ଦ କୁଇଭର ବ୍ୟୁରୋ :- ୨ରୁ ବର୍ଷରୁ କମ ପିଲାଙ୍କୁ କଫ୍ ସିରପ୍ ମନା । କଫ୍ ସିରପ୍ ମୃତ୍ୟୁ ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତତ୍ପରତା । ଶିଶୁଙ୍କୁ କଫ୍ ସିରପ୍ ଦେବା ନେଇ କେନ୍ଦ୍ରର ଆଡ୍ଭାଇଜରି ଜାରି । ୨ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ମନା ହେବା ସହିତ ମାର୍ଗଦର୍ଶିକା ଜାରି ହୋଇଛି । ୨ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଔଷଧ ଦିଆଯାଇପାରିବ ନାହିଁ କହିଲା ଡିଜିଏଚଏସ୍ l ତେବେ ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି ।
ଡିଜିଏଚଏସ୍ (ସ୍ୱାସ୍ଥ୍ୟ ସେବା ମହାନିର୍ଦେଶାଳୟ) ପକ୍ଷରୁ ଜାରି ଚିଠାରେ କୁହାଯାଇଛି କି, ସାଧାରଣତଃ ୫ ବର୍ଷଠୁ କମ ବୟସ୍କଙ୍କ ପାଇଁ କଫ୍ ସିରପ ସୁପାରିସ କରାଯାଏ ନାହିଁ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଡିଜିଏଚଏସ୍ ଏହି ପରାମର୍ଶ ଦେଇଛି । ଏମ୍ପି ଓ ମହାରାଷ୍ଟ୍ରରେ କଫ୍ ସିରପ୍ ନେଇ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ ସିରପ୍ ପିଇବା କାରଣରୁ ମୋଟ ୧୧ ପିଲାଙ୍କ ମୃତ୍ୟୁ ହୋଇଛି । ଏଥିରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ମୃତ ପିଲାଙ୍କ ସଂଖ୍ୟା ବଢି ୯ ହୋଇଛି । ଦୁଇ ବର୍ଷରୁ କମ ଶିଶୁଙ୍କୁ ଥଣ୍ଡା, କାଶର ଔଷଧ ଦିଅନ୍ତୁ ନାହିଁ । ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷିତ ଔଷଧ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ଓ ଔଷଧ ଦୋକାନକୁ ପରାମର୍ଶ ଦିଆଯାଇଛି ।
କେନ୍ଦ୍ରର ପରାମର୍ଶ ଅନୁଯାୟୀ,
ଶିଶୁ ଚିକିତ୍ସାରେ ଔଷଧ ବ୍ୟବହାର ଉପରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରମାନେ ପିଲାମାନଙ୍କ ପାଇଁ କାଶ ସିରପ୍ ସଠିକ ଭାବରେ ଲେଖିବା ଏବଂ ବଣ୍ଟନ କରିବା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ପିଲାମାନଙ୍କ ମଧ୍ୟରେ ଅଧିକାଂଶ ତୀବ୍ର କାଶ ରୋଗ ହୋଇଥାଏ । କାଶ ଏବଂ ଥଣ୍ଡା ଔଷଧ ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯାଇପାରିବ ନାହିଁ କିମ୍ବା ଦିଆଯିବା ଉଚିତ୍ ନୁହେଁ । ଏଗୁଡ଼ିକ ସାଧାରଣତଃ 5 ବର୍ଷରୁ କମ୍ ବୟସ ଏବଂ ତା'ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ସୁପାରିଶ କରାଯାଏ ନାହିଁ । ଯେକୌଣସି ବ୍ୟବହାର ପାଇଁ ସତର୍କତାର ସହିତ କ୍ଲିନିକାଲ୍ ମୂଲ୍ୟାଙ୍କନ କରାଯିବା ଉଚିତ ।
ପର୍ଯ୍ୟାପ୍ତ ପାନୀୟ ଜଳ, ବିଶ୍ରାମ, ସହାୟକ ପଦକ୍ଷେପ ସମେତ ଅଣ-ଔଷଧୀୟ ପଦକ୍ଷେପ ପ୍ରଥମ ଧାଡି ପଦ୍ଧତି ହେବା ଉଚିତ । ଏହା ସହିତ ଅନୁରୋଧ କରାଯାଉଛି ଯେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଅନ୍ତର୍ଗତ ସମସ୍ତ କ୍ଲିନିକାଲ୍ ପ୍ରତିଷ୍ଠାନ/ସ୍ୱାସ୍ଥ୍ୟସେବା ସୁବିଧା ସରକାରୀ ଡିସପେନସାରୀ, ପିଏଚସି, ସିଏଚ୍ସି, ଜିଲ୍ଲା ହସ୍ପିଟାଲ ଏବଂ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକରେ ଏହି ପରାମର୍ଶକୁ କାର୍ଯ୍ୟକାରୀ ଏବଂ ପ୍ରସାରିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ କହିଛି ।