Join Us To Make A Difference

The Drops💧

ପୀତବାସ ହତ୍ୟା ଘଟଣା : ପିଣ୍ଟୁଙ୍କ ପାଇଁ ପିଟିସନ ଦାଖଲ

ପୀତବାସ ହତ୍ୟା ଘଟଣା : ପିଣ୍ଟୁଙ୍କ ପାଇଁ ପିଟିସନ ଦାଖଲ
Published by:Jyotshna Kumari
#crime

ଦ କୁଇଭର ବ୍ୟୁରୋ :- ବହୁ ଚର୍ଚ୍ଚିତ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଡୁଙ୍କ ପକ୍ଷରୁ ଏସଡିଜେଏମ କୋର୍ଟରେ ପିଟିସନ ଦାୟର କରାଯାଇଛି। ପିଣ୍ଟୁ ବର୍ତ୍ତମାନ ଫୁଲବାଣୀ ଜେଲରେ ଅଛନ୍ତି | ପିଣ୍ଡୁଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଖାଦ୍ୟ, ଜୋତା ପିନ୍ଧି ପିନ୍ଧିବାକୁ ସୁଯୋଗ ଦେବାକୁ ପିଟିସନ କରିଛନ୍ତି ତାଙ୍କ ଓକିଲ l ଫୁଲବାଣୀ ଜେଲରେ ଥିବା ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ପାଇଁ ଏସଡିଜେଏମ କୋର୍ଟରେ ପିଣ୍ଟୁଙ୍କ ଓକିଲ କୈଳାସ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଛି। ପିଣ୍ଟୁଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଖାଦ୍ୟ ସହ ଜୋତା ପିନ୍ଧିବାକୁ ସୁଯୋଗ ଦେବାକୁ ପିଟିସନ ମାଧ୍ୟମରେ ତାଙ୍କ ଓକିଲ ଅନୁରୋଧ କରିଛନ୍ତି | ଏଥିସହ ବ୍ରାହ୍ମଣ ନୀତି ନିୟମ ଅନୁସାରେ କାନରେ ରିଙ୍ଗ ଲଗାଇବାକୁ ଅନୁମତି ଦେବାକୁ ପିଟସନରେ ନିବେଦନ କରିଛନ୍ତି | ପରିବାର ଲୋକଙ୍କ ସହ ଭିଡିଓ କନଫରେନିଂରେ କଥାବାର୍ଭା କରିବାକୁ ଅନୁମତି ପାଇଁ ପିଟିସନରେ ନିବେଦନ କରାଯାଇଛି। ଏହି ପିଟିସନକୁ ନେଇ ଏସଡିଜେଏମbକୋର୍ଟରେ ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ଥିବା ନେଇ ପିଣ୍ଡୁଙ୍କ ଓକିଲ କହିଛନ୍ତି ।


ସୂଚନାଯୋଗ୍ୟ, ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ଯାଇଥିଲେ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାସ l ପୁଲିସ ଏସକର୍ଟରେ ତାଙ୍କୁ ଫୁଲବାଣୀ ଜେଲ୍ ନିଆଯାଇଥିଲା । ପୀତବାସ ପଣ୍ଡା ହତ୍ୟା ମାମଲାରେ ପିଣ୍ଟୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ | ତେବେ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପିଣ୍ଡୁ ଦାସଙ୍କ ସୁରକ୍ଷା ନେଇ ଏସଡିଜେଏମ୍ କୋର୍ଟରେ ପିଟିସନ ଦାଖଲ ହୋଇଥିଲା |

Comments

Leave a Comment

Comments

No comments yet.

Entertainment

ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହୋତ୍ସବ ଉଦଯାପିତ

Blog Thumbnail

ବ୍ରହ୍ମପୁର(ଦ କୁଇଭର ):- ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ଯାଳୟ ଖେଳ ପଡିଆ ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହାତ୍ସବ-୨୦୨୬ ରବିବାର ପଞ୍ଚମ ଦିବସରେ ସମାପନ ହୋଇଛି । ଅନ୍ତିମ ରଜନୀରେ ଜନସାଧାରଣ ନିଜ ନିଜର ସ୍ବାସ୍ଥ୍ୟ ସଂପର୍କ ରେ ସଚେତନ ହେବା ସହ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସଙ୍ଗୀତ ମଜା ନେଇଥିଲେ । ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଦକ୍ଷିଣ ଓଡିଶା ଫାର୍ମାସିଷ୍ଟ ସଂଘ ସଭାପତି ବିଜୟ କୁମାର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଓ ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଟିତ ମହୋତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ କବିସୂର୍ଯ୍ୟ ନଗର୍ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ମହାନ୍ ସଙ୍ଘ ସଭାପତି ଶୁଶାନ୍ତ ସାବତ ,କାର୍ଯ୍ୟକାରି ସଭାପତି ନାରାୟଣ ମହାକୁଡ଼, ଉପ ସଭାପତି ଯଜ୍ଞ ନାରାୟଣ ଦାସ, ସଂଗଠନ ସଂପାଦକ ସିତାନ୍ସୁ ପଣ୍ଡା, ଡାକ୍ତର କିରଣ କୁମାର ପାଣିଗ୍ରାହୀ, ଦେବାଶିଷ ପଣ୍ଡା, ସମିତ ସାବତ, ନାଗେଶ୍ୱର ପୃଷ୍ଟି, ନବୀନ କୁମାର ମହାପାତ୍ର, ରବି ନାରାୟଣ ପଶୁପାଳକ, ମନୋଜ ପତି, ବନମାଳୀ ପ୍ରଧାନ, ବିଜୟ ଅଧିକାରୀ, ରୋହିତ ପରିଡା, ମହେନ୍ଦ୍ର ବିଶ୍ଵାଳ,ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଏହି ସ୍ବାସ୍ଥ୍ଯ ମହୋତ୍ସବରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦ, ହୋମିଓପ୍ଯାଥିକ୍, ଯୋଗ, ପ୍ରାକୃତିକ ଚିକିତ୍ସା ଏବଂ ଭେଷଜ ଚିକିତ୍ସାଳୟ ସମ୍ବନ୍ଧିତ ୮୧ ଗୋଟି ପ୍ରଦର୍ଶନୀ ଷ୍ଟଲ ପ୍ରଦର୍ଶିତ ହୋଇଥିଲା ।ପ୍ରତ୍ଯେକ ଦିନ ମଧୁମେହ, କିଡନୀ, ହୃଦରୋଗ, ଚର୍ମ ରୋଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ନିରାକରଣ ବିଷୟରେ ଆଲୋଚନା ଚକ୍ର ସହ ସ୍ବାସ୍ଥ୍ଯ ପରୀକ୍ଷା ମାଗଣାରେ କରାଯାଇଥିଲା।


ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଓ ସ୍ବାସ୍ଥ୍ୟ ସଚେତନତା ଲାଗି ଆୟୋଜିତ ଏହି ମହୋତ୍ସବ ରେ ଚଳିତ ବର୍ଷ ପ୍ରତିଦିନ ବହୁ ଜନସାଧାରଣ ଙ୍କ ଭିଡ ଜମିଥିଲା।ଆଧୁନିକ ଚିକିତ୍ସା ସହ ପାରମ୍ପରିକ ଚିକିତ୍ସା ବିଷୟରେ ଜନ ଜାଗରଣ କରି ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ସ୍ବାସ୍ଥ୍ଯ ପର୍ଯ୍ୟଟନର ଏକ ପେଣ୍ଠସ୍ଥଳୀ କରିବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମ୍ମୁଖରେ ରାଜ୍ଯର ଦ୍ବିତୀୟ ଏମ୍ସ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଥିବା ଏଠାରେ ସଭାପତି ସ୍ୱାଇଁ ମତ ଦେଇଥିଲେ ।


ଏହି ମହୋତ୍ସବରେ ପ୍ରତିଦିନ ସକାଳୁ ଯୋଗ, ମଧ୍ୟାହ୍ନରେ ସେମିନାର, ସନ୍ଧ୍ୟାରେ ବୈଠକ ପରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନ୍ତିମ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ଭିତର ସିଡିଏମଓ ଡ଼ା ଭବାନୀ ଶଙ୍କର ମିଶ୍ର, ଡି ପିଏମ ସୁଧୀର କାନ୍ତ ବେହେରା, ଡ଼ା ଅତୁଲ୍ୟ ପଟ୍ଟନାୟକ, ଡ଼ା ସମରେନ୍ଦ୍ର ସାହୁ,ଉପଦେଷ୍ଟା ନବୀନ କୁମାର ମହାପାତ୍ର ପ୍ରମୁଖ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୂପିନ୍ଦର ଓ ଲିପି ସଂଯୋଜନା କରିଥିଲେ । ବରିଷ୍ଟ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଓ ନୃତ୍ୟ ଶିଳ୍ପୀ ସାଧନା ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ଖ୍ୟାତନାମା ଗାୟିକା ଅନ୍ତରା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଦର୍ଶକ ମାନଙ୍କୁ ନିଜ ସଙ୍ଗୀତ ମାଧ୍ୟମରେ ଉତ୍ସାହିତ କରିଥିଲେ ।ସେହି ପରୀ ବିଭିନ୍ନ ଷ୍ଟଲ୍ ରେ ଜନସାଧାରଣ ଭିଡ ହୋଇଥିଲା । ମହୋତ୍ସବରେ ଜିଲ୍ଲାପ୍ରଶାସନ ,ମହାନଗର ନିଗମ ଓ ଅନ୍ୟାନ୍ୟ କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ଙ୍କ ସହ ଗଣ ମାଧ୍ୟମ ପ୍ରତିତିଧି ସହ ଯୋଗ କରିଥିବାରୁ ସଭିଙ୍କୁ କମିଟି ତରଫରୁ ସାଧୁବାଦ୍ ଅର୍ପଣ କରାଯାଇଥିଲା ।

Politics

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି l ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ l ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।

District

ଇନର ହ୍ୱିଲ୍ କ୍ଲବ୍(ଇଷ୍ଟ) ଏବଂ ସେବା ର ମିଳିତ ସହଯୋଗରେ ସଚେତନତା ଶିବିର ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଇନର ହୁଇଲ କ୍ଲବ, ବ୍ରହ୍ମପୁର ଇଷ୍ଟ ଏବଂ ସେବା ର ମିଳିତ ଆନୁକୂଲ୍ୟରେ , ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲୋଚାପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ପରିସରରେ ରବିବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । "ସାରା ବିଶ୍ୱକୁ ଅରେଞ୍ଜ କରନ୍ତୁ - ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରନ୍ତୁ" ମୁଖ୍ୟ ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ଶିବିରରେ ବାଲ୍ୟ ବିବାହ, ବିଭିନ୍ନ ପ୍ରକାରର ହିଂସା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେଉଥିବା ଆଇନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋଚାପଡା ଗ୍ରାମର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ବାଲ୍ୟ ବିବାହର କ୍ଷତିକାରକ ପ୍ରଭାବ ସହିତ ଶାରୀରିକ, ଭାବପ୍ରବଣ, ଯୌନ, ଆର୍ଥିକ ହିଂସା ଆଦି ବିଷୟରେ ଶିକ୍ଷା ଲାଭ କରିଥିଲେ l ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, ଘରୋଇ ହିଂସା ଆଇନ ୨୦୦୫ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନଗତ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏକ ପାରସ୍ପରିକ ପ୍ରଶ୍ନୋତ୍ତର ଅଧିବେଶନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଖୋଲାଖୋଲି କଥାବାର୍ତ୍ତା କରିବାକୁ, ପ୍ରଶ୍ନ ପଚାରିବାକୁ ଏବଂ ହିଂସା ବିଷୟରେ କିପରି ରିପୋର୍ଟ କରିବେ ଏବଂ ସାହାଯ୍ୟ ଲୋଡିବେ ତାହା ବୁଝିବାକୁ ଉତ୍ସାହିତ କରିଥିଲା। ସମସ୍ତ ମହିଳା ଏବଂ ଝିଅମାନଙ୍କ ପ୍ରତି ସୁରକ୍ଷା, ସମାନତା ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରତିଶ୍ରୁତି ସହିତ ମହିଳା ହେଲ୍ପ ଲାଇନ ନଂ-୧୮୧, ଶିଶୁ ହେଲ୍ପ ଲାଇନ ନଂ-୧୦୯୮, ପୋଲିସ ହେଲ୍ପ ଲାଇନ ନଂ- ୧୧୨ ଆଦି ବିଷୟରେ କାର୍ଯ୍ୟକ୍ରମରେ ସୁଚାରୁରୂପେ ଆଲୋଚନା ହୋଇଥିଲା l


କାର୍ଯ୍ୟକ୍ରମରେ 'ସେବା' ମୁଖ୍ୟ ଅଳକା ସାହୁ,ଇନର ହୁଇଲ କ୍ଲବ ବ୍ରହ୍ମପୁର ଇଷ୍ଟ ସଭାପତି ଅନ୍ନପୂର୍ଣ୍ଣା ବେହେରା, କୁକୁଡାଖଣ୍ଡି ବିପିଏମ ସଞ୍ଜୁ ସାହୁ,ଲୋଚାପଡା ସରପଞ୍ଚ ମୋହନ ଦାସ ଉପସ୍ଥିତ ରହିଥିବା ବେଳେ ଅଞ୍ଚଳର ବହୁ ଅଙ୍ଗଡ଼ବାଡ଼ି କର୍ମୀ ଯୋଗଦାନ କରିଥିବା ବେଳେ ବ୍ରହ୍ମପୁର ଇନର ହୁଇଲ କ୍ଲବ, ଇଷ୍ଟ ର ସମସ୍ତ ସଦସ୍ୟା, ସେବା ର ସଦସ୍ୟା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ l

Accident

ମାର୍ଲବା ଘାଟିରେ ଦୁର୍ଘଟଣା

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିନ ମାର୍ଲବା ଘାଟିରେ ଏକ ହିଟାଚି ବୋଝଇ ଟ୍ରକ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି l ଦୁର୍ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତରଙ୍କୁ ଖଜୁରୀପଦା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଆର. ଉଦୟଗିରି ପଟରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ହିଟାଚି ବୋଝେଇ ଟ୍ରକ ମାର୍ଲବା ଘାଟିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାହାଡ଼କୁ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା l ଫଳରେ ଟ୍ରକ୍ ଉପରେ ଲଦା ହୋଇଥିବା ହିଟାଚି ଡ୍ରାଇଭର କ୍ୟାବିନ ଉପରକୁ ମାଡ଼ିଯାଇ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l ଟ୍ରକରେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା l ଘଟଣାସ୍ଥଳରେ ରାୟଗଡ଼ ପୁଲିସ, ରାୟଗଡ଼ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି l



Education,Entertainment

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବାର୍ଷିକ ଉତ୍ସଵ, ଶିଶୁ ଙ୍କ ନୃତ୍ୟ ମୁଖ୍ୟ ଆକର୍ଷଣ

Blog Thumbnail

ଦ କୁଇଭର( ବ୍ରହ୍ମପୁର ):- ତୁଳସୀ ନଗର୍ ସ୍ଥିତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ୨୪ ତମ ବାର୍ଷିକ ଉତ୍ସବ ସଭାପତି ସଞ୍ଜୀବ କୁମାର୍ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅର୍ବାନ ବ୍ୟାଙ୍କ୍ ସଭାପତି ଆର .ମୂରଲୀ ମୋହନ,ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଦାସ, ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଆର୍. ପାୱନି ଓ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ନିଜ ନିଜ ବକ୍ତବ୍ୟରେ ଉତ୍ସାହିତ କରିଥିଲେ ।ସମ୍ପାଦକ ବରୁଣ କୁମାର୍ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ପୂର୍ବତନ ଶିକ୍ଷୟତ୍ରୀ ରଞ୍ଜିତା ପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ଶିଶୁ ମନ୍ଦିର ର ସମସ୍ତ ଆଚାର୍ଯ୍ୟ ଆଚାଯ୍ୟା ଏଥିରେ ସହଯୋଗ କରିଥିଲେ ।ଶେଷରେ ଆଚାର୍ଯ୍ୟ ପ୍ରଶାନ୍ତ କୁମାର୍ ପଟ୍ଟନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ ।

Education

ଫାଷ୍ଟକ୍ରାଏ ଇଣ୍ଟେଲି ଟୋଟସ ପ୍ରୀ ସ୍କୁଲ ଡେ କେୟାରର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଖେଳ ପଡ଼ିଆରେ ଫାଷ୍ଟ କ୍ରାଏ ଏଣ୍ଟେଲି ଟୋଟସ ପ୍ରି ସ୍କୁଲ ଡେ କେୟାର ର ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଆୟୋଜିତ ହୋଇଯାଇଛି । ନିର୍ଦ୍ଦେଶିକା ଡ.ମିତ୍ରବିନ୍ଦା ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କ୍ରିଡ଼ା ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ୱାଦିକ ଦେବହରି ବେହେରା ଓ କ୍ରୀଡା ପ୍ରଶିକ୍ଷକ ବିଶ୍ଵ ବନ୍ଧୁ ପାଢ଼ୀ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତି ପ୍ରତି ଯୋଗିତାର କୃତି ଶିଶୁ ପ୍ରତି ଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି ପରୀ ଅଭିଭାବକ ମାନଙ୍କ ମଧ୍ୟରେ ଆୟୋଜିତ କ୍ରୀଡା ର ପୁରସ୍କାର ପ୍ରଦାନ କରାଯାଇଥିଲା ।ସ୍କୁଲ ର ବିଜନେସ ପାର୍ଟନର ଡ଼ା ସ୍ଵାତୀ ଦାସ ଏହି ଅବସରରେ ସ୍କୁଲ ବିଷୟରେ ସୂଚନା ଦେଇଥିଲେ । ସେଣ୍ଟର୍ ହେଡ ସରସ୍ଵତୀ ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ । କାହୁଁ ରାଉତ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।