ବ୍ରହ୍ମପୁର (ଦ କୁଇଭର ):- ମହେନ୍ଦ୍ର କଳା ସାଂସ୍କୃତିକ ଅଂଶ ଅନ୍ଵେଷା କଳାକେନ୍ଦ୍ର ତରଫରୁ ଉତ୍କଳ ଆଶ୍ରମ ରେ କେନ୍ଦ୍ରର ମୁଖ୍ୟ ପରିଚାଳିକା ତଥା ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସହ ବହୁ ପ୍ରତିଭାଧାରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଧାୟକ କେ. ଅନିଲ କୁମାର , ମୁଖ୍ୟବକ୍ତା ଜିଲ୍ଳା ବିଜେପି ସଭାପତି ସରୋଜ ସାବତ ସମ୍ମାନୀତ ଅତିଥି ରୂପେ ଅବସର ପ୍ରାପ୍ତ ଅଧ୍ୟକ୍ଷା ଡ.ସଙ୍ଗୀତା ବାବୁ, ବିଇଡି କଲେଜ ନିର୍ଦ୍ଦେଶକ ଯତୀନ ବିଷୋୟୀ ଓ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ, ତଥା ସମାଜ ର ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗ ଦେଇ ମହିଳା ଦିବସ ପାଳନ ନେଇ ନିଜ ନିଜର ମତ ଦେବା ସହ ମହିଳା ମାନଙ୍କୁ ସର୍ଵଦା ସମ୍ମାନ ଦେବାକୁ କହିଥିଲେ । ଦେଶ ଓ ସମାଜ ର ବିକାଶ କ୍ଷେତ୍ରରେ ମହିଳା ମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇ ମଧ୍ୟ ଆଲୋଚନା ହୋଇଥିଲା l
ଏହି ଅବସରରେ ପ୍ରତିଭା ଧାରୀ ମହିଳା ,ଦମ୍ପତି ଓ ଶିଶୁ ମାନଙ୍କୁ ସମ୍ମାନିତ କରାଯାଇଥିଲା । ବରିଷ୍ଠ ଡାକ୍ତର ଭାରତୀ ମିଶ୍ର, ବକ୍ସର କୋଚ୍ ସୁଜାତା ରାଣୀ ବିଷୋୟୀ, କର୍ପୋରେଟର୍ ସବିତା ସାହୁ, ନବଜୀବନ ସେବା ଟ୍ରଷ୍ଟ ଭାଇସ ପ୍ରେସିଡେଣ୍ଟ ମନିଷା ସାମନ୍ତରାୟ, ଓଡିଶୀ ନୃତ୍ୟ ଶିଳ୍ପୀ ଜାନଭୀ ପଣ୍ଡା ଓ ଶିକ୍ଷୟତ୍ରୀ ଡ.ପୁଷ୍ପାଞ୍ଜଳି ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱତନ୍ତ୍ର ଭାବେ କେ.ରାଜ କୁମାର୍ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେହି ପରୀ ସାଥୀ ତୁମେ ସୁନ୍ଦର୍ ନାମରେ ବହୁ ଦମ୍ପତ୍ତି ଙ୍କୁ ସମ୍ମାନିତ କରାଯିବା ସହ କୁନି କୁନି କନ୍ୟା ମାନଙ୍କୁ ବିବିଧ ସମ୍ମାନ ପ୍ରଦାନ କରଯାଇଥିଲା। ସୌରଭ ରଥ,ମାମାପଣ୍ଡା, ଅନିତା ଦାସ, ରିତାଞ୍ଜଳି ସ୍ୱାଇଁ, ଗିରିଜା କୁମାର ସ୍ୱାଇଁ ଓ କୁନି କନ୍ୟା ଭାବେ ଅନଭି ମଣ୍ଡଳ, ସରନ୍ୟା ମିଶ୍ର, ସ୍ୱରା ମିଶ୍ର, ଙ୍କୁ ଅନୁରୁପ ସମ୍ମାନିତ କରାଯାଇଥିଲା ।ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ ଭଜନ ଗାନ କରିବା ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ନୃତ୍ୟ ଏବଂ ସଂଗୀତ ପରିବେଷଣ କରଯାଇଥିଲା। ଏଥିରେ କଳାକେନ୍ଦ୍ର ର ଗୀତାଞ୍ଜଳୀ ପଣ୍ଡା ଓ ଆଳ୍ପନା ପ୍ରିୟଦର୍ଶନୀ ଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ ।






