No comments yet.
Sports
ଦ କୁଇଭର ବ୍ୟୁରୋ:- ବନ୍ଦ ରହିଲା ଇଣ୍ଡିଆନ ପ୍ରିମିୟର ଲିଗ-IPL ୨୦୨୫ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଅନିର୍ଦ୍ଦିିଷ୍ଟକାଳ ପାଇଁ ଚଳିତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି । ଏନେଇ ବିସିସିଆଇ ସୁତ୍ରରୁ ସୂଚନା ମିଳିଛି । ବିସିସିଆଇର ଜଣେ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, " ଦେଶରେ ଯୁଦ୍ଧ ଚାଲିଥିବା ବେଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିବା ଭଲକଥା ନୁହଁ ।ପାକିସ୍ତାନ ରାଓ୍ବାଲପିଣ୍ଡି ଷ୍ଟାଡିୟମରେ ମିସାଇଲ ମାଡ଼ ପରେ ପାକିସ୍ତାନ ସୁପର ଲିଗ୍ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଖେଳାଳୀ ଏବଂ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଆଇପିଏଲକୁ ସ୍ଥଗିତ ରଖାଯାଇଛି ।ଚଳିତ ଆଇପିଏଲରେ ମୋଟ ୭୪ ମ୍ୟାଚ ମଧ୍ୟରୁ ୫୮ଟି ମ୍ୟାଚ ଶେଷ ହୋଇଛି । ଆଜି ୫୯ ତମ ମ୍ୟାଚ ଆରସିବି ଓ ଲକ୍ଷ୍ମୌ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ, ତା ପୂର୍ବରୁ ଏହି ଟି ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଜାବ ଏବଂ ଦିଲ୍ଲୀ ମ୍ୟାଚ୍କୁ ଅଧାରୁ ବନ୍ଦ କରାଯାଇଥିଲା ।
State
ଦ କୁଇଭର ବ୍ୟୁରୋ:- ଦେଶରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଜାରି ରହିଥିବା ବେଳେ ବେସାମରିକ ସୁରକ୍ଷା ସଙ୍ଗଠନର ସ୍ବେଚ୍ଛାସେବୀଙ୍କ ଗୁରୁତ୍ବ ବଢ଼ିଛି। ଏପରିକି ସୀମାରେ ଯବାନମାନେ ଲଢ଼େଇ କରୁଥିବାବେଳେ ଦେଶ ଭିତରେ ବେସାମରିକ ସୁରକ୍ଷା ସଙ୍ଗଠନର ସ୍ବେଚ୍ଛାସେବୀମାନେ କିପରି ଶତ୍ରୁ ପକ୍ଷର ଆକ୍ରମଣକୁ ମୁକାବିଲା କରିବେ, ସେ ନେଇ ମକ୍ ଡ୍ରିଲ୍ କରୁଛନ୍ତି। ଆମ ରାଜ୍ୟରେ ପ୍ରାୟ ୧୦ ହଜାର ବେସାମରିକ ସୁରକ୍ଷା ସ୍ବେଚ୍ଛାସେବୀ ଥିବାବେଳେ ଏହାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଯୁବସମାଜ ଯେପରି ବେସାମରିକ ସୁରକ୍ଷା ସ୍ବେଚ୍ଛାସେବୀ ଭାବେ ଯୋଗ ଦେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଦେଶର ସାଧାରଣ ଲୋକଙ୍କ ଜନଜୀବନ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା ସିଭିଲ୍ ଡିଫେନ୍ସ ସଙ୍ଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବା ପାଇଁ ମୁଁ ଜନସାଧାରଣଙ୍କୁ, ବିଶେଷ କରି ଯୁବ ସମାଜକୁ ଆହ୍ବାନ କରୁଛି। ଯୁବ ସମାଜ ହିଁ ଆମ ଆଶା, ଭରସା, ଉତ୍ସାହ ଓ ଶକ୍ତିର ପ୍ରତୀକ l
ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି ଯେ ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ। ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ। ଏହି ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯିବ। ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ। ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ସଙ୍ଗଠନ କାର୍ଯ୍ୟ କରୁଛି। ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନଗୁଡ଼ିକରେ ନୂଆ ସଙ୍ଗଠନ ଗଢ଼ିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମୋର ଆଶା ଓ ବିଶ୍ବାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ କରି ଯୁବବର୍ଗ ଏଥିପାଇଁ ଆଗେଇ ଆସିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l
International,National
ଦ କୁଇଭର ବ୍ୟୁରୋ:- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା । ଟ୍ରୁଥ୍ ସୋସିଆଲ ଆକାଉଣ୍ଟରେ ଟ୍ରମ୍ପଙ୍କ ପ୍ରତିକ୍ରିୟା । ପ୍ରଥମେ ଅସ୍ତ୍ରବରିତି ପାଇଁ କ୍ରେଡିଟ୍ ନେବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ସମାଧାନ ପାଇଁ ଆଗେଇ ଆସିବେ ବୋଲି କହିଛନ୍ତି । ଏହା ସହିତ ଦୁଇ ଦେଶ ସହ ବାଣିଜ୍ୟିକ କାରବାର ବୃଦ୍ଧି କରିବେ ବୋଲି କହିଛନ୍ତି । ଯୁଦ୍ଧବିରତି ପାଇଁ ଦୁଇ ଦେଶ ଭାରତ ଏବଂ ପାକିସ୍ତାନକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି । ୨ ଦେଶ ସହ ବାଣିଜ୍ୟିକ କାରବାର ବଢ଼ାଇବ US କହିଲେ ଟ୍ରମ୍ପ । ଯୁଦ୍ଧବିରତି ନହୋଇଥିଲେ ଲକ୍ଷାଧିକ ପ୍ରାଣହାନୀ ହୋଇଥାନ୍ତା ବୋଲି ଲେଖିଛନ୍ତି ଟ୍ରମ୍ପ । ଐତିହାସିକ ନିଷ୍ପତ୍ତି ପାଇଁ ଆମେରିକା ସାହାଯ୍ୟ କରିଛି ବୋଲି ଲେଖିଛନ୍ତି । ମୁଁ ଭାରତ ଏବଂ ପାକିସ୍ତାନର ଶକ୍ତିଶାଳୀ ନେତୃତ୍ୱଙ୍କୁ ନେଇ ବହୁତ ଗର୍ବିତ । ସେମାନଙ୍କର ଶକ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ରହିଛି । ସେମାନେ ସମ୍ପୂର୍ଣ୍ଣ ଭାବେ ଜାଣିଛନ୍ତି ଏବଂ ବୁଝିଛନ୍ତି ଯେ ବର୍ତ୍ତମାନର ଆକ୍ରମଣକୁ ବନ୍ଦ କରିବାର ସମୟ ଯାହା ଅନେକ ମୃତ୍ୟୁ ଏବଂ ଧ୍ୱଂସର କାରଣ ହୋଇପାରିଥାନ୍ତା । ଲକ୍ଷ ଲକ୍ଷ ନିରୀହ ଏବଂ ଭଲ ଲୋକଙ୍କ ମୃତ୍ୟୁ ହୋଇପାରିଥାନ୍ତା ! ମୁଁ ଗର୍ବିତ ଯେ ଆମେରିକା ଏହି ଐତିହାସିକ ଏବଂ ବୀରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତୁମମାନଙ୍କୁ ସହାୟତା କରିବାକୁ ସମର୍ଥ ହୋଇଛି । ମୁଁ ଏହି ଦୁଇ ମହାନ ଦେଶ ସହିତ ବାଣିଜ୍ୟ ବହୁତ ପରିମାଣରେ ବୃଦ୍ଧି କରିବାକୁ ଯାଉଛି । ଏହା ସହିତ, ମୁଁ ତୁମମାନଙ୍କ ସହ ମିଶି କାମ କରିବି ଯାହା ଦ୍ୱାରା ଆଗାମୀ "ହଜାର ବର୍ଷ" ପରେ କାଶ୍ମୀର ବିବାଦର ସମାଧାନ ହୋଇପାରିବ । ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ବଡ ବୟାନ । ଯୁଦ୍ଧ ବିନାଶର କାରଣ ହୋଇଥାନ୍ତା । ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥାନ୍ତା । ଭାରତ-ପାକିସ୍ତାନ ବୁଦ୍ଧିମତା ଦେଖାଇଛନ୍ତି । ଏ ପ୍ରସଙ୍ଗରେ ଦୁଇ ଦେଶ ସହ କଥା ହେବି । ଭାରତ ଓ ପାକିସ୍ତାନର ନେତୃତ୍ୱକୁ ନେଇ ଗର୍ବିତ । ଉଭୟ ଦେଶ ସହ ବ୍ୟବସାୟ କାରବାର ବଢାଇବୁ । ତେବେ ଭାରତ ପୂର୍ବରୁ ଅନେକ ଥର ବିଶ୍ୱ ମଞ୍ଚରେ କହିସାରିଛି କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ।
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୬ରୁ ୭ ଦିନ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ ସହ ଆର୍ଦ୍ର ଅବସ୍ଥା ଅଧିକ ହେବାର ସମ୍ଭାବନା ରହିଛି। ୧୧ରୁ ୧୩ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରି ବୃଦ୍ଧି ପାଇଛି। ଓଡ଼ିଶାର ଅନ୍ୟ କୌଣସି ଜିଲ୍ଲାରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୨ରୁ ୩ ଡିଗ୍ରି କମ୍ ଥିଲା। ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସ୍ବାଭାବିକଠାରୁ ପ୍ରାୟ ୨ ଡିଗ୍ରି ଅଧିକ ଥିଲା ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ସ୍ବାଭାବିକ ଥିଲା।
National,International
ଦ କୁଇଭର ବ୍ୟୁରୋ:- ପହଲଗାମ କାଣ୍ଡ ପରେ ଭାରତ ପ୍ରଥମେ ସିନ୍ଧୁ ଜଳ ସନ୍ଧି ରଦ୍ଦ କରିଥିଲା । ଏହାକୁ ଆକ୍ଟ ଅଫ୍ ୱାର୍ କହି ପାକିସ୍ତାନର ଏକାଧିକ ମନ୍ତ୍ରୀ ଭାରତ ନାଲି ଆଖି ଦେଖାଇ ପରମାଣୁ ଧମକ ଦେଇଥିଲେ । ଏହାପରେ ଭାରତ ଗତ ମେ ୬ ତାରିଖରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ପାକିସ୍ତାନରେ ଥିବା ଆତଙ୍କୀ କ୍ୟାମ୍ପ୍କୁ ଧ୍ୱଂସ କରିବା ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ପାକ୍ ମନ୍ତ୍ରୀମାନଙ୍କ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଯେ, ନ୍ୟୁକ୍ଲିୟର ଧମକ ଭାରତ ସହିବନି । ଭାରତ ସଠିକ ଓ ନିର୍ଣ୍ଣାୟକ ପ୍ରହାର କରିବ । ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆତଙ୍କୀମାନେ ଆମ ଭଉଣୀମାନଙ୍କ ସିନ୍ଦୂର ଉଜାଡ଼ି ଦେଇଥିଲେ । ଏବେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମୃତ୍ୟୁ ମିଳିଛି । ଆତଙ୍କୀଙ୍କ ଆକା ଦୁଇ ଦଶକ ହେଲା ଏଠାରେ ଖୁଲମଖୁଲା ବୁଲୁଥିଲେ । ଗୋଟିଏ ଝଟକାରେ ସବୁ ଶେଷ କରିଦେଲେ ଭାରତୀୟ ଯବାନ । ପାକିସ୍ତାନର ଡ୍ରୋନ୍ ଓ ମିସାଇଲକୁ ଆକାଶରେ ନଷ୍ଟ କଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ । ପାକିସ୍ତାନର ପ୍ରସ୍ତୁତି ସୀମାରେ ଆଟାକ୍ କରିବାର ଥିଲା । କିନ୍ତୁ ଭାରତର ମିସାଇଲ ପାକିସ୍ତାନ ଛାତି ଉପରେ ମାଡ଼ କରିଛି । ପାକିସ୍ତାନର ଏୟାରବେସ୍ ନଷ୍ଟ କରିଛି ଭାରତ । କେବେ ଚିନ୍ତା କରିନଥିଲା ପାକିସ୍ତାନ । ଭାରତର ଆକ୍ରାମକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବଞ୍ଚିବା ରାସ୍ତା ଖୋଜିବାରେ ଲାଗିଥିଲା । ସାରା ବିଶ୍ୱ ଆଗରେ ନେହୁରା ହେବାରେ ଲାଗିଥିଲା । ଆଗାମୀ ଦିନରେ ପାକିସ୍ତାନ ଏଭଳି କୌଣସି ଆତଙ୍କବାଦୀ କାଣ୍ଡ ଘଟାଇଲେ ପରିଣାମ ଭୋଗିବ । ଏବେ ବି ଭାରତୀୟ ସେନା ଲଗାତାର ଆଲର୍ଟରେ ଅଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ହିଁ ଭାରତର ନୀତି । ଆତଙ୍କୀ ବିରୋଧରେ ଭାରତ ଏକ ନୂଆ ଲକ୍ଷ୍ମଣ ରେଖା ଟାଣିଛି । ଆତଙ୍କୀ ହମ୍ଲା ହେଲେ ମୁହଁତୋଡ଼ ଜବାବ ମିଳିବ ।
International,National
ଦ କୁଇଭର ବ୍ୟୁରୋ:- ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଶନିବାର ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପାକିସ୍ତାନ ସୀମା ପଟୁ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ । ସେହିପରି ବାରାମୁଲାରେ ଏକ ସନ୍ଦିଗ୍ଧ ଡ୍ରୋନ ବିସ୍ଫୋରଣ ହୋଇଥିବା କୁହାଯାଉଛି । ପାକିସ୍ତାନ ତାର ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ଶନିବାର ରାତିରେ ପାକିସ୍ତାନୀ ରେଞ୍ଜର୍ସମାନେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ଉପରେ ଗୁଳି ଚଳାଇଛନ୍ତି। ପାକିସ୍ତାନୀ ସେନାର ଦୁଃସାହସର ଉଚିତ ଜବାବ ମଧ୍ୟ ଭାରତୀୟ ସେନା ଦେଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅନେକ ସ୍ଥାନରେ ଗୁଳିବର୍ଷା ହେଉଛି। କେବଳ ଜାମ୍ମୁ କାଶ୍ମୀର ନୁହେଁ ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଆଦି ସୀମାବର୍ତ୍ତୀ ରାଜ୍ୟର ପ୍ରମୁଖ ସହରରେ ବ୍ଲାକ୍ ଆଉଟ୍ କରାଯାଇଛି।
ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, "ଗତ କିଛି ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ଶନିବାର ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। ଗତ କିଛି ଘଣ୍ଟା ଧରି ପାକିସ୍ତାନ ଦ୍ୱାରା ଏହି ବୁଝାମଣା ଉଲ୍ଲଂଘନ କରାଯାଉଛି ଲ ଭାରତୀୟ ସେନା ଏହି ସୀମା ଅନୁପ୍ରବେଶର ପ୍ରତିଶୋଧ ନେଉଛି ଏବଂ ଏହାର ମୁକାବିଲା କରୁଛି। ଏହି ଅନୁପ୍ରବେଶ ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଥିପାଇଁ ପାକିସ୍ତାନ ଦାୟୀ। ଆମେ ବିଶ୍ୱାସ କରୁଛୁ ଯେ ପାକିସ୍ତାନ ଏହି ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଉଚିତ ଏବଂ ଏହି ଅନୁପ୍ରବେଶକୁ ବନ୍ଦ କରିବା ପାଇଁ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।"
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍ ଚାଲେ ତେବେ ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।
National,International
