ଦ କୁଇଭର ବ୍ୟୁରୋ :- ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍ ର ରାଷ୍ଟ୍ରପତି ମହାମହିମ ଶ୍ରୀ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ” ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ନାଇଜର ” ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ପ୍ରଶଂସାପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଏକ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ ହୋଇଛି ଏବଂ ତାଙ୍କ ପରିବର୍ତ୍ତନଶୀଳ ଶାସନ ସମସ୍ତଙ୍କ ପାଇଁ ଏକତା, ଶାନ୍ତି ଏବଂ ଅଂଶୀଦାର ସମୃଦ୍ଧିକୁ ପ୍ରୋତ୍ସାହିତ କରିଛି ।
ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ଦୀର୍ଘକାଳୀନ ଐତିହାସିକ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଏବଂ ଗ୍ଲୋବାଲ୍ ସାଉଥର ଆକାଂକ୍ଷା ପ୍ରତି ସେମାନଙ୍କର ଅଂଶୀଦାର ପ୍ରତିବଦ୍ଧତାକୁ ଦର୍ଶାଏ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏ କି ୧୯୬୯ ପରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
No comments yet.
State
ଦ କୁଇଭର ବ୍ୟୁରୋ :-: ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଦିନ ଯାଏ କାଳବୈଶାଖୀ ଆଶଙ୍କା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବ । ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲା ସହ ଗଞ୍ଜାମ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୬ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏପଟେ କାଳବୈଶାଖୀ ପ୍ରଭାବ । ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ।
National
ଦ କୁଇଭର ବ୍ୟୁରୋ:- କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଆଜି ସୀମାପାର ଆତଙ୍କବାଦ ଚଳାଇଥିବା ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଘୋଷଣା କରିଛନ୍ତି। ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ଏବଂ ପାକିସ୍ତାନୀ ନାଗରିକଙ୍କୁ ଭାରତରେ ପ୍ରବେଶ ଉପରେ ରୋକ ଲଗାଇବା ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକରେ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ପର୍ଯ୍ୟନ୍ତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ସ୍ଥଗିତ ରଖାଯିବ ବୋଲି ଘୋଷଣା କରାଯାଇଛି। ଏହାସହିତ ସମନ୍ୱିତ ଅଟାରୀ-ୱାଘା ଚେକ୍ପୋଷ୍ଟ ତୁରନ୍ତ ବନ୍ଦ କରାଯିବ। ଯେଉଁମାନେ ବୈଧ ଅନୁମୋଦନ ସହିତ ସୀମା ଅତିକ୍ରମ କରିଛନ୍ତି ସେମାନେ ମେ ୧, ୨୦୨୫ ପୂର୍ବରୁ ସେହି ମାର୍ଗ ଦେଇ ଫେରିପାରିବେ। ସାର୍କ ଭିସା ଛାଡ଼ ଯୋଜନା ଅଧୀନରେ ପାକିସ୍ତାନୀ ନାଗରିକମାନେ ଭାରତ ଯାତ୍ରା କରିପାରିବେ ନାହିଁ। ଏହା ସହିତ ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରୁ ଭାରତ ନିଜର ପ୍ରତିରକ୍ଷା, ନୌସେନା ଏବଂ ବାୟୁ ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରିବ। ସେହିଭଳି ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ ପ୍ରତିରକ୍ଷା, ସାମରିକ, ନୌସେନା ଓ ବାୟୁସେନା ପରାମର୍ଶଦାତାଙ୍କୁ ବ୍ୟକ୍ତିଗତ ଭାବେ ‘ଅଲୋଡ଼ା’ ଘୋଷଣା କରାଯାଇଛି। ଭାରତ ଛାଡ଼ିବା ପାଇଁ ସେମାନଙ୍କୁ ଏକ ସପ୍ତାହ ଦିଆଯାଇଛି। ହାଇକମିସନର ସମୁଦାୟ ସଦସ୍ୟ ସଂଖ୍ୟା ୩୦କୁ ହ୍ରାସ କରାଯିବ ବୋଲି ଭାରତ ଘୋଷଣା କରିଛି। ବୁଧବାର ସନ୍ଧ୍ୟାରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିବା ନିରାପତ୍ତା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏନ୍ଏସ୍ଏ ଅଜିତ ଡୋଭଲ ଓ ଅନ୍ୟ ଶୀର୍ଷ ସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ନିରାପତ୍ତା ସଂକ୍ରାନ୍ତ ବୈଠକରେ କଶ୍ମୀରର ସୁରକ୍ଷା ପ୍ରସଙ୍ଗ ଏବଂ ଆତଙ୍କବାଦୀଙ୍କୁ ନିପାତ ପାଇଁ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଓ ଏହାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ପହଲଗାମ ଆକ୍ରମଣରେ ସାମିଲ ଆତଙ୍କୀ ଓ ଏହା ପଛରେ ଥିବା ଷଡ୍ଯନ୍ତ୍ରକାରୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀନଗରରେ ଆଜି ଗୃହମନ୍ତ୍ରୀ ଶାହ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଚାଲିଥିବା ଅଭିଯାନ ଆହୁରି ବ୍ୟାପକ ହେବ ବୋଲି କହିଛନ୍ତି।
National,International
ଦ କୁଇଭର ବ୍ୟୁରୋ :- ସବୁଠି ଭୟ, ସବୁଠି ଆତଙ୍କର ବାତାବରଣ । ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ଛାନିଆ କାଶ୍ମୀର ବୁଲି ଯାଇଖିବା ପର୍ଯ୍ୟଟକ । କେମିତି ଘରେ ପହଞ୍ଚିବେ ଏବଂ ସେମାନଙ୍କ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖି ନିଜ ଆତ୍ମୀୟଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହେବେ ଏବେ ସମସ୍ତଙ୍କୁ ସେହି ନିଶା ଘାରିଛି । ତେଣୁ ବୁଲା ବୁଲି ବନ୍ଦ କରି ବିଭିନ୍ନ ରାଜ୍ୟର ଲୋକେ ଏବେ ଘର ମୁହାଁ ହେଉଛନ୍ତି ଏବଂ କାଶ୍ମୀର ଛାଡୁଛନ୍ତି । ଦେଶ ବିଦେଶର ବିଭିନ୍ନ ପର୍ଯ୍ୟଟକ କାଶ୍ମୀରର ସୌନ୍ଦର୍ଯ୍ୟ ଉପଭୋକ କରିବାକୁ ଆସିଥିବା ବେଳେ ନିରୀହ ଲୋକଙ୍କ ଉପରେ ଆଖିବୁଲା ଆତଙ୍କୀ ଆକ୍ରମଣ ପରେ ଏବେ ସମସ୍ତେ ଡରିଯାଇଛନ୍ତି । ଆଉ ଘରକୁ ଫେରିବାକୁ ଶ୍ରୀନଗର ବିମାନ ବନ୍ଦରରେ ଭିଡ଼ ଜମାଇଛନ୍ତି । ଭିଡ଼କୁ ଲକ୍ଷ୍ୟ ରଖି ଏୟାର ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ଗତକାଲି ଆଖି ଆଗରେ ପର୍ଯ୍ୟଟକମାନେ ଅନ୍ୟ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ହତ୍ୟା କରିବାର ଦେଖିଛନ୍ତି ତେଣୁ ଯେଉଁମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେମାନେ ଭଗବାନଙ୍କୁ ଧନ୍ୟବାଦ ଦେବା ସହ କାଶ୍ମୀର ଛାଡି ତୁରନ୍ତ ଫେରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେପଟେ ଆକ୍ରମଣସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି ଅମିତ ଶାହା । ପରେ ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ପହଲଗାମରୁ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି । ଆକ୍ରମଣରେ ଆତ୍ମୀୟଙ୍କୁ ହରାଇବାର ଦୁଃଖ ଅବର୍ଣ୍ଣନୀୟ, ଏହି ଦୁଃଖକୁ ବଖାଣିବାକୁ ଶବ୍ଦ ନାହିଁ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି । ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବନି ଭାରତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।
Shree Jagannath
ପୁରୀ( ଦ କୁଇଭର ):- ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ନୀତି ସବ୍ କମିଟିରେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିପାରିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ତେବେ ସମସ୍ତ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇପାରିବ ସେନେଇ ସମସ୍ତ ସେବାୟତ ନିଯୋଗଙ୍କ ସହଯୋଗ ଲୋଡିଥିଲେ ମୁଖ୍ୟ ପ୍ରଶାସକ । ସେହିପରି ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଣୁ ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଯେଭଳି କୌଣସି ଅଘଟଣ ନଘଟେ ସେନେଇ ଆତସବାଜି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଚଳିତ ବର୍ଷ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ହେବ ୨ଟି ଫାଷ୍ଟଏଡ୍ ସେଣ୍ଟର’ । ଭକ୍ତ ଓ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇନସ୍ୟୁରାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି।ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଜାରି ରହିଛି । ମରାମତି କାର୍ଯ୍ୟ ଶେଷ ହେବା ପରେ ଭିତର ଓ ବାହାର ରତ୍ନଭଣ୍ଡାରର କବାଟକୁ ସୁନା ଓ ରୂପା ଛାଉଣୀ କରାଯିବା ନେଇ ଯୋଜନା ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ବିଭିନ୍ନ ସେବାୟତ ନିଯୋଗର ମତାମତ ନିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
National,State
ଶିମିଳିପାଳ( ଦ କୁଇଭର):- ଦୀର୍ଘ ଦିନର ବ୍ୟବଧାନ ପରେ ଶିମିଳିପାଳକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ଯାହା ଓଡ଼ିଶାର ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଛନ୍ତି, ପିସିସିଏଫ ପ୍ରେମ କୁମାର ଝା। ଆମ ଶିମିଳିପାଳ ଯୋଜନା ପାଇଁ ଚଳିତ ବର୍ଷ ୨୦୨୫ ବଜେଟ୍ରେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିମିଳିପାଳ ଆମ ରାଜ୍ୟର ଗର୍ବ ଓ ଗୌରବ। କେବଳ ଆମ ରାଜ୍ୟ ନୁହେଁ, ଏପରି କି ସମଗ୍ର ଭାରତରେ ଶିମିଳିପାଳ ଏକ ଅନନ୍ୟ ଜୈବବିବିଧତା ସୁନାମ ଆଣି ଦେଇଛି। ୧୯୮୦ ମସିହାରେ ଆରମ୍ଭ ହୋଇଥିବା ଏହି ଦୀର୍ଘକାଳୀନ ପ୍ରସ୍ତାବ ଏବେ ସାକାର ହୋଇଛି। ଏହା ଓଡ଼ିଶାରେ ସଂରକ୍ଷଣ ପାଇଁ ଏକ ବଡ଼ ପଦକ୍ଷେପ" ବୋଲି କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା। ଅଞ୍ଚଳ ଜଙ୍ଗଲ କ୍ଷୟ, ବିସ୍ଥାପନ ଏବଂ ସ୍ଥାନୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଉପଲବ୍ଧତାର ଅଭାବ ଆଦି ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛି।
National,International
ଦ କୁଇଭର ବ୍ୟୁରୋ:- ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ସତର୍କ କରାଇବା ସହ ପରାମର୍ଶ ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । କୌଣସି ପରିସ୍ଥିତିରେ ବି ପାକିସ୍ତାନ ଗସ୍ତ ନକରିବାକୁ କୁହାଯାଇଛି ଏଥିସହ ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କ ମଧ୍ୟ ଭାରତ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ସୁରକ୍ଷା କ୍ୟାବିନେଟ କମିଟିର ପାକିସ୍ତାନ ବିରୁଦ୍ଧରେ କୂଟନୀତି ଆକ୍ରମଣ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଏହି ପରାମର୍ଶ ଜାରି କରାଯାଇଛି । ଅନ୍ୟପଟେ ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ ସରକାର ଆସିଥିବା ବେଳେ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛି ଭାରତ । ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ତାର ସମୟସୀମା ଏପ୍ରିଲ ୨୭ ଯାଏଁ ରହିଛି । ମାନେ ୨୭ ତାରିଖ ପରେ ଭିସା ରଦ୍ଦ । ସେହିପରି ଯେଉଁ ପାକିସ୍ତାନୀ ନାଗରିକଙ୍କୁ ମେଡିକାଲ ଭିସା ମିଳିଛି ତାହା ୨୯ ତାରିଖ ପରେ ରଦ୍ଦ ହେବ । ତେଣୁ ଯେଉଁ ପାକିସ୍ତାନୀ ଭାରତରେ ରହିଛନ୍ତି ୭୨ ଘଣ୍ଟା ଭିତରେ ଭାରତ ଛାଡନ୍ତୁ । ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡି ସ୍ବଦେଶ ଫେରିଯିବାରୁ କଡା ନିର୍ଦ୍ଦେଶ ଦିଆଯାଇଛି ।
State
ବ୍ରହ୍ମପୁର ( ଦ କୁଇଭର):- ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ସବୁଠି ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସଂଗଠନଙ୍କ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଏମକେସିଜି ମୁଖ୍ୟ ଫାଟକ ସାମ୍ନାରେ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ଦେଶରୁ ଆତଙ୍କବାଦ ନିପାତ କରିବାକୁ ଦାବି କରାଯାଇଥିଲା। ଏଥିସହ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତୋପ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଥିଲା। ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ, ଗଞ୍ଜାମ ଓକିଲ ସଂଘ ର ଯୁଗ୍ମ ସମ୍ପାଦକ ଅସିତ୍ ସାବତ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ଶ୍ୟାମ ସୁନ୍ଦର ଖାଡଙ୍ଗା, ଟିମ୍ କ୍ଲିନ୍ ସିଟି ସଭାପତି ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ଅଭୟ ପାଢ଼ୀ, ସୁଦୀପ ସାହୁ, ଅସିତ୍ ପଣ୍ଡା,ନରସିଂହ ଡାକୁଆ, ବି.