ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ରାଙ୍କୁଡl ଗାଁ ନିକଟରେ ଚଢାଉ କରି ମକା ବସ୍ତା ସହ ୭ କୁଇଣ୍ଟlଲ ଗଞ୍ଜେଇ ଜବତ କରିଛି ପୁଲିସ l ତେବେ ଏହି ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ମାଫିଆ ମାନେ ଘଟଣା ସ୍ଥଳରୁ ଚଂପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମଧ୍ୟାହ୍ନ ସମୟରେ ରାଙ୍କୁଡl ଗାଁ ନିକଟରେ କିଛି ମକା ବସ୍ତା ସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣି ଚଢାଉ କରିଥିଲା l ଚଢାଉ ବେଳେ ୧୪୦ ଟି ମକା ବସ୍ତା ସହ ୨୨ ଟି ଗଞ୍ଜେଇ ବସ୍ତା ଚାଲାଣ ପାଇଁ ରଖିଥିଲେ ମାଫିଆ ମାନେ l ତହସିଲଦାର ଚକ୍ରଧର ପଢ଼ିଙ୍କୁପସ୍ଥିତିରେ ୨୨ ଟି ଗଞ୍ଜେଇ ବସ୍ତା ଓଜନ ପରେ ଏଥିରେ ୭ କୁଇଣ୍ଟlଲ ୩ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ପୁଲିସ କହିବା ସହ ବିଦେଶକୁ ଗଲେ ଏହାର ମୂଲ୍ୟ ଚାରିଗୁଣ ହୋଇଥାଏ ବୋଲି ପୁଲିସ ସୁଚନା ଦେଇଛି l ୧୪୦ ଟି ମକା ବସ୍ତା ସହ ଗଞ୍ଜେଇ ଜବତ କରାଯାଇଛି l ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପରେ ଏହି ଗଞ୍ଜେଇ କେଉଁଠି କୁ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି l
No comments yet.
State
ଭୁବନେଶ୍ୱର( ଦ କୁଇଭର ):- ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍ । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ED ପକ୍ଷରୁ ରେଡ୍ କରାଯାଉଛି । ଆଜି ସକାଳ ୭ଟାରୁ ED ପକ୍ଷରୁ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ରେଡ୍ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ED ରେଡ୍ କରୁଛି । ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍ କରିଥିବା ଜଣାପଡ଼ିଛି । ତେବେ କେଉଁ ଘଟଣାକୁ ନେଇ ରେଡ୍ ହେଉଛି ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିପରି ED ରେଡ୍ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ସୂଚନା ଅନୁସାରେ ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ ।
State,Farming
ଦକୁଇଭର ବ୍ୟୁରୋ :- ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀ ଚିନ୍ତାରେ ଅଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ଘୋଷଣା ଚାଷୀଙ୍କ ମନରେ ନୂଆ ଆଶାର ସଞ୍ଚାର କରିବ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି ।ମଣ୍ଡିରେ ଧାନ ଓଦା ହେବା ସମ୍ଭାବନା କମ୍। ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇପାରେ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି।
National,State
ଦ କୁଇଭର ବ୍ୟୁରୋ :- ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ଭିତରୁ ବାଘୁଣୀ ‘ଜିନ୍ନତ୍’ ଖସି ଯାଇ ଏବେ ପଶ୍ଚିମବଙ୍ଗରେ ପହଞ୍ଚିଛି। ଶିମିଳିପାଳରୁ ଖସିଯାଇ ଝାଡ଼ଖଣ୍ଡରେ ୧୩ ଦିନ ରହିବା ପରେ ବାଘୁଣୀ ପୁଣି ନିଜର ଠିକଣା ବଦଳାଇଛି। ବନ ବଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜିନ୍ନତ୍ ଏବେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲାର ବେଲପାହାଡ଼ି ଜଙ୍ଗଲରେ ବିଚରଣ କରୁଛି। ସୁରକ୍ଷା ଦାୟିତ୍ବରେ ଥିବା ସ୍ବତନ୍ତ୍ର ଟିମ୍ ଜିନ୍ନତ୍ ଉପରେ ନଜର ରଖିଛି। ତାକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।
Politics,State
ଭୁବନେଶ୍ୱର(ଦ କୁଇଭର): ରାଜ୍ୟ ସରକାରଙ୍କର ଓଏସଡି ବା ଅଫିସର ଅନ ସ୍ପେଶାଲ ଡୁ୍ୟଟି ପଦବୀ ଏକ ଦଣ୍ଡ ନା ପୁରସ୍କାର । ଏହି ପଦବୀ ପାଉଥିବା ଅନେକ ଅଫିସର କେବଳ ମଉଜ କରନ୍ତି ଆଉ ଶେଷ ମୁହୂର୍ତ୍ତରେ ସରକାରଙ୍କୁ ଲଣ୍ଠନ ଦେଖାଇ ପାର ହୋଇ ଯାଆନ୍ତି । ଏକଥା ବିଜେଡି ହେଉ କି ବିଜେପି ସରକାର ସବୁଥିରୁ ପ୍ରମାଣିତ ହେବାରେ ଲାଗିଛି । ବିଜେଡି ତ ଦୁର୍ନୀତି ଅଭିଯୁକ୍ତଙ୍କୁ ପୁରସ୍କାର ଦେଉଥିଲା, ଏବେ ବିଜେପି ବି ସେମିତି କରିଲାଣି । ଯାହା ଦେଖାଉଛି ବିଜେଡି ଓ ବିଜେପି ସରକାର ଭିତରେ କିଛି ଫରକ ନାହିଁ । ହେଲେ ଦୁର୍ନୀତି ଅଭିଯୁକ୍ତଙ୍କୁ ସୁରକ୍ଷା କାହିଁକି? ସରକାର ଫସିଯିବେ ବୋଲି ଭୟ ନା ସରକାର ଆଇଏଏସ ଓ ଆଇପିଏସ ମାନଙ୍କର କିଛି କରିପାରିବେ ନାହିଁ ବୋଲି ଜାଣିଛନ୍ତି?
ଏବେ ଆସିବା ପ୍ରସଙ୍ଗକୁ । ରାଜ୍ୟ ସରକାର କିପରି ଦୁର୍ନୀତି ବା ଆଇନ ଭାଙ୍ଗୁଥିବା ଅଧିକାରୀ ମାନଙ୍କୁ ଓଏସଡି କରୁଛନ୍ତି ଓ ପରେ ପୁରସ୍କାର ଦେଉଛନ୍ତି । ପ୍ରଥମ ଉଦାହରଣ ହେଉଛି ଡିଏସ କୁଟ୍ଟେ ଓ ଆଶୀଷ ସିଂ । ଦୁହେଁ ବରିଷ୍ଠ ଆଇପିଏସ । ଦୁହିଙ୍କ ବିରୋଧରେ ଆସିଥିଲା ସଂଗୀନ ଅଭିଯୋଗ । ଏମିତି ଅଭିଯୋଗ ଯେ, ପୂରା କ୍ୟାରିୟରରେ କଳା ଦାଗ ଲାଗିଯିବା କଥା । ହେଲେ ଏମାନଙ୍କ ବିରୋଧରେ ତଦନ୍ତ କରାଗଲା ନାହିଁ । ତକ୍ରାଳ ଆଣି ସରକାର ତାଙ୍କୁ ଗୃହ ବିଭାଗର ଓଏସଡି କରିଦେଲେ । ଓଏସଡି ଭାବେ ୬ମାସ ବସିଲେ । ଏହାରି ଭିତରେ ହେଲା ସେଟିଂ । ଯଦି ଏମାନଙ୍କୁ ଦଣ୍ଡ ହେବ, ତେବେ ବିଜେପି ସରକାର ଯାହା ଭୂଲ କରିବ ତାହା ପଦାକୁ ଆସିବ । ତେଣୁ ଡରିଲେ ମୋହନ ସରକାର । କେବଳ ସେତିକି ନୁହେଁ, ଯଦି ଏମାନେ ଗୋଟେ ଦଳ ବା ସରକାର ପାଇଁ ଆଇନକୁ ଭାଙ୍ଗି ଏତେ ଦୂର ପର୍ଯ୍ୟନ୍ତ ଯାଇ ପାରୁଛନ୍ତି, ତେବେ ଏମାନଙ୍କୁ ବିଜେପି କାହିଁକି କାମରେ ଲଗାଇବ ନାହିଁ ।
ତେଣୁ ୬ମାସ ପରେ ସବୁ ଦୋଷକୁ ଭୁଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଦୁଇ ଅଫିସରଙ୍କ କେନ୍ଦ୍ରୀୟ ଡେପୁଟସନକୁ ସ୍ୱିକୃତୀ ଦେଇଦେଲେ । ମୁଖ୍ୟମନ୍ତ୍ରୀ ଜାଣନ୍ତି, ଏମାନେ କେତେ ସଂଗୀନ କାମ କରିଛନ୍ତି । ତଥାପି ଏମାନଙ୍କୁ ସ୍ୱିକୃତୀ ଦେଇ ପୁରସ୍କାର ଦେଲେ । ଏବେ ଦୁହେଁ ଯାଇ କେନ୍ଦ୍ରୀୟ ସୁରକ୍ଷା ବଳରେ ଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ପୂର୍ବରୁ ବି ନବୀନ ସରକାରରେ କିଛି ଆଇଏଏସ ଅଧିକାରୀ ନାନା ଦୁର୍ନୀତି ଅଭିଯୋଗରେ ଓଏସଡି ହୋଇ ବସିଥିଲେ । ଯେମିତି ବିଜୟ ଶର୍ମା, ସଞ୍ଜୀବ ମାରିକ ପ୍ରମୁଖ । ଏମାନଙ୍କ ବିରୋଧରେ ତ କିଛି ହେଲା ନାହିଁ, ବରଂ ସ୍ୱେଚ୍ଛାକୃତ ଅବସର ନେଇ ଚାଲିଗଲେ ।
ସେହିପରି ଏବେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସରକାର ମୋହନ ସରକାର ଓଏସଡି କରିଛନ୍ତି । ତାହା ପୁଣି ପ୍ରମୁଖ ସଚିବ ପାହ୍ୟାର । ହେଲେ କାମ କିନ୍ତୁ କିଛି ନାହିଁ । ଦୁର୍ନୀତି ଅଭିଯୋଗର ସାମ୍ନା କରୁଥିବା ଆଇଏଏସଙ୍କୁ ନିଲମ୍ବନ ନକରି ତାଙ୍କୁ ଓଏସଡି କରି ବସାଯିବା ପଛରେ ବି ବଡ଼ କାରଣ କାଳେ ରହିଛି । ବିଷ୍ଣୁପଦ ଫସିଲେ, ସାଙ୍ଗରେ ବିଜେପି ମନ୍ତ୍ରୀଙ୍କୁ ବି ନେଇ ଫସିବେ । ତେଣୁ ବିଷ୍ଣୁପଦଙ୍କ ସୁରକ୍ଷା ଏବେ ବିଜେପିର ପ୍ରମୁଖ ଦାୟିତ୍ୱ ହୋଇ ଯାଇଛି । ତାଙ୍କୁ ଓଏସଡି କରିବା ସହ ଦିଲ୍ଲୀରେ ସେଟିଂ କରି ସେ କିପରି କେନ୍ଦ୍ରୀୟ ଡେପୁଟେସନରେ ଯିବେ ସେହି ରାସ୍ତା ବାହାର କରାଯାଉଥିବା ଜଣାପଡ଼ିଛି । ଏହା ହେଲେ ବିଷ୍ଣୁପଦ ବି ଖୁସ ଆଉ ମୋହନ ସରକାର ବି ।
ଏହା ପୂର୍ବରୁ ଆହୁରି ମଧ୍ୟ ୨ଜଣ ଆଇଏଏସଙ୍କୁ ଓଏସଡି କରାଯାଇଥିଲା । ମାତ୍ର ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଅଣଦେଖା କରି ପରେ ତାଙ୍କୁ ପଦୋନ୍ନତି ଦିଆଗଲା । ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାର ଆଇଏଏସ ଓ ଆଇପିଏସ ମାନଙ୍କ ପାଖରେ କେତେ ଦୁର୍ବଳ । ସେମାନେ ଯେତେବଡ଼ ତ୍ରୁଟି କରନ୍ତୁ ପଛେ ସେମାନଙ୍କ ଦେହରେ ହାତ ମାରିପାରିବେ ନାହିଁ । କେବଳ ଯନ୍ତ୍ରୀ, କିରାଣୀ, ସାମ୍ବାଦିକ, କିଛି ବେପାରୀ ଓ କିଛି ଠିକାଦାରଙ୍କ ଉପରେ ପୁରୁଷପଣିଆ ଦେଖାଉଥିବା ସରକାରଙ୍କର ଔକାତ କେତେ ତାହା ଲୋକେ ଜାଣିବା ଦରକାର । ଦେଖାଯାଉ ମୋହନ ସରକାର ଏମିତି ଡରି ରହୁଛନ୍ତି ନା କିଛି ବ୍ୟତିକ୍ରମ ସୂଚକ ପଦକ୍ଷେପ ନେଉଛନ୍ତି?
State
କରଞ୍ଜିଆ( ଦ କୁଇଭର ):- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ପ୍ରଭୁ ଶ୍ୟାମ ବାବାଙ୍କ ପ୍ରାଣ ପ୍ରତିଷ୍ଠା ୨୨ବର୍ଷ ପୂର୍ତ୍ତି ଅବସରରେ କରଞ୍ଜିଆ ସହର ସ୍ଥିତ ଧର୍ମଶାଳା ନିକଟରେ ଥିବା ଶ୍ୟାମ ବାବାଙ୍କ ମନ୍ଦୀର ନିକଟରୁ ଦିବା ୧୧ଘଟିକା ସମୟରେ ଏକ ବିରାଟ ସଭାଯାତ୍ରା ବାହାରି ଫ୍ଲିମ୍ ହୋଲ୍ ଛକ,PWD ଛକ, ମାଣିକ ଛକ, NAC ଛକହୋଇ ଶ୍ୟାମ ବାବାଙ୍କ ମନ୍ଦୀର ନିକଟରେ ଶେଷ ହୋଇଥିଲା । ଏହି ସଭାଯାତ୍ରା ରେ କେବଳ ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ମାରୁୱାଡି ଭକ୍ତ ମାନେ ସାମିଲ୍ ହୋଇଥିଲେ । ଏହି ସାଭାଯାତ୍ର ବାବାଙ୍କ ମନ୍ଦିର ନିକଟରେ ସମାପ୍ତ ହେବା ପରେ ସେଠାରେ ଶ୍ୟାମ ବାବାଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟ ଠାରୁ ମନ୍ଦିର ପରିସରରେ ବିଭିନ୍ନ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଚ ଶ୍ୟାମ ବାବାଙ୍କ ଭୋଜନ କୀର୍ତ୍ତନ ଦୁଇଦିନ ଧରି ଅନୁଷ୍ଠିତ ହେବ ଏବଂ ଆସୁଥିବା ଭକ୍ତଙ୍କ ପାଇ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି ବୋଲି ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସଭାଯାତ୍ରା ରେ ଏହାର ଆଖପାଖ ଅଞ୍ଚଳ ରୁ ବହୁ ସଂଖ୍ୟକ ମହିଳା ଓ ପୁରୁଷ ମରୁୱାଡ଼ି ଭକ୍ତ ମାନେ ସାମିଲ ହୋଇଥିବା ସହିତ ତାଙ୍କ ମଧ୍ୟରେ ବହୁ ଉତ୍ସାହିତ ଦେଖିବାକୁ ମିଳିଥିଲା।ତେବେ ଏହି ସଭାଯାତ୍ରାରେ ଯେମିତି କୌଣସି ପ୍ରକାର ଅପ୍ରୀତିକର ଅଘଟଣା ନ ଘଟେ ତା ପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଆମ୍ବୁଲାନ୍ସ ଏବଂ ଉପଖଣ୍ଡ ପୋଲିସ୍ ଅଧିକାରୀ ସୁବ୍ରତ କୁମାର୍ ଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଥାନା ପକ୍ଷରୁ ପୋଲିସ୍ ମୁତୟନ କରାଯାଇଥିଲା।
Shree Jagannath,State,Education
ପୁରୀ( ଦ କୁଇଭର ):- ସ୍କୁଲରେ ପାଠ ପଢ଼ା ନୁହେଁ, ଚାଲିଛି ତାମସା । ଏହି ତାମସା କରୁଛନ୍ତି ବିଜେଡି ଓ ବିଜେପିର ସମର୍ଥକ ନେତା ମାନେ । ପାଠପଢ଼ା ପରିବେଶକୁ ଭାଙ୍ଗି, କିଏ ଅଖାଡା ଶାଳ କଲାଣି ତ, ଆଉ କିଏ ? ନିଜ ଜାଗୀର ଭାବି ସ୍କୁଲ ଭିତରେ ହସ୍ତକ୍ଷେପ କଲାଣି । ଏମିତିକି ସ୍କୁଲ ପିଲାଙ୍କ ଜୀବନ ସୁରକ୍ଷା ପାଇଁ ତିଆରି ହୋଇଥିବା ପାଚେରୀକୁ, ରାଜନୈତିକ ସମର୍ଥକ ମାନେ ଭାଙ୍ଗି ଗଦା କରିଦେଇଛନ୍ତି । ଏତେ ଅକ୍ରଶ ଯେ ଏମାନଙ୍କର ପିଲାମାନଙ୍କ ସୁରକ୍ଷା କଥା ଏମାନେ ଭୁଲି ଯାଇଛନ୍ତି ।
ଏବେଆସିବା ପ୍ରସଙ୍ଗକୁ, ପୁରୀ ଜିଲ୍ଲା କଣାସ ବ୍ଲକ ବଳଭଦ୍ରପୁର ପଞ୍ଚାୟତର ଗୌଡ଼ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର । ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କେନ୍ଦ୍ର ବି ଅଛି । ୩, ୪ ବର୍ଷର ପିଲାମାନେ ବି ସେଠାକୁ ଆସୁଛନ୍ତି । ସ୍କୁଲର ପଛପଟେ ଅଛି ମନ୍ଦାକିନି ନଦୀ, ସାମ୍ନାରେ ଅଛି ୩୦ ଫୁଟ ଗଭୀରରେ ଏକ ବଡ଼ ପୋଖରୀ ଆଉ ବିଦୁତ ଟ୍ରାନ୍ସଫର୍ମା । ଯାହା ପ୍ରତିମୁହୂର୍ତ୍ତରେ ପିଲାଙ୍କ ଜୀବନକୁ ବିପର୍ଣ୍ଣ କରୁଛି । ଏଭଳି ସ୍ଥିତିରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରୀ ବାବୁ ମାନେ ତ ଚିନ୍ତା କଲେନି, କୌଣସି ପ୍ରକାରେ ସ୍କୁଲ ପାଣ୍ଠିରୁ ପ୍ରଧାନ ଶିକ୍ଷକ ତିଆରି କରିଥିଲେ ଏକ ପାଚେରୀ । ହେଲେ ଏଠି ପିଲାଙ୍କ ସୁରକ୍ଷା ନୁହେଁ, ସ୍କୁଲର ପାଠପଢ଼ା ପରିବେଶ ନୁହେଁ, ଏହି ଅଞ୍ଚଳର ବିଜେଡି ଓ ବିଜେପି ସମର୍ଥକଙ୍କ ପାଇଁ ବଡ଼ ହେଲା ତାଙ୍କ ପତିଆରା ଦେଖାଇବା ।
