Banner Ad

ସୁନା ଦୋକାନରୁ ବଡ଼ ଧରଣର ଚୋରି

ସୁନା ଦୋକାନରୁ ବଡ଼ ଧରଣର ଚୋରି
Published by : Jyotshna Kumari
#State
Sep 4, 2024, 8:48 PM

ବ୍ରହ୍ମପୁର( ଦ କୁଇଭର ):-: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ଥାନୀୟ ଟାଟାବେଞ୍ଜ ଛକରେ ଥିବା ଓମ ଶ୍ରୀ ଜୁଏଲର୍ସରୁ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୁତ୍ତମାନେ ଉକ୍ତ ଦୋକାନରେ କଳାକନା ବୁଲାଇ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ଜମୁଲା ଶ୍ରୀଧର । ଥାନାରେ ଅଭିଯୋଗ ହେବା ପରେ ଟାଉନ ଏସଡିପିଓ ଦେବୀ ଶଙ୍କର ପ୍ରତାପ, ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସନ୍ଧାନୀ କୁକୁର,ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ଘଟଣା ସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଏହାସହ କିଛି ସ୍ଥାନରୁ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

Education

SSVM ର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Blog Thumbnail

ପାରଳାଖେମୁଣ୍ଡି( ଦ କୁଇଭର ):- ରବିବାର ସଂଧ୍ୟାରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଶ୍ରୀ ସୁବାସ ଚନ୍ଦ୍ର ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇ ଶିଶୁ ମନ୍ଦିରର ଶୈକ୍ଷିକ ବ୍ୟବସ୍ଥାର ପ୍ରଶଂସା କରିବା ସହ ଏହାର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତିନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଜପତିର ଜିରାଙ୍ଗ୍ ସ୍ଥିତ ବୌଦ୍ଧ ମନ୍ଦିର ର ମୂଖ୍ୟ ଗୁରୁ କେମ୍ଫୋଜୀ ଶିଶୁ ମନ୍ଦିର ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ମୁଖ୍ୟବକ୍ତା ଡଃ ଅନ୍ନପୂର୍ଣ୍ଣା ଦେବୀ ନିଜ ବକ୍ତବ୍ୟରେ ସାଂପ୍ରତିକ ସମୟରେ ଉତ୍ତମ ସନ୍ତାନ ଗଠନରେ ପରିବାର ତଥା ମାତୃଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ।ସଂପାଦକ ଶ୍ରୀ ଚନ୍ଦ୍ର ଶେଖର ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସହ ସଂପାଦକ ଶ୍ରୀ ବିଭୁତି ଭୂଷଣ ରଥ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଇତ୍ୟବସରରେ ଅଙ୍ଗଦାନୀ ଯୁବକ ଦିବଙ୍ଗତ ନରେଶ ପଟ୍ଟନାୟକଙ୍କ ମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗତ ଶିକ୍ଷାବର୍ଷରେ ଅନୁଷ୍ଠାନର ମାଟ୍ରିକ ଟପ୍ପର ଶ୍ରୀମାନ ସୁଶୋଭନ ପାତ୍ରଙ୍କୁ ଭାରତୀ ସାହୁ ସ୍ମୁତି ସମ୍ମାନ ସହ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶିଶୁ ମନ୍ଦିରର ଦୁଇ ଜଣ ପୂର୍ବଛାତ୍ର ଶ୍ରୀମାନ ଗୁପ୍ତେଶ୍ବର ମହାପାତ୍ର ଓ ଶ୍ରୀମାନ ଦେବବ୍ରତ ଗୌଡ଼ଙ୍କୁ ଓ ଏ ଏସ୍ ଏବଂ ଓ ଆର୍ ଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଯୋଗୁଁ ସମ୍ମାନିତ କରାଯାଇଥିଲା।ସଭାକାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାରଗିଲ୍ ଯୁଦ୍ଧର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଭାବସ୍ପର୍ଶୀ କ୍ଷୁଦ୍ରନାଟିକା "ବଳିଦାନ"ମଞ୍ଚସ୍ଥ ହୋଇଥିଲା।ପରିଚାଳନା ସମିତି ଓ ଉପଦେଷ୍ଟା ମଣ୍ଡଳିର ସମସ୍ତ ସଦସ୍ୟ ସଦସ୍ୟା ତଥା ଅନୁଷ୍ଠାନର ଆଚାର୍ଯ୍ୟ ଆଚାର୍ଯ୍ୟା ପୂର୍ବ ଛାତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ କାର୍ଯ୍ଯକ୍ରମ ସଫଳ ହୋଇଥିଲା।

State,Politics

ଧର୍ମେନ୍ଦ୍ରଙ୍କ ପାଇଁ ପାଣ୍ଡିଆନ ସୁରକ୍ଷିତ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ନେଇ ନାନା କଥା କହୁଛନ୍ତି ବିଜେପି ନେତାମାନେ । ନିର୍ବାଚନ ପୂର୍ବରୁ ଆରମ୍ଭ କରି ଏଯାଏ ପ୍ରତି କଥାରେ ପାଣ୍ଡିଆନଙ୍କୁ ଟାଣି ଗାରୁ ଗାରୁ ହେଉଛନ୍ତି । ପାଣ୍ଡିଆନ ଅମୁକ କଲେ, ସମୁକ କଲେ ବୋଲି କହୁଛନ୍ତି । ପାଣ୍ଡିଆନଙ୍କ ନାମରେ କାଳେ ଗଦା ଗଦା ଦୁର୍ନୀତି ଅଛି, ସେ ସବୁ ଲୁଟ କରିଦେଇଛନ୍ତି । ଏମିତି କେତେ କ’ଣ କହୁଛନ୍ତି । ଯଦି ଏତେ କ୍ଷତି କରିଛନ୍ତି ପାଣ୍ଡିଆନ, ମୋହନ ସରକାର ୭ମାସ ମଧ୍ୟରେ ଗୋଟିଏ ବି ଫାଇଲ ଖୋଲି ପାରିଲେ ନାହିଁ । ଯଦି ନିର୍ବାଚନ ପୂର୍ବରୁ ଓ ପରେ ବିଜେପିର ନେତାମାନେ ଗଦା ଗଦା ଅଭିଯୋଗ ଆଣୁଛନ୍ତି, ଏଯାଏ ଗୋଟିଏ ବି ଅଭିଯୋଗରେ ପାଣ୍ଡିଆନଙ୍କୁ ନୋଟିସ ଟିଏ ବି କରିପାରିଲେ ନାହିଁ । ଏହା ମୋହନ ସରକାରଙ୍କ ଅପାରଗତା ନା ମୋହନଙ୍କୁ କିଏ ଅଟକାଉଛି? ଯଦି ଏହା ଭୂଲ, ତେବେ ପାଣ୍ଡିଆନଙ୍କ ବିରୋଧରେ କିଛି ପ୍ରମାଣ ପାଉନି କି ମୋହନ ସରକାର ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିଆନ ଅଫିସର ବେଳରୁ କାଳେ ଦୁର୍ନୀତି କରୁଥିଲେ । କ୍ଷମତାର ଦୂରୁପଯୋଗ କରି ହେଲିକ୍ୟାପ୍ଟରରେ ବୁଲୁଥିଲେ । ପରେ ଚାକିରୀ ଛାଡ଼ି ୫ଟିର ଅଧ୍ୟକ୍ଷ ହେବା ପରେ ବି ସେମିତି ବୁଲିଲେ । ସେଭଳି ବିଭାଗ ସରକାରଙ୍କର ନଥିବା ବେଳେ ସରକାରୀ ଅର୍ଥ ଶ୍ରାଦ୍ଧ କରିଥିଲେ । ସେତିକିରେ ରହିନଥିଲା ତାଙ୍କ କାରନାମା । ସେ କାଳେ ଅନେକ ଦୁର୍ନୀତି କରିଥିଲେ । ୫ଟିରେ ଟଙ୍କା ବଣ୍ଟାରେ ଦୁର୍ନୀତି କଥା ବି ଉଠାଇଥିଲେ ବିରୋଧୀ । ଖଣି ଖାଦାନରୁ ଲୁଟ କରିଥିଲେ । ଅଣଓଡ଼ିଆ ଠିକାଦାର ମାନଙ୍କୁ ଡାକି କମିଶନ ବଳରେ କାମ ଦେଉଥିବା ବି ଅଭିଯୋଗ ଥିଲା । ଏମିତି ଗଦା ଗଦା ଅଭିଯୋଗ ଆସିଥିଲା । ବିଜେଡିର ପାଣ୍ଠି ବି କାଳେ ସେ ପରିଚାଳନା କରୁଥିଲେ ।

ବିଜେପି ପକ୍ଷରୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଅଭିଯୋଗ ଆସିଥିଲା । ଯାହାକୁ ଆଜି ବି ବିଜେପି କହୁଛି । ଏପରିକି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଥିବା ନେଇ ବିଜେପିର ଅନେକ ନେତା କହିଲେ । ଏହାର ତଦନ୍ତ କରିବାକୁ ବି କହିଥିଲେ ବିଜେପି ନେତାମାନେ । ପାଣ୍ଡିଆନଙ୍କ ବିରୋଧରେ କେତେ ଯେ ଅଭିଯୋଗ ଆଣିଥଲେ ନିର୍ବାଚନ ପୂର୍ବରୁ ତାହା ସମସ୍ତେ ଶୁଣି ଅବାକ ହୋଇଥିଲେ । ଏବେ ବି ପାଣ୍ଡିଆନ ପାଣ୍ଡିଆନ ଭଜି ହେଉଛି ବିଜେପି । ନାନା ଦୁର୍ନୀତିର ଅଭିଯୋଗ ଆଣୁଛି । ହେଲେ ସରକାର ୭ମାସ ମଧ୍ୟରେ ଗୋଟେ ହେଲେ ଅଭିଯୋଗର ପ୍ରମାଣ ପାଇ ପାରିଲା ନାହିଁ କେମିତି? ପାଣ୍ଡିଆନଙ୍କ ବିରୋଧରେ ଏତେ ଅଭିଯୋଗର ତଦନ୍ତ କରୁନାହିଁ କାହିଁକି ମୋହନ ସରକାର । କାହିଁକି ତାଙ୍କୁ ଆଇନ ପରିସରକୁ ଟାଣିନାହାନ୍ତି ସରକାର? ଏମିତି ଅନେକ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ମୋହନଙ୍କ ଆଡ଼କୁ ଉଠିଲାଣି ।

ପର୍ଯ୍ୟାପ୍ତ ଅଭିଯୋଗ ସତ୍ତ୍ୱେ ସରକାର ୭ମାସ ଧରି ନୀରବ ରହିବା ପଛରେ କାଳେ ତାଙ୍କରି ଦଳର ନେତାଙ୍କ ଚାପ ରହିଥିବା କୁହାଯାଉଛି । ପାଣ୍ଡିଆନଙ୍କ ସହ ବିଜେପି ନେତା ଅଶ୍ୱିନୀ ବୈଷ୍ଣବଙ୍କର ଭଲ ସମ୍ପର୍କ ରହିଛି । ଏହାବ୍ୟତୀତ ପ୍ରଭାକରନଙ୍କ କମ୍ପାନୀକୁ ପାଣ୍ଡିଆନଙ୍କ ସମୟରେ ଖଣି ଲୁଟର କାଳେ ଖୋଲା ଅନୁମତି ମିଳିଥିଲା । ପ୍ରଭାକରନ କମ୍ପାନୀରେ ଅଶ୍ୱିନୀ ଜଣେ ସହଯୋଗୀ ଥିଲେ । ପ୍ରକାକରନ ଜୟ ଶଙ୍କ ସହ ମିଶି ବ୍ୟବସାୟ କରୁଥିବା ଚର୍ଚ୍ଚା ବି ହୁଏ । ତେଣୁ ପ୍ରଭାକରନଙ୍କ ମାଧ୍ୟମରେ ପାଣ୍ଡିଆନଙ୍କୁ ବିଜେପିର ସୁରକ୍ଷା ମିଳିଛି । ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାଣ୍ଡିଆନଙ୍କର କାଳେ ଭିତିରି ସମ୍ପର୍କ ରହିଛି । ବିଜେଡି ସରକାର ସମୟରେ ଧର୍ମେନ୍ଦ୍ର ଓ ତାଙ୍କ ସମର୍ଥକ ମାନଙ୍କୁ ପାଣ୍ଡିଆନ ଅନେକ ସହାୟତା ଦେଇଥିଲେ । ତେଣୁ ତାହାର ଉପକାର ସ୍ୱରୂପ ପାଣ୍ଡିଆନଙ୍କୁ ସୁରକ୍ଷା ମିଳୁଛି ।

ଏକଥା ଲୋକେ କାଳେ ଧରିବେ, ତେଣୁ ବିଜେପିର ରାଜ୍ୟ ସଂଗଠନ ନେତାମାନେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି । ତାଙ୍କ ନାମରେ ଅନେକ ଅଭିଯୋଗ ଆଣୁଛନ୍ତି । ଯଦି ଅଭିଯୋଗ ଅଛି, ମୁଖ୍ୟମନ୍ତ୍ରୀଙ୍କୁ କହି ତଦନ୍ତ କରାଅ ବୋଲି ବିଜେଡି ସମର୍ଥକମାନେ ଆହ୍ୱାନ ଦେଲେଣି । ଯଦି ସରକାର ପଦକ୍ଷେପ ନେଉ ନାହାନ୍ତି, ତେବେ ସରକାରୀ ଦଳ ପାଣ୍ଡିଆନଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ନହେଲେ ପାଣ୍ଡିଆନଙ୍କ ବିରୋଧରେ କିଛି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ ହେଉଛି । ଦେଖାଯାଉ ପାଣ୍ଡିଆନଙ୍କୁ ନେଇ ବିଜେପିର ମୋହନ ସରକାର କିଛି ପଦକ୍ଷେପ ନେଉଛନ୍ତି ନା ଏମିତି ପ୍ରହସନ କରୁଛନ୍ତି?


Education

ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର

Blog Thumbnail

ଦ କୁଇଭର ବ୍ୟୁରୋ,:- ଏଣିକି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ଏନେଇ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ୨୦୦ ମିଲିମିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ "ଗିଫ୍ଟ ମିଲ୍କ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ଏମ୍‌ଏଲ୍ କ୍ଷୀର ଦେବାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ପିଲାଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ । ଏହା ସହ ମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ । ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି । ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି ।

State

ରାଜ୍ୟରେ ବଢ଼ିବ ଶୀତ

Blog Thumbnail

ଦ କୁଇଭର ବ୍ୟୁରୋ :- ଶୀତରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ହେବ । ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଘନ କୁହୁଡ଼ିକୁ ନେଇ ଆଗାମୀ ୪୮ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ରହିବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୪ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଜି ଠାରୁ ଆଗାମୀ ୨ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ଯାହାକୁ ନେଇ କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

State

ଦାରିଙ୍ଗିବାଡ଼ିରେ ଶୀତ ମହୋତ୍ସବ ଉଦଘାଟିତ

Blog Thumbnail

ଦାରିଙ୍ଗବାଡି ( ଦ କୁଇଭର ):- ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ରେ ଶନିବାର ଶୀତ ମହୋଉତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବ ୧୧ ତାରିଖ ରୁ ୨୩ ପର୍ଯ୍ୟନ୍ତ ଆୟୋଜିତ ହେବ। ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ,ମୁଖ୍ୟ ବକ୍ତା ମାନ୍ୟବର ଘୁ. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ମାନ୍ୟବର ଶ୍ରୀମତୀ ଅନିତା ଶୁଭଦର୍ଶିନି ପଟ୍ଟନାୟକ ,ପୂର୍ବତନ ବିଧାୟକ ଯାକବ ପ୍ରଧାନ,ସରପଞ୍ଚ ଚନ୍ଦ୍ରିକା ମଲିକ ,ଜିଲ୍ଲାପରିଷଦ ସଦସ୍ୟା ଦୀପିକା ମାଝୀ ପ୍ରମୁଖ ମହୋତ୍ସବରେ ଯୋଗ ଦେଇଥିଲେ। ମାନ୍ୟବର ସାଂସଦ ଶୀତ ମହୋଉତ୍ସବ ରେ ପଡିଥିବା ବିଭିନ୍ନ ଷ୍ଟଲ ବୁଲି ଥିଲେ । ଏହି ମହୋତ୍ସବର ଶୁଭ ସନ୍ଧ୍ୟାରେ ବିଶେଷ ଆକର୍ଷଣ ଥିଲା ଓଡ଼ିଶୀ ନୃତ୍ୟ ,ଓଡ଼ିଆ ଭଜନ ଗାୟକ ସୌରଭ ଭରଦ୍ୱାଜ ଏବଂ ଆଧୁନିକ ଗାୟକ ସତ୍ୟଜିତ୍ ପ୍ରଧାନ ଙ୍କ ଗୀତ ରେ ସ୍ରତା ମାନେ ଝୁମି ଉଠିଥିଲେ । ଶୀତ ବଡିବା ସାଙ୍ଗକୁ ଦର୍ଶକ ମାନଙ୍କ ଭିଡ଼ ବଢିବାରେ ପରିଲକ୍ଷିତ ହେଇଥିଲା ।



Politics

ଦୀପାଳୀଙ୍କ ବିଳାପ କାହିଁକି

Blog Thumbnail



ଝାରସୁଗୁଡ଼ା(ଦ କୁଇଭର): ବାପା ସ୍ୱର୍ଗତ ନବ ଦାସଙ୍କ ହତ୍ୟା ବେଳେ ଚୁପ ରହିଲେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳୀ ଦାସ । ହେଲେ ଭାଇ ବିଶାଲ ଦାସଙ୍କୁ ପୋଲିସ ଅଟକ ରଖିଦେଲା ବୋଲି ବିଳାପ କଲେ । ଝାରସୁଗୁଡ଼ା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଆସି ତୁହାକୁ ତୁହା ସରକାରଙ୍କୁ ଗାଳି ଦେଲେ । ପୋଲିସକୁ ବି ନିନ୍ଦିଲେ । ବାପାଙ୍କୁ ହତ୍ୟା ବେଳେ ଚୁପ ଆଉ ଭାଇଙ୍କୁ ଅଟକ ବେଳେ ତତ୍ପର କାହିଁକି? ଦୀପାଳୀଙ୍କ ଏପରି ଭୂମିକାକୁ ନେଇ ଏବେ ଝାରସୁଗୁଡ଼ା କେବଳ ନୁହେଁ, ସାରା ରାଜ୍ୟ ପଚାରିଲାଣି ପ୍ରଶ୍ନ । ଦୀପାଳୀଙ୍କ ଏହି ଭୂମିକା ପଛରେ କ’ଣ ରହିଛି ରହସ୍ୟ?

୨୦୨୩ ମସିହା ଜାନୁୟାରୀ ୨୯ ତାରିଖ ପୋଲିସ ଏଏସଆଇ ଗୋପାଳ ଦାସ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହେଲା । ଏହା ପଛରେ ଯେଉଁ କାରଣ ଦର୍ଶାଗଲା ତାହା କେବଳ ଭେଳିକି ଥିବା ଚର୍ଚ୍ଚା ହେଲା । ନବଙ୍କ ହତ୍ୟା ପଛରେ ବଡ଼ କାରଣ ଥିଲା । ନବଙ୍କ ପ୍ରଭାବରେ କାଳେ ପ୍ରବଳରୁ ଅତି ପ୍ରବଳ ଚାନ୍ଦା କମ୍ପାନୀ ମାନଙ୍କ ଠାରୁ ଆଦାୟ ହେଉଥିଲା । ଟ୍ରାନ୍ସପୋର୍ଟ ବେପାର ଚାଲିଥିଲା । ଫ୍ଲାଏ ଆସ ବେପାର ବି ଥିଲା । ଏଥିସହ ପ୍ରତିଟି କ୍ଷେତ୍ରରୁ ଚାନ୍ଦା ଆଦାୟ ହେଉଥିଲା । ଏପରିକି ବିଜେଡିର ଖାସ ଅଫିସରଙ୍କ ସମ୍ପର୍କୀୟମାନେ କରୁଥିବା ଠିକା ବେପାରରୁ ବି କାଳେ ନବଙ୍କର ଚାନ୍ଦା ଥିଲା । ଯାହା ଅଫିସରଙ୍କର ହଜମ ହେଉନଥିଲା । ବିଜେଡିକୁ ଚଳାଉଥିବା ଅଫିସର କୋଟେରୀ, ଛାମୁଆ ନେତା ଓ ନବୀନଙ୍କ ପାଇଁ ବି ନିରାପଦ ସ୍ଥିତି ରହିଲା ନାହିଁ । ପୂରା ପଶ୍ଚିମ ଓଡ଼ିଶାର ବିଜେଡିକୁ ନିୟନ୍ତ୍ରଣ କରି ସେ ଏକଚାଟିଆ ଶାସନ କରିବେ ବୋଲି ଲାଗିଥିଲେ । ତେଣୁ ପୋଲିସ ଲଗାଇ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଲା ।

ଏତେସବୁ କାରଣରୁ କାଳେ ନବଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିଲେ ମଧ୍ୟ ନୀରବ ରହିଲେ ଝିଅ ଦୀପାଳୀ ଓ ପୁଅ ବିଶାଲ । ଦୀପାଳୀ ଟିକେଟ ପାଇବା ଏବଂ ବିଶାଲ ଅନୈତିକ ବେପାରର ସୁରକ୍ଷା ପାଇଁ ବାପାଙ୍କ ହତ୍ୟାର ଅସଲ କାରଣ ବି ଖୋଜିବାକୁ କାଳେ ପ୍ରସ୍ତୁତ ହେଲେ ନାହିଁ । ଯାହା ତୃତୀୟ ମହଲାରୁ ନିଦେ୍ର୍ଦଶ ଗଲା ତାହା ହିଁ ସେମାନେ ମାନିଲେ । ପ୍ରଶ୍ନ ଉଠାଇଲେ ବିପଦ ଆସିବ ଓ ଚୁପ ରହିଲେ, ସବୁ ପ୍ରକାର ସହାୟତା ଓ ସୁରକ୍ଷା ମିଳିବ ବୋଲି ବି କୁହାଯାଇଥିବା ଚର୍ଚ୍ଚା ହେଲା । ସେଥିପାଇଁ ଉଭୟ ଦୀପାଳୀ ଓ ତାଙ୍କ ଭାଇ ବିଶାଲ ଚୁପ ରହିଲେ । ଯାହାର ଫଳ ସ୍ୱରୂପ ଦୀପାଳୀ ହେଲେ ବିଧାୟିକା ଆଉ ବିଶାଲଙ୍କ ପାଉଁଶ ଠୁ ଟ୍ରାନ୍ସପୋର୍ଟ ବେପାର ସବୁ ଚାଲିଲା ।

ଏବେ ଲୋକେ ଦୀପାଳୀଙ୍କୁ ହଟାଇ ଦେଲେ । ଫଳରେ ସବୁ କିଛି ଗଣିତ ଓଲଟପାଲଟ ହୋଇଗଲା । ହଜାର ହଜାର କୋଟିର ବେପାର ମାଡ଼ ଖାଇବାକୁ ଯାଉଥିବାରୁ ଦୀପାଳୀ ଓ ଭାଇ ବିଶାଲ କାଳେ ବିବ୍ରତ । ନବୀନ କୋଟେରୀ କାଳେ ସୁରକ୍ଷା ଦେଇ ପାରୁ ନାହାନ୍ତି । ବିଶାଲ ବେପାରକୁ ବଞ୍ଚାଇବା ପାଇଁ ଲାଗିଛନ୍ତି । ବିଶାଲ ଫସିଲେ, ଦୀପାଳୀ ବି ହଇରାଣ ହେବେ ବୋଲି କୁହାଯାଉଛି । ତେଣୁ ଛତିଶଗଡ଼ ପୋଲିସ ବିଶାଲଙ୍କୁ ଅଟକାଇ ଦେବାରୁ ବିଳାପ କଲେ ଦୀପାଳୀ । ଝାରସୁଗୁଡ଼ାରେ ଗଣମାଧ୍ୟମକୁ ଡାକି ନାନା କଥା କହିଲେ । ସେଥିରେ ହେଲା ନାହିଁ, ରାଜଧାନୀ ଆସି ଏଠାରେ ବି ଗଣମାଧ୍ୟମକୁ ମନଇଚ୍ଛା କଥା କହିଲେ । ଏହାକୁ ଦେଖି ଅନେକେ ପ୍ରଶ୍ନ କରୁଛନ୍ତି, ଦୀପାଳୀ ଏବେ ଭାରି ଆକ୍ଟିଭ । ଏହି ତତ୍ପରତା ଯଦି ବାପାଙ୍କ ହତ୍ୟା ବେଳେ ଦେଖାଇଥାନ୍ତେ, ହୁଏତ ଆଜି ହାରିବାକୁ ପଡ଼ି ନଥାନ୍ତା । ସେତେବେଳେ ଚୁପ କାହିଁକି ରହିଲେ ଦୀପାଳୀ? ଏପର୍ଯ୍ୟନ୍ତ ବି ବାପାଙ୍କ ହତ୍ୟାକାଣ୍ଡକୁ ନେଇ ନୀରବ ରହିଛନ୍ତି । ପୋଲିସ ଉପରେ ଦୋଷ ଲଦୁଛନ୍ତି, ସେହି ପୋଲିସର ତଦନ୍ତ ଉପରେ ପ୍ରଶ୍ନ କାହିଁକି ଉଠାଉ ନାହାନ୍ତି ଦୀପାଳୀ? ନବଙ୍କ ହତ୍ୟା ପଛର କୌଣସି କାରଣ ଏବେ ପର୍ଯ୍ୟନ୍ତ ପଦାକୁ ଆସିନାହିଁ? ବାସ୍ତବ କାରଣ ଜାଣିବାକୁ ଚାହୁଁ ନାହାନ୍ତି କି ଦୀପାଳୀ ଓ ବିଶାଲ? ନା ସେକଥା ଉଠାଇ ରାବଣର ଲଙ୍କାରେ ନିଆଁ ଲଗାଇବାକୁ ଡରୁଛନ୍ତି? ଏହାର ଉତ୍ତର ଦେବେ ତ ଦୀପାଳୀ ଓ ବିଶାଲ ନା ଚୁପ ରହିଯିବେ?


National

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ଆଜି ‘ଆୟୁଷ୍ମାନ୍’ MOU

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଖୁବ୍‌ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ଆରମ୍ଭ ହେବ ନୂଆ ଅଧ୍ୟାୟ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପାଦ ଆଗେଇବ ଓଡ଼ିଶା। କାରଣ ରାଜ୍ୟରେ ଖୁବ୍‌ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।


ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଥିପାଇଁ MoU ସ୍ୱାକ୍ଷରିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ମିଳିବ ସ୍ୱାସ୍ଥ୍ୟସେବା।


ଉଲ୍ଲେଖ ଯୋଗ୍ୟ, ରାଜ୍ୟ ସରକାର ଆସନ୍ତା ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା) ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ। ରାଜ୍ୟରେ ଏକ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ।


ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯,୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯୪୯ ପ୍ରକାର ମେଡିକାଲ ସେବାର ସୁବିଧା ରହିଛି।

ମେଡିକାଲରୁ ଡିସଚାର୍ଜ ହେବା ପରର ୧୫ ଦିନ ପର୍ଯ୍ୟାନ୍ତ ମଧ୍ୟ ନିଦାନ ଓ ମେଡିସିନ ସୁବିଧା ରହିଛି। ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଯିବ। ରାଜ୍ୟରେ ଉଭୟ ଯୋଜନାର ମିଶ୍ରଣ ହେଲେ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ଏବଂ ଆୟୁଷ୍ମାନ ଭାରତରେ ୩୩ ଲକ୍ଷ ପରିବାର ରହିବେ।

International,National

ଆସନ୍ତାକାଲି ଠାରୁ ବିଶ୍ୱର ସର୍ବ ବୃହତ ମହାକୁମ୍ଭ ଆରମ୍ଭ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସଙ୍ଗମ ନଗରୀ ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାପର୍ବ। ଶୁଭ ସୋମବାରରେ ମହାକୁମ୍ଭର ଶୁଭାରମ୍ଭ। ଏହି ମହାମେଳଣ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ବ୍ୟାପକ ପ୍ରସ୍ତୁତି। ସାଧୁସନ୍ଥଙ୍କ ବେଦଧ୍ବନିରେ ମୁଖରିତ ଗଗନ ପବନ। ମହାକୁମ୍ଭରେ ସାହି ସ୍ନାନ ପାଇଁ ବିଭିନ୍ନ ଆଖଡ଼ା ପକ୍ଷରୁ ଲକ୍ଷ ଲକ୍ଷ ସାଧୁ ଆସିଥିବା ବେଳେ, ଚର୍ଚ୍ଚାରେ ଅଛନ୍ତି ଭଳି କି ଭଳି ବେଶ ଓ ନାମ ଧାରୀ ବାବା। କାଲି ଅର୍ଥାତ ୧୩ ତାରିଖରୁ ମହାକୁମ୍ଭ ଆରମ୍ଭ ହେଉଥିବା ବେଳେ, ପବିତ୍ର ମକର ସଂକ୍ରାନ୍ତି ୧୪ ତାରିଖରେ ପ୍ରଥମ ଶାହି ସ୍ନାନ। ଗୋଟିଏ ବୁଡ଼ରେ ମୋକ୍ଷପ୍ରାପ୍ତିର ମହାସୁଯୋଗ। ଜନ୍ମ ଜନ୍ମର ପାପ ଧୋଇବାକୁ ପ୍ରସ୍ତୁତ ରହିଛି ପବିତ୍ର ତ୍ରିବେଣୀ ସଂଗମ। ଖାଲି ଏତିକି ନୁହେଁ, ୧୨ ବର୍ଷରେ ଥରେ ମହାକୁମ୍ଭ ପଡ଼ୁଥିଲେ ବି, କୁହାଯାଉଛି ଏଥର ୧୪୪ ବର୍ଷ ପରେ ଆସିଛି ପୁଷ୍ୟା ନକ୍ଷତ୍ରର ବିରଳ ସଂଯୋଗ। ତେଣୁ ଏଭଳି ଶୁଭକ୍ଷଣରେ ଶୁଭସ୍ନାନର ସୌଭାଗ୍ୟ ଲଭିବାକୁ, ଉତ୍ତରପ୍ରଦେଶ ପ୍ରୟାଗରାଜରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ମହାସମାଗମ। ଚଳିତ ମହାକୁମ୍ଭରେ ୧୩ଟି ଆଖଡ଼ାରୁ ୪୦ କୋଟି ସାଧୁସନ୍ଥଙ୍କ ଆଗମନ ଆଶା କରାଯାଉଛି । ମହାକୁମ୍ଭରେ ସାମିଲ ହେବାକୁ ବିଦେଶରୁ ବି ଆସିଛନ୍ତି ସାଧୁସନ୍ଥ ଓ ଶ୍ରଦ୍ଧାଳୁ । ତେବେ ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବିଶ୍ବର ଏହି ସର୍ବବୃହତ ଆଧାତ୍ମିକ ମେଳା ମହାକୁମ୍ଭ ।

State

ଉତ୍କର୍ଷ ଓଡ଼ିଶା' କାର୍ଯ୍ୟକ୍ରମରେ ହେବ ଷ୍ଟିଲ୍‌ ପ୍ଲାଣ୍ଟ : ମୁଖ୍ୟମନ୍ତ୍ରୀ

Blog Thumbnail

କେନ୍ଦୁଝର( ଦ କୁଇଭର ):- ମଙ୍ଗଳବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରାଠାରେ ଏକ ନବନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ହେବ । ଏଥିପାଇଁ ଭୁବନେଶ୍ୱରରେ ଆଗାମୀ ୨୮-୨୯ ତାରିଖରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଏକ ଚୁକ୍ତିନାମା (MoU) ସ୍ବାକ୍ଷରିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝରର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ।"


ଝୁମ୍ପୁରାଠାରେ ଉଦଘାଟିତ ଏହି ନବନିର୍ମିତ ସେତୁଟି ଯୋଗାଯୋଗ ପାଇଁ ସହାୟକ ହେବ । ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି । ଏହାଦ୍ବାରା ଝୁମ୍ପୁରା ଓ ଶ୍ରୀରାମପୁର ଗ୍ରାମ ଯୋଡ଼ି ହୋଇପାରିଛି । ଏହାଦ୍ବାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫ ହଜାରରୁ ୧୦ ହଜାର ଲୋକ ଉପକୃତ ହେବେ । ଏହି ସେତୁର ଦୈର୍ଘ୍ୟ ୬୭ ମିଟର ଓ ଆପ୍ରୋଚ୍ ରୋଡ୍‌ ୧୭୫ ମିଟର । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ରାଇକଳା ସ୍ଥିତ ବାସଭବନ ଯାଇ କିଛି ସମୟ କଟାଇଥିଲେ । ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

Politics

ଧରିବେ ନା ଡିଲ କରିବେ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ରାଜ୍ୟ ସରକାରଙ୍କ ବେଙ୍ଗଳାପକା ରାଜନୀତି ଏବେ ଚର୍ଚ୍ଚାରେ ରହିଛି । କେଉଁ ବିଭାଗର କଥାକୁ କେଉଁ ମନ୍ତ୍ରୀ କହୁଛନ୍ତି ତାହା କେହି ବୁଝି ପାରୁ ନାହାନ୍ତି । ଯାହା ହେଉ, ପୂର୍ବର ନବୀନ ସରକାରରେ ତ ମନ୍ତ୍ରୀ ମାନେ କଥା ହିଁ କହୁନଥିଲେ । ସଚିବଙ୍କ ଚିରକୁଟ ପାଇବା ପରେ କଥା ବାହାରୁଥିଲା । ତାହା ପୁଣି ମାପଚୁପରେ । ବିଜେପି ସରକାର ଆସିବା ପରେ ଏମାନେ ବାଡ଼ ବତା ମାନୁ ନାହାନ୍ତି । ମନଇଚ୍ଛା କହି ଚାଲୁଛନ୍ତି । ଏଇ ଯେମିତି ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି କଥା ସ୍ୱାସ୍ଥ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଲେ, ବିଏସକେୱାଇ ଦୁର୍ନୀତିର ତଦନ୍ତ କରାଯିବ । ଉପଯୁକ୍ତ ପଦକ୍ଷେପ ହେବ । ଏହା ସ୍ୱାଗତ ଯୋଗ୍ୟ ନିଶ୍ଚିତ । ଆଇନମନ୍ତ୍ରୀଙ୍କ ଏହି କଥା ପରେ ଜାଲିଆ ଡାକ୍ତରଖାନା ମାଲିକମାନେ ଛାନିଆ ହେଲେଣି । ହେଲେ ଏହି ଘୋଷଣା ଦ୍ୱାରା ବାସ୍ତବରେ ଦୁର୍ନୀତିକୁ ଏ ସରକାର ଧରିବେ ନା ଜାଲିଆ ଡାକ୍ତରଖାନା ମାଲିକ ମାନଙ୍କ ସହ ଡିଲ କରି କମିଶନ ପକ୍କା କରିବେ?

ବିଏସକେୱାଇ ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇଥିଲା ବ୍ୟାପକ ଦୁର୍ନୀତି । ସାମାନ୍ୟ ଥଣ୍ଡା ପାଇଁ ଲକ୍ଷଲକ୍ଷ ଟଙ୍କା ବିଲ ନିଆଯାଉଥିଲା । ନାନା ଟେଷ୍ଟ କରି ରୋଗୀଙ୍କ କାର୍ଡକୁ ଖାଲି କରିଦେଉଥିଲେ । ଅଧିକାଂଶ ଡାକ୍ତରଖାନା ଗୁଡ଼ିକ ବିଏସକେୱାଇ କାର୍ଡରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ରୋଗୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରିଛନ୍ତି । ସାଥ ଦେଇଛନ୍ତି ବଡ଼ ବଡ଼ ଅଫିସର ଓ ରାଜନେତାମାନେ । କମିଶନ ନେଇ ସେମାନେ ବି ଲୁଟେଇଛନ୍ତି ସରକାରୀ ଧନ । କୋଭିଡ ଅନୁଦାନ ତ ହରିଲୁଟ ହୋଇଛି । ରାଉରକେଲାର ଏକ ଘରୋଇ ହସ୍ପିଟାଲ ୮୦କୋଟି ଗିଳିଥିବା କୁହାଯାଉଛି । ସେହିପରି ରାଜଧାନୀର ଦୁଇ ବଡ଼ ବଡ଼ିଆଙ୍କ ବଡ଼ ହସ୍ପିଟାଲ ଓ ଜଣେ ଅଣଓଡ଼ିଆଙ୍କ ବଡ଼ ହସ୍ପିଟାଲ ତ ଶହଶହ କୋଟି ଗିଳି ଦେଇଛନ୍ତି । ବୋପା ସମ୍ପତ୍ତି ଭଳି ସରକାରୀ ଟଙ୍କାକୁ ଲୁଟେଇଥିଲେ ପୂର୍ବ ସରକାରର ବାବୁମାନେ । ସେମାନଙ୍କ ଦେହରେ ହାତ ମାରିବାର ଦମ ଏ ସରକାରରବି ନାହିଁ ବୋଲି କୁହାଯାଉଛି । କାରଣ ସେହି ହସ୍ପିଟାଲ ମାଲିକମାନେ ବିଜେପିର କେନ୍ଦ୍ର ଠୁ ରାଜ୍ୟ ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ପାଳୁତ କରି ରଖିଛନ୍ତି ।

ବିଏସକେୱାଇର ସ୍ଥିତି ବି ସେମିତି । ଯାହାର ତଦନ୍ତ ଜରୁରୀ । ଏଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କିଛି କହିନଥିବା ବେଳେ ଆଜି ଆଇନମନ୍ତ୍ରୀ ତଦନ୍ତ କରାଯିବାକୁ କହିଛନ୍ତି । ଏହି ଘୋଷଣା ପରେ ଜାଲିଆତି କରିଥିବା ଡାକ୍ତରଖାନା ମାଲିକମାନେ ଭୟ ନିଶ୍ଚିତ କରିବେ । ହେଲେ ଏ ସରକାର ଦୁର୍ନୀତିର ତଦନ୍ତ କରି ସରକାରୀ ତହବିଲକୁ କିଛି ଫେରାଇବ ନା, ତଦନ୍ତ ନାମରେ କମିଶନ ଫିକ୍ସ କରି ତଦନ୍ତକୁ ବାଟବଣା କରିବ? ଏମିତି ପ୍ରଶ୍ନ ଏବେ ଜୋର ଧରିଲାଣି । କାରଣ ଏ ସରକାର ଯେତିକି ଘଟଣା ଉପରେ ତଦନ୍ତ କରିବାକୁ ଘୋଷଣା କଲାଣି, ବିଶେଷ କରି ଆଇନମନ୍ତ୍ରୀଙ୍କ ତଦନ୍ତ ଘୋଷଣାର ତାଲିକା ଦେଖିଲେ ସରକାର କେବଳ ଏକ ତଦନ୍ତ ବିଭାଗ ଖୋଲି ଜଣକୁ ସଚିବ କରିବେ । ଅନ୍ୟଥା ଏହା କେବଳ କମିଶନ କାରବାର ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମାଣିତ ହେବ । ଦେଖାଯାଉ ସ୍ୱାସ୍ଥ୍ୟ ଦୁର୍ନୀତିର ତଦନ୍ତ ହେଉଛି ନା କମିଶନ ନେଇ ସରକାର ଚୁପ ବସୁଛନ୍ତି?


State

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ : ଘୋଷଣା କଲେ ନିର୍ମାଣ ହେବ ସ୍ଥାୟୀ ରଂଗମହଲ

Blog Thumbnail

ବରଗଡ଼( ଦ କୁଇଭର ):- ୭୭ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ବଡ଼ ଘୋଷଣା କରି କହିଛନ୍ତି ଯେ , " ଧନୁଯାତ୍ରାର ଅନୁଦାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଉଛି। ପୂର୍ବରୁ ଏହି ରାଶି ୧୦ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ତା' ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଂସ ମହାରାଜଙ୍କ ମଞ୍ଚରୁ ଉଦ୍‌ବୋଧନ ଦେଇ କହିଛନ୍ତି, ବରଗଡ଼ ସହରରେ ଚିତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣ କରାଯିବ । ଏଥି ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ହେବ । ଜିରା ନଦୀରେ ୮୦ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ନିର୍ମାଣ କରାଯିବ। ସେହିପରି ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜନଶୁଣାଣି କେବଳ ଭୁବନେଶ୍ବରରେ ସୀମତି ରହିବ ନାହିଁ l ଭୁବନେଶ୍ବର ଭଳି ସମ୍ବଲପୁର ଓ ବରଗଡ଼ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଆୟୋଜନ ହେବ " l ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନୁଯାତ୍ରା ପାଇଁ ମଥୁରାନଗରୀର ମୁଖ୍ୟ ରାସ୍ତାରେ ହାତୀ ଉପରେ ବସି ମୁଖ୍ୟ ମଞ୍ଚକୁ ଯିବା ସମୟରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ହାତୀ ଉପରେ ବସିଥିବାର ବିରଳ ଦୃଶ୍ୟ ଜନସାଧାରଣଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେଇଛି।

National

ଜେଲ୍‌ରେ ଥିବା ସଂଗ୍ରାମୀଙ୍କୁ ମିଳିବ ପେନ୍‌ସନ୍‌ ସହିତ ମାଗଣା ଚିକିତ୍ସା ସୁବିଧା

Blog Thumbnail

ଦ କୁଇଭର ବ୍ୟୁରୋ :- ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନ୍‌ସନ୍‌ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି ବୋଲି ସୋମବାର ଗୃହ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ରାଜ୍ୟ ସରକାର, ବିଚାର କରିବା ପରେ, ଏମଆଇଏସଏ ଅଧୀନରେ ଥିବା ଓଡ଼ିଶା ରାଜ୍ୟରେ ଜେଲ୍‌ରେ ବନ୍ଦୀ ଥିବା ସଂଗ୍ରାମୀଙ୍କୁ ପେନସନ୍ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଡିଆଇଆର (ଡିଫେନ୍ସ ଅଫ୍ ଇଣ୍ଡିଆ ନିୟମ) କିମ୍ବା ଡିଆଇଏସଆଇଆର୍(ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଅଫ୍ ଇଣ୍ଡିଆ ନିୟମ) ଅନ୍ତର୍ଗତ ୧୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍‌ରେ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ମିଳିବ।


ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍‌ରେ ଥିବା ସଂଗ୍ରାମୀଙ୍କ ପାଇଁ ମାସକୁ ୨୦ ହଜାର ଟଙ୍କା ପେନସନ୍ ମଞ୍ଜୁର କରାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରେଜୋଲୁସନ ନମ୍ବର ୨୪୭୮୬/ଏଚ୍ ର ୨୧ ଅକ୍ଟୋବର ୨୦୦୯ ଏବଂ ୨୪ ଏପ୍ରିଲ୍ ୨୦୧୦ ତାରିଖର ଚିଠି ନଂ ୯୯୯୦/ ଏଚ୍ ରେ ଥିବା ବ୍ୟବସ୍ଥା ଅନୁଯାୟୀ ମାଗଣା ଚିକିତ୍ସା ଉପଲବ୍ଧ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ଏହି ସୁବିଧା ୧ ଜାନୁୟାରୀ ୨୦୨୫ ରୁ ଆରମ୍ଭ ହେବ।

Sports

ରାଜ୍ୟରେ ହେବ ୭୧ ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା

Blog Thumbnail

କଟକ( ଦ କୁଇଭର ):- ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ୭୧ ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା । ଆସନ୍ତା ଫେବୃଆରୀ ୨୦ ରୁ ୨୩ ପର୍ଯ୍ୟନ୍ତ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ କବାଡ଼ି ପ୍ରତିଯୋଗିତା । ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି ଏହି ମେଗା ସ୍ପୋର୍ଟସ ଇଭେଣ୍ଟ । ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀ l


ତେବେ ୨୦୧୭ ମସିହାରେ ଓଡ଼ିଶା କବାଡି ଆସୋସିଏସନ୍ ସଫଳତାର ସହ ୪୪ତମ ଜାତୀୟ ଜୁନିଅର କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା । ଏହାକୁ ଦୃଷ୍ଟିରେ ରଖି କବାଡି ଫେଡେରେସନ୍ ଚଳିତ ବର୍ଷ ଓଡ଼ିଶାକୁ ୭୧ତମ ସିନିୟର୍ ଜାତୀୟ ପୁରୁଷ କବାଡି ଆୟୋଜନ ପାଇଁ ସୁଯୋଗ ଦେଇଛି । ତେଣୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।

Education

ସ୍ଥଗିତ ହେଲା ନେଟ ପରୀକ୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଜାନୁଆରି ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ ହୋଇଛି । ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି । ଜାନୁଆରି ୧୫ ତାରିଖରେ ନେଟ୍ ପରୀକ୍ଷା ହେବାର ଥିଲା । ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ଜାନୁଆରୀ ୧୬ରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ହେବ । ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ୧୫ ଜାନୁଆରୀ ୨୦୨୫ରେ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ନୂତନ ତାରିଖ ସୂଚନା ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Politics

ବିଜେଡି ପୁରୁଖାଙ୍କ ଅକଲ ଗୁଡ଼ୁମ

Blog Thumbnail



ଭୁବନେଶ୍ୱର(ଦ କୁଇଭର): ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣି୍ରଗାହୀ ବିଜେଡି ମୁହଁରେ ତୁଣ୍ଡି ବାନ୍ଧି ଦେଲେ । ନବୀନ ସରକାରଙ୍କ ସମୟରେ ତାଙ୍କ ନାମରେ ହୋଇଥିବା ମାମଲାରୁ ନିଦେ୍ର୍ଦାଷରେ ଖଲାସ ହେବା ପରେ ପ୍ରଦୀପ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ବଡ଼ ପ୍ରଶ୍ନ ଉଠାଇଥିଲେ । ଏପରିକି ପାଣ୍ଡିଆନଙ୍କୁ ଖୁସି କରିବାକୁ ଯାଇ କିଛି ଆଇପିଏସ କରିଥିବା ଆଇନ ବାହାରର କାମ ଉପରେ ବି କେହି ଜବାବ ଦେଇ ପାରି ନାହାନ୍ତି । ପ୍ରଦୀପଙ୍କୁ କିପରି କାଉଣ୍ଟର କରାଯିବ ସେହି ବାଟ ଖୋଜୁଛି ବିଜେଡି । ପ୍ରଦୀପଙ୍କ ପ୍ରଶ୍ନର ଜବାବ ଏବେ ବି ଖୋଜା ଚାଲିଛି । କ’ଣ ରହିବ ଜବାବ ଆଉ କିଏ ଦେବ ଜବାବ ତାହା ବି ଧାର୍ଯ୍ୟ କରିପାରୁନି । ପୂରା ବିଜେଡି ଶିବିର ଅଡ଼ୁଆରେ ପଡ଼ିଯାଇଛି । ଦଳର ପୁରୁଖା ମାନଙ୍କ ଅକଲ ଗୁଡ଼ୁମ ହୋଇଯାଇଛି । ଦଳ ଭିତରେ କିଛି ଠିକ ଚାଲୁ ନଥିବାରୁ ଦଳର ନେତାମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ।

ବିଜେଡିରୁ ଆସି ବିଜେପିରେ ମିଶିବା ପରେ ବ୍ରହ୍ମପୁର ଏମପି ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେଡିରେ ଥିବା ବେଳେ ପ୍ରଦୀପଙ୍କୁ ନାନା ପ୍ରକାର ହଇରାଣ କରାଯାଇଥିଲା । ପ୍ରଦୀପଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା । ତାଙ୍କୁ ବଦନାମ କରାଯାଇଥିଲା । ମିଛ ମାମଲା କରାଯାଇଥିଲା । ଏପରି ଅନେକ ଅଭିଯୋଗ ଆଣିଥିଲେ ପ୍ରଦୀପ । ମାତ୍ର ସରକାରରେ ଥିବା ବିଜେଡି ସବୁକୁ ଉପେକ୍ଷା କରି ତାଙ୍କ ନାମରେ ମାମଲା କରି ଜେଲ ପଠାଇଥିଲା । ହେଲେ ନବୀନ ସରକାରଙ୍କ ପୋଲିସ ମାମଲାର ତଦନ୍ତ ବେଳେ କିଛି ବି ପ୍ରମାଣ ପାଇ ନଥିଲା । ଫଳରେ ପ୍ରଦୀପ ଏବେ ନିଦେ୍ର୍ଦାଷରେ ଖଲାସ ହେଲେ । ପ୍ରଦୀପ ଖଲାସ ହେବା ପରେ ତାଙ୍କ ନାମରେ କିଏ ଓ କାହିଁକି ମିଥ୍ୟା ମାମଲା କରିଥିଲା । ରାଜ୍ୟର କି କି ହାନୀ ବିଜେଡି କରିଛି ଓ କରିବାକୁ ଯୋଜନା କରିଛି, ସବୁ ଖୋଲିବା ଆରମ୍ଭ କରିଛନ୍ତି ।

ପ୍ରଦୀପଙ୍କ ବିରୋଧରେ ମାମଲା କରି ତାଙ୍କୁ ଜନବିରୋଧୀ ନେତା କହିଥିଲେ ନବୀନ । ଏବେ ମାମଲାରୁ ଖଲାସ ହେବା ପରେ ନବୀନଙ୍କ ଜନବିରୋଧୀ ଘୋଷଣା ମିଛ ବୋଲି ସ୍ପଷ୍ଟ ହୋଇଛି । ନବୀନ ମିଛ ଘୋଷଣା କରିଥିବାରୁ ସେ ଜନବିରୋଧୀ ନୁହେଁ କି ବୋଲି ବି ପ୍ରଶ୍ନ କଲେଣି ପ୍ରଦୀପ । ଏଥିସହ ତାଙ୍କ ପାଇଁ ଆଇନକୁ କିପରି ମୋଡ଼ି ମକଚି ଦିଆଗଲା, ତାହା ବି କହିଲେଣି । ଆଇପିଏସ ମାନେ କିପରି ବିଜେଡିର ହାତ ବାରିସି ହୋଇ କାମ କରୁଥିଲେ ସେକଥା କହି ବିଜେଡିର ଭାବମୂର୍ତ୍ତୀକୁ ବଦନାମ କରିଦେଲେଣି । ଆଗକୁ ନବୀନ-ପାଣ୍ଡିଆନଙ୍କ ଗୁମର ଖୋଲିବେ ବୋଲି ବି କହିଲେଣି । ପ୍ରଦୀପଙ୍କ ଏହି କଥାକୁ ବିଜେଡି ଜବାବ ଦେଇ ପାରୁନାହିଁ । ଦଳ ଭିତରେ ଏବେ ଟଣାଓଟରା ଚାଲିଲାଣି । କିଏ କହିବ ଓ କ’ଣ ଜବାବ ଦେବ? ଏକଥା ଭାବି ଭାବି ବିଜେଡି ପୁରୁଖାଙ୍କର ଅକଲ ଗୁଡ଼ୁମ ହୋଇଗଲାଣି । ଯଦି ପ୍ରଦୀପ ଗୁମର ଖୋଲିଲେ, ତେବେ ବିଜେଡି ଦୋହଲିଯିବ ବୋଲି ବେଳ ପ୍ରଦୀପ ନୁହନ୍ତି, ବିଜେଡିରୁ ଆସି ବିଜେପିରେ ବିଧାୟକ ହୋଇଥିବା ପ୍ରଶାନ୍ତ ଜଗଦେବ ବି କହିଲେଣି । ଏକଥାକୁ ବିଜେଡିର ଅନେକ ନେତା ବି ଭିତରେ ଭିତରେ ମାନିଲେଣି । ଏହାର ମୁକାବିଲା ରାସ୍ତା ପାଉନଥିବାରୁ ବିଜେଡି ଘାଣ୍ଟି ହେଉଛି । ଦେଖାଯାଉ ପ୍ରଦୀପ ନବୀନ-ପାଣ୍ଡିଆନଙ୍କ କେଉଁ ଗୁମରକୁ ଆଗ ଖୋଲୁଛନ୍ତି ଓ କି ପ୍ରଭାବ ପଡ଼ୁଛି?


Politics,State

ଟାଟା ପାୱାରକୁ ମାଡ଼ ଜରୁରୀ

Blog Thumbnail

ବ୍ରହ୍ମପୁର(ଦ କୁଇଭର): ଟାଟା ପାୱାର ଗ୍ରାହକ ଶୋଷଣ ବା ଲୁଟ ପାଇଁ ନୂଆ ରାସ୍ତା ବାହାର କରିଛି । ଡିଜିଟାଲ ମିଟର ଠିକ ଥିଲେ ମଧ୍ୟ ଖରାପ କରିଦେଇ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛି । ଏହାଦ୍ୱାରା ଗ୍ରାହକଙ୍କୁ ଅଧିକ ୨ ଶହରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ବିଜୁଳୀ ସମାନ ଜାଳିବେ, ହେଲେ ବିଲ ଦେବେ ଅଧିକ । ଏହାକୁ ଲୋକେ ବିରୋଧ କରୁଛନ୍ତି । ହେଲେ ଟାଟା ପାୱାର କାଳେ ରାଜ୍ୟ ବିଜେପି ସରକାର ସହ ଚୁକ୍ତି କରିଛି ଏହି ଲୁଟ ପାଇଁ । ତେଣୁ ରାଜ୍ୟ ସରକାର ଚୁପ ବସିଛନ୍ତି ଆଉ ଟାଟା ଲୁଟ ଆରମ୍ଭ କରିଛି । ଏପରି ଲୁଟକୁ ସାନଖେମୁଣ୍ଡିରେ ବିରୋଧ କରାଯାଇଛି । ଟାଟା ଅଧିକାରୀ ମାନଙ୍କୁ ଘେରାଉ କରି ରଖାଯାଇଥିଲା । ସେହିପରି ପୂର୍ବରୁ ପୁରୀ ଜିଲ୍ଲା ଗୋପରେ ମଧ୍ୟ ଗୋଡ଼େଇଥିଲେ । ପୁରୀରେ ଟାଟା ଅଧିକାରୀ ମାନଙ୍କୁ ଚପଲରେ ମାଡ଼ ଦେବାକୁ ବି କୁହାଯାଇଥିଲା । ତଥାପୀ ସେମାନେ ସ୍ମାର୍ଟ ମିଟର ମାଧ୍ୟମରେ ଗ୍ରାହକଙ୍କୁ ଲୁଟିବାକୁ ଲାଗି ପଡ଼ିଛନ୍ତି ।

ଏବେ ଆସିବା ପ୍ରସଙ୍ଗକୁ । ରାଜ୍ୟ ସରକାରଙ୍କ ଭିତ୍ତିଭୂମିକୁ ନେଇ ଟାଟା ପାୱାର ବିଜୁଳୀ କର ଆଦାୟରେ ଲାଗିଛି । ପୂର୍ବରୁ ଥିବା ମିଟରରେ ବିଜୁଳୀ ଚୋରୀ ହେଉଥିବାରୁ ଡିଜିଟାଲ ମିଟର ଲାଗିଲା । ସେହି ମିଟର ବେଶ ଭଲ କାମ କରୁଛି । ପ୍ରାୟତଃ ଚୋରୀର ଅଭିଯୋଗ ନାହିଁ । ଏହାବାଦେ ଟାଟା ପାୱାର ଯଦି ମାସେ କି ଦୁଇମାସ ବିଜୁଳୀ ବିଲ ବାକି ରହିଲା, ବିଜୁଳୀ କାଟି ଦେଉଛନ୍ତି । ସେଥିପାଇଁ ବିଜୁଳୀ ବିଲ ଆଦାୟ ବି ଠିକ ହେଉଛି । ହେଲେ ସେବା ମିଳୁନାହିଁ । ଆଜି ବି ପୂରୁଣା ଭିତ୍ତିଭୂମିରେ ସେବା ଦେଉଛି ଟାଟା । ଯେଉଁଥିରେ ବିଜୁଳୀ ପରିବହନ କ୍ଷତି ବଢ଼ୁଛି ଓ ସେହି କ୍ଷତି ଗ୍ରାହକଙ୍କ ମୁଣ୍ଡରେ ବୋଳୁଛି ।

ସେଥିରେ ମନ ଭରିଲାନି ଟାଟାର । ଏବେ ସ୍ମାର୍ଟ ମିଟର ଲଗାଇବାକୁ ଲାଗି ପଡ଼ିଲାଣି । ଏହା ହେଲେ ଗ୍ରାହକମାନେ ଲୁଟର ଶୀକାର ହେବେ । ସ୍ମାର୍ଟ ମିଟର ବାବଦରେ ତ ଟଙ୍କା ଦେବେ, ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଜୁଳୀ ବିଲ ଲୁଟ ହୋଇ ପାରିବ । ବିଲ ରିଡର ମାନେ କାରସାଦି କରି ସବୁ ବିଗାଡ଼ି ଦେବେ । ଯାହାକୁ ନେଇ ଏବେ ବିରୋଧ ବଢ଼ିଲାଣି । ଯଦି ଡିଜିଟାଲ ମିଟର ଠିକ ଅଛି, ତେବେ ସ୍ମାର୍ଟ ମିଟର କାହିଁକି ବୋଲି ପ୍ରଶ୍ନ କଲେଣି । ପୂର୍ବରୁ ଡିଜିଟାଲ ମିଟର ଲଗାଇବା ବାବଦକୁ ପ୍ରତିମାସ ୪୦ ଟଙ୍କା ଲେଖାଏ ୬୦ମାସ ନେଇଛନ୍ତି । ଏବେ ସ୍ମାର୍ଟ ମିଟର ମୂଲ୍ୟ ୭ହଜାର ଟଙ୍କା । ଡିଜିଟାଲ ମିଟର ଠିକ ଥିବା ବେଳେ ସ୍ମାର୍ଟ ମିଟର ବାବଦରେ ଗ୍ରାହକଙ୍କ ଉପରେ ୭ହଜାର ଟଙ୍କା ବୋଝ ପକାଇବ । ଏହାଦ୍ୱାରା ଟାଟା ପାୱାର ରାଜ୍ୟରୁ ପ୍ରାୟ ୧୫ଶହ କୋଟି ଟଙ୍କା ଲୁଟିନେବ । ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଲ ଶୋଷଣ ବି ସୁବିଧା ହେବ । ଏକଥାକୁ ନେଇ ଆମ ଆଦମୀ ପାର୍ଟି ତାର ଅଭିଯାନ ଚଳାଇଛି । ଟାଟା ବିରୋଧରେ ଆପର ଏହି ଅଭିଯାନ ଦ୍ୱାରା ଲୋକେ ତାତିଲେଣି । ଟାଟା ସିଧା ସଳଖ ଲୁଟ କରୁଛି । ଏହି ଲୁଟ ପଛରେ ବିଜେପି ସରକାରଙ୍କ ହାତ ଥିବା କୁହାଯାଉଛି । ପ୍ରତିମାସ ୩୦୦ ୟୁନିଟ ବିଜୁଳୀ ମାଗଣା ଦେବାକୁ କହି ସରକାରକୁ ଆସିଥିବା ବିଜେପି ମାଗଣା ନଦେଉ ପଛେ ଶୋଷଣ ତ ନକରୁ ବୋଲି ଲୋକେ କହୁଛନ୍ତି । ଦେଖାଯାଉ ବିଜେପି ସରକାର ଟାଟାକୁ ନିୟନ୍ତ୍ରଣ କରୁଛି ନା ଲୋକେ ଟାଟା ଅଧିକାରୀଙ୍କୁ ଗୋଡ଼େଇ ପିଟୁଛନ୍ତି?


State

ମା' ରାମଚଣ୍ଡୀ ମନ୍ଦିର କମିଟୀ ପକ୍ଷରୁ ବିଶ୍ଵଶାନ୍ତି ମହାଯଜ୍ଞରେ ଗୁରୁ ବାଗେଶ୍ୱର ବାବାଙ୍କୁ ଭଵ୍ୟ ସମ୍ବର୍ଦ୍ଧନା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ଆୟୋଜିତ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଛି । ପବିତ୍ର ମକର ସଂକ୍ରାନ୍ତି ପର୍ବରେ ଏହି ଯଜ୍ଞ ସମ୍ଭାର ପୂର୍ଣ୍ଣାହୁତି ହୋଇଯାଇଛି । ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞରେ ବାଗେଶ୍ୱର ଧାମ ର ପୂଜ୍ୟ ଗୁରୁଜୀ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ (ବାଗେଶ୍ୱର ବାବା ) ମୁଖ୍ୟ ଅତିଥି ରୂପେ ଭାଗ ନେଇଥିଲେ ।


ଏହି ଅବସରରେ ପୂଜ୍ୟ ଗୁରୁ ବାଗେଶ୍ୱର ବାବା ଙ୍କୁ ମା'ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଆନୁଷ୍ଠାନିକ ଭାବେ ପୁଷ୍ପମାଲ୍ୟ ସହ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ଓ ସଂଯୋଜକ କମଲ ପଣ୍ଡା ଙ୍କ ନେତୃତ୍ୱ ରେ ପୂଜା କମିଟୀ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟୀ ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଜୋତିର୍ବିଦ ଦୀପକ ଦାଶ, ସହ ସଂଯୋଜକ-ତୁଷାର ଶତପଥୀ, ଶିବରାମ ନାୟକ ଙ୍କ ଦ୍ୱାରା ବିଶାଳ ଧରଣର ପୁଷ୍ପ-ମାଲ୍ୟହାର ସହ ମା' ରାମଚଣ୍ଡୀ ଙ୍କ ପଟ୍ଟଚିତ୍ର, ଖଣ୍ଡୁଆ ପାଟ ଦେଇ ଗୁରୁଜୀଙ୍କୁ ସମର୍ପଣ କରିବା ପୂର୍ବକ ସମ୍ବର୍ଦ୍ଧନା କରି ଗୁରୁଜୀଙ୍କ ଠାରୁ ଆଶ୍ରିର୍ବାଦ ଲାଭ କରିଛନ୍ତି । ପୂଜା କମିଟୀ ର ସଭାପତି ଶ୍ରୀ ଅଜୟ କୁମାର ନାୟକ ଓ ଦିବାକର ନାୟକଙ୍କ ନେତୃତ୍ୱ ରେ ୫୧ ଜଣିଆ ପୂଜା କମିଟୀ ସଦଶ୍ୟ ମାନଙ୍କ ଦ୍ୱାରା ହଜାର ହଜାର ଭକ୍ତ ମାନଙ୍କୁ ସମ୍ପୂର୍ଣ୍ଣ ସେବା ଦେଇଥିଲେ । ଏନେଇ ବିଭିନ୍ନ ମହଲରେ କମିଟୀ ନେତ୍ତୃବର୍ଗ ଙ୍କୁ ସାଧୁବାଦ ଦିଆଯାଇଛି ।

National

ଓଡ଼ିଶାରେ ବଙ୍ଗାଳୀଙ୍କ ଗୁଣ୍ଡାରାଜ

Blog Thumbnail


ରାଜନଗର(ଦ କୁଇଭର): ଓଡ଼ିଶା ଭିତରେ ପଶି ଗୁଣ୍ଡାରାଜ କରିଛନ୍ତି ବଙ୍ଗାଳୀ । ବଙ୍ଗାଳୀ କି ବାଂଲାଦେଶୀ ତାହା ତ ସ୍ପଷ୍ଟ ହୋଇନାହିଁ, ତଥାପି ବଙ୍ଗାଳୀଙ୍କ ଗୁଣ୍ଡାଗିରି ଏବେ ସୀମା ପାର ହୋଇଛି । କେବଳ ଗୁଣ୍ଡାଗିରି କରିନାହାନ୍ତି, ବନ ବିଭାଗ ହେପାଜତରୁ ୯ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇ ପଳାଇଛନ୍ତି । ଆତ୍ମରକ୍ଷା ପାଇଁ ବନ ବିଭାଗ କର୍ମଚାରୀ ଗୁଳି ଚଳାଇ ନଥିଲେ, ପାଟ୍ରୋଲିଂ ଟ୍ରଲରକୁ ବୁଡ଼ାଇ ଦେଇଥାନ୍ତେ ବୋଲି ଜଣାପଡ଼ିଛି । ଏପରି ଗୁଣ୍ଡାଗର୍ଦ୍ଦି ଓଡ଼ିଶା ସୀମା ପ୍ରତି ସାଂଘାତିକ ବିପଦର ଆଶଙ୍କାକୁ ବଢ଼ାଇଛି ।

ଅଲିଭ ରିଡଲେ କଇଁଚଙ୍କ ପ୍ରଜନନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟାରଣ୍ୟରେ କଟକଣା ରହିଛି । ଏହି ଅଭୟାରଣ୍ୟରେ ମାଛ ନଧରିବାକୁ କଡ଼ା ନିଦେ୍ର୍ଦଶ ରହିଛି । ଆନ୍ତର୍ଜାତିକ ପରିବେଶ ସୁରକ୍ଷା ପାଇଁ ଏହାକୁ ସୁରକ୍ଷା ଦେଉଛି ବନ ବିଭାଗ । ହେଲେ ଏହି ଅଭୟାରଣ୍ୟରେ ଭଦ୍ରକ, ବାଲେଶ୍ୱର, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ବାଂଲାଦେଶର ଟ୍ରଲର ମାନେ ଆସି ମାଛ ଧରୁଛନ୍ତି । ଅନେକ ସ୍ଥାନୀୟ ମତ୍ସ୍ୟଜୀବୀ ଟ୍ରଲରରେ ବାଂଲାଦେଶୀମାନେ ଆସି ମାଛ ଧରୁଛନ୍ତି । ମାଛ ଧରିବା ବେଳେ ଶହଶହ କଇଁଚଙ୍କୁ ମାରି ଫିଙ୍ଗି ଦେଉଛନ୍ତି । ଅଭୟାରଣ୍ୟରେ ମାଛ ଧରାଯିବା ସମ୍ପର୍କରେ ବନ ବିଭାଗ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ କାଳରେ ଗୋଟିଏ ବାଲେଶ୍ୱରର ଟ୍ରଲର ସମେତ ପ୍ରାୟ ୯ଟି ଟ୍ରଲର ମାଛ ଧରୁଥିବା ଦେଖାଯାଇଥିଲା ।

ଇନ ବିଭାଗ ପକ୍ଷରୁ ଗୋଟିଏ ଟ୍ରଲରକୁ ଜବତ କରାଯାଇଥିଲା । ସେହି ଟ୍ରଲରର ଚାଳକ ଓ ଅନ୍ୟ ମାନଙ୍କୁ ଅଟକ ରଖିଥିଲା । ସେମାନଙ୍କ ଠାରୁ ଖବର ପାଇ ଅନ୍ୟ ଟ୍ରଲର ଗୁଡ଼ିକ ବନ ବିଭାଗର ପାଟ୍ରୋଲିଂ ବୋଟକୁ ଘେରିଗଲେ । ସେଥିରେ ଥିବା ବାଂଲାଦେଶୀ, ବଙ୍ଗାଳୀ ଓ ବାଲେଶ୍ୱର ଏବଂ ଭଦ୍ରକ ଚୁଡ଼ାମଣିର ମାଛଧରାଳିମାନେ ପାଟ୍ରୋଲିଂ ବୋଟକୁ ବୁଡ଼ାଇ ଦେବାକୁ ଉଦ୍ୟମ କଲେ । ଚାରିପଟୁ ଘେରିଯାଇ ସମୁଦ୍ର ଭିତରେ ବନ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । ବନ ବିଭାଗର ସହାୟତା ପାଇଁ ମେରାଇନ ଥାନା ପୋଲିସ ବି ପହଞ୍ଚି ପାରିନଥିଲା । ମେରାଇନ ଥାନାର ବୋଟ ଅଚଳ ଥିବାରୁ ସେମାନେ ଯାଇ ପାରିନଥିଲେ । ସମୁଦ୍ର ଭିତରେ ଏପରି ଆତଙ୍କରାଜରୁ ବଞ୍ଚିବା ପାଇଁ ବନ ବିଭାଗ ଅଧିକାରୀ ଫାଙ୍କ ଗୁଳି ଚାଳନା କରିଥିଲେ ।

ଏଥିରେ ମାଛ ମାଫିଆମାନେ ଭୟଭୀତ ହୋଇଥିଲେ ମଧ୍ୟ ବାଂଲାଦେଶୀମାନେ ବନ ବିଭାଗର ଟ୍ରଲରରେ ଅଟକ ଥିବା ୯ଜଣ ମାଛ ଧରାଳୀଙ୍କୁ ଉଠାଇ ନେଇ ପଳାଇଥିଲେ । ତେବେ ବନ ବିଭାଗ କେବଳ ଗୋଟିଏ ଟ୍ରଲର ଓ ଦୁଇଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ବାଂଲାଦେଶୀମାନେ ଓଡ଼ିଶା ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି କରୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗର ବାବୁମାନେ ଟଙ୍କା ନେଇ ମାଛ ମାଫିଆ ମାନଙ୍କୁ ସୁଯୋଗ ଦେଉଥିବାରୁ ସେଠାରେ ଏପରି ରିତିମତ ଚାଲିଛି । ଏହା ଏକ ପରିକଳ୍ପିତ ନାଟକ ବୋଲି କୁହାଯାଉଛି । ଦେଖାଯାଉ ବନ ବିଭାଗ ଗହୀରମଥା ଅଭୟାରଣ୍ୟକୁ ସୁରକ୍ଷା ଦେଇ ପାରୁଛି ନା ବାଂଲାଦେଶୀମାନେ ଏଠାରେ ଆତଙ୍କ ଚଳାଉଛନ୍ତି?


State,National

ମହାକୁମ୍ଭ ପାଇଁ ଓଡ଼ିଶାରୁ ଗଡୁଛି ସ୍ୱତନ୍ତ୍ର ଟ୍ରେନ

Blog Thumbnail

ଦ କୁଇଭର ବ୍ୟୁରୋ :- ମହାକୁମ୍ଭ ମେଳା ୨୦୨୫କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁ ଥିବା ମହାକୁମ୍ଭ ମେଳା ୨୦୨୫ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ ।


ତେବେ ପ୍ରୟାଗରାଜକୁ ଓଡିଶାରୁ ଯାତାୟାତ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ମଧ୍ୟରେ ' ଭୁବନେଶ୍ୱର -ତୁଣ୍ଡଲା- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ', ' ପୁରୀ -ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍', 'ଟିଟିଲାଗଡ- ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍', ' ବିଶାଖାପାଟନମ୍- ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍', 'ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍', 'ତିରୁପତି - ବନାରସ -ତିରୁପତି ସ୍ୱତନ୍ତ୍ର ଟ୍ରେନ୍', 'ନରସପୁର - ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍' ଆଦି ଟ୍ରେନ ଗୁଡିକ ଓଡିଶା ଦେଇ ପ୍ରୟାଗରାଜରେ ଅନୁଷ୍ଠିତ ହୋଉଥିବା ମହାକୁମ୍ଭ ଉପଲକ୍ଷେ ଯାତ୍ରା କରିବ l


ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ପାଇଁ ପ୍ରୟାଗରାଜ ଅଞ୍ଚଳରେ ରେଳ ବ୍ୟବସ୍ଥାକୁ ନେଇ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ରେଲଓ୍ବେ ବୋର୍ଡ ପକ୍ଷରୁ କୁମ୍ଭ ଓ୍ବାର ରୁମ୍ ଉଦଘାଟନ କରାଯାଇଛି । ଏହା ୨୪ ଘଣ୍ଟା କାର୍ଯ୍ୟ କରିବ । ଅନ୍ୟପଟେ ୯ଟି ରେଳ ଷ୍ଟେସନରେ ୧ ହଜାର ୧୭୬ଟି ସିସିଟିଭି ଲଗାଯାଇଛି । ଏହି ଓ୍ବାର ରୁମରୁ ସିସିଟିଭିଗୁଡିକ ଯାଞ୍ଚ କରାଯିବ ।