Banner Ad

ବିଜେଡି ପୁରୁଖାଙ୍କ ଅକଲ ଗୁଡ଼ୁମ

ବିଜେଡି ପୁରୁଖାଙ୍କ ଅକଲ ଗୁଡ଼ୁମ
Published by : Chinmay Pati
#Politics
Jan 13, 2025, 6:31 PM



ଭୁବନେଶ୍ୱର(ଦ କୁଇଭର): ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣି୍ରଗାହୀ ବିଜେଡି ମୁହଁରେ ତୁଣ୍ଡି ବାନ୍ଧି ଦେଲେ । ନବୀନ ସରକାରଙ୍କ ସମୟରେ ତାଙ୍କ ନାମରେ ହୋଇଥିବା ମାମଲାରୁ ନିଦେ୍ର୍ଦାଷରେ ଖଲାସ ହେବା ପରେ ପ୍ରଦୀପ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ବଡ଼ ପ୍ରଶ୍ନ ଉଠାଇଥିଲେ । ଏପରିକି ପାଣ୍ଡିଆନଙ୍କୁ ଖୁସି କରିବାକୁ ଯାଇ କିଛି ଆଇପିଏସ କରିଥିବା ଆଇନ ବାହାରର କାମ ଉପରେ ବି କେହି ଜବାବ ଦେଇ ପାରି ନାହାନ୍ତି । ପ୍ରଦୀପଙ୍କୁ କିପରି କାଉଣ୍ଟର କରାଯିବ ସେହି ବାଟ ଖୋଜୁଛି ବିଜେଡି । ପ୍ରଦୀପଙ୍କ ପ୍ରଶ୍ନର ଜବାବ ଏବେ ବି ଖୋଜା ଚାଲିଛି । କ’ଣ ରହିବ ଜବାବ ଆଉ କିଏ ଦେବ ଜବାବ ତାହା ବି ଧାର୍ଯ୍ୟ କରିପାରୁନି । ପୂରା ବିଜେଡି ଶିବିର ଅଡ଼ୁଆରେ ପଡ଼ିଯାଇଛି । ଦଳର ପୁରୁଖା ମାନଙ୍କ ଅକଲ ଗୁଡ଼ୁମ ହୋଇଯାଇଛି । ଦଳ ଭିତରେ କିଛି ଠିକ ଚାଲୁ ନଥିବାରୁ ଦଳର ନେତାମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ।

ବିଜେଡିରୁ ଆସି ବିଜେପିରେ ମିଶିବା ପରେ ବ୍ରହ୍ମପୁର ଏମପି ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେଡିରେ ଥିବା ବେଳେ ପ୍ରଦୀପଙ୍କୁ ନାନା ପ୍ରକାର ହଇରାଣ କରାଯାଇଥିଲା । ପ୍ରଦୀପଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା । ତାଙ୍କୁ ବଦନାମ କରାଯାଇଥିଲା । ମିଛ ମାମଲା କରାଯାଇଥିଲା । ଏପରି ଅନେକ ଅଭିଯୋଗ ଆଣିଥିଲେ ପ୍ରଦୀପ । ମାତ୍ର ସରକାରରେ ଥିବା ବିଜେଡି ସବୁକୁ ଉପେକ୍ଷା କରି ତାଙ୍କ ନାମରେ ମାମଲା କରି ଜେଲ ପଠାଇଥିଲା । ହେଲେ ନବୀନ ସରକାରଙ୍କ ପୋଲିସ ମାମଲାର ତଦନ୍ତ ବେଳେ କିଛି ବି ପ୍ରମାଣ ପାଇ ନଥିଲା । ଫଳରେ ପ୍ରଦୀପ ଏବେ ନିଦେ୍ର୍ଦାଷରେ ଖଲାସ ହେଲେ । ପ୍ରଦୀପ ଖଲାସ ହେବା ପରେ ତାଙ୍କ ନାମରେ କିଏ ଓ କାହିଁକି ମିଥ୍ୟା ମାମଲା କରିଥିଲା । ରାଜ୍ୟର କି କି ହାନୀ ବିଜେଡି କରିଛି ଓ କରିବାକୁ ଯୋଜନା କରିଛି, ସବୁ ଖୋଲିବା ଆରମ୍ଭ କରିଛନ୍ତି ।

ପ୍ରଦୀପଙ୍କ ବିରୋଧରେ ମାମଲା କରି ତାଙ୍କୁ ଜନବିରୋଧୀ ନେତା କହିଥିଲେ ନବୀନ । ଏବେ ମାମଲାରୁ ଖଲାସ ହେବା ପରେ ନବୀନଙ୍କ ଜନବିରୋଧୀ ଘୋଷଣା ମିଛ ବୋଲି ସ୍ପଷ୍ଟ ହୋଇଛି । ନବୀନ ମିଛ ଘୋଷଣା କରିଥିବାରୁ ସେ ଜନବିରୋଧୀ ନୁହେଁ କି ବୋଲି ବି ପ୍ରଶ୍ନ କଲେଣି ପ୍ରଦୀପ । ଏଥିସହ ତାଙ୍କ ପାଇଁ ଆଇନକୁ କିପରି ମୋଡ଼ି ମକଚି ଦିଆଗଲା, ତାହା ବି କହିଲେଣି । ଆଇପିଏସ ମାନେ କିପରି ବିଜେଡିର ହାତ ବାରିସି ହୋଇ କାମ କରୁଥିଲେ ସେକଥା କହି ବିଜେଡିର ଭାବମୂର୍ତ୍ତୀକୁ ବଦନାମ କରିଦେଲେଣି । ଆଗକୁ ନବୀନ-ପାଣ୍ଡିଆନଙ୍କ ଗୁମର ଖୋଲିବେ ବୋଲି ବି କହିଲେଣି । ପ୍ରଦୀପଙ୍କ ଏହି କଥାକୁ ବିଜେଡି ଜବାବ ଦେଇ ପାରୁନାହିଁ । ଦଳ ଭିତରେ ଏବେ ଟଣାଓଟରା ଚାଲିଲାଣି । କିଏ କହିବ ଓ କ’ଣ ଜବାବ ଦେବ? ଏକଥା ଭାବି ଭାବି ବିଜେଡି ପୁରୁଖାଙ୍କର ଅକଲ ଗୁଡ଼ୁମ ହୋଇଗଲାଣି । ଯଦି ପ୍ରଦୀପ ଗୁମର ଖୋଲିଲେ, ତେବେ ବିଜେଡି ଦୋହଲିଯିବ ବୋଲି ବେଳ ପ୍ରଦୀପ ନୁହନ୍ତି, ବିଜେଡିରୁ ଆସି ବିଜେପିରେ ବିଧାୟକ ହୋଇଥିବା ପ୍ରଶାନ୍ତ ଜଗଦେବ ବି କହିଲେଣି । ଏକଥାକୁ ବିଜେଡିର ଅନେକ ନେତା ବି ଭିତରେ ଭିତରେ ମାନିଲେଣି । ଏହାର ମୁକାବିଲା ରାସ୍ତା ପାଉନଥିବାରୁ ବିଜେଡି ଘାଣ୍ଟି ହେଉଛି । ଦେଖାଯାଉ ପ୍ରଦୀପ ନବୀନ-ପାଣ୍ଡିଆନଙ୍କ କେଉଁ ଗୁମରକୁ ଆଗ ଖୋଲୁଛନ୍ତି ଓ କି ପ୍ରଭାବ ପଡ଼ୁଛି?


Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଦୋଳ ଓ ହୋଲି ପାଇଁ ନିର୍ଦ୍ଦେଶାବଳୀ : ମଦ୍ୟପାନ କରି ହୋଲି ଖେଳିଲେ ବନ୍ଧା ହେବେ

Blog Thumbnail

ଦ କୁଇଭର ବ୍ୟୁରୋ :-:ଆସୁଛି ରଙ୍ଗର ପର୍ବ ହୋଲି । ଏହି ସମୟରେ ଯେପରି କିଛି ବିଶୃଙ୍ଖଳିତ ବା ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଏନେଇ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଏସପି, ଡିଆଇଜି ଓ ଆଇଜିଙ୍କ ସହ ଡିସିପି ଓ ସିପିଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ଆଡଭାଇଜାରି ଜାରି ହୋଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନେ ପ୍ରସ୍ତୁତି ରହିଛନ୍ତି । ତେଣୁ ଲୋକଙ୍କ ଉପସ୍ଥିତି ଓ ପରମ୍ପରା ବଜାୟ ରଖିବା ସମୟରେ ଆଇନଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ବଜାୟ‌ ରଖିବା ପାଇଁ ସମସ୍ତ ଜିଲ୍ଲାର ଏସପି, ଆଇଜି, ଡିସିପି ଓ ସିପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସମୟରେ ସମସ୍ତ ପ୍ରକାର ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅନ୍ୟାନ୍ୟ ଦିଗ ପ୍ରତି ନିଜ ନିଜ ଅଞ୍ଚଳରେ ବ୍ୟବସ୍ଥା କରିବେ । ସମସ୍ତ ରେଞ୍ଜର ଆଇଜି ଓ ଡିଆଇଜିଙ୍କ ସହ ଜିଲ୍ଲାର ଏସପି ଓ କମିଶନରେଟ ପୋଲିସର ଡିସିପି ଓ ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।



