ବ୍ରହ୍ମପୁର( ଦ କୁଇଭର ):-- ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଅଜିତ କୁମାର ପାଢୀଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ସଫଳତା ।
- ଚୋରି ଘଟଣାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ନିମଖଣ୍ଡି ଥାନା ପୋଲିସ ।
- ଗିରଫ ଅଭିଯୁକ୍ତଙ୍କ ଠାରୁ ୧୬୮ ଗ୍ରାମ ସୁନା ଅଳଙ୍କାର, ୨୦୦ ଗ୍ରାମ ରୁପା ଅଳଙ୍କାର, ୨ ଲକ୍ଷ ୨ ହଜାର ଟଙ୍କା ଗୋଟିଏ ମୋଟର ସାଇକେଲ ଜବତ ।
- ଗିରଫ ଅଭିଯୁକ୍ତ ମାନେ ହେଲେ ସନ୍ତୋଷ ସାହୁ, ଦୀପକ ମହାପାତ୍ର, ଏସ.କେ.ସଦାମ ।
- ଚୋରି ସୁନାକୁ ଗ୍ରହଣ କରିବା ଅଭିଯୋଗର ବଡ଼ବଜାର ଅଞ୍ଚଳର ସୁନା ବ୍ୟବସାୟୀ ଏ.ଶ୍ରୀନୁକୁ ଗିରଫ କରିଛି ନିମଖଣ୍ଡି ଥାନା ପୋଲିସ ।
- ଗିରଫ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ସୁନା ଅଳଙ୍କାର ୫ଟି ଘରୁ ଚୋରି ହୋଇଥିଲା ।
- ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି ।
- ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠୀ ।