ଯାଜପୁର(ଦ କୁଇଭର): ଓଡ଼ିଶାବାସୀଙ୍କୁ ବିଷ ଦେଉଛନ୍ତି ଶିଳ୍ପସଂସ୍ଥାମାନେ । ପବନ ଓ ପାଣିରେ ବିଷ ମିଶାଇବା ସହ ମାଟିକୁ ବିଷାକ୍ତ କରୁଛନ୍ତି । ଏହାକୁ ରୋକିବେ କ’ଣ ସଚିବ ବା ମୁଖ୍ୟ ଶାସନ ସଚିବ ସ୍ତରରେ ଦଲାଲୀ କରାଯାଉଛି । ଅଫିସରଙ୍କ ଦଲାଲୀ ଯୋଗୁ ଶିଳ୍ପସଂସ୍ଥାମାନେ ଓଡ଼ିଶାରେ ବିଷ ବୋଳୁଛନ୍ତି । ସେପଟେ ଅଫିସର ଏବଂ ବେପାରୀମାନେ ଦଲାଲୀ କରି କୋଟି କୋଟି ଟଙ୍କା ଗିଳୁଛନ୍ତି । ଫଳରେ ଓଡ଼ିଶା ବିଷାକ୍ତ ହେଉଛି । ଅଫିସରଙ୍କ ଦଲାଲୀ ଓ ଶିଳ୍ପର ବିଷ ପ୍ରୟୋଗ ନେଇ ଅତି ସଂଗୀନ ତଥ୍ୟ ଲାଗିଛି କୁଇଭର ନୁ୍ୟଜ ହାତରେ । କିପରି ଓଡ଼ିଆଙ୍କ ଜୀବନ ପ୍ରତି ବିପଦ ବଢ଼ାଇ ଚାଲିଛନ୍ତି ଏହି ଦଲାଲ ଗୋଷ୍ଠୀ । ମାତ୍ର ଏଥିପ୍ରତି ନା ଦରଦ ଅଛି ସରକାରୀ ଦଳର ନା ଅଛି ବିରୋଧୀଙ୍କର ।
ସଚିବଙ୍କ ଦଲାଲୀ ଯୋଗୁ ଓଡ଼ିଶାକୁ ବିଷାକ୍ତ କରାଯାଉଥିବାର ଏକ ବଡ଼ ନମୂନା ହେଉଛି ଯାଜପୁର ଜିଲ୍ଲା କଳିଙ୍ଗନଗର । କଳିଙ୍ଗନଗର ଏବେ ସବୁଠୁ ପ୍ରଦୂଷିତ ବା ବିଷାକ୍ତ ସ୍ଥାନ । ଏଠାରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକ ପ୍ରଦୂଷଣ କଟକଣାକୁ ଆଦୌ ମାନୁ ନାହାନ୍ତି । ଯଦି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ଥାନୀୟ ଅଧିକାରୀମାନେ ବାରଣ କଲେ, ତେବେ ଉପରକୁ ଧରି ସବୁ ରଫାଦଫା କରାଯାଉଛି । ଦରକାର ପଡ଼ିଲେ ଆଞ୍ଚଳିକ ଅଧିକାରୀଙ୍କୁ ଫିଙ୍ଗି ଦିଆଯାଉଛି । କିନ୍ତୁ କଳିଙ୍ଗନଗରରେ ଖୋଲାଖୋଲି ଚାଲିଛି ବିଷବୋଳା । ଏଥିପାଇଁ ବୋର୍ଡର ସଚିବଙ୍କ ଠାରୁ ଅଧ୍ୟକ୍ଷ ଥିବା ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟସ୍ତ ସମସ୍ତେ କାଳେ ଦଲାଲୀରେ ସାମିଲ ହୋଇ ଟଙ୍କା ଗିଳୁଛନ୍ତି ।
ଏବେ ଆସିବା ପ୍ରସଙ୍ଗକୁ । କଳିଙ୍ଗ ନଗରରେ ଅଛି ଭିସା ଷ୍ଟିଲ । ଏହି ଷ୍ଟିଲ ପ୍ଲାଟ ବାଷିର୍କ ୧ଲକ୍ଷ ୨୫ହଜାର ନିୟୁତ ଟନ ଇସ୍ପାତ ଉତ୍ପାଦନର କ୍ଷମତା ରଖୁଛି । ଏହି କାରଖାନାର ଅଧ୍ୟକ୍ଷ ତଥା ସିଇଓ ହେଉଛନ୍ତି ବିଶ୍ୱମ୍ଭର ଶରଣ ଏବଂ ଏମଡି ହେଉଛନ୍ତି ବିଶାଲ ଅଗ୍ରୱାଲ । ୨୦୧୯ରୁ ଏହି କାରଖାନା କଳିଙ୍ଗନଗରରେ ଉତ୍ପାଦନ କରୁଛି । ହେଲେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନେଇ ନାହିଁ । ପ୍ରଦୂଷଣକୁ ଖୋଲାଖୋଲି ଛାଡ଼ି ଦିଆଯାଇଛି । ଏନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କମ୍ପାନୀ କୌଣସି ପ୍ରତିକାର କରୁନାହିଁ । ଏପରିକି ମୁଖ୍ୟ ସଚିବଙ୍କ ସ୍ତରରେ କାଳେ କୋଟି କୋଟି ଟଙ୍କା ଦେଇ ପ୍ରଦୂଷଣ କରି ଚାଲିଛି ।
ପ୍ରଦୂଷଣ ବଢ଼ାଉଥିବା ନେଇ ଅଭିଯୋଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଯାଞ୍ଚ ପରେ ବାରମ୍ବାର କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ଇତିମଧ୍ୟରେ ଭିସା ଷ୍ଟିଲକୁ ୫୭ଟି କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲେ ମଧ୍ୟ ଆଜିଯାଏ କ୍ଲୋଜର ନୋଟିସ ଦିଆଯାଉ ନାହିଁ । ପ୍ରତି କାରଣ ଦର୍ଶାଅ ନୋଟିସ ପରେ ଲକ୍ଷଲକ୍ଷ ଟଙ୍କାର ଡିଲ ହେଉଛି । କିଛି ବେପାରୀ ଓ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ମାଧ୍ୟମରେ ହେଉଛି ଦଲାଲୀ । କମ୍ପାନୀ ପକ୍ଷରୁ ମୋଟା ଅଙ୍କର ଟଙ୍କା ସଚିବଙ୍କ ପାଟିରେ ଭରି ଦିଆଯାଉଛି । ଟଙ୍କା ଚାପରେ ଏମାନେ ପାଟି ଖୋଲୁ ନାହାନ୍ତି । କେବଳ ଧର୍ମକୁ ଆଖିଠାର ଭଳି କାରଣ ଦର୍ଶାଅ ନୋଟିସ ଦେଇ ରହିଯାଉଛନ୍ତି । ସେପଟେ ଭିସା ଷ୍ଟିଲ କଳିଙ୍ଗନଗର ଓ ଆଖପାଖ ଅଞ୍ଚଳରେ ବିଷ ବୋଳି ଚାଲିଛି । ଏସମ୍ପର୍କରେ ଭିସା ଷ୍ଟିଲକୁ ଯୋଗାଯୋଗ କରିଥିଲୁ । ହେଲେ କୌଣସି ଉତ୍ତର ଦେଲେ ନାହିଁ । ସଚିବଙ୍କ ଦଲାଲୀ ସମ୍ପର୍କରେ ପିସିବିର ସଦସ୍ୟ ସଚିବ ମୁର୍ଗୁସେନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କିଛି କହି ନଥିଲେ । ଦେଖାଯାଉ ସଚିବ ସ୍ତରରେ ଟଙ୍କା ନେଇ ଓଡ଼ିଶାକୁ ବିଷାକ୍ତ କରାଯିବା ଘଟଣାରେ ସରକାର ମୁହଁ ଖୋଲୁଛନ୍ତି ନା ଅଫିସରଙ୍କ ଠାରୁ ଭାଗ ନେଇ ଚୁପ ବସୁଛନ୍ତି?
No comments yet.
State
ଭୁବନେଶ୍ୱର( ଦ କୁଇଭର ):- ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯେତେବେଳେ ଭାରତ ସ୍ଵାଧୀନତା ଲାଭ କରିଥିଲା ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ, ଅର୍ଥାତ ୧୯୦୦ ମସିହା ବେଳକୁ ଏହା ଏକକ-ଅଙ୍କ ବିଶିଷ୍ଟ ଥିଲା। ସେତେବେଳେ ଓଡ଼ିଆ ଭାଷାର ଆଉ ଏକ ସମସ୍ଯା ଥିଲା। ଯଦିଓ ଓଡ଼ିଆ ଭାଷା ଓ ସାହିତ୍ଯକୁ ଅନେକ ସାରସ୍ଵତ ସାଧକ ଋଦ୍ଧିମନ୍ତ କରିଥିଲେ, ତାହା ସାଧାରଣ ଜନତାଙ୍କ ଭାଷା ରୂପେ ଆଦୃତ ହୋଇପାରିନଥିଲା। କାରଣ, ଲିଖିତ ଓଡ଼ିଆ ଭାଷାର ଗଠନ, ଉଚ୍ଚାରଣ, ଲିଖନ ଏବଂ ଶୁଦ୍ଧତା ନିଶ୍ଚିତ ଭାବେ ଜଟିଳ ଥିଲା। ତେଣୁ, ଏତେ ସଂଖ୍ୟକ ଲୋକଙ୍କୁ ଶିକ୍ଷାଦାନ କରିବା ପାଇଁ ହେଲେ ପ୍ରଥମେ ଭାଷାକୁ ସରଳ ଭାବେ, ବୋଧଗମ୍ୟ ଭାବେ ପ୍ରସ୍ତୁତ କରିବାକୁ ହେବ। ଏହା ସହିତ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ରଖିବାକୁ ପଡ଼ିବ। ତେଣୁ, ଏହାର ସମାଧାନ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି। ବର୍ଣ୍ଣବୋଧର ଭାଷା ଅତ୍ୟନ୍ତ ସହଜ ଓ ସରଳ। ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ସେ କୋମଳ ମନକୁ ଆକର୍ଷିତ କରିଥିଲେ। ଏହି ବହିଟି ଅତି କମ୍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା। ୧୮୯୫ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା। ଏହାର ଲୋକପ୍ରିୟତା ଏହି କଥାରୁ ଅନୁମେୟ ଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇ ସାରିଥିଲା l ମୂଳ ଲେଖାକୁ ପରିବର୍ତ୍ତିତ ନ କରି ଅବିକଳ ଛାପିବା ଦ୍ଵାରା ଏହାର ଭାବ, ଭାଷାକୁ ସମ୍ମାନ ଦିଆଯାଇଛି। ମୁଁ ଆଶା କରୁଛି, ଆମର କୁନି କୁନି ପିଲାମାନଙ୍କୁ ଏହି ପୁସ୍ତକ ଖୁବ୍ ଭଲ ଲାଗିବ। ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷରେ ସହାୟକ ହେବ।
State
ମୋହନା ( ଦ କୁଇଭର ):-- ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଯୋଡିପତର ଗାଁରେ l ମୃତକ ଜଣକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ଦଳବେହେରା l ଘଟଣା ପରେ ଗାଁରେ ଉତେଜନା ଦେଖାଦେଇଛି l କ୍ଷତିପୂରଣ ଦାବିରେ ଚାନ୍ଦିପୁଟ ରେ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ l ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ କରି ବିଦ୍ୟୁତ ଖୁଣ୍ଟ ପୋତିବା ସହ ବିଦ୍ୟୁତ ସଂଯୋଗ କରିଥିଲେ l ତେବେ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ଜମିରେ ପଡିଥିଲା l ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ନିଜ ସାଇକେଲ ରେ ସେହି ରାସ୍ତା ଦେଇ ଯାଉଥିଲେ l ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ କୃଷ୍ଣ ଙ୍କ ମୃତ୍ୟୁ ଘଟିଛି l ରାସ୍ତା ଅବରୋଧ ଯୋଗୁଁ ଚାନ୍ଦିପୁଟ - ଲୁହାଗୁଡ଼ି ଯାତାୟାତ ଠପ ହୋଇଯାଇଛି l
State,Politics
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ଗାନ୍ଧୀ ନଗର ଛକଠାରେ ପ୍ରତିବାଦ କରିଥିଲେ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପବିତ୍ର ସାଂସଦରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ କଟୁ ମନ୍ତବ୍ୟ ସାରା ଦେଶବାସୀଙ୍କ ପ୍ରତି ଅପମାନ ବୋଲି କହିଛି ବିଜେପି।ଏହା ଦ୍ୱାରା ପବିତ୍ର ଗୃହର ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଛି।ତୁରନ୍ତ ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିଧାୟକ ଶ୍ରୀ ଅନୀଲ କୁମାର l ଶୁକ୍ରବାର ସନ୍ଧ୍ୟାରେ ଏହାର ପ୍ରତିବାଦରେ ବହୁ ବିଜେପି କର୍ମୀ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉଭୟ ସୋନିଆଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଏହି ଅବସରରେ ବବିତା ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ମିନତୀ ଦାସ, ଅଶୋଲ ଶୁକ୍ଳା, ସଞ୍ଜୟ ଜେନା ଙ୍କ ସମେତ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Sports
କଟକ( ଦ କୁଇଭର ):- ବାରବାଟୀରେ କ୍ରିକେଟ କ୍ରେଜ୍ । ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି lବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଚାଲିଛି ଟିକେଟ୍ ବିକ୍ରି । ୪ଟାରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଏହି ଦୁଇଟି ଗ୍ୟାଲେରିର ଟିକେଟ ବିକ୍ରି ହୋଇ ସାରିଛି । ମୋଟ୍ ୪ହଜାର ଟିକଟ୍ ଅନଲାଇନରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି । ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀ ଟିକେଟ୍ ବୁକ୍ କରୁଛନ୍ତି । ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍ ବ୍ରାଉଜରରେ zomato.in ଲଗ୍ ଇନ କରି ଟିକଟ୍ ବୁକ୍ କରିହେବ। ୫ ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ । ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯିବ ।
Shree Jagannath
ପୁରୀ ( ଦ କୁଇଭର ):- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀରେ ରଥକାଠ ପୂଜା ହୋଇଛି । ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହା ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠ ତ୍ରୟର ପୂଜାର୍ଚ୍ଚନା ହୋଇଥଲା । ସେହିପରି ଆସନ୍ତା ରାମ ନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତବର୍ଷ ୨୦୨୫ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚି ସାରିଛି ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଛି ୫୧ ଖଣ୍ଡ କାଠ । ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି । ୧୦୧ ଖଣ୍ଡ ଧଉରା ଓ ଅସନ କାଠ ଆସିଛି । ଏଥିରେ ୫୩ ଖଣ୍ଡ ଧଉରା, ୪୮ ଖଣ୍ଡ ଅସନ କାଠ ରହିଛି । ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ।
State
ଭୁବନେଶ୍ୱର( ଦ କୁଇଭର ):- ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଗୁରୁବାର ଏକ ନୂଆ ଅତିଥି ଆସିଛି। ପର୍ଯ୍ୟଟକମାନଙ୍କୁ ଖୁସି ବାଣ୍ଟୁଥିବା ପ୍ରାଣୀ ଉଦ୍ୟାନର ୭ବର୍ଷ ୪ମାସର ସିମ୍ପାଞ୍ଜି ‘ଦୁର୍ଗା’ ଏକ ସନ୍ତାନ ଜନ୍ମ କରିଛି। ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମା-ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ନବଜାତକ ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଜୁଲୁର ମୃତ୍ୟୁ ପୂର୍ବରୁ ସେ ନିଜର ସ୍ମୁତି ଛାଡ଼ି ଯାଇଛି।
State
ଯୋଡ଼ା( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରି ଏଥିରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ଚୋରା ବାଇକ ଉଦ୍ଧାର କରିଛି। ସୂଚନାନୁସାରେ ଯୋଡା ସହରର ଆମବାଗାନଠାରେ ରହୁଥିବା ବି. ଜୟ ରାମ ରେଡ୍ଡୀଙ୍କ ଘରୁ ବାଇକ ଚୋରି ହୋଇଥିବା ବେଳେ ଯୋଡାରୁ ଚୋରି ବାଇକ ଚମ୍ପୁଆ ଥାନାରେ ଜବତ ହୋଇ ଥିଲା। ଏହି ବାଇକ ଚୋରା ରାକେଟର ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହାଟିଂରୁ ଗିରଫ ହେବା ପରେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଯୋଡା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ବାଇକ ସହ ମୋଟ ୫ଟି ଚୋରା ବାଇକ ମଧ୍ୟ ଉଦ୍ଧାର କରିଛି। ଏହି ଚୋରମାନେ ଚୋରା ବାଇକରେ ଜାଲ ନମ୍ବର ଲଗାଇ ରାଜ୍ୟ ବାହାରେ କମ୍ ଦାମରେ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
National
ଦ କୁଇଭର ବ୍ୟୁରୋ :- ମହାକୁମ୍ଭର ସେକ୍ଟର- ୨୨ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ପେଣ୍ଡାଲ ପାଉଁଶ ହୋଇ ଯାଇଛି । ତେବେ ଅଗ୍ନିଶମ ବାହିନୀ ଠିକ୍ ସମୟରେ ନିଆଁକୁ ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ କୌଣସି ଜୀବନ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । ପୋଲିସ ଅଧିକାରୀମାନେ ଶାନ୍ତି ରକ୍ଷା କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରୁଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୧୫ଟି ପେଣ୍ଡାଲ ତମ୍ବୁ ପୋଡ଼ି ପାଉଁଶ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଅବଗତ କରାଯାଇଥିଲା । ତେବେ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ରାସ୍ତାନ ଥିବାରୁ ଅଗ୍ନିଶମ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀ କୌଣସି ମତେ ଠିକ୍ ସମୟରେ ପହଞ୍ଚି କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିଥିଲା ।
State
ଦ କୁଇଭର ବ୍ୟୁରୋ :- 'ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଯାଜପୁରରେ ବଣ୍ଟନ କରାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ସେହିପରି ଫେବ୍ରୁଆରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ NPCI ଚେକ୍ କରିପାରିବେ । ଛୋଟଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
State
ପାରଳାଖେମୁଣ୍ଡି( ଦ କୁଇଭର ):- ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ବରିଷ୍ଠ ଓକିଲ ପି ରାମରାଓଙ୍କ ଉପରେ ଏସିଡ୍ ମାଡ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା। ଆନ୍ଧ୍ର ପ୍ରଦେଶର ବିଜୟବାଡାରୁ ଦୁଇ ଅଭିଯୁକ୍ତ ଙ୍କୁ ଗତକାଲି ଗିରଫ କରି ଆଣିଛି ପାରଳାଖେମୁଣ୍ଡି ପୋଲିସ।ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ବହୁ ପୁରାତନ ଅର୍ଥ କାରବରକୁ ନେଇ ଅଭିଯୁକ୍ତ ମାନେ ଏଭଳି କାଣ୍ଡ ଭାଆଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସ୍ପି।
ପାରଳାଖେମୁଣ୍ଡି ଓକିଲ ପି ରାମରାଓଙ୍କ ନିଜ ବାସ ଭବନ ଠାରେ ଗତ ନଭେମ୍ବର ୯ତାରିଖ ଦିନ ଦୁଇଜଣ ଦୁର୍ବୁତ୍ତ ଏକ ମୋଟର ସାଇକେଲ ରେ ଆସି ପାର୍ସଲ ଦେବା ବାହାନାରେ ରାମା ରାଓଙ୍କ ମୁହଁରେ ଏସିଡ୍ ପକାଇ ଫେରାର ହୋଇଯାଇଥିଲେ। ପରେ ଘଟଣାର ତଦନ୍ତ ପାଇଁ ପାରଳାଖେମୁଣ୍ଡି ପୋଲିସ ତତ୍ପରତା ସହ ଦୁଇଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା। ବିଭିନ୍ନ ସିସି ଟିଭି ଫୁଟେଜ, ସାଇବର ସେଲର ସହାୟତା ଏବଂ ଘଟଣାରେ ବ୍ୟବହୃତ ପଲସର ବାଇକ କୁ ଭିତ୍ତି କରି ପାଖାପାଖି ୩ମାସ ଧରି ପୋଲିସ ତଦନ୍ତ ଚଳାଇଥିବା ବେଳେ ଗତକାଲି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।ଏମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଘଟଣାର ମୂଳସୂତ୍ର ଧାରୀ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମେନେଜେର ଡି ଭେଙ୍କେଟ ରାଓ ଓ ଅନ୍ୟଜଣେ ସୁପାରି ଘଟାଇଥିଲା। ଘଟଣା ଘଟାଇଥିବ ଦୁଇ ଜଣ ଅଭିଯୁକ୍ତଙ୍କ ଙ୍କ ମଧ୍ୟରୁ ଏସିଡ୍ ଫିଙ୍ଗିଥିବା ଯୁବକ ଡି ସତୀଶ। ତେବେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । ୨୦୦୫ ମସିହାରେ ଘଟଣାର ଷଡ଼ଯନ୍ତ୍ର କାରୀ ପାରଳାଖେମୁଣ୍ଡି ର ଜଣେ ବସ ମାଲିକଙ୍କୁ ୫୫ଲକ୍ଷ ଟଙ୍କା ବାର ଏବଂ ରେଷ୍ଟୁରାଣ୍ଟ କରିବା ପାଇଁ ବ୍ୟକ୍ତିଗତ ଋଣ ଦେଇଥିଲେ ,ପରବର୍ତ୍ତୀ ସମୟରେ ସେ ଋଣ ସୁଝି ପାରିନଥିଲେ ଯାହାକୁ ନେଇ ତିକ୍ତତା ପରେ ଏତେବଡ଼ କାଣ୍ଡ ଘଟାଇଥିବା ସୁଚନା ଦେଇଛନ୍ତି ଗଜପତି ଏସ୍ପି । ଏହି ଘଟଣା ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ ସେକୁରୀଟି ଆକାରରେ ଦେଇଥିବା ଚେକ ପୀଡିତ ଓକିଲ ରାମରାଓଙ୍କ ପାଖରେ ଥିଲା ଯାହାକୁ ଅଭିଯୁକ୍ତ ଭେଙ୍କେଟ ରାଓ ବାରମ୍ବାର ମାଗି ବିଫଳ ହୋଇଥିଲେ, ଯାହାର ପ୍ରତିଶୋଧ ନେବା ପାଇଁ ଦୁଇଜଣ ସୁପରିଙ୍କୁ ବ୍ୟବହାର କରି ମୋଟର ସାଇକେଲ ଓ ଏସିଡ୍ ଦେଇ ବିଶାଖାପାଟଣାରୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ପାରଳାଖେମୁଣ୍ଡି ରେ ପହଞ୍ଚି ନିକଟସ୍ଥ ଏକ ମଦ ଦୋକାନରେ ବିଅର ପିଇବା ପରେ ବିଅର କେନରେ ଏସିଡ୍ ଭର୍ତ୍ତି କରି ଓକିଲଙ୍କ ମୁହଁକୁ ମାଡ କରିଥିଲେ। ବର୍ତ୍ତମାନ ସୁଦ୍ଧା ଓକିଲ ପି ରାମରାଓ ବିଶାଖାପାଟଣାରେ ଏଲ ଭି ପ୍ରସାଦ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣାରେ ଅନ୍ୟ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ଏବଂ ଅର୍ଥ କାରବାରରେ ଲିପ୍ତ ଥିବା ବସ ମାଲିକ ସଂଶ୍ଳିଷ୍ଟ ଅଛି କି ନାହିଁ ତମାମ ଦିଗକୁ ନେଇ ପୋଲିସ ଏବେ ତାର ତଦନ୍ତ ଜାରି ରଖିଛି ଏବଂ ଗିରଫ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପାରଳାଖେମୁଣ୍ଡି ପୋଲିସ l ଓକିଲ ଙ୍କୁ ଏସିଡ୍ ମାଡ ଘଟଣା ପରେ ଓକିଲ ମାନେ ନିରୁତ୍ସାହିତ ଥିଲେ, ଘଟଣା ଘଟି ପାଖାପାଖି ତିନି ମାସ ସମୟ ହୋଇଯାଇଥିବାରୁ ଅଭିଯୁକ୍ତଙ୍କୁ ପୋଲିସ ଖୋଜି ବାହାର କରି ପାରିବ କି ନାହିଁ ଆଶା ଆଶଙ୍କାରେ ରହିଥିଲେ, ଆଜି ଦୁଇଜଣ ଅଭିଯୁକ୍ତ ଗିରଫ ପରେ ଓକିଲଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି, ଏସ୍ପି ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଦେଇଛନ୍ତି ଓକିଲ ମାନେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। ଅନୁରୋଧ କରିଛନ୍ତିି।
ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଓକିଲ ଙ୍କ ଉପରେ ଏସିଡ୍ ମାଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ପୋଲିସ ହାତରେ ଲାଗିନି ।ତେବେ ଏହି ଘଟଣାରେ ଅନେକ ଲୋକ ସମ୍ପୃକ୍ତ ଥିବା ସନ୍ଧେହ ସୃଷ୍ଟି କରୁଛି, ତେବେ ପୋଲିସର ଆଗାମୀ ପଦକ୍ଷେପ କଣ ରହୁଛି ତାକୁ ହିଁ ଅପେକ୍ଷା।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ିଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ଶେଷ ତାରିଖ ଭାବେ ସରକାର ଦିନ ଧାର୍ଯ୍ୟ କରିଥିଲେ। ଏବେ ଗୁରୁବାର ଧାର୍ଯ୍ୟ ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ରାସନ କାର୍ଡ ଇ-କେୱାଇସିର ସମୟ ସୀମା ବୃଦ୍ଧି କରାଯାଇଛି।ରାଜ୍ୟର ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପ୍ଡେଟ୍ କରି ନାହାନ୍ତି। ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍ଡେଟ୍।ଖବର ଅନୁଯାୟୀ, ରାଜ୍ୟରେ ରହୁଥିବା ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପ୍ଡେଟ୍ କରିଛନ୍ତି। ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପ୍ଡେଟ୍ କରିଛନ୍ତି । ଜାନୁଆରି ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପ୍ଡେଟ୍ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
State
ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲାର ୩ ଟି ବନଖଣ୍ଡରେ ଏକକାଳୀନ ହୋଇଛି, କୃଷ୍ଣସାର ମୃଗ ଗଣନା କାର୍ଯ୍ୟ । ସେହି କ୍ରମରେ ଗଂଜାମ ର ଗୈାରବ କୁହାଯାଉଥିବା, ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ, ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ୨୦୨୪-୨୫ ବର୍ଷ ନିମନ୍ତେ ଶେଷ ହୋଇଛି । ୨୦୧୫ ମସିହା ପର ଠାରୁ, ଏହି ବନଖଣ୍ଡରେ ଦେଖା ଦେଇଥିବା ଏହି ବନ୍ୟପ୍ରାଣୀ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଛି । ସେହି ଅନୁସାରେ ଗତ ମୃଗ ଗଣନା ଅନୁଯାୟୀ ଏହି ବନଖଣ୍ଡରେ ୩୫୦ ରୁ ଉର୍ଦ୍ଧ୍ବ କୃଷ୍ଣସାର ମୃଗ ରହିଥିବା ଜଣା ପଡିଥିଲା । ଚଳିତବର୍ଷ ଗଣନା ତଥ୍ୟ ପ୍ରକାଶ ପାଇନଥିବା ବେଳେ, ତଥାପି ଚଳିତବର୍ଷ ଏମାନଙ୍କ ସଂଖ୍ୟା ବଢ଼ିଥିବା ଅନୁମାନ କରାଛି, ବନବିଭାଗ । ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ, ଏମାନଙ୍କ ସଂଖ୍ୟା । ଏହି ବନଖଣ୍ଡର ୧୮ ଟି ଟିମ୍ ଜରିଆରେ ଗଣନା ହୋଇଥିବା ବେଳେ, ୧୦୦ ରୁ ଉର୍ଦ୍ଧ୍ବ ବନ କର୍ମଚାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ପାଇଁ ନନ୍ଦନକାନନରୁ ଆସିଥିବା zoo volunteer ମାନେ ସାମିଲ୍ ହୋଇଥିଲେ ।
Sports
ଦ କୁଇଭର ବ୍ୟୁରୋ :- ଭାରତ ମାଟିରେ ମାଟି କାମୁଡ଼ିଲା ଇଂଲଣ୍ଡ ଟିମ୍ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଉପରେ ଭାରତର କବଜା । ଚତୁର୍ଥ ମ୍ୟାଚରେ ୧୫ ରନରେ ଇଂଲଣ୍ଡକୁ ହରାଇଲା ଭାରତୀୟ ଟିମ୍ । ଆଉ ଟିମ୍ ଇଣ୍ଡିଆର ବୋଲର ରବି ବିଷ୍ଣୋୟୀ ଓ ହର୍ଷିତ ରାଣାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଟିମ୍ ପୂରାପୁରି ଘାଇଲା ହୋଇଗଲା । ଉଭୟ ରବି ବିଷ୍ଣୋୟୀ ଓ ହର୍ଷିତ ରାଣା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ତେଣୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୧ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆ ପକ୍ଷରୁ ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା ।
Politics,National
ଦ କୁଇଭର ବ୍ୟୁରୋ :- ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା।
ସୂଚନା ଅନୁଯାୟୀ, ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଲେ ଭାବନା ଗୌଡ (ପାଲମ), ରୋହିତ ମେହରୌଲିଆ (ତ୍ରିଲୋକପୁରୀ), ଗିରିଶ ସୋନି (ମାଦିପୁର), ମଦନ ଲାଲ (କସ୍ତୁରବା ନଗର), ରାଜେଶ ଋଷି (ଉତ୍ତମ ନଗର), ବି ଏସ ଜୁନ (ବିଜୱାସନ), ନରେଶ ଯାଦବ (ମହରୌଲି) ଏବଂ ପବନ ଶର୍ମା (ଆଦର୍ଶ ନଗର)।ଏହା ପୂର୍ବରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗ ଏବଂ ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦଳର ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ସମସ୍ତ ୮ ବିଧାୟକ ଆମ ଆଦମୀ ପାର୍ଟି ଉପରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଥିଲେ। ଏପରିକି ଦଳ ଏହାର ବିଚାରଧାରାରୁ ପଥଭ୍ରଷ୍ଟ ହେବାର ମଧ୍ଯ ଅଭିଯୋଗ ଆଣିଥିଲେ। ତେବେ ଗତ ଶୁକ୍ରବାର ଏହି ବିଧାୟକ ମାନେ ଆପର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ।
Sports
ଦ କୁଇଭର ବ୍ୟୁରୋ :- ପୁଣି ଇତିହାସ ରଚିଲା ଭାରତୀୟ ମହିଳା ଟିମ୍ । ସୁପର ସଣ୍ଡେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଲେସିଆର ବାୟୁମାସ ଓଭାଲରେ ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି ଭାରତୀୟ ମହିଳା ଟିମ୍ । ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୨ ରନରେ ସୀମିତ ରଖିପାରିଥିଲା ଭାରତୀୟ ମହିଳା ଟିମ୍ । ଏହାପରେ ଓପନର ତ୍ରିଶା ଗୋଙ୍ଗାଡି ଓ ସାନିକା ଚାଲକେ ଯଥାକ୍ରମେ ୩୩ ବଲ ଖେଳି ୪୪ ରନ୍ ଓ ୨୨ ବଲ ଖେଳି ୨୬ ରନ କରି ମାତ୍ର ୧୧.୨ ଓଭରରେ ୮୪ ରନ ସଂଗ୍ରହ କରି ଟିମକୁ ଜିତ ଦେଇଥିଲେ ।ଭାରତର ଏହି ବିଜୟୀରେ ହିରୋ ସାଜିଛନ୍ତି ଅଲରାଉଣ୍ଡର ତ୍ରିଶା ଗୋଙ୍ଗାଡି । ସେ ଏହି ମ୍ୟାଚରେ ୩ଟି ଓ୍ବିକେଟ ହାସଲ କରିବା ସହ ୮୩ ରନକୁ ଲକ୍ଷ୍ୟ କରି ୪୪ରନ ସଂଗ୍ରହ କରି ଭାରତର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତ୍ରିଶାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ମ୍ୟାଚ କରାଯାଇଛି । ଏଥିସହ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ୩୦୯ ରନ ସଂଗ୍ରହ କରିଥିବା ବେଳେ ୭ଟି ଓ୍ବିକେଟ ହାସଲ କରିଛନ୍ତି ।
State,Politics
ଯାଜପୁର( ଦ କୁଇଭର ):- ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା ମିଳିଛି l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l ୨୭ଟି ନିର୍ବାଚନ ମଣ୍ଡଳୀ, ଆଉ ୯ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଚିଠିର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l ବବିଙ୍କୁ ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଏବଂ ଛେଣ୍ଡିପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଛି l ହେଲେ ଯାଜପୁରର ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ଚିଠିରେ କିଛି କୁହାଯାଇଛି l କେବଳ ଆମରଙ୍କ ଗଡ଼ ଯାଜପୁରର ବଡ଼ଚଣାକୁ ଜଗିବାକୁ ଦଳ ଦେଇଛି ନିର୍ଦ୍ଦେଶ ଳ ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ କାଳେ ବିଜେଡି ଗଡ଼ ଦୋହଲି ଯାଇଛି l ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୁରେଇ ରଖୁଛି ତା ଦେଖିବାକୁ ବାକି ରହିଲା l
National
ଦ କୁଇଭର ବ୍ୟୁରୋ :- ତ୍ରିବେଣୀ ସଂଗମରେ ଗତକାଲି ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି। ବୁଧବାର ଦିନ ବିଶ୍ୱର ସର୍ବବୃହତ ଧାର୍ମିକ ସଭାରେ ମୌନି ଅମାବାସ୍ୟା ଅବସରରେ ପବିତ୍ର ବୁଡ଼ ପକାଇବା ପାଇଁ ଲକ୍ଷ ଲକ୍ଷ ଭକ୍ତ ସ୍ନାନ ପାଇଁ ଯାଉଥିବା ବେଳେ ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ।
ଏହି ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ, କୌଶାମ୍ବୀ, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜୌନପୁର, ଚିତ୍ରକୁଟ, ବନ୍ଦା, ଆମ୍ବେଦକରନଗର, ପ୍ରତାପଗଡ଼, ସନ୍ଥ କବୀର ନଗର, ଭାଦୋହୀ, ରାୟବରେଲି ଏବଂ ଗୋରଖପୁର ସମେତ ଅନେକ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଧିକାରୀଙ୍କ ସହିତ ବିଳମ୍ବିତ ରାତିରେ ଭିଡିଓ କନଫରେନ୍ସିଂ କରିଥିଲେ।ସେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୀମାନ୍ତ ସ୍ଥାନରେ ହୋଲ୍ଡିଂ ଏରିଆ ସ୍ଥାପନ କରିବା ଏବଂ ପ୍ରୟାଗରାଜରୁ ଫେରିବା ରାସ୍ତାଗୁଡ଼ିକୁ ବାଧାମୁକ୍ତ ରଖିବା ସହିତ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
National
ଦ କୁଇଭର ବ୍ୟୁରୋ :- "ରାଇଟ ଟୁ ଡାଏ ଆକ୍ଟ ୱିଥ ଡିଗନିଟି" ବା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଲାଗୁ । ଦେଶର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଲାଗୁ କରିଛନ୍ତି । ଅତ୍ୟଧିକ ଗମ୍ଭୀର ରୋଗରେ ପୀଡିତ ବା ଯେଉଁ ରୋଗରେ ଚିକିତ୍ସା ନାହିଁ ସେଭଳି ସ୍ଥିତିରେ ବ୍ୟକ୍ତି ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଅନୁସାରେ ନିଜ ଜୀବନ ତ୍ୟାଗ କରିପାରିବେ ।ନିକଟରେ ଏହି ପିଟିସନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ଅଧିକାର ଲାଗୁ କରିବାକୁ ଆଦେଶ ଦେଇଥିଲେ ।ଶନିବାର ଏହି ବାବଦରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ଏହା ପାଇଁ ନିଦ୍ଦିଷ୍ଟ ନିୟମ ରହିଛି । ସମ୍ମାନଜନକ ଇଚ୍ଛାମୃତ୍ୟୁ ପାଇଁ ଟୁ-ଷ୍ଟେପ ମେଡିକାଲ ରିଭ୍ୟୁ ସିଷ୍ଟମ ଆବଶ୍ୟକ l ମୁଖ୍ୟତ ଲାଇଫ ସପୋର୍ଟ ସିଷ୍ଟମରେ ଥିବା ରୋଗୀଙ୍କ ପାଇଁ ଲାଗୁ ହେବ l ୩ଜଣ ସଦସ୍ୟଙ୍କୁ ନେଇ ଗଠିତ ଡାକ୍ତରୀଟିମ ରୋଗୀଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଥମେ ନିରିକ୍ଷଣ କରିବେ l ଏନେଇ କୋର୍ଟଙ୍କୁ ଏକ ରିପୋର୍ଟ ଦେବେ କୋର୍ଟଙ୍କ ଆଦେଶ ମିଳିବା ପରେ ଇଚ୍ଛାମୃତ୍ୟୁକୁ ନେଇ ପ୍ରକ୍ରିୟା ଆରମ୍ଭ କରାଯିବ l ଏହା ପାଇଁ ରୋଗୀଙ୍କ ପରିବାରର ଅନୁମତି ବାଧ୍ୟତାମୂଳକ ଅଧିନିୟମ ୧୯୯୪ ଅନୁସାରେ ଏହାକୁ କାର୍ୟ୍ୟକାରୀ କରାଯିବ l ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଲାଗୁ କରାଯିବ l
State,National
ଦ କୁଇଭର ବ୍ୟୁରୋ :- ଆସନ୍ତା ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ଶୁକ୍ରବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ବସ୍ତରରେ ବିଭିନ୍ନ ସାମଗ୍ରୀର ଚାହିଦା ଦୁର୍ବଳ ରହିବା ଏବଂ ଦେଶ ଭିତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କିତ କାରଣ ପାଇଁ ଅଭିବୃଦ୍ଧି କମ୍ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରିପୋର୍ଟ କହୁଛି, ୨୦୪୭ ସୁଦ୍ଧା ଭାରତ ବିକଶିତ ହେବାକୁ ହେଲେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ଆବଶ୍ୟକ। ଏହାକୁ ହାସଲ ପାଇଁ ଅର୍ଥାତ୍ ଦ୍ରୁତ ବିକାଶ ଲାଗି ଭାରତକୁ ଭିତ୍ତିଭୂମିରେ ବ୍ୟାପକ ନିବେଶ କରିବାକୁ ପଡ଼ିବ। କେବଳ ସରକାର ଚାହିଲେ ସବୁ କାମ ହୋଇପାରିବ ନାହିଁ। ଘରୋଇ ସଂସ୍ଥାଗୁଡ଼ିକୁ ସହଯୋଗିତାର ହାତ ବଢ଼ାଇବାକୁ ପଡ଼ିବ। ଉଚ୍ଚ ଅଭିବୃଦ୍ଧି ଲାଗି ବିନିୟନ୍ତ୍ରଣ (ଡିରେଗୁଲେସନ୍)କୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପକେଟ୍ରୁ ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ କମ୍ କରିବ ବୋଲି ରିପୋର୍ଟରେ ଦାବି କରାଯାଇଛି। ସର୍ଭେରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। କର୍ମ-ଜୀବନ ସନ୍ତୁଳନକୁ ନେଇ ଲାଗିରହିଥିବା ବିତର୍କ ସମ୍ପର୍କରେ କୁହାଯାଇଛି ଯେ ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ ସମୟ କାମ କଲେ ତାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ।
ସେହିଭଳି ଡାକ୍ତରୀ ପାଠପଢ଼ା ଲାଗି ଦରକାର ହେଉଥିବା ମୋଟା ଫି’କୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଫି’ ୧ କୋଟି ଟଙ୍କାକୁ ହ୍ରାସ ହେବା ଦରକାର ବୋଲି ଆହ୍ବାନ ଦିଆଯାଇଛି। ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କାମ ଚାପ ଓ କମ୍ ବ୍ୟାୟାମ ଲୋକମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ୁଛି। ଦରଦାମ୍ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଶସ୍ୟଜାତୀୟ ଖାଦ୍ୟ, ଡାଲି ଓ ଖାଇବା ତେଲ ଉତ୍ପାଦନ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ବଜାରରେ ବିକ୍ରି ହେଉଥିବା ଅତି ପ୍ରକ୍ରିୟାକରଣ ଖାଦ୍ୟ ସାମଗ୍ରୀ ଉପରେ ‘ସ୍ବାସ୍ଥ୍ୟ’ ଟିକସ ଲଗାଇବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଦେଶର ବିକାଶର ଲାଭ କେଉଁ କ୍ଷେତ୍ରକୁ କିଭଳି ମିଳୁଛି ତାହାର ଚିତ୍ର ଉପସ୍ଥାପନ କରିବା ଲାଗି ସର୍ଭେରେ କୁହାଯାଇଛି ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭ ଗତ ୧୫ ବର୍ଷରେ ସର୍ବାଧିକ ହୋଇଛି। କିନ୍ତୁ ଗରିବ ଲୋକମାନେ ପାଉଥିବା ମଜୁରି ଯେଉଁଠିଥିଲା, ଏବେ ବି ସେଇଠି ସ୍ଥିର ହୋଇ ରହିଯାଇଛି। ଗତ ତିନି ବର୍ଷରେ ସିଷ୍ଟମେଟିକ୍ ଇନ୍ଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସ୍ଆଇପି)ରେ ନିବେଶ ଦ୍ବିଗୁଣିତ ହୋଇଛି। କାରଖାନାରେ ଅଧିକ ସଂଖ୍ୟାରେ ମହିଳା ଯେଭଳି କାମ କରିପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ନିୟମ କୋହଳ କରିବା ଦରକାର ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି। ଆର୍ଥିକ ସୁବିଧାକୁ ମାତ୍ରାଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଦ୍ବାରା ଋଣ ବୋଝ ବଢ଼ିବା ଆଶଙ୍କା ରହିଥିବାର ସର୍ଭେ ସତର୍କ କରାଇଛି। ଏଆଇର ଖରାପ ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।