Banner Ad

ମକା ବସ୍ତା ସହ ୭ କୁଇଣ୍ଟlଲ ଗଞ୍ଜେଇ ଜବତ

ମକା ବସ୍ତା ସହ ୭ କୁଇଣ୍ଟlଲ ଗଞ୍ଜେଇ ଜବତ
Published by : Jyotshna Kumari
#State
Dec 22, 2024, 1:29 PM

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ରାଙ୍କୁଡl ଗାଁ ନିକଟରେ ଚଢାଉ କରି ମକା ବସ୍ତା ସହ ୭ କୁଇଣ୍ଟlଲ ଗଞ୍ଜେଇ ଜବତ କରିଛି ପୁଲିସ l ତେବେ ଏହି ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ମାଫିଆ ମାନେ ଘଟଣା ସ୍ଥଳରୁ ଚଂପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମଧ୍ୟାହ୍ନ ସମୟରେ ରାଙ୍କୁଡl ଗାଁ ନିକଟରେ କିଛି ମକା ବସ୍ତା ସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣି ଚଢାଉ କରିଥିଲା l ଚଢାଉ ବେଳେ ୧୪୦ ଟି ମକା ବସ୍ତା ସହ ୨୨ ଟି ଗଞ୍ଜେଇ ବସ୍ତା ଚାଲାଣ ପାଇଁ ରଖିଥିଲେ ମାଫିଆ ମାନେ l ତହସିଲଦାର ଚକ୍ରଧର ପଢ଼ିଙ୍କୁପସ୍ଥିତିରେ ୨୨ ଟି ଗଞ୍ଜେଇ ବସ୍ତା ଓଜନ ପରେ ଏଥିରେ ୭ କୁଇଣ୍ଟlଲ ୩ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ପୁଲିସ କହିବା ସହ ବିଦେଶକୁ ଗଲେ ଏହାର ମୂଲ୍ୟ ଚାରିଗୁଣ ହୋଇଥାଏ ବୋଲି ପୁଲିସ ସୁଚନା ଦେଇଛି l ୧୪୦ ଟି ମକା ବସ୍ତା ସହ ଗଞ୍ଜେଇ ଜବତ କରାଯାଇଛି l ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପରେ ଏହି ଗଞ୍ଜେଇ କେଉଁଠି କୁ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି l

Leave a Comment

Comments

No comments yet.

Best Biofloc Fish Farming

ad
Read more

State,Farming

ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ: ସମବାୟ ମନ୍ତ୍ରୀ

Blog Thumbnail

ଦକୁଇଭର ବ୍ୟୁରୋ :- ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀ ଚିନ୍ତାରେ ଅଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ଘୋଷଣା ଚାଷୀଙ୍କ ମନରେ ନୂଆ ଆଶାର ସଞ୍ଚାର କରିବ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି ।ମଣ୍ଡିରେ ଧାନ ଓଦା ହେବା ସମ୍ଭାବନା କମ୍। ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇପାରେ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି।

State

ବିନା ଅନୁମତିରେ ‘ଜିରୋ ନାଇଟ୍‌’ର ଆୟୋଜନ ମନା

Blog Thumbnail

ଦ କୁଇଭର ବ୍ୟୁରୋ :- କ୍ୟାଲେଣ୍ଡର ବର୍ଷ-୨୦୨୪ ସରିସରି ଆସୁଛି। ବର୍ଷ ‌ଶେଷ ହେଉଥିବାରୁ ଯୁବପିଢ଼ି ଏକ ପ୍ରକାର ଉତ୍ସାହିତ ଲୟରେ ଦେଖାଯାଉଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ବର୍ଷର ଅନ୍ତିମ ସପ୍ତାହରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଅଧିକ ଭିଡ଼ ରହିପାରେ। ମନ୍ଦିର, ପାହାଡ଼ ନିକଟରେ ଥିବା ଜଳପ୍ରପାତ, ବେଳାଭୂମି ନିକଟ ଝାଉଁବଣ, ନଦୀ-ନାଳକୂଳରେ ଭୋଜିର ଆସର ଅଧିକ ଜମିବ। ସବୁଠାରୁ ବର୍ଷର ଶେଷ ରାତିରେ ଓ ନୂଆବର୍ଷର ପ୍ରଥମ ରାତିରେ ଜୋରଦାର ଉତ୍ସବ ପାଳନ ହେବ। ଜିରୋ ନାଇଟ୍‌ ଭାବେ ଅଧିକ ଜଣାଶୁଣା ଏହି ମୁହୂର୍ତ୍ତ ତଥା ୨୦୨୫ ଜାନୁଆରି ୧ ତାରିଖ ରାତି ୧୨ଟା ପରଠାରୁ ବିଳମ୍ବିତ ସମୟ ଯାଏଁ ଯୁବପିଢ଼ି ଅଧିକ ଉତ୍ସାହିତ ହେବେ। ଗ୍ରାମାଞ୍ଚଳ ତୁଳନାରେ ସହରିଆ ଲୋକେ ଅଧିକ ମଜାମସ୍ତି କରିବେ। ଆସନ୍ତା ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ବୋଲି କୁହାଯାଇଛି। ଅବକାରୀ ବିଭାଗର ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବକାରୀ କମିସନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି।ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ଏବେ ଠାରୁ ବଡ଼ବଡ଼ ହୋଟେଲ, ରେଷ୍ଟୁରାଣ୍ଟ, ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗନ୍ତୁକମାନଙ୍କ ପାଇଁ ହୋଟେଲଗୁଡ଼ିକରେ ପ୍ୟାକେଜ୍‌ ବ୍ୟବସ୍ଥା ହୋଇଛି। ଇଭେଣ୍ଟ୍‌ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଜିରୋନାଇଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୂଆବର୍ଷରେ ନିଶା କାରବାର ଅଧିକ ହୋଇପାରେ। ତେବେ ଏସବୁକୁ ଦୃଷ୍ଟିରେ ରଖି ସରକାର କଟକଣା ଲଗାଇଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗ କଟକଣା ଲାଗୁ କରିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ବୋଲି କୁହାଯାଇଛି। ଅବକାରୀ ବିଭାଗର ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବକାରୀ କମିସନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି।

National,State

ଆଜି ବର୍ଷର ସବୁଠାରୁ ଛୋଟ ଦିନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା । ଭୁବନେଶ୍ବରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ । ଆଉ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଏନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ।ପ୍ରାୟତଃ ଭୁବନେଶ୍ୱରରେ ଡିସେମ୍ବର ୧୫ରୁ ୨୭ ତାରିଖ ଯାଏ ପ୍ରାୟ ୧୨ ଦିନ ଧରି ଦିନର ଲମ୍ବ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୋଇଥାଏ । ଆଜି ସୁନ୍ଦରଗଡ଼ରେ ଦିନ ୧୦ ଘଣ୍ଟା ୪୭ ମିନିଟ୍ ଓ ମାଲକାନଗିରିରେ ଦିନର ଲମ୍ବା ୧୧ ଘଣ୍ଟା ୦୧ ମିନିଟ୍ ରହିବ । ସେହିପରି ଦିଲ୍ଲୀ ଓ କନ୍ୟାକୁମାରୀରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ। ପ୍ରତିବର୍ଷ ଡିସେମ୍ୱର ୨୨ରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ।


ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ବା ଦିନର ଲମ୍ବ ବଡ଼ ହେବାକୁ ଆରମ୍ଭ ହୁଏ। ତେଣୁ ଡିସେମ୍ବର ୨୫କୁ ‘ବଡଦିନ’ ରୂପେ ପାଳନ କରାଯାଏ ।

State

ରମ୍ଭା ଥାନା ଅଞ୍ଚଳରେ ସିରିଜ ମନ୍ଦିର ଚୋରି ଘଟଣା,୩ ଅଭିଯୁକ୍ତ ଗିରଫ

Blog Thumbnail

ରମ୍ଭା( ଦ କୁଇଭର ):- ସିରିଜ ମନ୍ଦିର ଚୋରି ଘଟଣାରେ ରମ୍ଭା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ରମ୍ଭା ଥାନା ଅଞ୍ଚଳରେ ହୋଇଥିବା ସିରିଜ ମନ୍ଦିର ଚୋରି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୫ଟି ଆଇରନ ରୋଡ଼, ହାତୁଡ଼ି ,ନଗଦ ୧୨୫୦ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମ୍ଭା ଥାନା ଅଞ୍ଚଳର ବି ରାଜୁ ପ୍ରଧାନ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମର ଏସ ବାବୁଲା ଓ ମଲାଡ଼ ଗୋଡିବନ୍ଧ ଗ୍ରାମର ଏ. ରାମଚନ୍ଦ୍ର । ଏହି ଅଭିଯୁକ୍ତମାନେ ୭ଟି ମନ୍ଦିର ଓ କିଛି କିରାଣୀ ଦୋକାନୀରୁ ଚୋରି କରିଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି ।

State,Farming

ଓଡିଶାକୁ ଗହମ ବୋଝ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟ ମୁଣ୍ଡରେ ଏବେ ଗହମ ବୋଝ। ଉତ୍ତରପ୍ରଦେଶକୁ ହାଲୁକା କରିବା ପାଇଁ କେନ୍ଦ୍ର ଓଡ଼ିଶାକୁ ଜବରଦସ୍ତି ୧.୯୯ ଲକ୍ଷ କ୍ବିଣ୍ଟାଲ୍‌ ଗହମ ଆବଣ୍ଟନ କରିଛି। ଏଥିରୁ ୩୦ ହଜାର କ୍ବିଣ୍ଟାଲ୍‌ ଗହମ ରାଜ୍ୟ ଯୋଗାଣ ନିଗମ ଗୋଦାମରେ ରହିଛି। ଏହାକୁ ନେଇ ସରକାର ଚିନ୍ତାରେ। ଯଥାଶୀଘ୍ର ଏହି ଗହମ ଫେରାଇ ନେବାକୁ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ ଅନୁରୋଧ କରିବା ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପ୍ରଥମ ପସନ୍ଦ ମଧ୍ୟ ଚାଉଳ। ଏହାକୁ ଦୃଷ୍ଟିରେ ରଖି ରାସନ୍‌ କାର୍ଡରେ ପୂର୍ବରୁ ନବୀନ ପଟ୍ଟନାୟକ ସରକାର କେବଳ ଚାଉଳ ଦେଉଥିଲେ। ନୂଆ ସରକାର ବି ଏହି ଧାରା ଭାଙ୍ଗିନାହାନ୍ତି। କିନ୍ତୁ ଅଚାନକ ସେପ୍ଟେମ୍ବର ମାସରେ କେନ୍ଦ୍ର ଓଡ଼ିଶାକୁ ଗହମ ଦେଇଥିଲା। ବାଧ୍ୟ ହୋଇ ଓଡ଼ିଶା ସରକାର ଘୋଷଣା କରିଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହିତ ଗହମ ଦିଆଯିବ। ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଗହମର ମାତ୍ରାଧିକ ଉତ୍ପାଦନକୁ ଦୃଷ୍ଟିରେ ରଖି ସେଠାକାର ବଳକା ଗହମର ଚାପ ହ୍ରାସ ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଏହାକୁ ଯୋଗାଇ ଦିଆଯାଇ ଥିଲା।ଇତିମଧ୍ୟରେ ଓଡ଼ିଶାରେ ନଭେମ୍ବର ମାସରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ରବିରେ କଷ୍ଟମ୍‌ ମିଲିଂର ଚାଉଳ ରାଜ୍ୟ ଯୋଗାଣ ନିଗମ ଏବଂ ଏଫ୍‌ସିଆଇକୁ ପହଞ୍ଚୁଛି। ଏହି କ୍ରମରେ ରାଜ୍ୟ ପାଇଁ ବଡ଼ ସମସ୍ୟା ହେଲା, ସଂଗୃହୀତ ଧାନ ଏବଂ ଚାଉଳ ସଂରକ୍ଷଣ ପାଇଁ ଗୋଦାମର ଅଭାବ। ଯେଉଁ ଗୋଦାମରେ ଚାଉଳ ରଖାଯାଇପାରନ୍ତା ସେଠାରେ ଗହମ ଗଦା ହୋଇ ରହିଥିବାରୁ ସ୍ଥାନାଭାବ ରହିଛି। ଆହୁରି ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଦଳରେ ଗହମ ବାଣ୍ଟିଲେ ପ୍ରଥମତଃ ହିତାଧିକାରୀ ଏହାକୁ ନେବେ ନାହିଁ। ଦ୍ବିତୀୟତଃ ବଳକା ଚାଉଳ ପଡ଼ି ରହିବାର ଆଶଙ୍କା ରହିଥିଲା। ତେଣୁ ଓଡ଼ିଶା ସରକାର ପୂର୍ବପରି ଗହମ ବଦଳରେ ଚାଉଳ ବାଣ୍ଟିବାକୁ ନିଷ୍ପତ୍ତି ନେଇ କେନ୍ଦ୍ରକୁ ଜଣାଇଥିଲେ। ଏଥିସହ ରାଜ୍ୟର ପିଡିଏସ୍‌ କେନ୍ଦ୍ରରେ ଗହମ ଯୋଗାଣକୁ ବନ୍ଦ କରି ଦେଇଥିଲେ। ସେହି କୋଟାରେ ଚାଉଳ ପହଞ୍ଚିଥିଲା। ବର୍ତ୍ତମାନ ଏଫସିଆଇ ଏବଂ ଯୋଗାଣ ନିଗମ ଗୋଦାମରେ ସ୍ଥାନାଭାବ ଦୂର ପାଇଁ ଗହମ ଫେରାଇ ନେବାକୁ ଚିଠି ଲେଖାଯାଇଥିଲେ ହେଁ ସେମାନେ ନିରବ।

State

ବଣ୍ଡା ଜନଜାତି ଅଳଙ୍କାର ପିନ୍ଧି ବୁଲିଲେ ଉପ ମୁଖ୍ୟମନ୍ତ୍ରୀ

Blog Thumbnail

ମାଲକାନଗିରି ( ଦ କୁଇଭର ) :- ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ପାଇବେ । କେହିବି ଏଥିରୁ ବଞ୍ଚିତ ହେବେ ନାହିଁ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଗସ୍ତ କରି ଏପରି କହି ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସାହାସ ବଢାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେହିପରି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇବା, ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥି ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ଜନଜାତିର ଅଳଙ୍କାର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।


ଉପ ମୁଖ୍ୟମନ୍ତ୍ରୀ ପ୍ରଭବାତୀ ପରିଡା କହିଛନ୍ତି, ''ବଣ୍ଡା ଘାଟିକେ ସୁଭଦ୍ରା ଯୋଜନା ପହଞ୍ଚି ପାରୁନି ଖବର ମିଳିଥିଲା । ବଣ୍ଡା ଲୋକଙ୍କର ଜୀବନଶୈଳୀ କଣ ତାହା ଦେଖିବାକୁ ମୁଁ ଆସିଥିଲି । ଏଠାରେ ପ୍ରତି ମହିଳାଙ୍କ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏଠାକାର ମହିଳାଙ୍କ ଦାବି ଯେ ତାଙ୍କ ଅଲଙ୍କାର ସେ ରାଜଧାନୀ ବଜାରରେ ଦେଖାଇବାକୁ ଚାହିଁଛନ୍ତି । ତେଣୁ ତାଙ୍କ ପାଇଁ ମିଶନଶକ୍ତି ବଜାରରେ ଷ୍ଟଲ ଦରକାର । ଏଥି ପାଇଁ ଚେଷ୍ଟା କରିବି । ''

State,Politics,National

୨୦ ରାଜ୍ୟରେ ବିଜେପିର ଗର୍ଜନ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ସଂସଦ ପ୍ରବେଶ ଦ୍ୱାରରେ ରାହୁଲଙ୍କ ହିଂସାକାଣ୍ଡକୁ ନେଇ ତାତିଛି ବିଜେପି । ପୂର୍ବରୁ ଆମ୍ବେଦକରଙ୍କ ପ୍ରସଙ୍ଗରେ କଂଗ୍ରେସ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରୁଥିଲା । ଏପରିକି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବାକୁ ବାଧ୍ୟ ହୋଇଥିଲେ । ଏହି ମାଡ଼କୁ ବିଜେପି ଭୁଲି ନାହିଁ । କଂଗ୍ରେସର ଇଟା ମାଡ଼ର ଜବାବ ଏବେ ବିଜେପି ପଥରରେ ଦେଉଛି । ରାହୁଲଙ୍କ ଠେଲାପେଲା ଓ ଧକ୍କାମୁକାରେ ଓଡ଼ିଶା ସାଂସଦ ପ୍ରତାପ ଷଢ଼ଙ୍ଗୀ ଓରଫ ନନା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ବିଜେପି ଦେଶବ୍ୟାପୀ ପ୍ରସଙ୍ଗ କଲାଣି । ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ବିରୋଧ ଓ ଧାରଣ ପ୍ରଦର୍ଶନ କରିବାକୁ ଦଳୀୟ ନିଦେ୍ର୍ଦଶ ଆସିଛି । ସେଥିପାଇଁ ପୂରା ସଜବାଜ ହୋଇଛି ବିଜେପି । ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ବିଜେପି ତାର ପ୍ରଭାବ ଦେଖାଇବାକୁ ଲାଗିଛି ।

ଆମ୍ବେଦକରଙ୍କୁ ସଂସଦର ରାଜ୍ୟସଭାରେ ଶାହ ହତାଦର ଭାଷା ପ୍ରୟୋଗ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା । ଏହାକୁ ନେଇ କଂଗ୍ରେସ ସଂସଦରେ ହୋ ହଲ୍ଲା ଓ ହଙ୍ଗାମା କରିଥିଲା । ଧାରଣା ବି ଦେଇଥିଲା । ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଇଥିଲା । କେବଳ କଂଗ୍ରେସ ନୁହେଁ, କଂଗ୍ରେସ ସହ ଥିବା ଓ କଂଗ୍ରେସ ଠୁ ଦୂରେଇ ଥିବା ବିଜେଡି ଭଳି ଦଳ ଏହାକୁ ନିନ୍ଦା କଲେ । ଶିବସେନା ନେତା ଉଦ୍ଧବ ଠାକରେ ତ ଶାହଙ୍କୁ ନିନ୍ଦା କରିଥିଲେ । ଆମ୍ବେଦକରଙ୍କ ପ୍ରସଙ୍ଗରେ ଶାହଙ୍କ ମନ୍ତବ୍ୟକୁ ଗ୍ରହଣ କରାଗଲା ନାହିଁ । ସବୁଠି ନିନ୍ଦା ହେଲା ।

ହେଲେ ଏହାକୁ ବିରୋଧ କଲେ ବିଜେପି ସଦସ୍ୟମାନେ । କଂଗ୍ରେସ ସଂକ୍ଷିପ୍ତ ମନ ରଖୁଛି । ଭିଡିଓକୁ କଦର୍ଥ କରି ଦେଖାଉଛି । ଶାହ ସେପରି କିଛି ମାନହାନୀ ସୂଚକ କହିନାହାନ୍ତି । ଅନେକ ସଫେଇ ଦେଲା । ଶେଷରେ ବିଜେଡି ଏମପି ସୁଲତା ଦେଓ ବି ଶାହଙ୍କ ଭିଡିଓ ନିଜ ମୋବାଇଲରେ ଆଣି ଦେଖାଇଲେ । କହିଲେ, କେମିତି ସେ ଆମ୍ବେଦକରଙ୍କ ସମ୍ମାନ ହାନୀ କରିଛନ୍ତି । ବାସ୍ତବରେ ଏହି ପ୍ରସଙ୍ଗ ଜନତାଙ୍କ ଉପରେ ଛାଡ଼ି ଦିଆଯିବା କଥା । କାରଣ ଆମ୍ବେଦକର କେବଳ କୌଣସି ରାଜନୈତିକ ଦଳର ନୁହନ୍ତି । ଶାହଙ୍କ ଉପଯୁକ୍ତ ମତକୁ ସର୍ବସାଧାରଣରେ ଛାଡ଼ି ଦେଇ ମତାମତ ଆହ୍ୱାନ କରିବା କଥା । ଯଦି ସାଧାରଣ ଲୋକଙ୍କୁ ବାଧିବ, ତେବେ ତାହାକୁ ରେକର୍ଡରୁ ଅପସାରଣ କରାଯିବା ଉଚିତ । ଅନ୍ୟଥା ଏହାକୁ ନେଇ ଏତେ ପାଲା ଗ୍ରହଣୀୟ ନୁହେଁ ।

ହେଲେ କଂଗ୍ରେସ ଏଥିରୁ ରାଜନୀତି କରିବାକୁ ଆରମ୍ଭ କରିଥିଲା । ବିରୋଧ ଫଳରେ ବିଜେପି ବି ଜବାବ ଦେଲା । ଆନେ୍ଦାଳନ କରିଦେଲା । ସଂସଦର ଗେଟ ନିକଟରେ ଆନେ୍ଦାଳନ କରିବା ବେଳେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ରୋକି ଦେଲେ । ସେଠାରେ ଧକ୍କା ମୁକ୍କା ହେଲା । ଯାହା ହିଂସକାଣ୍ଡ । ଆମ୍ବେଦକରଙ୍କ ଠାରୁ ବହୁ ଉଦ୍ଧ୍ୱର୍ରେ ସଂସଦ । ଶାହ ଯଦି ଆମ୍ବେଦକରଙ୍କୁ ଅସମ୍ମାନ କଲା, ରାହୁଲ ସଂସଦରେ କଳଙ୍କ ଲଗାଇ ଦେଲେ । ଏହାକୁ ଏବେ ଧରିଛି ବିଜେପି ।

ବିଜେପି ଶାସନାଧିନ ଦେଶର ୨୦ଟି ରାଜ୍ୟରେ ଗର୍ଜନ କରିବାକୁ ଧାର୍ଯ୍ୟ କରିଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ତାର ଶକ୍ତି ଦେଖାଇବ । ସାରା ଦେଶରେ ରାହୁଲଙ୍କ ବିରୋଧରେ ଏକ ଅଭିଯାନ ଚଳାଇବ ବୋଲି ସୂଚନା ମିଳିଛି । ସେଥିପାଇଁ ସବୁ ରାଜ୍ୟର ବିଜେପି କର୍ମୀମାନେ ସଜବାଜ ହେଲେଣି । ସେପଟେ ରାହୁଲଙ୍କ ଠେଲାପେଲାରେ ଆହତ ହୋଇଥିବା ନନାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି । ଶୁକ୍ରବାର ସେ ଡାକ୍ତରଖାନାରୁ ଫେରିବେ ବୋଲି କୁହାଯାଉଛି । ଦେଖାଯାଉ ବିଜେପି ରାହୁଲଙ୍କ ପ୍ରସଙ୍ଗକୁ ନେଇ କି ପଦକ୍ଷେପ ନେଉଛି ଓ ସଂସଦ ଅଧିବେଶନ ଆଗକୁ ଚାଲୁଛି ନା ରହି ଯାଉଛି?


State

ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଜାରି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଜାରି ରହିବ । ସେପଟେ ଉପକୂଳ ଓଡ଼ିଶାର ୧ରୁ ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ ଆଉ ବିଶେଷ ବର୍ଷା ହେବନାହିଁ କିନ୍ତୁ ପାଗ କୋହଲା ରହିବ । ବର୍ଷା ଛାଡ଼ିଲା ପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବି ପାଗ ମେଘୁଆ ରହିପାରେ । ସମୁଦ୍ର ଭିତରେ ପବନ ରହିପାରେ ତେଣୁ ପୋର୍ଟ ୱାର୍ଣ୍ଣିଂ ରହିଛି । ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତା ଏଯାଏଁ ଦିଆଯାଇନାହିଁ । ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଆଜି ସନ୍ଧ୍ୟାରୁ ସତର୍କତା ଜାରି କରାଯିବ । ଏବେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିଛି । ୨ରୁ ୩ ଦିନ ପର୍ୟ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ୨ରୁ୪ ଡିଗ୍ରୀ ପର୍ୟ୍ୟନ୍ତ କମିବାର ସମ୍ଭାବନା ରହିଛି ।

National,State

ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ-ରାଜସ୍ଥାନ ଗସ୍ତ

Blog Thumbnail

ଦ କୁଇଭର ବ୍ୟୁରୋ :-'ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜସ୍ଥାନରେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଭାଗ ନେବେ।ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧ ତାରିଖ ରାଜସ୍ଥାନରେ ରହିବାର କାର୍ଯ୍ୟକ୍ରମ ରହିଛି। ତେବେ ୨୧, ୨୨ ଓ ୨୩ ତାରିଖ ଦିଲ୍ଲୀରେ ରହିବେ ବୋଲି କୁହାଯାଉଛି। ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ ଜିଏସଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀ ଏବଂ ଶୀର୍ଷ ନେତୃତ୍ବଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ଥିବା କୁହାଯାଉଛି।

State,Politics,National

ଶାହଙ୍କ ଭାଷଣ ତାତି

Blog Thumbnail



ନୂଆଦିଲ୍ଲୀ(ଦ କୁଇଭର): ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂସଦରେ ଭାଷଣ ତାତି ସାରା ଦେଶରେ ଦେଖା ଦେଇଛି । କଂଗ୍ରେସ ଏହାକୁ ଗଣ୍ଠି କରି ଏବେ ସାରା ଦେଶରେ ଆନେ୍ଦାଳନ ଆରମ୍ଭ କରିଛି । କେବଳ ଦେଶରେ ନୁହେଁ, ସଂସଦରେ ମଧ୍ୟ ଶାହଙ୍କ ଭାଷଣ ବିରୋଧରେ ନାନା କଥା କହିବା ସହ ଗୃହ ଚଳାଇ ଦେଉ ନାହାନ୍ତି । ଶାହ ବାବା ସାହେବ ଆମ୍ବେଦକରଙ୍କୁ ନେଇ କହିଥିବା ଶବ୍ଦକୁ ଧରିଛି କଂଗ୍ରେସ । ଆମ୍ବେଦକରଙ୍କୁ ଅସମ୍ମାନ କରିଛନ୍ତି ଶାହ । ତେଣୁ କ୍ଷମା ମାଗନ୍ତୁ ବୋଲି ଦାବି କରି ଏପରି ହଙ୍ଗାମା ହେଉଛି । ଅନ୍ୟପକ୍ଷରେ କଂଗ୍ରେସ ଶାହଙ୍କ କଥାକୁ ବିକୃତ କରୁଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ସଂସଦ ପରିସରରେ ଧାରଣା ଦେଇଛନ୍ତି ।

କଂଗ୍ରେସର ଅଭିଯୋଗ, ସମ୍ବିଧାନ ଉପରେ ସଂସଦରେ ଚାଲିଥିଲା ଚର୍ଚ୍ଚା । ସମ୍ବିଧାନକୁ ୭୫ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟସଭାରେ ଏହି ଚର୍ଚ୍ଚା କାଳରେ ଗୃହ ମନ୍ତ୍ରୀ ଶାହ କହିଲେ, ଏହା ଏକ ଫେସନ ହୋଇଗଲାଣି । ଯେଉଁଠି ଶୁଣ ଆମ୍ବେଦକର... ଆମ୍ବେଦକର... । ଏତିକି ଥର ଯଦି ଭଗବାନଙ୍କ ନାମ ନିଅନ୍ତେ, ତେବେ ସାତ ଜନ୍ମ ପର୍ୟ୍ୟନ୍ତ ସ୍ୱର୍ଗ ମିଳି ଯାଇଥାନ୍ତା । ଆମ୍ବେଦକର କ’ଣ ଭଗବାନ ହୋଇ ଗଲେ କି? ଶାହଙ୍କ ଏହି କଥାକୁ ନେଇ ଏବେ ତାତିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ଶାହଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଦାବି ରଖିଛନ୍ତି ।

ଏହାପରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଶାହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଏହି ବିକ୍ଷୋଭ କାଳରେ ଶାହଙ୍କ କୁଶପୂତ୍ତଳିକା ଦାହ କରାଯାଉଛି । କେବଳ ସେତିକି ନୁହେଁ ଚାରିଆଡ଼େ ଶାହଙ୍କ ଇସ୍ତଫା ଦାବି କରାଯାଉଛି । ଏନେଇ କଂଗ୍ରେସ ଆନେ୍ଦାଳନକୁ ବ୍ୟାପକ କରୁଛି । ସଂସଦରେ ମଧ୍ୟ କଂଗ୍ରେସ ପୂରା ହଙ୍ଗାମା କରୁଛି । ଗୃହ ଚଳାଇ ଦେଉ ନାହିଁ । ଗୃହ ବୁଧବାର ଅଚଳ କରିଦେଇଥିଲା କଂଗ୍ରେସ । ଗୁରୁବାର ମଧ୍ୟ ସେହି ଆଭିମୁଖ୍ୟରେ ରହିଛି କଂଗ୍ରେସ ଦଳ ଓ ତାର ସହଯୋଗୀମାନେ । ବିଜେପି ଓ ସମର୍ଥକ ଦଳର ସାଂସଦମାନେ ଶାହଙ୍କ ସପକ୍ଷରେ ମତ ଦେଉଛନ୍ତି । କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଶାହଙ୍କ ସପକ୍ଷରେ କହିବାକୁ ଯାଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଲେଣି । ଗୁରୁବାର ବିଜେପି ସଦସ୍ୟମାନେ ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ କଂଗ୍ରେସ ବିରୋଧରେ ଧାରଣା ଦେଇଛନ୍ତି । ହେଲେ କୌଣସି ପ୍ରକାର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଲାଗିଛି କଂଗ୍ରେସ । କଂଗ୍ରେସ ଏବେ ନୂଆ ଅଭିଯୋଗ ଆଣିଛି ଶାହଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବାରୁ କଂଗ୍ରେସ ଏମପି ମାନଙ୍କୁ ଏକ୍ସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି ।

ଏପରି ପ୍ରତିବାଦ ପରେ ଶାହ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସ ସବୁବେଳେ କଥାକୁ ବିକୃତ କରି ଉପସ୍ଥାପନ କରିବାରେ ଅଭ୍ୟସ୍ତ । ଅମ୍ବେଦକରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଆଦର ରହିଛି । ମାତ୍ର କଂଗ୍ରେସ ଓ ଅନ୍ୟମାନେ ଯେପରି ଆମ୍ବେଦକରଙ୍କ ନାମକୁ ଅପବ୍ୟବହାର କରୁଛନ୍ତି ସେଭଳି ସ୍ଥିତି ନକରନ୍ତୁ ବୋଲି ମୁଁ କହିଥିଲି । ମୋର ମନ୍ତବ୍ୟକୁ କଂଗ୍ରେସ ଭାଙ୍ଗିଭୁଙ୍ଗି ଉପସ୍ଥାପନ କରି ଦେଶରେ ଅସନ୍ତୋଷ ସୃଷ୍ଟି କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଶାହ । ସେ ଯାହା ହେଉ ଏବେ ଶାହଙ୍କ ମନ୍ତବ୍ୟ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସଂସଦକୁ ପ୍ରଭାବିତ କଲାଣି । ଦେଖାଯାଉ ଶାହଙ୍କ କଥାକୁ କଂଗ୍ରେସ ଆଜି ଛାଡ଼ି ଦେଉଛି ନା ଆଗକୁ ଜାରି ରଖୁଛି?


National

ଶାହ ହଟନ୍ତୁ, ରାହୁଲଙ୍କୁ ବାନ୍ଧ

Blog Thumbnail



ନୂଆଦିଲ୍ଲୀ(ଦ କୁଇଭର): ଆମ୍ବେଦକର ଓ ସଂସଦରେ କଳଙ୍କରୁ ହଟିଗଲାଣି ପ୍ରସଙ୍ଗ । ଏପରି ଗମ୍ଭୀର ପ୍ରସଙ୍ଗ ରାଜନୀତିର ପଶାପାଲିରେ ହଜିଗଲାଣି । ଏବେ ପ୍ରସଙ୍ଗ ହୋଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଆଉ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଗିରଫ ଦାବି । ଏହାକୁ ନେଇ ସଂସଦ ଠୁ ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ଚାଲିଛି ନାରାବାଜି । କଂଗ୍ରେସ ଓ ବିଜେପି ଏବେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ନା ଦେଶବାସୀଙ୍କ ପ୍ରସଙ୍ଗ ଚର୍ଚ୍ଚାକୁ ଆସୁଛି ନା ଆସୁଛି ଆମ୍ବେଦକରଙ୍କୁ ଅସମ୍ମାନ ଆଉ ସଂସଦରେ ହିଂସା କଥା । ବିଜେପି ବା ଏନଡିଏ ଆଉ କଂଗ୍ରେସ ବା ଇଣ୍ଡିମେଣ୍ଟ ମଧ୍ୟରେ ଶକ୍ତି ପ୍ରଦର୍ଶନ ଚାଲିଛି । କିଏ କେମିତି ଦେଶବାସୀଙ୍କୁ ବିଭ୍ରାନ୍ତ କରିପାରୁଛି ସେଥି ନେଇ ଚାଲିଛି ଲଢ଼େଇ ।

ଆମ୍ବେଦକରଙ୍କୁ ଅସମ୍ମାନ ଆଉ ସଂସଦରେ ମାଡ଼ପିଟ ଭଳି ଘଟଣାରେ ଯେଉଁ ଗରିମା ହାନୀ ହୋଇଛି ସେ କଥାକୁ ମୂଳରେ ରଖିଦେଇ ଏବେ ଚାଲିଛି କ୍ଷମତାର ଲଢ଼େଇ । ଦୀର୍ଘ ୧୦ବର୍ଷ ପରେ ୨୦୨୪ରେ କେନ୍ଦ୍ରରେ ଶକ୍ତ ବିରୋଧୀ ଛିଡ଼ା ହୋଇଛି । ସରକାରଙ୍କୁ କଡ଼ା ମୁକାବିଲ କରିବାକୁ ପୂରା ପ୍ରସ୍ତୁତ । ସେଥିପାଇଁ ସରକାରଙ୍କୁ ସଂସଦରେ ଉଠବସ ବି କରାଇ ଦେଉଛି । ବିରୋଧୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉଛନ୍ତି । ହେଲେ ଅନେକ ଗୁରୁତର ପ୍ରସଙ୍ଗକୁ ଛାଡ଼ି ଦିଗହରା ହେଉଛନ୍ତି । ଏହାକୁ ନେଇ ଚାଲିଛି ଟଣାଓଟରା ।

ସଂସଦରେ ଶାହଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଅଡ଼ି ବସିଛି । ଆଜି ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଶାହ ଅସମ୍ମାନ କରିଥିବା ଦର୍ଶାଇ ଶାହଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ବିରୋଧୀ ଦଳ ସରକାର କ୍ଷମା ମାଗନ୍ତୁ ବୋଲି ମୋସନ ମଧ୍ୟ ଆଗତ କରିଛନ୍ତି । ଗୃହରେ ହୋ ହଲ୍ଲା କରୁଛନ୍ତି ବିରୋଧୀ । କୌଣସି ସ୍ଥିତିରେ ଶାନ୍ତ ହେଉ ନାହାନ୍ତି । ସଂସଦ ଭିତରେ ପୂରା ହଙ୍ଗାମା ଚାଲିଛି ।

ଅନ୍ୟପକ୍ଷରେ ସଂସଦ ଭିତରେ ବିଜେପି କଂଗ୍ରେସକୁ ଜବାବ ଦେଉଥିବା ବେଳେ ସଂସଦ ବାହାରେ ଅର୍ଥାତ ରାଜ୍ୟ, ଜିଲ୍ଲା ଓ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ କଂଗ୍ରେସ ନେତା ରାହୁଲଙ୍କ ବିରୋଧରେ ବିଜେପି ଆନେ୍ଦାଳନ ଆରମ୍ଭ କରିଛି । ରାହୁଲଙ୍କ ବିରୋଧରେ କଡ଼ା ପଦକ୍ଷେପ ଦାବି କରିଛି । ଜଣେ ବୟସ୍କ ସାଂସଦଙ୍କୁ ରାହୁଲ ଠେଲାପେଲା କରି ତଳେ ପକାଇ ଦେଇଥିଲେ । ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡ ମିଳିବା ଦରକାର । ନହେଲେ ତାଙ୍କର ଗୁଣ୍ଡାଗିରି ବଢ଼ିବ ବୋଲି ବିଜେପିର ନେତାମାନେ କହୁଛନ୍ତି । ଏପରିକି କେତେ ବିଜେପି କର୍ମୀ ରାହୁଲଙ୍କୁ ଆତଙ୍କବାଦୀ ଭଳି କାମ କରୁଥିବା ବି କହୁଛନ୍ତି ।

ଏମିତି ସଂସଦ ଠାରୁ ପଞ୍ଚାୟତ ଆଉ ଦିଲ୍ଲୀରୁ ପଲ୍ଲୀ ଯାଏ ଲାଗିଲାଣି ବିବାଦ । କଂଗ୍ରେସ ବିଜେପି ଉପରକୁ କାଦୁଅ ପକାଇଲଣି ତ ବିଜେପି କଂଗ୍ରେସକୁ ପଙ୍କ ପକାଇଲାଣି । ଏମିତି ଟଣାଓଟରାରେ ଆଜି ସଂସଦ କାର୍ଯ୍ୟ ବି ପ୍ରଭାବିତ ହୋଇଛି । ତେବେ ବିରୋଧୀଙ୍କ କଥା ନଶୁଣି ସଂସଦକୁ ଚଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ହୋଇନାହିଁ । ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ବିଜେପି ଏମପି ନିଶିକାନ୍ତ ଦୁବେଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦୁବେ କହିଛନ୍ତି ୨୦୦୧ରେ ପାକିସ୍ତାନୀ ସଂସଦ ଉପରେ ଆକ୍ରମଣ କରିଥିଲେ । ମାତ୍ର ଏବେ ରାହୁଲଙ୍କ ଭଳି ଅର୍ବାନ ନକ୍ସଲ ସଂସଦ ମଧ୍ୟରେ ମାଡ଼ପିଟ କରିଛନ୍ତି । ଗୃହମନ୍ତ୍ରୀଙ୍କ କଥାକୁ ବିଭ୍ରାନ୍ତ କରି ପ୍ରଚାର କରୁଛନ୍ତି ।

କଂଗ୍ରେସ ବି ଆନେ୍ଦାଳନକୁ ଓହ୍ଲାଇଛି । କଂଗ୍ରେସ ନେତ୍ରୀ ପି୍ରୟଙ୍କା ଗାନ୍ଧୀଭଦ୍ରା, ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖରଗେ ଓ ବିରୋଦୀ ଦଳ ଏମପି ମାନେ ଆନେ୍ଦାଳନ କରି ସଂସଦ ଭବନ ଅଭିମୁଖେ ଯାତ୍ରା କରୁଛନ୍ତି । ରାଜନୀତି ଏବେ ତୀବ୍ର ହେଉଛି । ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ଦାବିକୁ ନେଇ ଅଟଳ ରହିଛନ୍ତି । ଦେଖାଯାଉ ଏହି ବିବାଦ ଆଗକୁ କେଉଁ ଆଡ଼କୁ ନେଉଛି?


State

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍‌

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍ । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ED ପକ୍ଷରୁ ରେଡ୍ କରାଯାଉଛି । ଆଜି ସକାଳ ୭ଟାରୁ ED ପକ୍ଷରୁ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ରେଡ୍‌ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ED ରେଡ୍‌ କରୁଛି । ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍‌ କରିଥିବା ଜଣାପଡ଼ିଛି । ତେବେ କେଉଁ ଘଟଣାକୁ ନେଇ ରେଡ୍‌ ହେଉଛି ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିପରି ED ରେଡ୍ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ସୂଚନା ଅନୁସାରେ ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍‌ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ ।

State

ଆଜି ବି ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଗୋପାଳପୁରଠାରୁ ୬୧୦ କିମି ଦୂରରେ ଅବପାତ। ୫ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗକୁ ଅବପାତଟି ଗତି କରୁଛି। ପ୍ରଭାବରେ ଆଜି ବି ଉପକୂଳରେ ବର୍ଷା ଲାଗି ରହିଛି, ୪ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଦକ୍ଷିଣ ଓଡ଼ିଶା ସମୁଦ୍ର କୂଳରେ ୪୦ରୁ ୫୦ କିମିରେ ପବନ ଓ ମଝିରେ ମଝିରେ ପବନର ଝଟକା ୬୦ କିମି ଛୁଇଁପାରେ ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପ୍ରଶାସନ ସ୍ଥିତି ଉପରେ ନଜର ରଖିବା ସହ କ୍ଷୟକ୍ଷତି ହେଲେ ତୁରନ୍ତ ଏନେଇ ରିପୋର୍ଟ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବାକୁ ଥିବା ବେଳେ ଥଣ୍ଡା ବଢିବ, ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇପାରେ। ଲଘୁଚାପ ପ୍ରଭାବରେ ଲଗାତର ଦୁଇ ଦିନ ହେବ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଖବର ସାମ୍ନାକୁ ଆସିଛି।

National

ବିଷ ବଳୟରେ ରାଜଧାନୀ

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ରାଜଧାନୀ ଦିଲ୍ଲୀରେ ଅସମ୍ଭାଳ ହୋଇଛି ପ୍ରଦୂଷଣ ସ୍ଥିତି । ବୁଧବାର ଏକ୍ୟୁଆଇ ୪୪୫ ଥିବା ବେଳେ ଆଜି ଏହା ୪୫୦ ପାର କରିଛି । ଧୂଳି, ଧୂଆଁର ବହଳ ଆସ୍ତରଣରେ ଆକ୍ତାମାକ୍ତା ହୋଇପଡ଼ିଛନ୍ତି ଦିଲ୍ଲୀବାସୀ । ଦୃଶ୍ୟମାନ ଦୂରତା କମ ରହୁଥିବାରୁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ସ୍ଥିତି ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ସହର ଭିତରେ ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ୍‌-୪ ଡିଜେଲ କାର୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସହର ଭିତରେ ଏହି ଗାଡ଼ି ଚଳାଇଲେ ଦେବାକୁ ପଡ଼ିବ ୨୦ ହଜାର ଟଙ୍କା ଜୋରିମାନା । ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ସେପଟେ ପ୍ରତି ଛକରେ ଚେକ୍‌ ପୋଷ୍ଟ କରି ଗାଡ଼ି ଗୁଡ଼ିକର ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଯାଞ୍ଚ କରୁଛି ପୋଲିସ । ପିୟୁସି ନଥିଲେ ୧୦ ହଜାର ଟଙ୍କାର ତଣ୍ଡ ଆଦାୟ କରାଯାଉଛି । ସେପଟେ ପ୍ରଦୂଷଣ ମୁକାବିଲାରେ ଦିଲ୍ଲୀ ସରକାର ଫେଲ୍‌ ମାରିଥିବା କହିଛନ୍ତି ସାଧାରଣ ଜନତା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଧ୍ୟାନରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ହାଇବ୍ରିଡ୍‌ ମୋଡ୍‌ରେ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପରବର୍ତ୍ତି ଆଦେଶ ଆସିବା ଯାଏ ଏକାଦଶ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ସ୍କୁଲରେ ହାଇବ୍ରିଡ୍‌ ମୋଡ୍‌ରେ ପାଠପଢ଼ା ହେବ ।

Politics

ଗଞ୍ଜାମରେ ବିଜେଡି ଫାଳଫାଳ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। ବୈଠକରେ ଉଚ୍ଚବାଚ ବି ହୋଇଥିବା ସୂଚନା ରହିଛି। ଶଙ୍ଖ ଭବନରେ ସମାଧାନ ନହେବାରୁ ଶେଷରେ ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟି ଫେରାଦ ହେଲେ। ବ୍ରହ୍ମପୁର ମେୟର ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ସହ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କର୍ପୋରେଟର ଗୋଷ୍ଠୀ ଭିତରେ କନ୍ଦଳ ତୀବ୍ର ରୂପ ଧାରଣ କରିଛି। ରାମ ଲିଙ୍ଗମ୍ ଉଦ୍ୟାନ କାମକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଛି। ଉଭୟ ପକ୍ଷ ନବୀନ ନିବାସ ଯାଇ ଫେରିବା ପରେ କହିଛନ୍ତି ଏକାଠି ହୋଇ ଏବେ ଗଞ୍ଜାମରେ କାମ କରିବୁ। ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ମାତ୍ର ସତ କଣ ତାହା ଜଳ ଜଳ ହୋଇ ଦିଶୁଥିଲା।ଗଞ୍ଜାମ କଳି ନବୀନ ନିବାସ ଯାଏ ପହଞ୍ଚିଥିବା ବେଳେ ବିଜେପି କହିଛି, ବିଜେଡି ସଫା ହେଇଯିବ। ବିଜେଡି ଏହାକୁ ଅସ୍ବୀକାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ।

State,Farming

ଭାତହାଣ୍ଡି ଉଜାଡ଼ି ଦେଲା ଅଦିନିଆ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆପଣ ଯୁଆଡ଼େ ଯାଆନ୍ତୁ ବିଲ ବାଡ଼ିରେ ବତୁରି ଯାଇଛି କଟା ହୋଇଥିବା ଧାନ। ୨ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଚାଷୀର ଭାତ ହାଣ୍ଡିକୁ ଉଜାଡ଼ି ଦେବା ପରେ ଏବେ ବୁଦ୍ଧିଶୂନ୍ୟ ହୋଇପଡ଼ିଛନ୍ତି ଚାଷୀକୂଳ। ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ,କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ,ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା। ପୂର୍ବ ଓଡ଼ିଶା ଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଚାଷୀ ବି ସୁରକ୍ଷା ଦେଇ ପାରିନି ଫସଲକୁ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ହେଉ କିମ୍ବା ଗଜପତି ଜିଲ୍ଲା ମୋହନା। ସବୁଠି ଅମଳ ଧାନ କ୍ଷେତ ମଝିରେ ଗଜା ହେବା ସୁନିଶ୍ଚିତ।

Shree Jagannath

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍

Blog Thumbnail

ପୁରୀ( ଦ କୁଇଭର ):- ବଦଳିବ ପରିକ୍ରମା ପ୍ରକଳ୍ପର ଡିଜାଇନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍ ପରିବର୍ତ୍ତନ ନେଇ ଆଇନମନ୍ତ୍ରୀଙ୍କ ସୂଚନା । ପୁରୁଣା ଡିଜାଇନରେ କିଛି ଆଡ଼ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ କରାଯିବ । ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଏନେଇ ବିଚାର ବିମର୍ଷ ଚାଲିଛି । ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ପାଇଁ ବି ବ୍ୟବସ୍ଥା ହେବ । ଏନେଇ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ସଠିକ୍ ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ। ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

State

ମକା ବସ୍ତା ସହ ୭ କୁଇଣ୍ଟlଲ ଗଞ୍ଜେଇ ଜବତ

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ରାଙ୍କୁଡl ଗାଁ ନିକଟରେ ଚଢାଉ କରି ମକା ବସ୍ତା ସହ ୭ କୁଇଣ୍ଟlଲ ଗଞ୍ଜେଇ ଜବତ କରିଛି ପୁଲିସ l ତେବେ ଏହି ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ମାଫିଆ ମାନେ ଘଟଣା ସ୍ଥଳରୁ ଚଂପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମଧ୍ୟାହ୍ନ ସମୟରେ ରାଙ୍କୁଡl ଗାଁ ନିକଟରେ କିଛି ମକା ବସ୍ତା ସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣି ଚଢାଉ କରିଥିଲା l ଚଢାଉ ବେଳେ ୧୪୦ ଟି ମକା ବସ୍ତା ସହ ୨୨ ଟି ଗଞ୍ଜେଇ ବସ୍ତା ଚାଲାଣ ପାଇଁ ରଖିଥିଲେ ମାଫିଆ ମାନେ l ତହସିଲଦାର ଚକ୍ରଧର ପଢ଼ିଙ୍କୁପସ୍ଥିତିରେ ୨୨ ଟି ଗଞ୍ଜେଇ ବସ୍ତା ଓଜନ ପରେ ଏଥିରେ ୭ କୁଇଣ୍ଟlଲ ୩ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ପୁଲିସ କହିବା ସହ ବିଦେଶକୁ ଗଲେ ଏହାର ମୂଲ୍ୟ ଚାରିଗୁଣ ହୋଇଥାଏ ବୋଲି ପୁଲିସ ସୁଚନା ଦେଇଛି l ୧୪୦ ଟି ମକା ବସ୍ତା ସହ ଗଞ୍ଜେଇ ଜବତ କରାଯାଇଛି l ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପରେ ଏହି ଗଞ୍ଜେଇ କେଉଁଠି କୁ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି l

State

ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା

Blog Thumbnail

ଦ କୁଇଭର ବ୍ୟୁରୋ :- ଅଲିଭ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ବ୍ୟାପକ ସଚେତନତା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସାଟେଲାଇଟ ଟେଲିମେଟ୍ରି ଜରିଆରେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ଜଣାପଡିଛି ।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି । ଅଲିଭ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ । ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକ କଇଁଛଙ୍କର ଗତିବିଧି ଉପରେ ନଜର ରଖାଯିବ । ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ । ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ଆମର ନୂଆ ପଦକ୍ଷେପ ସ୍ୱରୂପ ଅଣ୍ଡାଦାନ ଋତୁରେ ପାଣି ଭିତରେ ଭିଡ଼ିଓ ଗ୍ରାଫିକୁ ଗୁରୁତ୍ୱ ଦିଆଯାଉଛି । ସାଟେଲାଇଟ ଟେଲିମେଟ୍ରି ଅଧ୍ୟୟନ ଜରିଆରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରଖିବାକୁ ପଦକ୍ଷେପ ନିଆଯାଇଛି । ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ ତରଫରୁ ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ୩ ବର୍ଷିଆ ଅଧ୍ୟୟନ ପାଇଁ ଦିଆଯାଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି । ଏହା ଦ୍ୱାରା ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କର ସ୍ଥାନ ପରିବର୍ତ୍ତନ ଜନିତ ବ୍ୟବହାର, ସମୁଦ୍ର କୂଳରେ ଗତିବିଧି, ସମ୍ଭାବ୍ୟ ଅଣ୍ଡାଦାନ ସ୍ଥାନ, ଅନ୍ୟତ୍ର ଗତିବିଧି ସଂପର୍କିତ ପ୍ରବାସୀ ଆଚରଣ ସଂପର୍କରେ ନଜର ରହିବ । ଯାହା ଦ୍ୱାରା ଏହି ବିରଳ ସାମୁଦ୍ରିକ ଜୀବର ସୁରକ୍ଷା ଓ ସଂରକ୍ଷଣ ଦିଗରେ ପରିଚାଳନା ଅଧିକ ସହଜ ହୋଇପାରିବ ।ଦାୟିତ୍ୱ ଏବଂ କର୍ତ୍ତବ୍ୟ । ବିଗତ ବର୍ଷ ଗୁ଼ଡ଼ିକ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ସମସ୍ତ ସହଯୋଗ ଦିଆଯାଉଛି ।’