ଦ କୁଇଭର ବ୍ୟୁରୋ:- ପାକିସ୍ତାନ ତାର କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ ଏବଂ ସୀମାପାର କରି ନିରନ୍ତର ଗୁଳିବର୍ଷା କରୁଛି। କେବଳ ଏତିକି ନୁହେଁ, ଗୁଳିଚାଳନା ସମୟରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ପାକିସ୍ତାନ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟର ଏବଂ କୁପୱାଡା ଜିଲ୍ଲାର ତଙ୍ଗଧର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ପ୍ରବଳ ଗୁଳିଗୋଳା ଏବଂ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିବର୍ଷା ଆରମ୍ଭ କରିଛି। ଗୁଳିବର୍ଷା ଆରମ୍ଭ ହେବା ମାତ୍ରେ, ଅଞ୍ଚଳର ଲୋକମାନେ ଭୂତଳ ବଙ୍କରରେ ଆଶ୍ରୟ ନେଇଥିଲେ। ଭାରତୀୟ ସେନା ମଧ୍ୟ ପ୍ରତିଶୋଧ ନେଉଛି l ଉରି ସେକ୍ଟରରେ ମଧ୍ୟ ପାକିସ୍ତାନ ପୁଣି ଗୁଳିମାଡ଼ ଆରମ୍ଭ କରିଥିଲା। ଏହି ସମୟରେ ଗୁଳି ଫୁଟିବା ଏବଂ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଜମ୍ମୁ ଡିଭିଜନର ଅଖନୁରରେ ବ୍ଲାକଆଉଟ୍ ମଧ୍ୟରେ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଏକ ପାକିସ୍ତାନୀ ଡ୍ରୋନକୁ ମଝି ଆକାଶରେ ଅଟକାଇ ଧ୍ୱଂସ କରିଦେଇଛି। ଏହି ସମୟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା।
ଜମ୍ମୁ ଡିଭିଜନର ଉଧମପୁରରେ ବ୍ଲାକଆଉଟ୍ ମଧ୍ୟରେ ସାଇରନ୍ ଶବ୍ଦ ଶୁଭିଥିଲା। ଏଠାରେ ମଧ୍ୟ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଆକାଶ ମାର୍ଗରେ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ଅଟକାଇଥିଲା। ପୁଞ୍ଚର ଦେଗୱାର ସେକ୍ଟରରେ ମଧ୍ୟ ପ୍ରବଳ ଗୁଳିବର୍ଷା ହୋଇଥିବା ଜଣାପଡ଼ିଛି। ସେହି ସମୟରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ରାଜସ୍ଥାନର ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି। ଏହା ବ୍ୟତୀତ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ଦେଶର ୨୮ଟି ବିମାନବନ୍ଦରର ବନ୍ଦ ଅବଧିକୁ ମେ ୧୦ରୁ ୧୫ ମେ ପର୍ଯ୍ୟନ୍ତ ବୃଦ୍ଧି କରିଛି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ପୁଞ୍ଚ ପାକିସ୍ତାନରୁ ଗୁଳିବର୍ଷାର ଶିକାର ହେଉଛି, ଯେତେବେଳେ ପ୍ରଶାସନ ନିୟନ୍ତ୍ରଣ ରେଖା ଏବଂ ପୁଞ୍ଚ ସହର ନିକଟବର୍ତ୍ତୀ ଗ୍ରାମରୁ ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରିଛି। ତଙ୍ଗଧାର ସେକ୍ଟରରେ ଅନେକ ଘର, ପଶୁପାଳନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।
ସାମ୍ବାରେ ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ଅଟକାଇବା ସମୟରେ ବ୍ଲାକଆଉଟ୍ ମଧ୍ୟରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଜମ୍ମୁ ଡିଭିଜନର ଅଖନୁରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି କରାଯାଇଛି। ଏଠାରେ ସାଇରନର ଶବ୍ଦ ମଧ୍ୟ ଶୁଣାଯାଉଛି। ସେହିପରି ଉଧମପୁରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି କରାଯାଇଛି ଏବଂ ସାଇରନର ଶବ୍ଦ ଶୁଣାଯାଉଛି।
ଶୁକ୍ରବାର ରାତିରେ ପାକିସ୍ତାନ ପୁଣି ଥରେ ଭାରତର ସେନା ଛାଉଣୀ ଏବଂ ସେନା ଶିବିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ପଞ୍ଜାବର ଫିରୋଜପୁରରେ ପାକିସ୍ତାନ ପକ୍ଷରୁ ନିରନ୍ତର ଡ୍ରୋନ ଆକ୍ରମଣ କରାଯାଉଛି। ତଥାପି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେଗୁଡ଼ିକୁ ଅଟକାଇବାରେ ସମର୍ଥ ହୋଇଛି। ରିପୋର୍ଟ ଅନୁଯାୟୀ ଭାରତ ୫୦ରୁ ଅଧିକ ଡ୍ରୋନକୁ ଖସାଇ ଦେଇଛି। ଏହି ସମୟରେ ଆକାଶରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା।ଗୁଳିବର୍ଷା ଆରମ୍ଭ ହେବା ମାତ୍ରେ, ଅଞ୍ଚଳ ବାସିନ୍ଦା ଭୂତଳ ବଙ୍କରରେ ଆଶ୍ରୟ ନେଇଥିଲେ, ଯେତେବେଳେ ଭାରତୀୟ ସେନା ମଧ୍ୟ ପ୍ରତିଶୋଧ ନେଉଛି। ଅଧିକାଂଶ ଲୋକଙ୍କୁ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇସାରିଛି, କିନ୍ତୁ ଯେଉଁମାନେ ପଛରେ ରହିଗଲେ ସେମାନେ ବଙ୍କରରେ ଲୁଚି ରହିଥିବା ସୂଚନା ମିଳିଛି l
National
ଦ କୁଇଭର ବ୍ୟୁରୋ:- ପାକିସ୍ତାନ ସହିତ ବଢୁଥିବା ସାମରିକ ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ପ୍ରତିରକ୍ଷା ଶିଳ୍ପ କରିଡରରେ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍କୁ ଭର୍ଚୁଆଲ୍ ଭାବରେ ଉଦ୍ଘାଟନ କରିଛନ୍ତି। ଉତ୍ପାଦନ ୟୁନିଟ୍କୁ ବାର୍ଷିକ ୮୦ ରୁ ୧୦୦କ୍ଷେପଣାସ୍ତ୍ର ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି।ଲକ୍ଷ୍ନୌରେ ବ୍ରହ୍ମୋସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧାର ଉଦ୍ଘାଟନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ୧୯୯୮ ମସିହାରେ ଏହି ଦିନ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ, ଆମର ବୈଜ୍ଞାନିକମାନେ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲେ ଏବଂ ବିଶ୍ୱକୁ ଭାରତର ଶକ୍ତି ଦେଖାଇଥିଲେ। ସେହି ପରୀକ୍ଷଣ ଆମର ବୈଜ୍ଞାନିକ, ଇଞ୍ଜିନିୟର, ପ୍ରତିରକ୍ଷା କର୍ମଚାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ଅପାର ପ୍ରୟାସର ଫଳାଫଳ ଥିଲା। ଏହି ଅବସରରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବ୍ରହ୍ମୋସର ଶକ୍ତି ବିଷୟରେ ବ୍ୟାଖ୍ୟା କରି କହିଛନ୍ତି, ଆପଣମାନେ ସମସ୍ତେ ଜାଣନ୍ତି ଯେ, ବ୍ରହ୍ମୋସ ବିଶ୍ୱର ସବୁଠାରୁ ଦ୍ରୁତତମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ। କିନ୍ତୁ ବ୍ରହ୍ମୋସ କେବଳ ଏକ ଅସ୍ତ୍ର ନୁହେଁ, ଏହା ନିଜେ ଏକ ବାର୍ତ୍ତା। ଆମର ସଶସ୍ତ୍ର ବାହିନୀର ଶକ୍ତି, ଆମର ଶତ୍ରୁମାନଙ୍କ ପ୍ରତି ଆମର ପ୍ରତିରୋଧ ଏବଂ ଆମର ସୀମାକୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତା। ସେ କହିଛନ୍ତି, ଏହି ଉତ୍ପାଦନ ୟୁନିଟ୍ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ଆହୁରି ମଜବୁତ କରିବ ଏବଂ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ।
ସେ କହିଛନ୍ତି, ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ବଂସ କରିବା ଲକ୍ଷ୍ୟରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ। ଆମେ କେବେ ବି ସେମାନଙ୍କର ସାଧାରଣ ଲୋକଙ୍କୁ ଟାର୍ଗେଟ କରିନାହୁଁ। କିନ୍ତୁ ପାକିସ୍ତାନ କେବଳ ଭାରତର ସାଧାରଣ ଅଞ୍ଚଳକୁ ଟାର୍ଗେଟ କରିନଥିଲା ବରଂ ମନ୍ଦିର, ଗୁରୁଦ୍ୱାର ଏବଂ ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା l ଏହା ସହିତ, ସେ କହିଛନ୍ତି ଯେ ଭାରତୀୟ ସେନା ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିବା ସହିତ ସଂଯମତା ପ୍ରଦର୍ଶନ କରିଛି ଏବଂ ପାକିସ୍ତାନର ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରି ଉପଯୁକ୍ତ ଜବାବ ଦେଇଛି। ଆମେ କେବଳ ସୀମା ନିକଟରେ ଅବସ୍ଥିତ ସାମରିକ ଘାଟିଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ, ବରଂ ପାକିସ୍ତାନ ସେନାର ମୁଖ୍ୟାଳୟ ରାୱଲପିଣ୍ଡି ପର୍ଯ୍ୟନ୍ତ ଭାରତୀୟ ସେନାର ବିପଦ ଅନୁଭୂତ ହୋଇଥିଲା।
ରାଜନାଥ ସିଂହ କହିଛନ୍ତି, ଉରି ଘଟଣା ପରେ, ସାରା ବିଶ୍ୱ ଦେଖିଲା ଯେ, ଭାରତରେ ଆତଙ୍କବାଦୀ ଘଟଣା ଘଟାଇବା ଏବଂ କରାଇବାର ପରିଣାମ କ'ଣ ହୁଏ। ଯେତେବେଳେ ଆମର ସେନା ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା, ପୁଲୱାମା ପରେ, ଆମେ ଦେଖିଲୁ ଯେତେବେଳେ ବାଲାକୋଟରେ ବାୟୁସେନା ଆକ୍ରମଣ କରାଯାଇଥିଲା ଏବଂ ଏବେ ପହଲଗାମ୍ ଘଟଣା ପରେ, ବିଶ୍ୱ ଦେଖୁଛି ଯେ, ଭାରତ ପାକିସ୍ତାନରେ ପ୍ରବେଶ କରି ଅନେକ ଆକ୍ରମଣ କରିଛି। ଆତଙ୍କବାଦ ବିରୁଦ୍ଧରେ ଶୂନ ସହନଶୀଳତାର ନୀତି ଅନୁସରଣ କରି, ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଏହା ଏକ ନୂତନ ଭାରତ, ଯାହା ସୀମାର ଉଭୟ ପାର୍ଶ୍ୱରେ ଆତଙ୍କବାଦ ବିରୁଦ୍ଧରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଉତ୍ପାଦନ ୟୁନିଟ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରିବ, ଯାହାର ଲକ୍ଷ୍ୟଭେଦ କ୍ଷମତା ୨୯୦ରୁ ୪୦୦କିଲୋମିଟର ଏବଂ ସର୍ବାଧିକ ଗତି ୨.୮ ମାକ୍ ରହିବ। ଭାରତ ଏବଂ ରୁଷିଆର ମିଳିତ ଉଦ୍ୟମ ଦ୍ବାରା ବ୍ରହ୍ମୋସ୍ ଏରୋସ୍ପେସ୍ ବିକଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ସ୍ଥଳ, ସମୁଦ୍ର କିମ୍ବା ଆକାଶରୁ ନିକ୍ଷେପ କରାଯାଇପାରିବ। ଏହା ଫାୟାର ଆଣ୍ଡ ଫରଗେଟ୍ ମାର୍ଗଦର୍ଶନ ପ୍ରଣାଳୀ ଅନୁସରଣ କରିବ।ଲକ୍ଷ୍ନୌରେ ନୂତନ ଭାବରେ ଆରମ୍ଭ ହୋଇଥିବା ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧା ୟୁନିଟ୍ରୁ, ବାର୍ଷିକ ୮୦ରୁ ୧୦୦ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରାଯିବ। ଏହା ସହିତ, ପ୍ରତିବର୍ଷ ୧୦୦ରୁ ୧୫୦ପରବର୍ତ୍ତୀ ପିଢ଼ିର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମଧ୍ୟ ଉତ୍ପାଦନ କରାଯିବ। ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ରଗୁଡ଼ିକ ଗୋଟିଏ ବର୍ଷ ମଧ୍ୟରେ ପ୍ରସ୍ତୁତ ଏବଂ ବିତରଣ କରାଯିବ।
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ମୋହନ ସରକାରକୁ ୩୩୫ ଦିନ ପୂରା ହୋଇଛି । ମାସେ ପରେ ବିଜେପି ସରକାରକୁ ବର୍ଷେ ପୂରିବ । ଏହି ଶାସନ ଅବଧିରେ ଲୋକଙ୍କ ପାଇଁ ନୂଆ ସରକାର କଣ କରିଛନ୍ତି, କଣ କରିବେ ତାହାର ହିସାବ ନିକାଶ ନିଜେ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି । ୧୧ ମାସର ନୂଆ ସରକାରରେ ଅନେକ କିଛି ନୂଆ ଅନୁଭୂତି ସାଉଁଟିଛି ଓଡ଼ିଶା । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ କିଛି ପୂରା କରିବାରେ ସକ୍ଷମ ହୋଇଛନ୍ତି ମୋହନ । ସୁଭଦ୍ରା ଯୋଜନା, ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଆୟୁଷ୍ମାନ ଯୋଜନା ଲାଗୁ ଭଳି ପ୍ରତିଶ୍ରୁତି ପୂରା କରି ଲୋକଙ୍କ ଭରସା ଜିଣିଛନ୍ତି । ଏସବୁ ଉପଲବ୍ଧିକୁ ଏବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାରୀସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଉଭୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ବିଭାଗୱାରି ସଫଳତାର ରିପୋର୍ଟକାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ଟାସ୍କ । ସମାବେଶ ଜରିଆରେ ଏ ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କେବଳ ସରକାରୀ ସ୍ତରରେ ନୁହେଁ ମୋହନ ସରକାରର ବର୍ଷ ପୂର୍ତ୍ତିକୁ ଜୋରସୋରରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମନମୋହନ । ନୂଆ ସରକାର ଚାଷୀଙ୍କ ଦାବିକୁ ଅଧିକ ଗୁରୁତ୍ବ ଦେଇଥିବାରୁ ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପି କୃଷକ ମୋର୍ଚ୍ଚା ମଙ୍ଗଳବାର ଠାରୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଆରମ୍ଭ କରିବ । ରାଜ୍ୟର ୧୦ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ହେବ । ଚାନ୍ଦବାଲିରୁ ଆରମ୍ଭ ହୋଇ ସରିବ ଢେଙ୍କାନାଳରେ । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜେ ବଖାଣିବେ ସରକାରଙ୍କ ସଫଳତା ।
ହେଲେ ମୋହନ ଓ ମନମୋହନଙ୍କ ପ୍ରସ୍ତୁତିକୁ କଟାକ୍ଷ କରିଛନ୍ତି ବିରୋଧୀ । ସୂଚନାଯୋଗ୍ୟ ଯେ, ୧୧ ମାସରେ ସରକାର ଅନେକ ନୂଆ ନୂଆ ଯୋଜନାର ସଫଳ ରୂପାୟନ କରିଛନ୍ତି । କିନ୍ତୁ ଅନେକ ପ୍ରତିଶ୍ରୁତି ଏବେ ବି ପୂରା ହୋଇନି ।
International,National
ଦ କୁଇଭର ବ୍ୟୁରୋ:- ସୀମାରେ ଆଉ ଫୁଟିବନି ଗୁଳି, ଶୁଭିବନି ଯୁଦ୍ଧ ବିମାନର ଗର୍ଜନ । କାରଣ କିଛିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲାଗିଛି । ଏନେଇ ଭାରତର ବିଦେଶ ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଚଳିତମାସ ୧୨ ତାରିଖରେ ଉଭୟ ଭାରତ ଓ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ବାକି ଆଲୋଚନା ହେବ । ଯୁଦ୍ଧ ବିରାମ ପାଇଁ ପ୍ରଥମେ ଦିନ ୩ଟା ୩୦ ମିନିଟରେ ପାକିସ୍ତାନ ଡିଜିଏମଓ ଅସ୍ତ୍ରବିରତି ପାଇଁ ଭାରତକୁ ଫୋନ କରିଥିଲେ । ଏହି କ୍ରମରେ ଆଜି ସନ୍ଧ୍ୟା ୫ଟାରୁ ଜଳ, ସ୍ଥଳ ଓ ଆକାଶ ସବୁପଟୁ ଗୁଳିଗୋଳା କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ ।
ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି କି, ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧର ବିରାମ ଲାଗିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଅଚାନକ ଯୁଦ୍ଧ ବିରତି ଘୋଷଣା ପଛରେ ବଡ କୂଟନୈତିକ ପ୍ରଭାବ ରହିଛି । ସୂତ୍ର ସୂଚନା ମୁତାବକ କିଛିଦିିନ ହେବ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ବିଦେଶମନ୍ତ୍ରୀ ଏସ୍ ଜୟଶଂକର ନିଜ ପଦ ସମକକ୍ଷ ଆମେରିକା ସହ ଲଗାତର ଆଲୋଚନା ଜାରି ରଖିଥିଲେ । ସୀମାରେ ବଢୁଥିବା ଅଶାନ୍ତି ଉପରେ ବିରାମ ଲଗାଇ ଶାନ୍ତି ଫେରାଇଆଣିବା ଏହି ଆଲୋଚନାର ଉର୍ଦ୍ଦେଶ୍ୟ ଥିଲା ।
International,National
ଦ କୁଇଭର ବ୍ୟୁରୋ:- ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଗତ କିଛି ଦିନ ହେଲା ଚାଲିଥିବା ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧର ରୂପ ନେବାରେ ଲାଗିଛି । ଭାରତର ବାରମ୍ବାର ଚେତାବନୀ ସତ୍ତ୍ବେ ପାକିସ୍ତାନ ଭାରତର ଅଧିକରୁ ଅଧିକ ସହର ଉପରେ ଆକ୍ରମଣ ଜାରି ରଖିଛି । ଏପରିକି ଭାରତର ରାଜଧାନୀ ଦିଲ୍ଲୀ ଉପରେ ପାକିସ୍ତାନ ନିଜର ଫତହ-୨ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି, ଯାହାକୁ ଭାରତର ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥା ହରିୟାଣାର ସିରସାରେ ହିଁ ନଷ୍ଟ କରିଦେଇଛି । କିନ୍ତୁ ଏହାର ପ୍ରଚଣ୍ଡ ଜବାବ ଦେଇଛି ଭାରତ । ପାକିସ୍ତାନର ୩ଟି ପ୍ରମୁଖ୍ୟ ବିମାନ ଘାଟିକୁ ଭାରତ ଉଡ଼ାଇଦେଇଛି । ଭାରତର ଏହି ଆକ୍ରମଣ ସଂପର୍କରେ ଆଜି ପୂର୍ବାହ୍ଣ ୧୦ଟା ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯିବ ।ରାୱଲପିଣ୍ଡିର ନୂର ଖାଁ ବିମାନ ଘାଟି, ରଫିକି ଏବଂ ମୁରିଦ ବାୟୁସେନା ଘାଟିରେ ଭୋର ସମୟରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପରେ, ପାକିସ୍ତାନ ଏହାର ସମ୍ପୂର୍ଣ୍ଣ ବାୟୁସୀମା ବନ୍ଦ କରିଦେଇଛି। ପାକିସ୍ତାନ ଦାବି କରିଛି ଯେ ଭାରତ ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି।
State
ଦ କୁଇଭର ବ୍ୟୁରୋ:- ବଙ୍ଗୋପସାଗର ପଟୁ ରହିଛି ଓଡ଼ିଶାକୁ ଆକ୍ରମଣ ଆଶଙ୍କା । ତେବେ ରାଜ୍ୟବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଥିବା କେନ୍ଦ୍ରୀୟ ସଂସ୍ଥାର ସୁରକ୍ଷା ବଢ଼ାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର, ଚିଲିକା INSରେ ସୁରକ୍ଷା ବଢିଛି । ବଙ୍ଗୋପସାଗର ପଟରୁ ଆକ୍ରମଣ ଆଶଙ୍କା ରହିଛି । ଆମେ ସେଥିପାଇଁ ସଜାଗ ରହିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲା ଯାଇଛି । ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ଅଣାଯାଉଛି। ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
National,International
ଦ କୁଇଭର ବ୍ୟୁରୋ :- ଅପରେସନ୍ ସିନ୍ଦୂର’କୁ ନେଇ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି।କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି। ସେ ଆଜି ଯୁଦ୍ଧସ୍ଥିତିର ସମୀକ୍ଷା କରିବେ।
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍ ଚାଲେ ତେବେ ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।
National,Business
ଦ କୁଇଭର ବ୍ୟୁରୋ:- ସୋମବାର ଷ୍ଟକ ମାର୍କେଟରେ ଜବରଦସ୍ତ ରାଲି ଦେଖିବାକୁ ମିଳିଛି । ୮୨ ହଜାର ପାର କରିଛି ସେନସେକ୍ସ । ସୋମବାର ପ୍ରାୟ ୩ ହଜାର ପଏଣ୍ଟ ବଢିଛି ସେନସେକ୍ସ ।ସେହିପରି ନିଫ୍ଟି ୯୩୦ ପଏଣ୍ଟ ବୃଦ୍ଧି ହୋଇଛି । ଭାରତ -ପାକିସ୍ତାନ ଯୁଦ୍ଧ ବିରତି ପରେ ଭାରତୀୟ ପୁଞ୍ଜି ବଜାରରେ ଏଭଳି ରାଲି ଦେଖିବାକୁ ମିଳିଛି । ଯୁଦ୍ଧବିରତି ନିବେଶକଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଲାର୍ଜ କ୍ୟାପ, ମିଡ କ୍ୟାପ ଏବଂ ସ୍ମଲ କ୍ୟାପ ପ୍ରାୟ ସବୁ ସେକ୍ଟର ଭଲ ପ୍ରଦର୍ଶନ କରୁଛନ୍ତି । ଟପ୍ ଗେନର ସେୟାର ମଧ୍ୟରେ ଅଛନ୍ତି ଅଦାନୀ ଏଣ୍ଟରପ୍ରାଇଜେସ , ଜିଓ ଫାଇନାନ୍ସିଆଲ ଏବଂ ଅଦାନୀ ପୋର୍ଟ । ସେପଟେ ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ୁଥିବା ସୁନା ଦର ହ୍ରାସ ପାଇଛି । ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୬ ହଜାର ୮୮୦ ଟଙ୍କା ରହିଛି । ଗୋଟିଏ ଦିନରେ ସୁନା ୧୦ ଗ୍ରାମକୁ ୧ ହଜାର ୮୦୦ ଟଙ୍କା ହ୍ରାସ ପାଇଛି ।ସେହିପରି ୨୨କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ପାଇ ୮୮ହଜାର ୮୦୦ଶହ ଟଙ୍କାରେ ପହଞ୍ଚିଛି । ରୁପା ରେଟ କିଲୋ ପିଛା ୧ ଲକ୍ଷ ୯ ହଜାର ଟଙ୍କା ଛୁଇଁଛି ।
National,International
ଦ କୁଇଭର ବ୍ୟୁରୋ:- ନେପାଳ ଏବଂ ଭାରତ ସୀମା ନିକଟରେ ଜୋରଦାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଯଦିଓ ଭୂମିକମ୍ପର କେନ୍ଦ୍ରସ୍ଥଳ ତିବ୍ଦତରେ ଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ମାପ କରାଯାଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଏହି ଭୂମିକମ୍ପ ବିଷୟରେ ସୂଚନା ଦେଇଛି । ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ମଧ୍ୟରାତ୍ରିରେ ମଧ୍ୟ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ୫.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ଆସିଥିଲା, ଯାହା ଫଳରେ ଏହା ପରବର୍ତ୍ତୀ ଝଟକାର ସମ୍ମୁଖୀନ ହୋଇପାରେ ।
State
ଦ କୁଇଭର ବ୍ୟୁରୋ:- ଆଜି ହେଉଛି ବିଶ୍ୱ ମାତୃ ଦିବସ। ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୧୧ ତାରିଖ ଅର୍ଥାତ୍ ରବିବାର ପାଳନ କରାଯାଉଛି।
ମା’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ l ପ୍ରତିଦିନ ଆମକୁ ଯିଏ ପ୍ରେରଣା ଦିଏ, କେଉଁଟା ଠିକ୍ କେଉଁଟା ଭୁଲ ଯିଏ ବାଟ ଦେଖାଏ ସେ ହେଉଛି ମା’, ଚିର ବନ୍ଦିତା ସେ, ଚିର ନମସ୍ୟ l ପରିବାର ପ୍ରତି ମା’ଙ୍କ ଅବଦାନ କ’ଣ ତାହା ସମସ୍ତେ ଜାଣିଛନ୍ତି, ଏହା କାହାକୁ ଆଉ ବୁଝାଇବାକୁ ପଡ଼ିବନି। ମା’ ଅତୁଳନୀୟ,ପରିବାର ପ୍ରତି ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅବଦାନ ଏବଂ ବଳିଦାନ ବିଷୟରେ ଚିନ୍ତା କରିବା ପାଇଁ ଏହି ଦିନଟି ଆସିଥାଏ। ଯଦିଓ ପ୍ରତିଦିନ ଏହି ଦିବସ ପାଳନ ପାଇଁ ବି ସେମାନେ ଯୋଗ୍ୟ ଅଟନ୍ତି କିନ୍ତୁ ଆଜିର ଦିନଟି କେବଳ ମା’ଙ୍କ ପାଇଁ।
ଇତିହାସ କୁହେ, ଆଧୁନିକ ମାତୃ ଦିବସ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଯେତେବେଳେ ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ଏହି ଦିନଟିକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ।
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍ ଚାଲେ ତେବେ ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।