ଛତ୍ରପୁର( ଦ କୁଇଭର ):-:ରାଜ୍ୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦରେ ସୋମବାର ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା l ରାଜ୍ୟରେ ମହିଳା ସୁରକ୍ଷା ଏବଂ ବିକାଶର କଥା ସ୍ଲୋଗାନ ଦେଇ ଶାସନକୁ ଆସିଥିବା ଭାଜପା ସରକାରର ୮ ମାସର ଶାସନ କାଳରେ ମହିଳା ହିଂସା ଘଟଣା ସୀମା ଟପିଛି। ରାଜ୍ୟରେ ୨୪ ବର୍ଷର କୁଶାସନ ଯିବା ପରେ ଏବେ ଦୁଃଶାସନ ଯୋଗୁ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି l ଡବଲ ଇଞ୍ଜିନ ସରକାରରେ ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସହ ୨ ଛାତ୍ରୀ ମା' ହେବା ଘଟଣା ସରକାରଙ୍କ ଆଇନ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି । ସୁଭଦ୍ରା ଯୋଜନାରେ ଟଙ୍କା ବାଣ୍ଟି ମହିଳାଙ୍କ ବିକାଶ କଥା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହଛନ୍ତି, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା' ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି, ଏହି ସମସ୍ତ ମାମଲାରେ ଅଧିକ ଘଟଣାର ଯାଞ୍ଚ ତଥା ପୀଡିତlଙ୍କ ସୁରକ୍ଷା ପାଇଁ ଅପରାଧୀଙ୍କ ବିରୋଧରେ କୌଣସି କଠୋର ତଥା ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତ ୫ବର୍ଷ ମଧ୍ୟରେ ଓଡିଶାରେ ୩୬, ୪୨୦ ମହିଳା ଏବଂ ୮୪୦୩ ଶିଶୁ ନିଖୋଜ ହୋଇଯାଇଛନ୍ତି ଏବଂ ୪୨୧ ଜଣ ମହିଳା ଭାରତର ବିଭିନ୍ନ ରାଜ୍ୟକୁ ଚାଲାଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ବିକ୍ଷୋଭ ବେଳେ ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ମହିଳା କମିଟି ସଭାପତି ସୁବାସିନୀ ପଟନାୟକ, ପୂର୍ବତନ ଏମପି ନକୁଳ ନାୟକ, ରାମଚନ୍ଦ୍ର ବେହେରା, କ୍ରିଷ୍ଣା ରେଡି, ଅଶୋକ ପଟ୍ଟନାୟକ, ରଞ୍ଜନ ପଟନାୟକ , ଗଣପତି ବାରିକ, ସlକା ସୁଜିତଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ l
No comments yet.
Sports
ଦ କୁଇଭର ବ୍ୟୁରୋ :- ଦୀର୍ଘ ୧୨ ବର୍ଷ ପରେ ବିଜେତା ଏବଂ ୨୫ ବର୍ଷର ପ୍ରତିଶୋଧ ନେଇ ଦୁବାଇରେ ଦମ୍ ଦେଖାଇ ଚାମ୍ପିୟନ୍ସ ଟ୍ରଫିର ଚାମ୍ପିୟନ ଭାରତ ହେବା ପରେ ପଡିଆରେ ଦେଖିବାକୁ ମିଳିଥିଲା ଭିନ୍ନ ଭିନ୍ନ ଚିତ୍ର । ଖୁସିର ସୀମା ଡେଇଁଥିଲା, ଶୁଭେଚ୍ଛା ସାରା ବିଶ୍ବରୁ ଛୁଟୁଥିଲା ଆଉ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଗୋଟି ଗୋଟି ଖୁସିର ମୁହୂର୍ତ୍ତ ଦେଖି ଆମ ଛାତି ଖୁସିରେ କୁଣ୍ଢେ ମୋଟ ହେଉଥିଲା । ବିଜୟୀ ଟିମ୍ ଧଳା କୋଟ୍ ପିନ୍ଧିବାର ନଜର ଆସିଥିଲେ । ଧଳା କୋଟ୍ ପିନ୍ଧି ସମସ୍ତେ ଫଟୋ ସେସନରେ ସାମିଲ ହୋଇଥିଲେ ଠିକ୍ ୨୦୨୩ରେ ଧୋନୀଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଜିତିବା ପରେ ଧଳା କୋଟ୍ ପିନ୍ଧିବା ପରି । ସେହି ସମୟର ଫଟୋଟି ଏବେ ବି ଭାରତୀୟ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଜୀବିତ ଅଛି ।
ତେବେ ସୂଚନା ପ୍ରକାରେ,୨୦୦୯ ମସିହାରେ ଚାମ୍ପିୟନ୍ସ ଟ୍ରଫିରେ ଧଳା କୋଟ୍ ପ୍ରଚଳନ କରାଯାଇଥିଲା l ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଧଳା କୋଟ୍ ପିନ୍ଧିଥିଲା l ଆଇସିସି ଅନୁଯାୟୀ, ଧଳା କୋଟ୍ ସମ୍ମାନର ପ୍ରତୀକ,ତେଣୁ ଧଳାକୁ ଗୁରୁତ୍ବ ମିଳୁଛି ଆଉ ସବୁ ବିଜେତା ଟିମଙ୍କୁ ପିନ୍ଧାଯାଉଛି l ଧଳା ଜ୍ୟାକେଟ୍ ସେମାନେ ପିନ୍ଧନ୍ତି ଯେଉଁମାନଙ୍କୁ ସବୁକିଛି ବାଜିରେ ପକାଇବାକୁ ପଡିଥାଏ l ଏହି ଚିହ୍ନ ବିଜେତାମାନଙ୍କୁ ଅନ୍ୟ ଦଳଗୁଡ଼ିକ ଠାରୁ ଭିନ୍ନ କରିଥାଏ l ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର କପ୍ ବୋର୍ଡ ଅଫିସରେ ରଖାଯାଏ କିନ୍ତୁ ଧଳା କୋଟ୍ ବିଜୟୀ ଦଳର ପ୍ରତି ଖେଳାଳିଙ୍କ ପାଖରେ ରହିଥାଏ l
Politics
ଦ କୁଇଭର ବ୍ୟୁରୋ :- ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା । ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ ମିଶ୍ର କଲର ଧରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ । ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ, ଶୁଣିନଥିବା ଅଭିଯୋଗ କରିଛନ୍ତି ତାରା । ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ପରିଚାଳନା କରିବା ଦାୟିତ୍ବ ସରକାରୀ ଦଳର। ଏହି ଅଧିବେଶନ ଚାଲିବାର ବହୁ ପୂର୍ବରୁ ବାଚସ୍ପତି କହିଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ତାହା ହିଁ କଲେ। ବିଜେପିର ସଭ୍ୟମାନେ ଗୃହ ଭିତରକୁ ଆସି କିଏ କଲର୍ ଧରିଲା ତ କିଏ ବେକ ଧରିଲା। ଅଶ୍ଳୀଳ ଭାଷା ବି ପ୍ରୟୋଗ କଲେ। କିନ୍ତୁ ସରକାରୀ ଦଳ ଏକ ମୋସନ୍ ଆଣି ଶ୍ରୀ ବାହିନୀପତିଙ୍କୁ ନିଲମ୍ବନ କଲେ। ବାଚସ୍ପତି ନିରପେକ୍ଷ ଭାବେ ବିଚାର କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।
State
ଦ କୁଇଭର ବ୍ୟୁରୋ :- ସାରା ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ତାତି। ପଶ୍ଚିମଠାରୁ ଉପକୂଳ ହେଉ ଅବା ଉତ୍ତରରୁ କେନ୍ଦ୍ରୀୟ ଓଡ଼ିଶା, ଆଜିଠାରୁ ସବୁଠି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଯାଉଛି। ସୋମବାର ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ଓ ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରି ଛୁଇଁପାରେ। ୧୧ ତାରିଖରେ ଏହି ସହରଗୁଡ଼ିକର ତାପମାତ୍ରା ଆଉ ଟିକିଏ ବୃଦ୍ଧି ପାଇ ୪୧ ଡିଗ୍ରିରେ ପହଞ୍ଚିବ। ଏଥିସହ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରି ହେବାକୁ ଥିବା ବେଳେ ଅନୁଗୁଳ ଢେଙ୍କାନାଳ, ରାଉରକେଲା, ପାରଳାଖେମୁଣ୍ଡିରେ ୩୯ ଡିଗ୍ରି ହେବ। ୧୨ ତାରିଖ ବେଳକୁ ଅଧା ଓଡ଼ିଶା ୪୦ ଡିଗ୍ରି ଉପରକୁ ଡେଇଁଯିବ। ଅର୍ଥାତ୍ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ସମେତ ଭୁବନେଶ୍ବର, ଖୋର୍ଦ୍ଧା, ବାରିପଦା, କଟକ, ମାଲକାନଗିରି ତାପମାତ୍ରା ୪୦ ଡିଗ୍ରି ନିକଟରେ ପହଞ୍ଚିବ। ୧୩ ତାରିଖ ବେଳରେ ସମ୍ପୂର୍ଣ୍ଣ ଓଡ଼ିଶା ତତଲା ତାଉଆରେ ଭାଜି ହେବ। ଅର୍ଥାତ୍ ବରଗଡ଼, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ନୂଆପଡ଼ାଠାରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଛୁଇଁବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯିବା ସହ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି।ଏସ୍ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ରୁ ୭ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ ବଢ଼ିବ। କିଛି ସ୍ଥାନରେ ୪୦ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାକୁ ଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଯେତିକି ତାପମାତ୍ରା ରହିବ ତାହା ସାଧାରଣ ଲୋକଙ୍କ ପାଇଁ ସହନଶୀଳ। ମାତ୍ର ବୟସ୍କ, ଛୋଟ ପିଲା ଓ ରୋଗୀଙ୍କ ପାଇଁ ଏହି ଗ୍ରୀଷ୍ମ ପ୍ରବାହ କ୍ଷତିକାରକ ହୋଇପାରେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଯେତେଦୂର ସମ୍ଭବ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
State
ଗଜପତି( ଦ କୁଇଭର ): ପାରଳାଖେମୁଣ୍ଡି ନଗରମପଲ୍ଲୀ ସାହିର ଏକ ଭଡ଼ା ଘରୁ ମିଳିଛି ଗଳିତ ମୃତଦେହ । ମୃତକ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦିଶ ମେଲେକା । ତିନି ମାସ ହେଲା ସେ ଉକ୍ତ ଭଡା ଘରେ ସ୍ବାମୀ ସ୍ତ୍ରୀ ଦୁହେଁ ରହୁଥିବା ବେଳେ, ସ୍ତ୍ରୀ ଫେରାର ଥିବା ଜଣା ପଡ଼ିଛି।ଗତ ଗୋଟିଏ ବର୍ଷ ହେଲା ଜଗଦିଶ ମେଲେକା ର। ହାରି ରଇତ ସହ ପ୍ରେମ ବିବାହ ହୋଇଥିଲା କିଛି ପରିବାର ସହ ମିଶି ମାଛଖୁଣ୍ଟି ଗ୍ରାମରେ ରହୁଥିଲେ । ପରେ ହାରିର ପାରଳାଖେମୁଣ୍ଡିରେ ଚାକିରୀ ହେଲା କହିବାରୁ ଉଭୟେ ମିଶି ପାରଳାଖେମୁଣ୍ଡିରେ ରହିବାକୁ ଘର ଭଡାରେ ନେଇଥିଲେ । ଗତ ତିନିମାସ ହେଲା ସେମାନେ ପାରଳାଖେମୁଣ୍ଡି ରେ ଭଡା ଘରେ ରହୁଥିଲେ କିନ୍ତୁ ପ୍ରତ୍ୟେକ ଦିନ କୈାଣସି ନା କୈାଣସି କାରଣରୁ ମନମାଳିନ୍ୟ ହୋଈ ଝଗଡା ହେଉଥିଲା । ହଟାତ ଗତକାଲି ରାତିରେ ଘରୁ ଦୃଗନ୍ଧ ବାହାରିବାରୁ ପଡୋଶୀ ସନ୍ଦେହ କରି ପୋଲିସକୁ ସୁଚନା ଦେଇଥିଲେ, ପରବର୍ତ୍ତୀ ସମୟରେ ପୋଲିସ ଘରମାଲିକ ଏବଂ ମୃତକଙ୍କ ପରିବାରକୁ ସୁଚନା ଦେଇଥିଲେ। ତାପରେ ଆଜି ସକାଳୁ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ଘଟଣାର ସର୍ବିଶେଷ ତଥ୍ୟ ଗ୍ରହଣ କରିବା ସହ ଘଟଣାର ଅନୁସନ୍ଧାନ ଜାରୀ ରଖିଛି ଏବଂ ଶବକୁ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।ଅଭିଯୋଗ ଅନୁସାରେ ମୃତ ଜଗଦିଶ ଙ୍କ ପରିବାର ଲୋକେ ଗତ ଦୁଇଦିନ ଧରି ଲଗାତାର ଫୋନ କରୁଛନ୍ତି କିନ୍ତୁ ଜଗଦିଶ କିମ୍ବା ତାଙ୍କ ସ୍ତ୍ରୀ ସହ କୈାଣସି ଯୋଗାଯୋଗ ହୋଇ ପାରିନଥିଲା, ଗତକାଲି ରାତିରେ ପୋଲିସଠାରୁ ସୁଚନା ପାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ସ୍ତ୍ରୀ ହାରି ହତ୍ୟା କରି ଫେରାର ହୋଇଯାଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାଁ ଓ ସମ୍ପର୍କିୟ । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ନାୟ ପ୍ରଦାନ କରିବାକୁ ଦାବି ରଖିଛନ୍ତି। ଏ ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରସାନ୍ତ କୁମାର ଭୁପତି ଙ୍କ କହିବା ହେଲା ଗଳିତ ଶବ ଉଦ୍ଧାର ହୋଇଛି ମୁଣ୍ଡରେ ଆଘାତ ଲାଗିଛି , ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ , ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଘଟଣାର ସମ୍ପର୍କରେ ସ୍ବଷ୍ଟ କରିହେବ।ପୋଲିସ ସ୍ବାମୀ ହତ୍ୟାକାରୀ ସ୍ତ୍ରୀ କୁ ବାନ୍ଧି ଜେଲ୍ ପଠାଉଛି ନା ତଦନ୍ତରେ ଘଟଣା ନୁଆଁ ମୋଡ ନେଉଛି ତାହା ପୋଲିସର ତଦନ୍ତ ପରେ ସ୍ବଷ୍ଟ ହୋଇପାରିବ।
Politics
ଦ କୁଇଭର ବ୍ୟୁରୋ :- ରାହୁଲଙ୍କ ଭାଉରେ ତାଉ ଦେଖାଉଛନ୍ତି ଭକ୍ତ ଦାସ । ଦଳ ଭିତରେ ଥିବା ଦଳ ବିରୋଧୀଙ୍କୁ ସିଧା ଦଳରୁ ଫିଙ୍ଗି ଦବା ପାଇଁ ବୁଲେଇ ବଙ୍କେଇ ଦେଲେଣି ଚେତାବନୀ । ଦଳରେ କୌଣସି ପ୍ରକାର ଦଳବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ । ଏପରି କିଟ ପ୍ରସଙ୍ଗରେ କଂଗ୍ରେସ ଦଳର ନେତାଙ୍କ ମନ୍ତବ୍ୟକୁ ସିଧା ସିଧା ବିଶୃଙ୍ଖଳା ବୋଲି କହିଥିଲେ । ଏଭଳି ବିଶୃଙ୍ଖଳା କାରୀଙ୍କୁ ସେ ରୋକ ଠୋକ ଚେତାବନୀ ଦେଇଛନ୍ତି । ନିକଟରେ ଜାତୀୟ ସ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ଦଳରେ ଥିବା କର୍ମୀମାନେ ବିଜେପି ସହ ମିସୁଛନ୍ତି । ଯେତେଜଣ ବିଜେପି ସହ ଅଛନ୍ତି ସମସ୍ତଙ୍କୁ ଦଳରୁ ତଡିଦବୁ ।
ସେହି କଥା ଉଦାହରଣ ଭାବେ ଓଡ଼ିଶା କଂଗ୍ରେସ, ରାଜ୍ୟ କଂଗ୍ରେସ କର୍ମୀମାନଙ୍କ ପାଖରେ ପହଞ୍ଚାଇଛି । ଟିକେ ଓଡ଼ିଶାର କଂଗ୍ରେସର ରାଜନୀତିକୁ ଦେଖିବା । ପ୍ରାୟ ବହୁବର୍ଷ ଧରି କଂଗ୍ରେସ ତାର ସ୍ଥିତି ସମ୍ଭାଳିପାରୁନି । ନବୀନ ସରକାର ଥିବା ସମୟରେ ନବୀନଙ୍କ ସହ ପ୍ୟାଚଅପ କରିଚାଲିଥିଲା କଂଗ୍ରେସ । ସେଥି ପାଇଁ ନବୀନ ତ ଉଧୁରୀ ଜାଉଥୁଲେ । କିନ୍ତୁ ତଳକୁ ତଳକୁ ଖସୁଥୁଲେ କଂଗ୍ରେସ । ଏ କଥା ସମସ୍ତେ ଜାଣୁଥୁଲେ । କିନ୍ତୁ ପିସିସି ସଭାପତି ମାନେ କାଳେ ନବୀନଙ୍କ ପାଖରେ ବିକ୍ରି ହୋଇଥିଲେ ବୋଲି ଏଭଳି ସ୍ଥିତି ହୋଇଥିଲା ।
ଏବେ ସ୍ଥିତି ବଦଳିଛି, ନବୀନ ନାହାନ୍ତି, ଆଞ୍ଚଳିକ ଦଳ ନାହିଁ, ଏବେ ଜାତୀୟ ଦଳ ବିଜେପି । ଜାତୀୟ ସ୍ତରରେ କଂଗ୍ରେସର କଟର ବିରୋଧୀ ବିଜେପି ଏବେ ରାଜ୍ୟରେ ଶାସନ କରୁଛି । ଏଭଳି ସ୍ଥିତିରେ ପିସିସି ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଇଛି ଭକ୍ତ ଚରଣ ଦାସଙ୍କୁ । କଂଗ୍ରେସର ସଂଗଠନ ବୁଡ଼ି ବୁଡ଼ି ଜାଉଥୁବା ବେଳେ, ଭକ୍ତ ଏବେ ମଲାଘୋଡାରେ ଜୀବନ ଦେବା ଭଳି ସଂଜୀବନୀ ପାଣି ଛିଞ୍ଚିବାକୁ ଉଦ୍ୟମ କରିଛନ୍ତି । ଭକ୍ତଙ୍କର ଏହି ଆଭିମୁଖ୍ୟକୁ ଅନେକ ପସନ୍ଦ ବି କରିଛନ୍ତି । କାରଣ ବିଜେପିର ବିରୋଧୀ ରହିବା ଉଚିତ । ବିଜେଡି ଉପଯୁକ୍ତ ବିରୋଧୀ ହୋଇ ନ ପାରେ, କାରଣ ପୂର୍ବରୁ ବିଜେପି ସହ ବିଜେଡି ସାଣ୍ଠଗାନ୍ଠ କରି ଚାଲିଥିଲା । ଯଦି କେହି ବିରୋଧୀ ହୋଇପାରନ୍ତି, ତାହା ହେଉଛି କଂଗ୍ରେସ ।
ହେଲେ ନିକଟରେ କିଟ ଘଟଣାରେ କଂଗ୍ରେସ ନେତାଙ୍କ ମନ୍ତବ୍ୟ, ବିଜେପି ସରକାର ପାଇଁ ଶୁଭ ଥିଲା । ତାକୁ ଭକ୍ତ ଦାସ କଠୋର ଭାବରେ ବିରୋଧ କରିଥିଲେ । ଚେତାବନୀ ବି ଦେଇଥିଲେ ସମ୍ପୃକ୍ତ ନେତାଙ୍କୁ, ଯେ ଏଭଳି ନ କରିବା ପାଇଁ । କେହି ପିସିସି ବିନା କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ମଧ୍ୟ କଟକଣା ଲଗେଇଥିଲେ । ଏବେ ରାହୁଲ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁ ମାନେ କଂଗ୍ରେସରେ ରହି ବିଜେପି ପାଇଁ କାମ କରୁଛନ୍ତି ସେମାନଙ୍କୁ ହଟେଇ ଦବୁ । ୩୦,୪୦ ଯେତେଜଣ ବି ଥାନ୍ତୁ ସମସ୍ଥଙ୍କୁ ହଟେଇ ଦବୁ । ଦଳକୁ ନୂଆ ଭାବେ ତିଆରି କରିବୁ । ରାହୁଲଙ୍କ ଏ ଚେତାବନୀ, ଭକ୍ତ ଓଡ଼ିଶା କଂଗ୍ରେସରେ ଶୁଣେଇ ଦେଇଛନ୍ତି । ଦେଖାଯାଉ ଓଡ଼ିଶା କଂଗ୍ରେସର ନେତାମାନଙ୍କୁ ଏଇ ଚେତାବନୀ କେତେକାଟୁ କରୁଛି, ଆଉ କଂଗ୍ରେସ ତାର ସ୍ଥିତିକୁ କେତେ ସୁଧାରି ପାରୁଛି ।
Shree Jagannath
ପୁରୀ(ଦ କୁଇଭର): ପୁରୀର ପ୍ରସିଦ୍ଧ ମଟନ ହୋଟେଲ ଜୟାରେ ପ୍ରାୟ ସମସ୍ତେ ଖାଇଛନ୍ତି । ମଟନ ନାମରେ ଗୋମାଂସ ମିଶା ଭୋଜନ ଚାଲୁଥିବା ଅଭିଯୋଗ ହେବା ପରେ ଏବେ ସେହି ହୋଟେଲରେ ଖାଇଥିବା ହିନ୍ଦୁ କି ପ୍ରାୟଶ୍ଚିତ କରିବେ? ନା ଗୋମାଂସ ମିଶା ମଟନ ଖାଇ ହଜମ କରିଦେବେ । ଏମାନଙ୍କ ମଧ୍ୟରୁ ବି କିଛି ସେବକ ଓ ତାଙ୍କ ପରିବାରର ମହିଳା ରହିଥିବା କୁହାଯାଉଛି । ସେମାନେ କ’ଣ କରିବେ? ମହାପ୍ରଭୁଙ୍କ ସେବା କରିବେ ନା ଛାଡ଼ି ଦେବେ? ବଡ଼ ଦେଉଳକୁ ଯିବେ ନା ଦୂରେଇ ରହିବେ । ନା ଗୋମାଂସ ମିଶା ମଟନ ଖାଇ ବି ସତୀ ହୋଇ ସବୁ କରିବେ?
ଗାଈଙ୍କୁ ହିନ୍ଦୁ ଧର୍ମରେ ମାଆର ସ୍ଥାନ ଦିଆଯାଇଛି । ହିନ୍ଦୁମାନେ ପୂଜା କରନ୍ତି । ସାମାନ୍ୟ ଗୋଡ଼ ବାଜିଲେ, ମୁଣ୍ଡିଆ ମାରନ୍ତି । ଓଲେଇ ଗାଈର ବେକରେ ବାଉଁଶ ବା କାଠ ଓହଳାଇ ଦେଇଥାନ୍ତି । ସଂଧ୍ୟା ବେଳକୁ ସେଥିପାଇଁ କ୍ଷମା ମାଗି ମୁଣ୍ଡିଆ ବି ମାରନ୍ତି । ଗାଈର ମର୍ଯ୍ୟାଦା ହିନ୍ଦୁ ମାନଙ୍କ ପାଖରେ ଏତେ ଅଧିକ ରହିଛି । ସେହି ହିନ୍ଦୁ ମାନଙ୍କୁ ଗୋମାଂସ ଖୋଇ ଦେବାକୁ ସବୁ ବ୍ୟବସ୍ଥା କରାଯାଇଥିଲା । ପୁରୀ ଭଳି ପବିତ୍ର କ୍ଷେତ୍ରର ଗୋମାଂସକୁ ମଟନ କରି ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏପରିକି ପୁରୀର ଜୟା ହୋଟେଲକୁ ଗୋମାଂସ ଚାଲାଣ କରୁଥିବା ଚାଲାଣକାରୀ ଯୁବକ କହିଛନ୍ତି ।
ପୁରୀର ଜୟା ହୋଟେଲ ହେଉଛି ଏକ ପ୍ରସିଦ୍ଧ ହୋଟେଲ । ସେଠାରେ ପ୍ରାୟ ସମସ୍ତେ ଯାଇ ମଟନ ଖାଇଥାନ୍ତି । ସେ ସେବାୟତ ଘରର ପିଲା ହୁଅନ୍ତୁ କି ବୟସ୍କ ବା ମହିଳା, ସମସ୍ତେ ମଟନ ଖାଇବାକୁ ଯାଇଥାନ୍ତି । ଅତି ଶସ୍ତାରେ ମଟନ ବିରିୟାନି ବି ମିଳିଥାଏ । ସେ ସବୁକୁ ବେଶ ଆନନ୍ଦରେ ଖାଇ ଆସିଥାନ୍ତି । ଜୟା ହୋଟେଲର ଡିମାଣ୍ଡ ବେଶ ରହିଥିଲା । ମଟନ କହିଲେ ସେହି ହୋଟେଲକୁ ସମସ୍ତେ ଜାଆନ୍ତି । ମନଭରି ଖାଆନ୍ତି ଆଉ ଫେରନ୍ତି । ଏବେ ସେହି ହୋଟେଲରେ ମଟନରେ ଗୋମାଂସ ମିଶୁଥିବା କୁହାଯାଉଛି । ଗୋମାଂସ ମିଶା ମଟନ ଖାଇଥିବା ହିନ୍ଦୁମାନେ ଏବେ କି ପ୍ରାୟଶ୍ଚିତ କରିବେ?
ଯଦି ସେବକମାନେ ଖାଇ ଆସିଥିବେ, ତେବେ କ’ଣ କରିବେ । ଗୋମାଂସ ଖାଇ ଦିଅଁ ସେବା କରିବେ ତ? ଏତେବଡ଼ ପାପ ପରେ ସେବା ପୂଜା ପାଇଁ ତାଙ୍କର ଶରୀର ଯିବ ତ? ଏମିତି ପ୍ରଶ୍ନ ଜୟା ହୋଟେଲରେ ମଟନ ଖାଇଥିବା ଲୋକଙ୍କୁ ଆନେ୍ଦାଳିତ କରିଲାଣି । ଦେଖାଯାଉ ମଟନ ନାମରେ ଗୋମାଂସ ଖାଇଥିବା ଲୋକେ କି ପ୍ରାୟଶ୍ଚିତ କରୁଛନ୍ତି?
Politics,State
ଭୁବନେଶ୍ୱର(ଦ କୁଇଭର): ଏବେ ହଠାତ ତେଜିଛି ରାଜ୍ୟ କଂଗ୍ରେସ । ଗୋଟିଏ ଦିନରେ ଆଜି ପୂରା ହଙ୍ଗାମା କରିଦେଲାଣି । ବିଧାନସଭାରେ ଦଳୀୟ ବିଧାୟକ ମାନଙ୍କ ଗର୍ଜନ ସାଙ୍ଗକୁ ରାସ୍ତାରେ ଯୁବ କଂଗ୍ରେସର ଆନେ୍ଦାଳନ ଆଉ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଏବଂ ଦଳର ପ୍ରଭାରୀଙ୍କ ସରକାର ବିରୋଧୀ ଯୁକ୍ତି କଂଗ୍ରେସ ସଜୀବ ଥିବା ସ୍ପଷ୍ଟ କରୁଛି । ରାଜ୍ୟରେ କଂଗ୍ରେସ ପୂରା ଶୋଇ ପଡ଼ିଛି । ସୋର ଶବ୍ଦ ବି ଶୁଭୁନି । କେବଳ ଜଣେ ଦୁଇଜଣ ବିଧାୟକ କାଁ ଭାଁ କିଛି କହୁଛନ୍ତି । ଗ୍ରାମାଞ୍ଚଳ ଠୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ନୀରବତା । ଇତିମଧ୍ୟରେ ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସ ନିଯୁ୍କ୍ତି ପାଇଛନ୍ତି । ଏହାପରେ କଂଗ୍ରେସରେ ଟିକେ ହଲଚଲ ଆରମ୍ଭ ହୋଇଛି ।
ବେଶ କିଛିଦିନ ନୀରବ ରହିଥିବା କଂଗ୍ରେସ ଆଜି ଗୃହରେ ତୁମ୍ବି ତୁଫାନ କରିଛି । ନାରି ସୁରକ୍ଷାକୁ ନେଇ ଗୃହରେ ବିଧାୟକମାନେ ପୋଡ଼ିୟମ ଉପରକୁ କୁଦିଛନ୍ତି । ନାରାବାଜି ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ସେପଟେ ଯୁବ କଂଗ୍ରେସ ବି ତାତିଛି । ରାସ୍ତାରେ ଆନେ୍ଦାଳନ କରିଛି । ସରକାରଙ୍କୁ ଟାର୍ଗେଟ କରି ତୁମ୍ବି ତୁଫାନ କରିଛି । ଆନେ୍ଦାଳନକୁ ଜାରି ରଖିବ ବୋଲି ବି ଚେତାବନୀ ଦେଇଛି ।
ଅନ୍ୟପକ୍ଷରେ ପିସିସି ସଭାପତି ମଧ୍ୟ ସରକାରଙ୍କୁ କେଞ୍ଚିଛନ୍ତି । ନାରୀ ସୁରକ୍ଷା ନେଇ ସରକାରଙ୍କୁ ଘେରିଛନ୍ତି । ଆଉ କିଛି ଘଣ୍ଟା ପରେ ଆନ୍ତର୍ଜାତିକ ମହିଳା ଦିବସ । ଏହି ଦିବସ ପୂର୍ବରୁ ନାରୀ ସୁରକ୍ଷାର ନାରା ଦେଇ ତେଜିଛି କଂଗ୍ରେସ । ହେଲେ କାହିଁକି? କଂଗ୍ରେସ ରାଜ୍ୟରେ ତାର ପରିଚୟ ହଜାଇ ବସିଥିବାରୁ ଏବେ ସେହି ଚିନ୍ତା ଦଳକୁ ଘାରିଛି କି? ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ ଶୂନ ହେଉଛି । ଓଡ଼ିଶାରେ ବି ସେଭଳି ସ୍ଥିତି ହେବା ଆଶଙ୍କାରେ ଦଳ ଏବେ ତାର ପରିଚୟ ରଖିବାକୁ ଏହା ଆରମ୍ଭ କରିଛି କି? ନା ନୂଆ ପିସିସି ସଭାପତି ଆସିବା ପରେ ଦଳ ଜୀବତ ଥିବା ଦେଖାଇବାକୁ ଏହା ଚାଲିଛି? ଏମିତି ପ୍ରଶ୍ନ ଏବେ ସବୁଠି । ଦେଖାଯାଉ କଂଗ୍ରେସ ତାର ଏହି ସକ୍ରିୟ ଆଭିମୁଖ୍ୟକୁ କେତେଦିନ ଜାରି ରଖୁଛି?
Politics
ଭୁବନେଶ୍ୱର( ଦ କୁଇଭର ):- ଆଜି ବି ସରଗରମ ରହିବ ବିଧାନସଭା। ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ । ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ । ସେପଟେ ଜୟନାରାୟଣଙ୍କ ମନ୍ତବ୍ୟ ବି ସୃଷ୍ଟି କରୁଛି ଝଡ଼ । ସୋମବାର ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୩ ଥର ମୁଲତବୀ ହୋଇଛି ଗୃହକାର୍ଯ୍ୟ । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଗୃହକାର୍ଯ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକକୁ ଭରସା କରିଛନ୍ତି ବାଚସ୍ପତି ।
ଅନ୍ୟପଟେ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି । ହେଲେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ବିଜେଡି ଅଭିଯୋଗ କରିଛି । ରାଜ୍ୟ ବିଜେପି ସଭାପତି କି ମନ୍ତ୍ରୀ କେହି ଜଣେ ବି ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିରୋଧୀ ବିଜେଡି ପ୍ରଶ୍ନ କରିଛି ।
State
ପାରଳାଖେମୁଣ୍ଡି ( ଦ କୁଇଭର ):- ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ନୀଳକଣ୍ଠପୁର ଗୁଡା ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହିଳା ନେତ୍ରୀ ସୂର୍ଯ୍ୟା ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶର ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଆମର ପୁରୁଷତାନ୍ତ୍ରିକ ସମାଜରେ ମହିଳାମାନେ ଆଜି ବି ଲିଙ୍ଗଗତ ବିଦ୍ୱେଷ ଓ ହିଂସାର ଶିକାର ହେଉଛନ୍ତି ବୋଲି କହିଥିଲେ । କେବଳ ଶାରୀରିକ ଗଠନକୁ ଛାଡ଼ିଦେଲେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଅନ୍ୟ କୌଣସି ପାର୍ଥକ୍ୟ ନାହିଁ ଓ ସମାଜରେ ଥିବା ସମସ୍ତ ପ୍ରକାରର ଭେଦଭାବ କେବଳ ମନୁଷ୍ୟକୃତ ବୋଲି କହିଥିଲେ । ଅତଏବ ସମାଜ ସଚେତିତ ଭାବେ ଚାହିଁଲେ ଏହି ଲିଙ୍ଗଗତ ଭେଦଭାବକୁ ଦୂର ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଆମ ସମାଜରେ ରହିଥିବା ପଶ୍ଚାଦପଦ ସାମନ୍ତବାଦୀ ମୂଲ୍ୟବୋଧର ମହିଳାମାନେ ସହଜ ଶୀକାର ହେଉଥିବାରୁ ତା'ର ବିରୁଦ୍ଧରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରସାରିତ କରିବାକୁ ହେବ । ମହିଳାଙ୍କ ବିରୁଦ୍ଧରେ ଭେଦଭାବ ଓ ହିଂସା ଉଭୟ ଘରେ ଓ ବାହାରେ ଘଟୁଥିବାରୁ ତା ବିରୁଦ୍ଧରେ ମହିଳାମାନେ ସଚତିତ ଭାବେ ଲଢେ଼ଇ କରିବାକୁ ହେବ ବୋଲି କହିଥିଲେ ।କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟରେ ମହିଳାଙ୍କ ପାଇଁ ବ୍ୟୟବରାଦ ହ୍ରାସ କରୁଥିବା ବେଳେ ଓଡ଼ିଶା ସରକାର ମହିଳା ସଶକ୍ତିକରଣ ନାଁରେ ବର୍ଷକୁ ଯେଉଁ ଦଶ ହଜାର ଟଙ୍କା ସହାୟତା ଦେଉଛନ୍ତି, ତାହା ଦେଶରେ ସବୁଠାରୁ କମ୍ ଏବଂ ମହିଳାମାନଙ୍କ ପ୍ରତି ପ୍ରତାରଣା ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରାଜୁଲୁ ଶବର, ଅନୀତା ଶବର, ଶୋଭାବତୀ ଶବର, ଗଣଶ୍ରୀ ଶବର, ସାରା ନାୟକ , ରାଜୁଲୁ ଶବର ତଥା ଅଖିଳ ଭାରତ କିଶାନ୍ ମଜଦୂର ସଭାର ସମ୍ପାଦକ କେଦାର ଶବର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ସମାଜରେ ଲିଙ୍ଗଗତ ସମାନତା ପାଇଁ ଲଢେ଼ଇ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ପ୍ରଗତିଶୀଳ ମହିଳା ସଂଗଠନର ସଦସ୍ୟା ବେର୍ଣ୍ଣିକା ଗମାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।
State
ଗଜପତି( ଦ କୁଇଭର ):- ମୃତ୍ୟୁ ପୂର୍ବରୁ ମୋ ଶରୀରର କିଛି ମୂଲ୍ୟବାନ ଅଙ୍ଗ ଦାନ କରିଦେବାକୁ ନେଇ ମାଁଙ୍କୁ ବୁଝାଇଥିଲେ, ପୁଅର କଥା ପ୍ରକାରେ ଆଜି ସେହିଦିନ ଦେଖିବାକୁ ମିଳିଛି, ପୁଅକୁ ହରାଇବା ଦୁଃଖରେ ମାଁ ହୃଦୟ ଫାଟି ପଡୁଥିଲେ ସୁଦ୍ଧା ପୁଅର ପୁଣ୍ୟ କାମ ପାଇଁ ଗର୍ବିତ ବୋଲି କହିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟକି ଗୈାଡ ସାହିର ସନ୍ତୋଷ ମହାରଣା ଓରଫ୍ ନୃସିଂହ ପ୍ରସାଦ ମହାରଣାଙ୍କ ମାଁ ସୁବାସିନୀ ମହାରଣା। ଦୁଇ ଦିନ ପୂର୍ବେ ହଠାତ ମୁହଁ ବୁଲେଇ ତଳେ ପଡି ମସ୍ତିଷ୍କରେ ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ ସନ୍ତୋଷ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ଶ୍ରୀକାକୁଲମ ଜେମସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ତାଙ୍କର ବଞ୍ଚିବା ସମ୍ଭାବନା କମ ଥିବା ଡ଼ାକ୍ତର କହିବା ପରେ ତାଙ୍କ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସନ୍ତୋଷ। ଶରୀରର ଦୁଇଟି ଚକ୍ଷୁ, କିଡନୀ ଦ୍ବୟ , ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ ସହମତି ଜଣାଥିଲେ ସ୍ତ୍ରୀ ଓ ପରିବାର ଲୋକେ। ପରିବାର କହିଲେ ବୃଦ୍ଧାମା ସ୍ତ୍ରୀ ସହ ଛୋଟ ପୁଅଟିଏ ଓ ଝିଅ ଟିଏ। ନିଜ ବାସଗୃହ ବିକ୍ରି କରି ପିତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିବା ପରେ ନିଜର ଘର ବା ସମ୍ପତ୍ତି ବୋଲି କିଛି ନାହଁ। ଭଡ଼ା ଘରେ ଅତିବାହିତ ହେଉଛି ଜୀବନ। ମାଁ ସୂବାସିନୀ କହନ୍ତି ସନ୍ତୋଷଙ୍କ ପିତା ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ମନରେ ରୋଗୀଙ୍କ ପ୍ରତି ଅନୁକମ୍ପା ବଢ଼ି ଥିଲା। ସ୍କୁଲରେ ପାଠ ପଢା ସମୟରୁ ଅନେକ ଥର ରକ୍ତଦାନ କରି ଆସୁଥିଲେ ସନ୍ତୋଷ। କାହାର ଦୁଃଖ ଦେଖିଲେ ସହି ପାରୁ ନଥିଲେ। ଆଜି ସେ ଅଙ୍ଗ ଦାନ କରି ଅନ୍ୟର ଜୀବନରେ ବ୍ୟବହୃତ ହୋଇ ପାରିବ। ଅଙ୍ଗ ଦାନ କରି ଏକ ଉଦାହରଣ ସୃଷ୍ଟି କରିିଛନ୍ତି ସନ୍ତୋଷ। ସେଥିପାଇଁ ଗର୍ବିତ ବୋଲି କହିଛନ୍ତି ପରିବାର ଲୋକେ।
State
ବ୍ରହ୍ମପୁର ( ଦ କୁଇଭର ):- ଗୋଳନ୍ଥରା ଥାନା ଅର୍ନ୍ତଗତ ରାମେୟାପାଟଣା ଗ୍ରାମର ଲୋକେ ଚିଲିକା ତଟରେ ଏକ ମୁହାଣ ଖୋଳୁଥିବା ବେଳେ ନିକଟସ୍ଥ କୁତୁରୁ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି ଜଣାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜୟରାମ ବେହେରା, ଶିବରାମ ବେହେରା, ସାବିତ୍ରୀ ବେହେରା, ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ଭାନୁମତୀ ବେହେରା ଓ ପାର୍ବତୀ ବେହେରା ପ୍ରମୁଖ ୭ ଜଣ ଆହତ ହୋଇଥିବା ଜଣାପଡିଛି।
ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୀତାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି ଓ ଉଭୟ ଗୋଷ୍ଠୀଙ୍କ ୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ତେବେ ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।
Sports
ଦ କୁଇଭର ବ୍ୟୁରୋ :- ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍ରେ ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଦୁଇ ସନ୍ତୁଳିତ ଓ ଦୃଢ଼ ମାନସିକ ଦକ୍ଷତାଧାରୀ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ। ଏହି ପ୍ରତୀକ୍ଷିତ ଫାଇନାଲ୍ ଫାଇଟ୍ ପାଇଁ ଉଭୟ ଦଳ ସବୁପ୍ରକାର ପ୍ରସ୍ତୁତି କରିସାରିଛନ୍ତି। ଦୋଷ ଦୁର୍ବଳତାକୁ ଦୂର କରିବା ଲାଗି ଜୋରଦାର୍ ଅଭ୍ୟାସ କରିବା ସହ ଦୁବାଇ ପରିବେଶକୁ ଖାପଖୁଆଇଲା ଭଳି ରଣନୀତି ପ୍ରସ୍ତୁତ କରି ନେଇଛନ୍ତି। ଅପରାହ୍ଣ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହାଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି। ଭାରତ ସହ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନରେ ଏହି ମ୍ୟାଚ୍କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଭାରତ ଫାଇନାଲ୍ ଯିବା ପରେ ପୂର୍ବନିଷ୍ପତ୍ତି ଅନୁସାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦୁବାଇ ଖେଳାଯାଉଛି। ଏଭଳି ସ୍ଥିତିରେ ପାକ୍ ପ୍ରଶଂସକ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେବେ ଏକମାତ୍ର ଦଳ ଭାବେ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ସୁପର୍ସଣ୍ଡେରେ ସୁପର୍ ବିଜୟ ହାସଲ କରି ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ୨୫ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ଭେଟା ଭେଟି ହେବା ରବିବାରର ମୁକାବିଲାକୁ ଆହୁରି ସ୍ବତନ୍ତ୍ର ତଥା ରୋଚକ କରିଛି। ବୋଲିଂ, ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ; ସବୁ ଦୃଷ୍ଟିରୁ ଦୁଇଟି ଯାକ ଦଳ କେହି କାହାଠୁ କମ୍ ନଥିବାରୁ ରବିବାର ଏକ ଜବରଦସ୍ତ ଟକ୍କର ହେବାକୁ ଯାଉଛି। ଭାରତ ପଞ୍ଚମ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଖେଳି ଯଥାକ୍ରମେ ତୃତୀୟ ଓ ଦ୍ବିତୀୟ ଥର ଲାଗି ବିଜେତା ହେବାକୁ ଚେଷ୍ଟା କରିବେ।
Education
ରାୟଗଡା( ଦ କୁଇଭର ):- ରାୟଗଡା ଜିଲ୍ଲା ଗୁଣୁପୁର ତହସିଲ୍ ଅଫିସ୍ ନିକଟ ରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନ୍ଵେଷା ହଷ୍ଟେଲ୍ରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲିଛି। ଛାତ୍ର ଅଭିଜିତ୍ ଶବର ନବମ ଶ୍ରେଣୀ, ଉଥାପା ଶବର ଅଷ୍ଟମ ଶ୍ରେଣୀ, ପବିତ୍ର ଶବର ଅଷ୍ଟମ ଶ୍ରେଣୀଙ୍କୁ କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି | ଏହି ଭିଡିଓ ଦେଖୁଲେ ଲୋମ ଟାଙ୍କୁରି ଉଠିବ । ହଷ୍ଟେଲ୍ରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ରଖ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରି ଶିକ୍ଷାଦାନ ପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଭିଡ଼ିଓ ଦେଖୁଲେ କିଭଳି ଅବ୍ୟବସ୍ଥା ଚାଲିଛି ସ୍ପଷ୍ଟ ଅନୁମେୟ ହେଉଛି। ଛାତ୍ରମାନେ ହଷ୍ଟେଲ୍ରେ କେତେ ସୁରକ୍ଷିତ, ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ କିଭଳି ଛାତ୍ରମାନଙ୍କୁ ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଠିକ୍ ବୁଝିହେଉଥିବ। ଭିଡିଓ ଭାଇରଲ ପରେ ହଷ୍ଟେଲ୍ ପହଞ୍ଚି ତଦନ୍ତ କରୁଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଗଙ୍ଗାଧର ବେହେରା। ଆକ୍ରମଣରେ ଶିକାର ହୋଇଥିବା ଛାତ୍ରମାନଙ୍କୁ ଗୁଣୁପୁର ମେଡିକାଲ୍ରେ ଚିକିତ୍ସା କରାଯାଇଛି। ସ୍ବାସ୍ଥ୍ୟ ଠିକ୍ ଥିବା ସୂଚନା ଦେଇଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ। ତେବେ ଜିଲ୍ଲା ପ୍ରଶାସନ ଏଥିରେ କ’ଣ ପଦକ୍ଷେପ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର | ଏନେଇ ଜିଲ୍ଲା ମଙ୍ଗଳ ଅଧୂକାରୀ ଅସୀମା ରାଓଙ୍କୁ ପଚାରିବାରୁ ଘଟଣାଟି ଗତ ୩/୪ ଦିନ ତଳର ର ହୋଇଥିବା ବେଳେ ଖବର ମିଳିବାପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି Iହଷ୍ଟେଲ ଅଧୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ସହ ସେ ହଷ୍ଟେଲ ସମ୍ଭାଳି ପାରୁନଥିବାରୁ ତାଙ୍କୁ ଉକ୍ତ ଦାୟିତ୍ବରୁ ମୁକ୍ତ କରିବାକୁ ସ୍ଥାନୀୟ ବିଡ଼ିଓଙ୍କ ସମେତ ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ଚିଠି କରିଛୁ ବୋଲି କହିବା ସହ ମାଡ଼ ମାରିଥିବା ଛାତ୍ରମାନଙ୍କୁ କାଉନ୍ସେଲିଂ କରାଯାଇଥିବା ବେଳେ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ ଆଲୋଚନା କରାଯିବ ବୋଲି କହିଛନ୍ତି।
State
ଦ କୁଇଭର ବ୍ୟୁରୋ :- ଗୋଟିଏ ଦିନରେ କୋଟିଏ ଦୀପ । ଜାଳିଲେ ସୁଭଦ୍ରା ଯୋଜନାର ମହିଳାମାନେ । କୋଟିଏ ଦୀପ ଜାଳିବା ପାଇଁ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହା ଥିଲା ସୁଭଦ୍ରାର ସଫଳତା ପାଇଁ ସେଲିବ୍ରେସନ ବା ଉତ୍ସବ । ଅତି ନିରାଡ଼ମ୍ବର ଥିଲା, ପରମ୍ପରା ବି ରହିଲା । ଦୀପ ଜାଳି ପ୍ରଦୂଷଣ ବି ହେଲା । ବାର୍ତ୍ତା ଗଲା କୋଟିଏ ମହିଳା ଏବେ ସୁଭଦ୍ରାରେ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ସବ ପାଳନ ବେଶ ଆକର୍ଷଣୀୟ । ତିଥି ନକ୍ଷେତ୍ର ନାହିଁ, କିନ୍ତୁ ଅଛି ବିଶ୍ୱ ମିହିଳା ଦିବସ । ବିଶ୍ୱ ମିହିଳା ଦିବସରେ ମହିଳା ମାନେ ସଶକ୍ତ । ସୁଭଦ୍ରା ଯୋଜନା ଦ୍ୱାରା ସେମାନେ ଆହୁରି ଅଗ୍ରଗତି କରିବେ, ଏହି ଆଭିମୁଖ୍ୟ ନେଇ ଉପମୁଖ୍ୟମନ୍ତ୍ରୀ ଦେଇଥିଲେ ଡାକରା ।
ଅନେକ ମହିଳା ବା ମହିଳା ଗୋଷ୍ଠୀ ଏଥିରେ ସାମିଲ ହୋଇଛନ୍ତି । ଯାହା ରାଜ୍ୟକୁ ଦେଇଛି ଗୋଟେ ଭିର୍ଣ୍ଣ ବାର୍ତ୍ତା । ପୂର୍ବରୁ ନବୀନ ସରକାର ସମୟରେ ମିଶନ ଶକ୍ତି, ମା ଶକ୍ତି ଏଭଳି ଅନେକ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ଏକଜୁଟ କରାଯାଉଥୁଲା ।ସ୍ୱାବଲମ୍ବୀ କରିବା ପାଇଁ ସରକାର ଦେଉଥୁଲେ ଋଣ । ଶୁଦ୍ଧ ଛାଡ଼ ଥିଲା । କିନ୍ତୁ ଋଣର ଉପଯୋଗ ଓ ଅପଚାର କୁ ନେଇ ଆଜି ବି ବିବାଦ ରହିଛି । କେତେଜଣ ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରିଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ମହିଳା। ଯଦି ଖୋଜାଯିବ ଅନେକ ପ୍ରଶ୍ନ ନବୀନ ସରକାରଙ୍କ ଉପରେ ଉଠିବ ।
ଏବେ ମୋହନ ମଝି ସରକାର । ପ୍ରତିଶୃତି ଦେଇଥିଲେ ସୁଭଦ୍ରାରେ ଦେବେ ଆର୍ଥିକ ସହାୟତା । ଦେଉଛନ୍ତି, କିନ୍ତୁ ଆର୍ଥିକ ସହାୟତା ଅତି କମ ହୋଇଯାଉଛି । ଏତିକି ସହାୟତାରେ ଜଣଙ୍କୁ ସ୍ୱାବଲମ୍ବୀ କରିବା କଷ୍ଟ ତ ନିଶ୍ଚିତ, କିନ୍ତୁ ଅସମ୍ଭବ ନୁହେଁ । ଏହି ଯୋଜନାରେ ରାଜ୍ୟରେ ଏବେ କୋଟିଏରୁ ଅଧିକ ମହିଳା ସାମିଲ ହେଲେଣି । ସେଥି ପାଇଁ ଉତ୍ସବ ପାଳନ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ସବୁ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା କୋଟିଏ ମହିଳା ଦୀପଜାଳି ନିଜକୁ ସଶକ୍ତ କରିବା ପାଇଁ ଆଉ ଗୋଟିଏପାଦ ଆଗକୁ ପକାଇଛନ୍ତି । ଦେଖାଯାଉ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ ଏବଂ ସୁଭଦ୍ରାର ସହଯୋଗରେ ରାଜ୍ୟର କୋଟିଏ ମହିଳା କେତେ ଶୀଘ୍ର ସ୍ୱାବଲମ୍ବୀ ହେଉଛନ୍ତି ।
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳ ଅଧିନସ୍ଥ ବଲାଣି ଶାନ୍ତିନଗରସ୍ଥିତ ଏକ ଘରୁ ଲକ୍ଷାଧିକ ଟଙ୍କାର କାଠ ସହ କାଠ ନିର୍ମିତ ଫର୍ଣିଚର୍ ଜବତ କରିଛି ବନବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି। ଶାନ୍ତିନଗରରେ ଥିବା ଉକ୍ତ ଘରେ ଜଣେ ବ୍ୟକ୍ତି ବେଆଇନ ଫର୍ଣିଚର୍ କାରଖାନା କରି ନିକଟସ୍ଥ ଜଙ୍ଗଲରୁ ଗଛ କାଟି ଆସବାବ ପତ୍ର ତିଆରି କରି ବିକ୍ରୀ କରୁଥିଲେ। ଏନେଇ ବନ ବିଭାଗ ଜାଣିବାକୁ ପାଇ ସେଠାରେ ଚଢାଉ କରି କାଠ ସହ ଫର୍ଣିଚର୍ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଜଣକୁ ଗିରଫ କରି ବନ ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଲୋକଙ୍କୁ ଖୋଜାଖୋଜି ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
State
ଦ କୁଇଭର ବ୍ୟୁରୋ :- ଆଜି ଅର୍ଥାତ ମାର୍ଚ୍ଚ ୯ ତାରିଖ ଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞମାନେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଆଗାମୀ ୨ ସପ୍ତାହ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି l ପଶ୍ଚିମ ବାୟୁ ଉତ୍ତର ପଶ୍ଚିମ ଦିଗରେ ପ୍ରବାହିତ ହେବ ଏବଂ ଫଳସ୍ୱରୂପ ରାଜ୍ୟରେ ଥଣ୍ଡା ଲହରୀ ହ୍ରାସ ପାଇବ। ତାପମାତ୍ରା ବୃଦ୍ଧି ପାଇବ ଏବଂ ଓଡ଼ିଶାରେ ପ୍ରବଳ ଗରମ ହେବ।ଆଗାମୀ ଦିନରେ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଓଡ଼ିଶାର ମଧ୍ୟ ଭାଗରେ ତାପମାତ୍ରା ୩ ରୁ ୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଯେତେବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ଦିନରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଛୁଇଁବ ବୋଲି ମଧ୍ୟ ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି।
State
କେନ୍ଦୁଝର( ଦ କୁଇଭର ):- ପୋଲିସ ପରିଚୟରେ ଚୋରି କରୁଥିବାବେଳେ ଚୋରକୁ ଅଟକ ରଖି ପୋଲିସ୍ ଜିମା ଦେଲେ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କାଳିଆପାଲା ନିକଟରୁ ପୋଲିସ ପରିଚୟ ଦେଇ ଚୋରି କରୁଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ି ପୋଲିସ୍ ଦ୍ୱାରା ଗିରଫ ହେଇଛନ୍ତି ନିତ୍ୟାନନ୍ଦ ସିଂ ତେବେ ତାଙ୍କ ସହଯୋଗୀ ଫେରାର ହେବାରେ ସକ୍ଷମ ହେଇଛନ୍ତି। ଗତ ବିଳମ୍ବିତ ରାତିରେ ନିତ୍ୟାନନ୍ଦ ତାଙ୍କ ଜଣେ ସହଯୋଗୀ ସହିତ ପୋଲିସ ଡ୍ୟୁଟିରେ ଲାଗିଥିବା ଏକ ଘରୋଇ ଗାଡ଼ିରେ ନିଜକୁ ପୋଲିସ ପରିଚୟ ଦେଇ ଅନ୍ୟ ଏକ ଗାଡିରୁ ବ୍ୟାଟେରୀ ଚୋରି କରୁଥିବା ବେଳେ ଗ୍ରାମବାସୀ ତାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତାକୁ ଗିରଫ କରିବା ସହ ଗାଡିଟିକୁ ଜବତ କରିଛି । ତେବେ ତା ସହଯୋଗୀ ଫେରାର ହୋଇଥିବା ସୂଚନା ରହିଛି।
State
ଦ କୁଇଭର ବ୍ୟୁରୋ :- ଆଗକୁ ବଢିବ ତାତି, କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ।ରାଜ୍ୟରେ ଆଗାମୀ ୫ ଦିନ ଲାଗି ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର l ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏଥିପାଇଁ SRCଙ୍କ ଅଫିସ୍ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି। ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିବ ତାତି । ତାତି ବଢୁଥିବା ବେଳେ ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣରେ ଅସମ୍ଭାଳ ହେବ ତାତି । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁରକୁ ସତର୍କ କଲା ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ । ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ପଗଡି ଭିଡିବା, ଛତା ଧରି ଯିବା, ସୂତା କପଡା ପିନ୍ଧିବା, ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରିବା ନାହିଁ... ଆଦି ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
Politics
ଭୁବନେଶ୍ୱର( ଦ କୁଇଭର ):- ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି।ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ। ଏହି ବିଷୟ ଉପରେ ବିଚାର କରିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ନିଲମ୍ବନର ପ୍ରତିବାଦରେ, ବିଧାନସଭାରେ ବାହିନୀପତିଙ୍କ ଦଳୀୟ ସହଯୋଗୀମାନେ ଗୃହରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ବିଜେଡି ମଧ୍ୟ ନିଲମ୍ବନର ପ୍ରତିବାଦ କରି ୱାକଆଉଟ୍ କରିଥିଲା।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସେମାନଙ୍କ ଦଳ ନିଲମ୍ବନ ପ୍ରତ୍ୟାହାର ଦାବି କରୁଛି। ସେମାନେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ନିରପେକ୍ଷ ଭାବରେ ଚଳାଇବା ପାଇଁ ଅପିଲ କରିବେ। ଏହି ସମୟରେ, ବାହିନୀପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହର ୱେଲରେ ଧାରଣା ଦେଇଥିଲେ। ବାଚସ୍ପତି ତାଙ୍କୁ ସାତ କାର୍ଯ୍ୟ ଦିବସ ପାଇଁ ବିଧାନସଭାରୁ ବାହାରେ ରଖିବାକୁ ମାର୍ଶାଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।