Banner Ad

ଆସୁଛନ୍ତି ମା', ସଜେଇ ହୋଉଛି ଅସ୍ଥାୟୀ ମଣ୍ଡପ

ଆସୁଛନ୍ତି ମା', ସଜେଇ ହୋଉଛି ଅସ୍ଥାୟୀ ମଣ୍ଡପ
Published by : Jyotshna Kumari
#State
Mar 31, 2025, 2:33 PM

ବ୍ରହ୍ମପୁର( ଦ କୁଇଭର ):- ଆସୁଛନ୍ତି ମା', ଚଳ ଚଞ୍ଚଳ ହୋଇଉଠୁଛି ସମଗ୍ର ବ୍ରହ୍ମପୁର ସହର l ମା'ଙ୍କୁ ସ୍ୱାଗତ କରିବା ପାଇଁ ଜୋର ସୋର ରେ ସଜେଇ ହୋଉଛି ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ l ଶାଶୁ ଘର ରୁ ବାପ ଘର ଆସିବେ ମା' ଆଉ ମା'ଙ୍କ ଆଗମନ କୁ ଦୃଷ୍ଟି ରେ ରଖି ପ୍ରସ୍ତୁତ ହୋଉଛି ଅସ୍ଥାୟୀ ମଣ୍ଡପ l ବଡ଼ ବଜାର ଅନ୍ତର୍ଗତ ଦେଶୀ ବେହେରା ସାହି ଅର୍ଥାତ ମା'ଙ୍କ ବାପା ଘର ସମ୍ମୁଖରେ ମା'ଙ୍କ ଅସ୍ଥାୟୀ ମଣ୍ଡପ ତିଆରି ହୋଉଛି l ଶୁଭଖୁଣ୍ଟି ସ୍ଥାପନ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ଏବେ ଶେଷ ପର୍ଯ୍ୟାୟ ରେ l ପୁରା ବ୍ରହ୍ମପୁର ସହର ତଥା ସହରବାସୀଙ୍କ ଆରାଧ୍ୟା ଦେବୀ ତଥା ଇଷ୍ଟ ଦେବୀ ମା'ବୁଢ଼ୀ ଠାକୁରାଣୀ ପାରମ୍ପରିକ ସିଦ୍ଧାନ୍ତି ଅନୁସାରେ ଆଉ ଦୁଇ ଦିନ ପରେ ଅର୍ଥାତ ଚଳିତ ଏପ୍ରିଲ ମାସ ୩ ତାରିଖ ଠାରୁ ୨୬ ଦିନ ବାପା ଘରେ ରହି ଯାତ୍ରା କରି ପୁଣି ଏପ୍ରିଲ ୨୮ ତାରିଖ ରେ ଶାଶୁ ଘର ଫେରିଯିବେ ମାଁ ବୁଢୀ ଠାକୁରାଣୀ, ଯାହା ମା'ବୁଢ଼ୀ ଠାକୁରାଣୀ ଯାତ୍ରା ଭାବେ ବେଶ ସୁନାମଧନ୍ୟ l ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା'ଙ୍କ ଆଗମନ, ରୀତିନୀତି, ସାହି ପରିକ୍ରମା ଓ ସ୍ଥାୟୀ ମନ୍ଦିରକୁ ମା'ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯାଇଛି । ଦୁଇବର୍ଷକୁ ଥରେ ମାଆ ନିଜ ବାପଘରକୁ ଆସିବା ସହ ସାହିସାହି ବୁଲି ଭକ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏଥିପାଇଁ ଏବେଠାରୁ ବ୍ରହ୍ମପୁରରେ ପ୍ରବଳ ଉତ୍ସାହ ଦେଖାଦେଇଛି ।


ସୂଚନାନୁଯାୟୀ, ବ୍ରହ୍ମପୁରର ଏହି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପ୍ରାୟ ମାସେ ସମୟ ଧରି ଆୟୋଜିତ ହୋଇଥାଏ । ମା' ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପରମ୍ପରା ଓ ରୀତିନୀତି ଅନୁଯାୟୀ ଯାତ୍ରା ହୋଇଥାଏ। ମା'ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ,ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ । ମା'ଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ଏବର୍ଷ ଯାତ୍ରା ସୁରୁଖୁରୁରେ ହେବା ନେଇ ବୁଢ଼ୀ ଠାକୁରାଣୀଙ୍କ ଉପରେ ସହରବାସୀଙ୍କ ଭରସା ରହିଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State,Politics

ଆଜି ଗୁରୁମନ୍ତ୍ର ଦେବେ ନଡ୍ଡା

Blog Thumbnail

ଦ କୁଇଭର ବ୍ୟୁରୋ :- ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ପୁରୀ ଗସ୍ତରେ ଯିବେ । ଏମଏଲଏ ଓ ଏମପି ମାନଙ୍କର କ୍ଲାସ ନେବେ, ତାଙ୍କୁ ଜାତୀୟ ଏଜେଣ୍ଡା ଉପରେ ଟ୍ୟୁସନ କରିବେ । ଏହି ପ୍ରଶିକ୍ଷଣ ଭୁବନେଶ୍ୱରରେ ନୁହେଁ, ଦଳର ଏମପି ଓ ଏମଏଲଏ ମାନଙ୍କୁ ନେଇ ପୁରୀରେ ୩ ଦିନ ଧରି ପାଠ ପଢ଼ାଯିବ । ଜାତୀୟ ଏଜେଣ୍ଡା କଣ ରହିଛି,ଆଉ କୋଉ ପ୍ରକ୍ରିୟାରେ ଏଠାରେ କାର୍ଯ୍ୟ ଆରମ୍ଭ କରାଯିବ, ସେ ନେଇ ବିଷଦ ଭାବେ ସୂଚନା ଦେବେ । ତୃଣମୂଳ ସ୍ତରରେ ଲୋକଙ୍କ ସହ କେମିତି ମିଶିବେ, ଭଲ ଭାଷଣ କିପରି ଦେବେ, ତା’ ଉପରେ ତାଲିମ ନେବେ ନେତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯିବ ତାଲିମ । ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା । ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ।


ଦଳ ଭିତରେ ଗୋଷ୍ଠୀ କନ୍ଦଳ ଯଥା କିଏ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ତ କିଏ ଏମପି ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀ, ଆଉ କିଏ ମନମୋହନ ସାମଲଙ୍କ ଗୋଷ୍ଠୀ ତ ଆଉ କିଏ ପଶ୍ଚିମ ଓଡ଼ିଶା ଜୟ ନାରାୟଣ ମିଶ୍ରଙ୍କ ଗୋଷ୍ଠୀ । ମୁଖ୍ୟ ମନ୍ତ୍ରୀ ମୋହନ ମାଝି ଏଠି ଚୁପ । ବିଭିନ୍ନ ଗୋଷ୍ଠୀ କେବଳ ଚାପ ପକେଇବାରେ ବ୍ୟସ୍ଥ । ଏହା ଦ୍ୱାରା କେବଳ ବିଜେପିର ଯେ ଛବି ମଳିନ ହେଉନାହିଁ, ବିଜେପି ଭିତରେ ଭିତରେ ଦୁର୍ବଳ ହେଉଥୁବା ସ୍ପଷ୍ଠ ବାରି ହୋଇପଡୁଛି । ବିଜେଡି ଭିତରେ ଆରମ୍ଭ ହୋଇଥିବା ହଲଚଲକୁ କିଭଳି ବିଜେପି ଫାଇଦାରେ ପରିଣତ କରିବ, ସେ ପାଇଁ ସମସ୍ତେ ଲାଗିଛନ୍ତି । କିନ୍ତୁ ଏଥି ପାଇଁ ରୋଡ ମ୍ୟାପ ଦିଲ୍ଲୀରେ ତିଆରି ହୋଇଛି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରୁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟକୁ ଧରି ଭୁବନେଶ୍ୱର ପହଞ୍ଚିଥିଲେ ନଡ୍ଡା । ଅନୁପଚାରିକ କଥା ଏବେ ଦଳର କିଛି ପୁରୁଖା ବା କାଢ଼ୁଆ ନେତାଙ୍କୁ ନେଇ ଆଗ ବିଚାର ବିମର୍ଷ କରିବ । ତାପରେ ପୁରୀରେ ସବୁ ବିଧାୟକ ଏବଂ ଏମପି ମାନଙ୍କର କ୍ଲାସ ନିଆ ହେବ । ଦଳର ଜାତୀୟ ଏଜେଣ୍ଡାକୁ ନେଇ ତାଙ୍କୁ ରାସ୍ତା ବତାଯିବ । ଦଳର ଜାତୀୟ ଏଜେଣ୍ଡାରେ ଖଣି ଓ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି । ଏହା ଦ୍ୱାରା କାଳେ ବଡ଼ ବିକାଶ ହୋଇପାରିବ । ଆଉ ଦଳର ପାଣ୍ଠି ବି ବଢ଼ି ପାରିବ । ସେଥି ପାଇଁ ଜାତୀୟ ଏଜେଣ୍ଡାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ବେଳେ, ଯେମିତି କୌଣସି ଅସୁବିଧା ନ ହୁଏ, ସମସ୍ତଙ୍କ ସହଯୋଗ ରୁହେ, ସେ ଦିଗରେ ସମସ୍ତଙ୍କୁ ପାଠ ପଢେଇବ ।


ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହେଉଛି ପ୍ରଶିକ୍ଷଣ ଶିବିର। ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ବାଧୀନ ବିଧାୟକ ଭାଗ ନେବେ । ଏଥିସହିତ ବିଜେପିର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଓ ଯୋଗଦେବେ ସମସ୍ତ ପଦାଧିକାରୀ । ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି । ହେଲେ ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ଶିବିରର ଗୁରୁତ୍ବ ବଢ଼ିଛି । ସାଂସଦ ଓ ବିଧାୟକମାନେ କିପରି ସରକାର ଓ ସଂଗଠନ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ, ବୁଥ୍‌ ସ୍ତରରେ ସଂଗଠନକୁ ମଜଭୁତ୍ କରିବାକୁ କର୍ମୀମାନଙ୍କୁ କିପରି ଉତ୍ସାହିତ କରିବେ, ସଂସଦ ଓ ବିଧାନସଭାରେ କିପରି ପ୍ରଭାବଶାଳୀ ଢଙ୍ଗରେ ଆଲୋଚନା କରିବେ,ଭାଷଣ ଭଲଦେବେ ସେନେଇ ତାଲିମ ଦିଆଯିବ ।


ଏମିତି କିଛି ଯୋଜନା ନେଇ ନଡ୍ଡା ପହଞ୍ଚିଛନ୍ତି ଭୁବନେଶ୍ୱରରେ । ନଡ୍ଡା କେବଳ ଗୋଷ୍ଠୀ ବିବାଦ ଉପରେ ଆଲୋଚନା କରିବେ ନାହିଁ, ଏମପି ଓ ବିଧାୟକ ମାନେ କିଭଳି ଖଣି ଓ ଶିଳ୍ପ ସଂସ୍ଥା ମାନଙ୍କୁ ସହଯୋଗ କରିବେ, ସେ ହୁଇପ ବି କାଳେ ଜାରି କରିବେ । ଆଉ କିଛି ରାଜନୈତିକ ପଇଁତରା ଏଠି ଦେଇଯିବେ, ଯାହାଦ୍ୱାରା ଓଡ଼ିଶା ବାସୀଙ୍କୁ ମନ୍ତ୍ର ମୁଗ୍ଧ କରି ବିଜେପି ତାର କାମକୁ ଆଗେଇ ନେବ । ନଡ୍ଡାଙ୍କର ଏହି ଆଭିମୁଖ୍ୟକୁ ଓଡ଼ିଶା ନେତା କେତେ କାର୍ଯ୍ୟକାରୀ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା l

State

ରାଜ୍ୟରେ ଆହୁରି ୭ ଦିନ ଯାଏ କାଳବୈଶାଖୀ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆହୁରି ୭ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଶନିବାର ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବର୍ଷାର ସତର୍କତାକୁ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ,ଗଂଜାମ ଓ କଳାହାଣ୍ଡି ସେହିପରି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ l ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ଝଡ ପବନ ବହିବାର ସମ୍ଭାବନା ରହିଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,ନୟାଗଡ, ଖୋର୍ଦ୍ଧା, ପୁରୀ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର ,ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ ଓ ବାଲେଶ୍ୱର ଏହି ୧୮ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ଝଡ ପବନ ବହିବାର ସମ୍ଭାବନା ରହିଛି। ଆଜି ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଦେଇଛି ବିଭାଗ।

Business

ପୁଣି ବଢ଼ିଲା ସୁନା ଦର

Blog Thumbnail

ଦ କୁଇଭର ବ୍ୟୁରୋ :- ଗତ କିଛି ଦିନ ହେବ ସୁନା ଦର ହ୍ରାସ ପାଇ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲା। ମାତ୍ର ଗତ ଦୁଇ ଦିନ ହେବ ସୁନା ମୂଲ୍ୟ ଲଗାତାର ବଢ଼ି ବଢ଼ି ଚାଲିଛି। ପୂର୍ବ ଦିନ ୨୪ କ୍ୟାରେଟ୍ ସୁନା ପ୍ରତି ୧୦୦ ଗ୍ରାମ ପିଛା ୨୭,୪୦୦ ଟଙ୍କା ବୃଦ୍ଧି ପାଇଥିଲା ଏବଂ ଆଜି ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପିଛା ୯୫,୦୦୦ ଟଙ୍କା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ ଗତ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି।ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍‌କୁ ୮୭ହଜାର ୪୫୦ ଟଙ୍କା ରହିଛି । ୩ ଦିନରେ ୫ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା । ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି ।

State

ଶକ୍ତିପୀଠକୁ ଉଡ଼ିବ ହେଲିକପ୍ଟର

Blog Thumbnail

ଗଞ୍ଜାମ, ତାରାତାରିଣୀ ( ଦ କୁଇଭର ):- ଚୈତ୍ର ମାସର ଶେଷ ମଙ୍ଗଳବାର ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଦର୍ଶନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମା’ତାରା ତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି l ରାଜ୍ୟ ସରକାର ଶକ୍ତିପୀଠ କରିଡ଼ର ମାଧ୍ୟମରେ ଓଡ଼ିଶାର କିଛି ପୁରାତନ ମନ୍ଦିରର ଗୁରୁତ୍ବ ବଢ଼ାଇବାକୁ ଯାଉଛନ୍ତି । ଏହାରି ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତିପୀଠକୁ ଯୋଡାଯିବ । ସମସ୍ତ ଶକ୍ତିପୀଠ ମଧ୍ୟରେ ସମନ୍ୱୟ ରଖାଯିବ । ଏହି ଶକ୍ତିପୀଠ କରିଡ଼ର ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ । ତେବେ ମଙ୍ଗଳବାର ଏନେଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ଶକ୍ତିପୀଠକୁ ନେଇ ସ୍ବତନ୍ତ୍ର କରିଡର୍‌ ନିର୍ମାଣ ହେବ। ଏହି କରିଡ଼ରରେ ଗଂଜାମ ଜିଲ୍ଲାର ତାରାତାରିଣୀ, ଭୈରବୀ, ଯାଜପୁରର ବିରଜା, ଖୋର୍ଦ୍ଧା ଜିଲ୍ଲାର ଉଗ୍ରତାରା, ବାଣପୁରସ୍ଥିତ ଭଗବତୀ, ପୁରୀ ଜିଲ୍ଲା କାକଟପୁରସ୍ଥିତ ମଙ୍ଗଳା, ଚିଲିକାର କାଳିଜାଈ ପୀଠକୁ ସାମିଲ କରାଯାଇଛି । ଆଗାମୀ ୨ ବର୍ଷ ଭିତରେ ଶକ୍ତିପୀଠ କରିଡର୍ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ହେଲିକପ୍ଟର ବ୍ୟବସ୍ଥା ନେଇ ଯୋଜନା କରାଯାଇଛି । ରାଜ୍ୟରେ ଥିବା ସମସ୍ତ ଶକ୍ତିପୀଠକୁ ଏଥିରେ ଯୋଡ଼ାଯିବ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ଏହି ଘୋଷଣା l


ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମା' ତାରାତାରିଣୀଙ୍କ ଶକ୍ତିପୀଠ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମା' ତାରାତାରିଣୀଙ୍କ ପୀଠ ଏବଂ ଆଖପାଖ ଅଞ୍ଚଳର ଉନ୍ନତୀକରଣ ନେଇ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ଏବଂ ଆସ୍କା ବିଧାୟକ ସରୋଜ ପାଢ଼ୀ ଉପସ୍ଥିତ ଥିଲେ।

