ଦ କୁଇଭର ବ୍ୟୁରୋ - ଆଃ ଥୁ.... କି ଲଜ୍ଜା.... ବେକାର କଥା.... ଏପରି କହୁଥିବା ସଭିଙ୍କ ପ୍ରିୟର ମଣିଷ ଟିଏ ହେଉଛନ୍ତି ନିଜକୁ ରାଜନୀତି ପ୍ରତି ସମର୍ପଣ ଦେଇଥିବା ସୁର ରାଉତରାୟ l ସର୍ବଦା ସତ୍ୟ କହି ଚର୍ଚ୍ଚାରେ ରୁହନ୍ତି, ଆଉ ସମସ୍ତଙ୍କ ଭୁଲ କୁ ରୋକ ଠୋକ କହିଦିଅନ୍ତି l କୁହାଯାଏ, ରାଜନୀତିର ABCD ସବୁ ସେ ଜାଣନ୍ତି, ପୂର୍ବତନ ମନ୍ତ୍ରୀ ତଥା ଓଡିଶା ବିଧାନସଭା ର ସେ ଜଣେ ବରିଷ୍ଠ ସଦସ୍ୟ ଯିଏ କଂଗ୍ରେସ ପ୍ରତି ନିଜକୁ ପୂର୍ଣ୍ଣ ସମର୍ପଣ ଦେଇଛନ୍ତି, ସୁର ରାଉତରାୟ l
ଗତ ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଶାସନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ କଥା କଥାକେ କହିଥିଲେ ଯେ, ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ଓଡିଶା ମାଟିକୁ ଭଲ ପା'ନ୍ତି ଏବଂ ଶ୍ରୀ ଜଗନ୍ନାଥଙ୍କୁ ଭଲପାନ୍ତି ବୋଲି ଆମେରିକା ନ ଯାଇ ଓଡିଶା ଆସିଲେ l ଏକଥାକୁ କଟାକ୍ଷ କରିଛନ୍ତି ସୁର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଲାଯୁଗ ବୋଲି କହିଛନ୍ତି l
ସେହିପରି ଜୁଲାଇ ୧୧ ତାରିଖଦିନ ରାହୁଲ ଗାନ୍ଧୀ ଓଡିଶା ଆସିଥିଲେ l ଆଉ ସେ ମଧ୍ୟ ଶ୍ରୀ ଜଗନ୍ନାଥ ବିରୋଧୀ କଥା କହିଥିବା ସୁର ରାଉତରାୟ କହିଛନ୍ତି ଯାହାକୁ ସେ ତିବ୍ର ନିନ୍ଦା କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ମତ ରଖିଛନ୍ତି l
No comments yet.
State,Health & lifestyle,Education
ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଫେରି ପୀଡିତା ଏବଂ ତାଙ୍କ ପରିବାରକୁ ଏମ୍ସ ଭୁବନେଶ୍ୱରରେ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । AIIMSରେ ଚିକିତ୍ସାଧୀନ ଛାତ୍ରୀ ଓ ତାଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା, "ଦିଲ୍ଲୀ AIIMS ଭଳି ଛାତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରାଯାଉଛି । ଆଗାମୀ 24 ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯିବା ସମ୍ଭବ ନୁହେଁ । ସ୍ଵାସ୍ଥ୍ୟାବସ୍ଥା ସୁଧୁରିଲେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯାଇପାରେ ।"ଏପଟେ ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ NCWଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଓଡ଼ିଶା ଡିଜିପିଙ୍କୁ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ । ୩ ଦିନ ଭିତରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ଜଣାଇବାକୁ ନିର୍ଦ୍ଦେଶ ।
ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଘଟଣାରେ ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କଲେ NCW । ଘଟଣାର ନିରପେକ୍ଷ ତଦନ୍ତ କରିବାକୁ DGPଙ୍କୁ ଦେଲେ ନିର୍ଦ୍ଦେଶ । ଘଟଣାକୁ ତୀବ୍ର ନିନ୍ଦା ସହ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ ।ଏଫ୍ ଏମ୍ କଲେଜ ଘଟଣାରେ ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । କେଉଁ କାରଣରୁ ଏଭଳି ଘଟଣା ଘଟିଲା, ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କମିଟି ଗଠନ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
National
ଦ କୁଇଭର ବ୍ୟୁରୋ :- ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ । ତାମିଲନାଡୁର ତିରୁଭାଲ୍ଲୁରରେ ତୈଳ ବୋଝେଇ ଏକ ମାଲବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଚେନ୍ନାଇ ପୋର୍ଟରୁ ଡିଜେଲ ନେଇ ଯାଉଥିବା ମାଲବାହୀ ଟ୍ରେନ୍ଟି ତିରୁଭାଲ୍ଲୁର ନିକଟରେ ହଠାତ୍ ଲାଇନଚ୍ୟୁତ ହୋଇଥିଲା, ଯାହା ପରେ ଟ୍ରେନ୍ରେ ଥିବା ତୈଳ ଟ୍ୟାଙ୍କର୍ରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ନିଆଁ ଲାଗିବା ପରେ ତୈଳ ବୋଝେଇ ମାଲବାହୀ ଟ୍ରେନଟି ହୁତୁ ହୁତୁ ହୋଇ ଜଳିଥିଲା । ଡିଜେଲ ଥିବାରୁ ନିଆଁଟି ପୁରା ଟ୍ରେନକୁ ବ୍ୟାପିଯାଇଥିଲା । ବର୍ତ୍ତମାନ ସୁଦ୍ଧା ୫ଟି କୋଚ ସମ୍ପୂର୍ଣ୍ଣ ଜଳିଯାଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି । ୧୦ ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲିସ ନିକଟବର୍ତ୍ତୀ ଆବାସିକ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି ଏବଂ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି। ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଘରଗୁଡ଼ିକରେ ଥିବା ଏଲପିଜି ସିଲିଣ୍ଡରଗୁଡ଼ିକୁ ହଟାଇ ଦିଆଯାଉଛି। ନିଆଁ ଲାଗିବା ପରେ ତୈଳ ବୋଝେଇ ମାଲବାହୀ ଟ୍ରେନଟି ହୁତୁ ହୁତୁ ହୋଇ ଜଳିଥିଲା । ଡିଜେଲ ଥିବାରୁ ନିଆଁଟି ପୁରା ଟ୍ରେନକୁ ବ୍ୟାପିଯାଇଥିଲା । ବର୍ତ୍ତମାନ ସୁଦ୍ଧା ୫ଟି କୋଚ ସମ୍ପୂର୍ଣ୍ଣ ଜଳିଯାଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି । ୧୦ ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲିସ ନିକଟବର୍ତ୍ତୀ ଆବାସିକ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି ଏବଂ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି। ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଘରଗୁଡ଼ିକରେ ଥିବା ଏଲପିଜି ସିଲିଣ୍ଡରଗୁଡ଼ିକୁ ହଟାଇ ଦିଆଯାଉଛି। ତିରୁଭାଲ୍ଲୁର ଜିଲ୍ଲା କଲେକ୍ଟର ଏମ୍ ପ୍ରତାପ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଅଗ୍ନି ନିର୍ବାପନ କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା ଖବର ମିଳିନାହିଁ। ଉଦ୍ଧାର କାର୍ଯ୍ୟ ପାଇଁ ଆରାକୋନମରୁ ରିଲିଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତାମିଲନାଡୁ ମନ୍ତ୍ରୀ ଏସ୍ଏମ୍ ନାସାର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ଜିଲ୍ଲା ପ୍ରଶାସନ କହିଛି ଯେ ନିଆଁକୁ ନିୟନ୍ତ୍ରଣ କରିବାକୁ କିଛି ଘଣ୍ଟା ସମୟ ଲାଗିବ। ଜିଲ୍ଲା ପ୍ରଶାସନ ଅନୁରୋଧ ପରେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳରେ ଦୁଇଟି NDRF ଟିମ୍ ନିୟୋଜିତ ହୋଇଛନ୍ତି ।ଏହି ଘଟଣା ପରେ, ଦକ୍ଷିଣ ରେଳବାଇ ତିରୁଭାଲ୍ଲୁରରେ ଓଭରହେଡ୍ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଛି । ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ଆଠଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଅନେକ ଟ୍ରେନକୁ ବନ୍ଦ କରିବାକୁ ପଡିଥିଲା। ଦକ୍ଷିଣ ରେଳବାଇ ଟ୍ବିଟ କରି କହିଛି , " ତିରୁଭାଲ୍ଲୁର ନିକଟରେ ବାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ଓଭରହେଡ୍ ବିଦ୍ୟୁତ୍ ଯୋଗାଣକୁ ବନ୍ଦ କରିଦିଆଯାଇଛି। ନିଆଁ ଲିଭାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି, ତେଣୁ ଟ୍ରେନ୍ ସେବାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଖୁବଶୀଘ୍ର ଟ୍ରେନ ଚଳାଚଳ ପୁଣି ଆରମ୍ଭ ହେବ । "
State
ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ପ୍ରେସ କ୍ଲବ ତରଫରୁ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରାଙ୍କୁ ରବିବାର ପ୍ରେସ କ୍ଲବ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଦୀର୍ଘ ବର୍ଷ ଧରି ଶ୍ରୀ ବେହେରା ଜିଲ୍ଲାରେ ରହି ଅନେକ ସମସ୍ୟାର ସମାଧାନ କରିଛନ୍ତି l କରୋନା ରେ ମୃତ୍ୟୁବରଣ କରିଥିବା ୭ଜଣ ସାମ୍ବାଦିକଙ୍କୁ ସହାୟତା ରାଶି ପ୍ରଦାନ କରିବା ହେଉ କିମ୍ବା ଯେ କୌଣସି ଜନ ହୀତ କର କାର୍ଯ୍ୟ, ସବୁଥିରେ ସେ ଅଙ୍ଗାଅଙ୍ଗୀ ଭାବେ ଜଡିତ ରହି ସମସ୍ୟାର ସମାଧାନ କରନ୍ତି l ଆଜି ତାଙ୍କୁ ଅବସର ପ୍ରଦାନ କରାଯାଉଛି, ଭାବବିହ୍ୱଳ ହୋଇଉଠିଥିଲା ସମଗ୍ର କ୍ଲବ,ଚାକିରୀ ଜୀବନ ବିଷୟରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ପରେ ବ୍ରହ୍ମପୁର ପ୍ରେସ କ୍ଲବ ତରଫରୁ ଶ୍ରୀ ରବିନାରାୟଣ ବେହେରାଙ୍କୁ ଉପଢୌକନ ଓ ସ୍ମୃତି ସ୍ମାରକୀ ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରାଯାଇଛି l
ପରସ୍ପର ମଧ୍ୟରେ ଏକତା ରଖି ଲୋକଙ୍କ ଗୁହାରିଙ୍କୁ ସରକାରଙ୍କ ଦୃଷ୍ଟି ଗୋଚର କରିବା ସହ ଜନ ହୀତ ପାଇଁ ସମାଜର ହୀତ ପାଇଁ କାର୍ଯ୍ୟ କରିବା ସହ yellow journalism କୁ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ ଶ୍ରୀ ବେହେରା l ତେବେ ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପ୍ରେସ କ୍ଲବ ର ଉପ ସଭାପତି ଅଭୟ ପାଢ଼ୀଙ୍କ ପରିଚାଳନାରେ ଆଜିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସମ୍ପାଦକ ପ୍ରହଲ୍ଲାଦ ସାହୁ,ଯୁଗ୍ମ ସମ୍ପାଦକ ଗୋପାଳ ରେଡ୍ଡୀ,କୋଷାଧକ୍ଷ ଶିବ ନାରାୟଣ ପଣ୍ଡା, ସମସ୍ତ ସଦସ୍ୟ ଯଥା ଶକ୍ତିଧର ରାଜଗୁରୁ, ସୁନୀଲ କୁମାର ସାହୁ, ବିଘ୍ନ ରାଜ ମହାପାତ୍ର, ନିର୍ମଳ ସାହୁ, ବି କେ ବିଶାରଦ, ଲଲାଟେନ୍ଦୁ ଚୌଧୁରୀ, ଲିକୁ ଡାକୁଆ, ରାଜେଶ ସାହୁ, ଅଭିଜିତ କର, ପିଣ୍ଟୁ ବେହେରା, କ୍ଷୀରସିନ୍ଧୁ ବେହେରା, ଦିନେଶ ପଟ୍ଟନାୟକ, ନରସିଂହ ଡାକୁଆ,ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶେଷରେ ଯୁବ ସାମ୍ବାଦିକ ପିଣ୍ଟୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ କାର୍ଯ୍ୟାଳୟରେ ବିଧାୟକ ଶ୍ରୀ କେ. ଅନିଲ କୁମାରଙ୍କ ଦ୍ଵାରା ୟୁନିୟନ କ୍ଲବର ନବ ନିର୍ବାଚିତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ଏକ ସମାରୋହ ର ଆୟୋଜନ କରାଯାଇଥିଲା l ତେବେ ୟୁନିଅନ କ୍ଲବ ର ସଭାପତି ଭାବେ ବାରଣାସୀ ସନ୍ତୋଷ କୁମାର ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ବିଦ୍ୟୁତ ଭୂଷଣ ପଟ୍ଟନାୟକ @ ଗମ୍ପୁ, ସମ୍ପାଦକ ଭାବେ ସନ୍ତୋଷ କୁମାର ପାଢ଼ୀ @ପାର୍ଥ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ଲାଭେଟି ଶ୍ରୀନିବାସ ରାଓ, ସେହିପରି କୋଷାଧକ୍ଷ ଭାବେ ଜିତେନ୍ଦ୍ର କୁମାର ଗୌଡ଼ ନିର୍ବାଚିତ ହୋଇଥିବା ବେଳେ ଇସି ସଦସ୍ୟ ଭାବେ ସୁଧୀର କୁମାର ସାହୁ @ମୁନା, ଅଶୋକ ସାହୁ, ପ୍ରଦ୍ୟୁମ୍ନ କୁମାର ବିଶୋଇ @ପିଲା, ଶ୍ରୀନିବାସ ପୃଷ୍ଟି, k ଗୌରୀ ଶଙ୍କର ସୁବୁଦ୍ଧି, ସୁରେଶ ଚନ୍ଦ୍ର ପାତ୍ର, ରବୀନ୍ଦ୍ର ମୋହନ ପଟ୍ଟନାୟକ ଏବଂ ଉମା ଶଙ୍କର ପାଢ଼ୀ ନିର୍ବାଚିତ ହୋଇଛନ୍ତି l ତେବେ ବିଧାୟକ କେ ଅନିଲ କୁମାର ସମସ୍ତ ବିଜୟୀ ପ୍ରାର୍ଥୀମାନଙ୍କୁ ହାର୍ଦ୍ଧିକ ସୂବେସ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି l
State,Politics
ଭୁବନେଶ୍ୱର(ଦ କୁଇଭର): ବିଜେଡି ଅପରାଧ ଓ ନାରୀ କେଳେଙ୍କାରୀର ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ଦୁଇବର୍ଷ ପରେ ବିସ୍ଫୋରଣ କରି ଅନେକ ସତ ଓଗାଳିଛନ୍ତି । ପୂରା ବିଜେଡିକୁ କାଠଗଡ଼ାକୁ ଟାଣି ଦେଇଛନ୍ତି । ତାଙ୍କ ଅଭିଯୋଗର ତଦନ୍ତ ହେଲେ ବିଜେଡିର ଅନେକ ନେତା ଫସିବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ଟିକେ ନଜର ପକାଇ ନେବା ତାଙ୍କ ଅଭିଯୋଗ ଉପରେ । ସେ କହିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଜେଲ ଯାଇ ସୁପରିଟେଣ୍ଡାଣ୍ଟଙ୍କ ପ୍ରକୋଷ୍ଠରେ ବସୁଥିଲେ । ସେଠାକୁ ଅର୍ଚ୍ଚନାଙ୍କୁ ଡକାଇ କଥା ହେଉଥିଲେ । ତାଙ୍କୁ ଚା’ ଦିଆଯାଉଥିଲା । ଅର୍ଚ୍ଚନା ଚେୟାରରେ ବସି ଚା ପିଉଥିଲେ ।
ଏହା ମିଥ୍ୟା ନୁହେଁ ବୋଲି ବି ଜେଲର ଅନେକ କର୍ମଚାରୀ କହିଲେଣି । ଜେଲ ସୁପରିଟେଣ୍ଡାଣ୍ଟଙ୍କର ବାଇଁଆ ପାରିବାରିକ ସମ୍ପର୍କୀୟ ନଥିଲେ କି? ବାଇଁଆଙ୍କ ସହ ଜେଲ ସୁପରିଟେଣ୍ଡାଣ୍ଟଙ୍କ କି ସମ୍ପର୍କ ରହିଛି । ସୁପରିଟେଣ୍ଡାଣ୍ଟଙ୍କ ପ୍ରକୋଷ୍ଠରେ ବିଚାରାଧିନ କୈଦୀ ଅର୍ଚ୍ଚନାଙ୍କୁ ବସାଇ ଚା’ କାହିଁକି ଦିଆଯାଉଥିଲା? ତାହା ପୁଣି ବାଇଁଆଙ୍କୁ ବସାଇ । କେବଳ ସେତିକି ନୁହେଁ, ପୋଲିସ ଏସିପି ହିମାଂଶୁ ସ୍ୱାଇଁ ମଧ୍ୟ ସମାନ କାମ କରୁଥିଲେ କାହିଁକି? ତାହା କ’ଣ ଜେଲ କ୍ୟାଣ୍ଟିନ କି? ଜଣେ ବିଚାରାଧିନ କୈଦୀଙ୍କୁ ବସାଇ ଚା ପିଆଇବା ଓ ଚା’ ପିଇ ଯିବା ପରେ ଅର୍ଚ୍ଚନା ଶୋଇ ରହିବା ପଛରେ ବଡ଼ ଷଡ଼ଯନ୍ତ୍ର ସ୍ପଷ୍ଟ ହେଉ ନାହିଁ କି?
କେବଳ ସେତିକି ନୁହେଁ ତାଙ୍କୁ ଟଙ୍କା ଦିଆଯାଉଥିଲ କାହିଁକି? ଟଙ୍କାକୁ ତକ୍ରାଳୀନ ଜେଲର ଜବତ ବି କରିଥିଲେ । ଜେଲରଙ୍କୁ ସେ ଜବତ ଟଙ୍କା ଫେରାଇ ଦେବାକୁ ଜେଲ ସୁପରିଟେଣ୍ଡାଣ୍ଟ ଚାପ ପକାଇଥିଲେ କାହିଁକି? ଅର୍ଚ୍ଚନାକୁ ମାନସିକ ଭାରସାମ୍ୟ ହରାଇଥିବା କଥା ଲେଖି କୋର୍ଟଙ୍କୁ ଜଣାଇବାକୁ ବାଇଁଆ ଓ ବିବାଦୀୟ ଅଫିସରମାନେ କାହିଁକି ଚାପ ପକାଉଥିଲେ? ଏଥିରେ ଜେଲର ସହଯୋଗ ନକରିବାରୁ ତାଙ୍କୁ କାହିଁକି ହଟାଗଲା? ଏସବୁ ପଛରେ କାହାର ହାତ ଥିଲା । କାହା ଇଙ୍ଗିତରେ ଜେଲ ଭିତରେ ଏତେ ସବୁ କେଳେଙ୍କାରୀ ଚାଲିଥିଲା । ଅର୍ଚ୍ଚନାଙ୍କ ମୁହଁ ବନ୍ଦ କରିବାକୁ ଏତେ କାରସାଦୀ କାହିଁକି କରାଯାଉଥିଲା । ଏହାର ଜବାବ ବିଜେଡି ନେତା ଓ ସମ୍ପୃକ୍ତ ଅଫିସରମାନେ ଦେଇ ପାରିବେ ତ?
ଏବେ ଏହି ସବୁ ଘଟଣାର ତଦନ୍ତ କରିବାକୁ ଅର୍ଚ୍ଚନା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ତାଙ୍କୁ ପ୍ରତିଶୃତି ମିଳିଛି । ମାତ୍ର ମୁଖ୍ୟମନ୍ତ୍ରୀ ଦମ ଦେଖାଇବେ ତ? ବିବାଦୀୟ ଅଫିସରମାନେ ଏବେ ବିଜେପି ବିଧାୟକ ଓ ନେତା ମାନଙ୍କ ଖାସ ଲୋକ ହୋଇଯାଇଛନ୍ତି । ସେମାନଙ୍କ ବିରୋଧରେ ଗୃହ ବିଭାଗ ପଦକ୍ଷେପ ନେଇ ପାରିବ ନା ଲାଙ୍ଗୁଡ଼ ଜାକିବ? ଉାମଲା ପଛର ରହସ୍ୟ ପଦାକୁ ଆସିବ ତ? ମୋହନ ଖୋଲି ପାରିବେ କି ବିଜେଡି ଦ୍ୱାରା ରଚାଯାଇଥିଲା ନାରୀ କେଳେଙ୍କାରୀର ଗୁମର? ନା ମୋହନ ବି ବାଆଁରେଇବେ?
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏହି ପ୍ରଭାବରେ ଗତକାଲି ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆଜିଠାରୁ କମିବ ବର୍ଷାର ପରିମାଣ ଓ ବିସ୍ତୃତି । ୧୩ ତାରିଖରେ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ୧୪ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବଜ୍ରପାତ ସହ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ l
Politics,State
ଦ କୁଇଭର ବ୍ୟୁରୋ :- ଦୀର୍ଘ ୨୨ ଦିନ ପରେ ଓଡ଼ିଶା ଫେରିଛନ୍ତି ମହାନ ଜନ ନାୟକ, ସଭିଙ୍କ ପ୍ରିୟ ନବୀନ ପଟ୍ଟନାୟକ l ଅସୁସ୍ଥ ଥିବା ବେଳେ ଅର୍ଥାତ ଜୁନ୍ ୨୦ରେ ନବୀନ ମୁମ୍ବାଇ ଗଲାବେଳେ ଯେମିତି ବିମାନବନ୍ଦର ଲୋକାରଣ୍ୟ ଥିଲା ଠିକ୍ ସେହିଭଳି ସୁସ୍ଥ ହୋଇ ଶନିବାର ମୁମ୍ବାଇରୁ ଫେରିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜନଗହଳି ସେମିତି ଦେଖିବାକୁ ମିଳିଥିଲା । ଦୀର୍ଘ ୨୨ ଦିନ ପରେ ଦଳର ମୁଖିଆ ମୁମ୍ବାଇରୁ ଫେରୁଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଜେଡି ଶିବିର । ହଜାର ହଜାର ବିଜେଡି କର୍ମୀ ଓ ନେତା ଉତ୍ସାହର ସହ ଦଳର ସୁପ୍ରିମୋଙ୍କୁ ଅପେକ୍ଷା କରିଥିଲେ । ନବୀନ ନିବାସରେ ମଧ୍ୟ ପ୍ରିୟ ନେତାଙ୍କୁ ଶଙ୍ଖୋଳି ନେବାକୁ ଏକାଠି ହୋଇଥିଲେ ବିଜେଡିର ମହିଳା ୱିଙ୍ଗ୍ । ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସହ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି ସଭାପତିଙ୍କୁ କର୍ଡନ କରି ନେଇଥିଲେ ଦଳର ଛାମୁଆ ନେତା ଓ କର୍ମୀ । ତେବେ ଦୀର୍ଘ ୨୨ ଦିନ ଧରି ନବୀନଙ୍କ ବିନା ଖାଁ ଖାଁ ଲାଗୁଥିଲା ବିଜେଡି କ୍ୟାମ୍ପ ଏବଂ ରାଜନୀତି କ୍ୟାରିଅର ଭିତରେ ନବୀନ ମଧ୍ୟ ପ୍ରଥମ ଥର ପାଇଁ ଏତେ ଦିନ ଓଡିଶା ବାହାରେ ରହିଥିଲେ l
ଅସ୍ତ୍ରୋପଚାର ପରେ ଏବେ ବିଜେଡି ମୁଖିଆ ଓଡ଼ିଶା ଫେରିଛନ୍ତି। କର୍ମୀଙ୍କୁ ବଳ ଦେଇଛି ନବୀନଙ୍କ ଆଗମନ । ହେଲେ ସଙ୍ଗଠନକୁ କେମିତି ଇନ୍ଧନ ଦେବେ ନବୀନ ତାହା ସବୁଠୁ ବଡ ପ୍ରଶ୍ନ ? ଏଭିତରେ ଛୋଟମୋଟ ପ୍ରତିବାଦ ଓ ଆନ୍ଦୋଳନକୁ ଛାଡିଦେଲେ ବିଜେଡିର ଉପସ୍ଥିତି ଶଙ୍ଖଭବନରେ ସୀମିତ ଥିଲା । ନବୀନ ନଥିବାରୁ ଦଳର କର୍ମୀଙ୍କ ଭିତରେ ଜୋଶ ଦେଖିବାକୁ ମିଳୁନଥିଲା । ନବୀନ ମୁମ୍ବାଇରୁ ଫେରିବା ପରେ ପୁଣିଥରେ ବିଜେଡି ରାଜନୀତି କଡ ଲେଉଟାଇବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଓ ବିଜେପି ସାଙ୍ଗଠନିକ ଶକ୍ତି ବଢାଉଥିବା ବେଳେ ବିଜେଡି ପାଇଁ ସଙ୍ଗଠନକୁ ବଞ୍ଚାଇବା ଏବେ ବଡ ଚ୍ୟାଲେଞ୍ଜ । କାରଣ ନବୀନ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ କି ନାହିଁ ତାହାକୁ ନେଇ ସନ୍ଦେହ । ତେବେ ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜୁଲାଇ ୧୧ରେ ରାହୁଲ ଗାନ୍ଧୀ ଆସି କର୍ମୀଙ୍କ ମନରେ ଜୋଶ ଭରିଲାପରେ ଏବେ ମଧ୍ୟ ନିର୍ବାଚନ ପରାଜୟର ୧୩ ମାସ ପରେ ନବୀନଙ୍କ ଜିଲ୍ଲାଗସ୍ତ ଆରମ୍ଭ ହୋଇନି। ଯାହା ବିଜେଡି ସଙ୍ଗଠନକୁ ଭିତରେ ଭିତରେ ଦୁର୍ବଳ କରୁଛି। ତେବେ ଦେଖାଯାଉ, ନବୀନ ସୁସ୍ଥ ହେଲା ପରେ ମଇଦାନ କୁ ଓଲ୍ହାଉଛନ୍ତି ନା ନୂଆ କିଛି ପଇଁତରା ଆପଣାଉଛନ୍ତି l
National,State
ଦ କୁଇଭର ବ୍ୟୁରୋ :- ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ବ୍ୟାପିଛି। ଭୋପାଳରୁ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୬୫୦୦ କୁକୁଡ଼ା ମରାଯିବ ବୋଲି କୁହାଯାଉଛି। ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଥିବା ଜୀବଙ୍କ ଉପରେ କଡ଼ା ନଜର ରଖାଯିବ। ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ପ୍ରଦାନ କରାଯାଇଛି।
Politics,State
ଭୁବନେଶ୍ୱର(ଦ କୁଇଭର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ନେଇ ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୈଫିୟତ ମାଗିଛନ୍ତି । ରାଜ୍ୟବାସୀଙ୍କ ଆଗରେ ଜବାବ ଦିଅ ବୋଲି କହିଛନ୍ତି । ଏପରି ଏକ ଜଘନ୍ୟ କାରନାମାକୁ ଚାପି ରଖିଥିବା ସରକାରଙ୍କୁ ନିନ୍ଦା କରିଛନ୍ତି ନବୀନ । ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଏବିଭିପି ମେଳିରେ ଦମ ଦେଖାଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।
ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ନିର୍ଯ୍ୟାତନା ଦେବା ଘଟଣା ନେଇ ଛାତ୍ରୀ ଜଣକ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । କଲେଜ ଅଧ୍ୟକ୍ଷ ତାଙ୍କୁ ନ୍ୟାୟ ଦେଇ ନଥିଲେ, ସ୍ଥାନୀୟ ବିଧାୟକ, ଏମପି, ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏକ୍ସ ଜରିଆରେ ଲେଖି ଜଣାଇଥିଲେ । ଏପରିକି ସେ ଏବିଭିପିର ସଦସ୍ୟା ହୋଇଥିବାରୁ ଏବିଭିପି ପ୍ୟାଡରେ ମଧ୍ୟ ଅଭିଯୋଗ ଲେଖି ସମସ୍ତଙ୍କୁ ଜଣାଇ ନ୍ୟାୟ ମାଗିଥିଲେ । ଜୁଲାଇ ୧ ତାରିଖରୁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନାନା ପ୍ରକାର ସାମାଜିକ ନିର୍ଯାତନା ଦିଆଯାଉଥିଲା ।
ରାଜ୍ୟ ସରକାର ଓ କେନ୍ଦ୍ର ସରକାରର ଦାୟିତ୍ୱହୀନତା ଯୋଗୁ ଜଣେ ଛାତ୍ରୀ ୧୦ଦିନ କାଳ ମାନସିକ ଓ ସାମାଜିକ ନିର୍ଯାତନା ପାଇ ଶେଷରେ ଆତ୍ମାହୂତି ଭଳି ପନ୍ଥା ଆପଣେଇଲେ । ଏହାକୁ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଛନ୍ତି ନବୀନ । ଜବାବ ରଖିବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଛାତ୍ରୀଙ୍କ ପ୍ରତି ସହାନୁଭୂତି ପ୍ରଦନ କରିବାସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ନାରୀ ଅସୁରକ୍ଷିତ ଦର୍ଶାଇ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦାବି କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏବିଭିପି ମେଳିରେ ତାଙ୍କ ଦମ ଦେଖାଇଛନ୍ତି । ବାଲେଶ୍ୱର ଜିଲ୍ଲାର ବିଧାୟକ ଭାବେ ସେ ଏମ୍ସ ଯାଇ ଛାତ୍ରୀଙ୍କ ପରିବାର ସହ ଭେଟିଥିଲେ । ଯେଉଁ ଏବିଭିପି ତାର ସଦସ୍ୟାଙ୍କୁ ନ୍ୟାୟ ଦେଇ ପାରିନଥିଲା, ଏବେ ସରକାରଙ୍କ ଠିକାଦାର ହୋଇ ବିରୋଧୀଙ୍କୁ ପ୍ରତିରୋଧ କରୁଛି । ଗୌତମଙ୍କୁ ଏବିଭିପିର ସଦସ୍ୟମାନେ ଘେରିଯାଇଥିଲେ । ତାଙ୍କରି ମେଳିରେ ଗୌତମ ତାଙ୍କୁ ଜବାବ ଦେଇ ଫେରିଥିଲେ । ଏହି ଘଟଣାକୁ ନେଇ ବିଜେପି ପୂରା ଫର୍ମକୁ ଆସିଛି ।
ଗୋଟେ ପଟେ ନବୀନ ସୁସ୍ଥ ହୋଇ ଫେରିଥିବାରୁ ବିଜେଡି ଉତ୍ସାହୀ ହୋଇ ପଡ଼ିଛି । ଏପରି ସ୍ଥିତିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଓ ସେଥିରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଧରି ବିଜେଡି ଏଥର ବିଜେପିକୁ ମାଡ଼ କରିବାକୁ ବସିଛି । ଏହି ଘଟଣାକୁ ବିଜେଡି ବିଧାନସଭା ପର୍ଯ୍ୟନ୍ତ ଜାରି ରଖିବ ବୋଲି କୁହାଯାଉଛି । ଦେଖାଯାଉ ବିଜେଡି ଏହି ପ୍ରସଙ୍ଗରେ ତାର ଆଭିମୁଖ୍ୟକୁ ଆଉ କେତେ ପ୍ରଭାବୀ କରୁଛି?
State,Health & lifestyle,Politics,National
ଦ କୁଇଭର ବ୍ୟୁରୋ :- ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହେବେ ।
ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ନିବାସ ଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଥିଲା । ଆଜି ନବୀନ ଫେରିବା ବେଳେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ତାଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ଭିଡ଼ ହୋଇପାରେ । କ୍ଷମତାରେ ଥାନ୍ତୁ ନଥାନ୍ତୁ ଓଡିଶାବାସୀଙ୍କ ପାଖରେ ସବୁବେଳେ ପ୍ରିୟ ହୋଇ ରହିଛନ୍ତି ନବୀନ । ତାଙ୍କ ଚିକିତ୍ସା ଖବର ପାଇବା ପରେ ସାରା ରାଜ୍ୟରେ ଦୀପଜାଳି ଆଶୁ ଆରୋଗ୍ୟ କାମନା କରିଥିଲେ ଲୋକେ । ଏବେ ନବୀନଙ୍କ ଫେରିବା ଖବର ଜାଣିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ପଞ୍ଝାରେ ପଡିଛନ୍ତି ସୁନାଚେନ ଲୁଟିଆ ଗ୍ୟାଙ୍ଗର ୩ ଜଣ ଲୁଟେରାଙ୍କ ସହ ୨ ଜଣ ଚୋରାମାଲ୍ କ୍ରେତା । ବଡବିଲ, ଯୋଡା ତଥା ଚମ୍ପୁଆ ଅଞ୍ଚଳରେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିବା ସହ ଲୁଟ କରି ଆତଙ୍କ ଖେଳାଇଥିବା ଏହି ଆନ୍ତରାଜ୍ୟ ଲୁଟିଆ ଗ୍ୟାଙ୍ଗ ପର୍ଯ୍ୟନ୍ତ ପହଞ୍ଚିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିବା ବେଳେ ଏମାନଙ୍କୁ ଧରିବା ପାଇଁ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସକୁ ଏକ ସ୍ପେସାଲ୍ ଟିମ୍ ଗଠନ କରିବାକୁ ପଡିଥିଲା। ପଡୋଶୀ ଝାଡଖଣ୍ଡ ରାଜ୍ୟ ମଝଗାଁ ଅଞ୍ଚଳର ରାଜେନ୍ଦ୍ର ପିଙ୍ଗୁଆ, ଦୀପକ ଗୋପ ଓ ଜଗନ୍ନାଥପୁର ଅଞ୍ଚଳର ସରୋଜ କେଶରୀ ୩ଜଣ ଯୁବକ ଏହି ସମସ୍ତ ଘଟଣାରେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ପୋଲିସ ସ୍ପେସାଲ୍ ଟିମ୍ ଏହି ୩ ସନ୍ଦିଗ୍ଧଙ୍କ ସନ୍ଧାନରେ ଲାଗିଥିଲା । ସେହି କ୍ରମରେ ଏହି ଅଭିଯୁକ୍ତ ମାନେ ପୁଣି ବଡବିଲ ଗାଡାହାଟିଂରେ ଅନ୍ୟ ଏକ ଲୁଟ ପାଇଁ ପ୍ରସ୍ତୁତ ହେଉଥିଲେ। ବିଶ୍ଵସ୍ଥ ସୂତ୍ରରୁ ଜାଣିବାକୁ ପାଇ ପୋଲିସ ସେଠାରେ ଚଢାଉ କରି ୩ ଜଣଙ୍କୁ ଗିରଫ ସହ ଏକ ବାଇକ ଜବତ କରିଥିଲା। ପୋଲିସ ତାଙ୍କ ସହ ପଚରା ଉଚରା କରିବା ପରେ ସେମାନେ ବଡବିଲରେ ୫, ଯୋଡାରେ ୩ ଓ ଚମ୍ପୁଆରେ ଗୋଟିଏ ଲୁଟ ଘଟଣା ଘଟାଇଥିବା ସ୍ବୀକାର କରିଛନ୍ତି। ଲୁଟିଆ ମାନେ ଲୁଟମାଲକୁ ଝାଡଖଣ୍ଡ ରାଜ୍ୟ ବାଗବେଡା ଅଞ୍ଚଳରେ ଥିବା ଶିବଶକ୍ତି ଜ୍ୱେଲର୍ସକୁ ବିକ୍ରି କରୁଥିବା ବେଳେ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ସେହି ଦୋକାନରେ ଚଢାଉ କରି ପ୍ରାୟ ୩୦ ଗ୍ରାମ ସୁନା ସହ ୩ କେଜି ରୂପା ଅଳଂକାର ମଧ୍ୟ ଜବତ କରିଛି। ଏଥି ସହ ୨ଜଣ ଚୋରା ମାଲ୍ କ୍ରେତାଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ୩ ଜଣ ଲୁଟେରାଙ୍କ ନାମରେ ଝାଡଖଣ୍ଡ ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।
National
ଦ କୁଇଭର ବ୍ୟୁରୋ :- ପରଲୋକରେ ବରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ । ଦୀର୍ଘଦିନ ଧରି ଅସୁସ୍ଥତା ଥିବା କୋଟା ଶ୍ରୀନିବାସଙ୍କ ଆଜି (ରବିବାର) ସକାଳେ ହାଇଦ୍ରାବାଦର ଜୁବଲି ହିଲ୍ସର ଫିଲ୍ମ ନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି । ୩ ଦିନ ପୂର୍ବରୁ ସେ ତାଙ୍କ ୮୩ତମ ଜନ୍ମଦିନ ପାଳନ କରିଥିଲେ । କୋଟା ଶ୍ରୀନିବାସଙ୍କ ଦେହାନ୍ତ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କୋଟା ଶ୍ରୀନିବାସଙ୍କ ବିୟୋଗକୁ "ଗମ୍ଭୀର ଦୁଃଖଦ" ଏବଂ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ ପାଇଁ "ଅପୂରଣୀୟ କ୍ଷତି" ବୋଲି କହିଛନ୍ତି । Xରେ ଏକ ପୋଷ୍ଟରେ ନାଇଡୁ କହିଛନ୍ତି ଯେ, ରାଓ ତାଙ୍କର ବହୁମୁଖୀ ଭୂମିକା ସହିତ ସିନେମା ଦର୍ଶକଙ୍କ ଭଲପାଇବା ଜିତିଥିଲେ । "ପ୍ରାୟ ଚାରି ଦଶନ୍ଧି ଧରି ସିନେମା ଏବଂ ଥିଏଟର କ୍ଷେତ୍ରରେ ତାଙ୍କର କଳାତ୍ମକ ଅବଦାନ ଏବଂ ସେ ଯେଉଁ ଭୂମିକାରେ ଅଭିନୟ କରିଥିଲେ, ତାହା ଅବିସ୍ମରଣୀୟ ରହିବ । ଜଣେ ଖଳନାୟକ ଏବଂ ଚରିତ୍ର କଳାକାର ଭାବରେ ସେ ଯେଉଁ ଅସଂଖ୍ୟ ସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ ତାହା ସବୁଦିନ ପାଇଁ ତେଲୁଗୁ ଦର୍ଶକଙ୍କ ହୃଦୟରେ ସ୍ଥାନିତ ରହିବ । ତାଙ୍କ ଦେହାନ୍ତ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି । ୧୯୯୯ ମସିହାରେ ସେ ବିଜୟୱାଡାରୁ ବିଧାୟକ ଭାବରେ ଜିତି ଜନସାଧାରଣଙ୍କ ସେବା କରିଥିଲେ । ମୁଁ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି ।" ଆନ୍ଧ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ।
National
ଦ କୁଇଭର ବ୍ୟୁରୋ :- ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । AAIB ଅନୁଯାୟୀ, ଉଡ଼ାଣ ଭରିବା ପରେ ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଯୋଗୁଁ ବିମାନଟି ଆଗକୁ ଉଡ଼ି ପାରିନଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ଯୋଗାଣ ରନ ଅପ୍ ସ୍ୱିଚ କଟଅଫ୍’କୁ ଘୁଞ୍ଚିଗଲା । ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା । ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ, ସେତେବେଳେ ଏହା ବନ୍ଦ ହୋଇଗଲା ଏବଂ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ।ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ । କକପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ମଧ୍ୟ ପ୍ରକାଶ କରିଛି । ଏହି ସମୟରେ ପ୍ରଥମ ପାଇଲଟ୍ ଅନ୍ୟ ପାଇଲଟଙ୍କୁ ପଚାରିଥିଲେ “ତୁମେ କାହିଁକି ସ୍ୱିଚ୍ ବନ୍ଦ କଲ?”ସେହି ସମୟରେ ଅନ୍ୟ ପାଇଲଟ ଜଣକ ଉତ୍ତର ରଖିଥିଲେ “ମୁଁ ସ୍ଵିଚ ବନ୍ଦ କରିନାହିଁ ।”ତେଣୁ, କୌଣସି ପାଇଲଟ୍ ଜାଣିଶୁଣି ଇଞ୍ଜିନକୁ ବନ୍ଦ କରି ନଥିବା ବେଳେ ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ । ତଥାପି, ଏଥିରେ ମାନବ ତ୍ରୁଟି ହେବାର ସମ୍ଭାବନା ମଧ୍ୟ ଅଛି । ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି । ବର୍ତ୍ତମାନ, ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି ।ଇଞ୍ଜିନ୍ ବନ୍ଦ ହେବା ପରେ ରାମ୍ ଏୟାର ଟର୍ବାଇନ୍ RAT ବାହାରକୁ ବାହାରି ଆସିଥିଲା , ଯାହା ସୂଚିତ କରେ ଯେ ବିମାନକୁ ଜରୁରୀକାଳୀନ ଶକ୍ତି ଆବଶ୍ୟକ ଥିଲା। ଇଞ୍ଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ବହୁତ ଡେରି ହୋଇଯାଇଥିଲା । ବିମାନଟି ଆଉ ଉଚ୍ଚତାକୁ ଉଡ଼ି ନପାରିବାରୁ ବିମାନବନ୍ଦର ବର୍ଡ଼ର ପାର ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
Politics,National
ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି ଏବଂ ନିର୍ବାଚନ ପ୍ରଚାରରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି । ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ମାଡ଼ ଧମକ ମିଳିଛି । ଏହା ପରେ, କେନ୍ଦ୍ରମନ୍ତ୍ରୀ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ସୋସିଆଲ ମିଡିଆରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ସମ୍ପର୍କରେ ସାଇବର ପୋଲିସ ଷ୍ଟେସନ ପାଟନାରେ ଅଭିଯୋଗ କରିଛନ୍ତି ।
ଏଥି ସହ ଜାଣିରଖନ୍ତୁ ଯେ, ଚିରାଗ ପାସୱାନ ୨୦୨୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ । ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଅଛନ୍ତି । ସକ୍ରିୟ ରାଜନୀତିରେ ଯୋଗ ଦେବା ପୂର୍ବରୁ, ଚିରାଗ ଜଣେ ବଲିଉଡ ଅଭିନେତା ମଧ୍ୟ ଥିଲେ । ସିନେମା ଜଗତରେ କ୍ୟାରିଅର ଆରମ୍ଭ କରିଥିବା ଚିରାଗ ପାସୱାନ ବର୍ତ୍ତମାନ ତାଙ୍କ ପିତା ରାମବିଳାସ ପାସୱାନଙ୍କ ରାଜନୈତିକ ଉତ୍ତରାଧିକାରକୁ ସମ୍ଭାଳିଛନ୍ତି ।ପୂର୍ବରୁ, ଛାପ୍ରାରେ ଆୟୋଜିତ ‘ନବ ସଂକଳ୍ପ ମହାସଭା’କୁ ସମ୍ବୋଧିତ କରିବା ସମୟରେ, ଚିରାଗ ପାସୱାନ ବିହାରର ସମସ୍ତ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ବିହାର ଆସି ନିର୍ବାଚନ ଲଢ଼ିବା ବିଷୟରେ କଥା ହୁଅନ୍ତି, ଅନେକ ଲୋକ ବିରକ୍ତ ହୋଇଯାଆନ୍ତି । ତାଙ୍କୁ ପଚରାଯାଏ ଯେ ସେ କେତେ ଆସନରେ ଲଢ଼ିବେ। ଏପରି ପରିସ୍ଥିତିରେ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ବିହାରର ୨୪୩ ଆସନରେ ନିର୍ବାଚନ ଲଢ଼ିବି ।ସେହି ସମୟରେ, ସେ ସ୍ପଷ୍ଟ କରିଥିଲେ ଯେ ସେ ଏନଡିଏର ଅଂଶ ରହିବେ ଏବଂ ଚିରାଗ ପାସୱାନ ପ୍ରତ୍ୟେକ ଆସନରେ ନିର୍ବାଚନ ଲଢ଼ିବେ । କାହାର ନାମ ନ ନେଇ ସେ କହିଥିଲେ, ‘‘ତାଙ୍କୁ ବିହାର ଆସିବାରୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି, କିନ୍ତୁ ସେ କାହାକୁ ଭୟ କରିବେ ନାହିଁ । ଆଜି, ସାରଣର ଏହି ପବିତ୍ର ଭୂମିରୁ, ମୁଁ ଆପଣମାନଙ୍କ ସମସ୍ତଙ୍କ ସାମ୍ନାରେ କହୁଛି ଯେ ହଁ, ମୁଁ ନିର୍ବାଚନ ଲଢ଼ିବି । ମୁଁ ବିହାରର ଲୋକଙ୍କ ପାଇଁ, ମୋ ଭାଇମାନଙ୍କ ପାଇଁ, ମୋ ମା’ମାନଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ ନିର୍ବାଚନ ଲଢ଼ିବି ଏବଂ ବିହାରରେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବି, ଏପରି ଏକ ବିହାର ସୃଷ୍ଟି କରିବି, ଯାହା ପ୍ରକୃତରେ ରାଜ୍ୟକୁ ବିକାଶ ପଥରେ ଆଗକୁ ନେଇଯିବ ।”
State
ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଓକିଲ ସଂଘର ପ୍ରଥମ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅବ ଉପଦେଷ୍ଟା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ଏକ ଜରୁରୀ ବୈଠକ ସ୍ଥାନୀୟ କମାପଲ୍ଲୀ ପି ଡବ୍ଲୁ ଆଇବି ଠାରେ ସଙ୍ଘର ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ଳ ଏହି ଅବସରରେ ସଂଘ ର ନୂତନ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯକାରୀ କମିଟି ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଆଇନଜୀବୀଙ୍କ କଲ୍ୟାଣ ଏବଂ ସଂଘ ର ଉନ୍ନତି ସକାଶେ ବିଭିନ୍ନ ପ୍ରକାର ସମସ୍ୟାକୁ କିଭଳି ଭାବେ କାର୍ଯ୍ୟକାରି କରାଯିବ ସେଥି ନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା l ବୈଠକର ଆରମ୍ଭ ରେ ବାଲେଶ୍ୱରର ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କ ପ୍ରତି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟାଚାର ଓ ଅମାନିୟ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା ଏବଂ ବାଲେଶ୍ୱର ଓକିଲ ସଂଘ ନେଇଥିବା ନିଷ୍ପତି କୁ ପୂର୍ଣ୍ଣସମର୍ଥନ କରାଯାଇଥିଲା l ଶେଷରେ ଗଞ୍ଜାମ ଓକିଲ ସଂଘ ର ନୂତନ କୋଠା ଭିତ୍ତିପ୍ରସ୍ତର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଓଡିଶା ର ମୁଖ୍ୟ ବିଚାରପତି ଙ୍କୁ ନିମନ୍ତ୍ରଣ କରାଯିବା ନେଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ
ଅନ୍ୟ ମାନଙ୍କ ଭିତରେ ସମ୍ପାଦକ ଟି. ଭେଙ୍କେଟ ରାଓ, ସହସମ୍ପାଦକ ଅସିତ ସାବତ, ଉପସଭାପତି ତିରୁମଲ୍ଲା ରେଡ୍ଡୀ ଏବଂ ଉପଦେଷ୍ଟା କମିଟି ସଦସ୍ୟ ବି. ଭି.ଏଲ.ମୁର୍ତ୍ତୀ, କୈଳାଶ ପାଣିଗ୍ରାହୀ, ନାରାୟଣ ପଣ୍ଡା, ରମେଶ ପ୍ରଧାନ, ଶ୍ରୀନିବାସ ଦାସ, କିଶୋର ପଟ୍ଟନାୟକ ଏବଂ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଭୟ ପଣ୍ଡା, ଗୌରାଙ୍ଗ ଚୌଧୁରୀ, ଦୁର୍ଗା ପାଢ଼ୀ, ଅମରେଶ ଚୌଧୁରୀ, ଲଳିତ ମଙ୍ଗରାଜ ଓ ମହିଳା ସଦସ୍ୟା ସଂଘମିତ୍ରା ପଣ୍ଡା ଉପସ୍ଥିତ ଥିଲେ l
Health & lifestyle,Education,State
ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଶନିବାର ଦିନ ଆତ୍ମାହୁତି ଉଦ୍ୟମ ମାମଲାରେ ଜାତୀୟ ମହିଳା କମିଶନ (ଏନ୍ସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି। ନିଜ ଆଡ଼ୁ ମାମଲା ରୁଜୁ କରି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ତଦନ୍ତରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ସେନେଇ ରିପୋର୍ଟ ୩ ଦିନ ଭିତରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏନ୍ସିଡବ୍ଲ୍ୟୁ କହିଛନ୍ତି, ଛାତ୍ରୀ ଜଣଙ୍କ ଯୌନ ନିର୍ଯାତନା ଓ ଡିଗ୍ରି ହାସଲରେ ଅକୃତକାର୍ଯ୍ୟ ଧମକ ପାଇଛନ୍ତି। ବିଭାଗୀୟ ମୁଖ୍ୟଙ୍କ ଏପରି କାର୍ଯ୍ୟ ପାଇଁ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କର ଶରୀର ୯୦% ଶରୀର ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି। ବାଲେଶ୍ବର ଏଫ୍ଏମ୍ କଲେଜ ମାମଲାରେ ଆଜି କ୍ରାଇମ୍ବ୍ରାଞ୍ଚର ସିଏଡବ୍ଲ୍ୟୁ ଓ ସିଡବ୍ଲୁର ୨ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍ରେ ଡିଏସ୍ପି ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାମିଲ ଅଛନ୍ତି। କ୍ରାଇମବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚି ଘଟଣା ଉପରେ ଅନୁଧ୍ୟାନ କରିବୁ ବୋଲି ଡିଏସ୍ପି କହିଛନ୍ତି। ସୂଚନାଯୋଗ୍ୟ, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ବିଇଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶନିବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ।
Politics,Education,State
ଦ କୁଇଭର ବ୍ୟୁରୋ :- ସବୁ ଦୋଷ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର । ସବୁ ସୂଚନା ତାଙ୍କ ବିଭାଗକୁ ଆସିଲା, ହେଲେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଶେଷରେ ଛାତ୍ରୀଜଣକ ଆତ୍ମାହୂତି ଦେଲେ । ମୃତ୍ୟୁ ଶଯ୍ୟାରେ ଥିବା ଏହି ଛାତ୍ରୀଙ୍କୁ ମରଣ ମୁହଁକୁ ଠେଲି ଦେଇ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ପ୍ୟାଚ ପକାଉଛନ୍ତି । ପିଡ଼ୀତାଙ୍କୁ ଭେଟିବା, ତାଙ୍କ ପରିବାର ସହ ଆଲୋଚନା ନାମରେ ଅନୁକମ୍ପା ଗୋଟାଇବାକୁ ଲାଗିଛନ୍ତି । ହେଲେ ଦୋଷ ହେଉଛି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କର ।
ସୂର୍ଯ୍ୟବଂଶୀଙ୍କ ବିଭାଗକୁ ଛାତ୍ରୀ ଜଣକ ଏକ୍ସ ଜରିଆରେ ଜଣାଇଥିଲେ । ଏବିଭିପି ସ୍ଥାନୀୟ ସଂଗଠନ ବି ଜାଣିଥିଲା । ସ୍ଥାନୀୟ ଏମପି, ବିଧାୟକ ବି ଜାଣିଥିଲେ, ହେଲେ ଏମାନେ ନୀରବ ରହିଲେ । ଏହାକୁ ଏକ ମାମୁଲି କଥା ଭାବି ଚପି ଗଲେ । ହେଲେ ତାହା ଏବେ ବୋମା ଭଳି ଫାଟିଲାଣି । ବିଜେପି ବିଧାୟକ, ଏମପି, ବିଭାଗୀୟ ମନ୍ତ୍ରୀ ଓ ପୂରା ଏବିଭିପି ସଂଗଠନ ଜାଣି ବି ନୀରବ ରହିବା ପଛରେ ରହସ୍ୟ କ’ଣ ?
କାହିଁକି ବିଭାଗୀୟ ମନ୍ତ୍ରୀ ଜାଣି ବି ଚୁପ ରହିଲେ ? କାହିଁକି ଘଟଣା ଘଟିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଗଲା ? ଏସବୁ କାହିଁକି ? ଏତେ ବ୍ୟତିକ୍ରମ କାହିଁକି କରାଗଲା ? ମନ୍ତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁ ଜଣେ ଛାତ୍ରୀର ଜୀବନ ଗଲା । ତେଣୁ ଏଥିପାଇଁ ମନ୍ତ୍ରୀଙ୍କୁ କାହିଁକି ଅଭିଯୁକ୍ତ ତାଲିକାଭୂକ୍ତ କରାନଯିବ ? କାହିଁକି ମନ୍ତ୍ରୀଙ୍କୁ ଗିରଫ କରାନଯିବ ? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟସାରା ଦେଖା ଦେଲାଣି । ମାରିବାକୁ ଠେଲି ଦେଇ ଶିକ୍ଷାମନ୍ତ୍ରୀ ଆସି ପ୍ୟାଚ ପକାଉଛନ୍ତି । ସରକାର ତାଙ୍କର ବଦାନ୍ୟତା ଦେଖାଉଛନ୍ତି । ହେଲେ ସେ ସବୁ ଘଟଣା ଘଟିବା ପରେ । ଘଟଣାଦିନ କାହାର ପାଟି ଖୋଲୁ ନଥିଲା । ପୋଲିସ ତ ଚୁପ ବସିଥିଲା । ସମସ୍ତେ ହାତ ବାନ୍ଧି ଦେଇଥିଲେ । ଏବେ ଦରଦ ଦେଖାଉଛନ୍ତି । ସୂର୍ଯ୍ୟବଂଶୀ ବିଭାଗୀୟ ମନ୍ତ୍ରୀ ହିସାବରେ ଘଟଣାକୁ ଜାଣି ନୀରବ ରହିଥିବାରୁ ସେ ହିଁ ସବୁଠୁ ବଡ଼ ଦୋଷୀ । ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯିବ ଉଚିତ୍ । ଦେଖାଯାଉ ମୋହନ ସରକାର ସୂର୍ଯ୍ୟବଂଶୀଙ୍କୁ ହଟାଉଛନ୍ତି ନା ଘଟଣାକୁ ପ୍ୟାଚ ପକାଇ ଚାପି ଦେଉଛନ୍ତି ?
State,National
ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । କାରକେଡ୍ ରିହରସାଲ କରିଛି କମିଶନରେଟ୍ ପୋଲିସ । ଆସନ୍ତାକାଲି ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ବାୟୁସେନା ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ସଂଧ୍ୟାରେ ଭୁବନେଶ୍ବର AIIMSର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ । ୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉତ୍ସବରେ ରାଜ୍ୟପାଳ ଅଧ୍ୟକ୍ଷତା କରିବେ । ସେହିପରି ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ୩ଟି ବିଲ୍ଡିଂର ଶିଳାନ୍ୟାସ କରିବେ । ଏହା ବ୍ୟତୀତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’’ ପ୍ରଦାନ କରିବେ ।
State
ଦ କୁଇଭର ବ୍ୟୁରୋ :- ଭୁଶୁଡୁଛି ମାଓ ଦୁର୍ଗ । ଧ୍ବଂସ ପାଉଛି ଲାଲ୍ ଗଡ଼ । ଭାରତକୁ ମାଓମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନକ୍ସଲଙ୍କୁ ନିସ୍ତାର ଦେଉନାହାନ୍ତି ସୁରକ୍ଷାକର୍ମୀ । ଗୋଟେ ପଟେ ନକ୍ସଲଙ୍କୁ ନିପାତ କରାଯାଉଥିବା ବେଳେ ଅନ୍ୟପଟେ ପ୍ରାଣ ବିକଳରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଆଉ ଏହି କ୍ରମରେ ଛତିଶଗଡ ନାରାୟଣପୁରରେ ପୁଣି ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ତେବେ ନାରାୟଣପୁର ପୋଲିସ ପାଖରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୮ ଜଣ ମହିଳା ଅଛନ୍ତି । ୨୨ ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏମାନେ ଅବୁଝମାଡ ଡିଭିଜନର ଡିସିଏମ, ଏସିଏମ, ପାର୍ଟି ମେମ୍ବର ଭାବେ ସକ୍ରୀୟ ଥିଲେ। ତେବେ ଆତ୍ମସର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି ।