Banner Ad

ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
Published by : Jyotshna Kumari
#State
Feb 3, 2025, 12:29 PM

ଭୁବନେଶ୍ୱର( ଦ କୁଇଭର ):- ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକେଷ୍ଠରେ ଲୋକେ ପହଞ୍ଚିଲେଣି। ସେମାନେ ନିଜ ନିଜ ଅଭିଯୋଗର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ପହଞ୍ଚିଛନ୍ତି। ହଜାର ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିବା ଜଣାଯାଇଛି।ସୂଚନାଯୋଗ୍ୟ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି। ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮% ଅଭିଯୋଗର ସମାଧାନ ହୋଇଛି। ଜୁଲାଇ ୧୫ ତାରିଖରେ ୮୪%, ଅଗଷ୍ଟ ୫ରେ ୮୨%, ସେପ୍ଟେମ୍ବର ୨୩ରେ ୮୦%, ଅକ୍ଟୋବର ୨୧ତାରିଖରେ ୭୭% ଓ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ % ଅଭିଯୋଗର ସମାଧାନ କରାଯାଇଛି। ବାକି ରହିଥିବା ଅଭି‌ଯୋଗଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ। ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି।

Leave a Comment

Comments

No comments yet.

Best Biofloc Fish Farming

ad
Read more

Sports

ବାରବାଟୀରେ ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି

Blog Thumbnail

କଟକ( ଦ କୁଇଭର ):- ବାରବାଟୀରେ କ୍ରିକେଟ କ୍ରେଜ୍‌ । ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି lବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଚାଲିଛି ଟିକେଟ୍ ବିକ୍ରି । ୪ଟାରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଏହି ଦୁଇଟି ଗ୍ୟାଲେରିର ଟିକେଟ ବିକ୍ରି ହୋଇ ସାରିଛି । ମୋଟ୍‌ ୪ହଜାର ଟିକଟ୍‌ ଅନଲାଇନରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି । ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ କ୍ରିକେଟପ୍ରେମୀ ଟିକେଟ୍‌ ବୁକ୍‌ କରୁଛନ୍ତି । ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌ ବ୍ରାଉଜରରେ zomato.in ଲଗ୍‌ ଇନ କରି ଟିକଟ୍‌ ବୁକ୍‌ କରିହେବ। ୫ ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ । ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯିବ ।

Health & lifestyle,State

ପୁଣି ଦୋଳାରେ ବୁହା ହେଲେ ରୋଗୀ

Blog Thumbnail

ଗଜପତି ( ଦ କୁଇଭର ):- ଦୀର୍ଘ ୨୫ ବର୍ଷର ବିଜେଡି ସରକାରର ବିକାଶର ବିକଳ ଚିତ୍ର ପଦାକୁ ବାରମ୍ବାର ଆସୁଛି । ଏଠି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଶିଆଳିଲଟି ପଞ୍ଚାୟତ ତଇଲ ଗ୍ରାମର ଯୁରିଆ ନାୟକଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦୋଳା କରି ବୋହି ନେଉଛନ୍ତି ସଂପର୍କୀୟ ଲୋକେ । 5ଜି ଦୁନିଆରେ ମଧ୍ୟ ଲୋକେ ଏଭଳି ସମସ୍ୟା ଦେଇ ପ୍ରତିଦିନ ଗତିକରୁଛନ୍ତି , ସରକାର ରାଜ୍ୟ ତଥା ଦେଶ ବିକଶିତ ହେବାର ଡିଣ୍ଡିମ ପିଟୁଛନ୍ତି,ତେବେ କ'ଣ ସତରେ ଆମ ଦେଶ ତଥା ରାଜ୍ୟ ବିକଶିତ ହେଉଛି,!ଲୋକେ କ'ଣ ମୌଳିକ ସୁବିଧାରୁ ବଞ୍ଚିତ ହେଉନାହାନ୍ତି କି,ତେବେ ଦେଖାଯାଉ କେବେ ଏ ଅଭିଶପ୍ତ ଜୀବନରୁ ମୁକ୍ତି ପାଉଛନ୍ତି ଏ ନିରୀହ ଆଦିବାସୀ ଜନତା, ତା'କୁ ହିଁ ରହିଛି ସମସ୍ତଙ୍କ ଅପେକ୍ଷା l

State

ବଢିଲା ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା : ରାଜ୍ୟ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି । ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ ବୋଲି ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଲା,ମୋଟର ସାଇକେଲ୍‌ ଭତ୍ତା ୩ ଶହରୁ ୧୦୫୦ ଟଙ୍କାକୁ ବୃଦ୍ଧି ,ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି,ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବଢ଼ିଲା l

State

ବସ୍ତି ଭିତରକୁ ମାଡିଗଲା ମାଲବାହୀ ଟ୍ରେନ

Blog Thumbnail

ରାଉଲକେଲା( ଦ କୁଇଭର ):- ରାଉରକେଲାରେ ଘଟିଛି ବଡ ଅଘଟଣ । ଏକ ମାଲବାହୀ ଟ୍ରେନ୍ ଭାରସାମ୍ୟ ହରାଇ ବସ୍ତି ଭିତରକୁ ପଶିଯାଇଥିବା ସୂଚନା ମିଳିଛି । ରାଉରକେଲା ମାଲଗୋଦାମ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି l ତେବେ ଏଥିରେ ଟ୍ରେନ ର ପ୍ରାୟ ୩ ଟି ବଗି ଲାଇନ ଚ୍ୟୁତ ହେବାର ସୂଚନା ମିଳିଛି l

Sports,State

ଟିକେଟ ପାଇଁ ବାରବାଟୀରେ ବାଜିଲା ବାର

Blog Thumbnail

କଟକ( ଦ କୁଇଭର ):- ଆରମ୍ଭ ହୋଇଛି ଅଫଲାଇନ୍ ଟିକେଟ ବିକ୍ରି । ଆସନ୍ତା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ ପାଇଁ ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଅଲାଇନ ଟିକେଟ ମାତ୍ର କେଇ ମିନିଟରେ ଶେଷ ହୋଇଯିବା ପରେ ଅଫଲାଇଟ ଟିକେଟ ପାଇଁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ । ଦଳଚକଟା ପରିସ୍ଥିତି ଉପୁଜିଛି । ଉତ୍ସାହିତ ଫ୍ୟାନ୍ସଙ୍କ ଅସମ୍ଭବ ଭିଡ ପାଇଁ ନାକେଦମ ପୋଲିସ । ହଜାର ହଜାର କ୍ରିକେଟ ଫ୍ୟାନ୍ସ କାଉଣ୍ଟର ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଗତକାଲି ରାତିଠୁ । ଏପଟେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଫେବୃଆରୀ ୯ ତାରିଖରେ ଖେଳାଯିବ ବହୁ ପ୍ରତିକ୍ଷୀତ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ତେବେ ଦଳଚକଟାରେ ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।


ବୁଧବାରଠୁ ଆରମ୍ଭ ହୋଇଥିବା ଅଫଲାଇନ ଟିକେଟ ପାଇଁ ଗତକାଲିଠୁ ମହିଳାଙ୍କ ସମେତ ପୁରୁଷମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ୪ଟି କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲା ଓସିଏ ଓ କମିଶନରେଟ ପୋଲିସ । ଜଣେ ବ୍ୟକ୍ତି ପିଛା ୨ଟି ଲେଖାଏଁ ଟିକେଟ ବିକ୍ରି କରିବାକୁ ଥିବାବେଳେ ଏଥିପାଇଁ ଫଟୋ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଜି ଏବଂ କାଲି ( ୫ ଏବଂ ୬ ତାରିଖ) ଦୁଇ ଦିନ ଧରି ଚାଲିବ ଅଫଲାଇନ ଟିକେଟ ବିକ୍ରି ।


ତେବେ ଟିକେଟ ପାଇଁ ଦଳାଚକଟା ସ୍ଥିତି ଦେଖାଦେଇଛି,ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଟିକେଟ ପାଇଁ ଧସ୍ତାଧସ୍ତି ହୋଇଛି,ଅଫଲାଇନ ଟିକେଟ କାଉଣ୍ଟର ଆଗରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା,ଅସମ୍ଭାଳ ଭିଡ ଏଡାଇବାରେ ପୋଲିସ ନାକେଦମ ପୁରା,ଲୋକଙ୍କ ଉପରେ ଚଢିଗଲେ କ୍ରିକେଟ ପ୍ରେମୀ,

ଯିଏ ଯେମିତି ପାରିଲା ଧସେଇ ହୋଇ ପସିଲେ,ବାଉଁଶ ବ୍ୟାରିକେଡ ଥିଲେ ବି ମାନେଲେନି ଲୋକେ,ମିଳୁନି ପାଣି, ନାହିଁ ଏକଜିଟ ପଏଣ୍ଟ,ଗତକାଲି ସନ୍ଧ୍ୟାରୁ ଧାଡ଼ି ଦେଇଛନ୍ତି କ୍ରିକେଟ୍ ପ୍ରେମୀ,ବ୍ୟାରିକେଡ୍ କାଟି ଲୋକଙ୍କୁ ବାହାର କରାଗଲା l

State

ମାଡ଼ି ଆସୁଛି ତାତି

Blog Thumbnail

ଦ କୁଇଭର ବ୍ୟୁରୋ :- ଏଯାଏଁ ଶୀତ ଯାଇନି। କୁହୁଡ଼ି ଛାଡ଼ିନି। ହେଲେ ଗ୍ରୀଷ୍ମର ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କରିପକାଇଲାଣି। ଫେବ୍ରୁଆରି ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା lଉପାନ୍ତରୁ ଉପକୂଳ ହେଉ କି ଉତ୍ତରରୁ ଦକ୍ଷିଣ, କୌଣସି ଅଞ୍ଚଳ ବି ଏଥିରୁ ବାଦ୍‌ ପଡ଼ୁନି। ପୁରୀ ଭଳି ଉପକୂଳ ସହରରେ ଏବେ ଦିନ ଓ ରାତି ତାପମାତ୍ରା ମଧ୍ୟରେ ବ୍ୟବଧାନ ମାତ୍ର ୬.୨ ଡିଗ୍ରି ରହିଛି। କୋରାପୁଟ ପରି ଥଣ୍ଡା ଅଞ୍ଚଳ ଏବେ ଦିନରେ ତତଲା ତାୱାରେ ଭାଜି ହେଉଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ପରି ସହର କଥା ନ କହିବା ଭଲ। ଫେବ୍ରୁଆରି ଆରମ୍ଭରୁ ଏଠାରେ ପାରଦ ୩୫ ଡେଇଁଗଲାଣି। ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶ୍ବସ୍ତରୀୟ ପାଣିପାଗ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି। ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍‌ଓ) ଚେତାବନୀ ଅନୁଯାୟୀ ରାଜ୍ୟରେ ୭୦ରୁ ୮୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଅର୍ଥାତ୍‌ ମାର୍ଚ୍ଚ ୧୫ରୁ ଜୁନ୍‌ ୧୫ ମଧ୍ୟରେ ୯୦ ଦିନ ମଧ୍ୟରୁ ୮୫% ଦିନ ପ୍ରଚଣ୍ଡ ରୌଦ୍ର ସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ। ୨୦୨୫ ଜାନୁଆରି ଦେଶର ଉତ୍ତପ୍ତ ମାସ ହୋଇଛି। ପୃଥିବୀର ହାରାହାରି ତାପମାତ୍ରା ପ୍ରଥମ ଥର ପାଇଁ ୧୩.୬ ଡିଗ୍ରି ଛୁଇଁବା ଚିନ୍ତାର କାରଣ ପାଲଟିଛି। ଏବର୍ଷ ଲଗାତାର ୧୫ ଦିନ ଧରି ଉପକୂଳ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ସେଥିରୁ ରାଜଧାନୀରେ ୧୦ ଦିନ ଯାଏଁ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ୍‌ ରହିଥିଲା। ଲଗାତାର ଗୁରୁଚାପ ବଳୟ ଓଡ଼ିଶା ଉପକୂଳକୁ କବ୍‌ଜାରେ ରଖିବା ଦ୍ବାରା ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନର ଅବରୋଧ ତଥା ପଶ୍ଚିମାଝଡ଼ର ବାରମ୍ବାର ଆଗମନ ଏଭଳି ସ୍ଥିତିକୁ ପ୍ରଶମିତ କରିଛି। ଚଳିତବର୍ଷ ବଡ଼ କଥା ହେଉଛି ଯେ ୨୦୨୩ ଓ ୨୦୨୪ ଲଗାତାର ଭାବେ ବିଶ୍ବର ଉତ୍ତପ୍ତ ବର୍ଷ ପାଲଟିଛି। ବିଶ୍ୱତାପନର ପ୍ରଭାବ ଦିନକୁ ଦିନ ତୀବ୍ରତର ହେଉଥିବାରୁ ୨୦୨୪ରେ ବିଶ୍ବର ହାରହାରି ତାପମାତ୍ରା ପ୍ରଥମ ଥର ୧.୫ ଡିଗ୍ରି ଅତିକ୍ରମ କରିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ପାଣିପାଗରେ ଦେଖିବାକୁ ମିଳିଛି। ୨୦୨୪ ମସିହାରେ ୩୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଏବଂ ଚଳିତବର୍ଷ ଜାନୁଆରି ଅଧାରୁ ଶୀତ ଗାଏବ, ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବର ପ୍ରତିଫଳନ। ସେହିପରି ସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୧ ଦିନ ତୁଳନାରେ ତିନି ଗୁଣ ଅଧିକ ରହିବା ଚିନ୍ତାର କାରଣ ପାଲଟିଛି।

State

ଫେବୃଆରୀରେ ଉପରମୁହାଁ ପାରଦ, ତାପମାତ୍ରା ୩୫ ଡିଗ୍ରୀ ପାର୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ଡିଗ୍ରୀ ପାର କଲା ଦିନର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୩୫.୨ ଡିଗ୍ରୀ ଏବଂ ବଲାଙ୍ଗୀରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ଝରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।

National,Politics

ଆଜି ଦିଲ୍ଲୀ ଭୋଟ୍‌ : ୮ରେ ଫଳାଫଳ

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଆଜି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ। ନିର୍ବାଚନ କମିସନ୍‌ଙ୍କ ସୂଚନା ଅନୁଯାୟୀ, ୧୫.୫ ନିୟୁତରୁ ଅଧିକ ଭୋଟର ଦିଲ୍ଲୀରେ ୧୩,୦୩୩ କେନ୍ଦ୍ରରେ ଭୋଟ୍‌ ଦେବେ। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା‌ ପର୍ଯ୍ୟନ୍ତ ଚାଲିବ। ଲମ୍ବା ଧାଡ଼ିରେ ଠିଆ ନହେବାପାଇଁ ଏବଂ ସହଜ ଭୋଟ୍‌ ପରିଚାଳନା ପାଇଁ ମତଦାତାମାନେ ବୁଥ୍‌ ନିକଟରେ ଆଗୁଆ ପହଞ୍ଚିବାକୁ ନିର୍ବାଚନ କମିସନ୍‌ ଅନୁରୋଧ କରିଛନ୍ତି।


ଉଲ୍ଲେଖଯୋଗ୍ୟ, ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଆପ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୨୪ ସେପ୍ଟେମ୍ବରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀ ନିର୍ବାଚନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଆତିଶୀଙ୍କ ନେତୃତ୍ବାଧୀନ ଶାସକ ଆପ୍‌ ଦଳକୁ ବିଜେପି ଏବଂ କଂଗ୍ରେସଠାରୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଛି। ଚଳିତ ବିଧାନସଭା ନିର୍ବାଚନରେ ମୋଟ୍‌ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଲଗାତାର ୨ ଥର ଦିଲ୍ଲୀରେ ଶାସନ୍‌ରେ ରହିଥିବା ଆପ୍‌ ଚଳିତ ଥର ହାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛି। ଅନ୍ୟପ‌କ୍ଷେ ବିଜେପି ବି ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛି। ଲଗାତାର ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ପାଇଁ ବି ଚଳିତ ନିର୍ବାଚନ ସମ୍ମାନର ପ୍ରସଙ୍ଗ ପାଲଟିଛି। ଇଣ୍ଡି ମେଣ୍ଟ ସହଯୋଗୀ ସପା, ଟିଏମ୍‌ସି ଏବଂ ଅନ୍ୟ ଦଳମାନେ ଦିଲ୍ଲୀରେ ଆପ୍‌କୁ ସମର୍ଥନ କରିଥିବାରୁ କଂଗ୍ରେସ ପାଇଁ ଦିଲ୍ଲୀରେ ଚ୍ୟାଲେଞ୍ଜ ବଢ଼ିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ପୁଲିସ କମିସନର ମଧୁପ ତିୱାରୀ ଏବଂ ରବୀନ୍ଦ୍ର ଯାଦବ କହିଛନ୍ତି, ପାଖାପାଖି ୩୦୦୦ ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦ ହଜାରରୁ ଅଧିକ ଦିଲ୍ଲୀ ପୁଲିସ, ୨୨୦ ଅର୍ଦ୍ଧସାମରିକ କମ୍ପାନି ମୁତୟନ ହୋଇଛନ୍ତି। ଉତ୍ତରପ୍ରଦେଶ ଓ ହରିୟାଣାକୁ ଲାଗିଥିବା ଦିଲ୍ଲୀର ୬୫ଟି ସୀମାକୁ ସିଲ୍‌ କରାଯାଇଛି।

National

ଆଜି ବିଶ୍ବ କ୍ୟାନସର ଦିବସ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ବିଶ୍ବ କ୍ୟାନସର ଦିବସ l ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ପାଳନ ହୁଏ 'ବିଶ୍ବ କ୍ୟାନସର ଦିବସ' । କର୍କଟ ରୋଗ ବିଷୟରେ ସଚେତନତା ପୂର୍ବକ ଏହି ଦିନକୁ ପାଳନ କରାଯାଏ । ପ୍ରତିବର୍ଷ ଅନେକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ କର୍କଟ ବା କ୍ୟାନସର ରୋଗ ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ନିହାତି ଗୁରୁତ୍ବପୂର୍ଣ୍ଣ । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କର୍କଟ ରୋଗ ୧୨ ରୁ ୧୮ ପ୍ରତିଶତ ବୃଦ୍ଧି ହେବାର ଆଶଙ୍କା ରହିଛି । ପ୍ରତିବର୍ଷ ଆଜିର ଦିନରେ ଏନେଇ ସଚେତନ କରାଯାଇଥାଏ । କର୍କଟ ରୋଗର ଲକ୍ଷଣ, ଏହାର ଚିକିତ୍ସା ଏବଂ କର୍କଟ ରୋଗର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଏ ।


ତେବେ କ୍ୟାନସର କବଳରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ, ତମ୍ବାଖୁରୁ ଦୂରରେ ରୁହନ୍ତୁ,

ନିଜ ଓଜନ ନିୟନ୍ତ୍ରଣ ରଖନ୍ତୁ,

ଉତ୍ତମ ଜୀବନଶୈଳୀ ଆପଣନ୍ତୁ,

ଉତ୍ତମ ଆହାର ଭୋଜନ କରନ୍ତୁ,

ନିୟମିତ ବାୟାମ କରନ୍ତୁ,

ପ୍ରକ୍ରିୟାକୃତ ମାଂସ ଖାଆନ୍ତୁ ନାହିଁ.... ଇତ୍ୟାଦି ନିୟମ ପାଳନ କରନ୍ତୁ l

State

ଉଦଘାଟିତ ହେଲା ଖଡ଼ିଆଳ ମହୋତ୍ସବ-୨୦୨୫

Blog Thumbnail

ନୂଆପଡା( ଦ କୁଇଭର ):- ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ , ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ ର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି । ଉଦଘାଟନିର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଳେ ହଜାର ହଜାର କଳାପ୍ରେମୀ । ତେବେ ଏହି ଖଡ଼ିଆଳ ସହରରେ ସାହିତ୍ୟ କଳା ଓଡ଼ିଶାରେ ତାର ସ୍ୱତନ୍ତ୍ର ପରିଚୟ ରହି ଆସିଛି । ଦୀର୍ଘ ୧୯ ବର୍ଷ ହେବ ଖଡ଼ିଆଳରେ ଏହି ମହୋତ୍ସବ ପାଳିତ ହୋଇଆସୁଛି ।


ଏହି ୧୯ତମ ଖଡ଼ିଆଳ ମହୋତ୍ସବ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜକ କମିଟି ଙ୍କ ସହ ଖଡ଼ିଆଳ ବାସୀ ପ୍ରଥମେ ମାଁ ସମଲେଶ୍ବରୀ,ମାଁ ଠାକୁରାଣୀ ବଡ଼ ଦଧିବାମନ ଏବଂ ଗଡଜାତ ଦେବୀ ରକ୍ତା ମ୍ବରୀ ଙ୍କ ପୀଠ ରେ ପୂଜାର୍ଚ୍ଚନା କରି ପ୍ରସିଦ୍ଧ ଯୋଗୀମଠ ରୁ ମଶାଲ ଅଣାଯାଇଥିଲା । ଏହି ଅବସର ରେ ବାଜାଗାଯା, ଘୁମୁରା, ସଂକୀର୍ତ୍ତନ ଓ ଆଦିବାସୀ ଲୋକନୃତ୍ୟ ରେ ଏକ ବିରାଟ ଶୋଭାଯାତ୍ରା କରି ନଗର ପରିକ୍ରମା କରି ମହୋତ୍ସବ ପଡିଆ ରେ ପହଞ୍ଚି ଥିଲେ ।ଖଡ଼ିଆଳ ମହୋତ୍ସବର ପ୍ରଥମ ସାଂସ୍କୃତିକ ସଭା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ କଳାହାଣ୍ଡି କଳାକେନ୍ଦ୍ର ର ଓଡିଶୀ, କୋଲକାତା ର ଆଦି ନୃତ୍ୟ କଳା, ଯୌଷ୍ଣା ଗ୍ରୁପ ପଦ୍ମପୁର, ଖଡିଆଳ ଡାନ୍ସ ହବ,ସାଙ୍ଗକୁ ରସରକେଲି ଡାଲଖାଇ ନାଚ ରେ ହଜାର ହଜାର ଦର୍ଶକ ଙ୍କ ମନ ମୋହିଥିଲେ । ଖଡ଼ିଆଳ ମହୋତ୍ସବ ର ଆୟୋଜକ ଓ ଆୟୋଜନ ସହ ଦର୍ଶକ ମାନଙ୍କ ଉତ୍ସାହ କୁ କଳାକାର ମାନେ ଭୁରିଭୁରି ପ୍ରଶଂସା କରିଥିଲେ । ଖଡିଆଳ ର ଗର୍ବ ଓ ଗୌରବ କୁହାଯାଉଥିବା ଖଡ଼ିଆଳ ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟିତ ହୋଇଥିବା ଆସନ୍ତା ଚାରିଦିନ ବିଶେଷ କରି ହ୍ୟୁମାନ ସାଗର ଓ ବଲିଉଡ୍ ଗାୟକ ଜାଭେଡ ଅଲି ଙ୍କ ଆଗମନ ରେ ଲକ୍ଷାଧିକ ଦର୍ଶକ ଙ୍କ ସମାଗମ ହେବାର ସମ୍ଭାବନା ସୃଷ୍ଟି କରିଛି ।

National

ଭୋଟ ଦେଲେ ରାଷ୍ଟ୍ରପତି

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନିଜ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡ଼ିଆ ଝିଅ । ଯିଏକି ଦେଶର ପ୍ରଥମ ନାଗରିକ ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି । କେବଳ ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ନୁହେଁ, ଗତ ଲୋକସଭା ନିର୍ବାଚନରେ ମଧ୍ୟ ରାଷ୍ଟ୍ରପତି ଦିଲ୍ଲୀରେ ନିଜ ମତ ସାବ୍ୟସ୍ତ କରିଥିଲେ । କହିରଖୁଛୁ, ଓଡ଼ିଶାର ମୂଳବାସିନ୍ଦା ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇ ୨୦୨୨ରେ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଏହାପରେ ତାଙ୍କର ଭୋଟ ପରିଚୟ ପତ୍ର ମଧ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଅପଡେଟ୍‌ କରାଯାଇଥିଲା । ସେ ଦିଲ୍ଲୀ ଭୋଟର ଭାବେ ପୁନଃପଞ୍ଜିକୃତ ହୋଇଥିଲେ । ପୂର୍ବରୁ ତାଙ୍କ ପରିଚୟପତ୍ରରେ ଠିକଣାରେ ଓଡ଼ିଶା ଉଲ୍ଲେଖ ରହିଥିଲା ।


ତେବେ ସର୍ବବୃହତ୍ତ ଗାଣତାନ୍ତ୍ରିକ ରାଷ୍ଟ୍ରର ପ୍ରଥମ ନାଗରିକ ହୋଇଥିବା କାରଣରୁ ସର୍ବାଧିକ କ୍ଷମତା ଉପଭୋଗ କରନ୍ତି ରାଷ୍ଟ୍ରପତି । ତାଙ୍କୁ ଅନ୍ୟ କୌଣସି ନିର୍ବାଚିତ ଜନପ୍ରତିନିଧିଙ୍କ ପରି ପଞ୍ଜୀକୃତ ଅଞ୍ଚଳର ଭୋଟ କେନ୍ଦ୍ରକୁ ଯିବାକୁ ପଡେନାହିଁ । ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ବତନ୍ତ୍ର ପୁଲିଂ ବୁଥ ପ୍ରତିଷ୍ଠା କରନ୍ତି ନିର୍ବାଚନ ଆୟୋଗ । ସେଠାରେ ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନର ବରିଷ୍ଠ କାର୍ଯ୍ୟକର୍ତ୍ତା ମତଦାନ କରିଥାଆନ୍ତି ।

State,Politics

ଯାଜପୁର ବିଜେଡି ପାଇଁ ବବି ଅଲୋଡ଼ା

Blog Thumbnail

ଯାଜପୁର( ଦ କୁଇଭର ):- ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା ମିଳିଛି l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l ୨୭ଟି ନିର୍ବାଚନ ମଣ୍ଡଳୀ, ଆଉ ୯ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଚିଠିର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l ବବିଙ୍କୁ ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଏବଂ ଛେଣ୍ଡିପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଛି l ହେଲେ ଯାଜପୁରର ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ଚିଠିରେ କିଛି କୁହାଯାଇଛି l କେବଳ ଆମରଙ୍କ ଗଡ଼ ଯାଜପୁରର ବଡ଼ଚଣାକୁ ଜଗିବାକୁ ଦଳ ଦେଇଛି ନିର୍ଦ୍ଦେଶ ଳ ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ କାଳେ ବିଜେଡି ଗଡ଼ ଦୋହଲି ଯାଇଛି l ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୁରେଇ ରଖୁଛି ତା ଦେଖିବାକୁ ବାକି ରହିଲା l

Politics

ଗୋଷ୍ଠୀ କନ୍ଦଳର ଅନ୍ତ କରିବା ପାଇଁ ପହଁଚିଲେ ସଞ୍ଜୟ ଦାସ ବର୍ମା

Blog Thumbnail

ବ୍ରହ୍ମପୁର( ଦ କୁଇଭର ) :- ବିଜେଡ଼ି କଳି ଛିଣ୍ଡେଇବା ପାଇଁ ବ୍ରହ୍ମପୁରରେ ପହଁଚିଲେ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା l ଯେଉଁଠି ଦଳ ସୁପ୍ରିମ ନବୀନଙ୍କ ବୁଝା ମଣା ପରେ ବି ଦଳୀୟ କନ୍ଦଳ ଶେଷ ହୋଇନଥିଲା,ସେଠୀ ବିଜେଡ଼ିର ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳକୁ ସଞ୍ଜୟ ସମାଧାନ କରିପାରିବେ ତ ବୋଲି ପ୍ରଶ୍ନ ଉଠିଛି l ବ୍ରହ୍ମଗିରି,ସତ୍ୟବାଦୀ ରେ ଶୋଚନୀୟ ପରାଜୟ ବରଣ କରି ହତାଶ ହୋଇଥିବା ନେତା,ଦଳୀୟ କନ୍ଦଳ ଅନ୍ତ କରିବାରେ ସଫଳ ହୋଇପାରିବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି l


ବ୍ରହ୍ମପୁର ମହାନଗରରେ ବିଜେଡିର କର୍ପୋରେଟର ଦୁଇ ଗୋଷ୍ଟିଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ସାରିଛି l ଦଳ ସୁପ୍ରିମୋ ନବୀନ ଦୁଇ ଗୋଷ୍ଟିଙ୍କୁ ଡାକି ବୁଝାଇଲା ପରେ ବି ପରିସ୍ଥିତି ଶାନ୍ତ ପଡ଼ିନଥିଲା,ତେବେ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା ବ୍ରହ୍ମପୁର ପହଂଚି ପୃଥକ ପୃଥକ ଭାବେ ଦୁଇ ଗୋଷ୍ଟି ଙ୍କୁ ଡାକି ରୁଦ୍ଧଦ୍ୱାର ବୈଠକ କରିଥିଲେ l ବୈଠକ ପରେ" ଆମେ ସବୁ ଏକ ବୋଲି ଗଣମାଧ୍ୟମକୁ କହିଥିଲେ ସତ କିନ୍ତୁ ଉପସ୍ଥିତ ଚିତ୍ରରୁ ଯାହା ସ୍ପଷ୍ଟ ହେଉଛି ତାହା ନ କହିବା ଭଲ ଏପଟେ ଗୋଟିଏ ଗୋଷ୍ଠି ନିଜ ଦୋଷ ଲୁଚାଇବାକୁ ଗଣମାଧ୍ୟମ ଆଗରେ ପାଟି ଖୋଲିନଥିଲେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠି ମିଳିମିସି କାମ କରିବାକୁ ଗଣମାଧ୍ୟମରେ ଆହ୍ଵାନ ଦେଇଥିଲେ l ଦୁଇ ପୂର୍ବତନ ବିଧାୟକଙ୍କ ଗଣ୍ଡଗୋଳ ମଝିରେ ପେଶି ହୋଇଗଲେଣି କର୍ପୋରେଟର ଗୋଷ୍ଠି l


ତେବେ ବିଜେଡି ବିଦ୍ରୋହକୁ ସଂଜୟ ସମାଧାନ କରିପାରୁଛନ୍ତି ,ନା ନିଜ ଜିଲ୍ଲାର ଦଳୀୟ ବିବାଦ ନବୀନଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗି ରହୁଛି, ବ୍ରହ୍ମପୁର ବିଜେଡି ମଧ୍ୟରେ ଦଳର ସ୍ଥିତି କଣ ହେବ,ସତରେ ଏକ ହୋଇ କାମ କରିବେ କର୍ପୋରେଟରମାନେ ନା ପୂର୍ବଭଳି ଗୋଷ୍ଠୀ କନ୍ଦଳ ଲାଗି ରହିବ, ତାହା ଆଗକୁ ଜଣାପଡ଼ିବ l

State

ଆତଙ୍କ ଖେଳାଉଛି ‘ମୋ ବସ୍’ : ଚାପି ହୋଇଗଲା କୁନିଝିଅ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଲଗାତାର କିଛି ଦିନ ଧରି ରାଜଧାନୀରେ ଏକପ୍ରକାର ଆତଙ୍କ ରଚୁଛି ‘ମୋ ବସ୍‌’। ସ୍ପିଡ୍ ଉପରେ ନାହିଁ ନିୟନ୍ତ୍ରଣ। କେତେବେଳେ କାର୍‌କୁ ଧକ୍କା ଦେଉଛି ତ ଆଉ କେତେବେଳେ କାହା ଉପରେ ମାଡି ଯାଉଛି। ମଙ୍ଗଳବାର ସକାଳୁ ସକାଳୁ ପୁଣି ଗୋଟିଏ ମୁଣ୍ଡ ନେଇଛି। ବସ୍ ଧକ୍କାରେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି । ନନ୍ଦନକାନନ ଥାନା ରଘୁନାଥପୁରରେ ନାବାଳିକା ଉପରେ ‘ମୋ ବସ୍‌’ମାଡ଼ି ଯାଇଛି। ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l

ମୋ ବସ ଦୁର୍ଘଟଣା ପରେ ତାତିଥିଲେ ସ୍ଥାନୀୟ ଲୋକେ । ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ-ପଟିଆ ରାସ୍ତା ଅବରୋଧ କରିଥିଲେ । ଟାୟାର ଜାଳିଥିଲେ । ମୋ ବସକୁ ବି ଅଟକାଇଥିଲେ । ଫଳରେ ଦୀର୍ଘସମୟ ଧରି ଗାଡି ଚଳାଚଳ ଠପ ହୋଇଯାଇଥିଲା । ଘଟଣାକୁ ସ୍ଥଳରେ କ୍ରୁଟ ଅଧିକାରୀ ଓ ପୁଲିସ ପ୍ରଶାସନ ପଂହଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାକୁ ପ୍ରତିଶ୍ରୃତି ମିଳିବା ପରେ ରାସ୍ତାରୋକ ହଟିଥିଲା ।


ସୂଚନା ପ୍ରକାରେ ଝିଅଟି ସାଇକେଲରେ ଯାଉଥିବା ବେଳେ ତାକୁ ‘ମୋ ବସ୍‌’ଧକ୍କା ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଝିଅଟି ସାଇକେଲ୍‌ରେ ଯାଉଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ‘ମୋ ବସ୍‌’ତାକୁ ଧକ୍କା ଦେଇଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ଜୀବନ ଗଲାଣି। ଦୁର୍ଘଟଣା ପରେ ସ୍ଥାନାୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ୩ଟି ମୋ ବସ୍ କୁ ଅଟକ ରଖିଛନ୍ତି । ଏହାସହ ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରାଯାଇଛି । ଗାଡ଼ିର ବେଗ ୪୦ କିଲୋମିଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ବି କହିଥିଲେ। ହେଲେ ଏହାକୁ ଫୁ କରି ଉଡାଇ ଦେଉଛନ୍ତି ଡ୍ରାଇଭର। ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଦୁର୍ଘଟଣା ବଢିବାରେ ଲାଗିଛି।

State

ମୁଖ୍ୟମନ୍ତ୍ରୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି, ପଞ୍ଜିକୃତ ହେଲା ୧୦୦୦ ଦରଖାସ୍ତ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ୧୦୦୦ ଦରଖାସ୍ତ ପଞ୍ଜିକୃତ ହୋଇଛି ଏବଂ ୭୦୦ ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି l ତେବେ ଆଜି ଯାଏଁ ମୋଟ ୮୦୩୧ ଦରଖାସ୍ତ ମିଳିଥିବାବେଳେ ୬ ହଜାର ୫୪୫ ଅଭିଯୋଗର ସମାଧାନ ହୋଇଛି। ଯେତିକି ଅଭିଯୋଗ ଆସିଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧାନ କରାଯାଉଛି। ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।ତେବେ ଭୁବନେଶ୍ୱର ନ ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଭୁବନେଶ୍ୱର ଆସି ଅଯଥା ଖର୍ଚ୍ଚ ନକରି ଜିଲ୍ଲାସ୍ତରରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

State,Shree Jagannath

ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକେଷ୍ଠରେ ଲୋକେ ପହଞ୍ଚିଲେଣି। ସେମାନେ ନିଜ ନିଜ ଅଭିଯୋଗର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ପହଞ୍ଚିଛନ୍ତି। ହଜାର ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିବା ଜଣାଯାଇଛି।ସୂଚନାଯୋଗ୍ୟ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି। ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮% ଅଭିଯୋଗର ସମାଧାନ ହୋଇଛି। ଜୁଲାଇ ୧୫ ତାରିଖରେ ୮୪%, ଅଗଷ୍ଟ ୫ରେ ୮୨%, ସେପ୍ଟେମ୍ବର ୨୩ରେ ୮୦%, ଅକ୍ଟୋବର ୨୧ତାରିଖରେ ୭୭% ଓ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ % ଅଭିଯୋଗର ସମାଧାନ କରାଯାଇଛି। ବାକି ରହିଥିବା ଅଭି‌ଯୋଗଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ। ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି।

Sports

ଆଜିଠୁ ଅଫ୍‌ଲାଇନ ଟିକଟ ବିକ୍ରି

Blog Thumbnail

କଟକ( ଦ କୁଇଭର ):- ଆଜିଠୁ ଆରମ୍ଭ ହେବ ଅଫ୍‌ଲାଇନ ଟିକଟ ବିକ୍ରି । କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବାର ଯୋଜନା ରହିଛି । ବିରାଟ କୋହଲି, ରୋହିତ ଶର୍ମା, ଜୋସ ବଟଲରଙ୍କ ଭଳି ଖେଳାଳି ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଅନଲାଇନ୍‌ରେ ଟିକଟ କିଣିପାରିନଥିବା କ୍ରିକେଟ୍‌ପ୍ରେମୀ ଅଫ୍‌ଲାଇନ୍‌ରେ କିଣିବାକୁ ଆଶା ବାନ୍ଧିଛନ୍ତି । ଟିକେଟ ବିକ୍ରି ପାଇଁ ଚଳିତଥର ୪ଟି ଟିକେଟ କାଉଣ୍ଟର କରାଯାଇଛି । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବାବେଳେ ଏହାର ଗୋଟିଏ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୮ଟା ବେଳେ ହିଁ ଧାଡି ବାନ୍ଧିବା ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ । ସ୍ପେସାଲ ଏନ୍‌କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ଭଳି ଟିକେଟକୁ ହର୍ସ ଗେଟ କାଉଣ୍ଟରରେ ବିକ୍ରି ହେବାକୁ ଥିବାବେଳେ କିଲଖାନା ଲେନ ଅନ୍ୟ ସମସ୍ତ ଗ୍ୟାଲେରୀ ଟିକେଟକୁ ବିକ୍ରି କରାଯିବ ।


ପ୍ରଥମ ଥର ପାଇଁ ମହିଳା ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ବାରବାଟୀରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପ୍ରାୟ ୨୫ ହଜାର ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି । ଏହା ବ୍ୟତୀତ ଦର୍ଶକଙ୍କୁ ବିକ୍ରି ହେବାକୁ ଥିବା ଖାଦ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଯିବ ଏବଂ ଖାଦ୍ୟର ମାନ ପାଇଁ ୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ମଙ୍ଗଳବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ କେନ୍ଦ୍ରାଞ୍ଚଳ ଆରଡିସି ବି.ପରମେଶ୍ବରନଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ କଟକ ଜିଲ୍ଲାପାଳ, କଟକ ଡିସିପି, ଅତିରିକ୍ତ ପୋଲିସ କମିଶନର ଓ ଓସିଏ ପଦାଧିକାରୀ ଯୋଗ ଦେଇ ମ୍ୟାଚ୍ ସୁପରିଚାଳନା ନେଇ ଆଲୋଚନା କରିଛନ୍ତି ।

Politics,National

ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ୮ ବିଧାୟକ

Blog Thumbnail

ଦ କୁଇଭର ବ୍ୟୁରୋ :- ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା।


ସୂଚନା ଅନୁଯାୟୀ, ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଲେ ଭାବନା ଗୌଡ (ପାଲମ), ରୋହିତ ମେହରୌଲିଆ (ତ୍ରିଲୋକପୁରୀ), ଗିରିଶ ସୋନି (ମାଦିପୁର), ମଦନ ଲାଲ (କସ୍ତୁରବା ନଗର), ରାଜେଶ ଋଷି (ଉତ୍ତମ ନଗର), ବି ଏସ ଜୁନ (ବିଜୱାସନ), ନରେଶ ଯାଦବ (ମହରୌଲି) ଏବଂ ପବନ ଶର୍ମା (ଆଦର୍ଶ ନଗର)।ଏହା ପୂର୍ବରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗ ଏବଂ ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦଳର ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି।


ବିଜେପିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ସମସ୍ତ ୮ ବିଧାୟକ ଆମ ଆଦମୀ ପାର୍ଟି ଉପରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଥିଲେ। ଏପରିକି ଦଳ ଏହାର ବିଚାରଧାରାରୁ ପଥଭ୍ରଷ୍ଟ ହେବାର ମଧ୍ଯ ଅଭିଯୋଗ ଆଣିଥିଲେ। ତେବେ ଗତ ଶୁକ୍ରବାର ଏହି ବିଧାୟକ ମାନେ ଆପର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

State,National

ଓଡ଼ିଶାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ପ୍ୟାକେଜ : ୧୦,୫୯୯ କୋଟି ଟଙ୍କାର ରେଳ ବଜେଟ

Blog Thumbnail

ଦ କୁଇଭର ବ୍ୟୁରୋ - ଓଡ଼ିଶାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ପ୍ୟାକେଜ l ରେଳ ବଜେଟ ୨୦୨୫-୨୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ । ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୫୯୯ କୋଟି ଟଙ୍କା । ପୂର୍ବ ବଜେଟ ଅପେକ୍ଷା ରହିଛି ସର୍ବାଧିକ ବଜେଟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ମିଳିଛି । ଗତ ୩ ବର୍ଷ ହେଲା ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର କୋଟି ଉପରେ ମିଳୁଛି । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୨ ହଜାର ୪୬ କିଲୋମିଟର ନୂଆ ରେଳ ଟ୍ରାକ ତିଆରି ହୋଇଛି । ଓଡ଼ିଶାରେ ଏବେ ୧୮୯୮ କିଲୋମିଟର କବଚ କାମ ସରିଛି । ୬ ବର୍ଷ ମଧ୍ୟରେ ପୁରା ଦେଶରେ କବଚ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିଭଳି ରାଜ୍ୟରେ ଅମୃତ ଭାରତ ଯୋଜନାରେ ୫୯ ନୂଆ ଷ୍ଟେସନ ନିର୍ମାଣ ହେଉଛି । ଓଡ଼ିଶାରେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି । ଏବେ ରାଜ୍ୟରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲିଥିବା ବେଳେ ଖୁବଶୀଘ୍ର ନୂଆ ଟ୍ରେନ ଚାଲିବ । ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଏସବୁ ଟ୍ରେନ ଚାଲୁଛି । ସଂପୂର୍ଣ୍ଣ ୪ ଲେନ ହେବ କୋଲକାତାରୁ ଚେନ୍ନାଇ ରେଳପଥ । ଏବେ ବିଶାଖାପାଟଣା ପର୍ଯ୍ୟନ୍ତ ୩ ଲେନ କାମ ଚାଲିଛି । ଯେଉଁଥିରୁ କୋଲକାତାରୁ ଭଦ୍ରକ କାମ ଖୁବ ଶୀଘ୍ର କାମ ସମାପ୍ତ ହେବ ।" ରାଜ୍ୟରେ ୧,୮୯୮ କିମି ରେଳ ଲାଇନରେ କବଚ ଇନଷ୍ଟଲେସନ ଚାଲିଛି । ଚଳିତ ବର୍ଷ ବଜେଟରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁରକ୍ଷା ପାଇଁ ବ୍ୟୟ ବରାଦ ହୋଇଛି । ୨୬୪ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି । ରାଜ୍ୟରେ ଶହେ ପ୍ରତିଶତ ବୈଦ୍ୟୁତିକରଣ କାମ ସମାପ୍ତ ହୋଇଛି । ଏହା ସହ ରେଲୱେ ସୁରକ୍ଷା ପାଇଁ ୧.୪୧ ଲକ୍ଷ କୋଟି ଟଙ୍କା ବଜେଟରେ ରହିଛି ।