Education

ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ

Blog Thumbnail

ଦ କୁଇଭର ବ୍ୟୁରୋ :- ମେ’ ମାସ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୨୨ ହଜାର ପରୀକ୍ଷାର୍ଥୀ । ୪୫ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍ ପରୀକ୍ଷାର ଖାତା ଦେଖା କାର୍ଯ୍ୟ କରାଯାଇଥିବା ବେଳେ ୧୨ ହଜାର ୮୦୦ ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଥିଲେ ।


ଚଳିତବର୍ଷ ୫ ଲକ୍ଷ ୨୨ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ତେବେ ସାମାଜିକ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ରହିଥିଲା ସେଥିପାଇଁ ବୋର୍ଡ ପଦକ୍ଷେପ ନେଇଥିବା ଉପସଭାପତି କହିଛନ୍ତି । କିନ୍ତୁ କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ସେନେଇ ଏହାକୁ ସାର୍ବଜନୀନ କରାଯିବ ନାହିଁ । ବରଂ ଫଳ ପ୍ରକାଶ ପରେ ଏନେଇ ସୂଚନା ଦିଆଯିବ ବୋଲି ଉପସଭାପତି କହିଛନ୍ତି । ତେବେ ଆସନ୍ତା ମେ’ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇଁ ବୋର୍ଡ ଯୋଜନା ରଖିଛି । ମାଟ୍ରିକ୍ ପରୀକ୍ଷାର୍ଥୀମାନେ ୬ଟି ବିଷୟରେ ୬୦୦ ନମ୍ବରରେ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ୫୦ ନମ୍ବର ସବଜେକ୍ଟିଭ୍ ଓ ୫୦ ନମ୍ବର ଅବଜେକ୍ଟିଭ୍ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ । ମାଟ୍ରିକ୍ ସହ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ବା ଏସ୍ଓଏସସି ପରୀକ୍ଷାର ମୂଲ୍ୟାୟନ ମଧ୍ୟ ଏକା ସହିତ କରାଯିବ ।


ତେବେ ମୂଲ୍ୟାୟନ ବ୍ୟବସ୍ଥାରେ ସ୍ବଚ୍ଛତା ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଥିଲେ । ଖାତା ଦେଖା କାର୍ଯ୍ୟ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ପାଇଁ ଯୋଜନା କରାଯାଇଥିବା ବେଳେ ଏହା ୧୮ ଦିନ ଲାଗିଥିଲା।

State,Politics

ନବୀନ ଜଣେ ଭଲ ବାପା

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ନବୀନ ଜଣେ ଭଲ ବାପା । ଏକଥା ହୁଏ ତ, ଅନେକଙ୍କର ହଜମ ହେବ ନାହିଁ, କିନ୍ତୁ ଯଦି ନିରିଖେଇକି ଦେଖିବା ତାହେଲେ ନବୀନ ତାଙ୍କ ପିତୃତ୍ୱର ପରିଚୟ ଦେଇଛନ୍ତି । ତାଙ୍କ ପୁଅର ପିଠି ଥାପୁଡ଼େଇଛନ୍ତି ନବୀନ । ଯେତେ ବି ବାଧା ବିଘ୍ନ ଆସୁ, ସେ ତାଙ୍କ ପୁଅର ସାଥ ଛାଡ଼ି ନାହାନ୍ତି । ଛାଡ଼ିବା ବି ଅନୁଚିତ୍ । କାରଣ ବିପଦ ବେଳର ବନ୍ଧୁ ହିଁ ଅସଲ ବନ୍ଧୁ । ହଁ ଆଜ୍ଞା ଆମେ ଏଠି କହୁଛୁ ଭିକେ ପାଣ୍ଡିଆନ ଓ ନବୀନ ବାବୁଙ୍କ କଥା । ଯାହାକୁ ନେଇ ସବୁଠି ଚର୍ଚ୍ଚା । ନବୀନଙ୍କୁ ବିରୋଧ କରାଯାଇଛି, ଯେ ସେ ପଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । କିନ୍ତୁ ଥରେ ବାସ୍ତବ ସ୍ଥିତିକୁ ନଜର ପକେଇଲେ ଜଳ ଜଳ ହେଇ ଦିଶୁଛି କାହିଁକି ନବୀନ ପଣ୍ଡିଆନଙ୍କ ପାଖରେ ଦୁର୍ବଳ ।


ଏବେ ଆସିବା ବାସ୍ତବ କଥା କୁ । ନବୀନଙ୍କର ବୟସ ୭୮ ଛୁଇଁଲାଣି । ପରିଣତ ବୟସ । ଏ ବୟସରେ ରାଜନୀତି କରିବା ହୁଏତ ସମ୍ଭବ ନୁହେଁ । ତଥାପି ତାଙ୍କୁ ରାଜନୀତିର ଗୁରୁ ଦାୟିତ୍ୱ ଦିଆଯାଇଛି । ବିଜେଡ଼ି ଦେଇଛି । ନବୀନଙ୍କ ନଜରରେ ଓଡ଼ିଶାକୁ ଶାସନ କରିବା ପାଇଁ ଆଉ ବିଜେଡ଼ିର ମଙ୍ଗ ଧରିବା ପାଇଁ କୌଣସି ଓଡ଼ିଆ ଯୋଗ୍ୟ ନୁହଁନ୍ତି । ଆଯୋଗ୍ୟଙ୍କ ଉପରେ ଶାସନ ଭାର ଦବା ଅପେକ୍ଷା ଜଣେ ଅଣ ଓଡ଼ିଆଙ୍କୁ ସେ ଯୋଗ୍ୟ ବୋଲି ଭାବିଥିଲେ । କିଛି ଦିନ ଶାସନ ଭାର ତାଙ୍କ ହାତରେ ଟେକିବି ଦେଇଥିଲେ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭିକେ ପାଣ୍ଡିଆନ ।


ଭିକେ ପାଣ୍ଡିଆନ ତାଙ୍କ ପାଇଁ ଶାସନ କେବଳ କରୁନଥିଲେ, ତାଙ୍କ ବ୍ୟକ୍ତି ଗତ ଜୀବନରେ କାଳେ ଅନେକ କିଛି କରୁଥିଲେ । ମନେ ପକେଇବା ୨୦୧୯ ମସିହା କୋଭିଡ କଥା । ସମସ୍ତେ ଜାଣନ୍ତି ନବୀନ ହେଲେ ନିସଙ୍ଗ । ଅର୍ଥାତ ପରିବାର ନାହିଁ, ପିଲା ନାହାଁନ୍ତି । ୨୦୧୯ ମସିହାରେ ତାଙ୍କର ବୟସ ୭୨ ବର୍ଷ, କୋଭିଡର ଯୋଉ କରାଳ ରୂପ, ସେ ସମୟରେ ନବୀନଙ୍କ ପାଖରେ କିଏ ଥିଲେ ? କୋଉ ଓଡ଼ିଆ ନେତା ଥିଲେ କି ନବୀନଙ୍କ ପାଖରେ ? ନବୀନଙ୍କର ସେବା କରିବା ପାଇଁ କିଏ ଯାଇଥିଲେ ? ନବୀନ ଯେତେବେଳେ ଅସୁସ୍ଥ ଥିଲେ ତାଙ୍କ ପାଖରେ ବସିଥିଲେ କିଏ ? କିଏ ତାଙ୍କ ଦେଖାରଖା କରୁଥିଲେ ? ଜଣେ ବୟସ୍କ ଲୋକର ଆବଶ୍ୟକତାକୁ ସହଜେ ମନେ ପକେଇ ପରାନ୍ତିନି ଯୁବକ ଏବଂ ତଥା କଥିତ ସମାଜସେବୀ ମାନେ ।


ଥରେ ମାନେ ପକାନ୍ତୁ ତ କୋଉ ଓଡ଼ିଆ ନେତା କେବେ ନବୀନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କେହି ଜାଣିବାକୁ ଚାହିଁଛନ୍ତି କି ? ହଁ ନବୀନ ହୁଏତ ସୁଯୋଗ ଦେଇ ନ ପାରନ୍ତି, କିନ୍ତୁ କେହି କେବେ ଚେଷ୍ଟା କରିଛନ୍ତି କି ? କିନ୍ତୁ ପାଣ୍ଡିଆନ ତାହା କରିଛନ୍ତି । ସେ ଅସୁସ୍ଥ ହୁଅନ୍ତୁ, ଶାରୀରିକ ଭାବେ ବା ମାନସିକ ଭାବେ । ସେ କୌଣସି କଥା ଆଲୋଚନା କରିବା ପାଇଁ ଚାହାଁନ୍ତି ବା ତର୍ଜମା କରିବା ପାଇଁ । ସବୁବେଳେ ପାଣ୍ଡିଆନ ହିଁ ଉପସ୍ଥିତ ରହୁଥିଲେ । ତେଣୁ ସେ ପଣ୍ଡିଆନଙ୍କୁ ତାଙ୍କର ବନ୍ଧୁ, ଶଖା ଏବଂ ପୁଅ ଭାବରେ ଗ୍ରହଣ କରିଥିବା କୁହାଯାଏ । ପାଣ୍ଡିଆନ ବି ଅନେକ ଜାଗାରେ ତାଙ୍କୁ ପିତୃ ତୁଲ୍ୟ ବୋଲି କହିଛନ୍ତି । ପିତା ପୁତ୍ରର ସମ୍ପର୍କ ଆଉ ପଣ୍ଡାଆନଙ୍କର ଯୋଉ ବ୍ୟକ୍ତି ସ୍ତରରେ ତାଙ୍କର ଯାହା ସେବା ତାକୁ ସେ ଠିକ୍ ଭାବେ ତୁଆଲାଇ ଚାଲିଛନ୍ତି ।


ଏବେ ସମସ୍ତଙ୍କ ନଜର ପଡିଛି ପଣ୍ଡିଆନଙ୍କ ଉପରେ । କେତେ ଜଣ ନବୀନ ବାବୁଙ୍କ ପାଖରେ ରହିଛନ୍ତି ? ରାତି ଅଧରେ ଜଣେ ବୟସ୍କ ତା ପରିଣତ ବୟସରେ ଥିବା ଲୋକଙ୍କର ଆବଶ୍ୟକତା କଥା କିଏ ଚିନ୍ତା କରିଛନ୍ତି ? ଏଇ କଥା ଚିନ୍ତା କରୁଥୁବା ଭିକେ ପଣ୍ଡିଆନଙ୍କ ପାଇଁ ନବୀନଙ୍କ ଦୁର୍ବଳତା ରହିବା ସ୍ଵାଭାବିକ । ଆଉ ନବୀନଙ୍କର ସେ ଦୁର୍ବଳତା ଅଛି । ସେ ଦୁର୍ବଳତାକୁ କେହି କାଟି ପାରିବେ ନାହିଁ । ନବୀନ ସର୍ବସମ୍ମୁଖରେ କହିଛନ୍ତି ପାଣ୍ଡିଆନ ଭଲ କାମ କରିଛନ୍ତି । ପାଣ୍ଡିଆନ କୌଣସି କ୍ଷତି କରିନାହାନ୍ତି ବିଜେଡ଼ିର । ଯେ ୧୦ ମାସ ହେବ ହସ୍ତକ୍ଷେପ କରିନାହାନ୍ତି । ପାଣ୍ଡିଆନଙ୍କ ପ୍ରତି ନବୀନଙ୍କର ଏ ଯୋଉ ସ୍ନେହ ଶ୍ରଦ୍ଧା ସ୍ୱତ ପିତୃ ତୁଲ୍ୟ ।


ସେଥି ପାଇଁ ଆମେ କହୁଛୁ ନବୀନ ଜଣେ ଭଲ ବାପା । ବାକି ବିଚାର ଜନତାଙ୍କର ? ଯେ ନବୀନଙ୍କର ଏ ବୟସରେ ରାଜନୀତିରେ ରହିବା କଥା, ଯଦି ରହିବା କଥା ତାଙ୍କ ସାଙ୍ଗରେ କିଏ ରହିବା କଥା କି ? ଯଦି କିଏ ନ ରହିବା କଥା ତେବେ ସେ କେମିତି ରହିବେ ? ହଁ କେତକ ଏଠି କହିପାରନ୍ତି ବିଜୁ ବାବୁଙ୍କ ଶେଷ ଅବସ୍ଥାରେ ନବୀନ ବାବୁ ନ ଥିଲେ, ଦିଲ୍ଲୀ ପଳାଇଥିଲେ । ତେଣୁ ନବୀନ ବାବୁ ତାଙ୍କ ବାପାଙ୍କ ସହ ଯାହା କରିଥିଲେ ତାଙ୍କ କର୍ମର ଫଳ ପାଉଛନ୍ତି । ସେ ବି ସେମିତି ରହିବେ । ଦେଖାଯାଉ ଏହି ବାପ ପୁଅ ସମ୍ପର୍କ ଭିତରେ ରାଜନୀତି ଆଗକୁ ଯାଉଛି ନା ବାପ ପୁଅଙ୍କ ସମ୍ପର୍କ ?



State,Health & lifestyle

ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

Blog Thumbnail

କଟକ ( ଦ କୁଇଭର ):- ଆୟୁଷ୍ମାନ ଭାରତ ଯୋଜନାରେ ଯୋଡି ହେବ ଓଡ଼ିଶା l ଆଜି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କଟକରେ ଏହାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଓଡ଼ିଶାରେ ସାଢେ ୩ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ । ବିଜୁ ସ୍ୱାସ୍ଥ୍ୟ କାର୍ଡର ସ୍ଥାନ ନେବ ଏହି ଯୋଜନା । ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ । କଟକ ବାଲିଯାତ୍ରା ତଳ ପଡିଆରେ ୬ ବର୍ଷ ପରେ ଆରମ୍ଭ ହେବାକୁ ଯାଉଛି ବିଜେପିର ଡ୍ରିମ ପ୍ରୋଜେକ୍ଟ ଆୟୁଷ୍ମାନ ଭାରତ । ଏଠାରେ ଆୟୋଜିତ ବିରାଟ ସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି.ନଡ୍ଡା, ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ମନ୍ତ୍ରୀ, ନେତାଙ୍କ ଉପସ୍ଥିତରେ ଲୋକଙ୍କୁ ବଣ୍ଟାଯିବ ଆୟୁଷ୍ମାନ କାର୍ଡ । ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ୨୦୧୮ରୁ ଏହି ଯୋଜନାକୁ ଲାଗୁ କରୁନଥିଲେ ପୂର୍ବ ବିଜେଡି ସରକାର । ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଚଳାଇଥିଲେ ସରକାର । ଏବେ ଏହି ବିଏସକେୱାଇ ଯୋଜନାର ସ୍ଥାନ ନେବ ଆୟୁଷ୍ମାନ ଯୋଜନା ।


ଆଜି ପ୍ରାଥମିକ ଭାବେ କିଛି ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦେବା ପାଇଁ ନୂଆ କାର୍ଡ ପ୍ରସ୍ତୁତ ହୋଇ ରହିଛି । ଆୟୁଷ୍ମାନ ଯୋଜନାରେ ରାଜ୍ୟରେ ସାଢ଼େ ୩ କୋଟି ୪୬ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ଉପକୃତ ହେବେ ୧କୋଟି ୩ ଲକ୍ଷରୁ ଅଧିକ ପରିବାର । ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ଦିଆଯିବ। ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ପରିବାର ପିଚ୍ଛା ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ପରିବାର ପିଚ୍ଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ ।

State,National,Business

୫୦ ଟଙ୍କା ବଢ଼ିଲା ଏଲ୍‌ପିଜି ଦର

Blog Thumbnail

ଦ କୁଇଭର ବ୍ୟୁରୋ :- କେନ୍ଦ୍ର ସରକାର ଘରୋଇ ଏଲ୍‌ପିଜି ଦର ୫୦ ଟଙ୍କା କୁ ବୃଦ୍ଧି କରିଛନ୍ତି । ଉଭୟ ସାଧାରଣ ଗ୍ରାହକ ଏବଂ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ୮ ତାରିଖ (ମଙ୍ଗଳବାର)ଠାରୁ ଏହାକୁ ଲାଗୁ କରାଯିବ। ଏଥିଯୋଗୁ ସାଧାରଣ ଗ୍ରାହକ ବ୍ୟବହାର କରୁଥିବା ଘରୋଇ ଏଲ୍‌ପିଜି ଦର ୮୦୩ ଟଙ୍କାରୁ ବୃଦ୍ଧି ଘଟି ୮୫୩ ଟଙ୍କାରେ ପହଞ୍ଚିଛି। ସେହିଭଳି ଉଜ୍ଜ୍ବଳା ଯୋଜନାରେ ପ୍ରଦାନ କରାଯାଉଥିବା ଏଲ୍‌ପିଜି ଦର ୫୦୦ ଟଙ୍କା ପରିବର୍ତ୍ତେ ୫୫୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଆଗାମୀ ଦିନରେ ପ୍ରତି ୨ରୁ ୩ ସପ୍ତାହରେ ଏହି ଦରର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ କହିଛନ୍ତି। ଗୋଟିଏ ପଟେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ବଢ଼ାଇଛନ୍ତି। ଯଦିଓ ଏହାର ବୋଝ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି କୁହାଯାଇଛି ଅନ୍ୟପଟେ କିନ୍ତୁ ଏଲ୍‌ପିଜି ଦର ବଢ଼ାଇ ସାଧାରଣ ଲୋକଙ୍କ ଉପରେ ଦରଦାମ ବୋଝକୁ ଲଦି ଦେଇଛନ୍ତି। ଗ୍ୟାସ ବିକ୍ରି ବାବଦରେ ତୈଳ କମ୍ପାନିଗୁଡ଼ିକ ସହିଥିବା ୪୩ ହଜାର କୋଟି ଟଙ୍କାର କ୍ଷତିର କିଛି ଅଂଶ ଭରଣା କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଗାମୀ ଦିନରେ ରନ୍ଧନ ଗ୍ୟାସ ଦର ବୃଦ୍ଧିର ସମୀକ୍ଷା ପ୍ରତି ୧୫ରୁ ୩୦ ଦିନରେ କରାଯିବ ବୋଲି ସେ କହିଛନ୍ତି।

