ଭୁବନେଶ୍ୱର( ଦ କୁଇଭର ):- ଜାନୁଆରୀରେ ମିଳିବ 'ସୁଭଦ୍ରା ଯୋଜନା' ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ଭେରିଫିକେସନ୍ ପ୍ରକ୍ରିୟା ଡିସେମ୍ବର ୩୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିବ । ଆମେ ପ୍ରସ୍ତୁତି ପଛରେ ଅଛୁ । ଆମେ ସମସ୍ତଙ୍କୁ ସୁଯୋଗ ଦେବୁ । ଘରେ ଘରେ ଅଙ୍ଗନବାଡ଼ି ଦିଦି, ଆରଆଇ ଯାଞ୍ଚ କରୁଛନ୍ତି । ଜାଗା ଜମି ପାଇଁ ଯାହା ସମସ୍ୟା ଅଛି ଏହାର ଯାଞ୍ଚ ପାଇଁ ୩୦ ତାରିଖ ଟାର୍ଗେଟ ରଖାଯାଇଛି । ବିଭିନ୍ନ ସମସ୍ୟା ପାଇଁ ଯାଞ୍ଚ ପ୍ରକ୍ରିୟାରେ ସମୟ ଲାଗୁଛି । ଯାଞ୍ଚ ସରିଗଲେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ସୁଭଦ୍ରା ଯୋଜନା ୪ର୍ଥ ପର୍ଯ୍ୟାୟ ଟଙ୍କା ଦିଆ ସରିବା ପରେ କିଛି ଲୋକ ଯଦି ଭୁଲରେ ଟଙ୍କା ନେଇଯାଇଥିବେ ତେବେ ସେମାନଙ୍କ ଉପରେ କ'ଣ ବ୍ୟବସ୍ଥା କରାଯିବ ତାହା ଆଗକୁ ଦେଖାଯିବ l
No comments yet.
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ରାଙ୍କୁଡl ଗାଁ ନିକଟରେ ଚଢାଉ କରି ମକା ବସ୍ତା ସହ ୭ କୁଇଣ୍ଟlଲ ଗଞ୍ଜେଇ ଜବତ କରିଛି ପୁଲିସ l ତେବେ ଏହି ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ମାଫିଆ ମାନେ ଘଟଣା ସ୍ଥଳରୁ ଚଂପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମଧ୍ୟାହ୍ନ ସମୟରେ ରାଙ୍କୁଡl ଗାଁ ନିକଟରେ କିଛି ମକା ବସ୍ତା ସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣି ଚଢାଉ କରିଥିଲା l ଚଢାଉ ବେଳେ ୧୪୦ ଟି ମକା ବସ୍ତା ସହ ୨୨ ଟି ଗଞ୍ଜେଇ ବସ୍ତା ଚାଲାଣ ପାଇଁ ରଖିଥିଲେ ମାଫିଆ ମାନେ l ତହସିଲଦାର ଚକ୍ରଧର ପଢ଼ିଙ୍କୁପସ୍ଥିତିରେ ୨୨ ଟି ଗଞ୍ଜେଇ ବସ୍ତା ଓଜନ ପରେ ଏଥିରେ ୭ କୁଇଣ୍ଟlଲ ୩ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ପୁଲିସ କହିବା ସହ ବିଦେଶକୁ ଗଲେ ଏହାର ମୂଲ୍ୟ ଚାରିଗୁଣ ହୋଇଥାଏ ବୋଲି ପୁଲିସ ସୁଚନା ଦେଇଛି l ୧୪୦ ଟି ମକା ବସ୍ତା ସହ ଗଞ୍ଜେଇ ଜବତ କରାଯାଇଛି l ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପରେ ଏହି ଗଞ୍ଜେଇ କେଉଁଠି କୁ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି l
State
ରମ୍ଭା( ଦ କୁଇଭର ):- ସିରିଜ ମନ୍ଦିର ଚୋରି ଘଟଣାରେ ରମ୍ଭା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ରମ୍ଭା ଥାନା ଅଞ୍ଚଳରେ ହୋଇଥିବା ସିରିଜ ମନ୍ଦିର ଚୋରି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୫ଟି ଆଇରନ ରୋଡ଼, ହାତୁଡ଼ି ,ନଗଦ ୧୨୫୦ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମ୍ଭା ଥାନା ଅଞ୍ଚଳର ବି ରାଜୁ ପ୍ରଧାନ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମର ଏସ ବାବୁଲା ଓ ମଲାଡ଼ ଗୋଡିବନ୍ଧ ଗ୍ରାମର ଏ. ରାମଚନ୍ଦ୍ର । ଏହି ଅଭିଯୁକ୍ତମାନେ ୭ଟି ମନ୍ଦିର ଓ କିଛି କିରାଣୀ ଦୋକାନୀରୁ ଚୋରି କରିଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି ।
State,Farming
ଦକୁଇଭର ବ୍ୟୁରୋ :- ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀ ଚିନ୍ତାରେ ଅଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ଘୋଷଣା ଚାଷୀଙ୍କ ମନରେ ନୂଆ ଆଶାର ସଞ୍ଚାର କରିବ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି ।ମଣ୍ଡିରେ ଧାନ ଓଦା ହେବା ସମ୍ଭାବନା କମ୍। ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇପାରେ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି।
State,Farming
ଦ କୁଇଭର ବ୍ୟୁରୋ :- ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆପଣ ଯୁଆଡ଼େ ଯାଆନ୍ତୁ ବିଲ ବାଡ଼ିରେ ବତୁରି ଯାଇଛି କଟା ହୋଇଥିବା ଧାନ। ୨ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଚାଷୀର ଭାତ ହାଣ୍ଡିକୁ ଉଜାଡ଼ି ଦେବା ପରେ ଏବେ ବୁଦ୍ଧିଶୂନ୍ୟ ହୋଇପଡ଼ିଛନ୍ତି ଚାଷୀକୂଳ। ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ,କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ,ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା। ପୂର୍ବ ଓଡ଼ିଶା ଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଚାଷୀ ବି ସୁରକ୍ଷା ଦେଇ ପାରିନି ଫସଲକୁ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ହେଉ କିମ୍ବା ଗଜପତି ଜିଲ୍ଲା ମୋହନା। ସବୁଠି ଅମଳ ଧାନ କ୍ଷେତ ମଝିରେ ଗଜା ହେବା ସୁନିଶ୍ଚିତ।
Shree Jagannath
