ଦ କୁଇଭର ବ୍ୟୁରୋ :- ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି । ଚାନ୍ଦବାଲି ଦେଇ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାର କିଛି ଅଂଶରୁ ଗତ ସୋମବାର ବିଦାୟ ନେଇଥିବା ବେଳେ ମଙ୍ଗବାର ଆଉ କିଛି ଜିଲ୍ଲାରୁ ନେଇଛି । ସେହିପରି ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସାରା ଦେଶରୁ ବିଦାୟ ନେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜି ଓ ଆସନ୍ତାକାଲି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ଓ ଆସନ୍ତାକାଲି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ବିଜୁଳି ଓ ଘଡଘଡି ସହ ବର୍ଷା ହେବା ନେଇ ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବୈଜ୍ଞାନିକ ଡକ୍ଟର ରାଜଶ୍ରୀ କହିଛନ୍ତି ।