State

ଶିବ ଶଙ୍କର ନାୟକ ହେଲେ ଖଣି ମନ୍ତ୍ରୀ ଙ୍କ BeMC ପ୍ରତିନିଧି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କ ବ୍ରହ୍ମପୁର ମହାନଗର ନିଗମ (BeMC) ର ପ୍ରତିନିଧି ଭାବେ ନିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଶିବ ଶଙ୍କର ନାୟକ l ଏନେଇ ଆଜି ଵିଧି ବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି l

State,National

ଦିଲ୍ଲୀ ରୁ ପୁଞ୍ଜିନିବେଶ ଆଣିଲେ ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରିଛନ୍ତି । ଏହି ୩ ଦିନିଆ ଗସ୍ତବେଳେ ସେ ନିବେଶକଙ୍କ ସମ୍ମିଳନୀରେ ସାମିଲ ହୋଇଥିଲେ । ଓଡିଶାକୁ ପୁଞ୍ଜିନିବେଶ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭିଡ ଲାଗିଥିଲା । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଗସ୍ତ ଅବସରରେ ୧୩ଟି ଏମ୍‌.ଓ.ୟୁ ସ୍ୱାକ୍ଷରିତ, ୧୫ଟି ନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି । ସମୁଦାୟ ୧ ଲକ୍ଷ ୩ହଜାର ୯୦କୋଟି ଟଙ୍କାର ପୁଞ୍ଜିନିବେଶ ସହ ରାଜ୍ୟରେ ୯୫ ହଜାର ୯୧୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦିଲ୍ଲୀ ଗସ୍ତ ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

State

ମାସକୁ ୨ହଜାର ମାମଲାର ତଦନ୍ତ ଶେଷ କର : ଡିସିପି

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଏଣିକି ଆଉ ଥାନାରେ ପୁରୁଣା ମାମଲା ପଡ଼ିରହିବ ନାହିଁ। ପୂର୍ବରୁ ପଡ଼ିରହିଥିବା ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବାକୁ ହେବ। ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି। ଭୁବନେଶ୍ବର କମିସନରେଟ୍‌ ପୁଲିସରେ ବିଭିନ୍ନ ଥାନାରେ ୧୦ହଜାରରୁ ଊର୍ଧ୍ବ ପୁରୁଣା ମାମଲା ପଡ଼ିରହିଛି। ଫଳରେ ଲୋକେ ନ୍ୟାୟ ପାଇବା ବହୁ ବିଳମ୍ବିତ ହେଲାଣି। ତେଣୁ ମାସକୁ ଅତିକମ୍‌ରେ ୨ ହଜାର ମାମଲାର ତଦନ୍ତ ଶେଷ କରିବା ସହ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି। ଏଥିପାଇଁ ସମସ୍ତ ଥାନାକୁ ଓ ଜୋନ୍‌ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଡିସିପିମାନେ ସବୁ ଜୋନ୍‌ର ପୁରୁଣା ମାମଲା ତଦନ୍ତ ବାବଦରେ ତଦାରଖ କରିବେ। ଠିକଣା ସମୟରେ ତଦନ୍ତ ଶେଷ କରିଥିବା ଅଧିକାରୀଙ୍କୁ ପୁରସ୍କୃତ କରାଯିବ ଓ ଯେଉଁମାନେ ଏଥିରେ ଅସଫଳ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡିସିପି ଶ୍ରୀ ମୀନାଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ଏବେ ପୁଲିସ ମହଲରେ ଛନକା ପଶିଛି। ତେବେ ପ୍ରତି ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସରେ ପାଖାପାଖି ୧୨୩୨ରୁ ଅଧିକ ମାମଲା ରୁଜୁ ହେଉଛି। ମାର୍ଚ୍ଚ ମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୁଲିସ ୧୩୦୦ ମାମଲାର ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଏମିତି ହିସାବରେ ପ୍ରତିମାସରେ କିଛି ନା କିଛି ମାମଲା ସେମିତି ଗଡ଼ୁଛି। ଚାର୍ଜସିଟ୍‌ ହୋଇପାରୁନାହିଁ। ବିଶେଷକରି ପୁରୁଣା ମାମଲା ଗଡ଼ୁଥିବାରୁ ଲୋକେ ନ୍ୟାୟ ପାଇପାରୁନାହାନ୍ତି। ତେଣୁ ଆଗକୁ ପ୍ରତି ମାସରେ ୨୦୦୦ରୁ ଅଧିକ ମାମଲାର ତଦନ୍ତ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ପ୍ରତି ଜୋନ୍‌ରେ ଜଣେ ଲେଖାଏ ଆଡିସ୍‌ନାଲ୍‌ ଡିସିପିଙ୍କୁ ପରାମର୍ଶଦାତା ଭାବେ ଦାୟିତ୍ବ ଦିଆଯାଇଛି। ସେମାନେ ନିଜ ନିଜ ଜୋନ୍‌ର ସମସ୍ତ ତଦନ୍ତକାରୀ ଅଫିସରଙ୍କୁ ଗାଇଡ୍‌ କରିବେ। ସେମାନଙ୍କ ପାଖରେ ପଡ଼ି ରହିଥିବା ମାମଲାର ତଦନ୍ତକୁ କିଭଳି ତ୍ବରାନ୍ବିତ କରାଯାଇ ଚାର୍ଜସିଟ୍‌ ଦାଖଲ ହେବ, ସେ ଉପରେ ଗୁରୁତ୍ବ ଦେବେ। ସେହିଭଳି ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରତ୍ୟେକ ଆଡିସ୍‌ନାଲ ଡିସିପି, ଏସିପି ଓ ଇନ୍ସପେକ୍ଟର୍‌ମାନେ ଏଦିଗରେ ତଦନ୍ତ ଅଧିକାରୀମାନଙ୍କ ମେଣ୍ଟର୍‌ ବା ପରାମର୍ଶଦାତା ହିସାବରେ କାର୍ଯ୍ୟ କରିବେ। ଯେଉଁ ଅଧିକାରୀଙ୍କ ନିକଟରେ ସର୍ବାଧିକ ମାମଲା ପଡ଼ିରହିଛି, ସେମାନଙ୍କୁ ଅନ୍ୟ ବରିଷ୍ଠ ଅଧିକାରୀମାନେ ସହଯୋଗ କରିବେ। ଏଥିପାଇଁ ୧୫ଜଣ ଅଧିକାରୀଙ୍କୁ ପରାମର୍ଶଦାତା ଭାବେ ବଛାଯାଇଛି ଏବଂ ସେମାନେ ମାମଲାର ତଦାରଖ କରିବେ।


ତଦନ୍ତ ଅଧିକାରୀଙ୍କୁ ଉତ୍ସାହିତ କରିବା ପାଇଁ ଭଲ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ ପୁରସ୍କାର ରାଶି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି l ଆଗକୁ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ଏବଂ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାର ପୁରୁଣା ମାମଲା ସଂଖ୍ୟା ହ୍ରାସ କରାଯିବ ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି l

Sports

ଚେନ୍ନାଇକୁ ୮ ଓ୍ବିକେଟରେ ପରାସ୍ତ କରିଛି କେକେଆର

Blog Thumbnail

ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସର ଲଜ୍ଜାଜନକ ପରାଜୟ । ପ୍ରଥମ ମ୍ୟାଚ ପରଠୁ ଅଣ୍ଟା ସଳଖି ପାରୁନି ସିଏସକେ । ଧୋନିଙ୍କ ନେତୃତ୍ବରେ ଦଳ ଶୁକ୍ରବାର ପଡିଆକୁ ଓହ୍ଲାଇଥିବା ବେଳେ ବିଜୟ ଟ୍ରକକୁ ଫେରିବା ନେଇ ଫ୍ୟାନ୍ସ ଆଶାବାଦୀ ଥିଲେ । କିନ୍ତୁ ତାହା ଫସର ଫାଟିଯାଇଛି । କୋଲାକାତାର ଘାତକ ବୋଲିଂରେ ଧ୍ବଂସବିଧ୍ବସ୍ତ ହେଲା ଚେନ୍ନାଇର ଟପ ଅର୍ଡର ଓ ମିଡିଲ ଅର୍ଡନ । ଚେପକରେ ଚାଲିପାରିଲାନି କାହାରବି ବଲ୍ଲା । ପୁଣି ଫ୍ୟାନ୍ସକୁ ନିରାଶ କରିଛି ଧୋନି ବାହିନୀ । ଆଇପିଏଲର ୨୫ ତମ ମୁକାବିଲାରେ ଚେନ୍ନାଇକୁ ୮ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ୫୯ ଟି ବଲ ବାକି ଥାଇ ଚେନ୍ନାଇ ବିପକ୍ଷରେ କେକେଆରର ସହଜ ବିଜୟ ହୋଇଛି । ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ ୨୦ ଓଭରରେ ୧୦ ୱିକେଟ୍ ହରାଇ ୧୦୩ ରନ୍ ସଂଗ୍ରହ କରି କୋଲକାତା ନାଇଟ୍ ରାଇଡର୍ସକୁ ୧୦୪ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ମାତ୍ର ୧୦. ୧ ଓଭରରେ ୨ ୱିକେଟ୍ ହରାଇ ୧୦୭ ରନ୍ ସ୍କୋର କରି କେକେଆର୍ ଏହି ଲକ୍ଷ୍ୟ ହାସଲ କରି ମ୍ୟାଚକୁ ୮ ୱିକେଟ୍ ଜିତିଥିଲା। ୬ ଟି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଏହା ତୃତୀୟ ବିଜୟ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସର ୬ଟି ମ୍ୟାଚରେ ପଞ୍ଚମ ପରାଜୟ । ଘରୋଇ ଷ୍ଟାଡିୟମରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ପୁରା ରଣନୀତି ସହ ଧୋନିଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । କିନ୍ତୁ ରାହାଣେଙ୍କ ରଣନୀତି ଆଗରେ ସବୁ କିଛି ଧୋଇ ହୋଇଯାଇଥିଲା । କାମ ଦେଲାନାହିଁ ଧୋନିଙ୍କ କୌଣସିବି ପାଓ୍ବାର । କେକେଆରର ଘାତକ ବୋଲିଂରେ ମାଡି କାମୁଡିଥିଲେ ଚେନ୍ନାଇ ବ୍ୟାଟର । ଦୁବେଙ୍କୁ ଛାଡି ଦେଲେ କେହିବି ବେସି ସମୟ ପଡିଆରେ ତିଷ୍ଠି ପାରିନଥିଲେ ।

State

ଆସୁଛି ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ବସ୍ତି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଫଳରେ କାଲି ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି । ଏହି ସମୟରେ ପବନର ବେଗ ୩୦ରୁ ୪୦ ଡିଗ୍ରୀ ରହିବ । ସେହିପରି ୯ ତାରିଖ ଦିନ ୧୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖରେ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

National,International

ଆଜି ଭାରତ ଫେରୁଛି ତହବୁର ରାଣା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଆମେରିକାରୁ ଆସୁଛି ଆତଙ୍କୀ ତହବୁର ରାଣା । ଅଧବାଟରେ ଆଜ୍ଞାତସ୍ଥାନରେ କିଛି ସମୟ ବିଶ୍ରାମ କରିଥିବା ସୂଚନା ରହିଛି । ତେବେ ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଏନଆଇଏ ପଟିଆଲା କୋର୍ଟରେ ହାଜର କରାଯିବ । ତିହାର ଜେଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ସେଲରେ ତାକୁ ରଖିବା ନେଇ ବିଚାର ବିମର୍ଷ ଚାଲିଛି । ତେବେ ମୁମ୍ବାଇ ଆକ୍ରମଣ ବାବଦରେ ଅଧିକ ତଥ୍ୟ ତହବୁର ଠାରୁ ମିଳିବା ନେଇ ଆଶା କରାଯାଉଛି । ତେବେ ଦୀର୍ଘ ୧୬ ବର୍ଷ ପରେ ଭାରତର ବଡ କୁଟନୀତି ବିଜୟ ହୋଇଛି l


୨୦୦୮ ନଭେମ୍ବର ୨୬, ଦୋହଲି ଥିଲା ଦେଶର ବାଣିଜ୍ୟ ସହର ମୁମ୍ବାଇ । ଆତଙ୍କୀଙ୍କ ଗୁଳିମାଡ଼ରେ ରକ୍ତପାତ ହୋଇଥିଲା ମାୟାନଗରୀ । ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । କଡ଼ା ସୁରକ୍ଷା ଭିତରେ ଆମେରିକାରୁ ଆତଙ୍କୀର ପ୍ରତ୍ୟର୍ପଣ ପ୍ରକିୟା ଆରମ୍ଭ ହୋଇଛି । ଭାରତ ଉପରେ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ପ୍ରତ୍ୟର୍ପଣରୁ ବଞ୍ଚିବାକୁ ବାରମ୍ବାର ଆମେରିକା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି ଫେଲ ମାରିଥିଲା । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଶାସନ ଆତଙ୍କୀର ପ୍ରତ୍ୟର୍ପଣ ପାଇଁ ଦେଇଥିବା ପ୍ରତିଶ୍ରୁତି ଏବେ ପୂରା ହୋଇଛି ।

State

ହତ୍ୟା ଉଦ୍ୟମ ମାମଲାରେ ୬ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହର ସ୍ଥିତ ବିଜିପୁର କାଳୀ ମନ୍ଦିର ନିକଟରେ ଯୁବକକୁ ଆକ୍ରମଣ ଘଟଣା,୨ମାସ ଧରି ଫେରାର ଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛିଟାଉନ ଥାନା ପୋଲିସ । ସୂଚନା ପ୍ରକାରେ, ଚଳିତ ବର୍ଷ ଗତ ଜାନୁୟାରୀ ୨୭ ତାରିଖରେ ରାତିରେ ବିଜିପୁର କାଳୀ ମନ୍ଦିର ନିକଟରେ ସୁଜନ ପାତ୍ର ଓ ଅଭିନାଶ ମହାନ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରି ଦୀର୍ଘ ୨ ମାସ ହେଲା ଫେରାର ହୋଇଥିଲେ ୬ ଅଭିଯୁକ୍ତ । ଏହି ସବୁ ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବିଭୁତି ଭୂଷଣ ସେଠୀ ,ରଞ୍ଜିତ କୁମାର ଦାଶ ଓ ଅନ୍ୟ ପୁଲିସ କର୍ମଚାରୀମାନେ କଟକ, ପୁରୀ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୁଧବାର ୬ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ପୁଲିସ ଅକ୍ଳାନ୍ତ ପରିଶ୍ରମ କରିଛି । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଶାଣୀ ନୁଆଁ ଗ୍ରାମର ହିମାଂଶୁ ସାହୁ,ଆଙ୍କୁଲି ଅଞ୍ଚଳର ଦେବାଶିଷ ସାହୁ, ବୈଦ୍ୟନାଥ ନଗରର ସାର୍ଥକ ମହାନ୍ତି,ଗେଟ ବଜ଼ାର ଅଞ୍ଚଳର ଲିଙ୍କୁନ ନାୟକ,ପ୍ରେମ ନଗର ୭ତମ ଲାଇନର ସୁକେଶ କୁମାର ନାୟକ ଓ ପାଣିଗ୍ରାହୀ ପେଣ୍ଠ ସାହିର, ଆକାଶ ପାଣିଗ୍ରାହୀ । ତେବେ ଗିରଫ ପରେ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ଥାନା ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଛି l

National

ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ

Blog Thumbnail

ଦ କୁଇଭର ବ୍ୟୁରୋ :- କୋଲକାତାରେ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ । ବିଜେପିର ଅଭିଯୋଗ ହିନ୍ଦୁଙ୍କୁ କରାଯାଉଛି ଟାର୍ଗେଟ । ଭିଡ଼ିଓ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୋଷ ଦେଇଛି ପଶ୍ଚିମବଙ୍ଗ ବିଜେପି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁନ୍ଦର ଅଭିଯୋଗ କରିଛନ୍ତି ହିନ୍ଦୁ ଭକ୍ତଙ୍କୁ ଟାର୍ଗେଟ କରାଯାଇଛି । କୋଲକାତାର ପାର୍କ ସର୍କନ ସେଭେନ ପଏଣ୍ଟ ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରା ଫେରୁଥିବା ବେଳେ ଆକ୍ରମଣ କରାଯାଇଛି । ଶୋଭାଯାତ୍ରାରୁ ଫେରୁଥିବା ସମୟରେ ଗେରୁଆ ରଙ୍ଗର ପତାକା ଥିବା ଗାଡି ଉପରେ ପଥର ବର୍ଷା ହୋଇଛି । ଏହା ଏଭଳି ହୋଇନି, ଟାର୍ଗେଟ କରି ହିସାଂ କରାଯାଇଛି । ଏବଂ ପୋଲିସ ଉପସ୍ଥିତରେ ଏଭଳି କାଣ୍ଡ ଘଟିଥିବା ବେଳେ ପୋଲିସ ଚୁପ ରହିଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । ପଶ୍ଚିମବଙ୍ଗ ବିଜେପି ଗାଡି ଉପରକୁ ଆକ୍ରମଣ ପରର ଭିଡିଓ ସେୟାର କରିଛି । ବିପୁଳ ମାତ୍ରାରେ ପୋଲିସ ଉପସ୍ଥିତିରେ ଏଭଳି ଘଟିଥିବା କହିଛି ପଶ୍ଚିମବଙ୍ଗ ବିଜେପି । ଏଥିସହ ମମତାଙ୍କ ବହୁ ଦିନର ସ୍ବପ୍ନ ପୁରା ହୋଇଛି ବୋଲି କହିଛି ବିଜେପି । କିନ୍ତୁ କୋଲକାତା ପୋଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି । ସେ ଅଞ୍ଚଳରେ କୌଣସି ରାମ ନବମୀ ଶୋଭାଯାତ୍ରା ହୋଇନଥିବା କହିବା ସହ ଗୁଜବ ଉପରେ ଗୁରତ୍ବ ନଦେବାକୁ ପରାମର୍ଶ ଦେଇଛି ।

National,State,Politics

ନଡ୍ଡା କରିବେ ଟ୍ୟୁସନ

Blog Thumbnail

ଦ କୁଇଭର ବ୍ୟୁରୋ :- ଏମଏଲଏ ଓ ଏମପି ମାନଙ୍କର କ୍ଲାସ ନେବେ ବିଜେପି ରାଷ୍ଟ୍ରିୟ ଅଧକ୍ଷ ବା ସଭାପତି ଜେପି ନଡ୍ଡା । ତାଙ୍କୁ ଜାତୀୟ ଏଜେଣ୍ଡା ଉପରେ ଟ୍ୟୁସନ କରିବେ । ଭୁବନେଶ୍ୱରରେ ନୁହେଁ, ଦଳର ଏମପି ଓ ଏମଏଲଏ ମାନଙ୍କୁ ନେଇ ପୁରୀରେ ୩ ଦିନ ଧରି ପାଠ ପଢ଼ାଯିବ । ଜାତୀୟ ଏଜେଣ୍ଡା କଣ ରହିଛି । ଆଉ କୋଉ ପ୍ରକ୍ରିୟାରେ ଏଠାରେ କାର୍ଯ୍ୟ ଆରମ୍ଭ କରାଯିବ, ସେ ନେଇ ବିଷଦ ଭାବେ ସୂଚନା ଦେବେ । କେବଳ ସେତିକି ନୁହେଁ । ଯଦି ରାଜ୍ୟ ବିଜେପିର ସ୍ଥିତିକୁ ଦେଖିବା ତାହେଲେ ରାଜ୍ୟ ବିଜେପିରେ ବର୍ତମାନ ଗଡାତଡା ମାଡ଼ପିଟ ଲାଗିଛି । ସାମନାକୁ କେହି ଦେଖେଇ ଦେଉନାହାନ୍ତି, କିନ୍ତୁ ଭିତରେ ଏତେ ଜୋହରରେ ଚେର କଟାକଟି ଚାଲିଛି ଯେ କିଏ କେତେବେଳେ ପଡିବ ଠିକ ନାହିଁ ।


ଦଳ ଭିତରେ ଏମିତି ଲାଗିଛନ୍ତି ଯେ ମାଡ଼ପିଟ କହିଲେ ନ ସରେ । ପୁରା ଗୋଷ୍ଠୀ ବିବାଦ । କିଏ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ତ କିଏ ଏମପି ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀ, ଆଉ କିଏ ମନମୋହନ ସାମଲଙ୍କ ଗୋଷ୍ଠୀ ତ ଆଉ କିଏ ପୁଣି ପଶ୍ଚିମ ଓଡ଼ିଶା ଜୟ ନାରାୟଣ ମିଶ୍ର ଓଗେରଙ୍କ ଗୋଷ୍ଠୀ । ମୁଖ୍ୟ ମନ୍ତ୍ରୀ ମୋହନ ମାଝି ଏଠି ଚୁପ । ବିଭିନ୍ନ ଗୋଷ୍ଠୀ କେବଳ ଚାପ ପକେଇବାରେ ବ୍ୟସ୍ଥ । ଏହା ଦ୍ୱାରା କେବଳ ବିଜେପିର ଯେ ଛବି ମଳିନ ହେଉନାହିଁ, ବିଜେପି ଭିତରେ ଭିତରେ ଦୁର୍ବଳ ହେଉଥୁବା ସ୍ପଷ୍ଠ ବାରି ହୋଇପଡୁଛି । ବିଜେଡି ଭିତରେ ଆରମ୍ଭ ହୋଇଥିବା ହଲଚଲକୁ କିଭଳି ବିଜେପି ଫାଇଦାରେ ପରିଣତ କରିବ, ସେ ପାଇଁ ସମସ୍ତେ ଲାଗିଛନ୍ତି । କିନ୍ତୁ ଏଥି ପାଇଁ ରୋଡ ମ୍ୟାପ ଦିଲ୍ଲୀରେ ତିଆରି ହୋଇଛି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରୁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟକୁ ଧରି ଭୁବନେଶ୍ୱର ପହଞ୍ଚିଥିଲେ ନଡ୍ଡା । ଅନୁପଚାରିକ କଥା ଏବେ ଦଳର କିଛି ପୁରୁଖା ବା କାଢ଼ୁଆ ନେତାଙ୍କୁ ନେଇ ଆଗ ବିଚାର ବିମର୍ଷ କରିବ । ତାପରେ ପୁରୀରେ ସବୁ ବିଧାୟକ ଏବଂ ଏମପି ମାନଙ୍କର କ୍ଲାସ ନିଆ ହେବ । ଦଳର ଜାତୀୟ ଏଜେଣ୍ଡାକୁ ନେଇ ତାଙ୍କୁ ରାସ୍ତା ବତାଇବ । ଦଳର ଜାତୀୟ ଏଜେଣ୍ଡାରେ ଖଣି ଓ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି । ଏହା ଦ୍ୱାରା କାଳେ ବଡ଼ ବିକାଶ ହୋଇପାରିବ । ଆଉ ଦଳର ପାଣ୍ଠି ବି ବଢ଼ି ପାରିବ । ସେଥି ପାଇଁ ଜାତୀୟ ଏଜେଣ୍ଡାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ବେଳେ, ଯେମିତି କୌଣସି ଅସୁବିଧା ନ ହୁଏ, ସମସ୍ତଙ୍କ ସହଯୋଗ ରୁହେ, ସେ ଦିଗରେ ସମସ୍ତଙ୍କୁ ପାଠ ପଢେଇବ ।


ଏମିତି କିଛି ଯୋଜନା ନେଇ ନଡ୍ଡା ପହଞ୍ଚିଛନ୍ତି ଭୁବନେଶ୍ୱରରେ । ନଡ୍ଡା କେବଳ ଗୋଷ୍ଠୀ ବିବାଦ ଉପରେ ଆଲୋଚନାକରିବେ ନାହିଁ, ଏମପି ଓ ବିଧାୟକ ମାନେ କିଭଳି ଖଣି ଓ ଶିଳ୍ପ ସଂସ୍ଥା ମାନଙ୍କୁ ସହଯୋଗ କରିବେ, ସେ ହୁଇପ ବି କାଳେ ଜାରି କରିବେ । ଆଉ କିଛି ରାଜନୈତିକ ପଇଁତରା ଏଠି ଦେଇଯିବେ, ଯାହାଦ୍ୱାରା ଓଡ଼ିଶା ବାସୀଙ୍କୁ ମନ୍ତ୍ର ମୁଗ୍ଧ କରି ବିଜେପି ତାର କାମକୁ ଆଗେଇ ନେବ । ନଡ୍ଡାଙ୍କର ଏହି ଆଭିମୁଖ୍ୟକୁ ଓଡ଼ିଶା ନେତା କେତେ ଏହାକୁ କାର୍ଯ୍ୟକାରୀ କରିପାରୁଛନ୍ତି ।



Sports

RCBକୁ ହରାଇଲା DC

Blog Thumbnail

ଦ କୁଇଭର ବ୍ୟୁରୋ :- ଆରସିବିର ବିଜୟ ଧାରାରେ ବ୍ରେକ ଲଗାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଘରେ ପଶି ହରାଇଲା ଡିସି । କେଏଲ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଲଗାତାର ଚତୁର୍ଥ ମ୍ୟାଚରେ ବିଜୟୀ ହୋଇଛି ଅକ୍ସର ପଟ୍ଟେଲ ବାହିନୀ । ଚଳିତ ଆଇପିଏଲର ୧୮ତମ ସଂସ୍କରଣର ୨୪ ତମ ମୁକାବିଲାରେ ଦିଲ୍ଲୀ ଠାରୁ ୬ ଓ୍ବିକେଟରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ l ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଜି ଆଇପିଏଲର ୨୪ ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୬୩ ରନ କରିଥିଲା । ୧୬୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ୧୮ଓଭର ଶେଷ ଶୁଦ୍ଧା ଦଳ ୪ ଓ୍ବିକେଟ ହରାଇ ୧୬୯ ରନ କରି ବିଜୟୀ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ଆଜି ବିଜୟ ଲକ୍ଷ୍ୟ ନେଇ ଦଳ ବେଶ ଆଶାବାଦୀ ଥିଲା । କିନ୍ତୁ ବୋଲିଂରେ ଏତେଟା ଭଲ ନହେବାରୁ ଦଳ ବିଜୟ ଠାରୁ ଦୂରରେ ରହିଯାଇଥିଲା ।

State

ମା’ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରହରୀ ଧର୍ମଝଣ୍ଡା ହେଲା ସ୍ଥାପନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ପରମ୍ପରା ଉପରେ ଆଧାରିତ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଆଜି ବି ଏହାର ଗୁରୁତ୍ଵ ବଜାଇ ରଖିଛି। ଯାତ୍ରା ସମୟରେ ପ୍ରଥମେ ଆମନ୍ତ୍ରଣ କରାଯାଉଥିବା ଧର୍ମଝଣ୍ଡା ଯାତ୍ରାର ପଞ୍ଚମ ଦିବସରେ ଲାଗିବାର ବିଧି ରହିଥାଏ । ଯାତ୍ରାର ନିୟମାନୁଯାୟୀ କମଳାବାରୀ ସାହିରୁ ଧର୍ମଝଣ୍ଡା କୁ ଅଣାଯାଇ ସ୍ଥାପନ କରାଯାଉଛି। କିଂବଦନ୍ତୀ ଅନୁଯାୟୀ ଠାକୁରାଣୀ ଯାତ୍ରା ବଂଶାନୁକ୍ରମେ ଚାଲିଆସିଛି। ମା'ଙ୍କ ସ୍ଵପ୍ନାଦେଶ ପରେ ଡେରା ସଂପ୍ରଦାୟର ଜଣେ ଭକ୍ତ ମା'ଙ୍କୁ ଆଣି ଯାତ୍ରା କରିବା ପୂର୍ବରୁ ସମସ୍ତ ଜାତିଭାଇଙ୍କୁ ଜଣାଇ ଆଲୋଚନା କରିଥିଲେ । ସେହି ସମୟରେ ବ୍ରହ୍ମପୁରକୁ ୧୮ଟି ମଣ୍ଡଳରେ ବିଭକ୍ତ କରାଯାଇ ୧୮ଜଣ ସେନାପତି ନିଯୁକ୍ତ ହୋଇ ଜାତିର ସମସ୍ତ ଉନ୍ନୟନ କାର୍ଯ୍ୟ ସଂପାଦନ କରୁଥିଲେ। କମଳବାରୀ ସାହିରେ ଜଣେ ପ୍ରମୁଖ ସେନାପତି ବାସ କରୁଥିଲେ । ଉକ୍ତ ସେନାପତିଙ୍କ ଦାୟିତ୍ଵ ଥିଲା ମା'ଙ୍କ ପ୍ରହରୀ ତଥା ଧର୍ମର ପ୍ରତୀକ ଧର୍ମଝଣ୍ଢାକୁ ନେଇ ଅସ୍ଥାୟୀମଣ୍ଡପରେ ସ୍ଥାପନ କରିବା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ସାହିରୁ ଧର୍ମଝଣ୍ଡା ଅଣାଯାଇ ସ୍ଥାପନ କରାଯାଉଛି। । ଉକ୍ତ ସେନାପତିଙ୍କ ବଂଶଧର ନଥିବା ଯୋଗୁଁ ପ୍ରଥା ଅନୁଯାୟୀ ସାହି ପକ୍ଷରୁ ଧର୍ମଝଣ୍ଡା କାର୍ଯ୍ୟ ପ୍ରସ୍ତୁତ କରାଯାଉଛି। ଧର୍ମଝଣ୍ଡା ସ୍ଥାପନ କରିବା ପଛର ବି ରହିଛି କାରଣ,ପୁରୀ ଶ୍ରୀକ୍ଷେତ୍ର ଧାମରେ ଯେଭଳି ମହାପ୍ରଭୁଙ୍କୁ ସମ୍ମୁଖରେ ରହିଥିବା ଅରୁଣ ସ୍ତମ୍ଭ ନିକଟରେ ରହି ପ୍ରଭୁଙ୍କୁ ଭକ୍ତ ଦର୍ଶନ କରନ୍ତି, ସେହିଭଳି ଧର୍ମଝଣ୍ଡା ନିକଟରେ ରହି ମାଁ'ଙ୍କ ଦର୍ଶନ କରିବାର ବିଧି ରହିଛି। ଝଣ୍ଡା ରେ ଲାଗିଥିବା ଦୁଇଟି ଲାଲ ଓ କଳାରଂଗର ପତାକା ଧର୍ମର ପତାକା ବୋଲି ଅଭିହିତ କରାଯାଇଛି। ଧର୍ମଝଣ୍ଡା ସ୍ଥାପନ ହେବା ପରେ ଭକ୍ତଙ୍କ ପକ୍ଷରୁ ମା'ଙ୍କ ଶୁଙ୍ଖୁଡ଼ି ଭୋଗ ଆରମ୍ଭ ହୋଇଥାଏ | ଅସ୍ଥାୟୀମଣ୍ଡପରେ ମା'ଙ୍କ ଭୋଗ ବେଳେ ଧର୍ମଝଣ୍ଡା ନାମରେ ରାଜଭୋଗ କରାଯାଇଥାଏ । ଅନ୍ୟପକ୍ଷରେ ଧର୍ମଝଣ୍ଡା ହେଉଛି ମା'ଙ୍କ ଭଣ୍ତାର ଗୃହ ବା ଶୀତଳାଦେବୀ। ମା'ଙ୍କ ନିଜସ୍ବ ମନ୍ଦିରରେ ଯେପରି ମା' ଶୀତଳାଦେବୀ ରହି ମା'ଙ୍କ ଭଣ୍ଡାରଗୃହ ଭାବେ ପୂଜା ପାଉଛନ୍ତି ସେଭଳି ଅସ୍ଥାୟୀମଣ୍ଡପରେ ବି ପୂଜା ପାଉଛନ୍ତି । ସୋମବାର ଧର୍ମଝଣ୍ଡା ସ୍ଥାପନ ପରେ ମହିଳା ଶ୍ରଦ୍ଧାଳୁ ମାନେ ଧର୍ମଝଣ୍ଡା କୁ ହଳଦୀ ପାଣି ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ।