ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆହୁରି ୭ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଶନିବାର ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବର୍ଷାର ସତର୍କତାକୁ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ,ଗଂଜାମ ଓ କଳାହାଣ୍ଡି ସେହିପରି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ l ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ଝଡ ପବନ ବହିବାର ସମ୍ଭାବନା ରହିଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,ନୟାଗଡ, ଖୋର୍ଦ୍ଧା, ପୁରୀ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର ,ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ ଓ ବାଲେଶ୍ୱର ଏହି ୧୮ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ଝଡ ପବନ ବହିବାର ସମ୍ଭାବନା ରହିଛି। ଆଜି ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଦେଇଛି ବିଭାଗ।
No comments yet.
State
ଦ କୁଇଭର ବ୍ୟୁରୋ :- ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ପଶ୍ଚିମଓଡ଼ିଶାରେ ହେଉଛି ନିଆଁ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ମଧ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କାଳବୈଶାଖୀ ବର୍ଷା ପାଇଁ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଟାଣ ଖରା ଅନୁଭୂତ ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୌଦ୍ଧରେ ଆଜି ୪୧ ଡିଗ୍ରୀ ଛୁଇଁପାରେ ପାରଦ । ସେହିପରି ସୋନପୁର, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଆଦି ଜିଲ୍ଲାରେ ୪୦ ଡିଗ୍ରୀ ତାତି ଅନୁଭୂତ ହୋଇପାରେ । ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଏଥର ଦେଶରେ ସ୍ବାଭାବିକ ବର୍ଷା ହେବ । ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରାଯାଇଛି ।
International
ଦ କୁଇଭର ବ୍ୟୁରୋ :- ଇତିହାସ ରଚିଲେ ୬ ମହିଳା । ୧୧ ମିନିଟରେ ମହାକାଶରେ ୨୦୦ କିମି ଯାତ୍ରା କରି ପୃଥିବୀ ପୃଷ୍ଠକୁ ଫେରିଲେ । ମହାକାଶରୁ ଫେରିଲେ ବ୍ଲୁ ଅରିଜିନ ଅଲ ୱିମେନ କ୍ରିଉ । ମହାକାଶରେ ୧୦ ମିନିଟ ୨୧ ସେକେଣ୍ଡ ବିତାଇବା ପରେ ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି ପପ୍ ଗାୟିକା କେଟି ପେରୀ ଓ ଅନ୍ୟମାନେ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ମହାକାଶ ଯାତ୍ରା କରିଥିଲେ । ପପ୍ ଗାୟିକା କେଟି ପେରି, ସାମ୍ବାଦିକା ଗେଲ୍ କିଙ୍ଗ, ମାନବାଧିକାର କର୍ମୀ ତଥା ଆଇନଜୀବୀ ଆମାଣ୍ଡ ଇଙ୍ଗୁଏନ୍, ନାସାର ପୂର୍ବତନ ବୈଜ୍ଞାନିକ ଆଇଶା ବୋୱେ ଏବଂ ସିନେ ନିର୍ମାତା କେରିଅନ ଫ୍ଲିନ୍ । ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯାଇଥିଲେ । ଏହି ସ୍ୱଳ୍ପକାଳୀନ ମିଶନକୁ ସ୍ପେଶ ଟୁରିଜିମ ନାମରେ ନାମିତ କରାଯାଇଥିଲା । ପୂର୍ବରୁ ୧୯୬୩ରେ ରୁଷର ମହାକାଶ ଯାତ୍ରୀ ଭାଲେଣ୍ଟିନା ତେରେସ୍କୋଭା ଏକାକୀ ମହାକାଶ ଯାତ୍ରା କରିଥିଲେ । ଏହି ମିଶନକୁ ଲିଡ କରିଥିଲେ ଜେଫ ବେଜୋସଙ୍କ ବାନ୍ଧବୀ ଲରେନ ସାଞ୍ଚେଜ୍ । ଛଅ ଜଣ ମହିଳା ନ୍ୟୁ ସେପର୍ଡ-୩୧ମିଶନରେ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟରେ ଯାତ୍ରା କରିଥିଲେ । ବ୍ଲୁ ଅରିଜିନ ରକେଟରେ ମହାକାଶକୁ ୧୧ ମିନିଟ୍ ଯାତ୍ରାର ମୂଲ୍ୟ ହାରାହାରି ୧କୋଟି ୧୫ଲକ୍ଷ ଟଙ୍କା । ବ୍ଲୁ ଓରିଜିନ କହିଛି ଯେ, ଏହା ୬୪ ବର୍ଷରେ ମାନବର ମହାକାଶ ଯାତ୍ରାରେ ପ୍ରଥମ ମହାକାଶ ଉଡାଣ ଥିଲା ଯେଉଁଥିରେ ପ୍ରତ୍ୟେକ ସିଟ୍ ରେ ଜଣେ ମହିଳା ବସିଥିଲେ ।
State
ପାରଳାଖେମୁଣ୍ଡି( ଦ କୁଇଭର ):- ଦକ୍ଷିଣାଞ୍ଚଳ ଆଇଜି ନୀତିନ୍ ଶେଖର ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି , ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର୍ଶନ ସହ ନିରୀକ୍ଷଣ କରିଥିବାର ଜଣାପଡିଛି । ମୁଖ୍ୟତଃ ଶିଶୁ, ନାବାଳିକା, ମହିଳା ନିଖୋଜ ମାମଲା ଗୁଡିକୁ ଏକମାସ ମଧ୍ୟରେ ଉଦ୍ଧାର କରି ପର୍ଦ୍ଦାଫାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇଜି । ଏହା ସହ ମାମଲାର ପରିଚାଳନା, ତଦନ୍ତକାରୀ ଅଧିକାରୀ ମାନେ ତଦନ୍ତ ପ୍ରକ୍ରୀୟାକୁ ଅଧିକ କ୍ରିୟାଶୀଳ କରିବା ସହ ତଦନ୍ତକୁ ତ୍ବରାନୀତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚୋରୀ, ଅପହରଣ ମାମଲା ଗୁଡିକୁ ଅଗ୍ରାଧିକାର ଦେଇ ଅଭିଯୁକ୍ତମାନଙ୍କୁ ଧରିବାପାଇଁ କହିଥିବାର ଜଣାଯାଇଛି । ଆଇଜିଙ୍କ ଶ୍ରୀ ଶେଖର ଏହି ନିରୀକ୍ଷଣ ବେଳେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Sports
ଦ କୁଇଭର ବ୍ୟୁରୋ :- ଏକ ରୋମାଞ୍ଚକର ମ୍ୟାଚ୍ରେ ଜିତିଲା ପଞ୍ଜାବ। ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନେତୃତ୍ୱରେ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପଞ୍ଜାବ କିଙ୍ଗସ୍, କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୧୬ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫. ୩ ଓଭରରେ ୧୧୧ ରନ୍ କରିଥିଲା। ଜବାବରେ ସମଗ୍ର KKR ଦଳ ୧୫. ୧ ଓଭରରେ ୯୫ ରନରେ ଅଲଆଉଟ୍ ହୋଇଯାଇଥିଲା। ପଞ୍ଜାବ ପକ୍ଷରୁ ଚହଲ ୪ଓଭରରେ ୨୮ ରନ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲର ମାର୍କୋ ଜାନସେନ୍ ୧୭ ରନ ଦେଇ ୩ଟି ୱିକେଟ୍ ନେଇ ଦଳର ଅଭୂତପୂର୍ବ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହିପରି ପଞ୍ଜାବ ଆଇପିଏଲ ଇତିହାସର ସର୍ବନିମ୍ନ ସ୍କୋରକୁ ରକ୍ଷା କରିଛି। ଟାର୍ଗେଟର ପିଛା କରିବା ସମୟରେ KKR ପ୍ରଥମ ଓଭରରେ ହିଁ ୱିକେଟ ହରାଇବାରୁ କୌଣସି ସମୟରେ ଭଲ ସ୍ଥିତିରେ ଦେଖାଯାଇ ନଥିଲା। ତଥାପି ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଭାବଶାଳୀ ଖେଳାଳି ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ତୃତୀୟ ୱିକେଟ ପାଇଁ ୫୫ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଏହି ଭାଗୀଦାରି ଭାଙ୍ଗିବା ମାତ୍ରେ କେକେଆରର ଇନିଂସ ତାସ ଘର ପରି ଭାଙ୍ଗି ପଡ଼ିଲା। ଶେଷରେ ଆଣ୍ଡ୍ରେ ରସେଲ ନିଶ୍ଚିତ ଭାବେ କିଛି ବଡ଼ ସଟ୍ ଖେଳି ଦଳକୁ ଜିତାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନ୍ୟ ପାର୍ଶ୍ୱରୁ କ୍ରମାଗତ ୱିକେଟ୍ ପତନ ଯୋଗୁଁ ସେ ତାଙ୍କ ପ୍ରୟାସରେ ସଫଳ ହୋଇନଥିଲେ।କେକେଆର ପକ୍ଷରୁ ହର୍ଷିତ ସବୁଠାରୁ ସଫଳ ବୋଲର ଥିଲେ ଯିଏ ତିନି ଓଭରରେ ୨୫ ରନ ଦେଇ ତିନିଟି ୱିକେଟ ନେଇଥିଲେ। ତାଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ଏବଂ ସୁନୀଲ ନାରିନ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ। ଏହା ବାଦ୍ ବୈଭବ ଆରୋରା ଏବଂ ଆନରିଚ୍ ନୋର୍ଜ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
State
ଦ କୁଇଭର ବ୍ୟୁରୋ :- ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ । ଓଡ଼ିଆମାନେ ଆଜିର ଦିନକୁ ନୂଆ ବର୍ଷ ଭାବେ ପାଳନ କରନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଆଜିଠୁ ଶୁଭାରମ୍ଭ ହୁଏ ଓଡିଆ ନବ ବର୍ଷ। ପ୍ରତି ବର୍ଷ ଏପ୍ରିଲ ୧୪ ତାରିଖରେ ଏହି ଦିନ ପଡିଥାଏ। ନୂଆ ବର୍ଷ ଉପଲକ୍ଷେ ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ଯ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି, ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ।
ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ । ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏଥିସହ ନବ ବର୍ଷ ଆରମ୍ଭ ହେଉଥିବାରୁ ଦେବାଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଘରେ ଘରେ ପଣା ପ୍ରସ୍ତୁତ ହୁଏ। ପଣା ଭିତରେ ବେଲ ପଣା, ଆମ୍ବ ପଣାର ଚାହିଦା ଅଧିକା। ଏଥିସହ ଆଜି ଏକ ଛୋଟ ଠେକିରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ଏଥିରେ ଛୋଟ କଣା କରାଯାଇ ବୃନ୍ଦାବତୀଙ୍କୁ ପାଣି ଦିଆଯାଏ।ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ ।
ଆଜି ଆଉ ଏକ ପବିତ୍ର ଦିନ, ମହାବୀର ହନୁମାନଙ୍କ ଜୟନ୍ତୀ। ବୀର ବଜରଙ୍ଗଙ୍କ ଜନ୍ମତ୍ସୋବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେହିଭଳି ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।
ସେହିଭଳି ଆଜି ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ ର ଶେଷ ଦିନ l ୨୧ ଦିନ, ୧୮ ଦିନ, ୧୪ ଦିନ, ୧୩ ଦିନ ଧରି ବାହାରିଥିବା ଦଣ୍ଡ ନାଚର ଆଜି ହେଉଛି ଅନ୍ତିମ ଦିବସ l ଆଜି ପରମ୍ପରା ଅନୁଯାୟୀ ସମସ୍ତ ଵିଧି ବିଧାନ ହେବା ପରେ ପାଟ ଭୁଗୁତାଙ୍କୁ ମେରୁ କୁଣ୍ଡ ରେ ଓହଳା ଯାଇଥାଏ, ଯାହା ମେରୁ ଯାତ୍ରା ନାମରେ ପରିଚିତ l
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ରେ ଚାଲିଛି ଦୁଇ ବାର୍ଷିକ ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା l ବ୍ରହ୍ମପୁରର ଆରାଧ୍ୟାଦେବୀ ମା’ ବୁଢ଼ୀସାଆନ୍ତାଣୀ ଠାକୁରାଣୀଙ୍କ ଦ୍ବିଚାର୍ଷିକ ଯାତ୍ରାର ୧୪ ଦିନ ଏବଂ ଘଟ ପରିକ୍ରମାର ୧୨ ଦିନରେ ବାଛୁବାରି ସାହି ଠାରେ ମାଁ ଙ୍କ ସବୁଠାରୁ ପ୍ରିୟ ବିଞ୍ଛଣା ରଥ ଉନ୍ମୋଚିତ ହୋଇଛି । ପରେ କାଳୁପାତ୍ର ସାହିର ଜ୍ବାଳାମୁଖୀ ଓ ଷଣ୍ଢମହାନ୍ତି ମନ୍ଦିର ଶିବାଗୁଡ଼ାକାଳୀ ରଥ ଉନ୍ମୋଚିତ ହୋଇଛି।ପ୍ରତ୍ୟକ ଦିନ ସନ୍ଧ୍ୟାରେ ମାଁ ଠାକୁରାଣୀ ଅସ୍ଥାୟୀ ମନ୍ଦିରରୁ ବାହାରି ଦେଶୀବେହେରା ସାହି ହୋଇ ରାଜବାଟି ଯାଇ ସେଠାରେ ମହୂର ରାଜାଙ୍କୁ ଦର୍ଶନ ଦେଇ ଅନ୍ୟାନ୍ୟ ସାହି ପରିକ୍ରମାରେ ବାହାରନ୍ତି । କିନ୍ତୁ ମାଁ ଙ୍କ ପ୍ରିୟ ବିଞ୍ଛଣା ରଥ ବାହାରିବା ଦିନ ମା’ଙ୍କ ଘଟ ପ୍ରଥମେ ବାଛୁବାରି ସାହି ସ୍ଥିତ ବିଞ୍ଚୁଣା ରଥ ନିକଟକୁ ଯାଇ ସେଠାରେ ରଥର ଶୁଭାରମ୍ଭ କରିବା ପରେ ଦେଶୀବେହେରା ସାହି ଠାରୁ ରାଜବାଟୀରେ ମହୁରୀ ରାଜାଙ୍କୁ ଦର୍ଶନ ଦେଇ ପୁଣି ସାହି ପରିକ୍ରମାରେ ବାହାରିଥିଲେ। ପରେ ଅନ୍ୟ ଦୁଇ ରଥକୁ ଉନ୍ମୋଚିତ କରିବା ପରେ ସାହି ପରିକ୍ରମା କରି ଅସ୍ଥାୟୀ ମଣ୍ଡପକୁ ଫେରିଲେ ମାଁ ବୁଢ଼ୀ ଠାକୁରାଣୀ।
State
ବାରିପଦା( ଦ କୁଇଭର ):- ବୁଧବାର ବାରିପଦା ଗସ୍ତରେ ଆସି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୟୂରଭଞ୍ଜରେ ୭ ହଜାର କୋଟି ବିନିଯୋଗରେ ପ୍ରତିଷ୍ଠା ଇସ୍ପାତ, ଗ୍ରୀନ ହାଇଡ୍ରୋଜେନ, ଅଟୋପାର୍ଟସ୍ ଭଳି ୧୦ଟି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ । ଏହା ମାଧ୍ୟମରେ ୫,୧୨୫ ଜଣ ନିଯୁକ୍ତି ପାଇବେ । ଏଥି ସହିତ ଗୋଟେ ଏମ୍ଏସ୍ଏମ୍ଇ ପାର୍କ ମଧ୍ୟ ଜିଲ୍ଲାରେ ପ୍ରତିଷ୍ଠା କରାଯିବ । ଏମ୍ଏସ୍ଏମ୍ଇ କ୍ଷେତ୍ରରେ ମୟୂରଭଞ୍ଜ ସର୍ବାଗ୍ରେ ରହିବ ବୋଲି ପିଏମ୍ ବିଶ୍ୱକର୍ମା ଏବଂ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଓ ଜାତି ହବ୍ କନ୍କ୍ଲେଭରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ପିଏମ୍ ବିଶ୍ୱକର୍ମା ଯୋଜନା କେବଳ ଏକ ଅର୍ଥନୈତିକ ସାହାଯ୍ୟ ନୁହେଁ, ଏହା ହେଉଛି ଆମର ମହତ ଭାବନା ଏବଂ ଏକ ଦୃଢ ସଂକଳ୍ପର ପରିଣାମ । ଗରିବ ଶିଳ୍ପୀ ଓ କାରିଗରଙ୍କୁ ମଧ୍ୟ ଏହା ମାଧ୍ୟମରେ ଆମେ ବିକାଶର ମୁଖ୍ୟ ଧାରାରେ ସାମିଲ କରିବୁ । ଆମ ସମାଜରେ ବହୁ ପୁରାତନ କାଳରୁ ବିଶ୍ୱକର୍ମା ମାନେ ଯଥା-ବଢେଇ, ରାଜମିସ୍ତ୍ରୀ, କୁମ୍ଭାର, ମୂର୍ତ୍ତିକାର, ବଣିଆ, ଡୋକ୍ରା କାରିଗର, ଚମଡା କାରିଗର, ନଡିଆ କତା ଶିଳ୍ପୀଙ୍କ ପରି ଅନେକ ଅନ୍ୟାନ୍ୟ କାରିଗର ନିଜର କୌଶଳ ଦ୍ୱାରା ଦେଶ ଓ ରାଜ୍ୟକୁ ସମୃଦ୍ଧ କରିଛନ୍ତି । ଏହି ପରମ୍ପରାକୁ ଅଧିକ ସମୃଦ୍ଧ ଓ ଗରିମାମୟ କରିବା ଏବଂ ଏହି ପାରମ୍ପରିକ ଶିଳ୍ପୀ ଓ କାରିଗର ମାନଙ୍କୁ ଯଥୋଚିତ ସମ୍ମାନ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ ମସିହାରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ବଢେଇ, ଡଙ୍ଗା ନିର୍ମାତା, କମାର, ବଣିଆ, କୁମ୍ଭକାର, ମୂର୍ତ୍ତିକାର, ପଥର ଖୋଦେଇକାରୀ, ଜୋତା କାରିଗର, ରାଜମିସ୍ତ୍ରୀ, ନଡିଆ କତା ଶିଳ୍ପୀ, ଝୁଡି, ଗାଲିଚା କାରିଗର, କଣ୍ଢେଇ ଓ ଖେଳଣା ନିର୍ମାତା, ନାପିତ, ରଜ୍ଜକ, ଫୁଲମାଳା ନିର୍ମାତା, ଦର୍ଜୀ, ମାଛ ଜାଲ ବୁଣାଳୀ ଆଦି ୧୮ ପ୍ରକାର ବୃତ୍ତିକୁ ସାମିଲ କରାଯାଇଛି । ଏହି ପାରମ୍ପରିକ କାରିଗର ଓ ଶିଳ୍ପୀ ମାନଙ୍କୁ ବିଶ୍ୱକର୍ମା ଭାବରେ ପରିଚିତ କରି ଯୋଜନା ଅନ୍ତର୍ଭୁକ୍ତ ସୁବିଧା ହାସଲ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ''କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏହି ଯୋଜନାର ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କୁ ସାର୍ଟିଫିକେଟ୍, ୠଣ ମଞ୍ଜୁରୀ ପତ୍ର ଏବଂ ସହାୟତା ରାଶି ପ୍ରଦାନ କରିଛନ୍ତି । ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି, "ଗ୍ରାମୀଣ ଅର୍ଥନୀତିର ଆତ୍ମା ହେଉଛି ଏମ୍ଏସ୍ଏମ୍ଇ। ଗ୍ରାମାଞ୍ଚଳର ଅର୍ଥନୀତିକୁ ଆହୁରି ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ମହତ୍ୱକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହୋଇଛି ।
National
ମୁମ୍ବାଇ( ଦ କୁଇଭର ):- ବଲିଉଡ ଜଗତରେ କେତେବେଳେ ହତ୍ୟା ଧମକ ତ କେତେବେଳେ ଗାଡି ଉଡାଇଦେବାର ଧମକ ଦେଉଛନ୍ତି । ବଲିଉଡ ସୁପରଷ୍ଟାର ସଲମାନଙ୍କୁ ୨୦୧୮ ରୁ ଧମକ ପରେ ଧମକ ମିଳୁଥିବା ବେଳେ ସୋମବାର ପୁଣି ଏକ ହତ୍ୟା ଧମକ ତ ମିଳିଛି, କିନ୍ତୁ ଏହି ଧମକ ଯେତିକି ଚର୍ଚ୍ଚାରେ ନାହିଁ ସେତିକି ଚର୍ଚ୍ଚାରେ ରହିଛି ତାରିଖକୁ ନେଇ । କାରଣ ପୂର୍ବ ବର୍ଷ ବି ଏଇ ସମାନ ତାରିଖରେ ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ । ୨୦୨୪ ଏପ୍ରିଲ ୧୪ ତାରିଖରେ ସଲମାନଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ତାଙ୍କ ଘରକୁ ଗୁଳିମାଡ କରାଯାଇଥିଲା ଏବଂ ହତ୍ୟା ଧମକ ମିଳିଥିଲା । ଗ୍ୟାଲେକ୍ସି ଗୁଳିମାଡକୁ ଆଜି ବର୍ଷେ ପୂରିଥିବା ବେଳେ ପୁଣି ସେହି ସମାନ ଦିନରେ ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ୨୦୨୪ ଏପ୍ରିଲ ୧୪ ପରେ ୨୦୨୫ ଏପ୍ରିଲ ୧୪ ତାରିଖ ଦିନ ପୁଣି ଏକ ହତ୍ୟା ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ସମସ୍ତେ ଆଉ ଧମକ ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ତେବେ ଆଜି ସଲମାନ୍ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମୁମ୍ବାଇର ବର୍ଲି ପୁଲିସ୍ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଆସିଛି । ଏଭଳି ଧମକପୂର୍ଣ୍ଣ ମେସେଜରେ ସଲମାନଙ୍କ ଘରେ ପଶି ମାରିବାକୁ କୁହାଯାଇଛି । ଖାଲି ଏତିକି ନୁହଁ ସଲମାନ୍ ଖାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇବା ପାଇଁ ମଧ୍ୟ ମିଳିଛି ଧମକ । ଖାଲି ମେସେଜ୍ ଜରିଆରେ ନୁହଁ ଫୋନ୍ କରି ମଧ୍ୟ ଦିଆଯାଇଛି ଧମକ ।
State,Politics
ଦ କୁଇଭର ବ୍ୟୁରୋ :- ସାଧାରଣ ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ବିଜୁ ଜନତା ଦଳ (ବିଜେଡି)କୁ ନିଜର ସଂଗଠନ ସଜାଡ଼ିବାର ଚିନ୍ତା ଲାଗିଛି। ଆସନ୍ତାକାଲି ବିଜେଡି ସଭାପତି ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିବାର ସମ୍ଭାବନା ନଥିବାର ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି କୁହାଯାଉଛି।ସୂଚନାଯୋଗ୍ୟ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ବ ଦିଆଯାଇଛି।
State
ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟରେ ସୃଷ୍ଟି ହୋଇଛି 2,500 ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା 17,675 ଅଛି। 2,500 ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା 20,175 ହେଲା ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ 12,000 ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।
Politics,State
ଦ କୁଇଭର ବ୍ୟୁରୋ :- ସାଂଗଠନିକ ନିର୍ବାଚନ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହି ଚିଠି ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ସଂଗଠନରେ ସଂରକ୍ଷଣ କରିବାକୁ ସେ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆ ନଯାଉ । ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱାକଫ୍ ବିଲ୍ ବିବାଦ ଆମର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ।ଏଣେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ହାଇଜ୍ୟାକ କଥା ସେ ଜାଣିଥିବେ । ହାଇଜ୍ୟାକ କଥା ସେ ବୁଝେଇ ପାରିବେ । ସେ ହାଇଜ୍ୟାକ କଥାଟା ବେଶି ଜାଣିଥିବେ। ତାଙ୍କର ସେ ବିଷୟରେ ଅଭିଜ୍ଞତା ଥିବ । ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜ୍ୟାକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ ।ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇ ଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ତାକୁ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରୁଛୁ । ସବୁ ବର୍ଗ ସବୁ ବ୍ୟକ୍ତିଙ୍କୁ ନେଇ କାମ ହେଉଛି ।
State
ଭୁବନେଶ୍ୱର( ଦ କୁଇଭର ):- ଆଜି ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ୧୯ ପ୍ରକଳ୍ପର ଉଦଘାଟନ ଶିଳନ୍ୟାସ ସମେତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳାରେ ସାମିଲ ହେବେ । ‘ଭିତ୍ତିଭୂମି ବିକାଶ ଏବଂ ଓଡ଼ିଶା’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ଅପରାହ୍ନରେ ଗଡ଼କରୀ ଭୁବନେଶ୍ୱର ଫେରିବେ। ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ । ଅପରାହ୍ନ ୩ଟାରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ । ପରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ । ଏଥିରେ ୨ହଜାର ୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ୪ଟି ସିଆରଆଇଏଫ୍ ବ୍ରିଜ୍ ର ଶିଳାନ୍ୟାସ ରହିଛି । ସେହିପରି ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ଉଦଘାଟନ କରିବେ । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
Sports
ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇର ତୃତୀୟ ବିଜୟ । ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଆଇପିଏଲର ୩୩ ନମ୍ବର ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଅଲରାଉଣ୍ଡର ବିଲ ଜେକ୍ସ ଉଭୟ ବୋଲିଂ ଆଉ ବ୍ୟାଟିଂରେ ଚତ୍ମକାର ପ୍ରଦର୍ଶନ କରିଥିଲେ । ଜେକ୍ସ ୨ ୱିକେଟ ନେବା ସହ ୩୬ ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା ୧୬୩ ରନର ଟାର୍ଗେଟ । ୧୮. ୧ ଓଭରରେ ରନ କରିନେଇଥିଲା ଟିମ୍ । ଏହା ମୁମ୍ବାଇ ଇଣ୍ଡିଆନ୍ସର ୩ ବିଜୟ । ତେବେ ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ଓ ରିକ୍ଲେନ ଉଭୟେ ମିଳିତ ଭାବେ ୩. ୫ ଓଭରରେ ୩୨ ରନ କରିଥିଲେ । ରୋହିତ ୧୬ ବଲରେ ୩ ଛକା ମାରିବା ସହ ୨୬ ରନ କରିଥିଲେ । ପ୍ୟାଟ କମିନ୍ସଙ୍କୁ ତାଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ।ଶେଷ ଓଭରରେ ଅନିକେତ ବର୍ମାଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୬୩ ରନର ଟାର୍ଗେଟ ଦେଇଥିଲା । ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦର ବ୍ୟାଟିଂ ଧୀର ଥିଲା, କିନ୍ତୁ ଅନିକେତ ୨୦ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭରରୁ ୨୨ ରନ ନେଇଥିଲେ, ଯାହା ଫଳରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ 5 ୱିକେଟରେ ୧୬୨ ରନ କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ଓପନର ଅଭିଷେକ ଶର୍ମା ୨୮ ବଲ୍ ରେ ୭ଟି ଚୌକା ସହାୟତାରେ ସର୍ବାଧିକ ୪୦ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ୱିଲ୍ ଜ୍ୟାକ୍ସ ଦୁଇଟି ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଜସପ୍ରିତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Politics,State
ବଲାଙ୍ଗୀର ( ଦ କୁଇଭର ):- ବଲାଙ୍ଗୀର ପଟଣାଗଡର ପର୍ଶୁରାମ ଛକରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ନିଆଁ ଲଗାଇ ପୋଡି ଦେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରିବା ସହ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ଦୁସ୍ଥ ମାନସିକତାର ବ୍ୟକ୍ତି ହୋଇଥିବେ । ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ ହେବ । ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି । ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁ ବାବୁଙ୍କ ପ୍ରତି ମୋର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି । '' ନିକଟରେ ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରଲ ୧୭ତାରିଖରେ ପାଳନ କରାଯିବ ।
ବିଜୁଙ୍କ ପ୍ରତିମୂର୍ତ୍ତି ଜାଳିବା ଅସହନୀୟ ଓ ଅକ୍ଷମଣୀୟ, ଏହା ଉଦ୍ଦେଶ୍ୟମୂଳକ ଓ ଷଡଯନ୍ତ୍ର ଯୁକ୍ତ, ବିଜୁ ବାବୁଙ୍କ ଅସ୍ତିତ୍ବ, ସ୍ମୃତି ଓ ଇତିହାସ ଲିଭେଇବାକୁ ଚେଷ୍ଟା ଚାଲିଛି', ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ', ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥାପନ ନେଇ ରହିଛି ବିବାଦ, ପାଟଣାଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ନେଇ ଅନେକ ବିଜେଡି ନେତା ପ୍ରତିକ୍ରିୟା ଦେଇଛନ୍ତି l
State
ଦ କୁଇଭର ବ୍ୟୁରୋ :- ପବିତ୍ର ପଣା ସଂକ୍ରାନ୍ତି ଅବସରରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଛି ମେରୁଯାତ୍ରା । ଗତ ୨୧ ଦିନ, ୧୮ଦିନ, ୧୫ ଦିନ, ୧୩ ଦିନ ଧରି ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଆସୁଥିବା ଦଣ୍ଡନୃତ୍ୟ, ମେରୁଯାତ୍ରାରେ ଉଦଯାପିତ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ କ୍ରମାଗତ ଭାବରେ ଦୈନିକ ଧୂଳିଦଣ୍ଡ , ପାଣିଦଣ୍ଡ , ଅଗ୍ନିଦଣ୍ଡ ଭଳି ୧୬ ପ୍ରକାର ବିଭିନ୍ନ ଦଣ୍ଡ ଭୋଗ କରି ଆସୁଥିବାବେଳେ ମେରୁ ଯାତ୍ରାରେ ଉକ୍ତ ମାନସିକଧାରୀ ଦଣ୍ଡୁଆଙ୍କ ବ୍ରତ ସମାପନ ହୋଇଥାଏ ।
ଚୈତ୍ର ମାସରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ମାନସିକଧାରୀ ଦଣ୍ଡଆଙ୍କ ନୃତ୍ୟରେ ଉତ୍ସବ ମୁଖର ହୋଇପଡିଥାଏ । କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଥିବା ଗଞ୍ଜାମର ଏହି ଦଣ୍ଡନୃତ୍ୟ ଶେଷ ଦିନରେ ମେରୁ ସଂକ୍ରାନ୍ତି ଅବସରରେ ସମସ୍ତ ମାନସିକଧାରୀମାନେ ସଂପୂର୍ଣ୍ଣ ଉପବାସ ରହିଥାନ୍ତି । ଦଣ୍ଡନୃତ୍ୟ ଆରମ୍ଭରୁ ମା' କାଳୀଙ୍କ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଉପବାସ ରହି ବ୍ରତ ପାଳନ କରୁଥିବା ଗୁହାରିଆଙ୍କୁ ଏହି ମେରୁ ପର୍ବରେ ଓଲଟାଇ ବନ୍ଧାଯିବା ସହ ତିନି ଥର ଝୁଲାଇବା ପରେ ଉଦଯାପିତ ହୋଇଥାଏ ଏହି ଦଣ୍ଡନୃତ୍ୟ ଯାହାକୁ ମେରୁଯାତ୍ରା ବୋଲି କୁହାଯାଏ ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ କାଳୀ ମନ୍ଦିରରେ ଆରମ୍ଭ ହୋଇଥିବା ଏହି ଦଣ୍ଡନୃତ୍ୟ ଯେପରିକି ବ୍ରହ୍ମପୁର ସହରର ନୂଆ ବସ ଷ୍ଟାଣ୍ଡ, ବିଜି ପୁର, ପାତାଳେଶ୍ୱର୍ ମନ୍ଦିର, ପୁରୁଣା ବ୍ରହ୍ମପୁର, ଆମ୍ବ ପୁଆ, ଲୁଚାପଡ଼ା, ପାଣି ଗ୍ରାହୀ ପେଣ୍ଠ ସାହି,କୁରୁଳା ଆଦି ବିଭିନ୍ନ ମନ୍ଦିର ରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଶେଷରେ ଆଜି ଉଦଯାପିତ ହୋଇଛି । ତେବେ ଏହି ଅବସରରେ ସମସ୍ତ ମାନସିକଧାରୀ ସେମାନଙ୍କ ପରିବାର ଓ ଭକ୍ତମାନେ ମା' କାଳୀ ଓ ଭଗବାନ ଶିବଙ୍କୁ ସ୍ମରଣ କରିବା ସହିତ ନିଜ ନିଜର ମନସ୍କାମନା ପାଇଁ ପ୍ରାର୍ଥନା କରିଥାଆନ୍ତି । ସେପଟେ ଏହି ମେରୁ ପର୍ବ ଦେଖିବାକୁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଦଣ୍ଡ ଉପାସକ ଓ ଭକ୍ତଙ୍କ ସମାଗମ ହୋଇଥିଲା । ମା'ଙ୍କର ଜୟଗାନ ସହ ହୁଳହୁଳିରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ମନ୍ଦିର କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
State
ବ୍ରହ୍ମପୁର( ଦ କୁଇଭର ):- ସରିଛି ଚୋର ପୋଲିସ ର ଖେଳ ବା ଲୁଚାଛପା ର ଖେଳ l ଦୀର୍ଘ ୯ ବର୍ଷ ପରେ ମୋଷ୍ଟ ୱାଣ୍ଟେଡ ମଉଜ ମିଶ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ। ଷ୍ଟେସନରେ ହତ୍ୟା ଓ ବହୁ ଚର୍ଚ୍ଚିତ ଗୋଷାଣୀନୂଆଗାଁ ଶାନ୍ତି ମିଶ୍ର ହତ୍ୟା ଘଟଣାରେ ଜେଲ ଯାଇ ଜାମିନରେ ବାହାରିଥିଲେ। ୨୦୧୬ରୁ ସେ ପୁଲିସର ମୋଷ୍ଟ୍ ୱାଣ୍ଟେଡ ତାଲିକାରେ ଥିଲେ। ଫେରାର ଥିବା ସମୟରେ ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଉପରକୁ ଗୁଳି ଚାଳନା କରି ହତ୍ୟା ଉଦ୍ୟମ କରିଥିଲେ।ଗୋଷାଣୀ ନୂଆଗାଁ ଥାନା ପୂର୍ବତନ ଆଇଆଇସି ସୁମିତ୍ ସୋରେନଙ୍କୁ ମାଉଜଙ୍କୁ ଧରିବାକୁ ବାରମ୍ବାର ନିର୍ଦ୍ଦେଶ ହୋଇଥିଲା କିନ୍ତୁ ସେ ମଉଜଙ୍କୁ ଧରିପାରିନଥିଲେ। ବର୍ତ୍ତମାନ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ ପ୍ରକାରେ ଗୋଷାଣୀନୂଆଗାଁ ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ଟିମ ମଉଜକୁ ଜଟଣିରୁ ଗିରଫ କରିଛି। ସୂଚନା ଯୋଗ୍ୟ ଉପରୋକ୍ତ ଦୁଇ ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଦଣ୍ଡ ହୋଇସାରିଥିବା ବେଳେ ମଉଜ ଏବେ ଗିରଫ ହୋଇଛନ୍ତି।
State,National
ଦ କୁଇଭର ବ୍ୟୁରୋ :- ଆଜି ( ଗୁରୁବାର ) ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଗସ୍ତରେ ଚାରି ହଜାର କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସେଥିମଧ୍ୟରୁ ୧୩ ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ଗଡ଼କରୀ । ଚାରୋଟି CRIF ବ୍ରିଜର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- ଆଜିଠାରୁ ଅର୍ଥାତ ଏପ୍ରିଲ୍ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ ଆରମ୍ଭ ହେବ।ଅଲିଭ୍ ରିଡ୍ଲେ କଇଁଛଙ୍କ ଗୁରୁତ୍ୱପୂର୍ଣ୍ଣ ଅଣ୍ଡାଦାନ ଋତୁରେ ସାମୁଦ୍ରିକ ଜୀବନକୁ ସୁରକ୍ଷା ଦେବା ପାଇଁ ଏହି ନିଷେଧାଜ୍ଞା ଉଦ୍ଦିଷ୍ଟ। ସମସ୍ତ ଯାନ୍ତ୍ରିକ ମାଛ ଧରିବା ଡଙ୍ଗା ଏବଂ ଟ୍ରଲରଗୁଡ଼ିକୁ ଏପ୍ରିଲ୍ ୧୪ ମଧ୍ୟରାତ୍ରି ସୁଦ୍ଧା ସେମାନଙ୍କ ନିଜ ନିଜ ଜେଟି ଏବଂ ମାଛ ଧରିବା ବନ୍ଦରରେ ଲଙ୍ଗର ପକାଇବାକୁ ବାଧ୍ୟତାମୂଳକ କରାଯାଇଛି।ପାରାଦୀପର ସହକାରୀ ମତ୍ସ୍ୟ ଅଧିକାରୀ ବିଜୟ କର ମତ୍ସ୍ୟଜୀବୀମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ, ସେମାନଙ୍କ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ଦୁଇ ମାସର ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ଯିବାକୁ କଡ଼ା ନିଷେଧାଜ୍ଞା ଜାରି କରାଯାଇଛି। ଗତ କିଛି ସପ୍ତାହ ଧରି ମତ୍ସ୍ୟ ବିଭାଗ ମତ୍ସ୍ୟଜୀବୀ ଗ୍ରାମଗୁଡ଼ିକରେ ସଚେତନତା ଅଭିଯାନ ଚଳାଇଛି। ସହକାରୀ ମତ୍ସ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ, ନିଷେଧାଜ୍ଞା ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ୧୯୮୨ ମସିହାର ଓଡ଼ିଶା ସାମୁଦ୍ରିକ ମାଛ ଧରିବା ନିୟନ୍ତ୍ରଣ ଆଇନ ଅନୁଯାୟୀ ଏହି ନିଷେଧାଜ୍ଞା ଲାଗୁ ହୋଇଛି। ଏହା ମତ୍ସ୍ୟ ବିଭାଗରେ ପଞ୍ଜିକୃତ ୨୦୦୦ ଟ୍ରଲର ସମେତ ପ୍ରାୟ ୨୧,୦୦୦ ମାଛ ଧରିବା ଜାହାଜକୁ ପ୍ରଭାବିତ କରିବ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବି ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ୨ହଜାର ନୂଆ ଟ୍ରାଫିକ୍ ପଦବିକୁ ସରକାରଙ୍କ ମଞ୍ଜୁରି ମିଳିଛି । ନୂଆ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସ୍ତରରେ ୭୦, ଜିଲ୍ଲା ସ୍ତରରେ ୧୯୩୦ ପଦବି ସୃଷ୍ଟି ହୋଇଛି । ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା । ତେବେ ରାଜ୍ୟ ସ୍ତରୀୟ ସେଟ-ଅପ୍ରେ ନିମ୍ନଲିଖିତ ଭାବେ ପଦବି ସୃଷ୍ଟି କରାଯାଇଛି । ତେବେ ADGP/IGP ଗୋଟିଏ ପଦବି, DIG (ପୋଲିସ) ଗୋଟିଏ ପଦବି, SP ୨ ଟି ପଦବି, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଳ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବି ସୃଷ୍ଟି ହୋଇଛି । ସମୁଦାୟ ୭୦ଟି ପଦବି ସୃଷ୍ଟି ହୋଇଛି ।