ଦ କୁଇଭର ବ୍ୟୁରୋ :- ଆରସିବିର ବିଜୟ ଧାରାରେ ବ୍ରେକ ଲଗାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଘରେ ପଶି ହରାଇଲା ଡିସି । କେଏଲ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଲଗାତାର ଚତୁର୍ଥ ମ୍ୟାଚରେ ବିଜୟୀ ହୋଇଛି ଅକ୍ସର ପଟ୍ଟେଲ ବାହିନୀ । ଚଳିତ ଆଇପିଏଲର ୧୮ତମ ସଂସ୍କରଣର ୨୪ ତମ ମୁକାବିଲାରେ ଦିଲ୍ଲୀ ଠାରୁ ୬ ଓ୍ବିକେଟରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ l ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଜି ଆଇପିଏଲର ୨୪ ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୬୩ ରନ କରିଥିଲା । ୧୬୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ୧୮ଓଭର ଶେଷ ଶୁଦ୍ଧା ଦଳ ୪ ଓ୍ବିକେଟ ହରାଇ ୧୬୯ ରନ କରି ବିଜୟୀ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ଆଜି ବିଜୟ ଲକ୍ଷ୍ୟ ନେଇ ଦଳ ବେଶ ଆଶାବାଦୀ ଥିଲା । କିନ୍ତୁ ବୋଲିଂରେ ଏତେଟା ଭଲ ନହେବାରୁ ଦଳ ବିଜୟ ଠାରୁ ଦୂରରେ ରହିଯାଇଥିଲା ।
No comments yet.
State
ଭୁବନେଶ୍ୱର( ଦ କୁଇଭର ):- ଆଜି ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ୧୯ ପ୍ରକଳ୍ପର ଉଦଘାଟନ ଶିଳନ୍ୟାସ ସମେତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳାରେ ସାମିଲ ହେବେ । ‘ଭିତ୍ତିଭୂମି ବିକାଶ ଏବଂ ଓଡ଼ିଶା’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ଅପରାହ୍ନରେ ଗଡ଼କରୀ ଭୁବନେଶ୍ୱର ଫେରିବେ। ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ । ଅପରାହ୍ନ ୩ଟାରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ । ପରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ । ଏଥିରେ ୨ହଜାର ୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ୪ଟି ସିଆରଆଇଏଫ୍ ବ୍ରିଜ୍ ର ଶିଳାନ୍ୟାସ ରହିଛି । ସେହିପରି ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ଉଦଘାଟନ କରିବେ । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
State
ପାରଳାଖେମୁଣ୍ଡି( ଦ କୁଇଭର ):- ଦକ୍ଷିଣାଞ୍ଚଳ ଆଇଜି ନୀତିନ୍ ଶେଖର ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି , ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର୍ଶନ ସହ ନିରୀକ୍ଷଣ କରିଥିବାର ଜଣାପଡିଛି । ମୁଖ୍ୟତଃ ଶିଶୁ, ନାବାଳିକା, ମହିଳା ନିଖୋଜ ମାମଲା ଗୁଡିକୁ ଏକମାସ ମଧ୍ୟରେ ଉଦ୍ଧାର କରି ପର୍ଦ୍ଦାଫାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇଜି । ଏହା ସହ ମାମଲାର ପରିଚାଳନା, ତଦନ୍ତକାରୀ ଅଧିକାରୀ ମାନେ ତଦନ୍ତ ପ୍ରକ୍ରୀୟାକୁ ଅଧିକ କ୍ରିୟାଶୀଳ କରିବା ସହ ତଦନ୍ତକୁ ତ୍ବରାନୀତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚୋରୀ, ଅପହରଣ ମାମଲା ଗୁଡିକୁ ଅଗ୍ରାଧିକାର ଦେଇ ଅଭିଯୁକ୍ତମାନଙ୍କୁ ଧରିବାପାଇଁ କହିଥିବାର ଜଣାଯାଇଛି । ଆଇଜିଙ୍କ ଶ୍ରୀ ଶେଖର ଏହି ନିରୀକ୍ଷଣ ବେଳେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Politics,State
ଭୁବନେଶ୍ୱର( ଦ କୁଇଭର ):- ଆଜି ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସଭାପତି ପଦ ପାଇଁ ନବୀନ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନବମ ଥର ପାଇଁ ସେ ବିଜେଡିର ସଭାପତି ହେବା ଏକପ୍ରକାର ପକ୍କା । ଏନେଇ ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା ହେବ । ତେବେ ସାଧାରଣ ନିର୍ବାଚନ ୨୦୨୪ରେ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି। ଏବେ ଦଳର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ନବୀନ ପୁଣି ଥରେ ବିଜେଡି ସଭାପତି ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବିଜେଡି ସଭାପତି ପଦ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ। ତେବେ ବିଜେଡି ସଭାପତି ରେସରେ ଆଉ କେହିନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନିଶ୍ଚିତ ହୋଇଯାଇଛି।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବି ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ୨ହଜାର ନୂଆ ଟ୍ରାଫିକ୍ ପଦବିକୁ ସରକାରଙ୍କ ମଞ୍ଜୁରି ମିଳିଛି । ନୂଆ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସ୍ତରରେ ୭୦, ଜିଲ୍ଲା ସ୍ତରରେ ୧୯୩୦ ପଦବି ସୃଷ୍ଟି ହୋଇଛି । ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା । ତେବେ ରାଜ୍ୟ ସ୍ତରୀୟ ସେଟ-ଅପ୍ରେ ନିମ୍ନଲିଖିତ ଭାବେ ପଦବି ସୃଷ୍ଟି କରାଯାଇଛି । ତେବେ ADGP/IGP ଗୋଟିଏ ପଦବି, DIG (ପୋଲିସ) ଗୋଟିଏ ପଦବି, SP ୨ ଟି ପଦବି, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଳ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବି ସୃଷ୍ଟି ହୋଇଛି । ସମୁଦାୟ ୭୦ଟି ପଦବି ସୃଷ୍ଟି ହୋଇଛି ।
Sports
ଦ କୁଇଭର ବ୍ୟୁରୋ :- ରାଜସ୍ଥାନ ହାତରୁ ବିଜୟ ଛଡାଇ ଆଣିଲା ଦିଲ୍ଲୀ । ଶେଷ ଓଭର ପଲଟାଇ ଦେଲା ମ୍ୟାଚ । ଚଳିତ ସିଜିନରେ ଖେଳାଗଲା ପ୍ରଥମ ସୁପରଓଭର । ଯେଉଁଥିରେ ରାଜସ୍ଥାନକୁ ପରାସ୍ତ କରି ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଶେଷ ଓଭରରେ ରାଜସ୍ଥାନକୁ ଜିତିବା ପାଇଁ ୯ ରନ ଦରକାର ଥିଲା । ହେଲେ ଷ୍ଟାର୍କ ଦମଦାର ବୋଲିଂ ଯୋଗୁଁ ମ୍ୟାଚ ଟାଇ ହୋଇଯାଇଥିଲା । ଖେଳାଯାଇଥିଲା ସୁପର ଓଭର । ଏହି ସୁପର ଓଭରରେ ଦିଲ୍ଲୀ ଟିମ ବାଜି ମାରି ନେଇଛି । ଅଭିଷେକ ପୋରେଲ ଏବଂ କେଏଲ ରାହୁଲଙ୍କ ମଧ୍ୟରେ ଏକ ଚମତ୍କାର ଭାଗୀଦାରି ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ପାଇଁ ୧୮୯ ରନର ଟାର୍ଗେଟ ରଖିଥିଲା । ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯଦିଓ ଦିଲ୍ଲୀ ପାଇଁ କୌଣସି ବ୍ୟାଟସମ୍ୟାନ୍ ବଡ଼ ଇନିଂସ ଖେଳିପାରିନଥିଲେ, ସେମାନେ ଛୋଟ ଛୋଟ ଭାଗରେ ଭଲ ପ୍ରଦର୍ଶନ କରିଥିଲେ ଯାହା ଦଳକୁ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୮୮ ରନ କରିବାରେ ସାହାଯ୍ୟ କରିଥିଲା। ଦିଲ୍ଲୀ ପକ୍ଷରୁ ପୋରେଲ ସର୍ବାଧିକ ୪୯ ରନ କରିଥିବା ବେଳେ କେଏଲ୍ ରାହୁଲ ୩୮ ରନର ଅବଦାନ ରଖିଥିଲେ। ରାଜସ୍ଥାନ ପକ୍ଷରୁ ଆର୍ଚର ଦୁଇଟି ୱିକେଟ୍ ନେଇଥିବା ବେଳେ ମହେଶ ତିକ୍ଷଣ ଏବଂ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Sports
ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ହାରିଲା ଦିଲ୍ଲୀ । ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ରୋମାଞ୍ଚକର ମ୍ୟାଚରେ ୧୨ ରନରେ ଜିତିଲା ମୁମ୍ବାଇ । ପ୍ରଥମ ଥର ପରାଜୟର ସ୍ବାଦ ଚାଖିଛି ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ୪ଟି ମ୍ୟାଚ ଜିତିଥିବା ବେଳେ ବିଜୟରେ ବ୍ରେକ ଲଗାଇଛି ଏମଆଇ । ସେହିପରି ମୁମ୍ବାଇର ଏହା ଦ୍ବିତୀୟ ବିଜୟ । ଟାର୍ଗେଟ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଏତେଟା ଭଲ ପ୍ରଦର୍ଶନ କରିନଥିଲା । ପ୍ରଥମ ବଲରେ ହିଁ ଆଉଟ ହୋଇଥିଲେ ମେକଗର୍କ । ଜେକ ଆଉଟ ହେବା ପରେ କରୁଣ ନାୟର ଓ ଅଭିଷେକ ପୋରେଲଙ୍କ ଜବରଦସ୍ତ ପାର୍ଟନରସିପ ଦେଖିବାକୁ ମିଳିଥିଲା । ନାୟର ୨୨ ବଲରେ ଅର୍ଦ୍ଧଶତକ କରିଥିଲେ ।
National,State
ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଗତକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିକାନ୍ତ ଦାସ । ଅପରାହ୍ନରେ ଝାରସୁଗଡ଼ାରେ ପହଞ୍ଚିବେ ଡ.ପିକେ ମିଶ୍ର । ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବଙ୍କ ଏକା ସମୟରେ ଓଡ଼ିଶା ଗସ୍ତ । ଶକ୍ତିକାନ୍ତ ଦାସ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଶକ୍ତିକାନ୍ତ ଦାସ ଘଟଗାଁ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବେ,ଅପରାହ୍ନରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ସମ୍ବଲପୁର IIM ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । IIM କନଭୋକେସନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହାଛଡ଼ା ତାଙ୍କର କିଛି ସରକାରୀ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।
National
ମୁମ୍ବାଇ( ଦ କୁଇଭର ):- ବଲିଉଡ ଜଗତରେ କେତେବେଳେ ହତ୍ୟା ଧମକ ତ କେତେବେଳେ ଗାଡି ଉଡାଇଦେବାର ଧମକ ଦେଉଛନ୍ତି । ବଲିଉଡ ସୁପରଷ୍ଟାର ସଲମାନଙ୍କୁ ୨୦୧୮ ରୁ ଧମକ ପରେ ଧମକ ମିଳୁଥିବା ବେଳେ ସୋମବାର ପୁଣି ଏକ ହତ୍ୟା ଧମକ ତ ମିଳିଛି, କିନ୍ତୁ ଏହି ଧମକ ଯେତିକି ଚର୍ଚ୍ଚାରେ ନାହିଁ ସେତିକି ଚର୍ଚ୍ଚାରେ ରହିଛି ତାରିଖକୁ ନେଇ । କାରଣ ପୂର୍ବ ବର୍ଷ ବି ଏଇ ସମାନ ତାରିଖରେ ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ । ୨୦୨୪ ଏପ୍ରିଲ ୧୪ ତାରିଖରେ ସଲମାନଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ତାଙ୍କ ଘରକୁ ଗୁଳିମାଡ କରାଯାଇଥିଲା ଏବଂ ହତ୍ୟା ଧମକ ମିଳିଥିଲା । ଗ୍ୟାଲେକ୍ସି ଗୁଳିମାଡକୁ ଆଜି ବର୍ଷେ ପୂରିଥିବା ବେଳେ ପୁଣି ସେହି ସମାନ ଦିନରେ ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ୨୦୨୪ ଏପ୍ରିଲ ୧୪ ପରେ ୨୦୨୫ ଏପ୍ରିଲ ୧୪ ତାରିଖ ଦିନ ପୁଣି ଏକ ହତ୍ୟା ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ସମସ୍ତେ ଆଉ ଧମକ ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ତେବେ ଆଜି ସଲମାନ୍ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମୁମ୍ବାଇର ବର୍ଲି ପୁଲିସ୍ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଆସିଛି । ଏଭଳି ଧମକପୂର୍ଣ୍ଣ ମେସେଜରେ ସଲମାନଙ୍କ ଘରେ ପଶି ମାରିବାକୁ କୁହାଯାଇଛି । ଖାଲି ଏତିକି ନୁହଁ ସଲମାନ୍ ଖାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇବା ପାଇଁ ମଧ୍ୟ ମିଳିଛି ଧମକ । ଖାଲି ମେସେଜ୍ ଜରିଆରେ ନୁହଁ ଫୋନ୍ କରି ମଧ୍ୟ ଦିଆଯାଇଛି ଧମକ ।
State
ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟରେ ସୃଷ୍ଟି ହୋଇଛି 2,500 ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା 17,675 ଅଛି। 2,500 ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା 20,175 ହେଲା ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ 12,000 ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।
Sports
ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇର ତୃତୀୟ ବିଜୟ । ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଆଇପିଏଲର ୩୩ ନମ୍ବର ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଅଲରାଉଣ୍ଡର ବିଲ ଜେକ୍ସ ଉଭୟ ବୋଲିଂ ଆଉ ବ୍ୟାଟିଂରେ ଚତ୍ମକାର ପ୍ରଦର୍ଶନ କରିଥିଲେ । ଜେକ୍ସ ୨ ୱିକେଟ ନେବା ସହ ୩୬ ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା ୧୬୩ ରନର ଟାର୍ଗେଟ । ୧୮. ୧ ଓଭରରେ ରନ କରିନେଇଥିଲା ଟିମ୍ । ଏହା ମୁମ୍ବାଇ ଇଣ୍ଡିଆନ୍ସର ୩ ବିଜୟ । ତେବେ ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ଓ ରିକ୍ଲେନ ଉଭୟେ ମିଳିତ ଭାବେ ୩. ୫ ଓଭରରେ ୩୨ ରନ କରିଥିଲେ । ରୋହିତ ୧୬ ବଲରେ ୩ ଛକା ମାରିବା ସହ ୨୬ ରନ କରିଥିଲେ । ପ୍ୟାଟ କମିନ୍ସଙ୍କୁ ତାଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ।ଶେଷ ଓଭରରେ ଅନିକେତ ବର୍ମାଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୬୩ ରନର ଟାର୍ଗେଟ ଦେଇଥିଲା । ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦର ବ୍ୟାଟିଂ ଧୀର ଥିଲା, କିନ୍ତୁ ଅନିକେତ ୨୦ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭରରୁ ୨୨ ରନ ନେଇଥିଲେ, ଯାହା ଫଳରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ 5 ୱିକେଟରେ ୧୬୨ ରନ କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ଓପନର ଅଭିଷେକ ଶର୍ମା ୨୮ ବଲ୍ ରେ ୭ଟି ଚୌକା ସହାୟତାରେ ସର୍ବାଧିକ ୪୦ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ୱିଲ୍ ଜ୍ୟାକ୍ସ ଦୁଇଟି ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଜସପ୍ରିତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Sports
ଦ କୁଇଭର ବ୍ୟୁରୋ :- ଏକ ରୋମାଞ୍ଚକର ମ୍ୟାଚ୍ରେ ଜିତିଲା ପଞ୍ଜାବ। ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନେତୃତ୍ୱରେ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପଞ୍ଜାବ କିଙ୍ଗସ୍, କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୧୬ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫. ୩ ଓଭରରେ ୧୧୧ ରନ୍ କରିଥିଲା। ଜବାବରେ ସମଗ୍ର KKR ଦଳ ୧୫. ୧ ଓଭରରେ ୯୫ ରନରେ ଅଲଆଉଟ୍ ହୋଇଯାଇଥିଲା। ପଞ୍ଜାବ ପକ୍ଷରୁ ଚହଲ ୪ଓଭରରେ ୨୮ ରନ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲର ମାର୍କୋ ଜାନସେନ୍ ୧୭ ରନ ଦେଇ ୩ଟି ୱିକେଟ୍ ନେଇ ଦଳର ଅଭୂତପୂର୍ବ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହିପରି ପଞ୍ଜାବ ଆଇପିଏଲ ଇତିହାସର ସର୍ବନିମ୍ନ ସ୍କୋରକୁ ରକ୍ଷା କରିଛି। ଟାର୍ଗେଟର ପିଛା କରିବା ସମୟରେ KKR ପ୍ରଥମ ଓଭରରେ ହିଁ ୱିକେଟ ହରାଇବାରୁ କୌଣସି ସମୟରେ ଭଲ ସ୍ଥିତିରେ ଦେଖାଯାଇ ନଥିଲା। ତଥାପି ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଭାବଶାଳୀ ଖେଳାଳି ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ତୃତୀୟ ୱିକେଟ ପାଇଁ ୫୫ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଏହି ଭାଗୀଦାରି ଭାଙ୍ଗିବା ମାତ୍ରେ କେକେଆରର ଇନିଂସ ତାସ ଘର ପରି ଭାଙ୍ଗି ପଡ଼ିଲା। ଶେଷରେ ଆଣ୍ଡ୍ରେ ରସେଲ ନିଶ୍ଚିତ ଭାବେ କିଛି ବଡ଼ ସଟ୍ ଖେଳି ଦଳକୁ ଜିତାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନ୍ୟ ପାର୍ଶ୍ୱରୁ କ୍ରମାଗତ ୱିକେଟ୍ ପତନ ଯୋଗୁଁ ସେ ତାଙ୍କ ପ୍ରୟାସରେ ସଫଳ ହୋଇନଥିଲେ।କେକେଆର ପକ୍ଷରୁ ହର୍ଷିତ ସବୁଠାରୁ ସଫଳ ବୋଲର ଥିଲେ ଯିଏ ତିନି ଓଭରରେ ୨୫ ରନ ଦେଇ ତିନିଟି ୱିକେଟ ନେଇଥିଲେ। ତାଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ଏବଂ ସୁନୀଲ ନାରିନ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ। ଏହା ବାଦ୍ ବୈଭବ ଆରୋରା ଏବଂ ଆନରିଚ୍ ନୋର୍ଜ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
State
ଦ କୁଇଭର ବ୍ୟୁରୋ :- ଆଜିଠାରୁ ଅର୍ଥାତ ଏପ୍ରିଲ୍ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ ଆରମ୍ଭ ହେବ।ଅଲିଭ୍ ରିଡ୍ଲେ କଇଁଛଙ୍କ ଗୁରୁତ୍ୱପୂର୍ଣ୍ଣ ଅଣ୍ଡାଦାନ ଋତୁରେ ସାମୁଦ୍ରିକ ଜୀବନକୁ ସୁରକ୍ଷା ଦେବା ପାଇଁ ଏହି ନିଷେଧାଜ୍ଞା ଉଦ୍ଦିଷ୍ଟ। ସମସ୍ତ ଯାନ୍ତ୍ରିକ ମାଛ ଧରିବା ଡଙ୍ଗା ଏବଂ ଟ୍ରଲରଗୁଡ଼ିକୁ ଏପ୍ରିଲ୍ ୧୪ ମଧ୍ୟରାତ୍ରି ସୁଦ୍ଧା ସେମାନଙ୍କ ନିଜ ନିଜ ଜେଟି ଏବଂ ମାଛ ଧରିବା ବନ୍ଦରରେ ଲଙ୍ଗର ପକାଇବାକୁ ବାଧ୍ୟତାମୂଳକ କରାଯାଇଛି।ପାରାଦୀପର ସହକାରୀ ମତ୍ସ୍ୟ ଅଧିକାରୀ ବିଜୟ କର ମତ୍ସ୍ୟଜୀବୀମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ, ସେମାନଙ୍କ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ଦୁଇ ମାସର ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ଯିବାକୁ କଡ଼ା ନିଷେଧାଜ୍ଞା ଜାରି କରାଯାଇଛି। ଗତ କିଛି ସପ୍ତାହ ଧରି ମତ୍ସ୍ୟ ବିଭାଗ ମତ୍ସ୍ୟଜୀବୀ ଗ୍ରାମଗୁଡ଼ିକରେ ସଚେତନତା ଅଭିଯାନ ଚଳାଇଛି। ସହକାରୀ ମତ୍ସ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ, ନିଷେଧାଜ୍ଞା ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ୧୯୮୨ ମସିହାର ଓଡ଼ିଶା ସାମୁଦ୍ରିକ ମାଛ ଧରିବା ନିୟନ୍ତ୍ରଣ ଆଇନ ଅନୁଯାୟୀ ଏହି ନିଷେଧାଜ୍ଞା ଲାଗୁ ହୋଇଛି। ଏହା ମତ୍ସ୍ୟ ବିଭାଗରେ ପଞ୍ଜିକୃତ ୨୦୦୦ ଟ୍ରଲର ସମେତ ପ୍ରାୟ ୨୧,୦୦୦ ମାଛ ଧରିବା ଜାହାଜକୁ ପ୍ରଭାବିତ କରିବ।
State
ଭୁବନେଶ୍ୱର ( ଦ କୁଇଭର ) :-:ବିଜେପି ଶାସନରେ ଓଡ଼ିଶା ବିକାଶ ପଥରେ ଆଗେଇଛି। ସବୁ କ୍ଷେତ୍ରରେ ବିକାଶ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ଆବଶ୍ୟକ। ଏବେ ଓଡ଼ିଶାରେ ୨ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ଚାଲିଥିବାବେଳେ ଆସନ୍ତା ୨ବର୍ଷରେ ୩ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ହେବାକୁ ଯାଉଛି। ଓଡ଼ିଶାର ଜାତୀୟ ରାଜପଥକୁ ଆମେରିକା ଭଳି କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ ୪୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଖୁବ୍ଶୀଘ୍ର ରାଜ୍ୟରେ ୭୫ହଜାର କୋଟି ଟଙ୍କା ବ୍ୟୟରେ ୨୨୩୦କିମି ରାସ୍ତା ନିର୍ମାଣ ହେବ। ଏନେଇ ଡିପିଆର୍ ପ୍ରସ୍ତୁତ ହୋଇସାରିଛି, କାର୍ଯ୍ୟାଦେଶ ଦିଆଯିବ। ସେହିପରି ଓଡ଼ିଶାରେ ୫ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ବାଇପାସ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଓଡ଼ିଶା ସରକାର ନୂଆ ଜାତୀୟ ରାଜପଥ, ରାଜପଥ ସମ୍ପ୍ରସାରଣ, ଫ୍ଲାଏଓଭର୍ ନେଇ ଯେତେ ପ୍ରସ୍ତାବ ଦେବେ ସବୁ ମଞ୍ଜୁର କରାଯିବ ବୋଲି ଶ୍ରୀ ଗଡ଼କରୀ କହିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଦେଇଥିବା ୧୩ଟି ପ୍ରକଳ୍ପକୁ ଶ୍ରୀ ଗଡ଼କରୀ ଏହି ମଞ୍ଚରୁ ମଞ୍ଜୁର ହେଲା ବୋଲି ଘୋଷଣା କରିଥିଲେ। ଏଥିପାଇଁ ୯୦୨୩କୋଟି ଖର୍ଚ୍ଚ ହେବ। ସେଗୁଡ଼ିକ ହେଲା ୪ଲେନ୍ ବିଶିଷ୍ଟ ୬୮କିମିର କନକତୋରା-ଝାରସୁଗୁଡ଼ା ରାସ୍ତା, ବଡ଼ରମା ବନ୍ୟପ୍ରାଣୀ କ୍ଷେତ୍ରରେ ୪ ଲେନ୍ ବିଶିଷ୍ଟ ୨୭କିମି ରାସ୍ତା, ପୁରୀ-କୋଣାର୍କ ୨୫କିମିର ଲିଙ୍କ୍ ରୋଡ୍, ଭଞ୍ଜପୁର-ତେଲବଣୀ ୨୫କିମିର ୪ ଲେନ୍ ରାସ୍ତା, ମୋହନାରୁ - କୋରାପୁଟ ୨୦୨କିମିର ୨ଲେନ୍ ରାସ୍ତା, କୋଟାରୁ-ମୋଟୁ ୧୮୬କିମି ରାସ୍ତା, ଦେବଗଡ଼-ଖେରାପଲ୍ଲୀ ୭୧କିମିର ୨ଲେନ୍ ରାସ୍ତା, ଅଙ୍ଗ ନଦୀ ଉପରେ ୨କିମିର ୨ ଲେନ୍ ବିଶିଷ୍ଟ ସେତୁ, ପୋଡ଼ାମାରି-ମୋହନା ୨୯କିମିର ୨ଲେନ୍ ରାସ୍ତା, କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ୨କିମିର ସେତୁ, ସୋନପୁରରେ ୨ ଲେନ୍ ବିଶିଷ୍ଟ ୯କିମିର ବାଇପାସ୍, ଆସ୍କା ସହରରେ ୨ ଲେନ୍ ବିଶିଷ୍ଟ ୧୧କିମିର ବାଇପାସ୍, କୋଲାବିରାରେ ୨ ଲେନ୍ ବିଶିଷ୍ଟ ୫କିମି ବାଇପାସ୍ ରୋଡ୍।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସବୁ ଜିଲ୍ଲାରେ ଶିଳ୍ପ କରିବାକୁ ନିଷ୍ପତ୍ତି ହୋଇଥିବାରୁ ସେହି ଅନୁଯାୟୀ ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯିବ। ଡବଲ୍ ଇଞ୍ଜିନ୍ ସରକାରରେ କେମିତି ବିକାଶ ହୁଏ ରାଜ୍ୟବାସୀ ଦେଖିବେ। ଗତ ସରକାର କେବଳ କାଗଜରେ ଯୋଜନା କରୁଥିଲେ। ଆମେ ଯାହା କହିବୁ, ତାହା କରିବୁ। ରାଜ୍ୟ ରାଜପଥ ପ୍ରାଧିକରଣ ଅଧୀନରେ ଆମେ ୭୦ହଜାର କିମିର ରାସ୍ତା ନିର୍ମାଣ କରିବାକୁ ଯାଉଛୁ। ଭୁବନେଶ୍ବର-ପୁରୀ ରାସ୍ତାକୁ ୮ଥାକିଆ କଲେ ଆମକୁ ୧୦୦ବର୍ଷ ପର୍ଯ୍ୟନ୍ତ ଚିନ୍ତା କରିବାକୁ ପଡ଼ିବନି। କୋଷ୍ଟାଲ୍ ହାଇୱେ ଦୁଇଥାକିଆ ହେବାର ଅଛି, ଏହାକୁ ୪ ଥାକିଆ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତାରେ କହିଥିଲେ, ଆଜି ଲୋକାର୍ପଣ ଓ ଶିଳାନ୍ୟାସ ହୋଇଥିବା ରାଜପଥ ପ୍ରକଳ୍ପ ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ବାନ ଦେଇଥିଲେ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ଓଡ଼ିଶାରେ ଯେଉଁ ବିକାଶର ଜୟଯାତ୍ରା ଚାଲିଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ସବୁଠୁ ଅଧିକ ଅବଦାନ ନୀତିନ ଗଡ଼କରୀଙ୍କର ଅଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ, ବହୁ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୯୦୫କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଜିଲ୍ଲାରେ ନୂଆ ଜାତୀୟ ରାଜପଥ, ଦୁଇ ଥାକିଆରୁ ଚାରିଥାକିଆ, ଚାରି ଥାକିଆରୁ ୬ ଥାକିଆ ରାସ୍ତା ନିର୍ମାଣ ହେବ। ପ୍ରାୟ ୧୦୫କିମି ରାସ୍ତା ନିର୍ମାଣ ହେବ। ସେହିପରି ୪୨୭କୋଟି ଟଙ୍କାରେ ୪.୮୨କିମିର ୪ଟି ଫ୍ଲାଏଓଭର ପାଇଁ ଶିଳାନ୍ୟାସ, ୮୪୫କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ-୫୯ ଏବଂ ଜାତୀୟ ରାଜପଥ ୧୩୦ ସିଡିର ୪୪କିମି ରାସ୍ତାକୁ ଲୋକାର୍ପଣ କରିଥିଲେ l
International
ଦ କୁଇଭର ବ୍ୟୁରୋ :- ଇତିହାସ ରଚିଲେ ୬ ମହିଳା । ୧୧ ମିନିଟରେ ମହାକାଶରେ ୨୦୦ କିମି ଯାତ୍ରା କରି ପୃଥିବୀ ପୃଷ୍ଠକୁ ଫେରିଲେ । ମହାକାଶରୁ ଫେରିଲେ ବ୍ଲୁ ଅରିଜିନ ଅଲ ୱିମେନ କ୍ରିଉ । ମହାକାଶରେ ୧୦ ମିନିଟ ୨୧ ସେକେଣ୍ଡ ବିତାଇବା ପରେ ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି ପପ୍ ଗାୟିକା କେଟି ପେରୀ ଓ ଅନ୍ୟମାନେ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ମହାକାଶ ଯାତ୍ରା କରିଥିଲେ । ପପ୍ ଗାୟିକା କେଟି ପେରି, ସାମ୍ବାଦିକା ଗେଲ୍ କିଙ୍ଗ, ମାନବାଧିକାର କର୍ମୀ ତଥା ଆଇନଜୀବୀ ଆମାଣ୍ଡ ଇଙ୍ଗୁଏନ୍, ନାସାର ପୂର୍ବତନ ବୈଜ୍ଞାନିକ ଆଇଶା ବୋୱେ ଏବଂ ସିନେ ନିର୍ମାତା କେରିଅନ ଫ୍ଲିନ୍ । ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯାଇଥିଲେ । ଏହି ସ୍ୱଳ୍ପକାଳୀନ ମିଶନକୁ ସ୍ପେଶ ଟୁରିଜିମ ନାମରେ ନାମିତ କରାଯାଇଥିଲା । ପୂର୍ବରୁ ୧୯୬୩ରେ ରୁଷର ମହାକାଶ ଯାତ୍ରୀ ଭାଲେଣ୍ଟିନା ତେରେସ୍କୋଭା ଏକାକୀ ମହାକାଶ ଯାତ୍ରା କରିଥିଲେ । ଏହି ମିଶନକୁ ଲିଡ କରିଥିଲେ ଜେଫ ବେଜୋସଙ୍କ ବାନ୍ଧବୀ ଲରେନ ସାଞ୍ଚେଜ୍ । ଛଅ ଜଣ ମହିଳା ନ୍ୟୁ ସେପର୍ଡ-୩୧ମିଶନରେ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟରେ ଯାତ୍ରା କରିଥିଲେ । ବ୍ଲୁ ଅରିଜିନ ରକେଟରେ ମହାକାଶକୁ ୧୧ ମିନିଟ୍ ଯାତ୍ରାର ମୂଲ୍ୟ ହାରାହାରି ୧କୋଟି ୧୫ଲକ୍ଷ ଟଙ୍କା । ବ୍ଲୁ ଓରିଜିନ କହିଛି ଯେ, ଏହା ୬୪ ବର୍ଷରେ ମାନବର ମହାକାଶ ଯାତ୍ରାରେ ପ୍ରଥମ ମହାକାଶ ଉଡାଣ ଥିଲା ଯେଉଁଥିରେ ପ୍ରତ୍ୟେକ ସିଟ୍ ରେ ଜଣେ ମହିଳା ବସିଥିଲେ ।
State
ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଲାଗି ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେଉଛି । ଏଭଳି ସ୍ଥିତି ଆହୁରି ୫ ଦିନ ଅର୍ଥାତ ୧୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଆଜି ପଣା ସଂକ୍ରାନ୍ତିରେ କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷିବାର ସମ୍ଭାବନା ରହିଛି । ଯାହାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେପଟେ ବର୍ଷା ପ୍ରଭାବରେ ଆଗାମୀ ୪-୫ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧୪ ତାରିଖ ପଣା ସଂକ୍ରାନ୍ତିରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି ରହିବ । ଯାହାକୁ ନେଇ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝଟକା ପବନର ବେଗ ୩୦ ରୁ ୪୦ ରହିବ ।
State
ଦ କୁଇଭର ବ୍ୟୁରୋ :- ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ । ଓଡ଼ିଆମାନେ ଆଜିର ଦିନକୁ ନୂଆ ବର୍ଷ ଭାବେ ପାଳନ କରନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଆଜିଠୁ ଶୁଭାରମ୍ଭ ହୁଏ ଓଡିଆ ନବ ବର୍ଷ। ପ୍ରତି ବର୍ଷ ଏପ୍ରିଲ ୧୪ ତାରିଖରେ ଏହି ଦିନ ପଡିଥାଏ। ନୂଆ ବର୍ଷ ଉପଲକ୍ଷେ ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ଯ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି, ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ।
ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ । ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏଥିସହ ନବ ବର୍ଷ ଆରମ୍ଭ ହେଉଥିବାରୁ ଦେବାଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଘରେ ଘରେ ପଣା ପ୍ରସ୍ତୁତ ହୁଏ। ପଣା ଭିତରେ ବେଲ ପଣା, ଆମ୍ବ ପଣାର ଚାହିଦା ଅଧିକା। ଏଥିସହ ଆଜି ଏକ ଛୋଟ ଠେକିରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ଏଥିରେ ଛୋଟ କଣା କରାଯାଇ ବୃନ୍ଦାବତୀଙ୍କୁ ପାଣି ଦିଆଯାଏ।ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ ।
ଆଜି ଆଉ ଏକ ପବିତ୍ର ଦିନ, ମହାବୀର ହନୁମାନଙ୍କ ଜୟନ୍ତୀ। ବୀର ବଜରଙ୍ଗଙ୍କ ଜନ୍ମତ୍ସୋବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେହିଭଳି ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।
ସେହିଭଳି ଆଜି ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ ର ଶେଷ ଦିନ l ୨୧ ଦିନ, ୧୮ ଦିନ, ୧୪ ଦିନ, ୧୩ ଦିନ ଧରି ବାହାରିଥିବା ଦଣ୍ଡ ନାଚର ଆଜି ହେଉଛି ଅନ୍ତିମ ଦିବସ l ଆଜି ପରମ୍ପରା ଅନୁଯାୟୀ ସମସ୍ତ ଵିଧି ବିଧାନ ହେବା ପରେ ପାଟ ଭୁଗୁତାଙ୍କୁ ମେରୁ କୁଣ୍ଡ ରେ ଓହଳା ଯାଇଥାଏ, ଯାହା ମେରୁ ଯାତ୍ରା ନାମରେ ପରିଚିତ l
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
State
ସରଣକୁଳ( ଦ କୁଇଭର ):- କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରଣକୂଳ ଥାନା ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନଙ୍କୁ ଧରିଛି ଭିଜିଲାନ୍ସ । କଲ୍ଯାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ । ରେଡରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ୍ ସାମିଲ୍ ଥିଲା ।ସୂଚନା ଅନୁଯାୟୀ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ । ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ । ଏମିତିକି ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ ।ତେବେ ଶେଷରେ ମହିଳା ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଆଉ ଭିଜିଲାନ୍ସ ଏସଆଇଙ୍କୁ କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି । ସେପଟେ ଭିଜିଲାନ୍ସ ଟିମ୍ ଗଠନ କରି ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ରେଡ୍ରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ୍ ସାମିଲ୍ ଥିବା ଜଣାପଡ଼ିଛି ।
State,National
ଦ କୁଇଭର ବ୍ୟୁରୋ :- ଆଜି ( ଗୁରୁବାର ) ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଗସ୍ତରେ ଚାରି ହଜାର କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସେଥିମଧ୍ୟରୁ ୧୩ ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ଗଡ଼କରୀ । ଚାରୋଟି CRIF ବ୍ରିଜର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
Politics,State
ଦ କୁଇଭର ବ୍ୟୁରୋ :- ସାଂଗଠନିକ ନିର୍ବାଚନ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହି ଚିଠି ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ସଂଗଠନରେ ସଂରକ୍ଷଣ କରିବାକୁ ସେ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆ ନଯାଉ । ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱାକଫ୍ ବିଲ୍ ବିବାଦ ଆମର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ।ଏଣେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ହାଇଜ୍ୟାକ କଥା ସେ ଜାଣିଥିବେ । ହାଇଜ୍ୟାକ କଥା ସେ ବୁଝେଇ ପାରିବେ । ସେ ହାଇଜ୍ୟାକ କଥାଟା ବେଶି ଜାଣିଥିବେ। ତାଙ୍କର ସେ ବିଷୟରେ ଅଭିଜ୍ଞତା ଥିବ । ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜ୍ୟାକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ ।ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇ ଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ତାକୁ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରୁଛୁ । ସବୁ ବର୍ଗ ସବୁ ବ୍ୟକ୍ତିଙ୍କୁ ନେଇ କାମ ହେଉଛି ।