ଦ କୁଇଭର ବ୍ୟୁରୋ :- ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି । ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ ବୋଲି ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଲା,ମୋଟର ସାଇକେଲ୍ ଭତ୍ତା ୩ ଶହରୁ ୧୦୫୦ ଟଙ୍କାକୁ ବୃଦ୍ଧି ,ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି,ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବଢ଼ିଲା l
No comments yet.
Sports
କଟକ( ଦ କୁଇଭର ):- ବାରବାଟୀରେ କ୍ରିକେଟ କ୍ରେଜ୍ । ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି lବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଚାଲିଛି ଟିକେଟ୍ ବିକ୍ରି । ୪ଟାରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଏହି ଦୁଇଟି ଗ୍ୟାଲେରିର ଟିକେଟ ବିକ୍ରି ହୋଇ ସାରିଛି । ମୋଟ୍ ୪ହଜାର ଟିକଟ୍ ଅନଲାଇନରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି । ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀ ଟିକେଟ୍ ବୁକ୍ କରୁଛନ୍ତି । ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍ ବ୍ରାଉଜରରେ zomato.in ଲଗ୍ ଇନ କରି ଟିକଟ୍ ବୁକ୍ କରିହେବ। ୫ ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ । ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯିବ ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ଡିଗ୍ରୀ ପାର କଲା ଦିନର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୩୫.୨ ଡିଗ୍ରୀ ଏବଂ ବଲାଙ୍ଗୀରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ଝରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।
State
ଦ କୁଇଭର ବ୍ୟୁରୋ :- 'ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଯାଜପୁରରେ ବଣ୍ଟନ କରାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ସେହିପରି ଫେବ୍ରୁଆରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ NPCI ଚେକ୍ କରିପାରିବେ । ଛୋଟଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
State
ମୋହନା ( ଦ କୁଇଭର ):-- ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଯୋଡିପତର ଗାଁରେ l ମୃତକ ଜଣକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ଦଳବେହେରା l ଘଟଣା ପରେ ଗାଁରେ ଉତେଜନା ଦେଖାଦେଇଛି l କ୍ଷତିପୂରଣ ଦାବିରେ ଚାନ୍ଦିପୁଟ ରେ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ l ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ କରି ବିଦ୍ୟୁତ ଖୁଣ୍ଟ ପୋତିବା ସହ ବିଦ୍ୟୁତ ସଂଯୋଗ କରିଥିଲେ l ତେବେ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ଜମିରେ ପଡିଥିଲା l ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ନିଜ ସାଇକେଲ ରେ ସେହି ରାସ୍ତା ଦେଇ ଯାଉଥିଲେ l ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ କୃଷ୍ଣ ଙ୍କ ମୃତ୍ୟୁ ଘଟିଛି l ରାସ୍ତା ଅବରୋଧ ଯୋଗୁଁ ଚାନ୍ଦିପୁଟ - ଲୁହାଗୁଡ଼ି ଯାତାୟାତ ଠପ ହୋଇଯାଇଛି l
State,National
ଦ କୁଇଭର ବ୍ୟୁରୋ :- ଆସନ୍ତା ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ଶୁକ୍ରବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ବସ୍ତରରେ ବିଭିନ୍ନ ସାମଗ୍ରୀର ଚାହିଦା ଦୁର୍ବଳ ରହିବା ଏବଂ ଦେଶ ଭିତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କିତ କାରଣ ପାଇଁ ଅଭିବୃଦ୍ଧି କମ୍ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରିପୋର୍ଟ କହୁଛି, ୨୦୪୭ ସୁଦ୍ଧା ଭାରତ ବିକଶିତ ହେବାକୁ ହେଲେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ଆବଶ୍ୟକ। ଏହାକୁ ହାସଲ ପାଇଁ ଅର୍ଥାତ୍ ଦ୍ରୁତ ବିକାଶ ଲାଗି ଭାରତକୁ ଭିତ୍ତିଭୂମିରେ ବ୍ୟାପକ ନିବେଶ କରିବାକୁ ପଡ଼ିବ। କେବଳ ସରକାର ଚାହିଲେ ସବୁ କାମ ହୋଇପାରିବ ନାହିଁ। ଘରୋଇ ସଂସ୍ଥାଗୁଡ଼ିକୁ ସହଯୋଗିତାର ହାତ ବଢ଼ାଇବାକୁ ପଡ଼ିବ। ଉଚ୍ଚ ଅଭିବୃଦ୍ଧି ଲାଗି ବିନିୟନ୍ତ୍ରଣ (ଡିରେଗୁଲେସନ୍)କୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପକେଟ୍ରୁ ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ କମ୍ କରିବ ବୋଲି ରିପୋର୍ଟରେ ଦାବି କରାଯାଇଛି। ସର୍ଭେରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। କର୍ମ-ଜୀବନ ସନ୍ତୁଳନକୁ ନେଇ ଲାଗିରହିଥିବା ବିତର୍କ ସମ୍ପର୍କରେ କୁହାଯାଇଛି ଯେ ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ ସମୟ କାମ କଲେ ତାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ।
ସେହିଭଳି ଡାକ୍ତରୀ ପାଠପଢ଼ା ଲାଗି ଦରକାର ହେଉଥିବା ମୋଟା ଫି’କୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଫି’ ୧ କୋଟି ଟଙ୍କାକୁ ହ୍ରାସ ହେବା ଦରକାର ବୋଲି ଆହ୍ବାନ ଦିଆଯାଇଛି। ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କାମ ଚାପ ଓ କମ୍ ବ୍ୟାୟାମ ଲୋକମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ୁଛି। ଦରଦାମ୍ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଶସ୍ୟଜାତୀୟ ଖାଦ୍ୟ, ଡାଲି ଓ ଖାଇବା ତେଲ ଉତ୍ପାଦନ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ବଜାରରେ ବିକ୍ରି ହେଉଥିବା ଅତି ପ୍ରକ୍ରିୟାକରଣ ଖାଦ୍ୟ ସାମଗ୍ରୀ ଉପରେ ‘ସ୍ବାସ୍ଥ୍ୟ’ ଟିକସ ଲଗାଇବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଦେଶର ବିକାଶର ଲାଭ କେଉଁ କ୍ଷେତ୍ରକୁ କିଭଳି ମିଳୁଛି ତାହାର ଚିତ୍ର ଉପସ୍ଥାପନ କରିବା ଲାଗି ସର୍ଭେରେ କୁହାଯାଇଛି ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭ ଗତ ୧୫ ବର୍ଷରେ ସର୍ବାଧିକ ହୋଇଛି। କିନ୍ତୁ ଗରିବ ଲୋକମାନେ ପାଉଥିବା ମଜୁରି ଯେଉଁଠିଥିଲା, ଏବେ ବି ସେଇଠି ସ୍ଥିର ହୋଇ ରହିଯାଇଛି। ଗତ ତିନି ବର୍ଷରେ ସିଷ୍ଟମେଟିକ୍ ଇନ୍ଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସ୍ଆଇପି)ରେ ନିବେଶ ଦ୍ବିଗୁଣିତ ହୋଇଛି। କାରଖାନାରେ ଅଧିକ ସଂଖ୍ୟାରେ ମହିଳା ଯେଭଳି କାମ କରିପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ନିୟମ କୋହଳ କରିବା ଦରକାର ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି। ଆର୍ଥିକ ସୁବିଧାକୁ ମାତ୍ରାଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଦ୍ବାରା ଋଣ ବୋଝ ବଢ଼ିବା ଆଶଙ୍କା ରହିଥିବାର ସର୍ଭେ ସତର୍କ କରାଇଛି। ଏଆଇର ଖରାପ ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।
Sports
ଦ କୁଇଭର ବ୍ୟୁରୋ :- ଭାରତ ମାଟିରେ ମାଟି କାମୁଡ଼ିଲା ଇଂଲଣ୍ଡ ଟିମ୍ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଉପରେ ଭାରତର କବଜା । ଚତୁର୍ଥ ମ୍ୟାଚରେ ୧୫ ରନରେ ଇଂଲଣ୍ଡକୁ ହରାଇଲା ଭାରତୀୟ ଟିମ୍ । ଆଉ ଟିମ୍ ଇଣ୍ଡିଆର ବୋଲର ରବି ବିଷ୍ଣୋୟୀ ଓ ହର୍ଷିତ ରାଣାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଟିମ୍ ପୂରାପୁରି ଘାଇଲା ହୋଇଗଲା । ଉଭୟ ରବି ବିଷ୍ଣୋୟୀ ଓ ହର୍ଷିତ ରାଣା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ତେଣୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୧ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆ ପକ୍ଷରୁ ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା ।
State,Health & lifestyle
ଗଜପତି ( ଦ କୁଇଭର ):- ଦୀର୍ଘ ୨୫ ବର୍ଷର ବିଜେଡି ସରକାରର ବିକାଶର ବିକଳ ଚିତ୍ର ପଦାକୁ ବାରମ୍ବାର ଆସୁଛି । ଏଠି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଶିଆଳିଲଟି ପଞ୍ଚାୟତ ତଇଲ ଗ୍ରାମର ଯୁରିଆ ନାୟକଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦୋଳା କରି ବୋହି ନେଉଛନ୍ତି ସଂପର୍କୀୟ ଲୋକେ । 5ଜି ଦୁନିଆରେ ମଧ୍ୟ ଲୋକେ ଏଭଳି ସମସ୍ୟା ଦେଇ ପ୍ରତିଦିନ ଗତିକରୁଛନ୍ତି , ସରକାର ରାଜ୍ୟ ତଥା ଦେଶ ବିକଶିତ ହେବାର ଡିଣ୍ଡିମ ପିଟୁଛନ୍ତି,ତେବେ କ'ଣ ସତରେ ଆମ ଦେଶ ତଥା ରାଜ୍ୟ ବିକଶିତ ହେଉଛି,!ଲୋକେ କ'ଣ ମୌଳିକ ସୁବିଧାରୁ ବଞ୍ଚିତ ହେଉନାହାନ୍ତି କି,ତେବେ ଦେଖାଯାଉ କେବେ ଏ ଅଭିଶପ୍ତ ଜୀବନରୁ ମୁକ୍ତି ପାଉଛନ୍ତି ଏ ନିରୀହ ଆଦିବାସୀ ଜନତା, ତା'କୁ ହିଁ ରହିଛି ସମସ୍ତଙ୍କ ଅପେକ୍ଷା l
National
ପ୍ରୟାଗରାଜ( ଦ କୁଇଭର ):- ମହାକୁମ୍ଭରେ ବସନ୍ତ ପଞ୍ଚିମୀ ଅମୃତସ୍ନାନ ଆରମ୍ଭ ହୋଇଯାଇଛି । ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଆସ୍ଥା ଓ ବିଶ୍ୱାସର ପବିତ୍ର ବୁଡ ପକାଇଛନ୍ତି । ପ୍ରୟାଗରାଜ ପାଲଟିଯାଇଛି ଜନ ସମୁଦ୍ର l ସେପଟେ ମହାକୁମ୍ଭରେ ଦଳାଚକଟା ପରେ ସତର୍କ ହୋଇଛନ୍ତି ଯୋଗୀ ସରକାର l ଏଥର ଭିଡ ନିୟନ୍ତ୍ରଣ ପାଇଁ ଅପରେସନ ଇଲେଭେନ ନାଁରେ ସ୍ୱତନ୍ତ୍ର ଯୋଜନା କରିଛନ୍ତି l ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାନ-ୱେ ରୁଟ ପ୍ରସ୍ତୁତ କରାଯାଇଛି। ଯେପରି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାରେ ମହାସ୍ନାନ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି ଓ ବ୍ୟରିକେଡ ସଂଖ୍ୟା ବଢ଼ାଇ ଦିଆଯାଇଛି । ବସନ୍ତ ପଞ୍ଚମୀ ମହାସ୍ନାନ ପୂର୍ବରୁ କେବଳ ରବିବାର ୧ କୋଟି ୨୯ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ l ସେହିପରି ରବିବାର ସୁଦ୍ଧା ୩୫କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ମାନ୍ୟତା ଅନୁସାରେ ମହାକୁମ୍ଭ ବସନ୍ତ ପଞ୍ଚମୀର ଅମୃତସ୍ନାନ ୧୪୪ ବର୍ଷ ପରେ ପଡିଛି ଏହି ସଂଯୋଗ । ମହାକୁମ୍ଭ ଅମୃତସ୍ନାନରେ ବୁଡ଼ ପକାଇଲେ ମତା ସରସ୍ୱତୀଙ୍କ ବରଦାନ ପାଇବା ସହ ଜ୍ଞାନ ଓ ଶକ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
State,Politics
ଯାଜପୁର( ଦ କୁଇଭର ):- ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା ମିଳିଛି l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l ୨୭ଟି ନିର୍ବାଚନ ମଣ୍ଡଳୀ, ଆଉ ୯ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଚିଠିର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l ବବିଙ୍କୁ ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଏବଂ ଛେଣ୍ଡିପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଛି l ହେଲେ ଯାଜପୁରର ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ଚିଠିରେ କିଛି କୁହାଯାଇଛି l କେବଳ ଆମରଙ୍କ ଗଡ଼ ଯାଜପୁରର ବଡ଼ଚଣାକୁ ଜଗିବାକୁ ଦଳ ଦେଇଛି ନିର୍ଦ୍ଦେଶ ଳ ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ କାଳେ ବିଜେଡି ଗଡ଼ ଦୋହଲି ଯାଇଛି l ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୁରେଇ ରଖୁଛି ତା ଦେଖିବାକୁ ବାକି ରହିଲା l
Sports
ଦ କୁଇଭର ବ୍ୟୁରୋ :- ପୁଣି ଇତିହାସ ରଚିଲା ଭାରତୀୟ ମହିଳା ଟିମ୍ । ସୁପର ସଣ୍ଡେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଲେସିଆର ବାୟୁମାସ ଓଭାଲରେ ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି ଭାରତୀୟ ମହିଳା ଟିମ୍ । ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୨ ରନରେ ସୀମିତ ରଖିପାରିଥିଲା ଭାରତୀୟ ମହିଳା ଟିମ୍ । ଏହାପରେ ଓପନର ତ୍ରିଶା ଗୋଙ୍ଗାଡି ଓ ସାନିକା ଚାଲକେ ଯଥାକ୍ରମେ ୩୩ ବଲ ଖେଳି ୪୪ ରନ୍ ଓ ୨୨ ବଲ ଖେଳି ୨୬ ରନ କରି ମାତ୍ର ୧୧.୨ ଓଭରରେ ୮୪ ରନ ସଂଗ୍ରହ କରି ଟିମକୁ ଜିତ ଦେଇଥିଲେ ।ଭାରତର ଏହି ବିଜୟୀରେ ହିରୋ ସାଜିଛନ୍ତି ଅଲରାଉଣ୍ଡର ତ୍ରିଶା ଗୋଙ୍ଗାଡି । ସେ ଏହି ମ୍ୟାଚରେ ୩ଟି ଓ୍ବିକେଟ ହାସଲ କରିବା ସହ ୮୩ ରନକୁ ଲକ୍ଷ୍ୟ କରି ୪୪ରନ ସଂଗ୍ରହ କରି ଭାରତର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତ୍ରିଶାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ମ୍ୟାଚ କରାଯାଇଛି । ଏଥିସହ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ୩୦୯ ରନ ସଂଗ୍ରହ କରିଥିବା ବେଳେ ୭ଟି ଓ୍ବିକେଟ ହାସଲ କରିଛନ୍ତି ।
State
ମୟୁରଭଞ୍ଜ( ଦ କୁଇଭର ):- ମୟୂରଭଞ୍ଜ ଜିଲ୍ଲା ରେ ନିଶା ବେପାର ଏବଂ ଚୋରା ଚାଲାଣ କ୍ରମଶ ବୃଦ୍ଧି ପାଉଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦ ଦେଶରେ ଅଫିମ ଚାଷ ହେବା ଭଳି ଖବର ମିଳିଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୬୦ଲକ୍ଷ ଟଙ୍କାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି।ତେବେ ଅଫିମ ଚାଷ ବାବଦରେ କୌଣସି ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ ହୋଇଛି । ଆଜି ଶିମିଳିପାଳ ଵନାଞ୍ଚଳର ବରେହି ପାଣି ପଞ୍ଚାୟତ ବନ୍ଦିରାବାସ ଗ୍ରାମ ଇଲାକାର ୫୩ ଡିସିମିଲ ଜମି ରେ ଚାଷ ହୋଇଥିଵା ୪୮ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିବା ବେଳେ ଅସନ୍ ବଣୀ ଗ୍ରାମ ଅଞ୍ଚଳ ରେ ୮୫ ଡିସିମିଲ ଜାଗାରେ ଚାଷ ହୋଇ ଥିବା ୨୫ ହଜାର ଅଫିମ ଗଛ କୁ ପୋଡ଼ି ନଷ୍ଟ କରାଯାଇଛି । ତେବେ ଦୁଇଟି ସ୍ଥାନରୁ ନଷ୍ଟ କରାଯାଇଥିବା ଅଫିମର ମୂଲ୍ୟ ୬୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏଠାରେ ସ୍ଥାନୀୟ ବାସିନ୍ଦାକୁ ପୋସ୍ତ ଚାଷ କହି ଅଫିମ ମାଫିଆ ଅଫିମ ଚାଷ କରାଉଛନ୍ତି। ଏଥିରେ ବଡ଼ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବାର ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ଶିମିଳିପାଳ ଅଭୟାରଣ୍ୟ ରେ ଅଫିମ ଚାଷ ହୋଇ ଆସୁଥିଲେ ସୁଦ୍ଧା ଏଥିରେ ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ ଯାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ। ଯଶିପୁର ପୋଲିସ ପକ୍ଷରୁ ପୃଥକ୍ ପୃଥକ ମାମଲା ରୁଜୁ ସହିତ ମିଳିତ ବିଭାଗର କର୍ମଚାରୀ ଗୋଟି ଗୋଟି ଗଛ ଉପାଡି ଠୁଳ କରି କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରିଛନ୍ତି। ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛନ୍ତି।
National
ଦ କୁଇଭର ବ୍ୟୁରୋ :- ଆଜି ବିଶ୍ବ କ୍ୟାନସର ଦିବସ l ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ପାଳନ ହୁଏ 'ବିଶ୍ବ କ୍ୟାନସର ଦିବସ' । କର୍କଟ ରୋଗ ବିଷୟରେ ସଚେତନତା ପୂର୍ବକ ଏହି ଦିନକୁ ପାଳନ କରାଯାଏ । ପ୍ରତିବର୍ଷ ଅନେକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ କର୍କଟ ବା କ୍ୟାନସର ରୋଗ ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ନିହାତି ଗୁରୁତ୍ବପୂର୍ଣ୍ଣ । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କର୍କଟ ରୋଗ ୧୨ ରୁ ୧୮ ପ୍ରତିଶତ ବୃଦ୍ଧି ହେବାର ଆଶଙ୍କା ରହିଛି । ପ୍ରତିବର୍ଷ ଆଜିର ଦିନରେ ଏନେଇ ସଚେତନ କରାଯାଇଥାଏ । କର୍କଟ ରୋଗର ଲକ୍ଷଣ, ଏହାର ଚିକିତ୍ସା ଏବଂ କର୍କଟ ରୋଗର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଏ ।
ତେବେ କ୍ୟାନସର କବଳରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ, ତମ୍ବାଖୁରୁ ଦୂରରେ ରୁହନ୍ତୁ,
ନିଜ ଓଜନ ନିୟନ୍ତ୍ରଣ ରଖନ୍ତୁ,
ଉତ୍ତମ ଜୀବନଶୈଳୀ ଆପଣନ୍ତୁ,
ଉତ୍ତମ ଆହାର ଭୋଜନ କରନ୍ତୁ,
ନିୟମିତ ବାୟାମ କରନ୍ତୁ,
ପ୍ରକ୍ରିୟାକୃତ ମାଂସ ଖାଆନ୍ତୁ ନାହିଁ.... ଇତ୍ୟାଦି ନିୟମ ପାଳନ କରନ୍ତୁ l
Politics,State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ଗାନ୍ଧୀ ନଗର ଛକଠାରେ ପ୍ରତିବାଦ କରିଥିଲେ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପବିତ୍ର ସାଂସଦରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ କଟୁ ମନ୍ତବ୍ୟ ସାରା ଦେଶବାସୀଙ୍କ ପ୍ରତି ଅପମାନ ବୋଲି କହିଛି ବିଜେପି।ଏହା ଦ୍ୱାରା ପବିତ୍ର ଗୃହର ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଛି।ତୁରନ୍ତ ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିଧାୟକ ଶ୍ରୀ ଅନୀଲ କୁମାର l ଶୁକ୍ରବାର ସନ୍ଧ୍ୟାରେ ଏହାର ପ୍ରତିବାଦରେ ବହୁ ବିଜେପି କର୍ମୀ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉଭୟ ସୋନିଆଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଏହି ଅବସରରେ ବବିତା ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ମିନତୀ ଦାସ, ଅଶୋଲ ଶୁକ୍ଳା, ସଞ୍ଜୟ ଜେନା ଙ୍କ ସମେତ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Politics,National
ଦ କୁଇଭର ବ୍ୟୁରୋ :- ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା।
ସୂଚନା ଅନୁଯାୟୀ, ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଲେ ଭାବନା ଗୌଡ (ପାଲମ), ରୋହିତ ମେହରୌଲିଆ (ତ୍ରିଲୋକପୁରୀ), ଗିରିଶ ସୋନି (ମାଦିପୁର), ମଦନ ଲାଲ (କସ୍ତୁରବା ନଗର), ରାଜେଶ ଋଷି (ଉତ୍ତମ ନଗର), ବି ଏସ ଜୁନ (ବିଜୱାସନ), ନରେଶ ଯାଦବ (ମହରୌଲି) ଏବଂ ପବନ ଶର୍ମା (ଆଦର୍ଶ ନଗର)।ଏହା ପୂର୍ବରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗ ଏବଂ ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦଳର ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ସମସ୍ତ ୮ ବିଧାୟକ ଆମ ଆଦମୀ ପାର୍ଟି ଉପରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଥିଲେ। ଏପରିକି ଦଳ ଏହାର ବିଚାରଧାରାରୁ ପଥଭ୍ରଷ୍ଟ ହେବାର ମଧ୍ଯ ଅଭିଯୋଗ ଆଣିଥିଲେ। ତେବେ ଗତ ଶୁକ୍ରବାର ଏହି ବିଧାୟକ ମାନେ ଆପର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ।
State
ଦ କୁଇଭର ବ୍ୟୁରୋ :- ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି । ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ ବୋଲି ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଲା,ମୋଟର ସାଇକେଲ୍ ଭତ୍ତା ୩ ଶହରୁ ୧୦୫୦ ଟଙ୍କାକୁ ବୃଦ୍ଧି ,ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି,ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବଢ଼ିଲା l
State
ନୂଆପଡା( ଦ କୁଇଭର ):- ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ , ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ ର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି । ଉଦଘାଟନିର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଳେ ହଜାର ହଜାର କଳାପ୍ରେମୀ । ତେବେ ଏହି ଖଡ଼ିଆଳ ସହରରେ ସାହିତ୍ୟ କଳା ଓଡ଼ିଶାରେ ତାର ସ୍ୱତନ୍ତ୍ର ପରିଚୟ ରହି ଆସିଛି । ଦୀର୍ଘ ୧୯ ବର୍ଷ ହେବ ଖଡ଼ିଆଳରେ ଏହି ମହୋତ୍ସବ ପାଳିତ ହୋଇଆସୁଛି ।
ଏହି ୧୯ତମ ଖଡ଼ିଆଳ ମହୋତ୍ସବ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜକ କମିଟି ଙ୍କ ସହ ଖଡ଼ିଆଳ ବାସୀ ପ୍ରଥମେ ମାଁ ସମଲେଶ୍ବରୀ,ମାଁ ଠାକୁରାଣୀ ବଡ଼ ଦଧିବାମନ ଏବଂ ଗଡଜାତ ଦେବୀ ରକ୍ତା ମ୍ବରୀ ଙ୍କ ପୀଠ ରେ ପୂଜାର୍ଚ୍ଚନା କରି ପ୍ରସିଦ୍ଧ ଯୋଗୀମଠ ରୁ ମଶାଲ ଅଣାଯାଇଥିଲା । ଏହି ଅବସର ରେ ବାଜାଗାଯା, ଘୁମୁରା, ସଂକୀର୍ତ୍ତନ ଓ ଆଦିବାସୀ ଲୋକନୃତ୍ୟ ରେ ଏକ ବିରାଟ ଶୋଭାଯାତ୍ରା କରି ନଗର ପରିକ୍ରମା କରି ମହୋତ୍ସବ ପଡିଆ ରେ ପହଞ୍ଚି ଥିଲେ ।ଖଡ଼ିଆଳ ମହୋତ୍ସବର ପ୍ରଥମ ସାଂସ୍କୃତିକ ସଭା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ କଳାହାଣ୍ଡି କଳାକେନ୍ଦ୍ର ର ଓଡିଶୀ, କୋଲକାତା ର ଆଦି ନୃତ୍ୟ କଳା, ଯୌଷ୍ଣା ଗ୍ରୁପ ପଦ୍ମପୁର, ଖଡିଆଳ ଡାନ୍ସ ହବ,ସାଙ୍ଗକୁ ରସରକେଲି ଡାଲଖାଇ ନାଚ ରେ ହଜାର ହଜାର ଦର୍ଶକ ଙ୍କ ମନ ମୋହିଥିଲେ । ଖଡ଼ିଆଳ ମହୋତ୍ସବ ର ଆୟୋଜକ ଓ ଆୟୋଜନ ସହ ଦର୍ଶକ ମାନଙ୍କ ଉତ୍ସାହ କୁ କଳାକାର ମାନେ ଭୁରିଭୁରି ପ୍ରଶଂସା କରିଥିଲେ । ଖଡିଆଳ ର ଗର୍ବ ଓ ଗୌରବ କୁହାଯାଉଥିବା ଖଡ଼ିଆଳ ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟିତ ହୋଇଥିବା ଆସନ୍ତା ଚାରିଦିନ ବିଶେଷ କରି ହ୍ୟୁମାନ ସାଗର ଓ ବଲିଉଡ୍ ଗାୟକ ଜାଭେଡ ଅଲି ଙ୍କ ଆଗମନ ରେ ଲକ୍ଷାଧିକ ଦର୍ଶକ ଙ୍କ ସମାଗମ ହେବାର ସମ୍ଭାବନା ସୃଷ୍ଟି କରିଛି ।
State
ଯୋଡ଼ା( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରି ଏଥିରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ଚୋରା ବାଇକ ଉଦ୍ଧାର କରିଛି। ସୂଚନାନୁସାରେ ଯୋଡା ସହରର ଆମବାଗାନଠାରେ ରହୁଥିବା ବି. ଜୟ ରାମ ରେଡ୍ଡୀଙ୍କ ଘରୁ ବାଇକ ଚୋରି ହୋଇଥିବା ବେଳେ ଯୋଡାରୁ ଚୋରି ବାଇକ ଚମ୍ପୁଆ ଥାନାରେ ଜବତ ହୋଇ ଥିଲା। ଏହି ବାଇକ ଚୋରା ରାକେଟର ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହାଟିଂରୁ ଗିରଫ ହେବା ପରେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଯୋଡା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ବାଇକ ସହ ମୋଟ ୫ଟି ଚୋରା ବାଇକ ମଧ୍ୟ ଉଦ୍ଧାର କରିଛି। ଏହି ଚୋରମାନେ ଚୋରା ବାଇକରେ ଜାଲ ନମ୍ବର ଲଗାଇ ରାଜ୍ୟ ବାହାରେ କମ୍ ଦାମରେ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Politics,State
ଦ କୁଇଭର ବ୍ୟୁରୋ :- ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି l ଗତ ନିର୍ବାଚନରେ ବିଜେଡି ହାରିଥିବା ଆସନ ମଧ୍ୟରୁ ୨୭ଟି ଆସନ ବିଷୟରେ ଚିନ୍ତା କରୁଛି ଦଳ । ଏହି ୨୭ଟି ଆସନରେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ୯ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଗତ ନିର୍ବାଚନରେ ଜିତିଥିବା ନେତା । ଅନ୍ୟମାନେ ନିର୍ବାଚନରେ ଜିତି ପାରିନଥିଲେ । ଗତ ନିର୍ବାଚନରେ ବିଜେଡି ୯୬ଟି ଆସନରେ ପରାଜିତ ହୋଇଥିଲେ ମଧ୍ୟ ୨୭ଟି ଆସନରେ ଦଳକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତି ନେଇଛି ।
ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ତେଲକୋଇ, ପାଟଣା, ଚମ୍ପୁଆ, ପାରାଦୀପ ଓ ହିନ୍ଦୋଳ ଦାୟିତ୍ୱ ଦିଆଯାଇଛି । ଅତନୁଙ୍କୁ ବିଜୟ କୁମାର ନାୟକ ସହାୟତା କରିବେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କଟକ - ବାରବାଟୀ, କଟକ – ସଦର ଓ ନିଆଳି କଥା ବୁଝିବେ । ନିମାପଡ଼ା, ପିପିଲି ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜେଡିର କାର୍ଯ୍ୟକ୍ରମକୁ ଆଗେଇ ନେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସାନଖେମୁଣ୍ଡି, ଛତ୍ରପୁର, ଗୋପାଳପୁର ଓ ବ୍ରହ୍ମପୁର ଆସନ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ବଡଚଣା, ରାଇରଙ୍ଗପୁର, ବଡସାହି, ଉଦଳା ଓ ଛେଣ୍ଡିପଦାରେ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇନେବେ । ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ବଣେଇ ଓ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହିବେ । ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଭଟଲିରେ ସଂଗଠନକୁ ସକ୍ରିୟ କରିବେ । ବିଜେପିରୁ ଯାଇ ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ବୁଝିବାକୁ କୁହାଯାଇଛି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଏହି ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।
Shree Jagannath,State
ଭୁବନେଶ୍ୱର( ଦ କୁଇଭର ):- ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକେଷ୍ଠରେ ଲୋକେ ପହଞ୍ଚିଲେଣି। ସେମାନେ ନିଜ ନିଜ ଅଭିଯୋଗର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ପହଞ୍ଚିଛନ୍ତି। ହଜାର ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିବା ଜଣାଯାଇଛି।ସୂଚନାଯୋଗ୍ୟ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି। ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮% ଅଭିଯୋଗର ସମାଧାନ ହୋଇଛି। ଜୁଲାଇ ୧୫ ତାରିଖରେ ୮୪%, ଅଗଷ୍ଟ ୫ରେ ୮୨%, ସେପ୍ଟେମ୍ବର ୨୩ରେ ୮୦%, ଅକ୍ଟୋବର ୨୧ତାରିଖରେ ୭୭% ଓ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ % ଅଭିଯୋଗର ସମାଧାନ କରାଯାଇଛି। ବାକି ରହିଥିବା ଅଭିଯୋଗଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ। ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି।