Banner Ad

ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ଲଢ଼େଇ

ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ଲଢ଼େଇ
Published by : Jyotshna Kumari
#Sports
Mar 9, 2025, 9:09 AM

ଦ କୁଇଭର ବ୍ୟୁରୋ :- ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍‌ରେ ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଦୁଇ ସନ୍ତୁଳିତ ଓ ଦୃଢ଼ ମାନସିକ ଦକ୍ଷତାଧାରୀ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ। ଏହି ପ୍ରତୀକ୍ଷିତ ଫାଇନାଲ୍ ଫାଇଟ୍ ପାଇଁ ଉଭୟ ଦଳ ସବୁପ୍ରକାର ପ୍ରସ୍ତୁତି କରିସାରିଛନ୍ତି। ଦୋଷ ଦୁର୍ବଳତାକୁ ଦୂର କରିବା ଲାଗି ଜୋରଦାର୍‌ ଅଭ୍ୟାସ କରିବା ସହ ଦୁବାଇ ପରିବେଶକୁ ଖାପଖୁଆଇଲା ଭଳି ରଣନୀତି ପ୍ରସ୍ତୁତ କରି ନେଇଛନ୍ତି। ଅପରାହ୍‌ଣ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହାଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି। ଭାରତ ସହ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନରେ ଏହି ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଭାରତ ଫାଇନାଲ୍ ଯିବା ପରେ ପୂର୍ବନିଷ୍ପତ୍ତି ଅନୁସାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦୁବାଇ ଖେଳାଯାଉଛି। ଏଭଳି ସ୍ଥିତି‌ରେ ପାକ୍ ପ୍ରଶଂସକ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେବେ ଏକମାତ୍ର ଦଳ ଭାବେ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ସୁପର୍‌ସଣ୍ଡେରେ ସୁପର୍‌ ବିଜୟ ହାସଲ କରି ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ୨୫ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭେଟା ଭେଟି ହେବା ରବିବାରର ମୁକାବିଲାକୁ ଆହୁରି ସ୍ବତନ୍ତ୍ର ତଥା ରୋଚକ କରିଛି। ବୋଲିଂ, ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ; ସବୁ ଦୃଷ୍ଟିରୁ ଦୁଇଟି ଯାକ ଦଳ କେହି କାହାଠୁ କମ୍ ନଥିବାରୁ ରବିବାର ଏକ ଜବରଦସ୍ତ ଟକ୍କର ହେବାକୁ ଯାଉଛି। ଭାରତ ପଞ୍ଚମ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଖେଳି ଯଥାକ୍ରମେ ତୃତୀୟ ଓ ଦ୍ବିତୀୟ ଥର ଲାଗି ବିଜେତା ହେବାକୁ ଚେଷ୍ଟା କରିବେ।

Leave a Comment

Comments

No comments yet.

Best Biofloc Fish Farming

ad
Read more

Politics,State

ପରିଚୟ ସଂକଟ ନା ସ୍ଥିତି ରକ୍ଷା?

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଏବେ ହଠାତ ତେଜିଛି ରାଜ୍ୟ କଂଗ୍ରେସ । ଗୋଟିଏ ଦିନରେ ଆଜି ପୂରା ହଙ୍ଗାମା କରିଦେଲାଣି । ବିଧାନସଭାରେ ଦଳୀୟ ବିଧାୟକ ମାନଙ୍କ ଗର୍ଜନ ସାଙ୍ଗକୁ ରାସ୍ତାରେ ଯୁବ କଂଗ୍ରେସର ଆନେ୍ଦାଳନ ଆଉ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଏବଂ ଦଳର ପ୍ରଭାରୀଙ୍କ ସରକାର ବିରୋଧୀ ଯୁକ୍ତି କଂଗ୍ରେସ ସଜୀବ ଥିବା ସ୍ପଷ୍ଟ କରୁଛି । ରାଜ୍ୟରେ କଂଗ୍ରେସ ପୂରା ଶୋଇ ପଡ଼ିଛି । ସୋର ଶବ୍ଦ ବି ଶୁଭୁନି । କେବଳ ଜଣେ ଦୁଇଜଣ ବିଧାୟକ କାଁ ଭାଁ କିଛି କହୁଛନ୍ତି । ଗ୍ରାମାଞ୍ଚଳ ଠୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ନୀରବତା । ଇତିମଧ୍ୟରେ ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସ ନିଯୁ୍କ୍ତି ପାଇଛନ୍ତି । ଏହାପରେ କଂଗ୍ରେସରେ ଟିକେ ହଲଚଲ ଆରମ୍ଭ ହୋଇଛି ।

ବେଶ କିଛିଦିନ ନୀରବ ରହିଥିବା କଂଗ୍ରେସ ଆଜି ଗୃହରେ ତୁମ୍ବି ତୁଫାନ କରିଛି । ନାରି ସୁରକ୍ଷାକୁ ନେଇ ଗୃହରେ ବିଧାୟକମାନେ ପୋଡ଼ିୟମ ଉପରକୁ କୁଦିଛନ୍ତି । ନାରାବାଜି ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ସେପଟେ ଯୁବ କଂଗ୍ରେସ ବି ତାତିଛି । ରାସ୍ତାରେ ଆନେ୍ଦାଳନ କରିଛି । ସରକାରଙ୍କୁ ଟାର୍ଗେଟ କରି ତୁମ୍ବି ତୁଫାନ କରିଛି । ଆନେ୍ଦାଳନକୁ ଜାରି ରଖିବ ବୋଲି ବି ଚେତାବନୀ ଦେଇଛି ।

ଅନ୍ୟପକ୍ଷରେ ପିସିସି ସଭାପତି ମଧ୍ୟ ସରକାରଙ୍କୁ କେଞ୍ଚିଛନ୍ତି । ନାରୀ ସୁରକ୍ଷା ନେଇ ସରକାରଙ୍କୁ ଘେରିଛନ୍ତି । ଆଉ କିଛି ଘଣ୍ଟା ପରେ ଆନ୍ତର୍ଜାତିକ ମହିଳା ଦିବସ । ଏହି ଦିବସ ପୂର୍ବରୁ ନାରୀ ସୁରକ୍ଷାର ନାରା ଦେଇ ତେଜିଛି କଂଗ୍ରେସ । ହେଲେ କାହିଁକି? କଂଗ୍ରେସ ରାଜ୍ୟରେ ତାର ପରିଚୟ ହଜାଇ ବସିଥିବାରୁ ଏବେ ସେହି ଚିନ୍ତା ଦଳକୁ ଘାରିଛି କି? ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ ଶୂନ ହେଉଛି । ଓଡ଼ିଶାରେ ବି ସେଭଳି ସ୍ଥିତି ହେବା ଆଶଙ୍କାରେ ଦଳ ଏବେ ତାର ପରିଚୟ ରଖିବାକୁ ଏହା ଆରମ୍ଭ କରିଛି କି? ନା ନୂଆ ପିସିସି ସଭାପତି ଆସିବା ପରେ ଦଳ ଜୀବତ ଥିବା ଦେଖାଇବାକୁ ଏହା ଚାଲିଛି? ଏମିତି ପ୍ରଶ୍ନ ଏବେ ସବୁଠି । ଦେଖାଯାଉ କଂଗ୍ରେସ ତାର ଏହି ସକ୍ରିୟ ଆଭିମୁଖ୍ୟକୁ କେତେଦିନ ଜାରି ରଖୁଛି?


State

ମୃତ୍ୟୁ ପରେ ଅଙ୍ଗ ଦାନ

Blog Thumbnail

ଗଜପତି( ଦ କୁଇଭର ):- ମୃତ୍ୟୁ ପୂର୍ବରୁ ମୋ ଶରୀରର କିଛି ମୂଲ୍ୟବାନ ଅଙ୍ଗ ଦାନ କରିଦେବାକୁ ନେଇ ମାଁଙ୍କୁ ବୁଝାଇଥିଲେ, ପୁଅର କଥା ପ୍ରକାରେ ଆଜି ସେହିଦିନ ଦେଖିବାକୁ ମିଳିଛି, ପୁଅକୁ ହରାଇବା ଦୁଃଖରେ ମାଁ ହୃଦୟ ଫାଟି ପଡୁଥିଲେ ସୁଦ୍ଧା ପୁଅର ପୁଣ୍ୟ କାମ ପାଇଁ ଗର୍ବିତ ବୋଲି କହିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟକି ଗୈାଡ ସାହିର ସନ୍ତୋଷ ମହାରଣା ଓରଫ୍ ନୃସିଂହ ପ୍ରସାଦ ମହାରଣାଙ୍କ ମାଁ ସୁବାସିନୀ ମହାରଣା। ଦୁଇ ଦିନ ପୂର୍ବେ ହଠାତ ମୁହଁ ବୁଲେଇ ତଳେ ପଡି ମସ୍ତିଷ୍କରେ ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ ସନ୍ତୋଷ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ଶ୍ରୀକାକୁଲମ ଜେମସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ତାଙ୍କର ବଞ୍ଚିବା ସମ୍ଭାବନା କମ ଥିବା ଡ଼ାକ୍ତର କହିବା ପରେ ତାଙ୍କ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସନ୍ତୋଷ। ଶରୀରର ଦୁଇଟି ଚକ୍ଷୁ, କିଡନୀ ଦ୍ବୟ , ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ ସହମତି ଜଣାଥିଲେ ସ୍ତ୍ରୀ ଓ ପରିବାର ଲୋକେ। ପରିବାର କହିଲେ ବୃଦ୍ଧାମା ସ୍ତ୍ରୀ ସହ ଛୋଟ ପୁଅଟିଏ ଓ ଝିଅ ଟିଏ। ନିଜ ବାସଗୃହ ବିକ୍ରି କରି ପିତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିବା ପରେ ନିଜର ଘର ବା ସମ୍ପତ୍ତି ବୋଲି କିଛି ନାହଁ। ଭଡ଼ା ଘରେ ଅତିବାହିତ ହେଉଛି ଜୀବନ। ମାଁ ସୂବାସିନୀ କହନ୍ତି ସନ୍ତୋଷଙ୍କ ପିତା ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ମନରେ ରୋଗୀଙ୍କ ପ୍ରତି ଅନୁକମ୍ପା ବଢ଼ି ଥିଲା। ସ୍କୁଲରେ ପାଠ ପଢା ସମୟରୁ ଅନେକ ଥର ରକ୍ତଦାନ କରି ଆସୁଥିଲେ ସନ୍ତୋଷ। କାହାର ଦୁଃଖ ଦେଖିଲେ ସହି ପାରୁ ନଥିଲେ। ଆଜି ସେ ଅଙ୍ଗ ଦାନ କରି ଅନ୍ୟର ଜୀବନରେ ବ୍ୟବହୃତ ହୋଇ ପାରିବ। ଅଙ୍ଗ ଦାନ କରି ଏକ ଉଦାହରଣ ସୃଷ୍ଟି କରିିଛନ୍ତି ସନ୍ତୋଷ। ସେଥିପାଇଁ ଗର୍ବିତ ବୋଲି କହିଛନ୍ତି ପରିବାର ଲୋକେ।


Sports

ମୁଁ ଅବସର ନେଉନାହିଁ : ରୋହିତ ଶର୍ମା

Blog Thumbnail

ଦ କୁଇଭର ବ୍ୟୁରୋ :-:୧୨ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଭାରତକୁ ଆସିଛି । ଏକ ମାତ୍ର ଦଳ ଭାବେ ୩ ଥର ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ରୋହିତ ସେନାର ବିଜୟ ଉତ୍ସବକୁ ମନାଉଛନ୍ତି ୧୪୦ କୋଟି ଭାରତୀୟ । ଟିମ୍‌ ଇଣ୍ଡିଆର ବିଜୟ ପାଇଁ ରୋହିତଙ୍କ ଅଧିନାୟକତ୍ବକୁ ଯେତିକି ପ୍ରଶଂସା କଲେ ମଧ୍ୟ କମ୍‌ ପଡିବ । ଭାରତୀୟ ଦଳର ବିଜୟ ପରେ ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବର୍ତ୍ତମାନ ଦିନିକିଆକୁ ଅବସର ନେବେ ନାହିଁ ବୋଲି ରୋହିତ କହିଛନ୍ତି । ମ୍ୟାଚ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ, '' ମୁଁ ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଅବସର ନେଉନାହିଁ । ଦୟାକରି କେହି କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ ।'' ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଶେଷ ହେବା ପରେ ରୋହିତ ଦିନିକିଆରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । କାହିଁକିନା ଟି-20 ବିଶ୍ବକପ ଭାରତ ଜିତିବା ପରେ ରୋହିତ ସେହି ଫର୍ମାଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।


ଐତିହାସିକ ବିଜୟ ସହିତ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି ରୋହିତ । ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ତାଙ୍କ ଦଳକୁ ସମସ୍ତ ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚାଇଛନ୍ତି । ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦଳକୁ କ୍ରମାଗତ ଭାବରେ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚାଇଛନ୍ତି । ୨ଟିରେ ଭାରତ ଟ୍ରଫି ହାତେଇଥିବା ବେଳେ ୨ଟିରେ ରନରଅଫ ରହିଛି ଏମଏସ ଧୋନିଙ୍କ ପରେ ଭାରତକୁ ଦୁଇଟି ICC ଟାଇଟଲ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି ରୋହିତ l ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭାରତ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଛି । ରୋହିତ ଶର୍ମାଙ୍କ ଦମଦାର ଇନିଂସ ଯୋଗୁଁ ଭାରତ ବିଜୟୀ ହୋଇପାରିଛି । ରୋହିତ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ, ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ରୋହିତ ଶର୍ମାଙ୍କ ବ୍ୟତିତ ଶ୍ରେୟସ ଆୟର, ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଫାଇନାଲରେ ଭାରତ ଟ୍ରପି ଉଠାଇବା ସହଜ ହୋଇଥିଲା ।

Politics

ବିଧାନସଭାରେ ଧସ୍ତାଧସ୍ତି ପରେ ଆକ୍ସନ : ୭ ଦିନ ପାଇଁ ତାରା ସସପେଣ୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା । ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ ମିଶ୍ର କଲର ଧରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ । ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ, ଶୁଣିନଥିବା ଅଭିଯୋଗ କରିଛନ୍ତି ତାରା । ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।


ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ପରିଚାଳନା କରିବା ଦାୟିତ୍ବ ସରକାରୀ ଦଳର। ଏହି ଅଧିବେଶନ ଚାଲିବାର ବହୁ ପୂର୍ବରୁ ବାଚସ୍ପତି କହିଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ତାହା ହିଁ କଲେ। ବିଜେପିର ସଭ୍ୟମାନେ ଗୃହ ଭିତରକୁ ଆସି କିଏ କଲର୍‌ ଧରିଲା ତ କିଏ ବେକ ଧରିଲା। ଅଶ୍ଳୀଳ ଭାଷା ବି ପ୍ରୟୋଗ କଲେ। କିନ୍ତୁ ସରକାରୀ ଦଳ ଏକ ମୋସନ୍ ଆଣି ଶ୍ରୀ ବାହିନୀପତିଙ୍କୁ ନିଲମ୍ବନ କଲେ। ବାଚସ୍ପତି ନିରପେକ୍ଷ ଭାବେ ବିଚାର କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।

Sports,International

ଇତିହାସ ରଚିଲା ଭାରତ : ୧୨ ବର୍ଷ ପରେ ଜିତିଲା ଚାମ୍ପିଅନ୍ସ ଟ୍ରଫି

Blog Thumbnail

ଦ କୁଇଭର ବ୍ୟୁରୋ :-:ଦୀର୍ଘ ୧୨ବର୍ଷ ପରେ ଇତିହାସ ରଚିଲା ଭାରତ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଲା ରୋହିତ ବାହିନୀ । ତୃତୀୟ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ । ରୋହିତ୍ ଶର୍ମା ଏବଂ ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂରେ ଧରାସାୟୀ ହେଲେ ନ୍ୟୁଜିଲାଣ୍ଡ ବୋଲର । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଭାରତର ବୃହତ ବିଜୟ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍ ଜିତି ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିଥିବା ବେଳେ ଏହାର କଡ଼ା ଜବାବ ଦେଇଛି ଟିମ ଇଣ୍ଡିଆ । ଭାରତ ୪୯ ଓଭରରେ ୬ ୱିକେଟ ହରାଇ ୨୫୪ ରନ କରି ନ୍ୟୁଜିଲାଣ୍ଡ ଠାରୁ ବଦଲା ନେଇଛି । ୨୫୧ ରନକୁ ପିଛା କରି ଭାରତ ପକ୍ଷରୁ ହିଟମ୍ୟାନ ରୋହିତ୍ ଶର୍ମା ୮୩ ବଲରେ ୭୬ ରନ୍, ଶୁଭମନ ଗିଲ୍ ୫୦ ବଲରେ ୩୧, କୋହଲି ୦୧, ଶ୍ରେୟାସ ଆୟର ୪୮, ଅକ୍ଷର ପଟେଲ ୨୯, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିବା ବେଳେ କେ.ଏଲ୍ ରାହୁଲ ୩୪ ଏବଂ ରବିନ୍ଦ୍ର ଜାଡେଜା ୯ ରନ କରି ଅପରାଜିତ ରହିଥିଲେ । ୧୨ବର୍ଷ ପରେ ପୁଣି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଅଧିକାରୀ ହୋଇଛି ଭାରତ ।


ତେବେ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସମେତ ଦେଶର ସମସ୍ତ ମନ୍ତ୍ରୀଗଣ ଏବଂ ବିଶେଷ କରି କ୍ରିକେଟ ପ୍ରେମୀ ଙ୍କ ସହ ଜନସାଧାରଣ l ଦେଶର କୋଣ ଅନୁକୋଣରେ ବିଜୟୀ ର ଉଲ୍ଲାସ ପାଳନ କରାଯାଉଛି l

State

ଜଳିଲା କୋଟିଏ ଦୀପ

Blog Thumbnail

ଦ କୁଇଭର ବ୍ୟୁରୋ :- ଗୋଟିଏ ଦିନରେ କୋଟିଏ ଦୀପ । ଜାଳିଲେ ସୁଭଦ୍ରା ଯୋଜନାର ମହିଳାମାନେ । କୋଟିଏ ଦୀପ ଜାଳିବା ପାଇଁ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହା ଥିଲା ସୁଭଦ୍ରାର ସଫଳତା ପାଇଁ ସେଲିବ୍ରେସନ ବା ଉତ୍ସବ । ଅତି ନିରାଡ଼ମ୍ବର ଥିଲା, ପରମ୍ପରା ବି ରହିଲା । ଦୀପ ଜାଳି ପ୍ରଦୂଷଣ ବି ହେଲା । ବାର୍ତ୍ତା ଗଲା କୋଟିଏ ମହିଳା ଏବେ ସୁଭଦ୍ରାରେ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ସବ ପାଳନ ବେଶ ଆକର୍ଷଣୀୟ । ତିଥି ନକ୍ଷେତ୍ର ନାହିଁ, କିନ୍ତୁ ଅଛି ବିଶ୍ୱ ମିହିଳା ଦିବସ । ବିଶ୍ୱ ମିହିଳା ଦିବସରେ ମହିଳା ମାନେ ସଶକ୍ତ । ସୁଭଦ୍ରା ଯୋଜନା ଦ୍ୱାରା ସେମାନେ ଆହୁରି ଅଗ୍ରଗତି କରିବେ, ଏହି ଆଭିମୁଖ୍ୟ ନେଇ ଉପମୁଖ୍ୟମନ୍ତ୍ରୀ ଦେଇଥିଲେ ଡାକରା ।


ଅନେକ ମହିଳା ବା ମହିଳା ଗୋଷ୍ଠୀ ଏଥିରେ ସାମିଲ ହୋଇଛନ୍ତି । ଯାହା ରାଜ୍ୟକୁ ଦେଇଛି ଗୋଟେ ଭିର୍ଣ୍ଣ ବାର୍ତ୍ତା । ପୂର୍ବରୁ ନବୀନ ସରକାର ସମୟରେ ମିଶନ ଶକ୍ତି, ମା ଶକ୍ତି ଏଭଳି ଅନେକ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ଏକଜୁଟ କରାଯାଉଥୁଲା ।ସ୍ୱାବଲମ୍ବୀ କରିବା ପାଇଁ ସରକାର ଦେଉଥୁଲେ ଋଣ । ଶୁଦ୍ଧ ଛାଡ଼ ଥିଲା । କିନ୍ତୁ ଋଣର ଉପଯୋଗ ଓ ଅପଚାର କୁ ନେଇ ଆଜି ବି ବିବାଦ ରହିଛି । କେତେଜଣ ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରିଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ମହିଳା। ଯଦି ଖୋଜାଯିବ ଅନେକ ପ୍ରଶ୍ନ ନବୀନ ସରକାରଙ୍କ ଉପରେ ଉଠିବ ।


ଏବେ ମୋହନ ମଝି ସରକାର । ପ୍ରତିଶୃତି ଦେଇଥିଲେ ସୁଭଦ୍ରାରେ ଦେବେ ଆର୍ଥିକ ସହାୟତା । ଦେଉଛନ୍ତି, କିନ୍ତୁ ଆର୍ଥିକ ସହାୟତା ଅତି କମ ହୋଇଯାଉଛି । ଏତିକି ସହାୟତାରେ ଜଣଙ୍କୁ ସ୍ୱାବଲମ୍ବୀ କରିବା କଷ୍ଟ ତ ନିଶ୍ଚିତ, କିନ୍ତୁ ଅସମ୍ଭବ ନୁହେଁ । ଏହି ଯୋଜନାରେ ରାଜ୍ୟରେ ଏବେ କୋଟିଏରୁ ଅଧିକ ମହିଳା ସାମିଲ ହେଲେଣି । ସେଥି ପାଇଁ ଉତ୍ସବ ପାଳନ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ସବୁ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା କୋଟିଏ ମହିଳା ଦୀପଜାଳି ନିଜକୁ ସଶକ୍ତ କରିବା ପାଇଁ ଆଉ ଗୋଟିଏପାଦ ଆଗକୁ ପକାଇଛନ୍ତି । ଦେଖାଯାଉ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ ଏବଂ ସୁଭଦ୍ରାର ସହଯୋଗରେ ରାଜ୍ୟର କୋଟିଏ ମହିଳା କେତେ ଶୀଘ୍ର ସ୍ୱାବଲମ୍ବୀ ହେଉଛନ୍ତି ।



State

ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗସ୍ତ

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡିଶା ର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ଆନନ୍ଦପୁର ମହାବିଦ୍ୟାଳୟ ୬୧ ତମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିବା ପାଇଁ ହେଲିକପ୍ଟର ଯୋଗେ ଆନନ୍ଦପୁର ଟିଭିଷ୍ଟାଡିୟମ ଠାରେ ଅପରାହ୍ନ ୧୨ ଘଣ୍ଟିକା ସମୟରେ ପହଞ୍ଚିବା ଥଲେ। ଆନନ୍ଦପୁର ଷ୍ଟାଡିୟମ ଠାରେ କେନ୍ଦୁଝର ସାସଂଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ନାୟକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ବିଜେପି ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ କୁମାର ସେଠୀ, ଘସିପୁରା ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ, ବିଜେପି ବରିଷ୍ଠ ନେତା ଶ୍ରୀ ରାମଚନ୍ଦ୍ର ସାହୁ, ଜିଲ୍ଳା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର, ଆନନ୍ଦପୁର ଓକିଲ ସଂଘ ସଭାପତି ଚିତ୍ତରଂଜନ ଦାଶ, କ୍ରୀଡା ସଂସଦ ସଂପାଦକ ନବରଞ୍ଜନ ପଟ୍ଟନାୟକ, ନିରାକାର ଦଳେଇ, ଦୀପକ କୁମାର ଜେନା, ଶ୍ରୀଧର ସାହୁ, ଆନନ୍ଦପୁର ମୁନିସିପାଲିଟି ନଗରପାଳ ସୁଶ୍ରୀ ରଜନୀରାନୀ ଖଟୁଆ,ଉପନଗରପାଳ ଦୁର୍ଗା ଦଲେଇ,ଶ୍ରୀମତୀ ଅସିମା ମିଶ୍ର, ଶ୍ରୀମତୀ ଦୀପ୍ତି ସାହୁ, ଶ୍ରୀମତୀ ଦୀପ୍ତି ଖୁଣ୍ଟିଆ, ବବିତା ଶତପଥୀ, ପ୍ରଶାନ୍ତ କୁମାର ମହାପାତ୍ର, ସରୋଜ କୁମାର ସାହୁ, ବିନୋଦ କୁମାର ମିଶ୍ର, ମୁରଲୀଧର ମିଶ୍ର, ଗଗନ ସିଂ, ରମେଶ ସିଂ, ସନଦ କର, ବନମାଳୀ ସେଠୀ, ସୁରେଶ ସାହୁ, ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଡିଆର ଚାରିକଡରେ ବୁଲି ଉପସ୍ଥିତ ହଜାର ହଜାର ଜନସାଧାରଣ କୁଂ ଅଭିବାଦନ ଜଣାଇଥିଲେ। ହଜାର ହଜାର ନରନାରୀ ହୁଲହୁଲି ଓ ମୋହନ ଚରଣ ମାଝି ଜିନ୍ଦାବାଦ ରେ ପ୍ରକମ୍ପିତ ହେଇଥିଲା। ପରେ ଏକ ସୁସଜ୍ଜିତ ଜିପ୍ ରେ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ କୁଂ ଆନନ୍ଦପୁର ମହାବିଦ୍ୟାଳୟ ପଯ୍ୟନ୍ତ ନିଆଯାଇଥିଲା।

State

ସ୍ବାମୀକୁ ହତ୍ୟା କରି ସ୍ତ୍ରୀ ଫେରାର

Blog Thumbnail

ଗଜପତି( ଦ କୁଇଭର ): ପାରଳାଖେମୁଣ୍ଡି ନଗରମପଲ୍ଲୀ ସାହିର ଏକ ଭଡ଼ା ଘରୁ ମିଳିଛି ଗଳିତ ମୃତଦେହ । ମୃତକ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦିଶ ମେଲେକା । ତିନି ମାସ ହେଲା ସେ ଉକ୍ତ ଭଡା ଘରେ ସ୍ବାମୀ ସ୍ତ୍ରୀ ଦୁହେଁ ରହୁଥିବା ବେଳେ, ସ୍ତ୍ରୀ ଫେରାର ଥିବା ଜଣା ପଡ଼ିଛି।ଗତ ଗୋଟିଏ ବର୍ଷ ହେଲା ଜଗଦିଶ ମେଲେକା ର। ହାରି ରଇତ ସହ ପ୍ରେମ ବିବାହ ହୋଇଥିଲା କିଛି ପରିବାର ସହ ମିଶି ମାଛଖୁଣ୍ଟି ଗ୍ରାମରେ ରହୁଥିଲେ । ପରେ ହାରିର ପାରଳାଖେମୁଣ୍ଡିରେ ଚାକିରୀ ହେଲା କହିବାରୁ ଉଭୟେ ମିଶି ପାରଳାଖେମୁଣ୍ଡିରେ ରହିବାକୁ ଘର ଭଡାରେ ନେଇଥିଲେ । ଗତ ତିନିମାସ ହେଲା ସେମାନେ ପାରଳାଖେମୁଣ୍ଡି ରେ ଭଡା ଘରେ ରହୁଥିଲେ କିନ୍ତୁ ପ୍ରତ୍ୟେକ ଦିନ କୈାଣସି ନା କୈାଣସି କାରଣରୁ ମନମାଳିନ୍ୟ ହୋଈ ଝଗଡା ହେଉଥିଲା । ହଟାତ ଗତକାଲି ରାତିରେ ଘରୁ ଦୃଗନ୍ଧ ବାହାରିବାରୁ ପଡୋଶୀ ସନ୍ଦେହ କରି ପୋଲିସକୁ ସୁଚନା ଦେଇଥିଲେ, ପରବର୍ତ୍ତୀ ସମୟରେ ପୋଲିସ ଘରମାଲିକ ଏବଂ ମୃତକଙ୍କ ପରିବାରକୁ ସୁଚନା ଦେଇଥିଲେ। ତାପରେ ଆଜି ସକାଳୁ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ଘଟଣାର ସର୍ବିଶେଷ ତଥ୍ୟ ଗ୍ରହଣ କରିବା ସହ ଘଟଣାର ଅନୁସନ୍ଧାନ ଜାରୀ ରଖିଛି ଏବଂ ଶବକୁ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।ଅଭିଯୋଗ ଅନୁସାରେ ମୃତ ଜଗଦିଶ ଙ୍କ ପରିବାର ଲୋକେ ଗତ ଦୁଇଦିନ ଧରି ଲଗାତାର ଫୋନ କରୁଛନ୍ତି କିନ୍ତୁ ଜଗଦିଶ କିମ୍ବା ତାଙ୍କ ସ୍ତ୍ରୀ ସହ କୈାଣସି ଯୋଗାଯୋଗ ହୋଇ ପାରିନଥିଲା, ଗତକାଲି ରାତିରେ ପୋଲିସଠାରୁ ସୁଚନା ପାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ସ୍ତ୍ରୀ ହାରି ହତ୍ୟା କରି ଫେରାର ହୋଇଯାଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାଁ ଓ ସମ୍ପର୍କିୟ । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ନାୟ ପ୍ରଦାନ କରିବାକୁ ଦାବି ରଖିଛନ୍ତି। ଏ ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରସାନ୍ତ କୁମାର ଭୁପତି ଙ୍କ କହିବା ହେଲା ଗଳିତ ଶବ ଉଦ୍ଧାର ହୋଇଛି ମୁଣ୍ଡରେ ଆଘାତ ଲାଗିଛି , ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ , ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଘଟଣାର ସମ୍ପର୍କରେ ସ୍ବଷ୍ଟ କରିହେବ।ପୋଲିସ ସ୍ବାମୀ ହତ୍ୟାକାରୀ ସ୍ତ୍ରୀ କୁ ବାନ୍ଧି ଜେଲ୍ ପଠାଉଛି ନା ତଦନ୍ତରେ ଘଟଣା ନୁଆଁ ମୋଡ ନେଉଛି ତାହା ପୋଲିସର ତଦନ୍ତ ପରେ ସ୍ବଷ୍ଟ ହୋଇପାରିବ।

Politics

ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି

Blog Thumbnail

ଦ କୁଇଭର ବ୍ୟୁରୋ :- ଏବେ ମଧ୍ୟ ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜୁ ଜନତା ଦଳ l ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ ରହି ଭେଟୁଛନ୍ତି ନେତା ଓ ବିଧାୟକ ମାନଙ୍କୁ । ଭୁବନେଶ୍ୱର ସାଂସଦ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିବାହ ପରେ ନବୀନ ନିବାସରେ ଉଠାଯାଇଥିବା ଫଟୋ, ଯେଉଁଥିରେ ପାଣ୍ଡିଆନଙ୍କ ସହ ସ୍ପଷ୍ଟ ଭାବେ ଉଠାଯାଇଛି, ତାକୁ ନେଇ ଏବେ ଜୋର ଚର୍ଚ୍ଚା l ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ । ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା ।


ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପର୍ଯ୍ୟନ୍ତ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ ।


ତେବେ ଦେଖାଯାଉ ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ସାମ୍ନାକୁ ଆସୁଛନ୍ତି l

State

ଶୁଦ୍ଧ ଶବର ଜାତିକୁ ମିଳୁନି ଜନଜାତି ପ୍ରମାଣପତ୍ର,ମୋହନା ତହସିଲ କାର୍ଯ୍ୟାଳୟ ଘେରାଉ

Blog Thumbnail

ମୋହନା( ଦ କୁଇଭର ):- ଶୁଦ୍ଧ ଶବର ଜାତି ର ଲୋକଙ୍କୁ ମିଳୁନି ଜନଜାତି ପ୍ରମାଣପତ୍ର l ଏଥିପାଇଁ ଆଜି ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଲୋକେ l ସ୍ଥାନୀୟ ଶିବ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରିବା ପରେ ମୋହନା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ପୂର୍ବରୁ ସେମାନଙ୍କୁ ଜନଜାତି ପ୍ରମାଣପତ୍ର ଦିଆଯାଉଥିଲା l କିନ୍ତୁ ଗତ କିଛି ବର୍ଷ ହେଲା ମୋହନା ତହସିଲ କାର୍ଯ୍ୟlଳୟ ରେ ଜନଜାତି ପ୍ରମାଣ ପତ୍ର ମିଳୁନାହିଁ l ଏଥିପାଇଁ ଆବେଦନ କଲେ ଜନଜାତି ତାଲିକାରେ ଶୁଦ୍ଧ ଶବର ନଥିବା କହି ଆବେଦନ ପତ୍ରକୁ ଆଗ୍ରlହ୍ୟ କରିଦେଉଛନ୍ତି l ଫଳରେ ସେମାନଙ୍କ ପିଲାମାନେ ଜନଜାତି ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି l ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l

State

ପୋଲିସ୍ ପରିଚୟ ଦେଇ କରୁଥିଲା ଚୋରି

Blog Thumbnail

କେନ୍ଦୁଝର( ଦ କୁଇଭର ):- ପୋଲିସ ପରିଚୟରେ ଚୋରି କରୁଥିବାବେଳେ ଚୋରକୁ ଅଟକ ରଖି ପୋଲିସ୍ ଜିମା ଦେଲେ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କାଳିଆପାଲା ନିକଟରୁ ପୋଲିସ ପରିଚୟ ଦେଇ ଚୋରି କରୁଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ି ପୋଲିସ୍ ଦ୍ୱାରା ଗିରଫ ହେଇଛନ୍ତି ନିତ୍ୟାନନ୍ଦ ସିଂ ତେବେ ତାଙ୍କ ସହଯୋଗୀ ଫେରାର ହେବାରେ ସକ୍ଷମ ହେଇଛନ୍ତି। ଗତ ବିଳମ୍ବିତ ରାତିରେ ନିତ୍ୟାନନ୍ଦ ତାଙ୍କ ଜଣେ ସହଯୋଗୀ ସହିତ ପୋଲିସ ଡ୍ୟୁଟିରେ ଲାଗିଥିବା ଏକ ଘରୋଇ ଗାଡ଼ିରେ ନିଜକୁ ପୋଲିସ ପରିଚୟ ଦେଇ ଅନ୍ୟ ଏକ ଗାଡିରୁ ବ୍ୟାଟେରୀ ଚୋରି କରୁଥିବା ବେଳେ ଗ୍ରାମବାସୀ ତାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତାକୁ ଗିରଫ କରିବା ସହ ଗାଡିଟିକୁ ଜବତ କରିଛି । ତେବେ ତା ସହଯୋଗୀ ଫେରାର ହୋଇଥିବା ସୂଚନା ରହିଛି।


State,Politics

ଜିଲାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

Blog Thumbnail

ଛତ୍ରପୁର( ଦ କୁଇଭର ):-:ରାଜ୍ୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦରେ ସୋମବାର ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା l ରାଜ୍ୟରେ ମହିଳା ସୁରକ୍ଷା ଏବଂ ବିକାଶର କଥା ସ୍ଲୋଗାନ ଦେଇ ଶାସନକୁ ଆସିଥିବା ଭାଜପା ସରକାରର ୮ ମାସର ଶାସନ‌ କାଳରେ ମହିଳା ହିଂସା ଘଟଣା ସୀମା ଟପିଛି। ରାଜ୍ୟରେ ୨୪ ବର୍ଷର କୁଶାସନ ଯିବା ପରେ ଏବେ ଦୁଃଶାସନ ଯୋଗୁ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି l ଡବଲ ଇଞ୍ଜିନ ସରକାରରେ ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସହ ୨ ଛାତ୍ରୀ ମା' ହେବା ଘଟଣା ସରକାରଙ୍କ ଆଇନ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି । ସୁଭଦ୍ରା ଯୋଜନାରେ ଟଙ୍କା ବାଣ୍ଟି ମହିଳାଙ୍କ ବିକାଶ କଥା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହଛନ୍ତି, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା' ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି, ଏହି ସମସ୍ତ ମାମଲାରେ ଅଧିକ ଘଟଣାର ଯାଞ୍ଚ ତଥା ପୀଡିତlଙ୍କ ସୁରକ୍ଷା ପାଇଁ ଅପରାଧୀଙ୍କ ବିରୋଧରେ କୌଣସି କଠୋର ତଥା ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତ ୫ବର୍ଷ ମଧ୍ୟରେ ଓଡିଶାରେ ୩୬, ୪୨୦ ମହିଳା ଏବଂ ୮୪୦୩ ଶିଶୁ ନିଖୋଜ ହୋଇଯାଇଛନ୍ତି ଏବଂ ୪୨୧ ଜଣ ମହିଳା ଭାରତର ବିଭିନ୍ନ ରାଜ୍ୟକୁ ଚାଲାଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ବିକ୍ଷୋଭ ବେଳେ ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ମହିଳା କମିଟି ସଭାପତି ସୁବାସିନୀ ପଟନାୟକ, ପୂର୍ବତନ ଏମପି ନକୁଳ ନାୟକ, ରାମଚନ୍ଦ୍ର ବେହେରା, କ୍ରିଷ୍ଣା ରେଡି, ଅଶୋକ ପଟ୍ଟନାୟକ, ରଞ୍ଜନ ପଟନାୟକ , ଗଣପତି ବାରିକ, ସlକା ସୁଜିତଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ l

Politics

୭ ଦିନ ପାଇଁ ତାରା ନିଲମ୍ୱିତ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି।ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ। ଏହି ବିଷୟ ଉପରେ ବିଚାର କରିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ନିଲମ୍ବନର ପ୍ରତିବାଦରେ, ବିଧାନସଭାରେ ବାହିନୀପତିଙ୍କ ଦଳୀୟ ସହଯୋଗୀମାନେ ଗୃହରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ବିଜେଡି ମଧ୍ୟ ନିଲମ୍ବନର ପ୍ରତିବାଦ କରି ୱାକଆଉଟ୍ କରିଥିଲା।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସେମାନଙ୍କ ଦଳ ନିଲମ୍ବନ ପ୍ରତ୍ୟାହାର ଦାବି କରୁଛି। ସେମାନେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ନିରପେକ୍ଷ ଭାବରେ ଚଳାଇବା ପାଇଁ ଅପିଲ କରିବେ। ଏହି ସମୟରେ, ବାହିନୀପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହର ୱେଲରେ ଧାରଣା ଦେଇଥିଲେ। ବାଚସ୍ପତି ତାଙ୍କୁ ସାତ କାର୍ଯ୍ୟ ଦିବସ ପାଇଁ ବିଧାନସଭାରୁ ବାହାରେ ରଖିବାକୁ ମାର୍ଶାଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

State

ମାଡ଼ି ଆସୁଛି ପ୍ରଚଣ୍ଡ ତାତି

Blog Thumbnail

ଦ କୁଇଭର ବ୍ୟୁରୋ :- ସାରା ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ତାତି। ପଶ୍ଚିମଠାରୁ ଉପକୂଳ ହେଉ ଅବା ଉତ୍ତରରୁ କେନ୍ଦ୍ରୀୟ ଓଡ଼ିଶା, ଆଜିଠାରୁ ସବୁଠି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଯାଉଛି। ସୋମବାର ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ଓ ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରି ଛୁଇଁପାରେ। ୧୧ ତାରିଖରେ ଏହି ସହରଗୁଡ଼ିକର ତାପମାତ୍ରା ଆଉ ଟିକିଏ ବୃଦ୍ଧି ପାଇ ୪୧ ଡିଗ୍ରିରେ ପହଞ୍ଚିବ। ଏଥିସହ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରି ହେବାକୁ ଥିବା ବେଳେ ଅନୁଗୁଳ ଢେଙ୍କାନାଳ, ରାଉରକେଲା, ପାରଳାଖେମୁଣ୍ଡିରେ ୩୯ ଡିଗ୍ରି ହେବ। ୧୨ ତାରିଖ ବେଳକୁ ଅଧା ଓଡ଼ିଶା ୪୦ ଡିଗ୍ରି ଉପରକୁ ଡେଇଁଯିବ। ଅର୍ଥାତ୍‌ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ସମେତ ଭୁବନେଶ୍ବର, ଖୋର୍ଦ୍ଧା, ବାରିପଦା, କଟକ, ମାଲକାନଗିରି ତାପମାତ୍ରା ୪୦ ଡିଗ୍ରି ନିକଟରେ ପହଞ୍ଚିବ। ୧୩ ତାରିଖ ବେଳରେ ସମ୍ପୂର୍ଣ୍ଣ ଓଡ଼ିଶା ତତଲା ତାଉଆରେ ଭାଜି ହେବ। ଅର୍ଥାତ୍‌ ବରଗଡ଼, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ନୂଆପଡ଼ାଠାରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଛୁଇଁବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯିବା ସହ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି।ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ରୁ ୭ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ ବଢ଼ିବ। କିଛି ସ୍ଥାନରେ ୪୦ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାକୁ ଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ‌‌ଯେତିକି ତାପମାତ୍ରା ରହିବ ତାହା ସାଧାରଣ ଲୋକଙ୍କ ପାଇଁ ସହନଶୀଳ। ମାତ୍ର ବୟସ୍କ, ଛୋଟ ପିଲା ଓ ରୋଗୀଙ୍କ ପାଇଁ ଏହି ଗ୍ରୀଷ୍ମ ପ୍ରବାହ କ୍ଷତିକାରକ ହୋଇପାରେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଯେତେଦୂର ସମ୍ଭବ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

State

ମୁହାଣ ଖୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ ୪୦ ଗିରଫ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଗୋଳନ୍ଥରା ଥାନା ଅର୍ନ୍ତଗତ ରାମେୟାପାଟଣା ଗ୍ରାମର ଲୋକେ ଚିଲିକା ତଟରେ ଏକ ମୁହାଣ ଖୋଳୁଥିବା ବେଳେ ନିକଟସ୍ଥ କୁତୁରୁ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି ଜଣାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜୟରାମ ବେହେରା, ଶିବରାମ ବେହେରା, ସାବିତ୍ରୀ ବେହେରା, ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ଭାନୁମତୀ ବେହେରା ଓ ପାର୍ବତୀ ବେହେରା ପ୍ରମୁଖ ୭ ଜଣ ଆହତ ହୋଇଥିବା ଜଣାପଡିଛି।


ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୀତାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି ଓ ଉଭୟ ଗୋଷ୍ଠୀଙ୍କ ୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ତେବେ ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।


State

ପରିଡ଼ାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ,ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା,ପୃଥ୍ବୀରାଜ ମଣ୍ଡଳ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ।ପରିଡ଼ା ଗ୍ରାମ ପଞ୍ଚାୟତ ସମେତ ଗାଇବା,ବୃଷଭ ଓ ବାଇଝାଲ ପଞ୍ଚାୟତର ସମୁଦାୟ ମୋଟ ୭୧ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୭ଟି ଓ ଗ୍ରାମ ଭିତ୍ତିକ ସମସ୍ୟା- ୪୪ଟି ଅଭିଯୋଗ ରହିଥିବା ବେଳେ ସେଥିମଧ୍ୟରୁ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ,ରାସନ୍ କାର୍ଡ,ଶିକ୍ଷା,ଜଳ ସେଚନ,ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ନେଇ ଅଭିଯୋଗ ଆସିଥିଲା।ସେହିପରି ଜନ ଅଭିଯୋଗ ଶୁଣାଣୀ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲାରାମ ମାରାଣ୍ଡି,ତହସିଲଦାର ଦେବୀ ପ୍ରସନ୍ନ ସ୍ୱରସ୍ୱତ,ଜିଲ୍ଲା ମୁଖ୍ୟ ଚିକିତ୍ସା,ଜନସ୍ବାସ୍ଥ୍ୟ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା,ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ,ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

State

ପାରଳାଖେମୁଣ୍ଡିରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Blog Thumbnail

ପାରଳାଖେମୁଣ୍ଡି ( ଦ କୁଇଭର ):- ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ନୀଳକଣ୍ଠପୁର ଗୁଡା ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହିଳା ନେତ୍ରୀ ସୂର୍ଯ୍ୟା ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶର ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଆମର ପୁରୁଷତାନ୍ତ୍ରିକ ସମାଜରେ ମହିଳାମାନେ ଆଜି ବି ଲିଙ୍ଗଗତ ବିଦ୍ୱେଷ ଓ ହିଂସାର ଶିକାର ହେଉଛନ୍ତି ବୋଲି କହିଥିଲେ । କେବଳ ଶାରୀରିକ ଗଠନକୁ ଛାଡ଼ିଦେଲେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଅନ୍ୟ କୌଣସି ପାର୍ଥକ୍ୟ ନାହିଁ ଓ ସମାଜରେ ଥିବା ସମସ୍ତ ପ୍ରକାରର ଭେଦଭାବ କେବଳ ମନୁଷ୍ୟକୃତ ବୋଲି କହିଥିଲେ । ଅତଏବ ସମାଜ ସଚେତିତ ଭାବେ ଚାହିଁଲେ ଏହି ଲିଙ୍ଗଗତ ଭେଦଭାବକୁ ଦୂର ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଆମ ସମାଜରେ ରହିଥିବା ପଶ୍ଚାଦପଦ ସାମନ୍ତବାଦୀ ମୂଲ୍ୟବୋଧର ମହିଳାମାନେ ସହଜ ଶୀକାର ହେଉଥିବାରୁ ତା'ର ବିରୁଦ୍ଧରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରସାରିତ କରିବାକୁ ହେବ । ମହିଳାଙ୍କ ବିରୁଦ୍ଧରେ ଭେଦଭାବ ଓ ହିଂସା ଉଭୟ ଘରେ ଓ ବାହାରେ ଘଟୁଥିବାରୁ ତା ବିରୁଦ୍ଧରେ ମହିଳାମାନେ ସଚତିତ ଭାବେ ଲଢେ଼ଇ କରିବାକୁ ହେବ ବୋଲି କହିଥିଲେ ।କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟରେ ମହିଳାଙ୍କ ପାଇଁ ବ୍ୟୟବରାଦ ହ୍ରାସ କରୁଥିବା ବେଳେ ଓଡ଼ିଶା ସରକାର ମହିଳା ସଶକ୍ତିକରଣ ନାଁରେ ବର୍ଷକୁ ଯେଉଁ ଦଶ ହଜାର ଟଙ୍କା ସହାୟତା ଦେଉଛନ୍ତି, ତାହା ଦେଶରେ ସବୁଠାରୁ କମ୍ ଏବଂ ମହିଳାମାନଙ୍କ ପ୍ରତି ପ୍ରତାରଣା ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରାଜୁଲୁ ଶବର, ଅନୀତା ଶବର, ଶୋଭାବତୀ ଶବର, ଗଣଶ୍ରୀ ଶବର, ସାରା ନାୟକ , ରାଜୁଲୁ ଶବର ତଥା ଅଖିଳ ଭାରତ କିଶାନ୍ ମଜଦୂର ସଭାର ସମ୍ପାଦକ କେଦାର ଶବର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ସମାଜରେ ଲିଙ୍ଗଗତ ସମାନତା ପାଇଁ ଲଢେ଼ଇ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ପ୍ରଗତିଶୀଳ ମହିଳା ସଂଗଠନର ସଦସ୍ୟା ବେର୍ଣ୍ଣିକା ଗମାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।

State

୪୦ ଡିଗ୍ରି ଛୁଇଁବ ତାପମାତ୍ରା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଅର୍ଥାତ ମାର୍ଚ୍ଚ ୯ ତାରିଖ ଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞମାନେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଆଗାମୀ ୨ ସପ୍ତାହ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି l ପଶ୍ଚିମ ବାୟୁ ଉତ୍ତର ପଶ୍ଚିମ ଦିଗରେ ପ୍ରବାହିତ ହେବ ଏବଂ ଫଳସ୍ୱରୂପ ରାଜ୍ୟରେ ଥଣ୍ଡା ଲହରୀ ହ୍ରାସ ପାଇବ। ତାପମାତ୍ରା ବୃଦ୍ଧି ପାଇବ ଏବଂ ଓଡ଼ିଶାରେ ପ୍ରବଳ ଗରମ ହେବ।ଆଗାମୀ ଦିନରେ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଓଡ଼ିଶାର ମଧ୍ୟ ଭାଗରେ ତାପମାତ୍ରା ୩ ରୁ ୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଯେତେବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ଦିନରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଛୁଇଁବ ବୋଲି ମଧ୍ୟ ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି।

State

ହୋଲିରେ ମୁଣ୍ଡଫଟା ଖରା

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ବଢୁଛି ପାରଦର ସ୍ତର ତାପମାତ୍ରା ବୃଦ୍ଧି ସହ ଅସମ୍ଭାଳ ତାତି ଦେଖୁବାକୁ ମିଳୁଛି । ଉପକୂଳରୁ ଉପାନ୍ତ ସବୁଠି ତାତି ଥିବା ବେଳେ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ ଟାଇଁ ଟାଇଁ ଖରା । ମଙ୍ଗଳବାର ଠାରୁ ତାତି ବଢୁଥିବା ବେଳେ ଆଗାମୀ ୫ ଦିନରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଚଳିତ ସପ୍ତାହରେ ୩ ଦିନର ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ । ୧୩, ୧୪ ଓ ୧୫ ତାରିଖ ୩ ଦିନ ହିଟୱେଭ ବିଭାଗ ଜାରି କରିଥିବା ବେଳେ ପଶ୍ଚିମ ଓଡିଶା ବା ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ । ୩ ଦିନ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଥିବା ବେଳେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା । ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲା ପାଇଁ ସତର୍କତା ଜାରି କରିଛି କେନ୍ଦ୍ର। ୧୩ ତାରିଖ ରେ ୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ କୁ ୟେଲୋ ୱାର୍ଣିଂ ଜାରି । ୧୪ ତାରିଖ ଓ ୧୫ ତାରିଖ ରେ ପ୍ରବଳ ଖରା ନେଇ ୮ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଅନୁଗୁଳ ଓ ବରଗଡ଼ କୁ କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି," ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକା ମନୋରମା ମହାନ୍ତି ।