ତେବେ ଅସାମାଜିକ ଓ ଅପରାଧିକ ତତ୍ତ୍ବ ଗତିବିଧି ଉପରେ ନଜର ରଖିବ ପୋଲିସ ,ଆଗୁଆ ସତର୍କତାମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି,,ପକେଟମାର, ମହିଳାଙ୍କ ପ୍ରତି ଅସଦାଚରଣ ବା କମେଣ୍ଟ ପାସ ଭଳି ପରିସ୍ଥିତି ନ ଉପୁଜିବା ଉପରେ ଗୁରୁତ୍ବ ଦିଆଯାଇଛି,ମେଳଣ ସମୟରେ ଯେପରି ଲାଠି, ବାଣ ପ୍ରଦର୍ଶନ ବା ଅନ୍ୟାନ୍ୟ ଅଶୋଭନୀୟ ପ୍ରଦର୍ଶନ ନ କରାଯିବ ତା ଉପରେ ନଜର ରଖିବ ପୋଲିସ,,ଦୋଳ ମେଳଣ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯିବ,,ଜଳାଶୟ, ନଦୀ ଘାଟ, ପୁଷ୍କରିଣୀ ଓ ସମୁଦ୍ର ତଟରେ ଆଲର୍ଟ ସହ ଫୋର୍ସ ମୁତୟନ କରାଯିବ,,ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ରେସ୍କ୍ୟୁ ଟିମ୍ ଆଲର୍ଟ ରହିବାକୁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ କହିଛନ୍ତି, "ହୋଲି ପାଇଁ ଆମର ଯେଉଁ ଆଡଭାଇଜରି ଦିଆଯିବା କଥା ତାହା ପଠା ସରିଛି । ସେଥି ପାଇଁ ପୋଲିସ ତରଫରୁ ଯେଉଁ ବ୍ୟବସ୍ଥା କରାଯିବା କଥା ସେ ସବୁ କରାଯାଉଛି ।


ଅନ୍ୟପକ୍ଷରେ ସୁରକ୍ଷିତ ରହି ହୋଲି ପାଳନ ପାଇଁ କମିଶନରେଟ ପୋଲିସ ଜାରି କରିଛି ସ୍ୱତନ୍ତ୍ର ଗାଇଡଲାଇନ। ମଦ୍ୟପାନ କରି କୌଣସି ବ୍ୟକ୍ତି ନଦୀ କିମ୍ବା ପୂଲ୍‌କୁ ଗାଧୋଇବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମଦ୍ୟପାନ କରି ହୋଲି ଖେଳିଲେ ବନ୍ଧା ହେବେ । ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ ପିସିଆର l ଏହାସହ ହୋଲି ଦିନ ରାଜଧାନୀରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ପୋଲିସର ଫୋକସ ରହିବ ବେଆଇନ୍ ମଦ କାରବାର ଉପରେ। ହର୍ବାଲ୍ ରଙ୍ଗ ବ୍ୟତୀତ କେମିକାଲ ରଙ୍ଗ ବିକ୍ରି ଉପରେ ମଧ୍ୟ ଲାଗିବ ରୋକ।

State,Politics

ଗିରଫ ହେବେ ରାଜା ଚକ୍ର

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେଡି ନେତା ରାଜା ଚକ୍ରଙ୍କୁ ନେଇ ଆସିଲା ବଡ଼ ଖବର । ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଏମିତିକି ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ । ଏଥିସହ ରାଜାଙ୍କୁ ଗିରଫ ନେଇ ଥିବା ପ୍ରତିବନ୍ଧକ ହଟିଲା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଘନ ଘନ ରେଡ୍‌ କରିଥିଲା EOW। ଦୁଇ ଦିନ ତଳେ ଜଣେ ASPଙ୍କ ନେତୃତ୍ବରେ ଗୋଟିଏ ଟିମ ରାଜାଙ୍କର କେନ୍ଦୁଝର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଥିଲା । ବହୁ ସମୟ ଧରି ଘରେ ଯାଞ୍ଚ ଚାଲିଥିଲା । ଖାଲି ଏତିକି ନୁହେଁ, ଯୋଡ଼ା ଖଣି କ୍ଷେତ୍ରର ବିଭିନ୍ନ ଜାଗାରେ ଆଉ ଏକ ଟିମ ତଦନ୍ତ ଜାରି ରଖିଛି । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳୁଛି ।


ଅନ୍ୟପକ୍ଷରେ ରାଜା ଚକ୍ରଙ୍କୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ମମତା କହିଛନ୍ତି, ବିଜେଡି ନେତା ରାଜା ଚକ୍ର ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ । ସେମାନଙ୍କ ହାତ ନଥିଲେ, ସେ ଏତେ ଶକ୍ତିଶାଳୀ ହୋଇପାରିନଥାନ୍ତେ l

State

ସ୍ଥାପନ ହେଲା ଶୁଭଖୁଣ୍ଟି,ଏପ୍ରିଲ ୩ ରୁ ୨୮ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ବୁଧବାର ମଧ୍ୟ ରାତ୍ରରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ପରମ୍ପରା ଅନୁଯାୟୀ ବୁଧବାର ସକାଳୁ ବାଜିଥିଲା ଡେଙ୍ଗୁରା । ଡେଙ୍ଗୁରା ବଜାଇ ସହରବାସୀଙ୍କୁ ଅବଗତ କରାଯାଇଥିଲା ମା'ଙ୍କ ଯାତ୍ରା ବିଷୟରେ । ବୁଧବାର ସକାଳୁ ବାପା ଦେଶିବେହେରା ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଂଚି ପୂଜାର୍ଚନା କରିଥିଲେ। ଏହା ପରେ ଦେଶିବେହେରାଙ୍କ ଘର ସମ୍ମୁଖରୁ ଡେଙ୍ଗୁରା ବଜାଇବା କାର୍ଯ୍ୟକ୍ରମ ଆରମ୍ଭ କରି ସହରବାସୀଙ୍କୁ ଅବଗତ କରାଯାଇଛି। ଦେଶୀ ବେହେରାଙ୍କ କୁଳ ପୁରୋହିତ ତଥା ସିଦ୍ଧାନ୍ତି ଯାତ୍ରାର ଦିନ ଧାର୍ଯ୍ୟ କରିଛନ୍ତି l

ଅସ୍ଥାୟୀ ମଣ୍ଡପ ଯାତ୍ରା ତାରିଖ ଘୋଷଣା କରିଛନ୍ତି ବାପା ଦେଶୀବେହେରା l ପାରମ୍ପରିକ ସିଦ୍ଧାନ୍ତି ଅନୁସାରେ ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ମାସ ୩ ତାରିଖ ଠାରୁ ଆରମ୍ଭ ହେବ ମା'ଙ୍କ ଯାତ୍ରା,୨୬ ଦିନ ବାପା ଘରେ ଯାତ୍ରା କରି ପୁଣି ଏପ୍ରିଲ ୨୮ ତାରିଖ ରେ ଶାଶୁ ଘର ଫେରିଯିବେ ମାଁ ବୁଢୀ ଠାକୁରାଣୀ l ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା'ଙ୍କ ଆଗମନ, ରୀତିନୀତି, ସାହି ପରିକ୍ରମା ଓ ସ୍ଥାୟୀ ମନ୍ଦିରକୁ ମା'ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯାଇଛି । ଦୁଇବର୍ଷକୁ ଥରେ ମାଆ ନିଜ ବାପଘରକୁ ଆସିବା ସହ ସାହିସାହି ବୁଲି ଭକ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏଥିପାଇଁ ଏବେଠାରୁ ବ୍ରହ୍ମପୁରରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

ସୂଚନାନୁଯାୟୀ, ବ୍ରହ୍ମପୁରର ଏହି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଏକ ପ୍ରାୟ ମାସେ ସମୟ ଧରି ଆୟୋଜିତ ହୋଇଥାଏ । ମା' ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପରମ୍ପରା ଓ ରୀତିନୀତି ଅନୁଯାୟୀ ସହିତ ଯାତ୍ରା ହୋଇଥାଏ। ମା'ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ,ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ । ମା'ଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ଏବର୍ଷ ଯାତ୍ରା ସୁରୁଖୁରୁରେ ହେବା ନେଇ ବୁଢ଼ୀ ଠାକୁରାଣୀଙ୍କ ଉପରେ ସହରବାସୀଙ୍କ ଭରସା ରହିଛି ।

State

ବାରିପଦାରେ ହତ୍ୟା

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ଠିକାଦାର ତଥା ବିଜେଡିର ବରିଷ୍ଠ ସଦସ୍ୟ ଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା।


ସୂଚନାନୁସାରେ, ସ୍ନେହାଶିଷ ଘରେ ଥିବା ସମୟରେ ଜନୈକ ଯୁବକ ଜଣଙ୍କ ଘରେ ପଶିଥିଲେ। ହଠାତ୍‌ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଯୁବକ ଜଣଙ୍କ ଏକ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଜଣାପଡିଛି। ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଉଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

State

୨କୋଟି ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଚମ୍ପଟ

Blog Thumbnail

ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡୁ ଗାଁ ନିକଟରୁ ୨୦କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l ତେବେ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ରୁବୁଡ଼ା ଗାଁ ନିକଟସ୍ଥ ଗୋଟିଏ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ନେଇ ପୋଲିସ ଖବର ପାଇଥିଲା l ରା.ଉଦୟଗିରି ଭାରପ୍ରାପ୍ତ ଏସଡିପିଓ ଅମିତାଭ ପଣ୍ଡାଙ୍କ ତତ୍ୱାବଧାନରେ ଓ ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି l ଗଞ୍ଜେଇ କୁ ମାଫିଆ ମାନେ ଅତି ଚତୁରତାର ସହ ବଡ଼ ବଡ଼ ପ୍ଲାଷ୍ଟିକ ଯାର ରେ ଭର୍ତି କରି ରଖିଥିଲେ l ଏହି ପ୍ଲାଷ୍ଟିକ ଯାର ରେ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରୁଥିଲେ ମାଫିଆ l ହେଲେ ପୋଲିସ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଏସପି ସୂଚନା ଦେଇଛନ୍ତି

National

ମାର୍ଚ୍ଚ ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ୧ଟା ୩୦ ରେ ଭୁବନେଶ୍ବରରେ ପହଞ୍ଚି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ କାଳିଆପଲ୍ଲୀ ସ୍ଥିତ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ପରେ ଭୁବନେଶ୍ବର ଫେରି ଆସି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ୨୫ତାରିଖ ସକାଳୁ ଭୁବନେଶ୍ବର ବିମାନ ବନ୍ଦରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଟକ ଗସ୍ତ କରିବେ ରାଷ୍ଟ୍ରପତି । କଟକ ଠାରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଦ୍ରୌପଦୀ ମୁର୍ମୁ । ପରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ବିକାଶ ମୂଳକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । କାର୍ଯ୍ୟକ୍ରମ ପରେ କଟକ ମାଛୁଆ ବଜାର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ କରିବେ । ଏହାପରେ ତୁଳସୀପୁର ସ୍ଥିତ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ । ତୁଳସୀପୁରରୁ ବାହାରି ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପହଞ୍ଚିବେ । ଆଦିକବି ସାରଳା ଦାସଙ୍କ ୬୦୦@ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କଳିଙ୍ଗ ରତ୍ନ ଆୱାର୍ଡ଼ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ସେହି କାର୍ଯ୍ଯକ୍ରମ ପରେ ଭୁବନେଶ୍ବର ଫେରି ସନ୍ଧ୍ୟା ୫ଟା ୩୦ରେ ଦିଲ୍ଲୀ ଫେରିଯିବେ ଦ୍ରୌପଦୀ ମୁର୍ମୁ ।

State

ଆଜି ୧୧.୩୦ ଯାଏ ଗୃହ ମୁଲତବି

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆଜି ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ ବିଜେଡି ସଦସ୍ୟ । ପୁଣି ଗୃହକାର୍ଯ୍ୟ ଚଳାଇ ଦେଲେନି ବିରୋଧୀ । ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦାବି କରିଛି କଂଗ୍ରେସ । ଏଣୁ ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ । ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ହାତରେ କଳା ପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭ ହେଉହେଉ ଜଳସେଚନ ଉପରେ ଗୃହରେ ଉତ୍ତର ରଖୁଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ । କିନ୍ତୁ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟ ନାରାବାଜି ଆରମ୍ଭ କରି ଦେଇଥିଲେ । ପୋଲାଭରମ ପ୍ରସଙ୍ଗରେ ଗୃହରେ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ । ପୋଲାଭରମ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବି ପ୍ରସ୍ତାବ ଦେଇଥିଲା ବିଜେଡି,ଯାହାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି lଶେଷରେ ବାଧ୍ୟ ହୋଇ ବାଚସ୍ପତ୍ତି ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

Politics

ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି

Blog Thumbnail

ଦ କୁଇଭର ବ୍ୟୁରୋ :- ଏବେ ମଧ୍ୟ ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜୁ ଜନତା ଦଳ l ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ ରହି ଭେଟୁଛନ୍ତି ନେତା ଓ ବିଧାୟକ ମାନଙ୍କୁ । ଭୁବନେଶ୍ୱର ସାଂସଦ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିବାହ ପରେ ନବୀନ ନିବାସରେ ଉଠାଯାଇଥିବା ଫଟୋ, ଯେଉଁଥିରେ ପାଣ୍ଡିଆନଙ୍କ ସହ ସ୍ପଷ୍ଟ ଭାବେ ଉଠାଯାଇଛି, ତାକୁ ନେଇ ଏବେ ଜୋର ଚର୍ଚ୍ଚା l ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ । ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା ।


ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପର୍ଯ୍ୟନ୍ତ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ ।


ତେବେ ଦେଖାଯାଉ ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ସାମ୍ନାକୁ ଆସୁଛନ୍ତି l

State

ଅଟୋ ଓଲଟି ୩ ଆହତ

Blog Thumbnail

ମୋହନା( ଦ କୁଇଭର ):- ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ କୁମ୍ଭୀମେରା ଗ୍ରାମ ନିକଟ ଗୁଦୁଗୁଦା ଜଳପ୍ରପାତ ନିକଟରେ ଏକ ଯାତ୍ରୀ ବାହି ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ସହ ଦୁର୍ଘଟଣା ଗ୍ରସ୍ତ ହୋଇଛି, ଫଳରେ ଅଟୋ ରେ ଥିବା ଚାରି ଜଣ ଯାତ୍ରୀ ଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଆହତ ହୋଇଛନ୍ତି, ଆହତ ଙ୍କ ମଧ୍ୟରେ ଜଣେ ମହିଳା, ଏବଂ ପାଞ୍ଚ ବର୍ଷ ର ଶିଶୁ ସମେତ ଅଟୋ ଚାଳକ ରହିଛନ୍ତି l ଆଧାର କାର୍ଡ ପ୍ରସ୍ତୁତି ନିମନ୍ତେ ରାକେଶପଙ୍କା ଗ୍ରାମରୁ ମୋହନା ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି l ସମସ୍ତ ଆହତ ଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ମୋହନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l

Education,State

ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍‌ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ ସ୍ବାକ୍ଷରିତ କରାଯାଇଛି । ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟିରେ ହୋଇଛି ଏମଓୟୁ ସ୍ବାକ୍ଷରିତ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ । ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ଵାରା ଅନେକ ଯୋଜନା କରାଯାଉଛି । ITEP (Integrated teacher education programme) ନାଁରେ ରହିବ ନୂଆ କୋର୍ସ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି । ଯାହା ITEP ସେ ମଧ୍ୟରୁ ଅନ୍ୟତମ ଅଟେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ’ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

State

ମୁହାଣ ଖୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ ୪୦ ଗିରଫ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଗୋଳନ୍ଥରା ଥାନା ଅର୍ନ୍ତଗତ ରାମେୟାପାଟଣା ଗ୍ରାମର ଲୋକେ ଚିଲିକା ତଟରେ ଏକ ମୁହାଣ ଖୋଳୁଥିବା ବେଳେ ନିକଟସ୍ଥ କୁତୁରୁ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି ଜଣାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜୟରାମ ବେହେରା, ଶିବରାମ ବେହେରା, ସାବିତ୍ରୀ ବେହେରା, ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ଭାନୁମତୀ ବେହେରା ଓ ପାର୍ବତୀ ବେହେରା ପ୍ରମୁଖ ୭ ଜଣ ଆହତ ହୋଇଥିବା ଜଣାପଡିଛି।


ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୀତାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି ଓ ଉଭୟ ଗୋଷ୍ଠୀଙ୍କ ୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ତେବେ ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।


Politics,State

ଗିରଫ ହେଲେ ରାଜା ଚକ୍ର

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏହାକୁ ନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ସତ ବୋଲି ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ପଲଟିକାଲ୍ ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଆଜି ରାଜାଙ୍କୁ କୋର୍ଟଚାଲାଣ କରାଯିବ। ଗତକାଲି ହାଇକୋର୍ଟ ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାପରେ ତାଙ୍କ ପତ୍ନୀ ଓ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବ ବୋଲି ସୂଚନା ରହିଛି।


ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହୋଇଛି।


ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତାର ତନାଘନା କରିଥିଲା। ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ପରେ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ, ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଜେରା ବେଳେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି। ରିମାଣ୍ଡ ଅବଧି ଆଜି ସରିବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା l

Politics

୭ ଦିନ ପାଇଁ ତାରା ନିଲମ୍ୱିତ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି।ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ। ଏହି ବିଷୟ ଉପରେ ବିଚାର କରିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ନିଲମ୍ବନର ପ୍ରତିବାଦରେ, ବିଧାନସଭାରେ ବାହିନୀପତିଙ୍କ ଦଳୀୟ ସହଯୋଗୀମାନେ ଗୃହରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ବିଜେଡି ମଧ୍ୟ ନିଲମ୍ବନର ପ୍ରତିବାଦ କରି ୱାକଆଉଟ୍ କରିଥିଲା।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସେମାନଙ୍କ ଦଳ ନିଲମ୍ବନ ପ୍ରତ୍ୟାହାର ଦାବି କରୁଛି। ସେମାନେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ନିରପେକ୍ଷ ଭାବରେ ଚଳାଇବା ପାଇଁ ଅପିଲ କରିବେ। ଏହି ସମୟରେ, ବାହିନୀପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହର ୱେଲରେ ଧାରଣା ଦେଇଥିଲେ। ବାଚସ୍ପତି ତାଙ୍କୁ ସାତ କାର୍ଯ୍ୟ ଦିବସ ପାଇଁ ବିଧାନସଭାରୁ ବାହାରେ ରଖିବାକୁ ମାର୍ଶାଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

State

କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍

Blog Thumbnail

ଗଞ୍ଜାମ( ଦ କୁଇଭର ):- କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଖମ୍ବେଶ୍ୱରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସ୍ ରେ ଥିଲେ, ୧୭ ରୁ ଉର୍ଦ୍ଧ୍ବ ଯାତ୍ରୀ, ୭ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ, ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାଟି ଗଂଜାମ - କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଖବର ପାଇ ଉଭୟ ଭଂଜନଗର ଓ ଜି.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ, ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

Shree Jagannath

ପୁରୀ ରେ ମହାପ୍ରସାଦ ସେବନ ପାଇଁ ହେବ ଅନ୍ନ କ୍ଷେତ୍ର

Blog Thumbnail

ପୁରୀ( ଦ କୁଇଭର ):- ଖୁବଶୀଘ୍ର ମହାପ୍ରସାଦ ସେବନ ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଅନ୍ନ କ୍ଷେତ୍ର ଓ ଅଭ୍ୟର୍ଥନା କେନ୍ଦ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମିତ ହେବ ବିଭିନ୍ନ ନୂଆ ପ୍ରକଳ୍ପ । ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେନେଇ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ହେବ । ଭକ୍ତମାନଙ୍କ ମହାପ୍ରସାଦ ସେବନ ନିମନ୍ତେ ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନ୍ନ ଯଜ୍ଞ, ନାମ ଯଜ୍ଞ ଓ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କରାଯିବ। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ହେବ ।


ଶ୍ରୀମନ୍ଦିର ସାଂସ୍କୃତିକ କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁର୍ଣ୍ଣାଙ୍ଗ ରୂପ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଯଥାଶୀଘ୍ର ଅନୁମୋଦନ ଦେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା ରହିଛି ବୋଲି ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗାମୀ ୨୦୨୬ ରଥଯାତ୍ରା ଭିତରେ ସାରିବାକୁ ଲକ୍ଷ୍ୟ ରହିଥିବା ନେଇ ଗଜପତି ମହାରାଜା କହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଅନେକ ପ୍ରକଳ୍ପ ଏବେ ବି ବାକି ରହିଛି। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

State

ଭିନ୍ନ ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ

Blog Thumbnail

ଭଞ୍ଜନଗର(ଦ କୁଇଭର ):- ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଓ ଭଂଜନଗର ଥାନା ଅଞ୍ଚଳର ଭିନ୍ନଭିନ୍ନ ତିନୋଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି । ତାରାସିଙ୍ଗି ଥାନା ଅନ୍ତର୍ଗତ ରାଇପଲ୍ଲୀ ଗାଁ ନିକଟରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରରେ ୨ ବଖରା ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି,ଏଠାରେ ଦୀପାଳୀ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି l ସେହିଭଳି ଭଂଜନଗର ଥାନା ଅନ୍ତର୍ଗତ ତୁରୁମୁ ନିକଟ କନ୍ଧବଞ୍ଜର ଗାଁ ରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର, ଦୁଇ ବଖରା ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇ ଯାଇଥିଲା । ପରେ ପରେ ଭଂଜନଗର ସହରକୁ ଲାଗିରହିଥିବା ସାଇ ମନ୍ଦିର ନିକଟ ରାସ୍ତା କଡ଼ରେ କୈାଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ, ଅଗ୍ନିକାଣ୍ଡ ଘଟି ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ ସବୁ ଜଳି ଯାଇଥିଲା l ସମସ୍ତ ସ୍ଥାନରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Shree Jagannath,State

ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବ ବିଜେଡି

Blog Thumbnail

ପାରଳାଖେମୁଣ୍ଡି( ଦ କୁଇଭର ):- ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି ଗଜପତି ଜିଲ୍ଲା ବିଜେଡି । ଏହି ସମ୍ପର୍କରେ ବୁଧବାର ସ୍ଥାନୀୟ ହାଇଟେକ୍‌ ପ୍ଲାଜାଠାରେ ବିଜୁ ଜନତାଦଳର ବରିଷ୍ଠ ନେତା ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାରଳାଖେମୁଣ୍ଡି ବରିଷ୍ଠ ନେତା ବସନ୍ତ ଦାଶ, ପ୍ରଦୀପ ନାୟକ , ଜି. ତିରୁପତି ରାଓ, ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ , ଗବରା ତିରୁପତି ରାଓଙ୍କ ସମେତ ପାରଳାଖେମୁଣ୍ଡି ପୌରପାଳିକାର ସମସ୍ତ ବିଜେଡି କାଉନ୍‌ସିଲର ମାନେ ଉପସ୍ଥିତ ରହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ନିସ୍ବାର୍ଥ ଭାବେ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଇଂ. ରୂପେଶ ପାଣିଗ୍ରାହୀଙ୍କୁ ମୋଟା ଅଙ୍କର ଆର୍ଥିକ ସହଯୋଗ ଲାଗି ନିବେଦନ କରାଯିବ ବୋଲି ଉପସ୍ଥିତ ନେତା କର୍ମୀ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଭବିଷ୍ୟତରେ ଯଦି ଅଧିକ ଅର୍ଥର ଆବଶ୍ୟକ ପଡ଼େ ତେବେ ତିରୁପତି ପାଣିଗ୍ରାହୀ ନିଜେ ଆର୍ଥିକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସହରବାସୀ ମଧ୍ୟ ନିର୍ମାଣରେ ସହଯୋଗ ଜାରି ରଖନ୍ତୁ ବୋଲି କହିଥିଲେ ତିରୁପତି ପାଣିଗ୍ରାହୀ। ଗତ କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣ ସହଯୋଗ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ତେବେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାଯାଏ ସହଯୋଗର ହାତ ବଢ଼ାଇବାକୁ ସାଧାରଣ ଜନତା, ନେତା, କର୍ମୀମାନଙ୍କୁ ତିରୁପତି ଆହ୍ବାନ କରିଛନ୍ତି ।

Politics

ରାଜା ପରେ ଏବେ କାହାର ପାଳି ?

Blog Thumbnail

ଦ କୁଇଭର ବ୍ୟୁରୋ :-ଏମିତି ଅନେକ ପ୍ରଶ୍ନ ରାଜା ଚକ୍ର ଗିରଫ ପରେ ସୃଷ୍ଟି ହୋଉଛି l ରାଜା ଗିରଫ ପରେ ଧଡ଼ ଧଡ଼ ହେଲାଣି କିଛି ନେତାଙ୍କ ସହ ଅଫିସରଙ୍କ ଛାତି। କାହିଁକି ନା ରାଜା ଚକ୍ରଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ EOW କରିବ ଖୋଳତାଡ। ଏହି ଖୋଳତାଡ଼ ଭିତରେ ରାଜା ଖୋଲିଦେଇପାରନ୍ତି କଳା ସାମ୍ରାଜ୍ୟ ଗୁମର l ଏହି ଚର୍ଚ୍ଚା ମଧ୍ୟରେ କିଛି ନାଁ ମଧ୍ୟ ସାମ୍ନାକୁ ଆସିଛି। ବିଜେଡି ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ କେନ୍ଦୁଝରର ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ସୁରକ୍ଷା ଦେଉଥିଲେ ବୋଲି ଅଭିଯୋଗ ହେଉଥିଲା। ସେହି ସମୟରେ ଉଭୟ ସବୁ କାମରେ ରାଜାକୁ ସହଯୋଗ କରୁଥିଲେ ବୋଲି ଚର୍ଚ୍ଚା ହେଉଛି ।ଏଥିସହ ରାଜା ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ଭି.କେ ପାଣ୍ଡିଆନଙ୍କ ବଳରେ ବଳିୟାନ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେମାନେ ମଧ୍ୟ ସ୍କାନରକୁ ଆସିପାରନ୍ତି ବୋଲି ଆଲୋଚନା ହେଉଛି l ଅନ୍ୟପକ୍ଷରେ ବବି ଦାସ, ପାଣ୍ଡିଆନଙ୍କ ବଳରେ ରାଜା ଚକ୍ର ହୋଇଥିଲେ ଶକ୍ତିଶାଳୀ । ସେମାନଙ୍କ ହାତ ନଥିଲେ ସେ ଏତେ ଶକ୍ତିଶାଳୀ କେମିତି ହେଲେ ବୋଲି କିଛି ଦିନ ତଳେ ଅଭିଯୋଗ ଆଣିଥିଲେ ସାଂସଦ ମମତା ମହାନ୍ତ ।

Politics

ବିଧାନସଭାରେ ଧସ୍ତାଧସ୍ତି ପରେ ଆକ୍ସନ : ୭ ଦିନ ପାଇଁ ତାରା ସସପେଣ୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା । ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ ମିଶ୍ର କଲର ଧରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ । ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ, ଶୁଣିନଥିବା ଅଭିଯୋଗ କରିଛନ୍ତି ତାରା । ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।


ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ପରିଚାଳନା କରିବା ଦାୟିତ୍ବ ସରକାରୀ ଦଳର। ଏହି ଅଧିବେଶନ ଚାଲିବାର ବହୁ ପୂର୍ବରୁ ବାଚସ୍ପତି କହିଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ତାହା ହିଁ କଲେ। ବିଜେପିର ସଭ୍ୟମାନେ ଗୃହ ଭିତରକୁ ଆସି କିଏ କଲର୍‌ ଧରିଲା ତ କିଏ ବେକ ଧରିଲା। ଅଶ୍ଳୀଳ ଭାଷା ବି ପ୍ରୟୋଗ କଲେ। କିନ୍ତୁ ସରକାରୀ ଦଳ ଏକ ମୋସନ୍ ଆଣି ଶ୍ରୀ ବାହିନୀପତିଙ୍କୁ ନିଲମ୍ବନ କଲେ। ବାଚସ୍ପତି ନିରପେକ୍ଷ ଭାବେ ବିଚାର କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।