Banner Ad

ମୁଖ୍ୟମନ୍ତ୍ରୀଙ୍କ ଇଜ୍ଜତ ସାରିଦେଲେ

ମୁଖ୍ୟମନ୍ତ୍ରୀଙ୍କ ଇଜ୍ଜତ ସାରିଦେଲେ
Published by : Chinmay Pati
#Politics
Nov 9, 2024, 2:51 PM

ଭୁବନେଶ୍ୱର(ଦ କୁଇଭର): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ କିଏ? କିଏ ତାଙ୍କ ନିଷ୍ପତ୍ତିକୁ ରୋକୁଛି? କାହା ନିଦେ୍ର୍ଦଶରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ବି ବାଟବଣା ହୋଇଯାଉଛି? ରାଜ୍ୟରେ ସତରେ ମୋହନଙ୍କ ସରକାର ଚାଲିଛି ନା ଆଉ କାହାର ସରକାର ଏଠି ଚାଲିଛି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଆରଏସଏସ ସଂଗଠନର ମାର୍ଗଦର୍ଶନରେ ଚାଲିଥିବା ଓଡ଼ିଶା ବିଜେପି ସରକାର ସତରେ କ’ଣ ଏତେ ଦୁର୍ବଳ? ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ପରେ ବି ତାହା କାର୍ଯ୍ୟକାରୀ ହେଉନାହିଁ? ଏହା ମୋହନଙ୍କ ଦୁର୍ବଳତା ନା ମୋହନଙ୍କ ବିରୋଧରେ କାହାର ଷଡ଼ଯନ୍ତ୍ର? ନହେଲେ ମୋହନଙ୍କ ଇଜ୍ଜତ କାହିଁକି ନଷ୍ଟ କରାଗଲା? କାହିଁକି ତାଙ୍କ ନିଦେ୍ର୍ଦଶକୁ ଡଷ୍ଟବିନରେ ପକାଗଲା? ଏପରି ପ୍ରଶ୍ନ ବାରମ୍ବାର ଉଠିଲାଣି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ଉଠିଥିବା ପ୍ରଶ୍ନ ପଛରେ ଅନେକ କାରଣ ରହିଛି । ସେଥିମଧ୍ୟରୁ ସଦ୍ୟ କାରଣଟି ହେଉଛି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ଓ ସଦସ୍ୟା ମାନଙ୍କୁ ନେଇ । ୧୫ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପା ତୃତୀୟ ମହଲାରୁ ଘୋଷଣା କରାଗଲା, ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଓ ୪ ସଦସ୍ୟାଙ୍କୁ ବରଖାସ୍ତ କରାଗଲା । ତାଙ୍କର ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା । କେବଳ ସେତିକି ନୁହେଁ, ମହିଳା ଓ ଶିଶୁ ବିକାଶ ବିଭାଗ ତାଙ୍କୁ କୈଫିୟତ ମାଗିଥିଲା । ୧୨ଘଣ୍ଟା ମଧ୍ୟରେ କୈଫିୟତ ଦେବାକୁ ବି କହିଥିଲା । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଏବଂ ବିଭାଗର କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟରେ ଏକ କ୍ରିୟାଶୀଳ ମହିଳା କମିସନ ବସିବେ ବୋଲି ଆଶା ଥିଲା ।

ହେଲେ ଏବେ ଦେଖିଲା ବେଳକୁ ସବୁ ଢ଼ୋ । ମୁଖ୍ୟମନ୍ତ୍ରୀ ଯାହାଙ୍କୁ ବରଖାସ୍ତ କରିଥିଲେ, ସେ ଏବେ ବି ମହିଳା କମିସନ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି । ଶୁକ୍ରବାର କଟକ ଛାତ୍ରୀ ଗଣଦୁଷ୍କର୍ମ ପ୍ରସଙ୍ଗରେ ସେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଯଦି ସେ ଗାଦି ଛାଡ଼ିଲେ ନାହିଁ, ବିଭାଗର କୈଫିୟତ କଥା କିଏ ପଚାରେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ତାଙ୍କୁ ସେହି ପଦରେ ଏପର୍ଯ୍ୟନ୍ତ କିଏ ବସାଇଛି । କାହା କଥାରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ହୋଇ ନାହିଁ? କିଏ ସେ ପ୍ରଭାବଶାଳୀ ନେତା ବା ଅଫିସର, ଯାହାଙ୍କ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଅପଦସ୍ତ ହେଉଛନ୍ତି?

ଏପରି ପ୍ରଶ୍ନ ଅନେକ ପ୍ରସଙ୍ଗକୁ ନେଇ ଜୋର ହେଉଛି । ଏହାଦ୍ୱାରା ମୋହନଙ୍କ ଭାବମୂର୍ତ୍ତୀ କେବଳ ତଳକୁ ଯାଉନାହିଁ, ବରଂ ବିଜେପିର ଗାରିମା ଲୁଣ୍ଠିତ ହେଉଛି । ଦଳ ବା ଦଳର ଶ୍ରେଷ୍ଠଙ୍କ ଗାରିମାକୁ ହାନୀ କରୁଥିବା କିଏ ସେ ପ୍ରଭାବଶାଳୀ ବ୍ୟକ୍ତି ସେନେଇ ଲୋକଙ୍କ ମଧ୍ୟରେ ନାନା ଚର୍ଚ୍ଚା ଚାଲିଛି । ଏବେ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ମହିଳା କମିସନ ଅଧ୍ୟକ୍ଷା ଭାବେ ମିନତୀଙ୍କୁ ନିୟମିତ କରିବେ ନା ହଟାଇବେ? ଯଦି ହଟାଇବେ, ତେବେ ୧୫ ଦିନ ସେ କେମିତି ରହି କାମ କରୁଥିଲେ? ମୋହନଙ୍କ ଇଜ୍ଜତକୁ କାହିଁକି ଖାଇଦେଲେ ମିନତୀ? ଦେଖାଯାଉ ମୋହନ ଏଦିଗରେ କି ପଦକ୍ଷେପ ନେଉଛନ୍ତି?


Leave a Comment

Comments

No comments yet.

Best Biofloc Fish Farming

ad
Read more

State

ୟୁଥମାସ ସେବା ସଂଘର ୧୫ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ

Blog Thumbnail

ଛତ୍ରପୁର( ଦ କୁଇଭର ):- ୟୁଥମାସ ସେବା ସଂଘର ୧୫ତମ ବାର୍ଷିକ ଉତ୍ସଵ ଜାତୀୟ ଯୁବ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥମାସ୍ ସେବା ସଂଘର ୧୫ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଚଣ୍ଡିଛକରେ ସଭାପତି ବନମାଳୀ ନେପାକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ସଂଘର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ | ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସଂଘର ଉପସଭାପତି କେ.ରମେଶ, ଉପଦେଷ୍ଟା ବି.ଶ୍ରୀନିବାସ, ସେଣ୍ଟ୍ ଜାଭିୟର୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ସ୍ମୃତିରେଖା ବେହେରା, ତ୍ରିଲୋଚନ ବେହେରା ଓ ଏମ.ରାଜେଶ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ପାଦକ ସୟଦ ମୁକ୍ତାର ବାର୍ଷିକ ବିବରଣୀ ପାଠ ସହ ସଂଯୋଜନା କରିଥିଲେ। ବିଶିଷ୍ଟ କଳାକାର, ସାମାଜିକକର୍ମୀଙ୍କ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ବିଭିନ୍ନ ନୃତ୍ୟ ସଂଗଠନର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସେହିପରି ଗତ ସପ୍ତାହରେ ଅନୁଷ୍ଠିତ ଭଲିବଲ୍‌ ଟୁର୍ନାମେଣ୍ଟ୍‌ର ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରାଯାଇଥିଲା ।

State

ଉଦ୍ଧତ ସେବାୟତ, ଖାମଖିଆଲି ସରକାର

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଠାକୁରଙ୍କୁ ନେଇ ତାମସା ଚଲେଇଛନ୍ତି ସେବାୟତ ଓ ସରକାର । ତିନିଦିନ ଧରି ଲିଙ୍ଗରାଜଙ୍କ ନୀତି ବନ୍ଦ। ଉଦ୍ଧତ ସେବାୟତ ମାନେ ସବୁ ସୀମା ପାରକରିଦେଇଛନ୍ତି । ରାଜନୈତିକ ଛତ୍ରଛାୟାରେ ସେବାୟତ ମାନେ ରହୁଥୁବାରୁ ମଣିଷ ମାନୁନାହାନ୍ତି । ମଣିଷତ ଛାଡ଼ ଭଗବାନଙ୍କୁ ବି ମାନୁନାହାନ୍ତି । ସେଥି ପାଇଁ ଲିଙ୍ଗରାଜଙ୍କ ଶହ ଖେଳୁଛନ୍ତି । ଆମେ ଏଥି ପାଇଁ ଏଠି କହୁଛୁ ଲିଙ୍ଗରାଜ ମହାପ୍ରଭୁଙ୍କୁ ୩ ଦିନ ହେଲାଣି ଉପବାସ ରଖିଛନ୍ତି । ନା ମହାପ୍ରଭୁ ସ୍ନାନ ଜଳଲାଗି ହୋଇପାରୁଛନ୍ତି । ନା କୌଣସି ନୀତି ହେଉଛି ।


ଲିଙ୍ଗରାଜଙ୍କୁ ପ୍ରତେକ ସମୟରେ ଜଳଲାଗି କରାଯିବାର ବିଧି ରହିଛି । ବିନା ଜଳଲାଗିରେ ଶିବଙ୍କୁ ରଖାଯାଏ ନାହିଁ । କିନ୍ତୁ ଏଠି ସେବାୟତ ମାନେ ଭଗବାନଙ୍କ ସବୁ ନୀତି ପରମ୍ପରାକୁ ଭାଙ୍ଗିଦେଇ ନିଜ ସ୍ୱାର୍ଥକୁ ଆଗରେ ରଖିଛନ୍ତି । ନୀତିକଲେ ଆଧିପତ୍ୟ ରହିବ ଟଙ୍କା ପାଖରେ । ସେଥିପାଇଁ ସେବାୟତ ମାନେ ପରମ୍ପରାକୁବି ଭାଙ୍ଗି ଦେଇଛନ୍ତି ।


ମକରସଂକ୍ରାନ୍ତି ପୂର୍ବଦିନ ନୀତିକରିବାକୁ ନେଇ ହୋଇଥିବା ବିବାଦ ଆଜି ପର୍ଯ୍ୟନ୍ତ ତୁଟୁନି । ନା ପ୍ରଶାସନ ମୁଣ୍ଡପୁରାଉଛି ନା ଆଇନ ବିଭାଗ । ଭୁବନେଶ୍ୱରରେ ରହୁଥୁବା ଆଇନ ମନ୍ତ୍ରୀ ବି ପ୍ରତି କଥାରେ କଥା କହନ୍ତି । ହେଲେ ଲିଙ୍ଗରାଜ ମହାପ୍ରଭୁ ୩ ଦିନ ହେଲାଣି ଉପବାସ ଅଛନ୍ତି ତାଙ୍କର ନିଦ ବି ଭାଙ୍ଗୁନି । ନିଜ ବିଭାଗଠୁ ଆଗକୁ ଯାଇ ଅନ୍ୟବିଭାଗରେ ମୁଣ୍ଡପୁରାଉଥୁବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ନୈତିକ ଦାୟିତ୍ୱ ବି ନାହିଁ । ଲିଙ୍ଗରାଜମହପ୍ରଭୁଙ୍କର ନୀତି କିଭଳି ଶୃଙ୍ଖଳିତ କରାଯିବ, ସେ ସେଥି ପ୍ରତି ଧ୍ୟାନ ଦେଇନାହାନ୍ତି । ତିନିଦିନପରେ ନିଦ ଭାଙ୍ଗିଛି ଆଇନ ମନ୍ତ୍ରୀଙ୍କର । ତରବର ହୋଇ କହିଛନ୍ତି, ଆଜି ବୈଠକ ହେବ ନିରଯ୍ୟାଶ ବାହାରିବ । ଆମେ କଠୋର ହେବୁ ।


ଭିତିରି ସୂତ୍ରରୁ ଯାହା ଖବର ମିଳିଛି । ବିଜେପି ବିଜେଡିର ବିବାଦ ପାଇଁ ଏଠି ଠାକୁରଙ୍କୁ ବଳି ପକାଯାଉଛି । କିଛି ଅଶୋକ ପଣ୍ଡାଙ୍କ ସମର୍ଥକ ଥିବା ବେଳେ କିଛି ବିଜେପି ସମର୍ଥକ ଏ ବିବାଦକୁ ବଢା଼ଉଚ୍ଛନ୍ତି । ରାଜନୈତିକ ଘିଅ ପଡୁ଼ଥୁବାରୁ ଲିଙ୍ଗରାଜଙ୍କ ନୀତି ବିଗିଡି ଯାଇଛି । ଏଭଳି ସେବାୟତ ଏବଂ ନେତାମାନଙ୍କ ବିରୁଦ୍ଧରେ କି ପଦକ୍ଷପ ହେବା କଥା ତାହା ଜନ ସାଧାରଣ କୁହନ୍ତୁ ଓ ସରକାର ନିଅନ୍ତୁ । ଦେଖାଯାଉ ଆଇନ ମନ୍ତ୍ରୀ ତାଙ୍କ ପଦକ୍ଷେପରେ ସଫଳ ହେଉଛନ୍ତି ନା ସେବାୟତ ମାନେ ତାଙ୍କୁ ଲଲିପପ ଧାରଉଛନ୍ତି ।



Politics

ଆରଏସଏସରେ ଅପରାଜିତା

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିଜେପିରେ ଆରଏସଏସ ବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦବଦବା ବେଶ ଅଧିକ । ଆରଏସଏସ ସହମତି ବା ସମ୍ପୃକ୍ତି ବିନା ବିଜେପିରେ ତିଷ୍ଠିବା କିମ୍ବା ଆଗକୁ ବଢ଼ିବା ସମ୍ଭବ ନୁହେଁ । ଏକଥା ପ୍ରାୟ ସମସ୍ତେ ଜାଣନ୍ତି । ଆରଏସଏସ ବାହାରୁ ଆସି ବିଜେପିରେ ପାଦ ଦେଇଥିବା ଅନେକ ନେତା ଏହି ସମୀକରଣ ବୁଝିବା ବେଳକୁ ଡେରି ହୋଇଯାଏ ଓ ସେମାନେ ଏକଘରିଆ ହୋଇ ରହିଯାଆନ୍ତି । ଏକଥାକୁ ବୁଝି ଗଲେଣି ଅପରାଜିତା । ଅପରାଜିତା ଏବେ ରାଜ୍ୟର ଅନେକ ପୁରୁଖାଙ୍କୁ ଟକ୍କର ଦେବାକୁ ବସିଛନ୍ତି । ରାଜ୍ୟରେ ବିଜେପିର ପ୍ରଭାବ ଓ ପତିଆରା କିପରି ସକରାତ୍ମକ ଦିଗରେ ଚାଲିବ ସେଥିପାଇଁ ଲାଗିଛନ୍ତି । ହେଲେ ତାଙ୍କୁ ବାଟ ଓଗାଳୁଛି ଆରଏସଏସ ବ୍ୟାଜ । ତାଙ୍କ ପାଖରେ ସେହି ବ୍ୟାଜ ନଥିବାରୁ ସେ ଏବେ ଆରଏସଏସର ନିକଟତର ହେବା ଆରମ୍ଭ କରିଛନ୍ତି । ଆରଏସଏସ ପୁରୁଖାଙ୍କ ସହ ବନ୍ଧୁତ୍ୱ ବଢ଼ାଇବା ସହ ଆରଏସଏସ ପ୍ରଭାତ ଶାଖାରେ ସାମିଲ ହେଲେଣି । ଆରଏସଏସର ଶୁଭ ନଜର ଅପରାଜିତାଙ୍କ ଉପରେ ପଡ଼ିଲେ, ସେ ଅନେକ ପୁରୁଖାଙ୍କୁ ଧୂଳି ଚଟାଇ ଦେବେ ବୋଲି କୁହାଯାଉଛି ।

ବିଜେପିରେ ଆରଏସଏସର ପ୍ରାଧାନ୍ୟ କିଏ ନଜାଣେ? ଆରଏସଏସ ଶୁଭ ଦୃଷ୍ଟି ବିନା ବିଜେପିରେ ନିଜର ପରିଚୟ ସୃଷ୍ଟି କରିବା ଏକପ୍ରକାର ଅସମ୍ଭବ । ଯେତେ ଦକ୍ଷତା ଥାଉ ପଛେ, ଆରଏସଏସ ବ୍ୟାଜ ବିନା ବିଜେପିରେ ଆଗକୁ ଯିବା ସମ୍ଭବ ହୋଇ ନଥାଏ । ଏକଥା ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ଜାଣିଗଲେଣି । ଅପରାଜିତା ବିଜେପିର ପ୍ରଭାବ ଓ ପତିଆରାକୁ ସକରାତ୍ମକ ଦିଗରେ ନେବାକୁ ଲାଗିଛନ୍ତି । ହେଲେ ତାଙ୍କ ବାଟ କାଳେ ରୋକୁଛନ୍ତି ଆରଏସଏସର ପୁରୁଣା ବ୍ୟାଜ ଧାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରାଜିତାଙ୍କ ପ୍ରତିଟି କାମକୁ ତାଙ୍କ ଗୋଷ୍ଠୀ ପେଙ୍ଗା କରିଦେଉଛନ୍ତି । ଏପରିକି ରାଜ୍ୟରେ ମୋହନ ସରକାରଙ୍କୁ ଧର୍ମେନ୍ଦ୍ର ରିମୋର୍ଟରେ ଚଳାଉଥିବାର ଦୁର୍ନାମ ଏବେ ବିଜେପିକୁ ଭାରି ପଡ଼ିଲାଣି । ଏକଥା କେନ୍ଦ୍ରୀୟ ନେତୃତ୍ୱ ଶୁଣିଲେ ମଧ୍ୟ ଆରଏସଏସ ସମ୍ପୃକ୍ତି ନେଇ ଚୁପ ରହୁଥିବା କୁହାଯାଉଛି ।

ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଏମପି ଅପରାଜିତା ଷଢ଼ଙ୍ଗୀ ଓ ତାଙ୍କ ସମର୍ଥକ ତଥା ଅନେକ ମନ୍ତ୍ରୀ, ଏମପି ଓ ବିଧାୟକ ମାନଙ୍କୁ ଠିକର କାମ କରାଇ ଦେଉନଥିବା ଚର୍ଚ୍ଚା ହେଉଛି । ସବୁ କିଛି ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ନିୟନ୍ତ୍ରଣ କରୁଛନ୍ତି । ଯାହାଦ୍ୱାରା ରାଜ୍ୟରେ ସରକାର ଠପ ହୋଇଯାଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ରୋଡ଼ ସୋ କରୁନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ଼ ସୋ କରି ନିଜର ପତିଆରା ମୁଖ୍ୟମନ୍ତ୍ରୀଙ୍କ ଠୁ ବି ଅଧିକ ବୋଲି ଦେଖାଉଥିବା କୁହାଯାଉଛି । ହଁ ସେହି ରୋଡ଼ ସୋରେ ମାଡ଼ପିଟ ହେଲେ ପଛେ ହେଉ ସେଥିରୁ ଯାଏ ଆସେ ନାହିଁ । ତାଙ୍କ ଗୋଷ୍ଠୀ ଏବେ କର୍ମୀ ଓ ସୁରକ୍ଷା କର୍ମୀଙ୍କୁ ବି ମାଡ଼ପିଟ କଲେଣି । ଦଳ ଭିତରେ ଭିନ୍ନ ବାତାବରଣ କାଳେ ସୃଷ୍ଟି କରୁଛନ୍ତି । ଯାହା ଦଳକୁ ପ୍ରଭାବିତ କରୁଛି ।

ଆରଏସଏସ ବାହାରୁ ଆସି ବିଜେପିରେ ପ୍ରଭାବ ବିସ୍ତାର କରୁଥିବା ଅପରାଜିତାଙ୍କୁ ଆରଏସଏସ ବ୍ୟାଜ ହିଁ ଆଗକୁ ନେଇ ପାରିବ । ତେଣୁ ସେ ଆରଏସଏସ କ୍ୟାମ୍ପରେ ନିଜକୁ ସାମିଲ କରିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଅପରାଜିତା ଆରଏସଏସ ମୁଖ୍ୟ ମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଯାଇ ଭେଟିବା ସହ ଏବେ ଆଞ୍ଚଳିକ ଶାଖାରେ ବି ସେ ପ୍ରବେଶ କଲେଣି । ଶାଖାର ଅନେକ ପୁରୁଖାଙ୍କ ସହ ମିଶିବା ସହ ପ୍ରଭାତ ଶାଖାରେ ବି ଯୋଗଦେଲେଣି । ମକର ସଂକ୍ରାନ୍ତି ଅବସରରେ ଆରଏସଏସର ପ୍ରଭାତ ଶାଖାରେ ସାମିଲ ହୋଇଛନ୍ତି ଅପରାଜିତା । ଆଗକୁ ଆରଏସଏସର ପ୍ରଭାତ ଶାଖାରେ ସେ ସାମିଲ ହୋଇ ଆରଏସଏସ ଭିତରକୁ ପଶିବାକୁ ତାଙ୍କ ଅଭିଯାନ ଜାରି ରଖିବେ ବୋଲି କୁହାଯାଉଛି । ଆରଏସଏସ ଅପରାଜିତାଙ୍କୁ ଆପଣେଇ ନେଲେ, ଅପରାଜିତାଙ୍କ ରାସ୍ତା ରୋକୁଥିବା ଅନେକ ପୁରୁଖା ଶୂନ ହୋଇଯିବେ ବୋଲି କୁହାଯାଉଛି । ଦେଖାଯାଉ ଅପରାଜିତା ଆରଏସଏସକୁ ପଶି ପାରୁଛନ୍ତି ନା ବାହାରେ ରହିଯାଉଛନ୍ତି?


Education

ରାଜ୍ୟରେ ଲାଗୁ ହେବ ‘ଜାତୀୟ ଶିକ୍ଷା ନୀତି

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବହୁଚର୍ଚ୍ଚିତ ‘ଜାତୀୟ ଶିକ୍ଷା ନୀତି’ (NEP)-୨୦୨୦ । ଆଜି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ଜାରି ବିଜ୍ଞପ୍ତିରେ ଦର୍ଶାଇଛି । ‘ଜାତୀୟ ଶିକ୍ଷା ନୀତି-୨୦୨୦’ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ସରକାର । ଏଥିରେ ୧୩ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି । ଏହି ଟାକ୍ସଫୋର୍ସ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ ବା ଢାଞ୍ଚା ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବ । ସେହି ଆଧାରରେ ରାଜ୍ୟ ସରକାର ଏହି ବହୁଚର୍ଚ୍ଚିତ ଶିକ୍ଷା ସଂସ୍କାର ଅଧିନିୟମକୁ କାର୍ଯ୍ୟକାରୀ କରିବେ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବା ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟଗୁଡିକରେ ଏହି ନୂତନ ଶିକ୍ଷାନୀତି ଲାଗୁ କରାଯିବ । ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ 4 ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଏବଂ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ। UGC ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱାର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମୱାର୍କ୍ ପ୍ରସ୍ତୁତ ହୋଇଛି । ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି। କମ୍ୟୁନିଟି ସର୍ଭିସ୍ ଓ Extra Curricular Activities, NCC,NSS ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ । ଫଳରେ ଛାତ୍ରଛାତ୍ରୀମାନେ ନିଜ ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ସମ୍ପୂର୍ଣ୍ଣ କରିପାରିବେ ।


ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷା ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ ରଖାଯାଇଛି । ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ । ଏଥିପାଇଁ ବର୍ତ୍ତମାନ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ ସିଲାବସ ରହିବ । ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି Multi Disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି।

State,Health & lifestyle

ଏଚ୍ଏମ୍‌ପିଭି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା : ଭୟର କାରଣ ନାହିଁ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ହ୍ୟୁମାନ ମେଟାପ୍ନୁମୋଭାଇରସ୍ (ଏଚ୍ଏମ୍‌ପିଭି)ର କୌଣସି ସମ୍ଭାବ୍ୟ ମାମଲା ପାଇଁ ପ୍ରସ୍ତୁତି ଆକଳନ କରିବା ଲାଗି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.। କମିସନର-କମ୍-ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କୁହାଯାଉଛି ଯେ, ଭୟ ଅବା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଏଚ୍ଏମ୍‌ପିଭି ମାମଲା ଚିହ୍ନଟ ହୋଇନାହିଁ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସଜାଗ ରହିଛନ୍ତି। ଆତଙ୍କିତ ହେବାର କୌଣସି କାରଣ ନାହିଁ। ସଚେତନତା ଏବଂ ସତର୍କତା ଆମକୁ ସୁରକ୍ଷିତ ରଖିବ। ନାଗରିକମାନଙ୍କୁ ସ୍ୱଚ୍ଛତା ଏବଂ ପରିମଳକୁ ବଜାୟ ରଖିବାକୁ ବ‌ୈଠକରେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।


ଏହି ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର, ଡିଏମଏଟି ଡାକ୍ତର ସନ୍ତୋଷ କୁମାର ମିଶ୍ର, ବିଶ୍ବସ୍ବାସ୍ଥ୍ୟ ସଂଗଠନ ଟିମ୍ ଲିଡର ଡାକ୍ତର ନିହାର ରୟ ଏବଂ ପ୍ରମୁଖ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧୀମାନେ ଯୋଗ ଦେଇଥିଲେ।

State,Politics

ଧର୍ମେନ୍ଦ୍ରଙ୍କ ପାଇଁ ପାଣ୍ଡିଆନ ସୁରକ୍ଷିତ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ନେଇ ନାନା କଥା କହୁଛନ୍ତି ବିଜେପି ନେତାମାନେ । ନିର୍ବାଚନ ପୂର୍ବରୁ ଆରମ୍ଭ କରି ଏଯାଏ ପ୍ରତି କଥାରେ ପାଣ୍ଡିଆନଙ୍କୁ ଟାଣି ଗାରୁ ଗାରୁ ହେଉଛନ୍ତି । ପାଣ୍ଡିଆନ ଅମୁକ କଲେ, ସମୁକ କଲେ ବୋଲି କହୁଛନ୍ତି । ପାଣ୍ଡିଆନଙ୍କ ନାମରେ କାଳେ ଗଦା ଗଦା ଦୁର୍ନୀତି ଅଛି, ସେ ସବୁ ଲୁଟ କରିଦେଇଛନ୍ତି । ଏମିତି କେତେ କ’ଣ କହୁଛନ୍ତି । ଯଦି ଏତେ କ୍ଷତି କରିଛନ୍ତି ପାଣ୍ଡିଆନ, ମୋହନ ସରକାର ୭ମାସ ମଧ୍ୟରେ ଗୋଟିଏ ବି ଫାଇଲ ଖୋଲି ପାରିଲେ ନାହିଁ । ଯଦି ନିର୍ବାଚନ ପୂର୍ବରୁ ଓ ପରେ ବିଜେପିର ନେତାମାନେ ଗଦା ଗଦା ଅଭିଯୋଗ ଆଣୁଛନ୍ତି, ଏଯାଏ ଗୋଟିଏ ବି ଅଭିଯୋଗରେ ପାଣ୍ଡିଆନଙ୍କୁ ନୋଟିସ ଟିଏ ବି କରିପାରିଲେ ନାହିଁ । ଏହା ମୋହନ ସରକାରଙ୍କ ଅପାରଗତା ନା ମୋହନଙ୍କୁ କିଏ ଅଟକାଉଛି? ଯଦି ଏହା ଭୂଲ, ତେବେ ପାଣ୍ଡିଆନଙ୍କ ବିରୋଧରେ କିଛି ପ୍ରମାଣ ପାଉନି କି ମୋହନ ସରକାର ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିଆନ ଅଫିସର ବେଳରୁ କାଳେ ଦୁର୍ନୀତି କରୁଥିଲେ । କ୍ଷମତାର ଦୂରୁପଯୋଗ କରି ହେଲିକ୍ୟାପ୍ଟରରେ ବୁଲୁଥିଲେ । ପରେ ଚାକିରୀ ଛାଡ଼ି ୫ଟିର ଅଧ୍ୟକ୍ଷ ହେବା ପରେ ବି ସେମିତି ବୁଲିଲେ । ସେଭଳି ବିଭାଗ ସରକାରଙ୍କର ନଥିବା ବେଳେ ସରକାରୀ ଅର୍ଥ ଶ୍ରାଦ୍ଧ କରିଥିଲେ । ସେତିକିରେ ରହିନଥିଲା ତାଙ୍କ କାରନାମା । ସେ କାଳେ ଅନେକ ଦୁର୍ନୀତି କରିଥିଲେ । ୫ଟିରେ ଟଙ୍କା ବଣ୍ଟାରେ ଦୁର୍ନୀତି କଥା ବି ଉଠାଇଥିଲେ ବିରୋଧୀ । ଖଣି ଖାଦାନରୁ ଲୁଟ କରିଥିଲେ । ଅଣଓଡ଼ିଆ ଠିକାଦାର ମାନଙ୍କୁ ଡାକି କମିଶନ ବଳରେ କାମ ଦେଉଥିବା ବି ଅଭିଯୋଗ ଥିଲା । ଏମିତି ଗଦା ଗଦା ଅଭିଯୋଗ ଆସିଥିଲା । ବିଜେଡିର ପାଣ୍ଠି ବି କାଳେ ସେ ପରିଚାଳନା କରୁଥିଲେ ।

ବିଜେପି ପକ୍ଷରୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଅଭିଯୋଗ ଆସିଥିଲା । ଯାହାକୁ ଆଜି ବି ବିଜେପି କହୁଛି । ଏପରିକି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଥିବା ନେଇ ବିଜେପିର ଅନେକ ନେତା କହିଲେ । ଏହାର ତଦନ୍ତ କରିବାକୁ ବି କହିଥିଲେ ବିଜେପି ନେତାମାନେ । ପାଣ୍ଡିଆନଙ୍କ ବିରୋଧରେ କେତେ ଯେ ଅଭିଯୋଗ ଆଣିଥଲେ ନିର୍ବାଚନ ପୂର୍ବରୁ ତାହା ସମସ୍ତେ ଶୁଣି ଅବାକ ହୋଇଥିଲେ । ଏବେ ବି ପାଣ୍ଡିଆନ ପାଣ୍ଡିଆନ ଭଜି ହେଉଛି ବିଜେପି । ନାନା ଦୁର୍ନୀତିର ଅଭିଯୋଗ ଆଣୁଛି । ହେଲେ ସରକାର ୭ମାସ ମଧ୍ୟରେ ଗୋଟେ ହେଲେ ଅଭିଯୋଗର ପ୍ରମାଣ ପାଇ ପାରିଲା ନାହିଁ କେମିତି? ପାଣ୍ଡିଆନଙ୍କ ବିରୋଧରେ ଏତେ ଅଭିଯୋଗର ତଦନ୍ତ କରୁନାହିଁ କାହିଁକି ମୋହନ ସରକାର । କାହିଁକି ତାଙ୍କୁ ଆଇନ ପରିସରକୁ ଟାଣିନାହାନ୍ତି ସରକାର? ଏମିତି ଅନେକ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ମୋହନଙ୍କ ଆଡ଼କୁ ଉଠିଲାଣି ।

ପର୍ଯ୍ୟାପ୍ତ ଅଭିଯୋଗ ସତ୍ତ୍ୱେ ସରକାର ୭ମାସ ଧରି ନୀରବ ରହିବା ପଛରେ କାଳେ ତାଙ୍କରି ଦଳର ନେତାଙ୍କ ଚାପ ରହିଥିବା କୁହାଯାଉଛି । ପାଣ୍ଡିଆନଙ୍କ ସହ ବିଜେପି ନେତା ଅଶ୍ୱିନୀ ବୈଷ୍ଣବଙ୍କର ଭଲ ସମ୍ପର୍କ ରହିଛି । ଏହାବ୍ୟତୀତ ପ୍ରଭାକରନଙ୍କ କମ୍ପାନୀକୁ ପାଣ୍ଡିଆନଙ୍କ ସମୟରେ ଖଣି ଲୁଟର କାଳେ ଖୋଲା ଅନୁମତି ମିଳିଥିଲା । ପ୍ରଭାକରନ କମ୍ପାନୀରେ ଅଶ୍ୱିନୀ ଜଣେ ସହଯୋଗୀ ଥିଲେ । ପ୍ରକାକରନ ଜୟ ଶଙ୍କ ସହ ମିଶି ବ୍ୟବସାୟ କରୁଥିବା ଚର୍ଚ୍ଚା ବି ହୁଏ । ତେଣୁ ପ୍ରଭାକରନଙ୍କ ମାଧ୍ୟମରେ ପାଣ୍ଡିଆନଙ୍କୁ ବିଜେପିର ସୁରକ୍ଷା ମିଳିଛି । ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାଣ୍ଡିଆନଙ୍କର କାଳେ ଭିତିରି ସମ୍ପର୍କ ରହିଛି । ବିଜେଡି ସରକାର ସମୟରେ ଧର୍ମେନ୍ଦ୍ର ଓ ତାଙ୍କ ସମର୍ଥକ ମାନଙ୍କୁ ପାଣ୍ଡିଆନ ଅନେକ ସହାୟତା ଦେଇଥିଲେ । ତେଣୁ ତାହାର ଉପକାର ସ୍ୱରୂପ ପାଣ୍ଡିଆନଙ୍କୁ ସୁରକ୍ଷା ମିଳୁଛି ।

ଏକଥା ଲୋକେ କାଳେ ଧରିବେ, ତେଣୁ ବିଜେପିର ରାଜ୍ୟ ସଂଗଠନ ନେତାମାନେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି । ତାଙ୍କ ନାମରେ ଅନେକ ଅଭିଯୋଗ ଆଣୁଛନ୍ତି । ଯଦି ଅଭିଯୋଗ ଅଛି, ମୁଖ୍ୟମନ୍ତ୍ରୀଙ୍କୁ କହି ତଦନ୍ତ କରାଅ ବୋଲି ବିଜେଡି ସମର୍ଥକମାନେ ଆହ୍ୱାନ ଦେଲେଣି । ଯଦି ସରକାର ପଦକ୍ଷେପ ନେଉ ନାହାନ୍ତି, ତେବେ ସରକାରୀ ଦଳ ପାଣ୍ଡିଆନଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ନହେଲେ ପାଣ୍ଡିଆନଙ୍କ ବିରୋଧରେ କିଛି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ ହେଉଛି । ଦେଖାଯାଉ ପାଣ୍ଡିଆନଙ୍କୁ ନେଇ ବିଜେପିର ମୋହନ ସରକାର କିଛି ପଦକ୍ଷେପ ନେଉଛନ୍ତି ନା ଏମିତି ପ୍ରହସନ କରୁଛନ୍ତି?


Health & lifestyle,State

ଆକାଶଛୁଆଁ ସୁନାଦାର,ସପ୍ତାହେରେ ବଢିଲାଣି ୪ ହଜାର ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରତିଦିନ ବଢୁଛି ସୁନାଦର। ସପ୍ତାହେ ଭିତରେ ସୁନା ଦାମରେ ପ୍ରାୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ଆଜି ୨୨ କ୍ୟାରେଟ୍ ସୁନା ଦର ରହିଛି ୭୩ ହଜାର ୯୦୦ ଟଙ୍କା। ୫ ଦିନ ତଳେ ଏହି ଦାମ୍ ରହିଥିଲା ୭୧ ହଜାର ଟଙ୍କା। ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୮୦ ହଜାର ପାର କରିଛି। ବିଶ୍ବ ବଜାରରେ ଅସ୍ଥିରତା, ଡଲାର୍ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ସୁନାରେ ଅଧିକ ନିବେଶ ଯୋଗୁ ଚାହିଦା ବଢିଛି। ଆଜି ୨୪ କ୍ୟାରେଟ୍ ଗୋଲ୍ଡ ରେଟ୍ ରହିଛି ୮୦ହଜାର ୬୨୦ ଟଙ୍କା। ସପ୍ତାହେ ଭିତରେ ଏଭଳି ହୁ ହୁ ବଢିଛି ଦାମ୍। ଆଗକୁ ବିବାହ ସିଜିନ ଥିବାରୁ ଅଚାନକ ଦର ବୃଦ୍ଧି ଗ୍ରାହକଙ୍କୁ ବାଧିଲାଣି।


ପ୍ରାୟ ଦେଢ଼ ମାସ ଧରି ସୁନା ଦର ସ୍ଥିର ରହିଥିଲା। ୧୦ ଗ୍ରାମକୁ ପାଖାପାଖି ୭୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ବିଶେଷଜ୍ଞଙ୍କ ମତରେ, ବିଶ୍ବ ବଜାରରେ ଅସ୍ଥିରତା ଏହାର ଏକ ପ୍ରମୁଖ କାରଣ। କାରଣ ମାସେ ଭିତରେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ଶହେ ଡଲାର ବଢିଛି।ସେହିପରି ଡଲାର ତୁଳନାରେ ଖସିଛି ଭାରତୀୟ ମୁଦ୍ରାର ମୂଲ୍ୟ। ଯାହାର ପ୍ରଭାବ ସୁନା ଦର ଉପରେ ବି ପଡୁଛି।

State

ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ୨୦୨୫ ଉଦଘାଟିତ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଆନନ୍ଦ ଉଲ୍ଲାସକୁ ନେଇ ପ୍ରଥମ କରି ଗଞ୍ଜାମ ଜିଲ୍ଲ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଅଧିନସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ମଙ୍ଗଳବାର ମାରଦା ମହୋତ୍ସବ ୨୦୨୫ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ମାରଦା ମହୋତ୍ସବର ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମୁଖ୍ୟ ଅତିଥି ରୂପେ ଓଡ଼ିଶାର ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଯୋଗ ଦେଇ ମାରଦା ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥିଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଏବଂ ଗଞ୍ଜାମର ସମସ୍ତ ବିଧାୟକ ଓ ପ୍ରଶାସନିକ ସମସ୍ତ ଅଧିକାରୀ ମାନେ ଉପସ୍ଥିତି ରହି ବହୁ ପ୍ରସିଦ୍ଧ ମାରଦା ମନ୍ଦିର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ କଳା ଗବେଷଣା ଉପରେ ନିଜେ ନିଜର ଅଭିଭାଷଣ ରଖିଥିଲେ । ଏପରିକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକକଳା ଓ ପାରମ୍ପାରିକ ନୃତ୍ୟ ଉପରେ ସ୍ଥାନୀୟ କଳାକାର ମାନେ ନିଜେ ନିଜର କଳା ପ୍ରତିଭା ପରିଦର୍ଶନ କରି ଉପସ୍ଥିତ ଅତିଥି ଏବଂ ଭିଡ଼ରେ ବସି ରହିଥିବା ସମସ୍ତ ଦର୍ଶକଙ୍କ ମନ ମୋହି ଥିଲେ । ପରେ ମାରଦା କମିଟି ଦ୍ବାରା ଆୟୋଜିତ କରାଯାଇଥିବା ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଦର୍ଶକଙ୍କ ଭିଡ଼ ଲାଗିରହିଥିଲା ।


State,Education

ବଢୁଛି ଛାତ୍ରୀଙ୍କ ଆତ୍ମହତ୍ୟା

Blog Thumbnail

ଦ କୁଇଭର ବ୍ୟୁରୋ :-:ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା । ଦିନକୁ ଦିନ ଆତ୍ମହତ୍ୟାର ହାର ବଢ଼ିବାରେ ଲାଗିଛି । ଆତ୍ମହତ୍ୟାରେ ଯେତିକି ଜୀବନ ଯାଉନି ତାଠୁ ବେଶୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଯନ୍ତ୍ରଣା ଭୋଗୁଛନ୍ତି । ଯାହା ଆମ ସମାଜ ଉପରେ ସାମାଜିକ, ଭାବନାତ୍ମକ ଓ ଅର୍ଥନୈତିକ ପ୍ରଭାବ ପକାଉଛି । ବୟସ୍କଙ୍କ ତୁଳନାରେ କିଶୋର କିଶୋରୀଙ୍କ ଆତ୍ମହତ୍ୟା ହାର ବେଶୀ । ଅଧିକାଂଶ ଟିନ ଏଜ୍ ବା ୧୩ ରୁ୨୩ ବର୍ଷ ବୟସର ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି । ସେମାନଙ୍କ ମଧ୍ୟରେ ପୁଅଙ୍କ ଠାରୁ ଝିଅଙ୍କ ଆତ୍ମହତ୍ୟା ସଂଖ୍ୟା ଅଧିକ ।

ଆତ୍ମହତ୍ୟା ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତା । କିଏ ବିଷ ପିଇ ଆତ୍ମହତ୍ୟା କରୁଛି ତ ଆଉ କିଏ ବେକରେ ରଶି ଦେଇ ? କିଏ ଅସ୍ତ୍ରଶସ୍ତ୍ର ଦ୍ୱାରା ନିଜକୁ ଆଘାତ ଦଉଛି ତ ଆଉ କିଏ ଛାତରୁ ଡେଇଁ ପଡ଼ି କିମ୍ବା ରେଳଧାରଣାରେ ଶୋଇ ନିଜ ଜୀବନ ହାରୁଛି । ଏହାର କାରଣକୁ ନେଇ ଭିନ୍ନ ମତ ଆସୁଛି କିନ୍ତୁ ସାମାଜିକ, ପାରିବାରିକ ସମସ୍ୟା ଅଧିକ ।

ଏକାକୀପଣ ଏହାର ପ୍ରଥମ ସମସ୍ୟା । ଆଗରୁ ସମସ୍ତେ ଯୌଥ ପରିବାରରେ ମିଳିମିଶି ରହୁଥିଲେ ତେଣୁ ପିଲାମାନେ ସମସ୍ତଙ୍କ ଠାରୁ ସ୍ନେହ ଆଦର ପାଇ ପାରୁଥିଲେ କିନ୍ତୁ ଆଜିକାଲି ଏକକ ପରିବାରକୁ ସମସ୍ତେ ଆପଣେଇ ନେଲେଣି ଯେଉଁଥିରେ କେବଳ ବାପା,ମାଆ ଓ ଛୁଆ ରହୁଛନ୍ତି । ବାପା ମାଆ ମଧ୍ୟ ନିଜ ବୃତ୍ତିକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ଛୁଆ ପାଇଁ ବି ସେମାନଙ୍କ ପାଖେ ସମୟ ନାହିଁ । ପିଲାର ସବୁ ଆବଶ୍ୟକତାକୁ ପୂରଣ ତ କରିଦେଉଛନ୍ତି କିନ୍ତୁ ବାପା ମାଆଙ୍କ ସ୍ନେହ ପିଲାମାନେ ପାଇପାରୁ ନାହାଁନ୍ତି । କାହାର ସ୍ନେହ ନପାଇ ସେମାନେ ନିଜକୁ ଏକାକୀ ଅନୁଭବ କରୁଛନ୍ତି ଯେଉଁଥିପାଇଁ ସେମାନଙ୍କ ମନରେ ଅନେକ ବିଭ୍ରାନ୍ତିକର ଚିନ୍ତାଧାରା ଆସୁଛି ଆଉ ସେମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ।

ଦ୍ୱିତୀୟତଃ ଏକାଡେମିକ ବିଫଳତା । ଆଜିକାଲି ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି । ଶିକ୍ଷକମାନେ ଶ୍ରେଣୀ ଗୃହରେ ପାଠ ନ ପଢ଼ାଇ ଅନଲାଇନ କ୍ଲାସ କରୁଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀ ଠିକ ଭାବେ ପାଠ ବୁଝିପାରୁ ନାହାଁନ୍ତି କି କ୍ଲାସ ବି ଠିକ ସେ କରୁ ନାହାଁନ୍ତି ଯେଉଁଥିପାଇଁ ସେମାନଙ୍କର ପାଠ ପ୍ରତି ଆଗ୍ରହ ଧିରେ ଧିରେ କମିଯାଉଛି । ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ କ୍ଲାସ କରିବା ବାହାନାରେ ଗେମ୍ ଖେଳୁଛନ୍ତି, ମୁଭି ଦେଖୁଛନ୍ତି ଏବଂ ସୋସିଆଲ ମିଡିଆରେ ଲିପ୍ତ ରହି ସମୟ ନଷ୍ଟ କରୁଛନ୍ତି । ପାଠପଢ଼ାରେ ଅନିୟମିତତା ଯୋଗୁଁ ପରୀକ୍ଷାରେ କମ ନମ୍ବର ଆଣୁଛନ୍ତି ଆଉ ସେଥିପାଇଁ ଉଦାସରେ ରହି ମାନସିକ ଚାପ ପାଇ ଶେଷରେ ଆତ୍ମହତ୍ୟା କରୁଛନ୍ତି ।

ତୃତୀୟତଃ ଅପବ୍ୟବହାର । ପିତାମାତାଙ୍କ ନକରାତ୍ମକ ବ୍ୟବହାର ଏବଂ ଅସଦାଚରଣ ପାଇଁ ପିଲାଙ୍କ ସହିତ ସେମାନଙ୍କର ଉଚ୍ଚ ବିବାଦ, ନିମ୍ନ ଘନିଷ୍ଠତା ସୃଷ୍ଟି ହେଉଛି । ସାଙ୍ଗସାଥୀ କିମ୍ବା ଅନ୍ୟ କୈାଣସି ପ୍ରକାର ବ୍ୟକ୍ତିଙ୍କ ଠାରୁ ଅପବ୍ୟବହାର ପାଇବା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଠାରୁ ଦୁରେଇ ରହୁଛନ୍ତି । ଫଳରେ ମାନସିକ ଆଘାତ ପାଇ ନିଜକୁ ଏକାକୀ ରଖୁଛନ୍ତି । ଏକାକୀପଣ କାରଣରୁ ସେମାନଙ୍କ ମନକୁ ଅନେକ ଭୁଲ ଚିନ୍ତାଧାରା ଆସିଥାଏ ଏବଂ ଶେଷରେ ସେମାନେ ଆତ୍ମହତ୍ୟାକୁ ବାଛି ନିଅନ୍ତି ।

ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ମଧ୍ୟ ଏହାର ଅନ୍ୟ ଏକ କାରଣ ଅଟେ । ସାଧାରଣତଃ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଖରାପ ସାଙ୍ଗମାନଙ୍କ ସହ ମିଶି ନିଶାସକ୍ତ ଅବସ୍ଥାରେ ଅନେକ ଅସାମାଜିକ, ଅପରାଧମୂଳକ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଆଇନଗତ ସମସ୍ୟା ସୃଷ୍ଟି ହେଉଛି । ଲୋକନିନ୍ଦା ଓ ସାମାଜିକ ଗଣମାଧ୍ୟମରୁ ନିଜକୁ ବଞ୍ଚାଇବା ପାଇଁ ଅନେକେ ଆତ୍ମହତ୍ୟା କରୁଛନ୍ତି ।

ଯେତେବେଳେ କୈାଣସି ସମସ୍ୟା ପାଇଁ ସେମାନେ ଚାରିଆଡ଼ୁ ନିରାଶ ହୋଇଯାନ୍ତି ମାନସିକ ଚାପରେ ରହି ଆତ୍ମହତ୍ୟାକୁ ହିଁ ଶେଷ ସମାଧାନ ଭାବେ ବାଛି ନିଅନ୍ତି ଆଉ ଆତ୍ମହତ୍ୟା ପାଇଁ ଉଦ୍ୟମ କରନ୍ତି, ସୌଭାଗ୍ୟବଶତଃ କିଏ ବଞ୍ଚିଯାଏ ତ କାହାର ଜୀବନ ଚାଲିଯାଏ । ତେବେ କାହିଁକି ଏଭଳି ଚିନ୍ତାଧାରା ପିଲାଙ୍କ ମନକୁ ଆସୁଛି ? ପାଠ ପଢ଼ି ନିଜ କ୍ୟାରିଅର ଗଢ଼ିବା ବୟସରେ ସେମାନେ ନିଜ ଜୀବନ ହିଁ ହାରି ଦେଉଛନ୍ତି । ଅତ୍ୟଧିକ ବାହ୍ୟଜ୍ଞାନ ଉପରେ ଧ୍ୟାନ ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉନି ତ ? ନା ବାପାମାଆଙ୍କ ଅବହେଳା ପାଇଁ ଏପରି ହେଉଛି ।


State

ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ-୨୦୨୫ ଉଦଘାଟିତ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଆନନ୍ଦ ଉଲ୍ଲାସକୁ ନେଇ ପ୍ରଥମ କରି ଗଞ୍ଜାମ ଜିଲ୍ଲ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଅଧିନସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ମଙ୍ଗଳବାର ମାରଦା ମହୋତ୍ସବ ୨୦୨୫ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ମାରଦା ମହୋତ୍ସବର ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମୁଖ୍ୟ ଅତିଥି ରୂପେ ଓଡ଼ିଶାର ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଯୋଗ ଦେଇ ମାରଦା ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥିଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଏବଂ ଗଞ୍ଜାମର ସମସ୍ତ ବିଧାୟକ ଓ ପ୍ରଶାସନିକ ସମସ୍ତ ଅଧିକାରୀ ମାନେ ଉପସ୍ଥିତି ରହି ବହୁ ପ୍ରସିଦ୍ଧ ମାରଦା ମନ୍ଦିର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ କଳା ଗବେଷଣା ଉପରେ ନିଜେ ନିଜର ଅଭିଭାଷଣ ରଖିଥିଲେ । ଏପରିକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକକଳା ଓ ପାରମ୍ପାରିକ ନୃତ୍ୟ ଉପରେ ସ୍ଥାନୀୟ କଳାକାର ମାନେ ନିଜେ ନିଜର କଳା ପ୍ରତିଭା ପରିଦର୍ଶନ କରି ଉପସ୍ଥିତ ଅତିଥି ଏବଂ ଭିଡ଼ରେ ବସି ରହିଥିବା ସମସ୍ତ ଦର୍ଶକଙ୍କ ମନ ମୋହି ଥିଲେ । ପରେ ମାରଦା କମିଟି ଦ୍ବାରା ଆୟୋଜିତ କରାଯାଇଥିବା ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଦର୍ଶକଙ୍କ ଭିଡ଼ ଲାଗିରହିଥିଲା ।



State

ଗଜପତିରେ ଜିଲ୍ଲା ସ୍ତରୀୟ ଜନସେବା ଦିବସ ପାଳିତ

Blog Thumbnail

ଗଜପତି( ଦ କୁଇଭର ):- ଗଜପତିରେ ଆରମ୍ଭ ହେଲା ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ପ୍ରଦାନ। ଜନସେବା ଦିବସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଭତ୍ତା ଯୋଜନା ଅଧିନରେ ୧୪୯୪ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ୫୫୫ ଜଣ ଓ ରାଜ୍ୟ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ୧୬୪୨ ଜଣ ଓ ୮୦ ବର୍ଷ ରୁ ଉର୍ଦ୍ଧ୍ବ ୫୯୯ ଜଣ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୪୨୯୦ ଜଣ ହିତାଧିକାରୀ ଉପକୃତ ହୋଇପାରିବେ। ଜାନୁଆରୀ ୧୫ ତାରିଖ ସୁଦ୍ଧା ଚିହ୍ନଟ ହୋଇଥିବା ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ସମସ୍ତ ହିତାଧିକାରୀଙ୍କୁ ଆଜି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି । ଅନ୍ୟ ଯେଉଁମାନେ ଏହି ଏଥିରୁ ବାଦ ପଡିଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରି ସାମିଲ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ । ତେବେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ କହିଛନ୍ତି ଯେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି ପ୍ରକାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ହିତାଧିକାରୀଙ୍କୁ ଏହି ସୁବିଧା ପ୍ରଦାନ କଲେ ଭଲ ହେବ । ଜିଲ୍ଲାର ବିଭିନ୍ନ ବ୍ଲକର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ଆବଶ୍ୟକ ରହିଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୈାରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି, ଉପଜିଲ୍ଲାପାଳ ଅନୁପ ପଣ୍ଡା ଓ ଜିଲ୍ଲା ସମାଜ ଅଧିକାରୀ ଙ୍କ ସମେତ ବିଭାଗର ଅନ୍ୟମାନେ ଉପସ୍ଥିତ ଥିଲେ।

State

ଦାମୀ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ପୋଲିସ

Blog Thumbnail

ଯଶିପୁର( ଦ କୁଇଭର ):-- ଯଶିପୁର ପୋଲିସକୁ ମିଳିଛି ବଡ଼ ସଫଳତା , ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ଏଥିରେ ସଂପୃକ୍ତ ଜଣେ ଗଞ୍ଜେଇ ମାଫିଆ ଗିରଫ ।କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ମାଫିଆଙ୍କୁ ଗଡ଼େଇ ଗଡ଼େଇ ଧରିଛି ଯଶିପୁର ପୋଲିସ । ତେବେ ସୂଚନାରୁ ଯାହା ଜଣାପଡିଛି ଆଜି ସକାଳୁ ସକାଳୁ କୌଣସି ବିଶେଷ ସୂତ୍ରରୁ ଫୁଲବାଣୀ ରୁ ମୟୂରଭଞ୍ଜ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ୪୯ ନଂ ଜାତୀୟ ରାଜପଥ କଡ଼ ଯଶୀପୁର ହାଟ ପଡ଼ିଆ ଠାରେ ଛକି ବସିଥିଲା ଯଶିପୁର ପୋଲିସ । ହଠାତ୍ ପୋଲିସ୍ କୁ ଦେଖି ମାଫିଆ ଜଣକ ଗାଡ଼ି ଛାଡି ଫେରାର ହୋଇଯାଉଥିବା ସମୟରେ ଯଶିପୁର ପୋଲିସ ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ଏବଂ ସଦଳବଳ ହୋଇ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଛି ପୋଲିସ୍ । ଅଭିଯୁକ୍ତ ଗଞ୍ଜେଇ ମାଫିଆଙ୍କ ସହିତ ୧ କ୍ୟୁଣ୍ଟାଲ ୭୩ କେଜି ଗଞ୍ଜେଇ ଭର୍ତ୍ତି ଦାମୀ କାର ଜବତ୍ କରିଛି ପୋଲିସ୍। ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ତେବେ ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ସୀତାରାମ ବେହେରାଙ୍କ ପୁଅ ଯତୀନ କୁମାର୍ ବେହେରା ବୟସ ୨୫ ବୋଲି ଜଣା ପଡିଛି । ଏ ନେଇ ଯଶିପୁର ପୋଲିସ କେସ ନମ୍ବର ୧୬/୨୫ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରିରଖି ଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।



State

ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କଲେ ମନ୍ତ୍ରୀ ବିଭୂତି ଜେନା

Blog Thumbnail

ଛତ୍ରପୁର ( ଦ କୁଇଭର ):- ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ବୃଦ୍ଧି ହୋଇଥିବା ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଏହି ବର୍ଦ୍ଧିତ ଭତ୍ତା ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ l ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଭତ୍ତା 3500 ଟଙ୍କା କୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି l 80 ବର୍ଷରୁ ଉର୍ଧ୍ଵ ନାଗରିକ ଏବଂ 80 ପ୍ରତିଶତରୁ ଅଧିକ ଭିର୍ନକ୍ଷମ ଏହି ଯୋଜନାରେ ଲାଭାର୍ଥୀ ହୋଇଛନ୍ତି l ମଧୁବାବୁ ପେନସନ ଯୋଜନାରେ ଏହି ବ୍ଲକର 80 ବର୍ଷରୁ ଉର୍ଧ୍ଵ 60 ଜଣ ନାଗରିକଙ୍କୁ ଏବଂ 80 ପ୍ରତିଶତରୁ ଅଧିକ 52 ଜଣ ଭିନ୍ନକ୍ଷମଙ୍କୁ 3500/- ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଇଛି l ଏଥିସହ ଛତ୍ରପୁର ସବ-ଡିଭିଜନରେ ଆତ୍ମନିର୍ଭରଶୀଳ ପାଇଁ 16ଟି ଇ-ରିକ୍ସା ଭିନ୍ନକ୍ଷମଙ୍କୁ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣୀ କୁମାରୀ ଦାସ, ବ୍ଲକ ଉପାଧ୍ୟକ୍ଷା ଏସ. ଶାରଦା ରେଡି,ଛତ୍ରପୁର ବିଡ଼ିଓ ଜୟଶ୍ରୀ ନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନମୋହନ ସେନାପତି ଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ l

State

ପାଣିରେ ଭାସୁଛି ଶବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗୋଶାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଖଜୁରୀଆ ନିକଟସ୍ଥ ସାପୁଆ କେନାଲରୁ ଏକ ଶବ ଭାସୁ ଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଜଣାଇ ଥିଲେ। ଗୋଶାଣୀ ନୁଆଁଗାଁ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ଶହ ଶବ ନିକଟରୁ ଏକ ବାଇକ ଜବତ କରିଛି। ମୃତକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନର୍ଗତ ପାଟପୁର ଗାଁର ସନ୍ତୁନୁ ନାୟକ। ଗତ କାଲି ନିଖୋଜ ନେଇ ଗୋଳନ୍ଥରା ଥାନା ରେ ଏକ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ।

National

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ତିନିଗୁଣା ବଢିବ ଦରମା

Blog Thumbnail

ଦ କୁଇଭର ବ୍ୟୁରୋ :- ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ । ଏନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସମସ୍ତ ରାଜ୍ୟ ସରକାର ଓ PSU ସହ ଆଲୋଚନା ପରେ ମଞ୍ଜୁରୀ ମଳିଛି। ଏହି କମିଶନ ୨୦୨୬ ସୁଦ୍ଧା ଗଠନ ହେବ । କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ କରାଯିବ । ବର୍ତ୍ତମାନ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀ ବେତନ ପାଉଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସକୁ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୬ ଜାନୁଆରୀରେ ଲାଗୁ କରିଥିଲେ । ଏହା ୨୦୨୫ ଡିସେମ୍ବର ୩୧ରେ ଶେଷ ହେବ । ପୂର୍ବରୁ ମଧ୍ୟ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ କମିଶନର ସୁପାରିସ ୧୦ ବର୍ଷ ଲେଖାଏଁ ଲାଗୁ ହୋଇଥିଲା ।

State

ମକର ପାଳିଲେ ମୁଖ୍ୟମନ୍ତ୍ରୀ

Blog Thumbnail

କେନ୍ଦୁଝର ( ଦ କୁଇଭର ):- ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହି ସମୟରେ ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ। ବୁଡ଼ ପକାଇବା ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହ ଜଳଲାଗି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ବୁଡ ପକାଇବା ବେଳେ ନଦୀ କୂଳରେ ଜଗି ରହିଥିଲେ ସ୍କୁବା ଡାଇଭର ଓ ଅଗ୍ନିଶମ ବାହିନୀ କର୍ମଚାରୀ l


ପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଯୋଗଦେବା ପରେ କେନ୍ଦୁଝର ରାଇକଳା ସ୍ଥିତ ନିଜ ବାସଭବନରେ ପହଂଚି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l

Politics

ଦୀପାଳୀଙ୍କ ମରମକୁ ମାରିଲେ ପୃଥିରାଜ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ନକହି ନକହି ମରମ କଥା କହିଦେଇଛନ୍ତି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ଏମିତି ମାରିଛନ୍ତି ଯେ, ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ମଞ୍ଜକୁ ବାଜିଛି । ମନ୍ତ୍ରୀ ଦେଖାଇ ଦେଇଛନ୍ତି କ୍ଷମତା ଆଗରେ ଦୀପାଳୀଙ୍କ ପାଇଁ ବାପାଙ୍କ ହତ୍ୟା ବି କିଛି ନୁହେଁ । କ୍ଷମତା ଲୋଭ ତାଙ୍କୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନୀରବ କରିଦେଇଥିଲା । ଏବେ କ୍ଷମତା ଯିବାରୁ ସେ ବିଳବିଳେଇ ହେଉଛନ୍ତି । ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ତତ୍ପର ରହିଛନ୍ତି । ଯାହା ଭଲ ହେବ, ସେହି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

କିରିମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥାକୁ ନେଇ ତାତିଥିଲେ ପୂର୍ବତନ ବିଧାୟିକା ଦୀପାଳୀ ଦାସ । କେବଳ ସେ ନୁହନ୍ତି, ତାଙ୍କ ଭାଇ ବିଶାଲ ଦାସ ବି ତାତିଲେ । ପୋଲିସର ପଦକ୍ଷେପକୁ ନିନ୍ଦା କରିବା ସହ ତାଙ୍କ ବାପାଙ୍କୁ ୨୦୨୩ ଡିସେମ୍ବରରେ ପୋଲିସ ହତ୍ୟା କରିଥିବାରୁ ତାଙ୍କର ପୋଲିସ ଉଭରେ ଭରସା ନଥିବା କହିଥିଲେ । ଏହା କହି ରାଜ୍ୟ ପୋଲିସ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ଏହାର କଡ଼ା ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।

ମନ୍ତ୍ରୀ ବାଇଟ--- ଯେତିକି ଆବଶ୍ୟକ

ପୃଥିରାଜ ନକହି ନକହି ମରମ କହିଦେଲେ । ସେ କହିଲେ, ତାଙ୍କ ବାପାଙ୍କୁ ପୋଲିସ ହତ୍ୟା କରିଥିଲା । ସେତେବେଳେ ସରକାର ତାଙ୍କର ଥିଲା, ଶାସନ ତାଙ୍କର ଥିଲା, ପୋଲିସ ବି ତାଙ୍କର ଥିଲେ । ତେଣୁ ସେ ସେତେବେଳେ କହିଲେ ନାହିଁ? ତାଙ୍କ ବାପାଙ୍କୁ ପୋଲିସ ହତ୍ୟା କରିଥିବାରୁ ପୋଲିସ ଉପରେ ଭରସା ନଥିବା ସେତେବେଳେ କହିଲେ ନାହିଁ କାହିଁକି? ସେତେବେଳେ ବାପାଙ୍କ ପରେ ତାଙ୍କୁ କ୍ଷମତା ମିଳିବାର ଥିଲା । କ୍ଷମତା ଲୋଭରୁ ସେ ନୀରବ ଥିଲେ । ଏବେ କହୁଛନ୍ତି । ଏବେ କହିଲେ କ’ଣ ହେବ? ଆମ ସରକାର ଏଦିଗରେ ଆଇନକୁ ତର୍ଜମା କରି ସମସ୍ତ ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଲେ । ମନ୍ତ୍ରୀଙ୍କ କଥାରେ ଦୀପାଳୀ ବି କିଛି କହିନାହାନ୍ତି । ପୂର୍ବରୁ ବିଜେପି ବିଧାୟକ ବାବୁ ସିଂ କହିଥିଲେ, ଦୀପାଳୀ ଅଭିଯୋଗ ଦାଖଲ କରନ୍ତୁ, ମୋହନ ସରକାର କଠୋର ପଦକ୍ଷେପ ନେବେ । ହେଲେ କ୍ଷମତା ପାଇଁ ବାପାଙ୍କ ହତ୍ୟାକାଣ୍ଡରେ ନୀରବ ରହିଥିବା କହି ମନ୍ତ୍ରୀ ଦୀପାଳୀଙ୍କ ସ୍ଥିତିକୁ ପ୍ରଶ୍ନ କରି ଦେଇଛନ୍ତି । ଦୀପାଳୀ ଏହା ଉପରେ ତାଙ୍କର ମତ ସ୍ପଷ୍ଟ ନକଲେ, ମନ୍ତ୍ରୀଙ୍କ କଥା ସତ ଓ ଦୀପାଳୀ କ୍ଷମତା ଲୋଭରେ ବାପାଙ୍କ ହତ୍ୟାକୁ ବି ଆଡ଼େଇ ଦେଇଥିବା ସ୍ପଷ୍ଟ ହୋଇଯିବ । ଦେଖାଯାଉ ଦୀପାଳୀ ମନ୍ତ୍ରୀଙ୍କୁ ଜବାବ ଦେଉଛନ୍ତି ନା ମନ୍ତ୍ରୀଙ୍କ କଥା ସତ ବୋଲି ସ୍ୱୀକାର କରୁଛନ୍ତି?


Politics

ଧରିବେ ନା ଡିଲ କରିବେ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ରାଜ୍ୟ ସରକାରଙ୍କ ବେଙ୍ଗଳାପକା ରାଜନୀତି ଏବେ ଚର୍ଚ୍ଚାରେ ରହିଛି । କେଉଁ ବିଭାଗର କଥାକୁ କେଉଁ ମନ୍ତ୍ରୀ କହୁଛନ୍ତି ତାହା କେହି ବୁଝି ପାରୁ ନାହାନ୍ତି । ଯାହା ହେଉ, ପୂର୍ବର ନବୀନ ସରକାରରେ ତ ମନ୍ତ୍ରୀ ମାନେ କଥା ହିଁ କହୁନଥିଲେ । ସଚିବଙ୍କ ଚିରକୁଟ ପାଇବା ପରେ କଥା ବାହାରୁଥିଲା । ତାହା ପୁଣି ମାପଚୁପରେ । ବିଜେପି ସରକାର ଆସିବା ପରେ ଏମାନେ ବାଡ଼ ବତା ମାନୁ ନାହାନ୍ତି । ମନଇଚ୍ଛା କହି ଚାଲୁଛନ୍ତି । ଏଇ ଯେମିତି ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି କଥା ସ୍ୱାସ୍ଥ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଲେ, ବିଏସକେୱାଇ ଦୁର୍ନୀତିର ତଦନ୍ତ କରାଯିବ । ଉପଯୁକ୍ତ ପଦକ୍ଷେପ ହେବ । ଏହା ସ୍ୱାଗତ ଯୋଗ୍ୟ ନିଶ୍ଚିତ । ଆଇନମନ୍ତ୍ରୀଙ୍କ ଏହି କଥା ପରେ ଜାଲିଆ ଡାକ୍ତରଖାନା ମାଲିକମାନେ ଛାନିଆ ହେଲେଣି । ହେଲେ ଏହି ଘୋଷଣା ଦ୍ୱାରା ବାସ୍ତବରେ ଦୁର୍ନୀତିକୁ ଏ ସରକାର ଧରିବେ ନା ଜାଲିଆ ଡାକ୍ତରଖାନା ମାଲିକ ମାନଙ୍କ ସହ ଡିଲ କରି କମିଶନ ପକ୍କା କରିବେ?

ବିଏସକେୱାଇ ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇଥିଲା ବ୍ୟାପକ ଦୁର୍ନୀତି । ସାମାନ୍ୟ ଥଣ୍ଡା ପାଇଁ ଲକ୍ଷଲକ୍ଷ ଟଙ୍କା ବିଲ ନିଆଯାଉଥିଲା । ନାନା ଟେଷ୍ଟ କରି ରୋଗୀଙ୍କ କାର୍ଡକୁ ଖାଲି କରିଦେଉଥିଲେ । ଅଧିକାଂଶ ଡାକ୍ତରଖାନା ଗୁଡ଼ିକ ବିଏସକେୱାଇ କାର୍ଡରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ରୋଗୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରିଛନ୍ତି । ସାଥ ଦେଇଛନ୍ତି ବଡ଼ ବଡ଼ ଅଫିସର ଓ ରାଜନେତାମାନେ । କମିଶନ ନେଇ ସେମାନେ ବି ଲୁଟେଇଛନ୍ତି ସରକାରୀ ଧନ । କୋଭିଡ ଅନୁଦାନ ତ ହରିଲୁଟ ହୋଇଛି । ରାଉରକେଲାର ଏକ ଘରୋଇ ହସ୍ପିଟାଲ ୮୦କୋଟି ଗିଳିଥିବା କୁହାଯାଉଛି । ସେହିପରି ରାଜଧାନୀର ଦୁଇ ବଡ଼ ବଡ଼ିଆଙ୍କ ବଡ଼ ହସ୍ପିଟାଲ ଓ ଜଣେ ଅଣଓଡ଼ିଆଙ୍କ ବଡ଼ ହସ୍ପିଟାଲ ତ ଶହଶହ କୋଟି ଗିଳି ଦେଇଛନ୍ତି । ବୋପା ସମ୍ପତ୍ତି ଭଳି ସରକାରୀ ଟଙ୍କାକୁ ଲୁଟେଇଥିଲେ ପୂର୍ବ ସରକାରର ବାବୁମାନେ । ସେମାନଙ୍କ ଦେହରେ ହାତ ମାରିବାର ଦମ ଏ ସରକାରରବି ନାହିଁ ବୋଲି କୁହାଯାଉଛି । କାରଣ ସେହି ହସ୍ପିଟାଲ ମାଲିକମାନେ ବିଜେପିର କେନ୍ଦ୍ର ଠୁ ରାଜ୍ୟ ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ପାଳୁତ କରି ରଖିଛନ୍ତି ।

ବିଏସକେୱାଇର ସ୍ଥିତି ବି ସେମିତି । ଯାହାର ତଦନ୍ତ ଜରୁରୀ । ଏଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କିଛି କହିନଥିବା ବେଳେ ଆଜି ଆଇନମନ୍ତ୍ରୀ ତଦନ୍ତ କରାଯିବାକୁ କହିଛନ୍ତି । ଏହି ଘୋଷଣା ପରେ ଜାଲିଆତି କରିଥିବା ଡାକ୍ତରଖାନା ମାଲିକମାନେ ଭୟ ନିଶ୍ଚିତ କରିବେ । ହେଲେ ଏ ସରକାର ଦୁର୍ନୀତିର ତଦନ୍ତ କରି ସରକାରୀ ତହବିଲକୁ କିଛି ଫେରାଇବ ନା, ତଦନ୍ତ ନାମରେ କମିଶନ ଫିକ୍ସ କରି ତଦନ୍ତକୁ ବାଟବଣା କରିବ? ଏମିତି ପ୍ରଶ୍ନ ଏବେ ଜୋର ଧରିଲାଣି । କାରଣ ଏ ସରକାର ଯେତିକି ଘଟଣା ଉପରେ ତଦନ୍ତ କରିବାକୁ ଘୋଷଣା କଲାଣି, ବିଶେଷ କରି ଆଇନମନ୍ତ୍ରୀଙ୍କ ତଦନ୍ତ ଘୋଷଣାର ତାଲିକା ଦେଖିଲେ ସରକାର କେବଳ ଏକ ତଦନ୍ତ ବିଭାଗ ଖୋଲି ଜଣକୁ ସଚିବ କରିବେ । ଅନ୍ୟଥା ଏହା କେବଳ କମିଶନ କାରବାର ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମାଣିତ ହେବ । ଦେଖାଯାଉ ସ୍ୱାସ୍ଥ୍ୟ ଦୁର୍ନୀତିର ତଦନ୍ତ ହେଉଛି ନା କମିଶନ ନେଇ ସରକାର ଚୁପ ବସୁଛନ୍ତି?


Health & lifestyle

ବ୍ରହ୍ମପୁର ବଡମେଡିକାଲ ରୁ ରୋଗୀ ଗାଏବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବଡ଼ ମେଡିକାଲ ମେଡ଼ିସିନ ୱାର୍ଡରୁ ରୋଗୀ ଗାଏବ ହୋଇଥିବା ସୂଚନା ମିଳିଛି l ୭୭୯ ନମ୍ବର ବେଡ଼ରେ ରୋଗୀ ସତ୍ୟଭାମା ବିଷୋୟୀ ଚିକିତ୍ସା ହେଉଥିବା ବେଳେ ଆଜି ସକାଳୁ କୁଆଡେ ଚାଲିଯାଇଥିବା ଜଣାପଡିଛି l ଏ ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି l ଗତ ସୋମବାର ଦିନ ସ୍ୱାସ୍ଥ୍ୟ ଖରାପ ହେବାରୁ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଗଞ୍ଜାମ ସୋରଡ଼ା ରାଧାକୃଷ୍ଣପୁର ଅଞ୍ଚଳର ଅର୍ଜୁନ ବିଷୋୟୀଙ୍କ ସ୍ତ୍ରୀ ସତ୍ୟଭାମା ବିଷୋୟୀ l ସତ୍ୟଭାମାଙ୍କ ନିକଟରେ ସ୍ୱାମୀ, ଝିଅ ସବୁ ଉପସ୍ଥିତ ଥିଲେ କିନ୍ତୁ ଭୋର ସକାଳୁ ଶୌଚ କରିବାକୁ ନେଇ ବେଡ଼କୁ ଆଣିଥିଲେ l ପରେ ଉପସ୍ଥିତ ଥିବା ସମ୍ପର୍କୀୟ, ପରିବାର ସଦସ୍ୟ ଶୋଇଥିବା ସମୟରେ ସତ୍ୟଭାମା କେଉଁଆଡ଼େ ଗାଏବ ହୋଇଯାଇଥିବା କହିଛନ୍ତି ପରିବାରବର୍ଗ l ଏ ନେଇ ମେଡିକାଲ କତୃପକ୍ଷଙ୍କୁ ରୋଗୀଙ୍କ ସମ୍ପର୍କୀୟ ଜଣାଇବାପରେ ମେଡିକାଲ କତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି l ତେବେ ମେଡିକାଲ ଭିତରେ ସୁରକ୍ଷା କର୍ମୀ ପହରା ଦେଉଥିବା ବେଳେ ରୋଗୀ ଜଣକ କେମିତି କୁଆଡେ ଚାଲିଗଲେ ତାକୁ ନେଇ ଉଠିଛି ପ୍ରଶ୍ନ ?