Banner Ad

ଜିନ୍ନତ ପାଇଁ ବଢ଼ିବ ଏନକ୍ଲୋଜର୍‌ ପରିସୀମା

ଜିନ୍ନତ ପାଇଁ ବଢ଼ିବ ଏନକ୍ଲୋଜର୍‌ ପରିସୀମା
Published by : Jyotshna Kumari
#State
Feb 13, 2025, 7:27 PM

ଶିମିଳିପାଳ( ଦ କୁଇଭର ):- ଶିମିଳିପାଳ ସୀମା ଡେଇଁ ରାଜ୍ୟ ବାହାରକୁ ଚାଲିଯାଇଥିବା ବାଘୁଣୀ ଜିନ୍ନତ, ଏବେ ସ୍ୱତନ୍ତ୍ର ଏନକ୍ଲୋଜର୍‌ରେ ରହିଛି। ଜିନ୍ନତ ଦେହରେ ଲାଗିଥିବା କଲାର ଡିଭାଇସ୍ ଓ ଏନକ୍ଲୋଜର୍‌ରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ତା ଗତିବିଧି ଏବଂ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ବନ ବିଭାଗ। ଏନକ୍ଲୋଜର ପରିସୀମାକୁ ବଢ଼ାଇ ଶିମିଳିପାଳର ଜଳବାୟୁ ସହିତ ଜିନ୍ନତକୁ ଖାପ ଖୁଆଇବା ପାଇଁ ଉଦ୍ୟମ କରାଯାଇଛି। ୧ ଏକର ବିଶିଷ୍ଟ ଏନ୍‌କ୍ଲୋଜର ପରିସୀମା ୮ ଏକର କରାଯିବ। ଜୀନ୍ନତକୁ କେବେ ଏନକ୍ଲୋଜର୍ ବାହାରକୁ ଛଡ଼ାଯିବ ତାହା ଏନ୍‌ଟିସିଏ ଏବଂ ମନିଟରିଂ କମିଟିର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ତେବେ ଶିମିଳପାଳରେ ମହାବଳଙ୍କ ବଂଶ ବୃଦ୍ଧି ଏବଂ ଜେନେଟିକ୍ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ରରୁ ଜିନ୍ନତ ଓ ଯମୁନାକୁ ଅଣାଯାଇଥିଲା।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଜଳୁଛି ଜଙ୍ଗଲ–ଅଣାୟତ୍ତ ସ୍ଥିତି, ସମୀକ୍ଷା କଲେ ଡି ଏଫ ଓ

Blog Thumbnail

ଗଜପତି( ଦ କୁଇଭର ):- ଜି ଉଦୟଗିରି ବନାଞ୍ଚଳରେ ଜି ଉଦୟଗିରି, କଳିଙ୍ଗା ଓ ପାବୁରିଆ ଅଞ୍ଚଳରେ ଗତ ଚାରିଦିନ ଜଙ୍ଗଲରେ ନିଆଁ ଲାଗି ଅଣଆୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବନ ବିଭାଗର ନିଦ ହଜିଯାଇଛ। ପରିସ୍ଥିଡି ଏଫ୍ ଓ ପ୍ରଶାନ୍ତ କୁମାର ପଟେଲ ଓ ସହକାରୀ ବନ ସଂରକ୍ଷକ ସ୍ପେତଲିନା ସାହୁ ଏହାର ସମୀକ୍ଷା କରିଛନ୍ତି । ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ସହ ନିଆଁ କୁ ଆୟତ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବନ ଅଧିକାରୀମାନେ ନିଆଁ କୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସମାଜର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

State

ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ

Blog Thumbnail

ମୋହନା( ଦ କୁଇଭର ):- - ଶିକାର କରିବାକୁ ଯାଇ ନିଜ ବନ୍ଧୁକ ଗୁଳିର ଶିକାର ହେଲେ ଶିକାରୀ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ପଦାସାହି ଗାଁରେ l ଶିକାର କରିବାକୁ ଯାଇ ନିଜ ବନ୍ଧୁକ ରୁ ଗୁଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି l ମୃତ ଶିକାରୀ ହେଲେ ରାୟଗଡ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ l ଗତ ଦୁଇ ମାସ ହେଲା ହରିଶ୍ଚନ୍ଦ୍ର ଓ ତାଙ୍କ ଦୁଇ ସମ୍ପକୀୟ ସହ ମିଶି କୁଙ୍କୁଣୀ ପଦାସାହି ଗାଁରେ ରହି ଖଜୁରୀ କାଟୁଥିଲେ l ତେବେ ଗତକାଲି ରାତି ପ୍ରାୟ 8 ଟାରେ ଗାଁ ଠାରୁ କିଛି ଦୂରରେ ଗୁଳି ଶବ୍ଦ ଶୁଭିଥିଲା l ଗାଁ ଲୋକେ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ହରିଶ୍ଚନ୍ଦ୍ର ଙ୍କ ପାଖରେ ଗୋଟିଏ ଦେଶୀ ବନ୍ଧୁକ ପଡ଼ିଥିବା ବେଳେ ତାଙ୍କ ଅନ୍ତ ବୁଜୁଳା ବାହାରି ପଡିଛି l ଦୁଇ ହାତ ମଧ୍ୟ ଗୁଳି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି l ଘଟଣା ସ୍ଥଳରେ ତାଙ୍କ ସ୍ତ୍ତୀ ପହଞ୍ଚିବା ସହ ତାଙ୍କ ଘରେ କୌଣସି ବନ୍ଧୁକ ନଥିଲା l ତେବେ ସେ କେଉଁଠୁ ବନ୍ଧୁକ ଆଣିଲା ତାହା ସେ ଜାଣିନଥିବା କହିଛନ୍ତି l ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି l

State

ବାରିପଦାରେ ହତ୍ୟା

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ଠିକାଦାର ତଥା ବିଜେଡିର ବରିଷ୍ଠ ସଦସ୍ୟ ଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା।


ସୂଚନାନୁସାରେ, ସ୍ନେହାଶିଷ ଘରେ ଥିବା ସମୟରେ ଜନୈକ ଯୁବକ ଜଣଙ୍କ ଘରେ ପଶିଥିଲେ। ହଠାତ୍‌ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଯୁବକ ଜଣଙ୍କ ଏକ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଜଣାପଡିଛି। ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଉଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

State

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି କାର୍ଯ୍ୟାଳୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଇଚାରାର ପର୍ବ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ୍ଧୁ ମିଳନରେ ଓଡିଶା ଗଣମାଧ୍ୟମ ଜଗତର ସାମ୍ବାଦିକ ଓ ସାମ୍ବାଦିକାଙ୍କ ସମେତ ମନ୍ତ୍ରୀ ବିଧାୟକ ସଂସଦ ଓ କର୍ମକର୍ତ୍ତାଙ୍କ ସହ ମିଶି ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ରାଜ୍ୟବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଓ ଶୁଭକାମନା ଦେବା ସହ ଖୁସିର ଏହି ପର୍ବକୁ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଏହି ବନ୍ଧୁ ମିଳନର ହୋଲି ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ଯୋଗ ଦେଇ ସମସ୍ତ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁସ୍ତ ଜୀବନ କାମନା କରିଥିଲେ । ଏହା ସହିତ ହୋଲି ଉତ୍ସବ ପାଳନ ଅବସରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଲି ଖେଳିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୋଲିସ ଡିଜି ୱାଇବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଲି ଖେଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦେହରେ ରଙ୍ଗ ମାରିବା ସହ ମିଠା ଖୁଆଇ ଉତ୍ସବ ପାଳିଛନ୍ତି। "ଭାତୃତ୍ୱ ଓ ସଦ୍‌ଭାବନାର ପର୍ବ ହେଉଛି ହୋଲି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ। ରାଧାଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି," ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଏହି ବନ୍ଧୁ ମିଳନର ହୋଲି ଉତ୍ସବରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ସମସ୍ତ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁସ୍ତ ଜୀବନ କାମନା କରିଥିଲେ ।

National

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

Blog Thumbnail

ଦକୁଇଭର ବ୍ୟୁରୋ :- ଶନିବାର ହୋଲି ଉତ୍ସବ ପାଳନ ପରେ ମୁଖ୍ୟମନ୍ତ୍ରୀ ମହୋନ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ସେ ସେଠାରେ ସରକାରୀ ତଥା ବେସରକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଉଦ୍ଦେଶ୍ୟ କ'ଣ ତାହା ସରକାରୀ ଭାବେ କିଛି କୁହାଯାଇ ନାହିଁ।


ତେବେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ତାଙ୍କର କୌଣସି କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ।ତେବେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଡିଲିମିଟେସନକୁ ବିରୋଧ ବୈଠକରେ ଯୋଗଦେବେ ବୋଲି କୁହାଯାଉଛି। ତେବେ ଓଡିଶାର ଉଭୟ ନେତାଙ୍କ ଦିଲ୍ଲୀ ଗସ୍ତର କୌଣସି ସୂଚନା ଦିଆଯାଇ ନ ଥିବାରୁ ବିଭିନ୍ନ ମହଲରେ ଏନେଇ ସନ୍ଦେହ ପ୍ରକଟ ହୋଇଛି।

State

ଆରମ୍ଭ ହେଲା ମା‘ ତାରାତାରିଣୀଙ୍କ ଚୈତ୍ର ଯାତ୍ରା,ମହାକାଳୀ ରୂପରେ ଦର୍ଶନ ଦେଉଛନ୍ତି ମା

Blog Thumbnail

ଗଞ୍ଜାମ,ତାରାତାରିଣୀ( ଦ କୁଇଭର ):- ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଆଜିଠୁ ଆରମ୍ଭ ହୋଉଛି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ଚାରୋଟି ମଙ୍ଗଳବାରରେ ପାଳନ ହେବ ଏହି ପର୍ବ । ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ମାନସିକ ରଖିବା ସହିତ ଦର୍ଶନ କରିବେ। ଏନେଇ ଚଳଚଞ୍ଚଳ ମାଆ ତାରାତାରିଣୀଙ୍କ ପୀଠ । ସ୍ଵତନ୍ତ୍ର ରୀତିନୀତି ସହକାରେ ହେଉଛି ମାଆଙ୍କ ପୂଜାର୍ଚ୍ଚନା l ଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଭକ୍ତମାନେ ପାହାଡ ଉପରକୁ ଯିବା ପାଇଁ ୨୦ରୁ ୨୫ଟି ବସ ଚଳାଚଳ କରିବ । ଏଥିସହିତ ମନ୍ଦିର ଉପରେ ଓ ତଳେ ପାନୀୟ ଜଳ , ପାର୍କିଂ ସ୍ଥାନ ,ବ୍ୟାରିକେଡ ଭଳି ବ୍ୟବସ୍ଥା କରାଯାଇଛି। ଅନେକ ମାନସିକଧାରୀ ମୁଣ୍ଡନ କରିବା ନିମନ୍ତେ ଏହି ସମୟରେ ମନ୍ଦିରକୁ ଆସିଥାନ୍ତି । ଏଥିପାଇଁ ୬ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।


ପରମ୍ପରା ଅନୁସାରେ ପବିତ୍ର ଦୋଳପୂର୍ଣ୍ଣିମାରେ ମା’ଙ୍କ ରୀତିନୀତି ଅନୁଯାୟୀ, ପୂଜାର୍ଚ୍ଚନା କରାଯିବା ପରେ ହିନ୍ଦୁ ଧର୍ମର ପଞ୍ଜିକା ମା’ଙ୍କ ପୀଠରେ ପଢ଼ାଯାଇ ତିଥି ଲଗ୍ନ ପ୍ରକାରେ ଯାତ୍ରାଲାଗି ଶୁଭଖୁଣ୍ଟି ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ. ରେଡ୍ଡୀଙ୍କ ତ୍ତତ୍ତ୍ୱାବଧାନରେ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ୪ଟି ମଙ୍ଗଳବାର ପାଳି ପଡୁଥିବାରୁ ଯେପରି ମା’ଙ୍କ ଯାତ୍ରା ସୂଚାରୁ ରୂପେ ହେବ, ମା’ଙ୍କ ନୀତିକାନ୍ତି ଠିକ୍‌ ସମୟରେ ହେବ,ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ହେବେ ମାଆ, ସମସ୍ତ ଭକ୍ତ ଯେପରି ଭଲରେ ମାଆଙ୍କ ଦର୍ଶନ କରିପାରିବେ ସେ ନେଇ କାର୍ଯ୍ୟ କରିବେ ମାଆଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ । ସେଥିନେଇ ସମସ୍ତ ସେବାୟତ ନିଷ୍ଠାପର ଓ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ କରିଛନ୍ତି l ଏହାସହ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଚଣ୍ଡ ଖରାଦାଉରୁ କିପରି ଭକ୍ତଙ୍କୁ ସୁରକ୍ଷା ଦିଆଯିବ ସେଥିନେଇ ନରସିଂହପୁର ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଛାଇର ବ୍ୟବସ୍ଥା କରିବା, ଶିଶୁଙ୍କ ମୁଣ୍ଡନଲାଗି ୪ଟି ମୁଣ୍ଡନ ଶାଳା ନିର୍ମାଣ, ଭକ୍ତଙ୍କ ଖାଇବା ଲାଗି ପ୍ରସାଦ ଯୋଗାଇଦେବା, ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନାକୁ ବାହାରେ ଥିବା ଭକ୍ତମାନେ କିପରି ଦେଖିପାରିବେ ସେଥି ଲାଗି ୫ଟି ଏଲ୍‌ସିଡି ବିଭିନ୍ନ ସ୍ଥାନରେ ଲଗାଇବା ଆଦି କାର୍ଯ୍ୟର ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Education,State

ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍‌ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ ସ୍ବାକ୍ଷରିତ କରାଯାଇଛି । ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟିରେ ହୋଇଛି ଏମଓୟୁ ସ୍ବାକ୍ଷରିତ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ । ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ଵାରା ଅନେକ ଯୋଜନା କରାଯାଉଛି । ITEP (Integrated teacher education programme) ନାଁରେ ରହିବ ନୂଆ କୋର୍ସ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି । ଯାହା ITEP ସେ ମଧ୍ୟରୁ ଅନ୍ୟତମ ଅଟେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ’ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

State

ବେକେରି ଦୋକାନୀଙ୍କୁ ଆକ୍ରମଣ ଅଭିଯୋଗ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର,ବୈଦ୍ୟନାଥପୁର ଥାନା ଅନ୍ତର୍ଗତ‌ ଲାଞ୍ଜିପଲ୍ଲୀ ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଥିବା ଏକ କେକ୍ ଦୋକାନୀ ଓ ତାଙ୍କ ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦାଦାବଟି ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଇନ୍ଦିରା ନଗର ନିବାସୀ ଶଙ୍କର ସୁଦାମ ସାହୁ (୪୦)ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଗୋଟିଏ କେକ ଦୋକାନ କରିଛନ୍ତି । ଶଙ୍କରଙ୍କ ଦୋକାନ ବାରଣ୍ଡାରେ ଗୁଟଖା ଖାଇ ଛେପ ପକାଇଥିଲେ କିଛି ଯୁବକ । ଛେପ ପକାଇବାକୁ ନେଇ ଯୁବକ ଓ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯୁବକମାନେ ଦୋକାନରେ ଥିବା ଶଙ୍କର ଓ ତାଙ୍କ ସହଯୋଗୀଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ ଯୁବକ ମାନେ । ଦାଦାବଟି ନ ଦେଲେ ଏଠାରେ ଦୋକାନ ପକାଇପାରିବୁ ନାହିଁ ବୋଲି ଦୋକାନୀ ଶଙ୍କରଙ୍କୁ ଧମକ ଦେଇଥିଲେ ଯୁବକମାନେ। । ସ୍ଥାନୀୟ ବାସିନ୍ଦା ଆସିବା ପରେ ସେଠାରୁ ଯୁବକମାନେ ଚମ୍ପଟ ମାରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l

State

ସାଇଡ ନଦେବାରୁ କାର ଚାଳକଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା,୨ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହରରେ ଦିନକୁ ଦିନ ଆତଙ୍କ ରାଜ ବଢ଼ିବାରେ ଲାଗିଛି ଅପରାଧୀଙ୍କ ଅପରାଧ ମାମଲା ଥମିବାର ନାଁ ନେଉନଥିବା ବେଳେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ତେବେ ପୁଣି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ସାଇଡ ନ ଦେବାରୁ କାର ଚାଳକକୁ ଆକ୍ରମଣ କରିବା ଓ ତାଙ୍କ କାରକୁ ଭଙ୍ଗାରୁଜା କରିବା ଭଳି ଅଭିଯୋଗ ହୋଇଛି ବ୍ରହ୍ମପୁର ସହର ରେ l ତେବେ ଏହି ଅଭିଯୋଗରେ ଟାଉନ ଥାନା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର, ଧର୍ମନଗର ୫ମ ଲାଇନର ଗଣେଷ ଦାସ(୨୧) ଓ ଏ. ରବି ରେଡ୍ଡି(୨୦) । ପୁଲିସ କ୍ଷତିଗ୍ରସ୍ତ ହୋଇଥିବା କାର ସମେତ ଅଭିଯୁକ୍ତଙ୍କ ବାଇକକୁ ମଧ୍ୟ ଜବତ କରିଛି ।


ସୂଚନାଯୋଗ୍ୟ ଯେ, ଶନିବାର ରାତି ସାଢେ ୮ଟା ବେଳେ ଗୋଷାଣୀ ନୂଆଗାଁ ଗୁଣ୍ଡିଚାନଗରର ପ୍ରଦୀପ କୁମାର ଚୌଧୁରୀ ନିଜ କାର ଯୋଗେ ଗୋଲିଲା ଷ୍ଟ୍ରିଟ୍ ଦେଇ ଯାଉଥିଲେ ା ଏହି ସମୟରେ ଉପରୋକ୍ତ ୨ ଅଭିଯୁକ୍ତ ସେହି ରାସ୍ତାରେ ତାଙ୍କ ପଛପଟୁ ଏକ ବାଇକରେ ଆସି ଓଭରଟେକ କରିବାକୁ ସାଇଡ ମାଗିଥିଲେ । ହେଲେ ସେହି ରାସ୍ତାଟି ସଂକୀର୍ଣ୍ଣ ବା ଅଣଓସାରିଆ ହୋଇଥିବାରୁ ପ୍ରଦୀପ ନିଜ କାରକୁ ସାଇଡ କରିପାରିନଥିଲେ କିମ୍ବା ବାଇକକୁ ଆଗକୁ ଯିବାକୁ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉପରୋକ୍ତ ୨ ଅଭିଯୁକ୍ତ ଅଭିଯୋଗ ପ୍ରଦୀପଙ୍କ କାର ସମ୍ମୁଖକୁ ହଠାତ ବାଇକ ଆଣି ଅଟକାଇବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ପ୍ରଦୀପ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମୁଥ ମାରିବା ସହ ଆକ୍ରମଣ କରିଥିଲେ,ଏପରିକି ଅଭିଯୁକ୍ତମାନେ କାରର ପଛ ପଟ କାଚକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ଆକ୍ରମଣରେ ଆହତ ପ୍ରଦୀପ ସହର ସ୍ଥିତ ସିଟି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଉପରୋକ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।



State

୨୦ ରୁ ବଦଳିବ ତାତି

Blog Thumbnail

ଦ କୁଇଭର ବ୍ୟୁରୋ :- ସାରା ରାଜ୍ୟରେ ପାରଦ ସ୍ତର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଅନେକ ସହରରେ ଗରମ ହେଉଛି। ଲୋକେ ଦିନରେ ତାତିରେ କଲବଲ ହେଉଛନ୍ତି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି। ରବିବାର ୪୩.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ପ୍ରମୁଖ ସହର ମଧ୍ୟରୁ ଉତପ୍ତ ସହର ରହିଛି ବୌଦ୍ଧ । ବୌଦ୍ଧ ପରେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୨.୦୦ ଡିଗ୍ରୀ, ବଲାଙ୍ଗୀର ୪୧.୭ ଡିଗ୍ରୀ, ଅନୁଗୋଳରେ ୪୧ .୧ ଡିଗ୍ରୀ, ଟିଟିଲାଗଡରେ ୪୦.୫ ଡିଗ୍ରୀ, ସୁନ୍ଦରଗଡରେ ୪୦.୩ ଡିଗ୍ରୀ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୬ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହଛି ।


ସେପଟେ ୧୯ ପରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

National

୨୧ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ମାର୍ଚ୍ଚ ୨୧ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଆଜି ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ବିଧାୟକ, ନେତା କର୍ମୀ ଯୋଗ ଦେଇଥିଲେ l ଅମିତ ଶାହାଙ୍କ ଗସ୍ତ କିପରି ଭବ୍ୟ ଓ ସଫଳ ହୋଇପାରିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି," କେନ୍ଦ୍ର ଗୃହମନ୍ତ୍ରୀ ସମ୍ବଲପୁର ଆସୁଛନ୍ତି l ଯାହା ବର୍ତ୍ତମାନ ସୁଦ୍ଧା ସୂଚନା ମିଳିଛି ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖରେ ବିମାନ ଜରିଆରେ ଝାରସୁଗୁଡାରେ ପହଞ୍ଚିବେ । ସେଠାରୁ ସମ୍ବଲପୁର ଏମସିଏଲ ଗେଷ୍ଟ ହାଉସ ଆସି ରାତ୍ରି ଯାପନ କରିବେ l ତା' ପରଦିନ ଅର୍ଥାତ ୨୨ ତାରିଖ ସକାଳୁ ସମଲେଶ୍ୱରୀ ଦର୍ଶନ କରିବେ l ଏହା ପରେ ସେ ଅଇଁଠାପାଲ୍ଲି ପିଏଚଡ଼ି ପଡିଆରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ l ଏହାପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ସାଢେ ୧୦ ରୁ ସାଢେ ୧୧ ଯାଏଁ ଯୋଗ ଦେବେ l ଏହି କାର୍ଯ୍ୟକ୍ରମ ସରିଲା ପରେ ସେ ବୁର୍ଲା ଏମସିଏଲ ଗେଷ୍ଟ ହାଉସ ଯିବେ ଓ ସେଠାରେ ମଧ୍ୟାହ୍ନ ଭୋଜନ କରି ସରିଲା ପରେ ଅପରାହ୍ନ ୨ ଟାରେ ଭୁବନେଶ୍ୱର ଯିବେ । ଭୁବନେଶ୍ୱରରୁ ସେ ପୁରୀ ଯିବେ ସେଠାରେ ହିଁ ରାତ୍ରି ରହଣି କରିବେ l ତା' ପରଦିନ ସକାଳେ ପୁରୀରେ ପ୍ରଭୁ ଜଗନ୍ନାଥ ଦର୍ଶନ କରି ପରେ ଜଟଣୀରେ ଫରେନସିକ ୟୁନିଭରସିଟିର ଶିଳାନ୍ୟାସ କରିବେ । ଯାହା ଗୁଜୁରାଟ ପରେ ଦେଶର ଦ୍ଵିତୀୟ ୟୁନିଭରସିଟି ଅଟେ l ଏହା ପରେ ଅନ୍ୟ ସବୁ ପ୍ରକଳ୍ପର ଶିଳାନ୍ୟାସ କରିଲା ପରେ ଅପରାହ୍ନରେ ଦିଲ୍ଲୀ ଫେରିଯିବେ" ବୋଲି କହିଛନ୍ତି ମନମୋହନ ।

State

ମନ୍ତ୍ରୀଙ୍କ ବଦାନ୍ୟତା, ୩ ଆହତଙ୍କୁ ନିଜ ଗାଡ଼ିରେ ନେଲେ ମେଡିକାଲ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶୁକ୍ରବାର ଦୋଳ ପୂର୍ଣ୍ଣିମା ଦିନ ଏନ.ଏଚ-16 ନିକଟ ବ୍ରହ୍ମପୁର ଗୋପାଳପୁର ଜଙ୍ଗସନ ଠାରେ ସଡକ ଦୁର୍ଘଟଣାରେ ଆହାତ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ବ୍ୟକ୍ତି ବିଶେଷଙ୍କୁ ଚିକିତ୍ସା ପାଇଁ ମେଡିକାଲ କୁ ପଠାଇଲେ ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଗୋପାଳପୁର ଜନସନ ଠାରେ ଏକ ବାଇକ ଦୁର୍ଘଟଣା ଘଟି ତିନି ଜଣ ଯୁବକ ଆହତ ହେବାର ଦେଖି ଥିଲେ। ମନ୍ତ୍ରୀ କାଳ ବିଳମ୍ବ ନକରି ତୁରନ୍ତ ଚିକିତ୍ସା ପାଇଁ ପଠାଇଥିଲେ । ଏପରିକି ନିଜର ପାଇଲଟ୍ ଗାଡିରେ ଆହତଙ୍କୁ ମେଡିକାଲ ପଠାଇ ଥିଲେ।


ତେବେ ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ଅଂଚଳରେ ଭୁରି ଭୁରି ପ୍ରଶଂସା କରାଯାଉଥିବା ବେଳେ ସହର ର ଆଇନ ଶୃଙ୍ଖଳା ଉପରେ ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି lକେମିତି ଗୋଟିଏ ମୋଟର ସାଇକେଲ ଅଥବା ବାଇକ ରେ ତିନିଜଣ ଆରୋହୀ ଯାଇପାରିଲେ..? ରାସ୍ତାରେ କଣ କୌଣସି ଟ୍ରାଫିକ ପୋଲିସ କିମ୍ବା ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଙ୍କ ନଜର ପଡିନି କି ୟେ ଆରୋହୀ ମାନଙ୍କ ଉପରେ....? କୌଣସି ପ୍ରଶାସନ କଣ ଏମାନଙ୍କୁ ବାରଣ କରିନାହାନ୍ତି କି....? ନା ଆଇନ ର ଆଖିରେ ଧୂଳି ଦେଇ ଏମାନେ ଖସିଯାଉଥିଲେ... ଦେଖାଯାଉ ସରକାରଙ୍କ ମାଳ ମାଳ ଯୋଜନା ସତରେ କେବେ କାର୍ଯ୍ୟକାରୀ ହେଉଛି ଆଉ ବିଶେଷ କରି ଗଞ୍ଜାମ ରେ ଏ ଦୁର୍ଘଟଣା ହାର କମୁଛି l

National

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ

Blog Thumbnail

ଦ କୁଇଭର ବ୍ୟୁରୋ :- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡ. ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ। ଦିଲ୍ଲୀ ସ୍ଥିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ଡ.ଦେବେନ୍ଦ୍ର ପ୍ରଧାନ ପୂର୍ବରୁ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ତୁଲାଇଥିଲେ। କେବଳ ସେତିକି ନୁହେଁ ରାଜ୍ୟ ସଭାପତି ଭାବେ ମଧ୍ୟ ନିଜର କାର୍ଯ୍ୟ ତୁଲାଇଥିଲେ ଡ ଡେବେନ୍ଦ୍ର ପ୍ରଧାନ।

International

୧୯ ମାର୍ଚ୍ଚ ରେ ପୃଥିବୀ ଫେରିବେ ସୁନିତା

Blog Thumbnail

ଦ କୁଇଭର ବ୍ୟୁରୋ :- ଖୁବଶୀଘ୍ର ପୃଥିବୀକୁ ଫେରିବେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍‌ ୱିଲମୋର । ସ୍ପେଶଏକ୍ସ (Space X)ର ମିଶନ କ୍ରୁ-10 ସୁନିତା ଓ ବଚ୍‌ଙ୍କୁ ଘରକୁ ଫେରିବା ଆଣିବା ପାଇଁ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରେ(ISS)ରେ ପହଞ୍ଚି ସାରିଛନ୍ତି । କ୍ରୁ-10 ଏୟାରକ୍ରାଫ୍ଟରେ ୪ ମହାକାଶଚାରୀ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରେ ପହଞ୍ଚି ସାରିଥିବା ବେଳେ ସେମାନଙ୍କୁ ଜୋରଦାର ସ୍ବାଗତ କରିଛନ୍ତି ସୁନିତା । ଦୀର୍ଘ ମାସ ଧରି ଫସିଥିବା ସୁନିତା ୪ ମହାକାଶଚାରୀଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇଉଠିଛନ୍ତି । ତେବେ ଗତ କିଛି ଦିନ ଧରି ସୁନିତାଙ୍କ ଠାରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ସମ୍ପର୍କରେ କିଛି ତଥ୍ୟ ହାସଲ କରିବେ । ୧୯ ମାର୍ଚ୍ଚରେ ପୃଥିବୀକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିବେ ।


ଦୀର୍ଘ ମାସ ଧରି ISSରେ ଫସି ରହିଥିବା ମହାକାଶଚାରୀ ସୁନିତା ଓ ତାଙ୍କ ସାଥିଙ୍କୁ ପୃଥିବୀକୁ ଫେରିବା ଆଣିବା ପାଇଁ ଗତ ମାର୍ଚ୍ଚ ୧୪ରେ ସ୍ପେଶଏକ୍ସ କ୍ରୁ-10 ମିଶନ ଲଞ୍ଚ କରିଥିଲା । ଫାଲକନ ନାଇଲ ରକେଟ ଡ୍ରାଗନ କ୍ୟାପସୁଲ ଓ ଏଥିରେ ୪ଜଣ ମହାକାଶଚାରୀଙ୍କୁ ଧରି ଉଡାଣ ଭରିଥିଲା । ଡ୍ରାଗନ ସ୍ପେଶକ୍ରାଫ୍ଟ ଜରିଆରେ ନାସା କମାଣ୍ଡର ଏନି ମେକ୍କଲେନ, ପାଇଲଟ ଅୟର୍ସ, ଜାପାନ ସ୍ପେଶ ଏଜେନ୍ସି JAXAର ତାକୁୟା ଓନେଶି ଓ ଋଷର କୋର୍ମୋନାଣ୍ଟ କେରେଲ ପେସକୋବ ଏଥିରେ ସାମିଲ ଅଛନ୍ତି । ତେବେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍‌ ୱିଲମୋର ଜୁନ ୫, ୨୦୨୪ ରେ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ଯାଇଥିଲେ । ମାତ୍ର ଏକ ସପ୍ତାହ ପାଇଁ ଯାଇ ଗତ ୯ ମାସ ହେଲା ଫସି ରହିଛନ୍ତି ସେ । ବୋଇଙ୍ଗ ଷ୍ଟାରଲାଇଲନ ମହାକାଶଯାନରେ ତ୍ରୁଟି କାରଣରୁ ଉଭୟେ ଫେରିପାରିନଥିଲେ । ୯ ମାସ ହେଲାଣି ଉଭୟେ ଫସି ରହିଛନ୍ତି । ତେବେ ଯଦି ସବୁ କିଛି ଠିକ ରୁହେ । ଖୁବ ଶୀଘ୍ର ସେ ପୃଥିବୀ ଫେରିବେ ।

State

ପିକପ ଭେନକୁ ଧକ୍କା ଦେଲା ୨ ସ୍କୁଟି, ଜଣେ ମୃତ ୩ ଗୁରୁତର

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରବିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ନିକଟ ଗୋପାଳପୁର ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥ ବିଲୁ ଢ଼ାବା ନିକଟରେ ଘଟିଛି ଏକ ଦୁର୍ଘଟଣା ! ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି l  ସୂଚନା ପ୍ରକାରେ, ଏକ ପିକଅପ ଭେନ ଟି ସ୍କୁଟି କୁ ଧକ୍କା ଦେଇଥିଲା ଯାହା ଫଳରେ ରାସ୍ତାରେ ଯାଉଥିବା ଦୁଇଟି ଯାକ ସ୍କୁଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ରାସ୍ତା ଉପରେ ଛିନ୍ନ ଛତ୍ର ହୋଇ ପଡିରହିଥିଲା ! ପିକଅପ ଭେନଟି ରାସ୍ତାକଡ଼ରେ ଥିବା ଖାଲ ସ୍ଥାନକୁ ଗଳିପଡିଲା ! ଏଥିରୁ ଜଣା ପଡୁଛି ଯେ ଦୁର୍ଘଟଣାଟି କେତେ ଭୟଙ୍କର ହୋଇଛି l ତେବେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ! ବର୍ତ୍ତମାନ ସୁଦ୍ଧା ମୃତକ ଏବଂ ଗୁରୁତରଙ୍କ ସୂଚନା ମିଳିପାରିନାହିଁ ! ଗୋପାଳପୁର ଥାନା ପୁଲିସର ତଦନ୍ତ ପରେ ଜଣା ପଡିବ ବୋଲି ସୂଚନା ମିଳୁଛି !

State

କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍

Blog Thumbnail

ଗଞ୍ଜାମ( ଦ କୁଇଭର ):- କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଖମ୍ବେଶ୍ୱରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସ୍ ରେ ଥିଲେ, ୧୭ ରୁ ଉର୍ଦ୍ଧ୍ବ ଯାତ୍ରୀ, ୭ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ, ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାଟି ଗଂଜାମ - କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଖବର ପାଇ ଉଭୟ ଭଂଜନଗର ଓ ଜି.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ, ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

State

୩ ଦିନ ଯାଏଁ ନିଆଁ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଏପ୍ରିଲ ଆରମ୍ଭ ନହେଉଣୁ ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ପ୍ରବଳ ଖରାରେ ସନ୍ତୁଳି ହେଉଛି ସାରା ରାଜ୍ୟ l ହିଟ୍ ୱେବ୍ ନେଇ ଜାରି ହେଲା ରେଡ ଆଲର୍ଟ। ପ୍ରବଳ ହିଟ୍ ୱେବ୍ କଣ୍ଡିସନ୍ ପାଇଁ ରାଜ୍ୟରେ ଜାରି ହେଲା ରେଡ ଆଲର୍ଟ। ପ୍ରତିଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ହେଲେ ଗରମ ସାଙ୍ଗକୁ ଅଣାୟତ୍ତ କରୁଚି ହିଟ୍ ୱେବ୍ । ଦିନରେ ଝାଞ୍ଜି ପବନ ଓ ଲୁ କଲବଲ କରୁଛି। ଏମିତିକି ଦିନରେ ଘରୁ ବାହାରିବା ମୁସ୍କିଲ ହୋଇଚି। ହେଲେ ଏଥର ବଳି ଯାଇଛି ଅବଧି। ଗତ ୧୩ ତାରିଖରୁ ହିଟ୍ ୱେବ୍ ସ୍ଥିତି ଦେଖିବାକୁ ମିଳିଥିବାବେଳେ ଆହୁରି ୪ ଦିନ ଯାଏଁ ଏଭଳି ସ୍ଥିତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ତିନି ମାସ ପ୍ରବଳ ଖରା ଗରମ ସାଙ୍ଗକୁ ହିଟ୍ ଅବଧି ଅଧିକ ଦିନ ରହିବ ବୋଲି ଆଗୁଆ ସତର୍କ କରିଥିଲା ଭାରତୀୟ ପାଣିପାଗ ବିଭାଗ। ଆଜି ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହେବା ସହ ସୁନ୍ଦରଗଡ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଉପକୂଳର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ ଦିନ ୨ଟା ସୁଦ୍ଧା ଆଜି ପାରଦ ୪୨ ଡିଗ୍ରୀ ଛୁଇଁଲା। ଦିନ ୨ଟା ୩୦ ସୁଦ୍ଧା ଆଜି ତାପମାତ୍ରା ୪୨ ଡିଗ୍ରୀ ପାର କରିଛି। ଆଜି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ପାଇଁ ରେଡ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡିକରେ ସିଭୀୟର ହିଟ୍ ୱେବ୍ କଣ୍ଡିସନ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣରେ ଓରେଞ୍ଜ ଓ ୟେଲୋ ଆଲର୍ଟ। ସୁନ୍ଦରଗଡ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ଜାରି ହୋଇଛି। ସଂପୂର୍ଣ୍ଣ ଉତ୍ତର ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୭ ତାରିଖରେ ରାଜ୍ୟର ୯ ଜିଲ୍ଲାକୁ ବାଦ୍ ଦେଲେ ବାକି ସମସ୍ତ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି ୩ ଦିନ ଯାଏଁ ନାହିଁ ନିସ୍ତାର l

State,Shree Jagannath

ଆଜି ଦୋଳ ପୂର୍ଣ୍ଣିମା : କାଲି ହୋଲି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ରାତି ପାହିଲେ ରଙ୍ଗର ପର୍ବ ହୋଲି l ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିାକାନ୍ତି ହେବ। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇବା ସହ ଫଗୁ ଖେଳିବେ। ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେବ ପରିବେଶ। ଆଜି ଭକ୍ତ ଓ ଭଗବାନ ଏକାକାର ହୋଇ ହୋଲି ଖେଳିବେ। ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ। ଆଜି ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଆଜି ଦୋଳପୂର୍ଣିମାରେ ଦୋଳବେଦୀରେ ଝୁଲିବେ ଦୋଳଗୋବିନ୍ଦ। ସକାଳ ଧୂପ ପରେ ବିମାନରେ ବିଜେ ହୋଇ ବିରାଟ ଶୋଭାଯାତ୍ରାରେ ଫଗୁ ଅବିର ଭକ୍ତଙ୍କ ସହ ଖେଳି ଦୋଳବେଦୀରେ ବିରାଜମାନ ହେବେ। ଅନ୍ୟପକ୍ଷରେ ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଆସନ୍ତାକାଲି ହୋଲି ଥିବା ବେଳେ ରଙ୍ଗର ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିବେ ଲୋକେ।


ସେହିପରି ଭାଇଚାରାର ପର୍ବ ହେଉଛି ହୋଲି ପର୍ବ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳଗୋବିନ୍ଦ ଅବିର ଖେଳିଛନ୍ତି। ରାଗ, ରୁଷା ଭୁଲି ସଭିଏଁ ଏକାଠି ହୋଇ ଏହି ପର୍ବକୁ ପାଳନ କରନ୍ତି। ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ଏବଂ ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ ।

State

ଛୁରାମାଡ଼ରେ କଣ୍ଟ୍ରାକ୍ଟର ମୃତ ,ଅଭିଯୁକ୍ତ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଛୁରା ମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ୍ୟୁ ଘଟିଛି । ପପୁନ ସାବତ (୩୨)ଓରଫ ଚନ୍ଦନ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୂଷିଥିବା ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତ ପପୁନକୁ ଗିରଫ କରିଛି । ହୋଲି ଖେଳିବା ପରେ ରାମ ନିଜ ଘରେ ଅନ୍ୟ ଏକ ସାଙ୍ଗସହ ବସି କଥାହେଉଥିବା ବେଳେ ପପୁନ ଆସିଥିଲା । କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମ ମଧ୍ୟରେ ବଚସା ହୋଇଥିଲା । ପରେ ପପୁନ ଏକ ଛୁରୀ ସାହାଯ୍ୟରେ ରାମଙ୍କ ବେକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ରାମ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମଦ ପିଇବାକୁ ନ ଦେବାରୁ ପପୁନ ଛୁରୀ ଭୂଷି ଏଭଳି କାଣ୍ଡ କରିଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ଲୋକେ ପପୁନକୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଅଭିଯୁକ୍ତ ପପୁନକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ତେବେ ମୃତକ ଓ ହତ୍ୟାକାରୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା କି ନାହିଁ ତାହା ପୁଲିସର ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।