କିଛି ଖଳ ପ୍ରକୃତିର ଲୋକ ମାନେ ଏହି ବିଦ୍ୟାଳୟ ପରିସରରେ ଆଖଡା ଶାଳ କରିବାପାଇଁ ଗତ ୧୫ ତାରିଖ ରାତିରେ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିଲେ । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏବେଯାଏ fir କପି ଦିଆଯାଇନାହିଁ । fir କପି ନ ଦେଇ କିଛି ମିଛ କେସକୁ ରେଜିଷ୍ଟ୍ରର କରି ଏହି ପାଚେରୀ ଭଙ୍ଗା ଘଟଣାକୁ ଲୁଚାଇବାକୁ ପ୍ରୟାସ ଚାଲିଛି । ଏଠାରେ ପ୍ରଶ୍ନ ଉଠୁଛି କଣପାଇଁ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ? ଦେଖାଯାଉ ସରକାର ହୀନ ରାଜନୀତିରୁ ଏ ସ୍କୁଲ କୁ ବଞ୍ଚାଉଛନ୍ତି ନା ପିଲାଙ୍କ ଜୀବନକୁ ବିପଦ ମୁହଁକୁ ଛାଡି ଦେଉଛନ୍ତି ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ରାଙ୍କୁଡl ଗାଁ ନିକଟରେ ଚଢାଉ କରି ମକା ବସ୍ତା ସହ ୭ କୁଇଣ୍ଟlଲ ଗଞ୍ଜେଇ ଜବତ କରିଛି ପୁଲିସ l ତେବେ ଏହି ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ମାଫିଆ ମାନେ ଘଟଣା ସ୍ଥଳରୁ ଚଂପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମଧ୍ୟାହ୍ନ ସମୟରେ ରାଙ୍କୁଡl ଗାଁ ନିକଟରେ କିଛି ମକା ବସ୍ତା ସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣି ଚଢାଉ କରିଥିଲା l ଚଢାଉ ବେଳେ ୧୪୦ ଟି ମକା ବସ୍ତା ସହ ୨୨ ଟି ଗଞ୍ଜେଇ ବସ୍ତା ଚାଲାଣ ପାଇଁ ରଖିଥିଲେ ମାଫିଆ ମାନେ l ତହସିଲଦାର ଚକ୍ରଧର ପଢ଼ିଙ୍କୁପସ୍ଥିତିରେ ୨୨ ଟି ଗଞ୍ଜେଇ ବସ୍ତା ଓଜନ ପରେ ଏଥିରେ ୭ କୁଇଣ୍ଟlଲ ୩ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ପୁଲିସ କହିବା ସହ ବିଦେଶକୁ ଗଲେ ଏହାର ମୂଲ୍ୟ ଚାରିଗୁଣ ହୋଇଥାଏ ବୋଲି ପୁଲିସ ସୁଚନା ଦେଇଛି l ୧୪୦ ଟି ମକା ବସ୍ତା ସହ ଗଞ୍ଜେଇ ଜବତ କରାଯାଇଛି l ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପରେ ଏହି ଗଞ୍ଜେଇ କେଉଁଠି କୁ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି l
State,Farming
ଦ କୁଇଭର ବ୍ୟୁରୋ :- ରାଜ୍ୟ ମୁଣ୍ଡରେ ଏବେ ଗହମ ବୋଝ। ଉତ୍ତରପ୍ରଦେଶକୁ ହାଲୁକା କରିବା ପାଇଁ କେନ୍ଦ୍ର ଓଡ଼ିଶାକୁ ଜବରଦସ୍ତି ୧.୯୯ ଲକ୍ଷ କ୍ବିଣ୍ଟାଲ୍ ଗହମ ଆବଣ୍ଟନ କରିଛି। ଏଥିରୁ ୩୦ ହଜାର କ୍ବିଣ୍ଟାଲ୍ ଗହମ ରାଜ୍ୟ ଯୋଗାଣ ନିଗମ ଗୋଦାମରେ ରହିଛି। ଏହାକୁ ନେଇ ସରକାର ଚିନ୍ତାରେ। ଯଥାଶୀଘ୍ର ଏହି ଗହମ ଫେରାଇ ନେବାକୁ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ ଅନୁରୋଧ କରିବା ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପ୍ରଥମ ପସନ୍ଦ ମଧ୍ୟ ଚାଉଳ। ଏହାକୁ ଦୃଷ୍ଟିରେ ରଖି ରାସନ୍ କାର୍ଡରେ ପୂର୍ବରୁ ନବୀନ ପଟ୍ଟନାୟକ ସରକାର କେବଳ ଚାଉଳ ଦେଉଥିଲେ। ନୂଆ ସରକାର ବି ଏହି ଧାରା ଭାଙ୍ଗିନାହାନ୍ତି। କିନ୍ତୁ ଅଚାନକ ସେପ୍ଟେମ୍ବର ମାସରେ କେନ୍ଦ୍ର ଓଡ଼ିଶାକୁ ଗହମ ଦେଇଥିଲା। ବାଧ୍ୟ ହୋଇ ଓଡ଼ିଶା ସରକାର ଘୋଷଣା କରିଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହିତ ଗହମ ଦିଆଯିବ। ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଗହମର ମାତ୍ରାଧିକ ଉତ୍ପାଦନକୁ ଦୃଷ୍ଟିରେ ରଖି ସେଠାକାର ବଳକା ଗହମର ଚାପ ହ୍ରାସ ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଏହାକୁ ଯୋଗାଇ ଦିଆଯାଇ ଥିଲା।ଇତିମଧ୍ୟରେ ଓଡ଼ିଶାରେ ନଭେମ୍ବର ମାସରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ରବିରେ କଷ୍ଟମ୍ ମିଲିଂର ଚାଉଳ ରାଜ୍ୟ ଯୋଗାଣ ନିଗମ ଏବଂ ଏଫ୍ସିଆଇକୁ ପହଞ୍ଚୁଛି। ଏହି କ୍ରମରେ ରାଜ୍ୟ ପାଇଁ ବଡ଼ ସମସ୍ୟା ହେଲା, ସଂଗୃହୀତ ଧାନ ଏବଂ ଚାଉଳ ସଂରକ୍ଷଣ ପାଇଁ ଗୋଦାମର ଅଭାବ। ଯେଉଁ ଗୋଦାମରେ ଚାଉଳ ରଖାଯାଇପାରନ୍ତା ସେଠାରେ ଗହମ ଗଦା ହୋଇ ରହିଥିବାରୁ ସ୍ଥାନାଭାବ ରହିଛି। ଆହୁରି ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଦଳରେ ଗହମ ବାଣ୍ଟିଲେ ପ୍ରଥମତଃ ହିତାଧିକାରୀ ଏହାକୁ ନେବେ ନାହିଁ। ଦ୍ବିତୀୟତଃ ବଳକା ଚାଉଳ ପଡ଼ି ରହିବାର ଆଶଙ୍କା ରହିଥିଲା। ତେଣୁ ଓଡ଼ିଶା ସରକାର ପୂର୍ବପରି ଗହମ ବଦଳରେ ଚାଉଳ ବାଣ୍ଟିବାକୁ ନିଷ୍ପତ୍ତି ନେଇ କେନ୍ଦ୍ରକୁ ଜଣାଇଥିଲେ। ଏଥିସହ ରାଜ୍ୟର ପିଡିଏସ୍ କେନ୍ଦ୍ରରେ ଗହମ ଯୋଗାଣକୁ ବନ୍ଦ କରି ଦେଇଥିଲେ। ସେହି କୋଟାରେ ଚାଉଳ ପହଞ୍ଚିଥିଲା। ବର୍ତ୍ତମାନ ଏଫସିଆଇ ଏବଂ ଯୋଗାଣ ନିଗମ ଗୋଦାମରେ ସ୍ଥାନାଭାବ ଦୂର ପାଇଁ ଗହମ ଫେରାଇ ନେବାକୁ ଚିଠି ଲେଖାଯାଇଥିଲେ ହେଁ ସେମାନେ ନିରବ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ l ପୁଣି ଏକ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ l ଆର.ଉଦୟଗିରି ଥାନା ସିଣ୍ଡରାମପୁର ଗାଁ ନିକଟରେ ପ୍ରାୟ ୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ କାଟି ପୋଡି ନଷ୍ଟ କରିଛି ମିଳିତ ବାହିନୀ l ଗତ ଏକ ମାସ ଧରି ଚାଲିଥିବା ଏହି ଅଭିଯାନ ରେ ୭୦ କୋଟି ଟଙ୍କାରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି l ଏହି ଅଭିଯାନ ଆହୁରି କିଛି ଦିନ ଜାରି ରହିବ l ଏହି ଅଭିଯାନ ରେ ପୋଲିସ, ଅବକାରୀ, ବନ ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ସାମିଲ ହୋଇଛନ୍ତି l
State
ରମ୍ଭା( ଦ କୁଇଭର ):- ସିରିଜ ମନ୍ଦିର ଚୋରି ଘଟଣାରେ ରମ୍ଭା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ରମ୍ଭା ଥାନା ଅଞ୍ଚଳରେ ହୋଇଥିବା ସିରିଜ ମନ୍ଦିର ଚୋରି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୫ଟି ଆଇରନ ରୋଡ଼, ହାତୁଡ଼ି ,ନଗଦ ୧୨୫୦ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମ୍ଭା ଥାନା ଅଞ୍ଚଳର ବି ରାଜୁ ପ୍ରଧାନ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମର ଏସ ବାବୁଲା ଓ ମଲାଡ଼ ଗୋଡିବନ୍ଧ ଗ୍ରାମର ଏ. ରାମଚନ୍ଦ୍ର । ଏହି ଅଭିଯୁକ୍ତମାନେ ୭ଟି ମନ୍ଦିର ଓ କିଛି କିରାଣୀ ଦୋକାନୀରୁ ଚୋରି କରିଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି ।
State
ମାଲକାନଗିରି ( ଦ କୁଇଭର ) :- ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ପାଇବେ । କେହିବି ଏଥିରୁ ବଞ୍ଚିତ ହେବେ ନାହିଁ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଗସ୍ତ କରି ଏପରି କହି ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସାହାସ ବଢାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେହିପରି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇବା, ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥି ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ଜନଜାତିର ଅଳଙ୍କାର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭବାତୀ ପରିଡା କହିଛନ୍ତି, ''ବଣ୍ଡା ଘାଟିକେ ସୁଭଦ୍ରା ଯୋଜନା ପହଞ୍ଚି ପାରୁନି ଖବର ମିଳିଥିଲା । ବଣ୍ଡା ଲୋକଙ୍କର ଜୀବନଶୈଳୀ କଣ ତାହା ଦେଖିବାକୁ ମୁଁ ଆସିଥିଲି । ଏଠାରେ ପ୍ରତି ମହିଳାଙ୍କ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏଠାକାର ମହିଳାଙ୍କ ଦାବି ଯେ ତାଙ୍କ ଅଲଙ୍କାର ସେ ରାଜଧାନୀ ବଜାରରେ ଦେଖାଇବାକୁ ଚାହିଁଛନ୍ତି । ତେଣୁ ତାଙ୍କ ପାଇଁ ମିଶନଶକ୍ତି ବଜାରରେ ଷ୍ଟଲ ଦରକାର । ଏଥି ପାଇଁ ଚେଷ୍ଟା କରିବି । ''
State
ଦ କୁଇଭର ବ୍ୟୁରୋ :- ଆଜି ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଜାରି ରହିବ । ସେପଟେ ଉପକୂଳ ଓଡ଼ିଶାର ୧ରୁ ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ ଆଉ ବିଶେଷ ବର୍ଷା ହେବନାହିଁ କିନ୍ତୁ ପାଗ କୋହଲା ରହିବ । ବର୍ଷା ଛାଡ଼ିଲା ପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବି ପାଗ ମେଘୁଆ ରହିପାରେ । ସମୁଦ୍ର ଭିତରେ ପବନ ରହିପାରେ ତେଣୁ ପୋର୍ଟ ୱାର୍ଣ୍ଣିଂ ରହିଛି । ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତା ଏଯାଏଁ ଦିଆଯାଇନାହିଁ । ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଆଜି ସନ୍ଧ୍ୟାରୁ ସତର୍କତା ଜାରି କରାଯିବ । ଏବେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିଛି । ୨ରୁ ୩ ଦିନ ପର୍ୟ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ୨ରୁ୪ ଡିଗ୍ରୀ ପର୍ୟ୍ୟନ୍ତ କମିବାର ସମ୍ଭାବନା ରହିଛି ।
State
ଦ କୁଇଭର ବ୍ୟୁରୋ :- ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଶନିବାର ପ୍ରାୟତଃ କମିଯିବ । ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂପୁର,ଗଞ୍ଜାମ,ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି,କନ୍ଧମାଳ ,ଢେଙ୍କାନାଳ,ଖୋର୍ଦ୍ଧା,କଟକ,ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରହିବ l ସେହିପରି ମାଲକାନଗିରି,ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର,ବରଗଡ଼, ସୋନପୁରରେ ଶନିବାର କମିଛି ବର୍ଷା। ଆଜିଠାରୁ ବହୁ ପରିମାଣରେ କମିବ ବର୍ଷା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଆଜି ଦକ୍ଷିଣ ଉପକୂଳ, ଉପକୂଳ ଓଡ଼ିଶା,ମାଲକାନଗିରି, କୋରାପୁଟ,ରାୟଗଡ଼ା, ଗଞ୍ଜାମ ,ଗଜପତିରେ ହାଲକା ବର୍ଷା। ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ରହିବ ଘନ କୁହୁଡ଼ି ପରିଲକ୍ଷିତ ହେବ। ସବୁ ବନ୍ଦର ପାଇଁ ସିଗ୍ନାଲ ୧ କରାଯାଇଛି। ପାଗ କୁହୁଡ଼ିଆ ସହ ମେଘୁଆ ରହିବ।ଦକ୍ଷିଣ ଓଡ଼ିଶା ଉପକୂଳକୁ ଯିବାକୁ ଶନିବାର ମତ୍ସ୍ୟଜୀବୀଙ୍କୁ ମନା ହୋଇଛି। ନୟାଗଡ଼ ସହ ୬ ଟି ଜାଗାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୪୮ ଘଣ୍ଟା ହେବ ଘନ କୁହୁଡ଼ି।ଦିନ ତାପମାତ୍ରା କମିଛି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ। କିନ୍ତୁ ରାତ୍ରି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିଛି। ଆଗାମୀ ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ରୁ ୪ ଡିଗ୍ରୀ କମିବା ରାତ୍ରି ତାପମାତ୍ରା ।
State
ଦ କୁଇଭର ବ୍ୟୁରୋ :- କ୍ୟାଲେଣ୍ଡର ବର୍ଷ-୨୦୨୪ ସରିସରି ଆସୁଛି। ବର୍ଷ ଶେଷ ହେଉଥିବାରୁ ଯୁବପିଢ଼ି ଏକ ପ୍ରକାର ଉତ୍ସାହିତ ଲୟରେ ଦେଖାଯାଉଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ବର୍ଷର ଅନ୍ତିମ ସପ୍ତାହରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଅଧିକ ଭିଡ଼ ରହିପାରେ। ମନ୍ଦିର, ପାହାଡ଼ ନିକଟରେ ଥିବା ଜଳପ୍ରପାତ, ବେଳାଭୂମି ନିକଟ ଝାଉଁବଣ, ନଦୀ-ନାଳକୂଳରେ ଭୋଜିର ଆସର ଅଧିକ ଜମିବ। ସବୁଠାରୁ ବର୍ଷର ଶେଷ ରାତିରେ ଓ ନୂଆବର୍ଷର ପ୍ରଥମ ରାତିରେ ଜୋରଦାର ଉତ୍ସବ ପାଳନ ହେବ। ଜିରୋ ନାଇଟ୍ ଭାବେ ଅଧିକ ଜଣାଶୁଣା ଏହି ମୁହୂର୍ତ୍ତ ତଥା ୨୦୨୫ ଜାନୁଆରି ୧ ତାରିଖ ରାତି ୧୨ଟା ପରଠାରୁ ବିଳମ୍ବିତ ସମୟ ଯାଏଁ ଯୁବପିଢ଼ି ଅଧିକ ଉତ୍ସାହିତ ହେବେ। ଗ୍ରାମାଞ୍ଚଳ ତୁଳନାରେ ସହରିଆ ଲୋକେ ଅଧିକ ମଜାମସ୍ତି କରିବେ। ଆସନ୍ତା ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ବୋଲି କୁହାଯାଇଛି। ଅବକାରୀ ବିଭାଗର ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବକାରୀ କମିସନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି।ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଏବେ ଠାରୁ ବଡ଼ବଡ଼ ହୋଟେଲ, ରେଷ୍ଟୁରାଣ୍ଟ, ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗନ୍ତୁକମାନଙ୍କ ପାଇଁ ହୋଟେଲଗୁଡ଼ିକରେ ପ୍ୟାକେଜ୍ ବ୍ୟବସ୍ଥା ହୋଇଛି। ଇଭେଣ୍ଟ୍ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଜିରୋନାଇଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୂଆବର୍ଷରେ ନିଶା କାରବାର ଅଧିକ ହୋଇପାରେ। ତେବେ ଏସବୁକୁ ଦୃଷ୍ଟିରେ ରଖି ସରକାର କଟକଣା ଲଗାଇଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗ କଟକଣା ଲାଗୁ କରିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ବୋଲି କୁହାଯାଇଛି। ଅବକାରୀ ବିଭାଗର ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବକାରୀ କମିସନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି।
State,Politics,National
ନୂଆଦିଲ୍ଲୀ(ଦ କୁଇଭର): ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂସଦରେ ଭାଷଣ ତାତି ସାରା ଦେଶରେ ଦେଖା ଦେଇଛି । କଂଗ୍ରେସ ଏହାକୁ ଗଣ୍ଠି କରି ଏବେ ସାରା ଦେଶରେ ଆନେ୍ଦାଳନ ଆରମ୍ଭ କରିଛି । କେବଳ ଦେଶରେ ନୁହେଁ, ସଂସଦରେ ମଧ୍ୟ ଶାହଙ୍କ ଭାଷଣ ବିରୋଧରେ ନାନା କଥା କହିବା ସହ ଗୃହ ଚଳାଇ ଦେଉ ନାହାନ୍ତି । ଶାହ ବାବା ସାହେବ ଆମ୍ବେଦକରଙ୍କୁ ନେଇ କହିଥିବା ଶବ୍ଦକୁ ଧରିଛି କଂଗ୍ରେସ । ଆମ୍ବେଦକରଙ୍କୁ ଅସମ୍ମାନ କରିଛନ୍ତି ଶାହ । ତେଣୁ କ୍ଷମା ମାଗନ୍ତୁ ବୋଲି ଦାବି କରି ଏପରି ହଙ୍ଗାମା ହେଉଛି । ଅନ୍ୟପକ୍ଷରେ କଂଗ୍ରେସ ଶାହଙ୍କ କଥାକୁ ବିକୃତ କରୁଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ସଂସଦ ପରିସରରେ ଧାରଣା ଦେଇଛନ୍ତି ।
କଂଗ୍ରେସର ଅଭିଯୋଗ, ସମ୍ବିଧାନ ଉପରେ ସଂସଦରେ ଚାଲିଥିଲା ଚର୍ଚ୍ଚା । ସମ୍ବିଧାନକୁ ୭୫ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟସଭାରେ ଏହି ଚର୍ଚ୍ଚା କାଳରେ ଗୃହ ମନ୍ତ୍ରୀ ଶାହ କହିଲେ, ଏହା ଏକ ଫେସନ ହୋଇଗଲାଣି । ଯେଉଁଠି ଶୁଣ ଆମ୍ବେଦକର... ଆମ୍ବେଦକର... । ଏତିକି ଥର ଯଦି ଭଗବାନଙ୍କ ନାମ ନିଅନ୍ତେ, ତେବେ ସାତ ଜନ୍ମ ପର୍ୟ୍ୟନ୍ତ ସ୍ୱର୍ଗ ମିଳି ଯାଇଥାନ୍ତା । ଆମ୍ବେଦକର କ’ଣ ଭଗବାନ ହୋଇ ଗଲେ କି? ଶାହଙ୍କ ଏହି କଥାକୁ ନେଇ ଏବେ ତାତିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ଶାହଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଦାବି ରଖିଛନ୍ତି ।
ଏହାପରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଶାହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଏହି ବିକ୍ଷୋଭ କାଳରେ ଶାହଙ୍କ କୁଶପୂତ୍ତଳିକା ଦାହ କରାଯାଉଛି । କେବଳ ସେତିକି ନୁହେଁ ଚାରିଆଡ଼େ ଶାହଙ୍କ ଇସ୍ତଫା ଦାବି କରାଯାଉଛି । ଏନେଇ କଂଗ୍ରେସ ଆନେ୍ଦାଳନକୁ ବ୍ୟାପକ କରୁଛି । ସଂସଦରେ ମଧ୍ୟ କଂଗ୍ରେସ ପୂରା ହଙ୍ଗାମା କରୁଛି । ଗୃହ ଚଳାଇ ଦେଉ ନାହିଁ । ଗୃହ ବୁଧବାର ଅଚଳ କରିଦେଇଥିଲା କଂଗ୍ରେସ । ଗୁରୁବାର ମଧ୍ୟ ସେହି ଆଭିମୁଖ୍ୟରେ ରହିଛି କଂଗ୍ରେସ ଦଳ ଓ ତାର ସହଯୋଗୀମାନେ । ବିଜେପି ଓ ସମର୍ଥକ ଦଳର ସାଂସଦମାନେ ଶାହଙ୍କ ସପକ୍ଷରେ ମତ ଦେଉଛନ୍ତି । କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଶାହଙ୍କ ସପକ୍ଷରେ କହିବାକୁ ଯାଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଲେଣି । ଗୁରୁବାର ବିଜେପି ସଦସ୍ୟମାନେ ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ କଂଗ୍ରେସ ବିରୋଧରେ ଧାରଣା ଦେଇଛନ୍ତି । ହେଲେ କୌଣସି ପ୍ରକାର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଲାଗିଛି କଂଗ୍ରେସ । କଂଗ୍ରେସ ଏବେ ନୂଆ ଅଭିଯୋଗ ଆଣିଛି ଶାହଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବାରୁ କଂଗ୍ରେସ ଏମପି ମାନଙ୍କୁ ଏକ୍ସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି ।
ଏପରି ପ୍ରତିବାଦ ପରେ ଶାହ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସ ସବୁବେଳେ କଥାକୁ ବିକୃତ କରି ଉପସ୍ଥାପନ କରିବାରେ ଅଭ୍ୟସ୍ତ । ଅମ୍ବେଦକରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଆଦର ରହିଛି । ମାତ୍ର କଂଗ୍ରେସ ଓ ଅନ୍ୟମାନେ ଯେପରି ଆମ୍ବେଦକରଙ୍କ ନାମକୁ ଅପବ୍ୟବହାର କରୁଛନ୍ତି ସେଭଳି ସ୍ଥିତି ନକରନ୍ତୁ ବୋଲି ମୁଁ କହିଥିଲି । ମୋର ମନ୍ତବ୍ୟକୁ କଂଗ୍ରେସ ଭାଙ୍ଗିଭୁଙ୍ଗି ଉପସ୍ଥାପନ କରି ଦେଶରେ ଅସନ୍ତୋଷ ସୃଷ୍ଟି କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଶାହ । ସେ ଯାହା ହେଉ ଏବେ ଶାହଙ୍କ ମନ୍ତବ୍ୟ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସଂସଦକୁ ପ୍ରଭାବିତ କଲାଣି । ଦେଖାଯାଉ ଶାହଙ୍କ କଥାକୁ କଂଗ୍ରେସ ଆଜି ଛାଡ଼ି ଦେଉଛି ନା ଆଗକୁ ଜାରି ରଖୁଛି?
State,Farming
ଦ କୁଇଭର ବ୍ୟୁରୋ :- ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆପଣ ଯୁଆଡ଼େ ଯାଆନ୍ତୁ ବିଲ ବାଡ଼ିରେ ବତୁରି ଯାଇଛି କଟା ହୋଇଥିବା ଧାନ। ୨ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଚାଷୀର ଭାତ ହାଣ୍ଡିକୁ ଉଜାଡ଼ି ଦେବା ପରେ ଏବେ ବୁଦ୍ଧିଶୂନ୍ୟ ହୋଇପଡ଼ିଛନ୍ତି ଚାଷୀକୂଳ। ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ,କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ,ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା। ପୂର୍ବ ଓଡ଼ିଶା ଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଚାଷୀ ବି ସୁରକ୍ଷା ଦେଇ ପାରିନି ଫସଲକୁ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ହେଉ କିମ୍ବା ଗଜପତି ଜିଲ୍ଲା ମୋହନା। ସବୁଠି ଅମଳ ଧାନ କ୍ଷେତ ମଝିରେ ଗଜା ହେବା ସୁନିଶ୍ଚିତ।
National,State
ଦ କୁଇଭର ବ୍ୟୁରୋ :- ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା । ଭୁବନେଶ୍ବରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ । ଆଉ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଏନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ।ପ୍ରାୟତଃ ଭୁବନେଶ୍ୱରରେ ଡିସେମ୍ବର ୧୫ରୁ ୨୭ ତାରିଖ ଯାଏ ପ୍ରାୟ ୧୨ ଦିନ ଧରି ଦିନର ଲମ୍ବ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୋଇଥାଏ । ଆଜି ସୁନ୍ଦରଗଡ଼ରେ ଦିନ ୧୦ ଘଣ୍ଟା ୪୭ ମିନିଟ୍ ଓ ମାଲକାନଗିରିରେ ଦିନର ଲମ୍ବା ୧୧ ଘଣ୍ଟା ୦୧ ମିନିଟ୍ ରହିବ । ସେହିପରି ଦିଲ୍ଲୀ ଓ କନ୍ୟାକୁମାରୀରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ। ପ୍ରତିବର୍ଷ ଡିସେମ୍ୱର ୨୨ରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ।
ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ବା ଦିନର ଲମ୍ବ ବଡ଼ ହେବାକୁ ଆରମ୍ଭ ହୁଏ। ତେଣୁ ଡିସେମ୍ବର ୨୫କୁ ‘ବଡଦିନ’ ରୂପେ ପାଳନ କରାଯାଏ ।
Politics
ବ୍ରହ୍ମପୁର ( ଦ କୁଇଭର ):- ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। ବୈଠକରେ ଉଚ୍ଚବାଚ ବି ହୋଇଥିବା ସୂଚନା ରହିଛି। ଶଙ୍ଖ ଭବନରେ ସମାଧାନ ନହେବାରୁ ଶେଷରେ ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟି ଫେରାଦ ହେଲେ। ବ୍ରହ୍ମପୁର ମେୟର ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ସହ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କର୍ପୋରେଟର ଗୋଷ୍ଠୀ ଭିତରେ କନ୍ଦଳ ତୀବ୍ର ରୂପ ଧାରଣ କରିଛି। ରାମ ଲିଙ୍ଗମ୍ ଉଦ୍ୟାନ କାମକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଛି। ଉଭୟ ପକ୍ଷ ନବୀନ ନିବାସ ଯାଇ ଫେରିବା ପରେ କହିଛନ୍ତି ଏକାଠି ହୋଇ ଏବେ ଗଞ୍ଜାମରେ କାମ କରିବୁ। ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ମାତ୍ର ସତ କଣ ତାହା ଜଳ ଜଳ ହୋଇ ଦିଶୁଥିଲା।ଗଞ୍ଜାମ କଳି ନବୀନ ନିବାସ ଯାଏ ପହଞ୍ଚିଥିବା ବେଳେ ବିଜେପି କହିଛି, ବିଜେଡି ସଫା ହେଇଯିବ। ବିଜେଡି ଏହାକୁ ଅସ୍ବୀକାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ।
State
ମାଲକାନଗିରି ( ଦ କୁଇଭର ) :- ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ପାଇବେ । କେହିବି ଏଥିରୁ ବଞ୍ଚିତ ହେବେ ନାହିଁ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଗସ୍ତ କରି ଏପରି କହି ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସାହାସ ବଢାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେହିପରି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇବା, ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥି ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ଜନଜାତିର ଅଳଙ୍କାର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭବାତୀ ପରିଡା କହିଛନ୍ତି, ''ବଣ୍ଡା ଘାଟିକେ ସୁଭଦ୍ରା ଯୋଜନା ପହଞ୍ଚି ପାରୁନି ଖବର ମିଳିଥିଲା । ବଣ୍ଡା ଲୋକଙ୍କର ଜୀବନଶୈଳୀ କଣ ତାହା ଦେଖିବାକୁ ମୁଁ ଆସିଥିଲି । ଏଠାରେ ପ୍ରତି ମହିଳାଙ୍କ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏଠାକାର ମହିଳାଙ୍କ ଦାବି ଯେ ତାଙ୍କ ଅଲଙ୍କାର ସେ ରାଜଧାନୀ ବଜାରରେ ଦେଖାଇବାକୁ ଚାହିଁଛନ୍ତି । ତେଣୁ ତାଙ୍କ ପାଇଁ ମିଶନଶକ୍ତି ବଜାରରେ ଷ୍ଟଲ ଦରକାର । ଏଥି ପାଇଁ ଚେଷ୍ଟା କରିବି । ''