ପୁରୀ( ଦ କୁଇଭର ):- ବଦଳିବ ପରିକ୍ରମା ପ୍ରକଳ୍ପର ଡିଜାଇନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍ ପରିବର୍ତ୍ତନ ନେଇ ଆଇନମନ୍ତ୍ରୀଙ୍କ ସୂଚନା । ପୁରୁଣା ଡିଜାଇନରେ କିଛି ଆଡ଼ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ କରାଯିବ । ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଏନେଇ ବିଚାର ବିମର୍ଷ ଚାଲିଛି । ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ପାଇଁ ବି ବ୍ୟବସ୍ଥା ହେବ । ଏନେଇ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ସଠିକ୍ ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ। ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
Politics
ବ୍ରହ୍ମପୁର ( ଦ କୁଇଭର ):- ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। ବୈଠକରେ ଉଚ୍ଚବାଚ ବି ହୋଇଥିବା ସୂଚନା ରହିଛି। ଶଙ୍ଖ ଭବନରେ ସମାଧାନ ନହେବାରୁ ଶେଷରେ ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟି ଫେରାଦ ହେଲେ। ବ୍ରହ୍ମପୁର ମେୟର ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ସହ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କର୍ପୋରେଟର ଗୋଷ୍ଠୀ ଭିତରେ କନ୍ଦଳ ତୀବ୍ର ରୂପ ଧାରଣ କରିଛି। ରାମ ଲିଙ୍ଗମ୍ ଉଦ୍ୟାନ କାମକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଛି। ଉଭୟ ପକ୍ଷ ନବୀନ ନିବାସ ଯାଇ ଫେରିବା ପରେ କହିଛନ୍ତି ଏକାଠି ହୋଇ ଏବେ ଗଞ୍ଜାମରେ କାମ କରିବୁ। ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ମାତ୍ର ସତ କଣ ତାହା ଜଳ ଜଳ ହୋଇ ଦିଶୁଥିଲା।ଗଞ୍ଜାମ କଳି ନବୀନ ନିବାସ ଯାଏ ପହଞ୍ଚିଥିବା ବେଳେ ବିଜେପି କହିଛି, ବିଜେଡି ସଫା ହେଇଯିବ। ବିଜେଡି ଏହାକୁ ଅସ୍ବୀକାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ।
State
ମାଲକାନଗିରି ( ଦ କୁଇଭର ) :- ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ପାଇବେ । କେହିବି ଏଥିରୁ ବଞ୍ଚିତ ହେବେ ନାହିଁ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଗସ୍ତ କରି ଏପରି କହି ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସାହାସ ବଢାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେହିପରି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇବା, ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥି ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ଜନଜାତିର ଅଳଙ୍କାର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭବାତୀ ପରିଡା କହିଛନ୍ତି, ''ବଣ୍ଡା ଘାଟିକେ ସୁଭଦ୍ରା ଯୋଜନା ପହଞ୍ଚି ପାରୁନି ଖବର ମିଳିଥିଲା । ବଣ୍ଡା ଲୋକଙ୍କର ଜୀବନଶୈଳୀ କଣ ତାହା ଦେଖିବାକୁ ମୁଁ ଆସିଥିଲି । ଏଠାରେ ପ୍ରତି ମହିଳାଙ୍କ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏଠାକାର ମହିଳାଙ୍କ ଦାବି ଯେ ତାଙ୍କ ଅଲଙ୍କାର ସେ ରାଜଧାନୀ ବଜାରରେ ଦେଖାଇବାକୁ ଚାହିଁଛନ୍ତି । ତେଣୁ ତାଙ୍କ ପାଇଁ ମିଶନଶକ୍ତି ବଜାରରେ ଷ୍ଟଲ ଦରକାର । ଏଥି ପାଇଁ ଚେଷ୍ଟା କରିବି । ''
State,National
ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀ ଗସ୍ତରେ ଥିବା ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟର ସ୍ୱାର୍ଥକୁ ଆଖିଆଗରେ ରଖି କିଛି ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଆବଣ୍ଟନ, ଗୋପାଳପୁର ଠାରେ ଏକ ଲୁଣ ଖଳା ନିର୍ମାଣ ପାଇଁ ପ୍ରସ୍ତାବ,ଝାରସୁଗୁଡା ପାଇଁ ନୂତନ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍, ପର୍ଯ୍ୟଟନର ବିକାଶ ପାଇଁ ୧୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ, ଜଳଜୀବନ ମିଶନ ଅଧିନରେ ପର୍ଯ୍ୟାପ୍ତ ବଜେଟ ବ୍ୟବସ୍ଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ ବୈଠକରେ ଏସବୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
State
ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଗୋପାଳପୁରଠାରୁ ୬୧୦ କିମି ଦୂରରେ ଅବପାତ। ୫ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗକୁ ଅବପାତଟି ଗତି କରୁଛି। ପ୍ରଭାବରେ ଆଜି ବି ଉପକୂଳରେ ବର୍ଷା ଲାଗି ରହିଛି, ୪ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଦକ୍ଷିଣ ଓଡ଼ିଶା ସମୁଦ୍ର କୂଳରେ ୪୦ରୁ ୫୦ କିମିରେ ପବନ ଓ ମଝିରେ ମଝିରେ ପବନର ଝଟକା ୬୦ କିମି ଛୁଇଁପାରେ ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପ୍ରଶାସନ ସ୍ଥିତି ଉପରେ ନଜର ରଖିବା ସହ କ୍ଷୟକ୍ଷତି ହେଲେ ତୁରନ୍ତ ଏନେଇ ରିପୋର୍ଟ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବାକୁ ଥିବା ବେଳେ ଥଣ୍ଡା ବଢିବ, ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇପାରେ। ଲଘୁଚାପ ପ୍ରଭାବରେ ଲଗାତର ଦୁଇ ଦିନ ହେବ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଖବର ସାମ୍ନାକୁ ଆସିଛି।
National,State
ଦ କୁଇଭର ବ୍ୟୁରୋ :- ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ଭିତରୁ ବାଘୁଣୀ ‘ଜିନ୍ନତ୍’ ଖସି ଯାଇ ଏବେ ପଶ୍ଚିମବଙ୍ଗରେ ପହଞ୍ଚିଛି। ଶିମିଳିପାଳରୁ ଖସିଯାଇ ଝାଡ଼ଖଣ୍ଡରେ ୧୩ ଦିନ ରହିବା ପରେ ବାଘୁଣୀ ପୁଣି ନିଜର ଠିକଣା ବଦଳାଇଛି। ବନ ବଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜିନ୍ନତ୍ ଏବେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲାର ବେଲପାହାଡ଼ି ଜଙ୍ଗଲରେ ବିଚରଣ କରୁଛି। ସୁରକ୍ଷା ଦାୟିତ୍ବରେ ଥିବା ସ୍ବତନ୍ତ୍ର ଟିମ୍ ଜିନ୍ନତ୍ ଉପରେ ନଜର ରଖିଛି। ତାକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।
Politics,National
ନୂଆଦିଲ୍ଲୀ(ଦ କୁଇଭର): ଗତ ଦୁଇଦିନ ଧରି ସଂସଦ ସମେତ ସମଗ୍ର ଦେଶରେ ଲାଗିଥିବା ଆମ୍ବେଦକର ଝଡ଼କୁ ଚାପି ଦେଲେ ଏମପି ପ୍ରତାପ ଷଢ଼ଙ୍ଗୀ । ରାହୁଲ ଗାନ୍ଧିଙ୍କ ଦ୍ୱାରା ଧକ୍କା ଖାଇ ତଳେ ପଡ଼ିବାରୁ ଆହତ ହୋଇଥିବା ପ୍ରତାପ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ଏହାକୁ ନେଇ ବିଜେପି ଏମପିଙ୍କ ବିରୋଧ ଏବଂ ପ୍ରତିବାଦରେ କଂଗ୍ରେସ ଏବଂ ସହଯୋଗୀଙ୍କ ବିରୋଧ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି । ସଂସଦ ଭିତରେ ଏପରି ହିଂସାତ୍ମକ ଆଚରଣ ସଂସଦର ଗରିମାକୁ କ୍ଷୁର୍ଣ୍ଣ କରିଛି । ରାହୁଲଙ୍କ ଏହି କାର୍ଯ୍ୟକୁ ନେଇ ଏବେ ଚାରିଆଡ଼େ ନିନ୍ଦା କରାଯାଉଛି । ଅନ୍ୟପକ୍ଷରେ ଧକ୍କା ମାରିବା ଘଟଣାକୁ ରାହୁଲ ସ୍ୱୀକାର କରି ଏହାର କାରଣ ବି କହିଛନ୍ତି ।
ସଂସଦ ଗୁରୁବାର ସକାଳୁ ହିଁ ସରଗରମ ରହିଛି । ପ୍ରଥମେ ଆମ୍ବେଦକର ପ୍ରସଙ୍ଗକୁ ନେଇ ଚାଲିଥିଲା । ମାତ୍ର ଲୋକସଭାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରବେଶ ସମୟରେ ହୋଇଥିଲା ବଡ଼ ଅଘଟଣ । ସେ ସଂସଦ ଭିତରେ ତାଙ୍କ ବାହୁବଳ ଦେଖାଇଥିଲେ । ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ । ସେହି ସାଂସଦ ଜଣକ ଆସି ଓଡ଼ିଶା ବାଲେଶ୍ୱର ଏମପି ପ୍ରତାପ ଷଢ଼ଙ୍ଗୀଙ୍କ ଉପରେ ପଡ଼ିଥିଲେ । ପ୍ରତାପ ତଳେ ପଡ଼ି କ୍ଷତାକ୍ତ ହୋଇଥିଲେ । ବାସ ଏହି ପ୍ରସଙ୍ଗ ଏବେ ସଂସଦ ଭିତରେ ଓ ବାହାରେ ଭାଇରାଲ ହେଉଛି । ରାହୁଲଙ୍କ ଏହି କାର୍ଯ୍ୟକୁ ସାରା ଦେଶରେ ନିନ୍ଦା କରାଯାଉଛି । ସ୍ଥିତି ଏପରି ସ୍ଥାନରେ ପହଞ୍ଚିଛି ଯେ, ଲୋକେ ଆମ୍ବେଦକର ପ୍ରସଙ୍ଗକୁ ଭୁଲି ଯାଇ ଏବେ ରାହୁଲଙ୍କ ବାହୁବଳ ପ୍ରଦର୍ଶନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଆମ୍ବେଦକରଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ହଙ୍ଗାମା କରୁଥିଲା କଂଗ୍ରେସ । ସଂସଦକୁ ଅଚଳ କରିଦେଉଥିଲା । ବିଭିନ୍ନ ରାଜ୍ୟରେ ବିରୋଧ ସହ କୁଶପୂତ୍ତଳିକା ଦାହ କରାଯାଉଥିଲା । ଯାହା ବିଜେପି ପାଇଁ ବଡ଼ ଚିନ୍ତାର କାରଣ ହୋଇଥିଲା । ବିଜେପି ଏହାକୁ ବିରୋଧ କରୁଥିଲେ ମଧ୍ୟ କଂଗ୍ରେସ ଆଗରେ ରହୁଥିଲା । ବିଜେପି ଗୁରୁବାର ସକାଳେ ସଂସଦ ପରିସରରେ ଧାରଣା ଦେଇଥିଲା । ପୂରା ଦମରେ ଲାଗିଥିଲା କଂଗ୍ରେସ । ଗୁରୁବାର ବି କଂଗ୍ରେସ ସଂସଦରେ ହଙ୍ଗାମା କରିବାକୁ କାଳେ ପ୍ରସ୍ତୁତ ହେଉଥିଲା ।
ସଂସଦକୁ ସାଂସଦମାନେ ପ୍ରବେଶ କରୁଥିଲେ । ପ୍ରବେଶ ରାସ୍ତାରେ ଭିଡ଼ ବି ଥିଲା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିଜେପିକୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇ ଯାଉଥିଲେ । ମାତ୍ର ରାସ୍ତାରେ ଅନେକ ସାଂସଦ ଯାଉଥିଲେ । ସେ କାଳେ ଜଣେ ସାଂସଦଙ୍କୁ ଠେଲି ଦେଲେ । ସେହି ସାଂସଦ ଜଣକ ପ୍ରତାପ ଷଢ଼ଙ୍ଗୀଙ୍କ ଉପରେ ପଡ଼ିବାରୁ ସାଂସଦ ପ୍ରତାପ ତଳେ ପଡ଼ି ଆହତ ହୋଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ହଙ୍ଗାମା । ବିଜେପି ସାଂସଦ ଏକଜୁଟ ହୋଇ ନାରାବାଜି ଓ ଧାରଣା ଦେଇଛନ୍ତି । ରାହୁଲଙ୍କ ବିରୋଧରେ ପୂରା ତାତିଗଲେଣି ବିଜେପି ଓ ସହଯୋଗୀ ସାଂସଦ । ରାହୁଲ ବି ମାନିଗଲେ ସେ ଧକ୍କା ମାରିଛନ୍ତି । କାରଣ ବି ଦର୍ଶାଇଲେ । ତାଙ୍କ ଦର୍ଶାଯାଇଥିବା କାରଣ ଅନୁଯାୟୀ ବିଜେପି ସାଂସଦମାନେ ତାଙ୍କ ରାସ୍ତା ରୋକିଥିଲେ । ସେ ଜୋର କରି ପଶିଥିଲେ ।
ଏହାକୁ ଏବେ ଧରିଛି ବିଜେପି । ପୂରା ଦମରେ ରାହୁଲଙ୍କ ଦାଦାଗିରି ବୋଲି ଦେଖାଇଛି । ଏହାକୁ ନେଇ ଗୃହ ଭିତରେ ଓ ବାହାରେ ପ୍ରଦର୍ଶନ ଚାଲିଛି । ଏପରି ରକ୍ତାକ୍ତ ହିଂସା ସଂସଦରେ ପ୍ରଥମ ହୋଇଥିବାରୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଓଡ଼ିଆ ସାଂସଦଙ୍କୁ ରାହୁଲଙ୍କ ଆଘାତ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଏହି ଚର୍ଚ୍ଚା ଏତେ ଜୋର ହୋଇଛି ଯେ, ଆଉ ଆମ୍ବେଦକର ପ୍ରସଙ୍ଗ ଉଠୁ ନାହିଁ । ଏବେ ବାଜି ବିଜେପି ହାତକୁ ଚାଲି ଆସିଛି । ଦେଖାଯାଉ ବିଜେପି ରାହୁଲଙ୍କ ଏହି ଘଟଣାକୁ କି ରୂପ ଦେଉଛି ଓ ରାହୁଲ କେମିତି ମୁକାବିଲା କରୁଛନ୍ତି?
State,Politics,National
ନୂଆଦିଲ୍ଲୀ(ଦ କୁଇଭର): ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂସଦରେ ଭାଷଣ ତାତି ସାରା ଦେଶରେ ଦେଖା ଦେଇଛି । କଂଗ୍ରେସ ଏହାକୁ ଗଣ୍ଠି କରି ଏବେ ସାରା ଦେଶରେ ଆନେ୍ଦାଳନ ଆରମ୍ଭ କରିଛି । କେବଳ ଦେଶରେ ନୁହେଁ, ସଂସଦରେ ମଧ୍ୟ ଶାହଙ୍କ ଭାଷଣ ବିରୋଧରେ ନାନା କଥା କହିବା ସହ ଗୃହ ଚଳାଇ ଦେଉ ନାହାନ୍ତି । ଶାହ ବାବା ସାହେବ ଆମ୍ବେଦକରଙ୍କୁ ନେଇ କହିଥିବା ଶବ୍ଦକୁ ଧରିଛି କଂଗ୍ରେସ । ଆମ୍ବେଦକରଙ୍କୁ ଅସମ୍ମାନ କରିଛନ୍ତି ଶାହ । ତେଣୁ କ୍ଷମା ମାଗନ୍ତୁ ବୋଲି ଦାବି କରି ଏପରି ହଙ୍ଗାମା ହେଉଛି । ଅନ୍ୟପକ୍ଷରେ କଂଗ୍ରେସ ଶାହଙ୍କ କଥାକୁ ବିକୃତ କରୁଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ସଂସଦ ପରିସରରେ ଧାରଣା ଦେଇଛନ୍ତି ।
କଂଗ୍ରେସର ଅଭିଯୋଗ, ସମ୍ବିଧାନ ଉପରେ ସଂସଦରେ ଚାଲିଥିଲା ଚର୍ଚ୍ଚା । ସମ୍ବିଧାନକୁ ୭୫ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟସଭାରେ ଏହି ଚର୍ଚ୍ଚା କାଳରେ ଗୃହ ମନ୍ତ୍ରୀ ଶାହ କହିଲେ, ଏହା ଏକ ଫେସନ ହୋଇଗଲାଣି । ଯେଉଁଠି ଶୁଣ ଆମ୍ବେଦକର... ଆମ୍ବେଦକର... । ଏତିକି ଥର ଯଦି ଭଗବାନଙ୍କ ନାମ ନିଅନ୍ତେ, ତେବେ ସାତ ଜନ୍ମ ପର୍ୟ୍ୟନ୍ତ ସ୍ୱର୍ଗ ମିଳି ଯାଇଥାନ୍ତା । ଆମ୍ବେଦକର କ’ଣ ଭଗବାନ ହୋଇ ଗଲେ କି? ଶାହଙ୍କ ଏହି କଥାକୁ ନେଇ ଏବେ ତାତିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ଶାହଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଦାବି ରଖିଛନ୍ତି ।
ଏହାପରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଶାହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଏହି ବିକ୍ଷୋଭ କାଳରେ ଶାହଙ୍କ କୁଶପୂତ୍ତଳିକା ଦାହ କରାଯାଉଛି । କେବଳ ସେତିକି ନୁହେଁ ଚାରିଆଡ଼େ ଶାହଙ୍କ ଇସ୍ତଫା ଦାବି କରାଯାଉଛି । ଏନେଇ କଂଗ୍ରେସ ଆନେ୍ଦାଳନକୁ ବ୍ୟାପକ କରୁଛି । ସଂସଦରେ ମଧ୍ୟ କଂଗ୍ରେସ ପୂରା ହଙ୍ଗାମା କରୁଛି । ଗୃହ ଚଳାଇ ଦେଉ ନାହିଁ । ଗୃହ ବୁଧବାର ଅଚଳ କରିଦେଇଥିଲା କଂଗ୍ରେସ । ଗୁରୁବାର ମଧ୍ୟ ସେହି ଆଭିମୁଖ୍ୟରେ ରହିଛି କଂଗ୍ରେସ ଦଳ ଓ ତାର ସହଯୋଗୀମାନେ । ବିଜେପି ଓ ସମର୍ଥକ ଦଳର ସାଂସଦମାନେ ଶାହଙ୍କ ସପକ୍ଷରେ ମତ ଦେଉଛନ୍ତି । କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଶାହଙ୍କ ସପକ୍ଷରେ କହିବାକୁ ଯାଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଲେଣି । ଗୁରୁବାର ବିଜେପି ସଦସ୍ୟମାନେ ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ କଂଗ୍ରେସ ବିରୋଧରେ ଧାରଣା ଦେଇଛନ୍ତି । ହେଲେ କୌଣସି ପ୍ରକାର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଲାଗିଛି କଂଗ୍ରେସ । କଂଗ୍ରେସ ଏବେ ନୂଆ ଅଭିଯୋଗ ଆଣିଛି ଶାହଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବାରୁ କଂଗ୍ରେସ ଏମପି ମାନଙ୍କୁ ଏକ୍ସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି ।
ଏପରି ପ୍ରତିବାଦ ପରେ ଶାହ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସ ସବୁବେଳେ କଥାକୁ ବିକୃତ କରି ଉପସ୍ଥାପନ କରିବାରେ ଅଭ୍ୟସ୍ତ । ଅମ୍ବେଦକରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଆଦର ରହିଛି । ମାତ୍ର କଂଗ୍ରେସ ଓ ଅନ୍ୟମାନେ ଯେପରି ଆମ୍ବେଦକରଙ୍କ ନାମକୁ ଅପବ୍ୟବହାର କରୁଛନ୍ତି ସେଭଳି ସ୍ଥିତି ନକରନ୍ତୁ ବୋଲି ମୁଁ କହିଥିଲି । ମୋର ମନ୍ତବ୍ୟକୁ କଂଗ୍ରେସ ଭାଙ୍ଗିଭୁଙ୍ଗି ଉପସ୍ଥାପନ କରି ଦେଶରେ ଅସନ୍ତୋଷ ସୃଷ୍ଟି କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଶାହ । ସେ ଯାହା ହେଉ ଏବେ ଶାହଙ୍କ ମନ୍ତବ୍ୟ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସଂସଦକୁ ପ୍ରଭାବିତ କଲାଣି । ଦେଖାଯାଉ ଶାହଙ୍କ କଥାକୁ କଂଗ୍ରେସ ଆଜି ଛାଡ଼ି ଦେଉଛି ନା ଆଗକୁ ଜାରି ରଖୁଛି?
National
ନୂଆଦିଲ୍ଲୀ(ଦ କୁଇଭର): ଆମ୍ବେଦକର ଓ ସଂସଦରେ କଳଙ୍କରୁ ହଟିଗଲାଣି ପ୍ରସଙ୍ଗ । ଏପରି ଗମ୍ଭୀର ପ୍ରସଙ୍ଗ ରାଜନୀତିର ପଶାପାଲିରେ ହଜିଗଲାଣି । ଏବେ ପ୍ରସଙ୍ଗ ହୋଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଆଉ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଗିରଫ ଦାବି । ଏହାକୁ ନେଇ ସଂସଦ ଠୁ ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ଚାଲିଛି ନାରାବାଜି । କଂଗ୍ରେସ ଓ ବିଜେପି ଏବେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ନା ଦେଶବାସୀଙ୍କ ପ୍ରସଙ୍ଗ ଚର୍ଚ୍ଚାକୁ ଆସୁଛି ନା ଆସୁଛି ଆମ୍ବେଦକରଙ୍କୁ ଅସମ୍ମାନ ଆଉ ସଂସଦରେ ହିଂସା କଥା । ବିଜେପି ବା ଏନଡିଏ ଆଉ କଂଗ୍ରେସ ବା ଇଣ୍ଡିମେଣ୍ଟ ମଧ୍ୟରେ ଶକ୍ତି ପ୍ରଦର୍ଶନ ଚାଲିଛି । କିଏ କେମିତି ଦେଶବାସୀଙ୍କୁ ବିଭ୍ରାନ୍ତ କରିପାରୁଛି ସେଥି ନେଇ ଚାଲିଛି ଲଢ଼େଇ ।
ଆମ୍ବେଦକରଙ୍କୁ ଅସମ୍ମାନ ଆଉ ସଂସଦରେ ମାଡ଼ପିଟ ଭଳି ଘଟଣାରେ ଯେଉଁ ଗରିମା ହାନୀ ହୋଇଛି ସେ କଥାକୁ ମୂଳରେ ରଖିଦେଇ ଏବେ ଚାଲିଛି କ୍ଷମତାର ଲଢ଼େଇ । ଦୀର୍ଘ ୧୦ବର୍ଷ ପରେ ୨୦୨୪ରେ କେନ୍ଦ୍ରରେ ଶକ୍ତ ବିରୋଧୀ ଛିଡ଼ା ହୋଇଛି । ସରକାରଙ୍କୁ କଡ଼ା ମୁକାବିଲ କରିବାକୁ ପୂରା ପ୍ରସ୍ତୁତ । ସେଥିପାଇଁ ସରକାରଙ୍କୁ ସଂସଦରେ ଉଠବସ ବି କରାଇ ଦେଉଛି । ବିରୋଧୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉଛନ୍ତି । ହେଲେ ଅନେକ ଗୁରୁତର ପ୍ରସଙ୍ଗକୁ ଛାଡ଼ି ଦିଗହରା ହେଉଛନ୍ତି । ଏହାକୁ ନେଇ ଚାଲିଛି ଟଣାଓଟରା ।
ସଂସଦରେ ଶାହଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଅଡ଼ି ବସିଛି । ଆଜି ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଶାହ ଅସମ୍ମାନ କରିଥିବା ଦର୍ଶାଇ ଶାହଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ବିରୋଧୀ ଦଳ ସରକାର କ୍ଷମା ମାଗନ୍ତୁ ବୋଲି ମୋସନ ମଧ୍ୟ ଆଗତ କରିଛନ୍ତି । ଗୃହରେ ହୋ ହଲ୍ଲା କରୁଛନ୍ତି ବିରୋଧୀ । କୌଣସି ସ୍ଥିତିରେ ଶାନ୍ତ ହେଉ ନାହାନ୍ତି । ସଂସଦ ଭିତରେ ପୂରା ହଙ୍ଗାମା ଚାଲିଛି ।
ଅନ୍ୟପକ୍ଷରେ ସଂସଦ ଭିତରେ ବିଜେପି କଂଗ୍ରେସକୁ ଜବାବ ଦେଉଥିବା ବେଳେ ସଂସଦ ବାହାରେ ଅର୍ଥାତ ରାଜ୍ୟ, ଜିଲ୍ଲା ଓ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ କଂଗ୍ରେସ ନେତା ରାହୁଲଙ୍କ ବିରୋଧରେ ବିଜେପି ଆନେ୍ଦାଳନ ଆରମ୍ଭ କରିଛି । ରାହୁଲଙ୍କ ବିରୋଧରେ କଡ଼ା ପଦକ୍ଷେପ ଦାବି କରିଛି । ଜଣେ ବୟସ୍କ ସାଂସଦଙ୍କୁ ରାହୁଲ ଠେଲାପେଲା କରି ତଳେ ପକାଇ ଦେଇଥିଲେ । ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡ ମିଳିବା ଦରକାର । ନହେଲେ ତାଙ୍କର ଗୁଣ୍ଡାଗିରି ବଢ଼ିବ ବୋଲି ବିଜେପିର ନେତାମାନେ କହୁଛନ୍ତି । ଏପରିକି କେତେ ବିଜେପି କର୍ମୀ ରାହୁଲଙ୍କୁ ଆତଙ୍କବାଦୀ ଭଳି କାମ କରୁଥିବା ବି କହୁଛନ୍ତି ।
ଏମିତି ସଂସଦ ଠାରୁ ପଞ୍ଚାୟତ ଆଉ ଦିଲ୍ଲୀରୁ ପଲ୍ଲୀ ଯାଏ ଲାଗିଲାଣି ବିବାଦ । କଂଗ୍ରେସ ବିଜେପି ଉପରକୁ କାଦୁଅ ପକାଇଲଣି ତ ବିଜେପି କଂଗ୍ରେସକୁ ପଙ୍କ ପକାଇଲାଣି । ଏମିତି ଟଣାଓଟରାରେ ଆଜି ସଂସଦ କାର୍ଯ୍ୟ ବି ପ୍ରଭାବିତ ହୋଇଛି । ତେବେ ବିରୋଧୀଙ୍କ କଥା ନଶୁଣି ସଂସଦକୁ ଚଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ହୋଇନାହିଁ । ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ବିଜେପି ଏମପି ନିଶିକାନ୍ତ ଦୁବେଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦୁବେ କହିଛନ୍ତି ୨୦୦୧ରେ ପାକିସ୍ତାନୀ ସଂସଦ ଉପରେ ଆକ୍ରମଣ କରିଥିଲେ । ମାତ୍ର ଏବେ ରାହୁଲଙ୍କ ଭଳି ଅର୍ବାନ ନକ୍ସଲ ସଂସଦ ମଧ୍ୟରେ ମାଡ଼ପିଟ କରିଛନ୍ତି । ଗୃହମନ୍ତ୍ରୀଙ୍କ କଥାକୁ ବିଭ୍ରାନ୍ତ କରି ପ୍ରଚାର କରୁଛନ୍ତି ।
କଂଗ୍ରେସ ବି ଆନେ୍ଦାଳନକୁ ଓହ୍ଲାଇଛି । କଂଗ୍ରେସ ନେତ୍ରୀ ପି୍ରୟଙ୍କା ଗାନ୍ଧୀଭଦ୍ରା, ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖରଗେ ଓ ବିରୋଦୀ ଦଳ ଏମପି ମାନେ ଆନେ୍ଦାଳନ କରି ସଂସଦ ଭବନ ଅଭିମୁଖେ ଯାତ୍ରା କରୁଛନ୍ତି । ରାଜନୀତି ଏବେ ତୀବ୍ର ହେଉଛି । ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ଦାବିକୁ ନେଇ ଅଟଳ ରହିଛନ୍ତି । ଦେଖାଯାଉ ଏହି ବିବାଦ ଆଗକୁ କେଉଁ ଆଡ଼କୁ ନେଉଛି?
State
ଭୁବନେଶ୍ୱର( ଦ କୁଇଭର ):- ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍ । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ED ପକ୍ଷରୁ ରେଡ୍ କରାଯାଉଛି । ଆଜି ସକାଳ ୭ଟାରୁ ED ପକ୍ଷରୁ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ରେଡ୍ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ED ରେଡ୍ କରୁଛି । ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍ କରିଥିବା ଜଣାପଡ଼ିଛି । ତେବେ କେଉଁ ଘଟଣାକୁ ନେଇ ରେଡ୍ ହେଉଛି ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିପରି ED ରେଡ୍ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ସୂଚନା ଅନୁସାରେ ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ ।
State
ଭୁବନେଶ୍ୱର( ଦ କୁଇଭର ):- ଜାନୁଆରୀରେ ମିଳିବ 'ସୁଭଦ୍ରା ଯୋଜନା' ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ଭେରିଫିକେସନ୍ ପ୍ରକ୍ରିୟା ଡିସେମ୍ବର ୩୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିବ । ଆମେ ପ୍ରସ୍ତୁତି ପଛରେ ଅଛୁ । ଆମେ ସମସ୍ତଙ୍କୁ ସୁଯୋଗ ଦେବୁ । ଘରେ ଘରେ ଅଙ୍ଗନବାଡ଼ି ଦିଦି, ଆରଆଇ ଯାଞ୍ଚ କରୁଛନ୍ତି । ଜାଗା ଜମି ପାଇଁ ଯାହା ସମସ୍ୟା ଅଛି ଏହାର ଯାଞ୍ଚ ପାଇଁ ୩୦ ତାରିଖ ଟାର୍ଗେଟ ରଖାଯାଇଛି । ବିଭିନ୍ନ ସମସ୍ୟା ପାଇଁ ଯାଞ୍ଚ ପ୍ରକ୍ରିୟାରେ ସମୟ ଲାଗୁଛି । ଯାଞ୍ଚ ସରିଗଲେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ସୁଭଦ୍ରା ଯୋଜନା ୪ର୍ଥ ପର୍ଯ୍ୟାୟ ଟଙ୍କା ଦିଆ ସରିବା ପରେ କିଛି ଲୋକ ଯଦି ଭୁଲରେ ଟଙ୍କା ନେଇଯାଇଥିବେ ତେବେ ସେମାନଙ୍କ ଉପରେ କ'ଣ ବ୍ୟବସ୍ଥା କରାଯିବ ତାହା ଆଗକୁ ଦେଖାଯିବ l
National
ନୂଆଦିଲ୍ଲୀ( ଦ କୁଇଭର ):- ରାଜଧାନୀ ଦିଲ୍ଲୀରେ ଅସମ୍ଭାଳ ହୋଇଛି ପ୍ରଦୂଷଣ ସ୍ଥିତି । ବୁଧବାର ଏକ୍ୟୁଆଇ ୪୪୫ ଥିବା ବେଳେ ଆଜି ଏହା ୪୫୦ ପାର କରିଛି । ଧୂଳି, ଧୂଆଁର ବହଳ ଆସ୍ତରଣରେ ଆକ୍ତାମାକ୍ତା ହୋଇପଡ଼ିଛନ୍ତି ଦିଲ୍ଲୀବାସୀ । ଦୃଶ୍ୟମାନ ଦୂରତା କମ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ସ୍ଥିତି ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ସହର ଭିତରେ ବିଏସ୍-୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସହର ଭିତରେ ଏହି ଗାଡ଼ି ଚଳାଇଲେ ଦେବାକୁ ପଡ଼ିବ ୨୦ ହଜାର ଟଙ୍କା ଜୋରିମାନା । ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ସେପଟେ ପ୍ରତି ଛକରେ ଚେକ୍ ପୋଷ୍ଟ କରି ଗାଡ଼ି ଗୁଡ଼ିକର ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ କରୁଛି ପୋଲିସ । ପିୟୁସି ନଥିଲେ ୧୦ ହଜାର ଟଙ୍କାର ତଣ୍ଡ ଆଦାୟ କରାଯାଉଛି । ସେପଟେ ପ୍ରଦୂଷଣ ମୁକାବିଲାରେ ଦିଲ୍ଲୀ ସରକାର ଫେଲ୍ ମାରିଥିବା କହିଛନ୍ତି ସାଧାରଣ ଜନତା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଧ୍ୟାନରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ହାଇବ୍ରିଡ୍ ମୋଡ୍ରେ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପରବର୍ତ୍ତି ଆଦେଶ ଆସିବା ଯାଏ ଏକାଦଶ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ସ୍କୁଲରେ ହାଇବ୍ରିଡ୍ ମୋଡ୍ରେ ପାଠପଢ଼ା ହେବ ।
National,State
ଦ କୁଇଭର ବ୍ୟୁରୋ :- ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା । ଭୁବନେଶ୍ବରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ । ଆଉ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଏନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ।ପ୍ରାୟତଃ ଭୁବନେଶ୍ୱରରେ ଡିସେମ୍ବର ୧୫ରୁ ୨୭ ତାରିଖ ଯାଏ ପ୍ରାୟ ୧୨ ଦିନ ଧରି ଦିନର ଲମ୍ବ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୋଇଥାଏ । ଆଜି ସୁନ୍ଦରଗଡ଼ରେ ଦିନ ୧୦ ଘଣ୍ଟା ୪୭ ମିନିଟ୍ ଓ ମାଲକାନଗିରିରେ ଦିନର ଲମ୍ବା ୧୧ ଘଣ୍ଟା ୦୧ ମିନିଟ୍ ରହିବ । ସେହିପରି ଦିଲ୍ଲୀ ଓ କନ୍ୟାକୁମାରୀରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ। ପ୍ରତିବର୍ଷ ଡିସେମ୍ୱର ୨୨ରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ।
ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ବା ଦିନର ଲମ୍ବ ବଡ଼ ହେବାକୁ ଆରମ୍ଭ ହୁଏ। ତେଣୁ ଡିସେମ୍ବର ୨୫କୁ ‘ବଡଦିନ’ ରୂପେ ପାଳନ କରାଯାଏ ।
State,Politics,National
ଭୁବନେଶ୍ୱର(ଦ କୁଇଭର): ସଂସଦ ପ୍ରବେଶ ଦ୍ୱାରରେ ରାହୁଲଙ୍କ ହିଂସାକାଣ୍ଡକୁ ନେଇ ତାତିଛି ବିଜେପି । ପୂର୍ବରୁ ଆମ୍ବେଦକରଙ୍କ ପ୍ରସଙ୍ଗରେ କଂଗ୍ରେସ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରୁଥିଲା । ଏପରିକି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବାକୁ ବାଧ୍ୟ ହୋଇଥିଲେ । ଏହି ମାଡ଼କୁ ବିଜେପି ଭୁଲି ନାହିଁ । କଂଗ୍ରେସର ଇଟା ମାଡ଼ର ଜବାବ ଏବେ ବିଜେପି ପଥରରେ ଦେଉଛି । ରାହୁଲଙ୍କ ଠେଲାପେଲା ଓ ଧକ୍କାମୁକାରେ ଓଡ଼ିଶା ସାଂସଦ ପ୍ରତାପ ଷଢ଼ଙ୍ଗୀ ଓରଫ ନନା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ବିଜେପି ଦେଶବ୍ୟାପୀ ପ୍ରସଙ୍ଗ କଲାଣି । ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ବିରୋଧ ଓ ଧାରଣ ପ୍ରଦର୍ଶନ କରିବାକୁ ଦଳୀୟ ନିଦେ୍ର୍ଦଶ ଆସିଛି । ସେଥିପାଇଁ ପୂରା ସଜବାଜ ହୋଇଛି ବିଜେପି । ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ବିଜେପି ତାର ପ୍ରଭାବ ଦେଖାଇବାକୁ ଲାଗିଛି ।
ଆମ୍ବେଦକରଙ୍କୁ ସଂସଦର ରାଜ୍ୟସଭାରେ ଶାହ ହତାଦର ଭାଷା ପ୍ରୟୋଗ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା । ଏହାକୁ ନେଇ କଂଗ୍ରେସ ସଂସଦରେ ହୋ ହଲ୍ଲା ଓ ହଙ୍ଗାମା କରିଥିଲା । ଧାରଣା ବି ଦେଇଥିଲା । ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଇଥିଲା । କେବଳ କଂଗ୍ରେସ ନୁହେଁ, କଂଗ୍ରେସ ସହ ଥିବା ଓ କଂଗ୍ରେସ ଠୁ ଦୂରେଇ ଥିବା ବିଜେଡି ଭଳି ଦଳ ଏହାକୁ ନିନ୍ଦା କଲେ । ଶିବସେନା ନେତା ଉଦ୍ଧବ ଠାକରେ ତ ଶାହଙ୍କୁ ନିନ୍ଦା କରିଥିଲେ । ଆମ୍ବେଦକରଙ୍କ ପ୍ରସଙ୍ଗରେ ଶାହଙ୍କ ମନ୍ତବ୍ୟକୁ ଗ୍ରହଣ କରାଗଲା ନାହିଁ । ସବୁଠି ନିନ୍ଦା ହେଲା ।
ହେଲେ ଏହାକୁ ବିରୋଧ କଲେ ବିଜେପି ସଦସ୍ୟମାନେ । କଂଗ୍ରେସ ସଂକ୍ଷିପ୍ତ ମନ ରଖୁଛି । ଭିଡିଓକୁ କଦର୍ଥ କରି ଦେଖାଉଛି । ଶାହ ସେପରି କିଛି ମାନହାନୀ ସୂଚକ କହିନାହାନ୍ତି । ଅନେକ ସଫେଇ ଦେଲା । ଶେଷରେ ବିଜେଡି ଏମପି ସୁଲତା ଦେଓ ବି ଶାହଙ୍କ ଭିଡିଓ ନିଜ ମୋବାଇଲରେ ଆଣି ଦେଖାଇଲେ । କହିଲେ, କେମିତି ସେ ଆମ୍ବେଦକରଙ୍କ ସମ୍ମାନ ହାନୀ କରିଛନ୍ତି । ବାସ୍ତବରେ ଏହି ପ୍ରସଙ୍ଗ ଜନତାଙ୍କ ଉପରେ ଛାଡ଼ି ଦିଆଯିବା କଥା । କାରଣ ଆମ୍ବେଦକର କେବଳ କୌଣସି ରାଜନୈତିକ ଦଳର ନୁହନ୍ତି । ଶାହଙ୍କ ଉପଯୁକ୍ତ ମତକୁ ସର୍ବସାଧାରଣରେ ଛାଡ଼ି ଦେଇ ମତାମତ ଆହ୍ୱାନ କରିବା କଥା । ଯଦି ସାଧାରଣ ଲୋକଙ୍କୁ ବାଧିବ, ତେବେ ତାହାକୁ ରେକର୍ଡରୁ ଅପସାରଣ କରାଯିବା ଉଚିତ । ଅନ୍ୟଥା ଏହାକୁ ନେଇ ଏତେ ପାଲା ଗ୍ରହଣୀୟ ନୁହେଁ ।
ହେଲେ କଂଗ୍ରେସ ଏଥିରୁ ରାଜନୀତି କରିବାକୁ ଆରମ୍ଭ କରିଥିଲା । ବିରୋଧ ଫଳରେ ବିଜେପି ବି ଜବାବ ଦେଲା । ଆନେ୍ଦାଳନ କରିଦେଲା । ସଂସଦର ଗେଟ ନିକଟରେ ଆନେ୍ଦାଳନ କରିବା ବେଳେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ରୋକି ଦେଲେ । ସେଠାରେ ଧକ୍କା ମୁକ୍କା ହେଲା । ଯାହା ହିଂସକାଣ୍ଡ । ଆମ୍ବେଦକରଙ୍କ ଠାରୁ ବହୁ ଉଦ୍ଧ୍ୱର୍ରେ ସଂସଦ । ଶାହ ଯଦି ଆମ୍ବେଦକରଙ୍କୁ ଅସମ୍ମାନ କଲା, ରାହୁଲ ସଂସଦରେ କଳଙ୍କ ଲଗାଇ ଦେଲେ । ଏହାକୁ ଏବେ ଧରିଛି ବିଜେପି ।
ବିଜେପି ଶାସନାଧିନ ଦେଶର ୨୦ଟି ରାଜ୍ୟରେ ଗର୍ଜନ କରିବାକୁ ଧାର୍ଯ୍ୟ କରିଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ତାର ଶକ୍ତି ଦେଖାଇବ । ସାରା ଦେଶରେ ରାହୁଲଙ୍କ ବିରୋଧରେ ଏକ ଅଭିଯାନ ଚଳାଇବ ବୋଲି ସୂଚନା ମିଳିଛି । ସେଥିପାଇଁ ସବୁ ରାଜ୍ୟର ବିଜେପି କର୍ମୀମାନେ ସଜବାଜ ହେଲେଣି । ସେପଟେ ରାହୁଲଙ୍କ ଠେଲାପେଲାରେ ଆହତ ହୋଇଥିବା ନନାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି । ଶୁକ୍ରବାର ସେ ଡାକ୍ତରଖାନାରୁ ଫେରିବେ ବୋଲି କୁହାଯାଉଛି । ଦେଖାଯାଉ ବିଜେପି ରାହୁଲଙ୍କ ପ୍ରସଙ୍ଗକୁ ନେଇ କି ପଦକ୍ଷେପ ନେଉଛି ଓ ସଂସଦ ଅଧିବେଶନ ଆଗକୁ ଚାଲୁଛି ନା ରହି ଯାଉଛି?
Shree Jagannath,State,Education
ପୁରୀ( ଦ କୁଇଭର ):- ସ୍କୁଲରେ ପାଠ ପଢ଼ା ନୁହେଁ, ଚାଲିଛି ତାମସା । ଏହି ତାମସା କରୁଛନ୍ତି ବିଜେଡି ଓ ବିଜେପିର ସମର୍ଥକ ନେତା ମାନେ । ପାଠପଢ଼ା ପରିବେଶକୁ ଭାଙ୍ଗି, କିଏ ଅଖାଡା ଶାଳ କଲାଣି ତ, ଆଉ କିଏ ? ନିଜ ଜାଗୀର ଭାବି ସ୍କୁଲ ଭିତରେ ହସ୍ତକ୍ଷେପ କଲାଣି । ଏମିତିକି ସ୍କୁଲ ପିଲାଙ୍କ ଜୀବନ ସୁରକ୍ଷା ପାଇଁ ତିଆରି ହୋଇଥିବା ପାଚେରୀକୁ, ରାଜନୈତିକ ସମର୍ଥକ ମାନେ ଭାଙ୍ଗି ଗଦା କରିଦେଇଛନ୍ତି । ଏତେ ଅକ୍ରଶ ଯେ ଏମାନଙ୍କର ପିଲାମାନଙ୍କ ସୁରକ୍ଷା କଥା ଏମାନେ ଭୁଲି ଯାଇଛନ୍ତି ।
ଏବେଆସିବା ପ୍ରସଙ୍ଗକୁ, ପୁରୀ ଜିଲ୍ଲା କଣାସ ବ୍ଲକ ବଳଭଦ୍ରପୁର ପଞ୍ଚାୟତର ଗୌଡ଼ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର । ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କେନ୍ଦ୍ର ବି ଅଛି । ୩, ୪ ବର୍ଷର ପିଲାମାନେ ବି ସେଠାକୁ ଆସୁଛନ୍ତି । ସ୍କୁଲର ପଛପଟେ ଅଛି ମନ୍ଦାକିନି ନଦୀ, ସାମ୍ନାରେ ଅଛି ୩୦ ଫୁଟ ଗଭୀରରେ ଏକ ବଡ଼ ପୋଖରୀ ଆଉ ବିଦୁତ ଟ୍ରାନ୍ସଫର୍ମା । ଯାହା ପ୍ରତିମୁହୂର୍ତ୍ତରେ ପିଲାଙ୍କ ଜୀବନକୁ ବିପର୍ଣ୍ଣ କରୁଛି । ଏଭଳି ସ୍ଥିତିରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରୀ ବାବୁ ମାନେ ତ ଚିନ୍ତା କଲେନି, କୌଣସି ପ୍ରକାରେ ସ୍କୁଲ ପାଣ୍ଠିରୁ ପ୍ରଧାନ ଶିକ୍ଷକ ତିଆରି କରିଥିଲେ ଏକ ପାଚେରୀ । ହେଲେ ଏଠି ପିଲାଙ୍କ ସୁରକ୍ଷା ନୁହେଁ, ସ୍କୁଲର ପାଠପଢ଼ା ପରିବେଶ ନୁହେଁ, ଏହି ଅଞ୍ଚଳର ବିଜେଡି ଓ ବିଜେପି ସମର୍ଥକଙ୍କ ପାଇଁ ବଡ଼ ହେଲା ତାଙ୍କ ପତିଆରା ଦେଖାଇବା ।
କିଛି ଖଳ ପ୍ରକୃତିର ଲୋକ ମାନେ ଏହି ବିଦ୍ୟାଳୟ ପରିସରରେ ଆଖଡା ଶାଳ କରିବାପାଇଁ ଗତ ୧୫ ତାରିଖ ରାତିରେ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିଲେ । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏବେଯାଏ fir କପି ଦିଆଯାଇନାହିଁ । fir କପି ନ ଦେଇ କିଛି ମିଛ କେସକୁ ରେଜିଷ୍ଟ୍ରର କରି ଏହି ପାଚେରୀ ଭଙ୍ଗା ଘଟଣାକୁ ଲୁଚାଇବାକୁ ପ୍ରୟାସ ଚାଲିଛି । ଏଠାରେ ପ୍ରଶ୍ନ ଉଠୁଛି କଣପାଇଁ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ? ଦେଖାଯାଉ ସରକାର ହୀନ ରାଜନୀତିରୁ ଏ ସ୍କୁଲ କୁ ବଞ୍ଚାଉଛନ୍ତି ନା ପିଲାଙ୍କ ଜୀବନକୁ ବିପଦ ମୁହଁକୁ ଛାଡି ଦେଉଛନ୍ତି ।