ଦ କୁଇଭର ବ୍ୟୁରୋ:- ନେପାଳ ଏବଂ ଭାରତ ସୀମା ନିକଟରେ ଜୋରଦାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଯଦିଓ ଭୂମିକମ୍ପର କେନ୍ଦ୍ରସ୍ଥଳ ତିବ୍ଦତରେ ଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ମାପ କରାଯାଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଏହି ଭୂମିକମ୍ପ ବିଷୟରେ ସୂଚନା ଦେଇଛି । ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ମଧ୍ୟରାତ୍ରିରେ ମଧ୍ୟ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ୫.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ଆସିଥିଲା, ଯାହା ଫଳରେ ଏହା ପରବର୍ତ୍ତୀ ଝଟକାର ସମ୍ମୁଖୀନ ହୋଇପାରେ ।
No comments yet.
State
ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନୀଲ ଚୌହାନ ଏବଂ ସମସ୍ତ ସଶସ୍ତ୍ର ବାହିନୀର ମୁଖ୍ୟମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ସୁରକ୍ଷା ପରିସ୍ଥିତିର ସମୀକ୍ଷା ପାଇଁ ଶୀର୍ଷ ପ୍ରତିରକ୍ଷା ପ୍ରତିଷ୍ଠାନ ସହିତ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ।ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ର ହେବା ସହିତ, ମୋଦି ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ତିନି ସେନା ମୁଖ୍ୟ ଏବଂ ପ୍ରତିରକ୍ଷା କର୍ମଚାରୀ ପ୍ରମୁଖଙ୍କୁ ଭେଟିଥିଲେ l ପୂର୍ବରୁ ମୋଦି ତିନି ସେନାର ପୂର୍ବତନ ମୁଖ୍ୟଙ୍କ ସମେତ ପୂର୍ବତନ ସେନାପତିଙ୍କ ସହିତ ଆଲୋଚନା କରି, ବର୍ତ୍ତମାନର ପରିସ୍ଥିତି ଉପରେ ସେମାନଙ୍କର ମତାମତ ନେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ, ପୂର୍ବତନ ବାୟୁସେନା ମୁଖ୍ୟ, ସ୍ଥଳସେନା ମୁଖ୍ୟ, ନୌସେନା ମୁଖ୍ୟ ଏବଂ ଦେଶ ପାଇଁ ସେବା କରିଥିବା ଅନ୍ୟାନ୍ୟ ସଶସ୍ତ୍ର ବାହିନୀର ବହୁ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନର ପରିସ୍ଥିତି ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଗତ ଦୁଇ ଦିନ ଧରି ମଧ୍ୟବର୍ତ୍ତୀ ରାତିରେ ଭାରତୀୟ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନୀ ପ୍ରୟାସକୁ ସଶସ୍ତ୍ର ବାହିନୀ ସମାନୁପାତିକ ଏବଂ ପର୍ଯ୍ୟାପ୍ତ ଜବାବ ଦେବା ସହିତ ପାକିସ୍ତାନ ସହିତ ସଂଘର୍ଷ ତୀବ୍ର ହୋଇଛି।ଏନେଇ ଆଜି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏକ ବ୍ରିଫିଂରେ କହିଛନ୍ତି ଯେ, ପାକିସ୍ତାନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ପାଇଁ ଲେହରୁ ସାର କ୍ରିକ ପର୍ଯ୍ୟନ୍ତ ୩୬ ଟି ସ୍ଥାନରେ ୩୦୦ ରୁ ୪୦୦ ଡ୍ରୋନ ପଠାଇଥିଲା। ତେବେ ଭାରତୀୟ ସାମରିକ ସଂସ୍ଥାନ ଦ୍ୱାରା ଡ୍ରୋନଗୁଡ଼ିକୁ ସଫଳତା ପୂର୍ବକ ଖସାଇ ଦିଆଯାଇଥିଲା।
National,International
ଦ କୁଇଭର ବ୍ୟୁରୋ:- ନେପାଳ ଏବଂ ଭାରତ ସୀମା ନିକଟରେ ଜୋରଦାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଯଦିଓ ଭୂମିକମ୍ପର କେନ୍ଦ୍ରସ୍ଥଳ ତିବ୍ଦତରେ ଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ମାପ କରାଯାଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଏହି ଭୂମିକମ୍ପ ବିଷୟରେ ସୂଚନା ଦେଇଛି । ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ମଧ୍ୟରାତ୍ରିରେ ମଧ୍ୟ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ୫.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ଆସିଥିଲା, ଯାହା ଫଳରେ ଏହା ପରବର୍ତ୍ତୀ ଝଟକାର ସମ୍ମୁଖୀନ ହୋଇପାରେ ।
Sports
ଦ କୁଇଭର ବ୍ୟୁରୋ:- ଅଧାରୁ ବନ୍ଦ ହେଲା ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୫ ର ୫୮ ତମ ମ୍ୟାଚ୍ । ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍କୁ ବନ୍ଦ କରାଯାଇଛି । ଧର୍ମଶାଳା ଷ୍ଟାଡିୟମରେ ବ୍ଲାକଆଉଟ୍ ହୋଇଯାଇଛି । ଖେଳାଳି ଓ ଦର୍ଶକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଷ୍ଟାଡିୟମରୁ ବାହାରକୁ ବାହାର କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଭିତରେ ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ମ୍ୟାଚ ଅଧାରୁ ବନ୍ଦ କରାଯାଇଛି । ତେବେ ମ୍ୟାଚ୍ ବନ୍ଦ ହେବା ବେଳକୁ, ପଞ୍ଜାବ ୧୦.୧ ଓଭର ଖେଳି ଗୋଟିଏ ୱିକେଟ ହରାଇ ୧୨୨ ରନ୍ କରିଥିଲା । ପିବିକେଏସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ଟସ୍ ପଡ଼ିବା କିଛି ସମୟ ପାଇଁ ବିଳମ୍ବିତ ହୋଇଥିଲା । ବିଳମ୍ବ ସତ୍ତ୍ବେ ଓଭରରେ କୌଣସି ହ୍ରାସ କରାଯାଇ ନଥିଲା । ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ୍ ସିଂହ ଯୋଡି ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍ରୁ ୭୦ ରନ କରି ପେସ୍ ବୋଲର ଟି ନଟରାଜଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ପ୍ରଭସିମରନ୍ ସିଂହ ୨୮ ବଲ୍ରୁ ୫୦ ରନ୍ କରିଛନ୍ତି । ୧୦.୧ ଓଭର ବେଳକୁ ଖେଳକୁ ଅଧାରୁ ବନ୍ଦ କରାଯାଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି । ୧୧ଟି ମ୍ୟାଚ୍ ଖେଳି ପଞ୍ଜାବର ୧୫ ପଏଣ୍ଟ ରହିଛି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ରୁ ୧୩ ପଏଣ୍ଟ ପାଇଛି । ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା । ଏହି ମ୍ୟାଚ୍ ପୂର୍ବରୁ, ଡିସି ୬ଟି ମ୍ୟାଚ୍ରୁ ଚାରି ଥର ପରାଜୟର ସମ୍ମୁଖୀନ ହୋଇଥିଲା ।
International,National
ଦ କୁଇଭର ବ୍ୟୁରୋ:- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ 'ଅପରେସନ ସିନ୍ଦୂର' ଅଧୀନରେ 9ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ସେନା । ଅପରେସନ ସିନ୍ଦୂର ଏବଂ ଏହାର ପ୍ରଭାବ ସମ୍ପର୍କରେ ଏକ ପ୍ରେସ ବ୍ରିଫିଂ କରିଛନ୍ତି ଡିରେକ୍ଟର ଜେନେରାଲ ଅଫ ନାଭାଲ୍ ଅପରେସନ(ଡିଜିଏନଓ) ଭାଇସ୍ ଆଡମିରାଲ ଏଏନ ପ୍ରମୋଦ । ସେ କହିଛନ୍ତି ଯେ, ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ନୌସେନା ସମୁଦ୍ରରୁ ପାକିସ୍ତାନର ସାମରିକ ଘାଟିଗୁଡ଼ିକୁ ଧ୍ୱଂସ କରିବା ପାଇଁ ପୂର୍ଣ୍ଣରୂପେ ପ୍ରସ୍ତୁତ ଥିଲା । ଏଥିରେ କରାଚୀ ବନ୍ଦର ଉପରେ ଆମର ନଜର ଥିଲା । ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତୀୟ ନୌସେନା ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନରେ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରି ଧ୍ୱଂସ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଯେଉଁଥିରେ ୯ ମେ' ରାତିରେ କରାଚୀ ବନ୍ଦର ସମେତ ସମୁଦ୍ର ଏବଂ ସ୍ଥଳରେ ଥିବା ସାମରିକ ପ୍ରତିଷ୍ଠାନ ସାମିଲ ଥିଲା । ନୌସେନା ଏସବୁ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ, କିନ୍ତୁ କେବଳ ଭାରତ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲା । ଅପରେସନ୍ ସିନ୍ଦୂର' ଉପରେ ତିନି ସେନା ବାହିନୀ କମାଣ୍ଡରଙ୍କ ମିଳିତ ପ୍ରେସ୍ ବ୍ରିଫିଂକୁ ସମ୍ବୋଧିତ କରି ଭାଇସ୍ ଆଡମିରାଲ୍ ପ୍ରମୋଦ କହିଛନ୍ତି, "୨୨ ଏପ୍ରିଲରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ କାପୁରୁଷୋଚିତ ଆକ୍ରମଣ ପରେ, ଭାରତୀୟ ନୌସେନା ତୁରନ୍ତ ସମ୍ପୂର୍ଣ୍ଣ ଯୁଦ୍ଧ ପ୍ରସ୍ତୁତିରେ ସୈନିକ, ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ଲଢ଼ୁଆ ବିମାନକୁ ନିୟୋଜିତ କରିଥିଲା ।" ଆତଙ୍କବାଦୀ ଆକ୍ରମଣର ୯୬ ଘଣ୍ଟା ମଧ୍ୟରେ ଆମେ ଆରବ ସାଗରରେ ଆମର ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧଜାହାଜର ପ୍ରସ୍ତୁତି ପରୀକ୍ଷା କରିଥିଲୁ । ଆମର ବାହିନୀ ଶତ୍ରୁ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଏବଂ କ୍ଷମତା ସହିତ ଉତ୍ତର ଆରବ ସାଗରରେ ମୁତୟନ ରହିଥିଲେ । ଯାହା ଦ୍ଵାରା କରାଚୀ ସମେତ ସମୁଦ୍ର ଏବଂ ସ୍ଥଳଭାଗରେ ଥିବା ଶତ୍ରୁଙ୍କ ଚୟନିତ ଲକ୍ଷ୍ୟସ୍ଥଳଗୁଡ଼ିକୁ ଆମେ ଠିକ କରିଥିବା ସମୟରେ ଆକ୍ରମଣ କରାଯାଇପାରିବ । ନୌସେନା ମହାନିର୍ଦ୍ଦେଶକ ଭାଇସ୍ ଆଡମିରାଲ ପ୍ରମୋଦ କହିଛନ୍ତି, ଭାରତୀୟ ନୌସେନା ପାକିସ୍ତାନର ଯେକୌଣସି କାର୍ଯ୍ୟର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ରହିଛି ।
International,National
ଦ କୁଇଭର ବ୍ୟୁରୋ:- ସୀମାରେ ଆଉ ଫୁଟିବନି ଗୁଳି, ଶୁଭିବନି ଯୁଦ୍ଧ ବିମାନର ଗର୍ଜନ । କାରଣ କିଛିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲାଗିଛି । ଏନେଇ ଭାରତର ବିଦେଶ ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଚଳିତମାସ ୧୨ ତାରିଖରେ ଉଭୟ ଭାରତ ଓ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ବାକି ଆଲୋଚନା ହେବ । ଯୁଦ୍ଧ ବିରାମ ପାଇଁ ପ୍ରଥମେ ଦିନ ୩ଟା ୩୦ ମିନିଟରେ ପାକିସ୍ତାନ ଡିଜିଏମଓ ଅସ୍ତ୍ରବିରତି ପାଇଁ ଭାରତକୁ ଫୋନ କରିଥିଲେ । ଏହି କ୍ରମରେ ଆଜି ସନ୍ଧ୍ୟା ୫ଟାରୁ ଜଳ, ସ୍ଥଳ ଓ ଆକାଶ ସବୁପଟୁ ଗୁଳିଗୋଳା କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ ।
ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି କି, ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧର ବିରାମ ଲାଗିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଅଚାନକ ଯୁଦ୍ଧ ବିରତି ଘୋଷଣା ପଛରେ ବଡ କୂଟନୈତିକ ପ୍ରଭାବ ରହିଛି । ସୂତ୍ର ସୂଚନା ମୁତାବକ କିଛିଦିିନ ହେବ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ବିଦେଶମନ୍ତ୍ରୀ ଏସ୍ ଜୟଶଂକର ନିଜ ପଦ ସମକକ୍ଷ ଆମେରିକା ସହ ଲଗାତର ଆଲୋଚନା ଜାରି ରଖିଥିଲେ । ସୀମାରେ ବଢୁଥିବା ଅଶାନ୍ତି ଉପରେ ବିରାମ ଲଗାଇ ଶାନ୍ତି ଫେରାଇଆଣିବା ଏହି ଆଲୋଚନାର ଉର୍ଦ୍ଦେଶ୍ୟ ଥିଲା ।
National,International
ଦ କୁଇଭର ବ୍ୟୁରୋ :- ଅପରେସନ୍ ସିନ୍ଦୂର’କୁ ନେଇ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି।କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି। ସେ ଆଜି ଯୁଦ୍ଧସ୍ଥିତିର ସମୀକ୍ଷା କରିବେ।
National,Business
ଦ କୁଇଭର ବ୍ୟୁରୋ:- ସୋମବାର ଷ୍ଟକ ମାର୍କେଟରେ ଜବରଦସ୍ତ ରାଲି ଦେଖିବାକୁ ମିଳିଛି । ୮୨ ହଜାର ପାର କରିଛି ସେନସେକ୍ସ । ସୋମବାର ପ୍ରାୟ ୩ ହଜାର ପଏଣ୍ଟ ବଢିଛି ସେନସେକ୍ସ ।ସେହିପରି ନିଫ୍ଟି ୯୩୦ ପଏଣ୍ଟ ବୃଦ୍ଧି ହୋଇଛି । ଭାରତ -ପାକିସ୍ତାନ ଯୁଦ୍ଧ ବିରତି ପରେ ଭାରତୀୟ ପୁଞ୍ଜି ବଜାରରେ ଏଭଳି ରାଲି ଦେଖିବାକୁ ମିଳିଛି । ଯୁଦ୍ଧବିରତି ନିବେଶକଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଲାର୍ଜ କ୍ୟାପ, ମିଡ କ୍ୟାପ ଏବଂ ସ୍ମଲ କ୍ୟାପ ପ୍ରାୟ ସବୁ ସେକ୍ଟର ଭଲ ପ୍ରଦର୍ଶନ କରୁଛନ୍ତି । ଟପ୍ ଗେନର ସେୟାର ମଧ୍ୟରେ ଅଛନ୍ତି ଅଦାନୀ ଏଣ୍ଟରପ୍ରାଇଜେସ , ଜିଓ ଫାଇନାନ୍ସିଆଲ ଏବଂ ଅଦାନୀ ପୋର୍ଟ । ସେପଟେ ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ୁଥିବା ସୁନା ଦର ହ୍ରାସ ପାଇଛି । ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୬ ହଜାର ୮୮୦ ଟଙ୍କା ରହିଛି । ଗୋଟିଏ ଦିନରେ ସୁନା ୧୦ ଗ୍ରାମକୁ ୧ ହଜାର ୮୦୦ ଟଙ୍କା ହ୍ରାସ ପାଇଛି ।ସେହିପରି ୨୨କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ପାଇ ୮୮ହଜାର ୮୦୦ଶହ ଟଙ୍କାରେ ପହଞ୍ଚିଛି । ରୁପା ରେଟ କିଲୋ ପିଛା ୧ ଲକ୍ଷ ୯ ହଜାର ଟଙ୍କା ଛୁଇଁଛି ।
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍ ଚାଲେ ତେବେ ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।
International,National
ଦ କୁଇଭର ବ୍ୟୁରୋ:- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା । ଟ୍ରୁଥ୍ ସୋସିଆଲ ଆକାଉଣ୍ଟରେ ଟ୍ରମ୍ପଙ୍କ ପ୍ରତିକ୍ରିୟା । ପ୍ରଥମେ ଅସ୍ତ୍ରବରିତି ପାଇଁ କ୍ରେଡିଟ୍ ନେବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ସମାଧାନ ପାଇଁ ଆଗେଇ ଆସିବେ ବୋଲି କହିଛନ୍ତି । ଏହା ସହିତ ଦୁଇ ଦେଶ ସହ ବାଣିଜ୍ୟିକ କାରବାର ବୃଦ୍ଧି କରିବେ ବୋଲି କହିଛନ୍ତି । ଯୁଦ୍ଧବିରତି ପାଇଁ ଦୁଇ ଦେଶ ଭାରତ ଏବଂ ପାକିସ୍ତାନକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି । ୨ ଦେଶ ସହ ବାଣିଜ୍ୟିକ କାରବାର ବଢ଼ାଇବ US କହିଲେ ଟ୍ରମ୍ପ । ଯୁଦ୍ଧବିରତି ନହୋଇଥିଲେ ଲକ୍ଷାଧିକ ପ୍ରାଣହାନୀ ହୋଇଥାନ୍ତା ବୋଲି ଲେଖିଛନ୍ତି ଟ୍ରମ୍ପ । ଐତିହାସିକ ନିଷ୍ପତ୍ତି ପାଇଁ ଆମେରିକା ସାହାଯ୍ୟ କରିଛି ବୋଲି ଲେଖିଛନ୍ତି । ମୁଁ ଭାରତ ଏବଂ ପାକିସ୍ତାନର ଶକ୍ତିଶାଳୀ ନେତୃତ୍ୱଙ୍କୁ ନେଇ ବହୁତ ଗର୍ବିତ । ସେମାନଙ୍କର ଶକ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ରହିଛି । ସେମାନେ ସମ୍ପୂର୍ଣ୍ଣ ଭାବେ ଜାଣିଛନ୍ତି ଏବଂ ବୁଝିଛନ୍ତି ଯେ ବର୍ତ୍ତମାନର ଆକ୍ରମଣକୁ ବନ୍ଦ କରିବାର ସମୟ ଯାହା ଅନେକ ମୃତ୍ୟୁ ଏବଂ ଧ୍ୱଂସର କାରଣ ହୋଇପାରିଥାନ୍ତା । ଲକ୍ଷ ଲକ୍ଷ ନିରୀହ ଏବଂ ଭଲ ଲୋକଙ୍କ ମୃତ୍ୟୁ ହୋଇପାରିଥାନ୍ତା ! ମୁଁ ଗର୍ବିତ ଯେ ଆମେରିକା ଏହି ଐତିହାସିକ ଏବଂ ବୀରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତୁମମାନଙ୍କୁ ସହାୟତା କରିବାକୁ ସମର୍ଥ ହୋଇଛି । ମୁଁ ଏହି ଦୁଇ ମହାନ ଦେଶ ସହିତ ବାଣିଜ୍ୟ ବହୁତ ପରିମାଣରେ ବୃଦ୍ଧି କରିବାକୁ ଯାଉଛି । ଏହା ସହିତ, ମୁଁ ତୁମମାନଙ୍କ ସହ ମିଶି କାମ କରିବି ଯାହା ଦ୍ୱାରା ଆଗାମୀ "ହଜାର ବର୍ଷ" ପରେ କାଶ୍ମୀର ବିବାଦର ସମାଧାନ ହୋଇପାରିବ । ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ବଡ ବୟାନ । ଯୁଦ୍ଧ ବିନାଶର କାରଣ ହୋଇଥାନ୍ତା । ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥାନ୍ତା । ଭାରତ-ପାକିସ୍ତାନ ବୁଦ୍ଧିମତା ଦେଖାଇଛନ୍ତି । ଏ ପ୍ରସଙ୍ଗରେ ଦୁଇ ଦେଶ ସହ କଥା ହେବି । ଭାରତ ଓ ପାକିସ୍ତାନର ନେତୃତ୍ୱକୁ ନେଇ ଗର୍ବିତ । ଉଭୟ ଦେଶ ସହ ବ୍ୟବସାୟ କାରବାର ବଢାଇବୁ । ତେବେ ଭାରତ ପୂର୍ବରୁ ଅନେକ ଥର ବିଶ୍ୱ ମଞ୍ଚରେ କହିସାରିଛି କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ।
State
ଦ କୁଇଭର ବ୍ୟୁରୋ:- ବଙ୍ଗୋପସାଗର ପଟୁ ରହିଛି ଓଡ଼ିଶାକୁ ଆକ୍ରମଣ ଆଶଙ୍କା । ତେବେ ରାଜ୍ୟବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଥିବା କେନ୍ଦ୍ରୀୟ ସଂସ୍ଥାର ସୁରକ୍ଷା ବଢ଼ାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର, ଚିଲିକା INSରେ ସୁରକ୍ଷା ବଢିଛି । ବଙ୍ଗୋପସାଗର ପଟରୁ ଆକ୍ରମଣ ଆଶଙ୍କା ରହିଛି । ଆମେ ସେଥିପାଇଁ ସଜାଗ ରହିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲା ଯାଇଛି । ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ଅଣାଯାଉଛି। ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
International,National
ଦ କୁଇଭର ବ୍ୟୁରୋ:- ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଶନିବାର ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପାକିସ୍ତାନ ସୀମା ପଟୁ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ । ସେହିପରି ବାରାମୁଲାରେ ଏକ ସନ୍ଦିଗ୍ଧ ଡ୍ରୋନ ବିସ୍ଫୋରଣ ହୋଇଥିବା କୁହାଯାଉଛି । ପାକିସ୍ତାନ ତାର ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ଶନିବାର ରାତିରେ ପାକିସ୍ତାନୀ ରେଞ୍ଜର୍ସମାନେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ଉପରେ ଗୁଳି ଚଳାଇଛନ୍ତି। ପାକିସ୍ତାନୀ ସେନାର ଦୁଃସାହସର ଉଚିତ ଜବାବ ମଧ୍ୟ ଭାରତୀୟ ସେନା ଦେଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅନେକ ସ୍ଥାନରେ ଗୁଳିବର୍ଷା ହେଉଛି। କେବଳ ଜାମ୍ମୁ କାଶ୍ମୀର ନୁହେଁ ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଆଦି ସୀମାବର୍ତ୍ତୀ ରାଜ୍ୟର ପ୍ରମୁଖ ସହରରେ ବ୍ଲାକ୍ ଆଉଟ୍ କରାଯାଇଛି।
ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, "ଗତ କିଛି ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ଶନିବାର ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। ଗତ କିଛି ଘଣ୍ଟା ଧରି ପାକିସ୍ତାନ ଦ୍ୱାରା ଏହି ବୁଝାମଣା ଉଲ୍ଲଂଘନ କରାଯାଉଛି ଲ ଭାରତୀୟ ସେନା ଏହି ସୀମା ଅନୁପ୍ରବେଶର ପ୍ରତିଶୋଧ ନେଉଛି ଏବଂ ଏହାର ମୁକାବିଲା କରୁଛି। ଏହି ଅନୁପ୍ରବେଶ ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଥିପାଇଁ ପାକିସ୍ତାନ ଦାୟୀ। ଆମେ ବିଶ୍ୱାସ କରୁଛୁ ଯେ ପାକିସ୍ତାନ ଏହି ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଉଚିତ ଏବଂ ଏହି ଅନୁପ୍ରବେଶକୁ ବନ୍ଦ କରିବା ପାଇଁ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।"
National,International
ଦ କୁଇଭର ବ୍ୟୁରୋ:- ପହଲଗାମ କାଣ୍ଡ ପରେ ଭାରତ ପ୍ରଥମେ ସିନ୍ଧୁ ଜଳ ସନ୍ଧି ରଦ୍ଦ କରିଥିଲା । ଏହାକୁ ଆକ୍ଟ ଅଫ୍ ୱାର୍ କହି ପାକିସ୍ତାନର ଏକାଧିକ ମନ୍ତ୍ରୀ ଭାରତ ନାଲି ଆଖି ଦେଖାଇ ପରମାଣୁ ଧମକ ଦେଇଥିଲେ । ଏହାପରେ ଭାରତ ଗତ ମେ ୬ ତାରିଖରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ପାକିସ୍ତାନରେ ଥିବା ଆତଙ୍କୀ କ୍ୟାମ୍ପ୍କୁ ଧ୍ୱଂସ କରିବା ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ପାକ୍ ମନ୍ତ୍ରୀମାନଙ୍କ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଯେ, ନ୍ୟୁକ୍ଲିୟର ଧମକ ଭାରତ ସହିବନି । ଭାରତ ସଠିକ ଓ ନିର୍ଣ୍ଣାୟକ ପ୍ରହାର କରିବ । ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆତଙ୍କୀମାନେ ଆମ ଭଉଣୀମାନଙ୍କ ସିନ୍ଦୂର ଉଜାଡ଼ି ଦେଇଥିଲେ । ଏବେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମୃତ୍ୟୁ ମିଳିଛି । ଆତଙ୍କୀଙ୍କ ଆକା ଦୁଇ ଦଶକ ହେଲା ଏଠାରେ ଖୁଲମଖୁଲା ବୁଲୁଥିଲେ । ଗୋଟିଏ ଝଟକାରେ ସବୁ ଶେଷ କରିଦେଲେ ଭାରତୀୟ ଯବାନ । ପାକିସ୍ତାନର ଡ୍ରୋନ୍ ଓ ମିସାଇଲକୁ ଆକାଶରେ ନଷ୍ଟ କଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ । ପାକିସ୍ତାନର ପ୍ରସ୍ତୁତି ସୀମାରେ ଆଟାକ୍ କରିବାର ଥିଲା । କିନ୍ତୁ ଭାରତର ମିସାଇଲ ପାକିସ୍ତାନ ଛାତି ଉପରେ ମାଡ଼ କରିଛି । ପାକିସ୍ତାନର ଏୟାରବେସ୍ ନଷ୍ଟ କରିଛି ଭାରତ । କେବେ ଚିନ୍ତା କରିନଥିଲା ପାକିସ୍ତାନ । ଭାରତର ଆକ୍ରାମକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବଞ୍ଚିବା ରାସ୍ତା ଖୋଜିବାରେ ଲାଗିଥିଲା । ସାରା ବିଶ୍ୱ ଆଗରେ ନେହୁରା ହେବାରେ ଲାଗିଥିଲା । ଆଗାମୀ ଦିନରେ ପାକିସ୍ତାନ ଏଭଳି କୌଣସି ଆତଙ୍କବାଦୀ କାଣ୍ଡ ଘଟାଇଲେ ପରିଣାମ ଭୋଗିବ । ଏବେ ବି ଭାରତୀୟ ସେନା ଲଗାତାର ଆଲର୍ଟରେ ଅଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ହିଁ ଭାରତର ନୀତି । ଆତଙ୍କୀ ବିରୋଧରେ ଭାରତ ଏକ ନୂଆ ଲକ୍ଷ୍ମଣ ରେଖା ଟାଣିଛି । ଆତଙ୍କୀ ହମ୍ଲା ହେଲେ ମୁହଁତୋଡ଼ ଜବାବ ମିଳିବ ।
Sports
ଦ କୁଇଭର ବ୍ୟୁରୋ:- ଭାରତର ପାକିସ୍ତାନ ଉପରେ ଅପରେସନ୍ ସିନ୍ଦୂର ଆରମ୍ଭ ହେବା ପରେ ବଢ଼ିଥିଲା ଦୁଇ ଦେଶ ମଧ୍ୟରେ ଉତ୍ତେଜନା । ଭାରତର ଆତଙ୍କୀ ଆଡ୍ଡା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ତଥା ମିସାଇଲ ମାଡ ପରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ହେଲେ ଭାରତ ଶତ୍ରୁ ଦେଶ ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା । ଏହାରି ମଧ୍ୟରେ ବିସିସିଆଇ ମେ ୯ ତାରିଖରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖିଥିଲା । ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ୧୦ ଓଭର ବ୍ୟାଟିଂ କରି ଗୋଟିଏ ଓ୍ବିକେଟ ବିନିମୟରେ ୧୨୨ ରନ ସ୍କୋର କରିଥିଲା ପଞ୍ଜାବ । ତେବେ ଏହା ସମୟରେ ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଥିଲା । ଷ୍ଟାଡିୟମରୁ ଲୋକଙ୍କୁ ଖାଲି ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହିତ ଏକ ସପ୍ତାହ ପାଇଁ ଆଇପିଏଲ୍ ବନ୍ଦ ହୋଇଥିଲା । ତେବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ ତମ ସିଜିନ୍ ପୁଣି ଆରମ୍ଭ ହେବାକୁ ଯାଉଛି । ଯାହାର ତାରିଖ ମଧ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ଅନୁସାରେ, ବିସିସିଆଇ ସୂତ୍ର ଦାବି କରୁଛନ୍ତି ଯେ ଆଇପିଏଲ ୨୦୨୫ ମେ ୧୫ କିମ୍ବା ୧୬ ତାରିଖରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୧ ତାରିଖରେ ଖେଳାଯିବାର ଆଶା କରାଯାଉଛି।
ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦ ବାକି ମ୍ୟାଚ୍ ଆୟୋଜନ କରିବେ। ଆଜି ରାତି ସୁଦ୍ଧା IPL ଦଳଗୁଡ଼ିକର ନୂତନ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଏହା ସହିତ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ବାତିଲ ହୋଇଥିବା ମ୍ୟାଚ୍ ମଧ୍ୟ ପୁଣିଥରେ ଅନୁଷ୍ଠିତ ହେବ ବୋଲି ମଧ୍ୟ ଜଣାପଡ଼ିଛି । ଆଜି BCCI, IPL ଭବିଷ୍ୟତ ସମ୍ପର୍କରେ ଏକ ବୈଠକ ହୋଇଥିବା ବେଳେ BCCI କିମ୍ବା IPL ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ଆଇପିଏଲ ଏବଂ ବିସିସିଆଇ ଖୁବ୍ ଶୀଘ୍ର ଟୁର୍ଣ୍ଣାମେଣ୍ଟର ନୂତନ କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ଆଶା କରାଯାଉଛି ।
International,National
ଦ କୁଇଭର ବ୍ୟୁରୋ:- ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଗତ କିଛି ଦିନ ହେଲା ଚାଲିଥିବା ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧର ରୂପ ନେବାରେ ଲାଗିଛି । ଭାରତର ବାରମ୍ବାର ଚେତାବନୀ ସତ୍ତ୍ବେ ପାକିସ୍ତାନ ଭାରତର ଅଧିକରୁ ଅଧିକ ସହର ଉପରେ ଆକ୍ରମଣ ଜାରି ରଖିଛି । ଏପରିକି ଭାରତର ରାଜଧାନୀ ଦିଲ୍ଲୀ ଉପରେ ପାକିସ୍ତାନ ନିଜର ଫତହ-୨ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି, ଯାହାକୁ ଭାରତର ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥା ହରିୟାଣାର ସିରସାରେ ହିଁ ନଷ୍ଟ କରିଦେଇଛି । କିନ୍ତୁ ଏହାର ପ୍ରଚଣ୍ଡ ଜବାବ ଦେଇଛି ଭାରତ । ପାକିସ୍ତାନର ୩ଟି ପ୍ରମୁଖ୍ୟ ବିମାନ ଘାଟିକୁ ଭାରତ ଉଡ଼ାଇଦେଇଛି । ଭାରତର ଏହି ଆକ୍ରମଣ ସଂପର୍କରେ ଆଜି ପୂର୍ବାହ୍ଣ ୧୦ଟା ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯିବ ।ରାୱଲପିଣ୍ଡିର ନୂର ଖାଁ ବିମାନ ଘାଟି, ରଫିକି ଏବଂ ମୁରିଦ ବାୟୁସେନା ଘାଟିରେ ଭୋର ସମୟରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପରେ, ପାକିସ୍ତାନ ଏହାର ସମ୍ପୂର୍ଣ୍ଣ ବାୟୁସୀମା ବନ୍ଦ କରିଦେଇଛି। ପାକିସ୍ତାନ ଦାବି କରିଛି ଯେ ଭାରତ ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି।
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍ ଚାଲେ ତେବେ ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।
National
ଦ କୁଇଭର ବ୍ୟୁରୋ:- ପାକିସ୍ତାନ ସହିତ ବଢୁଥିବା ସାମରିକ ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ପ୍ରତିରକ୍ଷା ଶିଳ୍ପ କରିଡରରେ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍କୁ ଭର୍ଚୁଆଲ୍ ଭାବରେ ଉଦ୍ଘାଟନ କରିଛନ୍ତି। ଉତ୍ପାଦନ ୟୁନିଟ୍କୁ ବାର୍ଷିକ ୮୦ ରୁ ୧୦୦କ୍ଷେପଣାସ୍ତ୍ର ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି।ଲକ୍ଷ୍ନୌରେ ବ୍ରହ୍ମୋସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧାର ଉଦ୍ଘାଟନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ୧୯୯୮ ମସିହାରେ ଏହି ଦିନ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ, ଆମର ବୈଜ୍ଞାନିକମାନେ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲେ ଏବଂ ବିଶ୍ୱକୁ ଭାରତର ଶକ୍ତି ଦେଖାଇଥିଲେ। ସେହି ପରୀକ୍ଷଣ ଆମର ବୈଜ୍ଞାନିକ, ଇଞ୍ଜିନିୟର, ପ୍ରତିରକ୍ଷା କର୍ମଚାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ଅପାର ପ୍ରୟାସର ଫଳାଫଳ ଥିଲା। ଏହି ଅବସରରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବ୍ରହ୍ମୋସର ଶକ୍ତି ବିଷୟରେ ବ୍ୟାଖ୍ୟା କରି କହିଛନ୍ତି, ଆପଣମାନେ ସମସ୍ତେ ଜାଣନ୍ତି ଯେ, ବ୍ରହ୍ମୋସ ବିଶ୍ୱର ସବୁଠାରୁ ଦ୍ରୁତତମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ। କିନ୍ତୁ ବ୍ରହ୍ମୋସ କେବଳ ଏକ ଅସ୍ତ୍ର ନୁହେଁ, ଏହା ନିଜେ ଏକ ବାର୍ତ୍ତା। ଆମର ସଶସ୍ତ୍ର ବାହିନୀର ଶକ୍ତି, ଆମର ଶତ୍ରୁମାନଙ୍କ ପ୍ରତି ଆମର ପ୍ରତିରୋଧ ଏବଂ ଆମର ସୀମାକୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତା। ସେ କହିଛନ୍ତି, ଏହି ଉତ୍ପାଦନ ୟୁନିଟ୍ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ଆହୁରି ମଜବୁତ କରିବ ଏବଂ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ।
ସେ କହିଛନ୍ତି, ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ବଂସ କରିବା ଲକ୍ଷ୍ୟରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ। ଆମେ କେବେ ବି ସେମାନଙ୍କର ସାଧାରଣ ଲୋକଙ୍କୁ ଟାର୍ଗେଟ କରିନାହୁଁ। କିନ୍ତୁ ପାକିସ୍ତାନ କେବଳ ଭାରତର ସାଧାରଣ ଅଞ୍ଚଳକୁ ଟାର୍ଗେଟ କରିନଥିଲା ବରଂ ମନ୍ଦିର, ଗୁରୁଦ୍ୱାର ଏବଂ ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା l ଏହା ସହିତ, ସେ କହିଛନ୍ତି ଯେ ଭାରତୀୟ ସେନା ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିବା ସହିତ ସଂଯମତା ପ୍ରଦର୍ଶନ କରିଛି ଏବଂ ପାକିସ୍ତାନର ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରି ଉପଯୁକ୍ତ ଜବାବ ଦେଇଛି। ଆମେ କେବଳ ସୀମା ନିକଟରେ ଅବସ୍ଥିତ ସାମରିକ ଘାଟିଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ, ବରଂ ପାକିସ୍ତାନ ସେନାର ମୁଖ୍ୟାଳୟ ରାୱଲପିଣ୍ଡି ପର୍ଯ୍ୟନ୍ତ ଭାରତୀୟ ସେନାର ବିପଦ ଅନୁଭୂତ ହୋଇଥିଲା।
ରାଜନାଥ ସିଂହ କହିଛନ୍ତି, ଉରି ଘଟଣା ପରେ, ସାରା ବିଶ୍ୱ ଦେଖିଲା ଯେ, ଭାରତରେ ଆତଙ୍କବାଦୀ ଘଟଣା ଘଟାଇବା ଏବଂ କରାଇବାର ପରିଣାମ କ'ଣ ହୁଏ। ଯେତେବେଳେ ଆମର ସେନା ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା, ପୁଲୱାମା ପରେ, ଆମେ ଦେଖିଲୁ ଯେତେବେଳେ ବାଲାକୋଟରେ ବାୟୁସେନା ଆକ୍ରମଣ କରାଯାଇଥିଲା ଏବଂ ଏବେ ପହଲଗାମ୍ ଘଟଣା ପରେ, ବିଶ୍ୱ ଦେଖୁଛି ଯେ, ଭାରତ ପାକିସ୍ତାନରେ ପ୍ରବେଶ କରି ଅନେକ ଆକ୍ରମଣ କରିଛି। ଆତଙ୍କବାଦ ବିରୁଦ୍ଧରେ ଶୂନ ସହନଶୀଳତାର ନୀତି ଅନୁସରଣ କରି, ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଏହା ଏକ ନୂତନ ଭାରତ, ଯାହା ସୀମାର ଉଭୟ ପାର୍ଶ୍ୱରେ ଆତଙ୍କବାଦ ବିରୁଦ୍ଧରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଉତ୍ପାଦନ ୟୁନିଟ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରିବ, ଯାହାର ଲକ୍ଷ୍ୟଭେଦ କ୍ଷମତା ୨୯୦ରୁ ୪୦୦କିଲୋମିଟର ଏବଂ ସର୍ବାଧିକ ଗତି ୨.୮ ମାକ୍ ରହିବ। ଭାରତ ଏବଂ ରୁଷିଆର ମିଳିତ ଉଦ୍ୟମ ଦ୍ବାରା ବ୍ରହ୍ମୋସ୍ ଏରୋସ୍ପେସ୍ ବିକଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ସ୍ଥଳ, ସମୁଦ୍ର କିମ୍ବା ଆକାଶରୁ ନିକ୍ଷେପ କରାଯାଇପାରିବ। ଏହା ଫାୟାର ଆଣ୍ଡ ଫରଗେଟ୍ ମାର୍ଗଦର୍ଶନ ପ୍ରଣାଳୀ ଅନୁସରଣ କରିବ।ଲକ୍ଷ୍ନୌରେ ନୂତନ ଭାବରେ ଆରମ୍ଭ ହୋଇଥିବା ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧା ୟୁନିଟ୍ରୁ, ବାର୍ଷିକ ୮୦ରୁ ୧୦୦ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରାଯିବ। ଏହା ସହିତ, ପ୍ରତିବର୍ଷ ୧୦୦ରୁ ୧୫୦ପରବର୍ତ୍ତୀ ପିଢ଼ିର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମଧ୍ୟ ଉତ୍ପାଦନ କରାଯିବ। ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ରଗୁଡ଼ିକ ଗୋଟିଏ ବର୍ଷ ମଧ୍ୟରେ ପ୍ରସ୍ତୁତ ଏବଂ ବିତରଣ କରାଯିବ।
State
ଦ କୁଇଭର ବ୍ୟୁରୋ:- ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ। ଗଞ୍ଜାମ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ସୋମବାର ପୂର୍ବାହ୍ନରୁ ସା ମଧ୍ୟରେ ଭୀଷ୍ମଗିରି, ବାଙ୍ଗରଡ଼ା, ଭ୍ରମରପୁର ରାଜସ୍ବ ସର୍କଲର ବିଭିନ୍ନ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନଭାବେ ଗଢି ଉଠିଥିବା ପ୍ରାୟ ୧୨ ଇଟାଭାଟିକୁ ହିଟାଚି ମେଶିନ ସହାୟତାରେ ଭଙ୍ଗାଯଇଛି। ସୋମବାର ପୂର୍ବାହ୍ନରେ ଭୀଷ୍ମଗିରି ରାଜସ୍ବ ସର୍କଲର ବାବୁଲିବନ୍ଧ, ବାଲିପାଟ ମୌଜାର ୨ଟି ବେଆଇନ ଇଟାଭାଟି ଉପରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢାଉ କରି ଭାଙ୍ଗିଥିବା ବେଳେ ଅପରାହ୍ନରେ ଭ୍ରମରପୁର ସର୍କଲର ସମାସିଙ୍ଗି ମୌଜାର ୭, ଚୌଧୁରୀ ଟିକରପଡ଼ା ମୌଜାର ୩ଟି ବେଆଇନ ଇଟାଭାଟି ଭଙ୍ଗାଯାଇଛି। ସେହିପରି ଗତ ରବିବାର ବାଙ୍ଗରଡ଼ା ରାଜସ୍ବ ସର୍କଲର ଧେରେଣ୍ଡି, ଜଲମେରୀ ପଲ୍ଲୀ ମୌଜାର ନିରଞ୍ଜନ ପାଣିଗ୍ରାହୀ ଏବଂ ରମେଶ ବେହେରାଙ୍କ ୨ ଟି ବେଆଇନ ଇଟାଭାଟି ଭଙ୍ଗା ଯାଇଥିଲା। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ରାଜସ୍ବ ସୁପରଭାଇଜର ବାବୁ ସେଠୀ,ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ବେହେରା,ମନୋଜ କୁମାର ବେହେରା,ସୁନୀଲ କୁମାର ବେହେରା,ସହକାରୀ ରାଜସ୍ବ ନିରୀକ୍ଷକ କେଶବ ଶବର,ଶିବାଶିଷ ପଟ୍ଟନାୟକଙ୍କ ସମେତ ଅଗ୍ନିଶମ ଅଧିକାରୀ ବିକାଶ ଚନ୍ଦ୍ର ମୁଦୁଲି ଓ ପୋଲିସ ଟିମ୍ ଏହି ଚଢାଉ ଧରପଗଡରେ ସାମିଲ ଥିଲେ।ବେଆଇନ ଇଟାଭାଟି କରି ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ରାଜସ୍ବ ବିଭାଗ ପକ୍ଷରୁ ପୂର୍ବରୁ ସେମାନଙ୍କ ଠାରୁ ୧୯ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଚଢାଉରେ ପ୍ରାୟ ୨୫ ଲକ୍ଷ ଇଟା ନଷ୍ଟ କରାଯାଇଥିବା ଆକଳନ କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଏହି ଚଢାଉ ଧରପଗଡ ଜାରିରହିଛି।
State
ଦ କୁଇଭର ବ୍ୟୁରୋ:- ଆଜି ହେଉଛି ବିଶ୍ୱ ମାତୃ ଦିବସ। ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୧୧ ତାରିଖ ଅର୍ଥାତ୍ ରବିବାର ପାଳନ କରାଯାଉଛି।
ମା’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ l ପ୍ରତିଦିନ ଆମକୁ ଯିଏ ପ୍ରେରଣା ଦିଏ, କେଉଁଟା ଠିକ୍ କେଉଁଟା ଭୁଲ ଯିଏ ବାଟ ଦେଖାଏ ସେ ହେଉଛି ମା’, ଚିର ବନ୍ଦିତା ସେ, ଚିର ନମସ୍ୟ l ପରିବାର ପ୍ରତି ମା’ଙ୍କ ଅବଦାନ କ’ଣ ତାହା ସମସ୍ତେ ଜାଣିଛନ୍ତି, ଏହା କାହାକୁ ଆଉ ବୁଝାଇବାକୁ ପଡ଼ିବନି। ମା’ ଅତୁଳନୀୟ,ପରିବାର ପ୍ରତି ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅବଦାନ ଏବଂ ବଳିଦାନ ବିଷୟରେ ଚିନ୍ତା କରିବା ପାଇଁ ଏହି ଦିନଟି ଆସିଥାଏ। ଯଦିଓ ପ୍ରତିଦିନ ଏହି ଦିବସ ପାଳନ ପାଇଁ ବି ସେମାନେ ଯୋଗ୍ୟ ଅଟନ୍ତି କିନ୍ତୁ ଆଜିର ଦିନଟି କେବଳ ମା’ଙ୍କ ପାଇଁ।
ଇତିହାସ କୁହେ, ଆଧୁନିକ ମାତୃ ଦିବସ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଯେତେବେଳେ ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ଏହି ଦିନଟିକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ।
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍ ଚାଲେ ତେବେ ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।