶାଢୀ ଏବଂ ସିଲ୍କ ଶାଢୀ, କଟକର ମାଣିଆବନ୍ଧର ଡ୍ରେସ୍, ସମ୍ବଲପୁରୀ ଶାଢୀ, କଟନ ଶାଢୀ ଏବଂ ସିଦ୍ଧ ଶାଢ଼ୀ, ଅଗରବତୀ, ଫିନାଇଲ୍, କତାକାମ, ପଥର ଖୋଦେଇ, ସାହାରଙ୍ଗ ପୁରର କାଠ କାମ ଓ ସୋଫା ସେଟ୍, ୟୁ.ପି. ଭଦୋଇର କାର୍‌ପେଟ, ମୁରାଦାବାଦ ର ପିତଳ କାମ, ମହାରାଷ୍ଟ୍ରର ବେଡ୍‌ସିଟ୍, ହରିୟାଣାର ଡ୍ରେସ୍ ସେଟ୍ ଏବଂ ବେଡ୍‌ସିଟ୍, ଆନ୍ଧ୍ରପ୍ରଦେଶ ର ଡ୍ରେସ୍ ଏବଂ ଶାଢୀ ଏବଂ ଆହୁରି ଅନେକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଏସ୍ଏସ୍ଏମ୍‌ଇ ଉଦ୍ୟୋଗୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶନ କରାଯିବ । ଏହା ସହିତ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ସଙ୍ଗୀତ, ବକ୍ତୃତା, ନୃତ୍ୟ, ମେହେନ୍ଦି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରି ଅରୂପା ତରଫରୁ କୃତି ପିଲାମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି କର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍‌ଘାଟନ ହେବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।