Join Us To Make A Difference

The Drops💧

ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ମୋଦୀ

ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ମୋଦୀ
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦଶହରା ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଗସ୍ତରେ ଆସି ୬୦,୦୦୦ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।ଏହି ଅବସରରେ ମୋଦି କହିଛନ୍ତି,"ବର୍ତ୍ତମାନ ନବରାତ୍ର ପର୍ବ ଚାଲିଛି, ଏହି ସମୟରେ ମା' ସମଲେଶ୍ବରୀ ଓ ରାମଚଣ୍ଡୀଙ୍କ ଭୂଇଁରେ ପାଦ ଦେଇ ମୁଁ ଭାଗ୍ୟବାନ ମନେ କରୁଛି । ବିକଶିତ ଓଡ଼ିଶାର ସଂକଳ୍ପ ନେଇ ଆପଣମାନେ ଡବଲ ଇଞ୍ଜିନ ସରକାର ଗଢ଼ିଛନ୍ତି । ଯେଉଁ ସରକାର ଜନତାଙ୍କ ହିତ ପାଇଁ କାର୍ଯ୍ୟ କରୁଛି । ଆଜି ଅନେକ ବର୍ଗଙ୍କ ସ୍ବପ୍ନ ପୁରଣ ହେବ । ବଡ଼ ବଡ଼ ଶିଳ୍ପ ସଂସ୍ଥା ଓଡ଼ିଶାରେ ପ୍ରବେଶ କରିବେ ଏବଂ ରୋଜଗାର ଯୋଗାଇବେ ।ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ।"


ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,"ଦେଢ଼ ବର୍ଷ ପୂର୍ବରୁ ବିଧାନସଭା ନିର୍ବାଚନରେ ଆପଣମାନେ ନୂଆ ସଂକଳ୍ପ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସଂକଳ୍ପ ଥିଲା ବିକଶିତ ଭାରତର । ଆଜି ମୁଁ ଦେଖିଛି ଓଡ଼ିଶା ଡବଲ ଇଞ୍ଜିନ ସ୍ପିଡ଼ରେ ଆଗକୁ ବଢୁଛି । ଆଜି ଓଡ଼ିଶା ଏବଂ ଦେଶ ପାଇଁ ହଜାର ହଜାର କୋଟିର କାମ ଆରମ୍ଭ ହୋଇଛି । ଆଜି ବିଏସଏନଏଲ 4ଜି ଶୁଭାରମ୍ଭ ହେଲା । ଆଇଆଇଟି ଭିତ୍ତିଭୂମି ସମ୍ପ୍ରସାରଣ ମଧ୍ୟ ଆରମ୍ଭ ହୋଇଛି। ବ୍ରହ୍ମପୁର ସୁରଟ ଆଧୁନିକ ଅମୃତ ଭାରତକୁ ଶୁଭରମ୍ଭ କରାଯାଇଛି। ସୁରତ ସହ ଓଡ଼ିଶାର ଯୋଡିବା ଗୁରୁତ୍ୱପୂର୍ଣ୍ଣ । ପଶ୍ଚିମବଙ୍ଗ ପରେ ଗୁଜୁରାଟ ସୁରଟରେ ଅଧିକ ଓଡ଼ିଆ ଲୋକ ରୁହନ୍ତି । ବିଜେପି ସରକାର ଗରିବଙ୍କ ସେବା ଏବଂ ସଶକ୍ତ କରିବା ସରକାର । ଆମ ସରକାର ୪ କୋଟିରୁ ଅଧିକ ପରିବାରକୁ ପକ୍କା ଘର ଦିଆଯାଇଛି। ପକ୍କା ଘର ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ଟିମ ପ୍ରଶଂସନୀୟ କାମ କରୁଛନ୍ତି । ଅନ୍ୟପଟେ ବ୍ରହ୍ମପୁର ଠାରୁ ଉଦାନ କୁ ରେଳ ଉଦ୍ଘାଟନ ଉତ୍ସବ ରେ ମାନ୍ୟବର ମନ୍ତ୍ରୀ ଓ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳ, ଏସପି, କମିଶନର, ରେଲୱେ ର ବରିଷ୍ଠ ପ୍ରଶାସକ ଉପସ୍ଥିତରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଭାଷି ଯୋଗେ ଶୁଭାରମ୍ଭ କରିଥିଲେ l


ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଦେଶକୁ ଉତ୍ସର୍ଗ କରିଛନ୍ତି । ଯାହା ଯୋଗାଯୋଗ ଏବଂ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହାସହ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର-ଉଧନା (ସୁରଟ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଯାହା ଉଭୟ ରାଜ୍ୟ ମଧ୍ୟରେ ସୁଲଭ ଏବଂ ଆରାମଦାୟକ ଯୋଗାଯୋଗ ପ୍ରଦାନ କରିବ, ପର୍ଯ୍ୟଟନ ବିକାଶରେ ସହାୟ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରମୁଖ ଆର୍ଥିକ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବ ।


ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନତି କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉନ୍ନତ ସୁବିଧାଗୁଡ଼ିକରେ ବର୍ଦ୍ଧିତ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍, ଡେଣ୍ଟାଲ୍ କଲେଜ,ମାତୃ ଏବଂ ଶିଶୁ ଯତ୍ନ ସେବା ଏବଂ ବିସ୍ତାରିତ ଶୈକ୍ଷିକ ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବ, ଯାହା ଓଡ଼ିଶାର ଲୋକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବ ।

Comments

Leave a Comment

Comments

No comments yet.

International

ବନ୍ଦ ହେଲା NASA

Blog Thumbnail

ଦ କୁଇଭର ବ୍ୟୁରୋ :- ବନ୍ଦ ହେଲା ନାସା,ଟ୍ରମ୍ପଙ୍କୁ ମିଳିଲା ବଡ଼ ଝଟକା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ନାସା ବନ୍ଦ ରହିବ, ସରକାରୀ ପାଣ୍ଠିର ଅଭାବ ଯୋଗୁ ଏହାକୁ ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ ଘୋଷଣା ପରେ ନାସାରେ କାମ କରୁଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକମାନଙ୍କର ଚିନ୍ତାକୁ ବଢାଇ ଦେଇଛି । ଆମେରିକାରେ ନାସା ସମେତ ସରକାରୀ ସଂସ୍ଥାଗୁଡ଼ିକରେ ହଜାର ହଜାର ଫେଡେରାଲ କର୍ମଚାରୀ ଛୁଟିରେ ରହିବାକୁ ବାଧ୍ୟ ହୋଇଛନ୍ତି ।


ସୂଚନାନୁଯାୟୀ, ଟ୍ରମ୍ପ ପ୍ରଶାସନ ବନ୍ଦ ହେବା ପୂର୍ବରୁ ଆମେରିକୀୟ ମହାକାଶ ସଂସ୍ଥା ବନ୍ଦ ହୋଇଛି । ଯାହା ପ୍ରାୟ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ NASA କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ମିଶନ ଉପରେ ବ୍ୟାପକ ପ୍ରଭାବ ପକାଇପାରେ। ଚନ୍ଦ୍ର ଅନୁସନ୍ଧାନ ଏବଂ ମଙ୍ଗଳ ମିଶନର ଲକ୍ଷ୍ୟକୁ ବଜାୟ ରଖିବା କଷ୍ଟକର ହୋଇପଡିବ । ଅନ୍ୟପଟେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଆବଶ୍ୟକୀୟ କର୍ମଚାରୀମାନେ କାମ ଜାରି ରଖିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର-ISS ସହ ଜଡ଼ିତ କାର୍ଯ୍ୟ ବିଭିନ୍ନ ଉପଗ୍ରହ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆମେରିକା ସରକାର ସଟଡାଉନ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ନାସା ଦ୍ବାରା ବନ୍ଦ ଘୋଷଣା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୬ ବର୍ଷ ତଳେ ୨୦୧୮-୧୯ରେ ମଧ୍ୟ ନାସା ବନ୍ଦ ଘୋଷଣା କରିଥିଲା । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଅଧାରୁ ଅଟକାଇ ଦେଇଥିଲା । ଯାହା ଫଳରେ ଏଥିରେ କାର୍ଯ୍ୟରତ ଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି ହୋଇଥିବା ଜଣାପଡିଛି l

Entertainment

ପୁଣି ଥରେ ମା’ ହେବେ ସୋନମ କପୁର

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଘରେ ଆଉ ଏକ ଅତିଥି ଆସୁଛନ୍ତି । ସୋନମ କପୁର ତାଙ୍କର ଦ୍ୱିତୀୟ ସନ୍ତାନକୁ ଅପେକ୍ଷା କରିଛନ୍ତି । ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ସୋନମ ତାଙ୍କର ଗର୍ଭାବସ୍ଥାର ଦ୍ୱିତୀୟ ତ୍ରୈମାସିକରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ପରିବାର ବର୍ତ୍ତମାନ ଆନନ୍ଦରେ ଅଛନ୍ତି । ହେଲେ, ସୋନମ କିମ୍ବା ତାଙ୍କ ପରିବାର କେହି ଏହାକୁ ନିଶ୍ଚିତ କରିନାହାଁନ୍ତି ।


କିନ୍ତୁ କୁହାଯାଉଛି ଯେ ସୋନମ ଏବଂ ଆନନ୍ଦ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ସେମାନଙ୍କର ଖୁସି ଖବର ବାଣ୍ଟିବାକୁ ଯୋଜନା କରୁଛନ୍ତି । ହେଲେ, ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ସୋନମ ସେୟାର କରିଥିଲେ ଯେ ସେ ଖୁବ୍ ଶୀଘ୍ର ଅଭିନୟକୁ ଫେରିବେ । ଏଥିସହ ୨୦୨୫ ର ଶେଷ ତ୍ରୟମାସରେ ତାଙ୍କର ପ୍ରଥମ ମାତୃତ୍ୱ ପରେ ପ୍ରୋଜେକ୍ଟ ଆରମ୍ଭ କରିବେ ।ସୋନମ କପୁର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ‘ମୁଁ ଜଣେ ମାଆ ହେଲି ଏବଂ ମୋ ପୁଅର ବଡ଼ ହେବା ଦେଖିବା ପାଇଁ ଯଥାସମ୍ଭବ ସମୟ ଦେବାକୁ ଚାହୁଁଥିଲି । ‘ମୁଁ ଜଣେ ମାଆ ହେବାର ଅନୁଭବକୁ ଉପଭୋଗ କରିବାକୁ ଚାହୁଁଥିଲି ଏବଂ ଏହା ମୋ ଜୀବନର ସବୁଠାରୁ ସନ୍ତୋଷଜନକ ଅଭିଜ୍ଞତା ହୋଇଛି ’।ସୋନମ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ସବୁବେଳେ ଏପରି ପ୍ରୋଜେକ୍ଟ ବାଛିବାକୁ ଚେଷ୍ଟା କରିଛି, ଯାହା ଗୋଟିଏ ଝିଅର କାହାଣୀକୁ କେନ୍ଦ୍ରିତ କରେ ଏବଂ ସେହି ଲକ୍ଷ ପରିବର୍ତ୍ତନ ହୋଇନାହିଁ । ମୁଁ ଏପରି ପ୍ରୋଜେକ୍ଟ କରିବାକୁ ଚାହୁଁଛି ଯାହା କେବଳ ଗୋଟିଏ ନୁହେଁ ବରଂ ଅନେକ ସ୍ତରରେ ମହିଳାଙ୍କ ଭୂମିକାକୁ ଅନୁସନ୍ଧାନ କରେ । ମୁଁ କ୍ୟାମେରା ସାମ୍ନାକୁ ଫେରିବାକୁ ଉତ୍ସାହିତ ଏବଂ ମାଆ ହେବା ପରେ ମୋର ପ୍ରଥମ ପ୍ରୋଜେକ୍ଟ ୨୦୨୫ ର ଶେଷ ତ୍ରୟମାସରେ ସୁଟିଂ ଆରମ୍ଭ ହେବ ’। ଏହାର ଅର୍ଥ ହେଉଛି ସୋନମ କପୁର ଏବଂ ଆନନ୍ଦ ଆହୁଜା ପୁଣି ଥରେ ପିତାମାତା ହେବାର ଯୋଜନାକୁ ନିଶ୍ଚିତ କରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିବ । ସୋନମଙ୍କୁ ଶେଷ ଥର ପାଇଁ କ୍ରାଇମ୍ ଥ୍ରୀଲର୍ ଫିଲ୍ମ ବ୍ଲାଇଣ୍ଡରେ ଦେଖିବାକୁ ମିଳିଥିଲା, ଯାହା ୨୦୨୩ ରେ ରିଲିଜ୍ କରିବାକୁ ସ୍ଥିର ହୋଇଥିଲା ।

State

ପୂଜା ପାଇଁ ରାଜଧାନୀରେ ଲାଗୁ ହେଲା ଟ୍ରାଫିକ୍ କଟକଣା

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା । ଆଜିଠୁ ୨ ତାରଖ ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌‌ କଟକଣା ଲାଗୁ ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅପରାହ୍ନ ୨ରୁ ରାତି ୨ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା କରିଛି କମିସନରେଟ ପୋଲିସ । ପୂଜାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିସନରେଟ ପୋଲିସ । ଆଜିଠୁ ଭୁବନେଶ୍ୱରରେ ଲାଗୁ ହୋଇଛି କଟକଣା । ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ଜାଗମରା ଛକ ଏବଂ ଗଣ୍ଡମୁଣ୍ଡା ଛକ ସଂଲଗ୍ନ)ରାସ୍ତା ବାରଣ କରାଯାଇଛି।ଜାତୀୟ ରାଜପଥ ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱରେ ଥିବା ସର୍ଭିସ୍‌‌ ରୋଡ଼ରେ ମଧ୍ୟ ଭାରୀଯାନ ବାରଣ। ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନଗୁଡ଼ିକୁ ଭୁବନେଶ୍ୱର ଆଡ଼କୁ ଆସିବାକୁ ଦିଆଯିବ ନାହିଁ। ସେହି ଗାଡ଼ି ଗୁଡ଼ିକ ପିତାପଲି ଛକ ଠାରୁ ବାମ ପଟ ରାସ୍ତା ରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ ୧୬ ରେ ମିଶିବେ।


ସେହିପରି, କଟକ ପାର୍ଶ୍ୱରୁ ଖୋର୍ଦ୍ଧା ପାର୍ଶ୍ୱକୁ ଆସୁଥିବା ଭାରୀ ମାଲବାହୀ ଯାନଗୁଡ଼ିକୁ ବାଲିକୁଦା ଛକରେ ଚନ୍ଦକା ଛକ ଏବଂ ବାରଙ୍ଗା ଛକ ଦେଇ ପିତାପାଇଲି ଛକ ଆଡ଼କୁ ସ୍ଥାନାନ୍ତରିତ କରାଯିବ। ଟ୍ରାଫିକ ପରିମାଣ ଏବଂ ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି, ଆବଶ୍ୟକ ହେଲେ ପିତାପାଇଲି ଛକ ଏବଂ ବିରୂପା ବିରଗେରୁ ଭାରୀ ଯାନଗୁଡ଼ିକର ପ୍ରବେଶକୁ ପ୍ରତିବନ୍ଧିତ କରାଯିବ।

ନୟାପଲ୍ଲୀରେ ରାୟଣ ପୋଡ଼ି ସମୟରେ, କଟକ ପାର୍ଶ୍ୱରୁ ଜାତୀୟ ରାଜପଥ -୧୬ ରେ ଆସୁଥିବା ସମସ୍ତ ଯାନବାହାନ ଯାତାୟାତକୁ ଜୟଦେବ ବିହାରରୁ ବେହେର୍ସ ସାଇ, ଶାସ୍ତ୍ରୀ ନଗର, ପାୱାର ହାଉସ୍ ଏବଂ ୟୁନିଟ୍-୮ DAV କ୍ରସିଂ ଦେଇ CRP ଛକ କିମ୍ବା ଫାୟାର ଷ୍ଟେସନ ଛକକୁ ସ୍ଥାନାନ୍ତର କରାଯିବ। ସେହିପରି, CRP ଛକରୁ ଏକାମ୍ର କାନନା ରାସ୍ତା ଏବଂ ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାତାୟାତ କରାଯିବ। ଜନସାଧାରଣଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ, ଉପରୋକ୍ତ ଦିନଗୁଡ଼ିକରେ ଭୁବନେଶ୍ୱରରୁ ଯିବା ଆସିବା ପାଇଁ ଯାତ୍ରୀବାହୀ ବସ୍ ଚଳାଚଳ ଉପରେ ନିମ୍ନଲିଖିତ କଟକଣା ଲାଗୁ କରାଯାଇଛି।

Weather

ଗୋପାଳପୁର ବନ୍ଦର ସମ୍ମୁଖରେ କଡାକଡି ସୁରକ୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଆଜି ରାତିରେ ଏହା ଗଭୀର ଅବପାତ ଭାବେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ । ଗୋପାଳପୁରରୁ ପାରାଦୀପ ମଧ୍ୟରେ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ରହିବ । ଝଟକା ପବନର ବେଗ ୭୫ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଫଳରେ ଗଭୀର ଅବପାତ ପ୍ରଭାବରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଗଞ୍ଜାମ, ଗଜପତି,କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଥିବା ବେଳେ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି l


ଏହି ଅବସରରେ ଗୋପାଳପୁର ବେଳାଭୂମିରେ କଡାକଡି କରାଯାଇଛି ସୁରକ୍ଷା ବିଭାଗ l ଆଇଆଇସି ଗୋପାଳପୁର ପ୍ରଶାନ୍ତ ମଲ୍ଲିକ ଓ ଠାକୁର ପ୍ରସାଦ ଅଗ୍ନିଶମ ବିଭାଗଙ୍କ ନେତୃତ୍ୱରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଲିଛି ସଚେତନତା l ବେଳାଭୂମି ପରିସରକୁ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି ଏବଂ ମସ୍ଚ୍ୟଯିବିଙ୍କୁ ମଧ୍ୟ ବାରଣ କରିଛି ପୋଲିସ ଏବଂ ଦମକଳ ବାହିନୀ l ସ୍ୱତନ୍ତ୍ର ବାଇକ ଯୋଗେ ବେଳାଭୂମି ପରିସରରେ ବାତ୍ୟାକୁ ନେଇ ସଚେତନତା କରୁଥିବା ଦେଖିବାକୁ ମିଳିଛି l

State,National

ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ : ଶନିବାର ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ନଡ୍ଡା ଙ୍କ ଦୃଷ୍ଟିଭଙ୍ଗୀ ଓ ପରାମର୍ଶ ଆମକୁ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l

Crime

ଠକେଇ ମାମଲାରେ ପିଏସ୍‌ଆର ସିନେମା ମାଲିକ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ସ୍ଥିତ ପିଏସ୍‌ଆର୍ ସିନେମା ମାଲିକ ରାଉରକେଲାର ରାଜେଶ ଶର୍ମାଙ୍କୁ ଟାଉନ୍ ଥାନା ପୁଲିସ ଶନିବାର ଗିରଫ କରିଛି। ସୂଚନା ପ୍ରକାରେ,ଗତ ୨୦୨୨ରେ ମୁମ୍ବାଇର ରିୟଲ୍ ଫିଲ୍ମସ୍‌ର ସରଜୁ ରମେଶ ଚନ୍ଦ୍ର ସାହାଙ୍କ ସହ ରାଜେଶ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ପିଏସ୍‌ଆର୍ ସିନେମାର ତିନିଟି ସ୍କ୍ରିନ୍‌ରେ ୩-ଡି ସାଉଣ୍ଡ ସିଷ୍ଟମ୍ ଲଗାଇବା ପାଇଁ ଚୁକ୍ତିନାମା କରିଥିଲେ । ଚୁକ୍ତିନାମା ଅନୁଯାୟୀ ରମେଶ ୩୯ଲକ୍ଷ ଟଙ୍କା ବ୍ୟୟରେ ୩-ଡି ସାଉଣ୍ଡ ସିଷ୍ଟମ୍ ଲଗାଇଥିଲେ ।ପରବର୍ତ୍ତୀ ସମୟରେ ରାଜେଶ ଉକ୍ତ ଟଙ୍କା ପୈଠ କରିନଥିଲେ ଏବଂ ଦେଇଥିବା ଚେକ୍ ଗୁଡ଼ିକ ସବୁ ବାଉନ୍ସ ହୋଇଯାଇଥିଲା। ଏଥିନେଇ ରମେଶ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଆଜି ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରାଜେଶ ୭ଟି ଚେକ୍ ବାଉନ୍ସ ମାମଲାରେ ଜଡ଼ିତ ଥିବା ବ୍ରହ୍ମପୁର ଏସ୍.ପି ଡା. ଶ୍ରବଣା ବିବେକ୍ ଏମ୍ ସୂଚନା ଦେଇଛନ୍ତି ।