Join Us To Make A Difference

The Drops💧

ଶିବ ସ୍ମୃତି ଭବନ ସେବା କେନ୍ଦ୍ରରେ ଧ୍ୟାନ ଶୀର୍ଷକ ସମ୍ମିଳନୀ ଅନୁଷ୍ଠିତ

ଶିବ ସ୍ମୃତି ଭବନ ସେବା କେନ୍ଦ୍ରରେ ଧ୍ୟାନ ଶୀର୍ଷକ ସମ୍ମିଳନୀ ଅନୁଷ୍ଠିତ
Published by:Jyotshna Kumari
#city

ବ୍ରହ୍ମପୁର ( ଦ କୁଇଭର ):- ପ୍ରହଲାଦ ନଗର ଦ୍ବିତୀୟ ଲାଇନ୍‌ ଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ବବିଦ୍ୟାଳୟ ଶିବ ସ୍ମୃତି ଭବନ ସେବା କେନ୍ଦ୍ରରେ ଶନିବାର ବିଶ୍ବ ଏକତା ଓ ବିଶ୍ବାସ ପାଇଁ ଧ୍ୟାନ ଶୀର୍ଷକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ପ୍ରସିଦ୍ଧ ମାନବ ସମ୍ବଳ ପ୍ରଶିକ୍ଷକ ତଥା ପ୍ରବଚକ ରାଜଯୋଗୀ ଭ୍ରାତା ଡକ୍ଟର ପୁରୁଷୋତ୍ତମ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାରୂପେ ଯୋଗଦେଇଥିଲେ । ନିଜ ବକ୍ତବ୍ୟରେ ଆପସୀ ବିଶ୍ବାସ ହିଁ ମଧୁର ସମ୍ପର୍କର ଆଧାର, ଯାହା ଦ୍ବାରା ସମ୍ବନ୍ଧରେ ଅତି ନିକଟତା ଆସିଥାଏ ବୋଲି କହିଥିଲେ। ଅନ୍ୟତମ ବକ୍ତା ଭାବେ ରାଜ ଯୋଗିନୀ ଡକ୍ଟର ପ୍ରିୟା ଯୋଗଦେଇ ଧ୍ୟାନ ହିଁ ସୁସ୍ଥ ଜୀବନ ଏବଂ ସୁସ୍ଥ ସମାଜ ସ୍ଥାପନାର ମୂଳ ଆଧାର ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଯୋଗଦେଇ ଭଜନ ଗାନ କରିବା ସହ ଏପରି ସମ୍ମିଳନୀର ଆବଶ୍ୟକତା ନେଇ ନିଜର ମତ ଦେଇ ଥିଲେ । କୁମାରୀ ସମୀକ୍ଷା ସ୍ବାଗତ ନୃତ୍ୟ ପରିବେଷଣ କରିଥିବା ବେଳେ କେନ୍ଦ୍ର ସହ ସଂଚାଳିକା ବ୍ରହ୍ମାକୁମାରୀ ସଂଯୁକ୍ତା ମଞ୍ଚ ପରିଚାଳନା କରିଥିଲେ । କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ବାସନ୍ତୀ ଓ ବୁଗୁଡ଼ା ସେବାକେନ୍ଦ୍ରର ବ୍ରହ୍ମାକୁମାରୀ ବିଷ୍ଣୁପ୍ରୀୟା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Comments

Leave a Comment

Comments

No comments yet.

District

ଇନର ହ୍ୱିଲ୍ କ୍ଲବ୍(ଇଷ୍ଟ) ଏବଂ ସେବା ର ମିଳିତ ସହଯୋଗରେ ସଚେତନତା ଶିବିର ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଇନର ହୁଇଲ କ୍ଲବ, ବ୍ରହ୍ମପୁର ଇଷ୍ଟ ଏବଂ ସେବା ର ମିଳିତ ଆନୁକୂଲ୍ୟରେ , ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲୋଚାପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ପରିସରରେ ରବିବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । "ସାରା ବିଶ୍ୱକୁ ଅରେଞ୍ଜ କରନ୍ତୁ - ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରନ୍ତୁ" ମୁଖ୍ୟ ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ଶିବିରରେ ବାଲ୍ୟ ବିବାହ, ବିଭିନ୍ନ ପ୍ରକାରର ହିଂସା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେଉଥିବା ଆଇନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋଚାପଡା ଗ୍ରାମର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ବାଲ୍ୟ ବିବାହର କ୍ଷତିକାରକ ପ୍ରଭାବ ସହିତ ଶାରୀରିକ, ଭାବପ୍ରବଣ, ଯୌନ, ଆର୍ଥିକ ହିଂସା ଆଦି ବିଷୟରେ ଶିକ୍ଷା ଲାଭ କରିଥିଲେ l ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, ଘରୋଇ ହିଂସା ଆଇନ ୨୦୦୫ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନଗତ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏକ ପାରସ୍ପରିକ ପ୍ରଶ୍ନୋତ୍ତର ଅଧିବେଶନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଖୋଲାଖୋଲି କଥାବାର୍ତ୍ତା କରିବାକୁ, ପ୍ରଶ୍ନ ପଚାରିବାକୁ ଏବଂ ହିଂସା ବିଷୟରେ କିପରି ରିପୋର୍ଟ କରିବେ ଏବଂ ସାହାଯ୍ୟ ଲୋଡିବେ ତାହା ବୁଝିବାକୁ ଉତ୍ସାହିତ କରିଥିଲା। ସମସ୍ତ ମହିଳା ଏବଂ ଝିଅମାନଙ୍କ ପ୍ରତି ସୁରକ୍ଷା, ସମାନତା ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରତିଶ୍ରୁତି ସହିତ ମହିଳା ହେଲ୍ପ ଲାଇନ ନଂ-୧୮୧, ଶିଶୁ ହେଲ୍ପ ଲାଇନ ନଂ-୧୦୯୮, ପୋଲିସ ହେଲ୍ପ ଲାଇନ ନଂ- ୧୧୨ ଆଦି ବିଷୟରେ କାର୍ଯ୍ୟକ୍ରମରେ ସୁଚାରୁରୂପେ ଆଲୋଚନା ହୋଇଥିଲା l


କାର୍ଯ୍ୟକ୍ରମରେ 'ସେବା' ମୁଖ୍ୟ ଅଳକା ସାହୁ,ଇନର ହୁଇଲ କ୍ଲବ ବ୍ରହ୍ମପୁର ଇଷ୍ଟ ସଭାପତି ଅନ୍ନପୂର୍ଣ୍ଣା ବେହେରା, କୁକୁଡାଖଣ୍ଡି ବିପିଏମ ସଞ୍ଜୁ ସାହୁ,ଲୋଚାପଡା ସରପଞ୍ଚ ମୋହନ ଦାସ ଉପସ୍ଥିତ ରହିଥିବା ବେଳେ ଅଞ୍ଚଳର ବହୁ ଅଙ୍ଗଡ଼ବାଡ଼ି କର୍ମୀ ଯୋଗଦାନ କରିଥିବା ବେଳେ ବ୍ରହ୍ମପୁର ଇନର ହୁଇଲ କ୍ଲବ, ଇଷ୍ଟ ର ସମସ୍ତ ସଦସ୍ୟା, ସେବା ର ସଦସ୍ୟା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ l

Shree Jagannath

ଆଜି ପ୍ରଥମାଷ୍ଟମୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ l ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା'ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ 'ପଢୁଆଁ ହେବା' କହିଥାନ୍ତି I 'ପଢୁଆଁ' ଶବ୍ଦଟି 'ପ୍ରଥମା'ର ଅପଭ୍ରଂଶ । ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ)ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି । ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

Politics

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି l ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ l ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।

Crime

ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଦୁଇ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ। ପୋଲିସର ଜେରା ବେଳେ କେତେ ସତ କେତେ ମିଛ କହିଛନ୍ତି ଅଭିଯୁକ୍ତ । ସେନେଇ ତନାଘନା କରିବାକୁ ହେବ ଟେଷ୍ଟ। ଏଥିପାଇଁ କ୍ରାଇମବ୍ରାଞ୍ଚ ପୋଲିସ ବ୍ରହ୍ମପୁର JMFC ଗ୍ରାମୀଣ କୋର୍ଟରେ ଆବେଦନ କରିଛନ୍ତି । ଆଜି ତାହାର ଶୁଣାଣି ଅଛି । ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ ଲାବ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକର ପଲିଗ୍ରାଫ୍ ଟେଷ୍ଟ କରିବ କ୍ରାଇମ୍ ବ୍ରାଞ୍ଚ୍। କୋର୍ଟଙ୍କ ଅନୁମତି ପରେ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଷ୍ଟେଟ୍ ଫରେନସିକ୍ ଲାବର ପଲି ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ପୋଲିସ ଶଙ୍କର ସମେତ ୫ ଜଣଙ୍କୁ ଜେରା କରିବା ପାଇଁ ରିମାଣ୍ଡ ରେ ନେଇଥିଲା ।

District,City

ଆଇନ ସେବା ପ୍ରାଧିକରଣ ପକ୍ଷରୁ 'ଜାତୀୟ ଆଇନ ସେବା ଦିବସ’ପାଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ଆଇନ ସେବା ପ୍ରାଧିକରଣ ସଚିବଙ୍କ ପରିଚାଳନାରେ ରବିବାର ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ 'ଜାତୀୟ ଆଇନ ସେବା ଦିବସ’ ପାଳନ ହୋଇଯାଇଛି l ଏହି ଅବସରରେ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରୁ ଏକ ରାଲି ବାହାରି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରୋଡ଼ ଏବଂ ପୁଣି ଜିଲ୍ଲା କୋର୍ଟ ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା, ଯେଉଁଥିରେ ଜିଲ୍ଲାର ବହୁ ବିଚାରପତି, ପେନେଲ ଓକିଲ, ପାରଲିଗଲ ସ୍ବେଛାସେବୀ,ପିଏଲଏ ପିୟୁଏସ ସଦସ୍ୟ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ, କୋର୍ଟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l


ଉଲ୍ଲେଖଯୋଗ୍ୟ, ୧୯୯୫ ମସିହା ନଭେମ୍ବର ୯ ତାରିଖରେ ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଗୃହୀତ ହୋଇଥିଲା। ସେହି ଦିବସକୁ ସ୍ମରଣୀୟ କରିବା ସହ ଦେଶବାସୀଙ୍କ ମଧ୍ୟରେ ଆଇନ ସଚେତନତାର ପ୍ରସାର ପାଇଁ ପ୍ରତି ବର୍ଷ ଏ ଦିବସ ପାଳିତ ହୋଇଆସୁଛି। ଦେଶର କିଛି ନିର୍ଦ୍ଧିଷ୍ଟ ବର୍ଗର ନାଗରିକ, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତ୍ୟେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ଏହି ଦିବସ ସମସ୍ତଙ୍କୁ ମନେ ପକାଇ ଦେଇଥାଏ। ବିଶେଷ କରି ଦଳିତ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପରି ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଠାରେ ଅନେକ ସମୟରେ ଆଇନଗତ ସଚେତନତା ନଥିବା ଦେଖିବାକୁ ମିଳିଥାଏ। ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ଓ ମାଗଣା ଆଇନ ସେବା ସମ୍ପର୍କରେ ଅବଗତ କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ l

Entertainment

ଅସୁସ୍ଥ ଗୋବିନ୍ଦା

Blog Thumbnail

ଦ କୁଇଭର ବ୍ୟୁରୋ :- ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଗତକାଲି ରାତିରେ ଘରେ ବେହୋସ ହେବା ପରେ ପୂର୍ବତନ ସାଂସଦ ଗୋବିନ୍ଦଙ୍କୁ ହସ୍ପିଟାଲରେ ନିଆଯାଇଥିଲା । ୬୧ ବର୍ଷୀୟ ମୁମ୍ବାଇର ବଲିଉଡ ଷ୍ଟାରଙ୍କୁ ମୁମ୍ବାଇ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ମେଡିକାଲ ଅବଜରଭେସନରେ ରଖାଯାଇଛି ।ରିପୋର୍ଟ ଅନୁସାରେ ଅଚେତ ହେବାରୁ ତାଙ୍କ ଅବସ୍ଥା ବିଗିଡିଛି। ଗତକାଲି ସକାଳେ ସବୁ କିଛି ଠିକ ଥିଲା । ତେବେ ରାତିରେ ସେ ହଠାତ ବେହୋସ ହୋଇଥିଲେ । ରାତି ୧ଟାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ଡାକ୍ତରୀ ଟେଷ୍ଟ ହୋଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏ ନେଇ ଗୋବିନ୍ଦାଙ୍କ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ ସୂଚନା ଦେଇଛନ୍ତି ।