କେ. ବିଶାରଦ, ରାଜେଶ ସାହୁ, ଏସ. ୟୁ. ଜେ ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା, ଲଲାଟେନ୍ଦୁ ଚୌଧୁରୀ, ଏସୟୁଜେ ସମ୍ପାଦକ ଦିଗାମ୍ବର ମହାରଣା, କାଳୀ ପ୍ରସାଦ ରଥ ,ଅଭିଜିତ କର , ରଶ୍ମିତା ପାଣିଗ୍ରାହୀ , କପିଳ ପାଢ଼ୀ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ, ପ୍ରେମାନନ୍ଦ ପୂଜାରୀ,ରୂପକ ମହାନ୍ତି, ନିର୍ମଳ ସାହୁ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ ସଞ୍ଜୟ ବିଶ୍ୱାଳ,ଶ୍ରୀକାନ୍ତ ସାହୁ, ଏ. ରାଜା ରାଓ, ଅସ୍ମିତା ମହାନ୍ତିଙ୍କ ସମେତ ବହୁ କାର୍ଯରତ ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ସାମିଲ ହୋଇଥିଲେ।
Politics,State
ଭୁବନେଶ୍ୱର ( ଦ କୁଇଭର ):- ନବୀନ ପୁଣି ହେଲେ ବିଜେଡ଼ିର ସଭାପତି । ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଠୁ ବିଜେଡ଼ିରେ ସେ ପୁଣି ନିର୍ବିବାଦୀୟ ନବମ ଥର ପାଇଁ ସଭାପତି ଭାବେ କାର୍ଯ୍ୟ ଆରମ୍ଭ କଲେ । ନବୀନ ପୁଣି ସଭାପତି ହେବେ ବୋଲି ଦ କୁଇଭର ଆକଳନ କରିଥିଲା । ଯେଉଁ ଆକଳନ ଆଜି ସତ ହେଲା । ନବୀନଙ୍କ ବିପକ୍ଷରେ ସଭାପତି ପଦ ପାଇଁ ପ୍ରତିଯୋଗୀତା କରିବାକୁ କେହି ନଥିଲେ । ପ୍ରତିଦ୍ୱନ୍ଦି ନଥିବାରୁ ନବୀନ ପୁଣି ଥରେ ସଭାପତି ।
ନବୀନ ସଭାପତି ହେବାପରେ ବିଜେଡ଼ିର ରାଜନୀତି ଟିକେ ତେରଛା ଯିବ ବୋଲି କୁହାଯାଉଛି । ନବୀନଙ୍କର ସ୍ଥିତିକୁ ଦେଖିଲେ ଦଳ ପରିଚାଳନା କରିବା ତାଙ୍କ ପାଖେ ସେତେ ସହଜ ନୁହେଁ । ଏହା ବ୍ୟତୀତ ନବୀନଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଅଛି । ଯାହାକୁ ଦେଖିଲେ ସେ ବିଜେପି ବିରୁଦ୍ଧରେ ସେତେ ଦୃଢ ପଦକ୍ଷେପ ନେଇ ପାରିବେ ନାହିଁ ବା ସରକାରଙ୍କୁ ସେତେ ଚ୍ୟାଲେଞ୍ଜ କରିପାରିବେ ନାହିଁ । ସେଥି ପାଇଁ ଦଳର ନେତାରେ ପରିବର୍ତ୍ତନ ହେବ ବୋଲି ଆଶା ଯୋର ଧରିଲାଣି ।
ନବୀନ ଦଳର ନେତା ପଦରୁ ଓହରିବେ । କେବଳ ସଭାପତି ରହିବେ । ହେଲେ ନବୀନ ଯଦି ନେତାପଦ ଛାଡନ୍ତି, ତାହେଲେ କାହାକୁ କରିବେ ନେତା । ନେତା ତାଲିକାରେ ତ ଅନେକ ଆଶାୟୀ ରହିଛନ୍ତି । ହେଲେ ସମସ୍ତଙ୍କ ଭିତରେ ଦ୍ୱନ୍ଦ ଅଛି । କିଏ ନବୀନଙ୍କର ପ୍ରିୟ ? କାହା ଉପରେ ନବୀନ ଭରସା କରିବେ । ୨୫ ବର୍ଷ ଧରି ନବୀନ ବିଜେଡ଼ି ଗଠନ ଠାରୁ ନବୀନ କାହା ଉପରେ ଭରସା କରପାରି ନାହାନ୍ତି । ବିଜେଡ଼ି ଗଠନର ପ୍ରମୁଖ ଦାୟୀତ୍ୱ ନେଇଥିବା ଦିଲ୍ଲୀପ ରାୟ, ସ୍ୱର୍ଗତ ରାମକୃଷ୍ଣ ପଟନାୟକ, ବିଜୟ ମହାପାତ୍ର, ପ୍ରଫୁଲ୍ଲ ଘଡେଇଙ୍କ ଭଳି ଅନେକ ନେତାଙ୍କୁ ସେ ଗୋଡ଼ରେ ଆଡ଼େଇ ଦେଇଛନ୍ତି । ସେମାନଙ୍କ ଉପରେ ଭରସା କରିପାରି ନାହାନ୍ତି ।
ପରପିଢ଼ିର ନେତା ସଂଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତାଙ୍କୁ ବି ସେ ପୂରା ଭରସି ପାରୁନାହାନ୍ତି । ବଦ୍ରୀ ପାତ୍ର, ପ୍ରତାପ ଦେବଙ୍କ ଉପରେ ଭରସା କରିହେବ ନାହିଁ ବା ତାଙ୍କୁ ଦାୟିତ୍ୱ ଦେବା ସମ୍ଭବ ବି ନୁହେଁ । ଏହାରି ଭିତରେ କାହାକୁ ଦାୟିତ୍ୱ ଦେବେ ବୋଲି ସମସ୍ତଙ୍କ ମଧ୍ୟରେ ଏବେ କଳ୍ପନା ଜଳ୍ପନା ବଢିଯାଇଛି ।
କିଛି ତ ଭିକେ ପାଣ୍ଡିଆନଙ୍କୁ ନେତା କରପାରନ୍ତି ବୋଲି ଆକଳନ କରୁଛନ୍ତି । ଆନ୍ୟ କିଛି ଓଡ଼ିଆ ଝିଅ ସୁଜାତା ରାଉତଙ୍କ ନାଁ କହୁଛନ୍ତି । ଏହାରି ମଧ୍ୟରେ ସଂତୃପ୍ତ ମିଶ୍ରଙ୍କ ନାଁ ବି ମଧ୍ୟ ଅଛି । ଓଡ଼ିଆ ପୁ, ଶିକ୍ଷିତ ଏବଂ ଆଗକୁ ଚିନ୍ତା କରିବା, ଓଡ଼ିଶା ପାଇଁ ସ୍ୱପ୍ନ ଦେଖିବା, ତାଙ୍କର ଆଭିମୁଖ୍ୟ ବି ସ୍ପଷ୍ଟ ଅଛି । ସେ ହୀନ ରାଜନୀତି ନୁହେଁ, ବିକାଶ ଯୁକ୍ତ ରାଜନୀତିକୁ ଗ୍ରହଣ କରନ୍ତି । ସେଥି ପାଇଁ ତାଙ୍କ ନାଁ ବି ଚର୍ଚ୍ଚାକୁ ଆସିଲାଣି । ପ୍ରତାପ ଜେନା, ଅରୁଣ ସାହୁ, ସଂଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ ଏମାନେ ମନେ ମନେ କାଳେ ଲଡୁ ଖାଉଛନ୍ତି । ହେଲେ ବାହାରକୁ ଦେଖେଇ ପାରୁନାହାନ୍ତି । ସବୁ ଅପେକ୍ଷା କରିଛନ୍ତି ନବୀନ କାହାକୁ ବାଛିବେ । ଦେଖାଯାଉ ନବୀନ ସଭାପତି ହେଲାପରେ ନେତୃତ୍ୱ କାହାକୁ ଦେବେ, କାହାକୁ ହସ୍ତାନ୍ତର କରିବେ ତାଙ୍କ ପରର ଦାୟିତ୍ୱ ?
State
ବ୍ରହ୍ମପୁର( ଦ କୁଇଭର ):- ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା । ପରେ ତାକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଣଓଡ଼ିଆ ଅଭିଯୁକ୍ତ ମଧ୍ୟ ରହିଛି ।
ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ । ଏନେଇ ଜାନୁଆରୀ ୨୯ ତାରିଖରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି । ତଦନ୍ତ ବେଳେ ଗୁଜରାଟ ଭୁଜ ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ଏହି ସାଇବର ଠକେଇରେ ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା ବ୍ରହ୍ମପୁର ପୋଲିସ । ଭୁଜ୍ ପୋଲିସ ଯୋଗାଯୋଗ କରି ସୁବାଷକୁ ରିମାଣ୍ଡରେ ଆଣିଛି ପୋଲିସ । ଅନ୍ୟ ଅଭିଯୁକ୍ତ ଗୋବର୍ଦ୍ଧନରମର ରିମାଣ୍ଡ ପାଇଁ ମଧ୍ୟ ଆବେଦନ କରାଯାଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିଛି ପୋଲିସ । ଦୁଇଟି ଆକାଉଣ୍ଟରେ ପ୍ରାୟ ୨୨ଲକ୍ଷରୁ ଅଧିକ ଟଙ୍କା ରହିଛି ।
State
ବ୍ରହ୍ମପୁର( ଦ କୁଇଭର ):- ଶୁକ୍ରବାର ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ ଠାରେ ଦକ୍ଷିଣ ଓଡିଶା କ୍ରିୟାଅନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଓଡ଼ିଶା କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀ ସରୋଜ ରଞ୍ଜନ ପଟ୍ଟନାୟକ ବୈଠକ ଆରମ୍ଭରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମହୋଦୟଙ୍କୁ ସ୍ବାଗତ କରିବା ପୂର୍ବକ ଆମର ସବୁ ଦାବୀ ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁର ଏକ ସର୍ବ ପୁରାତନ ରେଳ ଷ୍ଟେସନ ହେଲେ ମଧ୍ୟ, ଓଡ଼ିଶାର ସବୁ ରେଳ ଷ୍ଟେସନ ଠାରୁ ତୃତୀୟ ସର୍ବାଧିକ ରେଭେନ୍ୟୁ ଆଦାୟ କାରୀ ଷ୍ଟେସନ ର ମାନ୍ୟତା ପାଇ NSG-ll କେଟେଗୋରି ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ଷ୍ଟେସନ କୁ ଅଣଦେଖା କରିବା, ବ୍ରହ୍ମପୁରରେ 5ମ ଓ 6ଷ୍ଠ ପ୍ଲାଟଫର୍ମ କରିବା, ଇତ୍ୟାଦି ଦାବୀ ଜଣାଇଥିଲେ। ସାଂସଦ ମହୋଦୟ ସେସବୁ ବିଷୟ କୁ ସଙ୍କଳନ କରି ଏକ ଲେଖା ମାଧ୍ୟମରେ ଦେବାକୁ କମିଟିର କର୍ମକର୍ତ୍ତା ମାନଙ୍କୁ କହିଥିଲେ। ତାକୁ ଧରି ସେ ଗୋଟିଏ ଦାବିପତ୍ର ମଧ୍ୟ କର୍ତ୍ତୃପକ୍ଷଙ୍କୁ ଦେବାକୁ କହି, ସମସ୍ତ ପ୍ରକାର ସହ ଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭବିଷ୍ୟତରେ ବୈଠକରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ରୁ ପ୍ରତିନିଧି ମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ବ୍ରହ୍ମପୁରର ଏମ.ଏଲ୍.ଏ. ଶ୍ରୀ କେ.ଅନୀଲ କୁମାର ମଧ୍ୟ ଅଂଶ ଗ୍ରହଣ କରିଥିଲେ।
State
କଟକ( ଦ କୁଇଭର ):- ମେଡିକାଲ କଲେଜ ପ୍ରଫେସରଙ୍କ ସ୍ବେଚ୍ଛାକୃତ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡିଶା ହାଇକୋର୍ଟ । ସେହିପରି ତିନି ମାସର ନୋଟିସ୍ ଅବଧି ସଂପୂର୍ଣ୍ଣ ହେବା ତାରିଖରୁ ଆବେଦନକାରୀଙ୍କ ଭିଆରଏସ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩, ଡିସେମ୍ବର ୨୭ରେ ଆବେଦନକାରୀ ଭିଆରଏସ ପାଇଁ ନୋଟିସ୍ ଦେଇଥିବା ବେଳେ ତିନି ମାସର ଅବଧି ଶେଷ ହେବା ଦିନ ଠାରୁ ଅର୍ଥାତ ୨୦୨୪, ମାର୍ଚ୍ଚ ୨୭ରୁ ନିଯୁକ୍ତିଦାତା ରାଜ୍ୟ ସରକାର ଓ କର୍ମଚାରୀ ଆବେଦନକାରୀଙ୍କ ମଧ୍ୟରେ ସଂପର୍କର ଅନ୍ତ ଘଟିଛି । ଯଦି ଏହି ତାରିଖ ପରେ ଆବେଦନକାରୀ ନିଜ ଦାୟିତ୍ବ ସଂପାଦନ କରିଥାନ୍ତି ତେବେ ତାଙ୍କୁ ଏହି ଅବଧି ପାଇଁ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏଥି ସହିତ ତିନି ମାସ ମଧ୍ୟରେ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ଓ ପେନସନ୍ ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ରବି ନାରାୟଣ ଧରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ, ଚାକିରିରୁ ଭିଆରଏସ ନେବା ପାଇଁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତ ଖାରଜ କରି ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶ ବେଆଇନ ବୋଲି ହାଇକୋର୍ଟଙ୍କ ରାୟରେ କହିଛନ୍ତି ।
ସୂଚନା ପ୍ରକାରେ,ସରକାରୀ ମେଡିକାଲରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କ ସ୍ବେଚ୍ଛାକୃତ ଅବସର ଦରଖାସ୍ତକୁ ସରକାର ୨୦୨୪, ଫେବ୍ରୁଆରୀ ୮ରେ ଖାରଜ କରିଥିଲେ । ଏନେଇ ପିଜିଆଇଏମଇଆର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ୨୦୨୪, ଫେବ୍ରୁଆରୀ ୯ରେ ଆବେଦନକାରୀଙ୍କୁ ଅବଗତ କରିଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଓସିଏସ ପେନସନ ନିୟମାବଳୀ ଅନୁସାରେ ଯଦି ଜଣେ ୨୦ବର୍ଷ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବେ ତେବେ ତାଙ୍କୁ ସ୍ବେଚ୍ଛାକୃତ ଅବସର ପାଇଁ ମନା କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ପାର୍ଥନା କରାଯାଇଥିଲା ।
State
ଦ କୁଇଭର ବ୍ୟୁରୋ :- ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ଏପ୍ରିଲ ୨୪ ଅର୍ଥାତ ପଞ୍ଚାୟତିରାଜ ଦିବସ ଅବସରରେ ମିଳିବ ସୁଭଦ୍ରା ଟଙ୍କା । ୧ ଲକ୍ଷ ୭୦ ହଜାର ମହିଳା ପାଇବେ କିସ୍ତି । ଅର୍ଥାତ ଦୁଇଟି କିସ୍ତିର ଟଙ୍କା ଏକା ସାଙ୍ଗରେ ପ୍ରଦାନ କରାଯିବ । ପୁରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଣ୍ଟାଯିବ ସୁଭଦ୍ରା ଟଙ୍କା । ଆସନ୍ତା ଏପ୍ରିଲ ୨୪ ହେଉଛି ପଞ୍ଚାୟତିରାଜ ଦିବସ । ଏହି ଅବସରରେ ରାଜ୍ୟର ଏକ ଲକ୍ଷ ୭୦ ହଜାର ମହିଳାଙ୍କୁ ଦିଆଯିବ ଷଷ୍ଠ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଦୁଇଟି କିସ୍ତି ଏକା ସାଙ୍ଗରେ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଯେଉଁମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିଲେ ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା ।
ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ‘ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ । ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହେଇ ଯାଇଥିବ । ସେମାନେ କରି ପାରିବେ ଆବେଦନ । ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା ।’ କିଛି ଲୋନ ପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ୫ ଲକ୍ଷରୁ ଊର୍ଦ୍ଧ୍ବ ବୋଲି ଦର୍ଶାଇ ଥିବାରୁରୁ ସୁଭଦ୍ରାର ଦ୍ଵିତୀୟ ମିଳିନାହିଁ । ଏହା ଉପରେ ବର୍ତ୍ତମାନ ତର୍ଜମା ଚାଲିଥିଲା । ଘରକୁ ଘର ଯାଇ ସର୍ଭେ ହେବ । କେଉଁ କ୍ୟଟେଗୋରିରେ କିଭଳି ଅଯୋଗ୍ୟ ହୋଇଛନ୍ତି । ସେନେଇ ତର୍ଜମା ହେବ। ଯେଉଁମାନେ ଧନୀ ବର୍ଗର ଅଛନ୍ତି ସେମାନେ ବାଦ ପଡ଼ି ଯାଆନ୍ତୁ ପଛେ ଯେଉଁ ପ୍ରକୃତରେ ଯୋଗ୍ୟ ସେମାନଙ୍କୁ ନିଶ୍ଚିତ ମିଳିବ ସୁଭଦ୍ରା ଟଙ୍କା। ଅଯୋଗ୍ୟଙ୍କୁ ବିଭିନ୍ନ ବର୍ଗରେ ଭାଗ ସ୍କୁଟିନି ହେବ । ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।
State
ସମ୍ବଲପୁର( ଦ କୁଇଭର ):- ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରାଜଧାନୀ ବାହାରେ ସମ୍ବଲପୁରରେ ହୋଇଛି ତାହା ପୁଣି ୧୦ ମ ପାଳିରେ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ, ସମସ୍ୟା ଶୁଣିଥିଲେ। ଏଥିରେ ଅନ୍ଲାଇନ୍ରେ ୧ ହଜାର ଓ ଅଫ୍ଲାଇନରେ ପ୍ରାୟ ୧୩୬୮ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି। ଦୁରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ଦିଆଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ସମ୍ବଲପୁରରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗଣତନ୍ତ୍ର ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେଉଛି। ଆମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖ ଶୁଣିବା। ଅରକ୍ଷିତକୁ ଦଇବ ସାହା ଭଳି ଗରିବ, ଅସହାୟ ଲୋକଙ୍କୁ ଆମ ସରକାର ସାହା ହୋଇଛନ୍ତି। ପୂର୍ବ ସରକାର ସମୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହୁଥିଲା। ଆମେ କିନ୍ତୁ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଲୋକଙ୍କ ପାଖକୁ ଆସିଛୁ। ଆଜି ସମ୍ବଲପୁରରେ ହେଲା, ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ। ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀମାନେ ସେମାନଙ୍କ ସ୍ତରରେ ହିଁ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ. ଗଣେଶରାମ ସିଂ ଖୁଣ୍ଟିଆ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପମନ୍ତ୍ରୀ ସଂପଦଚନ୍ଦ୍ର ସ୍ୱାଇଁ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
State
ଦ କୁଇଭର ବ୍ୟୁରୋ:- ଜାମ୍ମୁ କାଶ୍ମୀର ର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ସାରା ଦେଶ ଆଜି ସ୍ତବ୍ଧ। ଏଭଳି ଏକ ବର୍ବରଚିତ ହମଲା କୁ ଦୃଢ଼ ନିନ୍ଦା କରିଛି ଉଦଳା ୟୁନିକ ପ୍ରେସ କ୍ଲବ। ଯାହାକୁ ନେଇ ଆଜି ଉଦଳା ୟୁନିକ ପ୍ରେସ କ୍ଳବର ସଦସ୍ୟଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଏକତ୍ରିତ ହୋଇ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଉଦଳା ବସଷ୍ଟାଣ୍ଡ ଜଗଦ୍ଧାତ୍ରୀ ମନ୍ଦିର ନିକଟରୁ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ହନୁମାନ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମୃତକ ପରିବାର ପ୍ରତି ସମବେଦନା ସହିତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ କ୍ୟାଣ୍ଡେଲ ଜାଳିବା ସହିତ ନିରବ ପ୍ରାର୍ଥନା କରିଥିଲେ। ଭାରତ ସରକାର ଏହି ଘଟଣା କୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଚିହ୍ନଟ ଆତଙ୍କୀ ମାନଙ୍କୁ ତୁରନ୍ତ ମାରି ଦେବା ସହିତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ଜରୁରୀ ବୋଲି ମତ ଦେଇଥିଲେ ସଦସ୍ୟ। ଏହା ବ୍ୟତୀତ ଇଟା ର ଜବାବ ପଥରରେ ଦେବା ଜରୁରୀ ବୋଲି କହିଛନ୍ତି।
State
ଦ କୁଇଭର ବ୍ୟୁରୋ:- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ବାଲେଶ୍ୱର ଜିଲ୍ଲାର ଇସାଣି ଗାଁରେ ପହଞ୍ଚି ସ୍ୱର୍ଗତ ପ୍ରଶାନ୍ତ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।କାଶ୍ମୀରର ପେହଲଗାମ ଠାରେ ଉଗ୍ରପନ୍ଥୀଙ୍କ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ ମରଶରୀର ତାଙ୍କ ଗାଁ ମାଟି ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ଇସାଣି ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ୨୦ ମିନିଟ୍ ସମୟ ଅତିବାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାପରେ ସ୍ୱର୍ଗତ ପ୍ରଶାନ୍ତଙ୍କ ଶବାଧାର ସହ ଶ୍ମଶାନକୁ ମଧ୍ୟଯାଇ ଶେଷ ଦର୍ଶନ କରିଥିଲେ।
ପରଲୋକଗତ ଆତ୍ମାର ସଦ୍ଗତି କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ପରିବାରର ଦୁଃଖ ଦେଖି ‘ମୁଁ ଗଭୀର ମର୍ମାହତ’। ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱର୍ଗତ ପ୍ରଶାନ୍ତଙ୍କ ନିକଟତମ ଆତ୍ମୀୟଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କ ପାଇଁ ନିଯୁକ୍ତି ଦିଆଯିବା ସହିତ ତାଙ୍କ ପୁଅର ପାଠପଢା ପାଇଁ ଆବଶ୍ୟକ ବ୍ୟବସ୍ଥା ରାଜ୍ୟ ସରକାର କରିବେ ।ଏହି ଆତଙ୍କବାଦୀ ଘଟଣାର ତୀବ୍ରନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଗ୍ରପନ୍ଥୀ ମାନଙ୍କ କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ ଓ କାପୁରୁଷୋଚିତ। ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
National
ଦ କୁଇଭର ବ୍ୟୁରୋ :- ଆତଙ୍କବାଦୀମାନେ ଅଚାନକ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହା ଏକ ଟାର୍ଗେଟ୍ ଷ୍ଟ୍ରାଇକ୍ ଥିଲା; ଯେଉଁଥିରେ କିଛି ଆତଙ୍କବାଦୀ ଛଦ୍ମବେଶରେ ଥିଲେ ବୋଲି ଅନୁମାନ କରାଯାଉଛି। ଅପରାହ୍ନ ସାଢ଼େ ଦୁଇଟା ବେଳେ ପ୍ରଥମେ ସେମାନେ ଏକ ଉଚ୍ଚସ୍ଥାନରୁ ଲୋକଙ୍କୁ ଗୁଳି ମାରିଥିଲେ। କେତେକ ପର୍ଯ୍ୟଟକ ଘୋଡ଼ାରେ ବୁଲୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଘେରିଯାଇ ଗୁଳିମାଡ଼ କରିଥିଲେ। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଟିଆର୍ଏଫ୍ ଆତଙ୍କବାଦୀ ତନଜିମ୍ର ସମ୍ପୃକ୍ତି ରହିଛି। ୨ରୁ ୩ ଜଣ ଆକ୍ରମଣକାରୀ ପୁଲିସ/ସେନା ପୋଷାକ ପିନ୍ଧିଥିଲେ ଏବଂ ଆଉ ଦୁଇ ଜଣ ସ୍ଥାନୀୟ ପରିଧାନରେ ଥିଲେ। କେତେକ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ‘ତୁମେ ହିନ୍ଦୁ ନା ମୁସଲ୍ମାନ’ ବୋଲି ପଚାରିବା ସହ ପରିଚୟପତ୍ର ଯାଞ୍ଚ କରିଥିଲେ। ହିନ୍ଦୁ ବୋଲି ଜାଣିବା ମାତ୍ରେ ଗୁଳି କରିଥିବା ସଂପର୍କୀୟମାନେ କହିଛନ୍ତି। ଏହି ଆକ୍ରମଣ ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋର୍ଦାର କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଘଟଣାସ୍ଥଳକୁ ସିଆର୍ପିଏଫ୍ର ଅତିରିକ୍ତ କ୍ୱିକ୍ ରିଆକ୍ସନ ଟିମ୍ (କ୍ୟୁଆର୍ଟି) ପଠାଯାଇଛି। ସୁରକ୍ଷା କର୍ମୀ ସେଠାରେ ବିଶାଳ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ସେପଟେ ଏହି ଆକ୍ରମଣ ପାଇଁ ଟିଆର୍ଏଫ୍ (ଦ ରେଜିଷ୍ଟାନ୍ସ ଫୋର୍ସ) ନିଜକୁ ଦାୟୀ କରିଛି। ଏହା ଲସ୍କର-ଏ-ତୋଏବା ସହ ଜଡ଼ିତ ଏକ ଆତଙ୍କବାଦୀ ସଂଗଠନ l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୃଣ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆତଙ୍କବାଦୀଙ୍କୁ ନିପାତ ପାଇଁ ଆମର ପ୍ରତିବଦ୍ଧତା ଅତୁଟ ଏବଂ ସେମାନଙ୍କଏଜେଣ୍ଡା କଦାପି ସଫଳ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁମାନେ ଏହି ଘୃଣ୍ୟ ଆତଙ୍କୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ଏବଂ ଆକ୍ରମଣକାରୀମାନେ ଏହାର କଠୋରତମ ପରିଣାମ ଭୋଗିବେ। ଶାହ ଘଟଣା ସଂପର୍କରେ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇବା ସହ ଭିଡିଓ କନଫରେନ୍ସିଂ ଜରିଆରେ ସୁରକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶାହ ଆଜି ରାତିରେ ଶ୍ରୀନଗର ପହଞ୍ଚି ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆକ୍ରମଣ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ ବୋଲି ଜଣାପଡ଼ିଛି।
Education
ଦ କୁଇଭର ବ୍ୟୁରୋ :- ଆଜିଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଏପ୍ରିଲ ୨୩ରୁ ଅଙ୍ଗନବାଡି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏ ସଂପର୍କରେ ସମୀକ୍ଷା କରିବା ପରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲାମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଏପ୍ରିଲ ୨୩ ତାରିଖରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ। ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ହଷ୍ଟେଲ ପିଲାମାନେ ଚାହିଁଲେ, ଏହି ଛୁଟି ସମୟରେ ହଷ୍ଟେଲରେ ରହିପାରିବେ।
State
ଭୁବନେଶ୍ୱର( ଦ କୁଇଭର):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି, ଓଡିଶାର ପୁଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ପୁଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବି ଖାଲି ଥିବାବେଳେ, ଆହୁରି ୧୬,୦୫୯ଟି ନୂଆ ପଦବି ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏସବୁ ପଦବି ପୂରଣ ହେବା ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୁଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ। ଏହାସହିତ ପୁଲିସ ବାହିନୀକୁ ଅଧିକ ଦକ୍ଷ କରିବା ପାଇଁ ଅଧିକାରୀମାନେ ଅନ୍ୟ ରାଜ୍ୟକୁ ଯାଇ, ସେଠାକାର ପରିଚାଳନା ପଦ୍ଧତିକୁ ଅନୁସରଣ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତାମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନ ଗୁଡିକରେ କାର୍ଯ୍ୟ କରିବାକୁ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୁଲିସ ସେବା କର୍ମଚାରୀ ମାନଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡ଼ିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ ଗଠନ କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଗୁରୁତ୍ୱାରୋପ କରି ପଦକ୍ଷେପ ମଧ୍ୟ ନେଉଛନ୍ତି । ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ନୂଆ ପଦକ୍ଷେପ ମାନ ନେଉଛନ୍ତି । ରାଜ୍ୟରେ ଆଉ ଏକ ନୂଆ ବାଟାଲିଅନ ଗଠନକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ନୂଆ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଏକ ବାଟାଲିଅନ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ OISF ର ଗୋଟିଏ ବାଟାଲିଅନ କାର୍ଯ୍ୟରତ ଅଛି । ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭ । ନୂଆ ବାଟାଲିଅନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରିବ । ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ହେବ । ଜିଲ୍ଲାସ୍ତରୀୟରେ ୧୯୩୦ ପଦବୀ ସୃଷ୍ଟି ହୋଇଛି । ସେଥିରେ ଡିଏସପି ୫ଟି, ଇନ୍ସପେକ୍ଟର ୪୧ ଟି, ସବଇନ୍ସପେକ୍ଟର ୮୩ ଟି, ଏଏସଆଇ ୮୩ ଟି, ହାବିଲଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ସୃଷ୍ଟି ହୋଇଛି । ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି ।