Banner Ad

କଂଗ୍ରେସକୁ ଟିୟରଗ୍ୟାସ

କଂଗ୍ରେସକୁ ଟିୟରଗ୍ୟାସ
Published by : Chinmay Pati
#National
Mar 28, 2025, 1:27 PM

ବୁବନେଶ୍ୱର(ଦ କୁଇଭର): ପ୍ରାୟ ୨୪ବର୍ଷ ପରେ ଦମ ଦେଖାଇଲା ରାଜ୍ୟ କଂଗ୍ରେସ । ଏମିତି ଦେଖାଇଲା ଯେ, ବିଜେପି ସରକାରକୁ ନାକେଦମ କରିଦେଲାଣି । ପୁଣି ପୁରୁଣା ଢ଼ାଞ୍ଚାରେ କାମ ଆରମ୍ଭ କରିଛି ଦଳ । ହୋ ହଲ୍ଲା କେବଳ ନୁହେଁ, ଧସ୍ତାଧସ୍ତି ଓ ମାଡ଼ପିଟକୁ ଓହ୍ଲାଇ ଆସିଛି । ପୋଲିସକୁ ମାଡ଼ ମାରିବା ପର୍ଯ୍ୟନ୍ତ ବି ଯାଇଛି । ଆଜି ପିସିସି ସଭାପତି ଭକ୍ତ ଦାସ କଂଗ୍ରେସର ଗରମ ଦେଖାଇ ଦେଇଛନ୍ତି । ଲୋୟର ପିଏମଜିରେ ରାଜ୍ୟର ପୂରା କଂଗ୍ରେସ ଏକଜୁଟ ହୋଇ ବିରୋଧ କରିଥିଲେ । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡ଼କୁ ଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ମୁକାବିଲା ହୋଇଥିଲା । ନିୟନ୍ତ୍ରଣ ପାଇଁ ପୋଲିସକୁ ପ୍ରଥମେ ପାଣି ଓ ପରେ ଟିୟରଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି । ପୂରା ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଛି ।

ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ବିରୋଧ କରିଥିଲା କଂଗ୍ରେସ । ବିଧାନସଭାରେ ବିବୃତ୍ତି ଦାବି କରିବା ସହ ଗୃହ କମିଟି ଗଠନ କରି ଅନୁଧ୍ୟାନ କରିବାକୁ ଦାବି କରିଥିଲା । ଦାବିଟି ଅଯଥାର୍ଥ ନୁହେଁ । ମାତ୍ର ବିଜେପି ସରକାର ଏହାକୁ ଗ୍ରହଣ କରିଲେ ନାହିଁ । ନାରୀ ଅସୁରକ୍ଷିତ ୯ମାସରେ ହୋଇ ନାହାନ୍ତି । ବିଜେଡି ସମୟରୁ ନାରୀ ଅପରାଧ ଓ ହିଂସା ବଢ଼ି ଆସିଛି । ଏବେକା ସରକାର ନିୟନ୍ତ୍ରଣ ପାଇଁ ଲାଗିଛନ୍ତି । ଏମିତି ବାଦ ବିବାଦ ମଧ୍ୟରେ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇଲା । ଗୃହ ଚଳାେଇ ଦେଲେ ନାହିଁ କଂଗ୍ରେସର ବିଧାୟକମାନେ । କଂଗ୍ରେସର ଦାବି ବିଜେଡିର ପେଣ୍ଟ ଖୋଲୁଛି । ଦୀର୍ଘ ୨୪ବର୍ଷ ଧରି କ୍ଷମତାର ଲଡ଼ୁ ଖାଇଥିବା ବିଜେଡି ଏବେ ଲଡ଼ୁ ହରାଇବା ପରେ ବିରୋଧ କରୁଛି । ନିଜ ସରକାରର ସବୁ ଦୋଷ ମୋହନ ସରକାରଙ୍କ ମୁଣ୍ଡରେ ବୋଳିବାକୁ ବସିଛି । ବିଜେଡି ସିଧା ଦାବି କଲେ ଲୋକେ ନୀଳବର୍ଣ୍ଣ ଶୃଗାଳ ବୋଲି ଧରିଦେବେ । ସେଥିପାଇଁ ବିଜେଡି କଂଗ୍ରେସକୁ କାଳେ ଆୟୁଧ କରିଛି ।

କଂଗ୍ରେସକୁ ଦେଇ ବିରୋଧ ଓ ଆନେ୍ଦାଳନ କରୁଛି । ପଛରେ ଛିଡ଼ା ହୋଇଛି ବିଜେଡି । ଏପରିକି କାଳେ ବିଜେଡିର ସବୁ ପ୍ରୋତ୍ସାହନ କଂଗ୍ରେସ ପାଇଁ ଅଛି । ବିଜେଡି ସମୟରେ ଦିନେ କାଳେ ଏତେ ସଂକ୍ୟକ କର୍ମୀ ରାଜଧାନୀ ଆସୁନଥିଲେ । ଏବେ ଭକ୍ତଙ୍କ ଡାକରାରେ ପ୍ରତି ଜିଲ୍ଲାରୁ କର୍ମୀ କିପରି ଆସିଲେ । କାହା ପ୍ରୋତ୍ସାହନରେ କଂଗ୍ରେସ ଏତେ ବଳ ପାଇଗଲା । ଏମିତି ଚର୍ଚ୍ଚା ଚାଲିଥିବା ବେଳେ ଆଜି ବିଧାନସଭା ଘେରାଉ କରୁଛି କଂଗ୍ରେସ । ସାରା ରାଜ୍ୟରୁ କର୍ମୀଙ୍କୁ ଡକାଇଛି । ଲୋୟର ପିଏମଜିରେ ସମସ୍ତେ ଏକଜୁଟ ହୋଇଛନ୍ତି । ସାମିଲ ହୋଇଛନ୍ତି ଦଳର ସବୁ ବଡ଼ ବଡ଼ ନେତା । ଅଲୋଡ଼ା ହୋଇ ପଡ଼ିଥିବା କଂଗ୍ରେସ ନେତା ବି ଖଦଡ଼ ପିନ୍ଧି ହାଜର । ଟାର୍ଗେଟ ବିଜେପିକୁ ନାକେଦମ କରିବା ।

କରୁଛନ୍ତି ମଧ୍ୟ । ରାଜ୍ୟ ସାରା କଂଗ୍ରେସ ଦେଖାଇଛି ତାର ଦମ । ଆଜି ବିଧାନସଭା ଆଡ଼କୁ ବଢ଼ୁଥିଲା କଂଗ୍ରେସ ଆନେ୍ଦାଳନ । ବାଟରେ ପୋଲିସ ରୋକିବାରୁ ମୁକାବିଲା ହେଲା । ରଣକ୍ଷେତ ପାଲଟିଗଲା । ପୋଲିସ ସହ ଧସ୍ତାଧସ୍ତି ଚାଲିଲା । ଗତ ୩ଦିନ ଧରି କଂଗ୍ରେସ ସିଧା ପୋଲିସ ସହ ମୁକାବିଲା କରୁଛି । ଆଜି ବି ଚାଲିଲା । ପୋଲିସ ନିୟନ୍ତ୍ରଣ ବାହାକୁ କଂଗ୍ରେସ ଯିବାରୁ ପ୍ରଥମେ ପାଣି ମାଡ଼ କରିଥିଲା । ମାତ୍ର କଂଗ୍ରେସ କର୍ମୀମାନେ ଆହୁରି ତାତିଲେ । ଶେଷରେ ଲୁହବୁହା ଗ୍ୟାସ ପ୍ରୟୋଗ କରି କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇଛି । ହେଲେ କଂଗ୍ରେସ କର୍ମୀମାନେ ଆନେ୍ଦାଳନ ଜାରି ରଖିଛନ୍ତି । ଏତେ ଦିନ ପରେ କଂଗ୍ରେସ ରାଜ୍ୟରେ ତାର ବଡ଼ ଉପସ୍ଥିତି ଦେଖାଇଛି । ହେଲେ ଏହା ନିଜ ବଳରେ ନା, ଉଧାରୀରେ ଚାଲିଛି? ଯଦି ଉଧାରୀରେ ତେବେ କେତେଦିନ ଚଳାଇବ କଂଗ୍ରେସ? ଏମିତି ପ୍ରଶ୍ନ ଜୋର ହେଲାଣି । ଦେଖାଯାଉ କଂଗ୍ରେସ ତାର ଆଭିମୁଖ୍ୟକୁ ଆହୁରି ଶାଣିତ କରୁଛି ନା ଝଲକ ଦେଖାଇ ଦେଇ ନୀରବ ବସୁଛି?


Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଛୁରାମାଡ଼ରେ ଯୁବକ ମୃତ,ଆକ୍ରମଣକାରୀ ବାପା-ପୁଅ କୋର୍ଟ ଚାଲାଣ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଚାଲିଥିବା ବେଲଗାଁ ଦଣ୍ଡ ନାଚ ଯାତ୍ରାରେ ଯାତ୍ରା ଅଧିକାରୀଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଜଗଦୀଶ ପୂର୍ବରୁ ଏହି ଦଣ୍ଡନାଚରେ କାମ କରୁଥିଲେ । ଭୋଗ କହିବାକୁ ନେଇ ଯାତ୍ରା ଅଧିକାରୀ ,ତାଙ୍କ ପୁଅଙ୍କ ସହ ଜଗଦୀଶଙ୍କ ବଚସା ହୋଇଥିଲା ।ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।ଛୁରାମାଡ଼ରେ ଜଗଦୀଶଙ୍କ ବେକରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ଜଗଦୀଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।ଚିକିତ୍ସିତ ଅବସ୍ଥାରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳ ଓ ମେଡ଼ିକାଲରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଥାନା ଅଧିକାରୀ ବାବା ଶଙ୍କର ସରଫ ଘଟଣା ସ୍ଥଳରୁ ଆକ୍ରମଣକାରୀ ବାପା ଓ ପୁଅକୁ କାବୁ କରିଛି । ଥାନାରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l

Education

ଆଜି ଖଡ଼ିଛୁଆଁ ଦିବସ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଖଡ଼ିଛୁଆଁ ଦିବସ। ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବରଙ୍ଗପୁରରେ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସାମିଲ ହେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଆ ପକ୍ଷ ପାଇଁ ଏଥର ୧୪ ଦିନରେ ୧୪ କାର୍ଯ୍ୟକ୍ରମ ରଖିଛନ୍ତି ସରକାର। ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ପିଲାମାନେ ଖଡିଛୁଇଁ ପାଠପଢା ଆରମ୍ଭ କରିବେ । ଭୁବନେଶ୍ବରରେ ବରଗଡ଼ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦିବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

Politics,State

ଚାନ୍ଦା ନେଉଥୁଲେ ନବୀନଙ୍କ ମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :-:ବୀନଙ୍କ ମନ୍ତ୍ରୀ କଣ ଥିଲେ ଲାଞ୍ଚୁଆ ? ଲାଞ୍ଚ ନେଇ ନିଜର ତହବିଲ ବଢ଼ାଉଥୁଲେ କି ? ଆୟ ତ ନଥିଲା, ଆୟ କର ବି ତ ଦେଖାଉନଥିଲେ । ଏତେ ଟଙ୍କା ଆସିଲା କେମିତି ନବୀନ ବାବୁଙ୍କ ମନ୍ତ୍ରୀଙ୍କ ପାଖରେ । ନବୀନ ବାବୁଙ୍କ ମନ୍ତ୍ରୀ ଚାନ୍ଦା ନେଉଥୁଲେ । ଏମିତି ବି ଚର୍ଚ୍ଚା ଜୋର ଧରିଛି । ଏମିତି କଥା ଆମେ ଫାଙ୍କାରେ କହିନୁ ବା ତାଙ୍କୁ ବଦନାମ କରିବା ପାଇଁ ବି କୁହାଯାଉନାହିଁ । ଠୋସ ପ୍ରମାଣ ଆସିଛି । ଆଉ ପ୍ରମାଣ ନିଜେ ଦେଇଛି ସାଇବର କ୍ରାଇମ ଥାନା । ସେ କାଳେ ଅନଲାଇନ ଟ୍ରେଡିଙ୍ଗରେ ୧ କୋଟି ୪୦ ଲକ୍ଷ ଟଙ୍କା ଲୁଟର ଶିକାର ହୋଇଛନ୍ତି । ସାଇବର ଅପରାଧୀମାନେ ତୁଷାରଙ୍କ ଏକାଉଣ୍ଟରୁ ୧ କୋଟି ୪୦ ଲକ୍ଷ ଟଙ୍କା ନେଇଯାଇଥିଲେ । ଏବେ ସେମାନଙ୍କୁ ଗିରଫ କରାଯାଇଛି । ୧୯ ଲକ୍ଷ ଟଙ୍କା ଉଦ୍ଧାର ବି କରାଯାଇଛି ।


ଏବେ ଆସିବା ପ୍ରସଙ୍ଗକୁ, ଆମେ ଏଠି କହୁଛୁ ନବୀନ ବାବୁଙ୍କର ପୂର୍ବତନ ଗୃହ ଏବଂ କ୍ରୀଡା ମନ୍ତ୍ରୀ ତଥା ଏବେକାର କାକଟ ପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କ କଥା । ନିର୍ବାଚନ ବେଳେ ଦାଖଲ କରିଥିବା ତାଙ୍କ ଆପି ଡେଭିଟକୁ ଦେଖିବା ତାଙ୍କର ସମ୍ପତି ଏତେ ନୁହେଁ । ବର୍ତମାନ ଦରମା ଲକ୍ଷେ ଟଙ୍କା । ସେ ବିଧାୟକ ହେବା ପୂର୍ବରୁ ବି ତାଙ୍କ ଆୟ ଦେଖାଉନଥିଲେ । ମନ୍ତ୍ରୀ ହେଲାପରେ ବି ଆୟ ଦେଖାଉନଥିଲେ । ଗତ ନିର୍ବାଚନରେ ଯାହା ଦାଖଲ କରିଛନ୍ତି, ତାଙ୍କ ଆୟ ପ୍ରମାଣ ସେଥିରେ କୌଣସି ପ୍ରକାର ଏତେ ତାଙ୍କର ଜମି ଦେଖାଯାଇ ନାହିଁ । ଏବେ ତାଙ୍କ ଏକାଉଣ୍ଟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଖୋଦ ସାଇବର କ୍ରାଇମ ଅଧିକାରୀ ମାନେ କହୁଛନ୍ତି । ସେ ବି ମାନୁଛନ୍ତି ।


କିନ୍ତୁ ପ୍ରଶ୍ନ ହେଉଛି, ଏତେ ଟଙ୍କା ତୁଷାରଙ୍କ ପାଖରୁ ଆସିଲା କେଉଁଠୁ ? ତାଙ୍କ ଏକାଉଣ୍ଟକୁ ଏତେ ପଇସା ଦେଲା କିଏ ? କେଉଁ ସ୍ଥାନରୁ ସେ ପଇସା ଆଣିଲେ ? ଅବଶ୍ୟ ପୂର୍ବତନ ମନ୍ତ୍ରୀ ହିସାବରେ ସେ ପଇସାକୁ ଏପଟ ସେପଟ କରିବାରେ କିଛି ବଡ଼ କଥା ନୁହେଁ । କୌଣସି ପ୍ରକାର ଧାର ଆଣିଥିବା ବି ଦେଖେଇ ଦେଇ ପାରନ୍ତି । କିନ୍ତୁ ବିଧାୟକ ଅନଲାଇନ ଟ୍ରେଂଡିଙ୍ଗ କରୁଛନ୍ତି, ତା ଧିଅରୁ ପଇସା ଆୟ କରୁଛନ୍ତି, ଏକଥା ତ ସମସ୍ତେ ଜାଣିବା ଦରକାର । ଯଦି ସେ କେଉଁଠୁ ଋଣ ବା ଧାର ଆଣିନଥାନ୍ତି । ତାହେଲେ କଣ ଚାନ୍ଦାରୁ ଆୟ କରିଛନ୍ତି ଏତେ ଟଙ୍କା । ଯାହାକୁ ଲୁଚେଇ ରଖିଥିଲେ । ମନ୍ତ୍ରୀ ପଦ ଯିବା ପରେ ଏବେ ବାହାର କରୁଛନ୍ତି ଗୁପ୍ତ ଧନକୁ । ଦେଖାଯାଉ ମୋହନ ସରକାର ତୁଷାରକାନ୍ତିଙ୍କ ସମ୍ପତି ଉପରେ ତଦନ୍ତ କରିବେ ନା ଚୁପଚାପ ରହିଯିବେ ।



State

ଏପ୍ରିଲ ପହିଲାରୁ ଭିଜିବ ଓଡ଼ିଶା

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାରୁ ହଟିଲା ହିଟୱେଭ ୱାର୍ଣ୍ଣିଂ । ଆଜିଠାରୁ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ କିମ୍ବା ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ମାର୍ଚ୍ଚ ୩୧ ଓ ଏପ୍ରିଲ ୧ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହେବ । ସେପଟେ ଏପ୍ରିଲ ୨ରୁ ୫ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପ୍ରିଲ ପହିଲାରୁ ରାଜ୍ୟରେ ବର୍ଷା ହେବ । ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୨ ତାରିଖରେ ମାଲକାନଗିରି ଓ କୋରାପୁଟରେ ବର୍ଷା ହେବ । ସେହିପରି ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ଧିରେ ଧିରେ ବୃଦ୍ଧି ପାଇବ । ୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ନବରଙ୍ଗପୁରରେ ବର୍ଷା ହେବ । ୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବା ସହ ୯ ଜିଲ୍ଲାରେ ବର୍ଷା ହେବ । ଜିଲ୍ଲା ଗୁଡ଼ିକ ହେଉଛି, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି । ତେବେ ଜିଲ୍ଲାଗୁଡ଼ିକରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

State

ଟ୍ରକରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

Blog Thumbnail

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ସହରର ୟୁନିଅନ ବ୍ୟାଙ୍କ ନିକଟରେ ଛିଡା ହୋଇଥିବା ଏକ ଆଳୁ, ପିଆଜ ବୋଝେଇ ଟ୍ରକରେ ଗତ ରାତିରେ କିଛି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଛନ୍ତି। ପାଖରେ ଥିବା ଗୋଦାମରେ ଖାଲି କରିବାକୁ ଡ୍ରାଇଭର ଜଣକ ଟ୍ରକକୁ ଲଗାଇ ଗାଡି ଭିତରେ ଶୋଇ ପଡିଥିଲେ। ମାତ୍ର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଏହା ଜାଣି ଟ୍ରକ ଡ୍ରାଇଭର ଓ ହେଲପର ମିଶି ନିଆଁ ଲିଭାଇଥିଲେ । ଦୁର୍ବୃତ୍ତ ମାନେ ଲୁଟ କରିବାକୁ ଆସି କାହାରିକୁ ନ ପାଇ ଏହି କାଣ୍ଡ ଘଟାଇଥିବା ଆଶଙ୍କା କରା ଯାଉଥିବା ବେଳେ ଏପରି ଦୁର୍ବୃତ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

Sports

୬ ରନରେ ହାରିଲା CSK

Blog Thumbnail

ଦ କୁଇଭର ବ୍ୟୁରୋ :- ଚେନ୍ନାଇ ବିପକ୍ଷ ମ୍ୟାଚରେ ରାଜସ୍ଥାନର ବଡ ବିଜୟ । ୨ଟି ମ୍ଯାଚ ପରାଜୟ ପରେ ଆଇପିଏଲରେ ବିଜୟର ଖାତା ଖୋଲିଲା ରାଦସ୍ଥାନ ରୟାଲ୍ସ । ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୧ ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ରନରେ ମାତଚ ଦେଇଛି ଆରଆର । ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଲା ନୀତିଶ ରଣାଙ୍କ ଲଢୁଆ ବ୍ୟାଟିଂ ଓ ଓ୍ବାନିଣ୍ଡୁ ହସରଙ୍ଗାଙ୍କ ଘାତକ ବୋଲିଂ । ସିଏସକେର ଆଇପିଏଲରେ ଏହା ଦ୍ବିତୀୟ ପରାଜୟ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୮୨ରନ କରିଥିଲା ରାଜସ୍ଥାନ । ଏହାପରେ ୧୮୩ ବିଜୟ ରନ୍‌ ଲକ୍ଷ୍ୟର ପିଛା କରି ୨୦ ଓଭରରେ ୬ଓ୍ବିକେଟ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା ଚେନ୍ନାଇ ।ସିଏସକେର ଏହା ଦ୍ବିତୀୟ ପରାଜୟ । ଉଭୟ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏରେ ବିଜୟ ଓ ୨ଟିରେ ପରାଜିତ ହୋଇଛନ୍ତି ।

National

କଂଗ୍ରେସକୁ ଟିୟରଗ୍ୟାସ

Blog Thumbnail

ବୁବନେଶ୍ୱର(ଦ କୁଇଭର): ପ୍ରାୟ ୨୪ବର୍ଷ ପରେ ଦମ ଦେଖାଇଲା ରାଜ୍ୟ କଂଗ୍ରେସ । ଏମିତି ଦେଖାଇଲା ଯେ, ବିଜେପି ସରକାରକୁ ନାକେଦମ କରିଦେଲାଣି । ପୁଣି ପୁରୁଣା ଢ଼ାଞ୍ଚାରେ କାମ ଆରମ୍ଭ କରିଛି ଦଳ । ହୋ ହଲ୍ଲା କେବଳ ନୁହେଁ, ଧସ୍ତାଧସ୍ତି ଓ ମାଡ଼ପିଟକୁ ଓହ୍ଲାଇ ଆସିଛି । ପୋଲିସକୁ ମାଡ଼ ମାରିବା ପର୍ଯ୍ୟନ୍ତ ବି ଯାଇଛି । ଆଜି ପିସିସି ସଭାପତି ଭକ୍ତ ଦାସ କଂଗ୍ରେସର ଗରମ ଦେଖାଇ ଦେଇଛନ୍ତି । ଲୋୟର ପିଏମଜିରେ ରାଜ୍ୟର ପୂରା କଂଗ୍ରେସ ଏକଜୁଟ ହୋଇ ବିରୋଧ କରିଥିଲେ । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡ଼କୁ ଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ମୁକାବିଲା ହୋଇଥିଲା । ନିୟନ୍ତ୍ରଣ ପାଇଁ ପୋଲିସକୁ ପ୍ରଥମେ ପାଣି ଓ ପରେ ଟିୟରଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି । ପୂରା ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଛି ।

ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ବିରୋଧ କରିଥିଲା କଂଗ୍ରେସ । ବିଧାନସଭାରେ ବିବୃତ୍ତି ଦାବି କରିବା ସହ ଗୃହ କମିଟି ଗଠନ କରି ଅନୁଧ୍ୟାନ କରିବାକୁ ଦାବି କରିଥିଲା । ଦାବିଟି ଅଯଥାର୍ଥ ନୁହେଁ । ମାତ୍ର ବିଜେପି ସରକାର ଏହାକୁ ଗ୍ରହଣ କରିଲେ ନାହିଁ । ନାରୀ ଅସୁରକ୍ଷିତ ୯ମାସରେ ହୋଇ ନାହାନ୍ତି । ବିଜେଡି ସମୟରୁ ନାରୀ ଅପରାଧ ଓ ହିଂସା ବଢ଼ି ଆସିଛି । ଏବେକା ସରକାର ନିୟନ୍ତ୍ରଣ ପାଇଁ ଲାଗିଛନ୍ତି । ଏମିତି ବାଦ ବିବାଦ ମଧ୍ୟରେ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇଲା । ଗୃହ ଚଳାେଇ ଦେଲେ ନାହିଁ କଂଗ୍ରେସର ବିଧାୟକମାନେ । କଂଗ୍ରେସର ଦାବି ବିଜେଡିର ପେଣ୍ଟ ଖୋଲୁଛି । ଦୀର୍ଘ ୨୪ବର୍ଷ ଧରି କ୍ଷମତାର ଲଡ଼ୁ ଖାଇଥିବା ବିଜେଡି ଏବେ ଲଡ଼ୁ ହରାଇବା ପରେ ବିରୋଧ କରୁଛି । ନିଜ ସରକାରର ସବୁ ଦୋଷ ମୋହନ ସରକାରଙ୍କ ମୁଣ୍ଡରେ ବୋଳିବାକୁ ବସିଛି । ବିଜେଡି ସିଧା ଦାବି କଲେ ଲୋକେ ନୀଳବର୍ଣ୍ଣ ଶୃଗାଳ ବୋଲି ଧରିଦେବେ । ସେଥିପାଇଁ ବିଜେଡି କଂଗ୍ରେସକୁ କାଳେ ଆୟୁଧ କରିଛି ।

କଂଗ୍ରେସକୁ ଦେଇ ବିରୋଧ ଓ ଆନେ୍ଦାଳନ କରୁଛି । ପଛରେ ଛିଡ଼ା ହୋଇଛି ବିଜେଡି । ଏପରିକି କାଳେ ବିଜେଡିର ସବୁ ପ୍ରୋତ୍ସାହନ କଂଗ୍ରେସ ପାଇଁ ଅଛି । ବିଜେଡି ସମୟରେ ଦିନେ କାଳେ ଏତେ ସଂକ୍ୟକ କର୍ମୀ ରାଜଧାନୀ ଆସୁନଥିଲେ । ଏବେ ଭକ୍ତଙ୍କ ଡାକରାରେ ପ୍ରତି ଜିଲ୍ଲାରୁ କର୍ମୀ କିପରି ଆସିଲେ । କାହା ପ୍ରୋତ୍ସାହନରେ କଂଗ୍ରେସ ଏତେ ବଳ ପାଇଗଲା । ଏମିତି ଚର୍ଚ୍ଚା ଚାଲିଥିବା ବେଳେ ଆଜି ବିଧାନସଭା ଘେରାଉ କରୁଛି କଂଗ୍ରେସ । ସାରା ରାଜ୍ୟରୁ କର୍ମୀଙ୍କୁ ଡକାଇଛି । ଲୋୟର ପିଏମଜିରେ ସମସ୍ତେ ଏକଜୁଟ ହୋଇଛନ୍ତି । ସାମିଲ ହୋଇଛନ୍ତି ଦଳର ସବୁ ବଡ଼ ବଡ଼ ନେତା । ଅଲୋଡ଼ା ହୋଇ ପଡ଼ିଥିବା କଂଗ୍ରେସ ନେତା ବି ଖଦଡ଼ ପିନ୍ଧି ହାଜର । ଟାର୍ଗେଟ ବିଜେପିକୁ ନାକେଦମ କରିବା ।

କରୁଛନ୍ତି ମଧ୍ୟ । ରାଜ୍ୟ ସାରା କଂଗ୍ରେସ ଦେଖାଇଛି ତାର ଦମ । ଆଜି ବିଧାନସଭା ଆଡ଼କୁ ବଢ଼ୁଥିଲା କଂଗ୍ରେସ ଆନେ୍ଦାଳନ । ବାଟରେ ପୋଲିସ ରୋକିବାରୁ ମୁକାବିଲା ହେଲା । ରଣକ୍ଷେତ ପାଲଟିଗଲା । ପୋଲିସ ସହ ଧସ୍ତାଧସ୍ତି ଚାଲିଲା । ଗତ ୩ଦିନ ଧରି କଂଗ୍ରେସ ସିଧା ପୋଲିସ ସହ ମୁକାବିଲା କରୁଛି । ଆଜି ବି ଚାଲିଲା । ପୋଲିସ ନିୟନ୍ତ୍ରଣ ବାହାକୁ କଂଗ୍ରେସ ଯିବାରୁ ପ୍ରଥମେ ପାଣି ମାଡ଼ କରିଥିଲା । ମାତ୍ର କଂଗ୍ରେସ କର୍ମୀମାନେ ଆହୁରି ତାତିଲେ । ଶେଷରେ ଲୁହବୁହା ଗ୍ୟାସ ପ୍ରୟୋଗ କରି କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇଛି । ହେଲେ କଂଗ୍ରେସ କର୍ମୀମାନେ ଆନେ୍ଦାଳନ ଜାରି ରଖିଛନ୍ତି । ଏତେ ଦିନ ପରେ କଂଗ୍ରେସ ରାଜ୍ୟରେ ତାର ବଡ଼ ଉପସ୍ଥିତି ଦେଖାଇଛି । ହେଲେ ଏହା ନିଜ ବଳରେ ନା, ଉଧାରୀରେ ଚାଲିଛି? ଯଦି ଉଧାରୀରେ ତେବେ କେତେଦିନ ଚଳାଇବ କଂଗ୍ରେସ? ଏମିତି ପ୍ରଶ୍ନ ଜୋର ହେଲାଣି । ଦେଖାଯାଉ କଂଗ୍ରେସ ତାର ଆଭିମୁଖ୍ୟକୁ ଆହୁରି ଶାଣିତ କରୁଛି ନା ଝଲକ ଦେଖାଇ ଦେଇ ନୀରବ ବସୁଛି?


State

ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ

Blog Thumbnail

ପାରଳାଖେମୁଣ୍ଡି( ଦ କୁଇଭର ):-: ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ଡିଭିଜନାଲ ରେଳପଥ ପ୍ରବନ୍ଧକ ଲଳିତ ବୋହରା, ପୂର୍ବତଟ ରେଳପଥର ପ୍ରମୁଖ ବିଭାଗ ମୁଖ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ କରି ନିର୍ମାଣଧୀନ ରେଳଷ୍ଟେସନର କାର୍ଯ୍ୟର ତଦାରଖ କରିଛନ୍ତି | ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ନୌପଡା-ଗୁଣୁପୁର ସେକ୍ସନ ସହିତ ପ୍ରମୁଖ ରେଳ ସୁବିଧାଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ,ବିଭିନ୍ନ ରେଳ ସୁବିଧା ଓ ସୁରକ୍ଷାର ପ୍ରତି ଧ୍ୟାନ ଦେଇଥିଲେ ।


ଶ୍ରୀ ଫଙ୍କୱାଲ ଅମୃତ ଭାରତ ଷ୍ଟେସନ କାର୍ଯ୍ୟ ଅଧୀନରେ ବିକଶିତ ହେଉଥିବା ଅପେକ୍ଷା ହଲ୍, ଶୌଚାଳୟ, ପାଣି ବୁଥ୍, ଆସନ ବ୍ୟବସ୍ଥା, ରେଳ କାର୍ଯ୍ୟାଳୟ, ୧୨ ମିଟର ଫୁଟ୍ ଓଭରବ୍ରିଜ୍ ଇତ୍ୟାଦି ସମେତ ଷ୍ଟେସନର ସମସ୍ତ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ କାର୍ଯ୍ୟର ତଦାରଖ ତଥା ନିରୀକ୍ଷଣ କରିଥିଲେ । ନିର୍ମାଣଧିନ କୋଠାବାଡି ସହ ଉନ୍ନତିକରଣ କାମ ଗୁଡିକୁ ବୁଲିଦେଖିଥିଲେ । ରେଳଷ୍ଟେସନ ର ଆନୁସାଙ୍ଗିକ ବ୍ୟବସ୍ଥା, ଅଗ୍ରଗତି ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଏନେଇ ଶ୍ରୀ ଫଙ୍କୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳପଥର ବିଭିନ୍ନ ଷ୍ଟେସନ୍ ଗୁଡିକରେ ବିକାଶ ସହ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରାଯାଇଛି । ଏହା ସହ ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ଥିବା ଷ୍ଟେସନ୍ ଗୁଡିକର ଉନ୍ନତିକରଣ ଏବଂ ଏହି ପଥରେ ପ୍ରଥମେ ଚାଲୁ ରହିଥିବା ଟ୍ରେନ୍ ଗୁଡିକ ସଠିକ୍ ସମୟରେ ଯାତାୟତ କରିବା ଏବଂ ବେଗ ବଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଅମୃତ ଭାରତ ଯୋଜନାରେ ସାମିଲ ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିବା ରେଳଷ୍ଟେସନ ମଧ୍ୟରେ ପାରଳାଖେମୁଣ୍ଡି ରେଳଷ୍ଟେସନର କାର୍ଯ୍ୟ ଅଧିକ ଅଗ୍ରଗତି ହୋଇଛି , ଯଥାଶୀଘ୍ର ଏହାର ଉଦଘାଟନ କରାଯିବ ବୋଲି କହିଥିଲେ । ଏହା ପରେ, ମହାପ୍ରବନ୍ଧକ ଗୁଣୁପୁର ରେଳ ଷ୍ଟେସନକୁ ଯାଇଥିଲେ |

National

୧୪ ଏପ୍ରିଲରେ ସମଗ୍ର ଦେଶରେ ସରକାରୀ ଛୁଟି ଘୋଷିତ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ଅର୍ଥାତ୍ ଏପ୍ରିଲ ୧୪କୁ କେନ୍ଦ୍ର ସରକାର ଏକ ସାଧାରଣ ଛୁଟି ଦିବସ ଘୋଷଣା କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଶୁକ୍ରବାର ଏକ ପୋଷ୍ଟରେ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ସରକାରୀ ଆଦେଶ ନିଶ୍ଚିତ କରିଛି ଯେ, ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ସମଗ୍ର ଭାରତରେ ଶିଳ୍ପ ପ୍ରତିଷ୍ଠାନ ସମେତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟଗୁଡ଼ିକ ଏପ୍ରିଲ୍ ୧୪, ୨୦୨୫ ରେ ବନ୍ଦ ରହିବ। ଏହି କ୍ରମରେ କୁହାଯାଇଛି ଯେ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ କିମ୍ବା ବିଭାଗ ଏହି ନିଷ୍ପତ୍ତି ସମସ୍ତଙ୍କ ନଜରକୁ ଆଣିପାରିବେ।


ଶେଖାୱତ କହିଛନ୍ତି ଯେ, ସମ୍ବିଧାନର ପ୍ରଣେତା ତଥା ସମାଜରେ ସମାନତାର ଏକ ଯୁଗର ପ୍ରତିଷ୍ଠାତା ଆମର ସମ୍ମାନିତ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଏକ ସାଧାରଣ ଛୁଟିଦିନ ହେବ। ଶେଖାୱତ କହିଛନ୍ତି ଯେ, ଏହି ନିଷ୍ପତ୍ତି ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବା ସାହେବଙ୍କ ପ୍ରତି ଦେଶର ନିଷ୍ଠାପର ଭାବନାକୁ ସମ୍ମାନ ଦେଇଛନ୍ତି।

Sports

ଆରସିବିର ଦ୍ବିତୀୟ ବିଜୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଚଳିତ ଥର ଆଇପିଏଲ୍‌ର ଅଷ୍ଟମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫୦ ରନ୍‌ରେ ହରାଇ‌ ଦେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏଥି ସହ ଆର୍‌ସିବି ୨ରୁ ୨ ବିଜୟ ସହ ପଏଣ୍ଟ ଟେବୁଲ୍ ଶୀର୍ଷ ସ୍ଥାନ ବଜାୟ ରଖିଛି । ଚେନ୍ନାଇ ସୁପର୍ କିଙ୍ଗ୍ସ ସମ୍ମୁଖରେ ୧୯୭ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ ଘରୋଇ ଦଳ ଲଢ଼ି ପାରି ନଥିଲା । ଦ୍ବିତୀୟ ଓଭରରେ ଜୋସ ହାଜେଲଉଡ୍‌ ଏବଂ ୧୩ତମ ଓଭରରେ ୟଶ ଦୟାଲ ଦୁଇଟି ଲେଖାଏଁ ପ୍ରମୁଖ ୱିକେଟ୍ ବାହାର କରି ସିଏସ୍‌କେ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।


ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁର ବଡ ବିଜୟ । ଘରୋଇ ମାଟିରେ ସିଏସକେକୁ ଦୀର୍ଘ ୧୭ ବର୍ଷ ପରେ ପରାସ୍ତ କରିବାରେ ସଫଳ ହେଲା ଆରସିବି । ଶୁକ୍ରବାର ଆଇପିଏଲରେ ଖେଳାଯାଇଥିବା ଅଷ୍ଟମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫୦ ରନରେ ପରାସ୍ତ କରି ବିଜୟ ଧାରା ବଜାୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରଜତ ପଟିଦାରଙ୍କ ନେତୃତ୍ବାଧୀନ ଆରସିବିର ଆଇପିଏଲରେ ଏହା କ୍ରମାଗତ ଦ୍ବିତୀୟ ବିଜୟ । ପ୍ରଥମ ମ୍ୟାଚରେ ଦଳ କେକେଆରକୁ ପରାସ୍ତ କରିଥିଲା । ୨୦୦୮ ରେ ଚେନ୍ନାଇର ଚେପକରେ ସିଏସକେକୁ ପରାସ୍ତ କରିଥିଲା ଆରସିବି । ଦ୍ବିତୀୟ ଥର ପାଇଁ ଚଳିତ ସିଜିନରେ ପରାସ୍ତ କରିବାର ସଫଳ ହୋଇଛି ।ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ ପାଇଁ ଆରସିବିକୁ ଆମନ୍ତ୍ରଣ କରିଥିଲା ।ଟୁର୍ଣ୍ଣାମେଣ୍ଟରେ ଏହା ଆରସିବିର କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବାବେଳେ CSKର ପ୍ରଥମ ପରାଜୟ । ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ବିଜୟୀ ହୋଇଥିଲା । ସିଏସକେ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ଆରସିବି ବୋଲର । ଫଳରେ ଲୟ ହରାଇ ରନ୍‌ କରିବାରେ ବିଫଳ ହୋଇଥିଲେ ଚେନ୍ନାଇ ବ୍ୟାଟର । ରଚିନ ରବିନ୍ଦ୍ର ସର୍ବାଧିକ ୪୧ ରନ କରିଥିବା ବେଳେ ଧୋନି ଅପରାଜିତ ୩୦ ଓ ଜାଡେଜା ୨୫ ର କରିଥିଲେ । ଅନ୍ୟ କେହିବି ପଡିଆରେ ଅଧିକ ସମୟ ତିଷ୍ଟି ପାରିନଥିଲେ । ଜୋସ ହେଜେଲଉଡ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ୟସ ଦୟାଲ ୨ଓ ଲିଭିଙ୍ଗଷ୍ଟୋନ ୨ଟି ଓ୍ବିକେଟ ନେଇଥିଲେ ।

National,International

ମାଇଣ୍ଡ ଗେମ ନୁହେଁ ମାଇଣ୍ଡ ଆରେଷ୍ଟ

Blog Thumbnail

ଦ କୁଇଭର ବ୍ୟୁରୋ :- ଅନଲାଇନ ଗେମ ଗୋଟେ ଟ୍ରାପ । ଏଥିରେ ଟାର୍ଗେଟ ହେଉଛନ୍ତି ଭାରତର ଯୁବ ପିଢ଼ି । ବିଶେଷ କରି ସ୍ମାର୍ଟ ଫୋନ ଧରୁଥୁବା ସ୍କୁଲ ପିଲାଙ୍କଠୁ କଲେଜ ପିଲା ଏବଂ ବେକାର ଯୁବକ ମାନେ । ଏମାନଙ୍କ ଉପରେ ମାନସିକ ପ୍ରଭାବ ପଡିଯାଉଛି । ଗେମ ଭିତରେ ପଶି ପଶି ଏମାନେ ଏମିତି ଭିତରକୁ ପସିଯାଉଛନ୍ତି ଯେ ଫେରିବା ପାଇଁ ବାଟ ପାଉନାହାନ୍ତି । ନିଜର ମାନସିକ ସ୍ଥିତି ହରେଇ ବସୁଛନ୍ତି । ନିଜ ଜୀବନ ହରିବାକୁ ବି ପଛାଉନାହାନ୍ତି । ଏହି ଟ୍ରାପ କିଏ କରୁଛି ? ଏହା ଦ୍ୱାରା କଣ କ୍ଷତି ହେଉଛି ? ଏହାର ଲକ୍ଷ କଣ ? ୟାକୁ ନେଇ ଏବେ ବଡ଼ ପ୍ରଶ୍ନ ।


ଏହି ଟ୍ରାପ ମୁଖ୍ୟତଃ ଦୁଇଟି ଟାର୍ଗେଟ । ପ୍ରଥମ କଥା ହେଲା ଏଥିରେ ଯୁବପିଢ଼ି ମାନେ ତାଙ୍କର ଶାରୀରିକ କାମ ଭୁଲିଯାଉଛନ୍ତି । ସବୁବେଳେ ମୋବାଇଲରେ ପଶି ରହୁଛନ୍ତି । ଏହା ଦ୍ୱାରା ସେମାନଙ୍କର ବାସ୍ତବ କାର୍ଯ୍ୟକଳାପ ଧୀରେ ଧୀରେ କମୁଛି, ଏମାନଙ୍କର ମାନସିକ ବିକାଶ ବି କମୁଛି । ମୋବାଇଲରେ ସବୁବେଳେ ପଶି ରହିବା ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟରୁ ଲିପ୍ତ ରହୁଛନ୍ତି । ଦ୍ୱିତୀୟ କଥା ହେଲା ଏମାନେ ଏହି ଅନଲାଇନ ଗେମରେ ଟଙ୍କା ବାଜି ଲଗାଉଛନ୍ତି ଓ ଟଙ୍କା ହାରୁଛନ୍ତି । ଏମାନଙ୍କ ପାଖରେ ଚାକିରି କରି ପଇସା ରୋଜଗାର କରିବା ପାଇଁ ଆଉ ସୁଯୋଗ ରହୁନି ।


କାରଣ ୧୦ ଟଙ୍କା ଲଗେଇଲେ ୧୦୦ ଟଙ୍କା ପାନ୍ତି, ୫୦ ଟଙ୍କା ଲଗେଇଲେ ୫୦୦ ଟଙ୍କା ପାନ୍ତି । କିନ୍ତୁ ହାରି ବି ଯାନ୍ତି । ଯେତେ ବେଳେ ହାରନ୍ତି ପୁଣି ଜିତିବା ପାଇଁ ଏମାନେ ଋଣବି କରନ୍ତି । ଋଣ ସୁଝି ନ ପାରି ଆତ୍ମହତ୍ୟା ବି କରନ୍ତି । ଋଣ ପାଇଁ ତାଙ୍କର ଆର୍ଥିକ ବୋଝ ବି ବଢ଼ିଯାଏ । ଗୋଟେ ପଟୁ ଆୟ କରିବା ପାଇଁ ସେମାନେ ପ୍ରସ୍ତୁତ ନୁହନ୍ତି । ଦ୍ଵତୀୟ ପଟେ ସେମାନେ ଋଣ ଗ୍ରସ୍ତ ହୁଅନ୍ତି । ଏହାର ସବୁଠୁ ବଡ଼ କ୍ଷତି ଯାଏ ଦେଶ ପାଇଁ ।


ଏବେ ଆସିବା ପ୍ରସଙ୍ଗକୁ, ନିକଟରେ ସଂସଦର ଲୋକସଭାରେ ପଞ୍ଜାବର ଏମପି ଅମର ସିଂ କହିଛନ୍ତି ଦେଶର ୫୦ କୋଟି ମାନବ ସମ୍ବଳ ଅକାମି ହୋଇପଡିଛି । ଏହି ଅନଲାଇନ ଗେମ ଟ୍ରାପରେ ପଡ଼ି । ସେମାନଙ୍କ ଠାରୁ ଟଙ୍କାଟିଏ ଆୟ ହେଉନି ବରଂ ଏମାନଙ୍କ ପାଇଁ ସାମାଜିକ ବୋଝ ବଢୁଛି । ଏହି ଗେମରୁ ଲାଭ କିଏ ପାଉଛି । ଏକୁ ବି ଦେଖିବା କଥା । ଏହି ଗେମ କମ୍ପାନୀଗୁଡ଼ିକର ଏପରି ଫର୍ମ ଅଛି ଯେଉଁଥିରେ ଲୋକଙ୍କୁ ପ୍ରଥମେ ଜିତିବାର ସୁଯୋଗ ଦିଆଯାଏ ଏବଂ ପରେ ଲୋକମାନେ ହାରିବା ଆରମ୍ଭ କରନ୍ତି।


ଏହି ଗେମ ହେଉଛି ସଫ୍ଟୱେର୍ ଗେମ । କିଛି ସଫ୍ଟୱେର୍ କମ୍ପାନୀ ବିଦେଶରେ ଏଭଳି ଗେମ ତିଆରି କରୁଛନ୍ତି ଏବଂ ମୋବାଇଲ ମାଧ୍ୟମରେ ଛାଡ଼ୁଛନ୍ତି । ସେମାନେ ହଜାର ହଜାର କୋଟି ଟଙ୍କା ଆୟ କରୁଛନ୍ତି । ଆମ ଯୁବ ପିଢ଼ିକୁ ବିଭ୍ରାନ୍ତ କରି ନେଇଯାଉଛନ୍ତି । ଏହା ଗୋଟେ ପ୍ରକାର ସାଇବର ଅପରାଧ । ହେଲେ ଆମ ସରକାର ୟାକୁ ମୁକାବିଲା କରିପାରୁନାହାନ୍ତି । ଦେଖାଯାଉ ସରକାର ଅନଲାଇନ୍ ଗେମ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି ନା ଏହି ଭଳି ଆମ ଦେଶର ଯୁବ ପିଢିଙ୍କ ଜୀବନ ନଷ୍ଟ କରୁଛନ୍ତି ।



State

କୁଆପଥର ବର୍ଷା ସହ ପବନ ହେବ

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହେବା ଆରମ୍ଭ ହୋଇଛି । ରାଜ୍ୟରେ ପାଗର ମିଜାଜ ବଦଳୁଛି । ଟ୍ରପଲାଇନ ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଗକୁ ବର୍ଷା ଆହୁରି ବଢ଼ିବା ସହ ବିଜୁଳି ଘଡ଼ଘଡ଼ି ହେବ । କୁଆପଥର ବର୍ଷା ସାଙ୍ଗକୁ ଝଟକା ପବନ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିବ । ୭ ତାରିଖ ଯାଏଁ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯାହାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ବର୍ଷା ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ । ଯାହାକୁ ନେଇ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

National,State,International

ଭୁବନେଶ୍ୱର ଉଚ୍ଚ ଆପାର୍ଟମେଣ୍ଟ ସୁରକ୍ଷିତ ତ ?

Blog Thumbnail

ଦ କୁଇଭର ବ୍ୟୁରୋ :-:ଦେଖିଲେ ତ ଏ ସବୁ ଉଚ୍ଚ ଅଟ୍ଟାଳିକାର ସ୍ଥିତି । କେଉଁଠି ଅଟ୍ଟାଳିକା ଦୋହଲି ଯାଉଛି ତ ଆଉ କେଉଁଠି ଭୁସୁଡ଼ିପଡୁଛି । ଯେଉଁ ଉଚ୍ଚ ଅଟ୍ଟାଳିକାକୁ ସ୍ୱତନ୍ତ୍ର ଓ ସୁରକ୍ଷିତ ବୋଲି ଦାବି କରାଯାଉଥୁଲା, ତାହା ନିମିଷକେ ମାଟିରେ ମିଶିଯାଉଛି । ଇଏ ହେଉଛି ମିଆଁମାରର ଅବସ୍ଥା । ଭୂମିକମ୍ପ ପ୍ରଭାବରେ କିଭଳି ଧୂଳି ସାଥ ହେଇଯାଉଛି ବଡ଼ ବଡ଼ କୋଠା । ଏହି ଭଳି ସ୍ଥିତି କେବଳ କଣ ମିଆଁମାର ଭିତରେ ସୀମିତ କି ? ଏଭଳି ସ୍ଥିତି ଭୁବନେଶ୍ୱର, କଟକ, ପୁରୀରେ ବି ହୋଇପାରେ । ଏଠାରେ ଗଢ଼ି ଉଠୁଥିବା ଉଚ୍ଚ ଆପାର୍ଟମେଣ୍ଟକୁ ଦେଖିଲେ ଏହା ଜଳ ଜଳ ହୋଇ ଦିଶୁଛି । ଏହି ତିନିଟି ଅଞ୍ଚଳ ଭୂକମ୍ପ ପ୍ରବଣ ଅଞ୍ଚଳରେ ଆସୁଛି । ସରକାରୀ ତଥ୍ୟ କହୁଛି ଏହି ତିନିଟି ଅଞ୍ଚଳ ଭୁକମ୍ପ ପ୍ରବଣ ଅଞ୍ଚଳ -୩ ରେ ରହିଛି । ତଥାପି ଏଠି କୋଠାବାଡ଼ିର ଉଚ୍ଚତା ଉପରେ କୌଣସି ଆଙ୍କୁଶ ନାହିଁ ।


ଏବେ ଆସିବା ପ୍ରସଙ୍ଗକୁ, ସିଧା ସିଧା ଆମେ କହୁଛୁ ଭୁବନେଶ୍ୱରର ଉଚ୍ଚ କୋଠା ବା ଆପାର୍ଟମେଣ୍ଟ ସୁରକ୍ଷା ପ୍ରତି ପ୍ରଶ୍ନ ରହିଛି । ଏବେ ଯୁଆଡେ ଚାହିଁଲେ ବଡ଼ ବଡ଼ କୋଠା । କେଉଁଠି ୨୫ ମହଲା ତ ଆଉ କେଉଁଠି ୩୫ ବା ୪୦ ମହଲା କୋଠା ତିଆରି ହେଉଛି । ପୁରୀ ଓ କଟକରେ ୨୫ ମହଲା ଯାଏଁ କୋଠା ଅନୁମୋଦନ ହେଲାଣି । ବିଲଡର ମାନଙ୍କ ଭିତରେ ଉଚ୍ଚ କୋଠା ନିର୍ମାଣ ପାଇଁ ପ୍ରତିଯୋଗିତା ଲାଗିଛି । ଅନେକଙ୍କର ମୂଳ ଦୁଆ ଠିକ ନାହିଁ । ଯେଉଁଠି ମୂଳଦୁଆ ଠିକ ଅଛି ସେଠି ଲୋକ ବାହାରିବା ସମସ୍ୟା ରହିଛି । ଯଦି ଭୁବନେଶ୍ୱରେ ଭୂମିକମ୍ପ ହୁଏ ଅନେକ ଅଟାଳିକା ତ ଭୁଶୁଡିପଡିବ, ଏହାଦ୍ୱାରା ଅନେକ ଧନ ଜୀବନ ହାନୀ ହେବା ନିଶ୍ଚିତ । ଥରେ ଭାବିଲେ ତ ମିଆଁମାର ଭଳି ସ୍ଥିତି ହେଲେ ବା ଭୁକମ୍ପ ହେଲେ ୩୫ ମହଲାରୁ ଓହ୍ଲେଇ ପାରିବେ ତ ? ଯଦି କିଛି ହେଲା ବଞ୍ଚିବ ତ ଜୀବନ ? କଣ ହେବ ପିଲା ଛୁଆଙ୍କର ? ଉଚ୍ଚ କୋଠାରେ ଘର ନେବା ବେଳେ ଧ୍ୟାନ ନଦେଲେ କେତେବେଳେ ବି ବିପଦ ଆସିପାରେ ।


ଶୁକ୍ରବାର ଦିନ ମିଆଁମାରରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ଥିଲା ୭.୭, ଯାହା ରାଜଧାନୀ ନାୟପିଟାଓ ଏବଂ ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡାଲେରେ ବ୍ୟାପକ କ୍ଷତି କରିଥିଲା। ଯାହା ଦ୍ୱାରା ପ୍ରାୟ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଛି ତତ ସହିତ ୩୪୦୦ ଲୋକ ଆହତ ହୋଇଛନ୍ତି ଏବଂ ଏବେ ପର୍ଯ୍ୟନ୍ତ ୩୦୦ ଲୋକ ନିଖୋଜ ଅଛନ୍ତି । ପ୍ରକୃତି ଏମିତି ତାଣ୍ଡବ ରଚିଛି ଯେ ମଣିଷ ଭିତରେ କୋକୁଆ ଭୟ ଖେଳି ଯାଇଛି । କିଏ ତା ନିଜ ଲୋକଙ୍କୁ ଖୋଜିଲେ ବି ପାଉନାହାନ୍ତି । ସମସ୍ତେ ମାଟିତଳେ ପୋତି ହେଇଯାଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରିରହିଛି ।


ଅତୀତରେ ଓଡ଼ିଶାରେ କିଛି ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ୫.୦ରୁ ଅଧିକ ତୀବ୍ରତା ରାଜ୍ୟ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା। ଏହା ବିଶେଷ କ୍ଷୟକ୍ଷତି କରିନଥିଲା । ଦେଖାଯାଉ ରାଜ୍ୟ ସରକାର ମିଆଁମାରର ସ୍ଥିତି ଦେଖି ଓଡ଼ିଶାକୁ ସୁଧାରଉଛନ୍ତି, ନା ମିଆଁମାର ଭଳି ଓଡ଼ିଶା ଲୋକଙ୍କ ଜୀବନ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି ।



State

ଉପରମୁହାଁ ସୁନାଦର

Blog Thumbnail

ଦ କୁଇଭର ବ୍ୟୁରୋ :- ହୁ ହୁ ହୋଇ ବଢ଼ି ଚାଲିଛି ସୁନାଦର । ଲକ୍ଷେ ଛୁଇଁବ ସୁନା ଦର । ୨୨ ହେଉ କି ୨୪ କ୍ୟାରେଟ, ଉଭୟ ଦରରେ ବିପୁଳ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପାଖାପାଖି ୮୫ହଜାର ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପାଖାପାଖି ୯୨ହଜାର ଟଙ୍କା ରହିଛି । ସୋମବାର ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ପିଛା ୭୦୦ରୁ ଅଧିକ ଟଙ୍କା ବଢ଼ିଛି । ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଭୁବନେଶ୍ବରରେ ସପ୍ତାହକ ମଧ୍ୟରେ ୨୨ କ୍ୟାରେଟ୍ ସୁନା ୩ହଜାର ୩ହଜାରରୁ ଅଧିକ ମହଙ୍ଗା ହୋଇଥିବା ବେଳେ ୨୪ କ୍ୟା‌ରେଟ୍ ସୁନା ୨୫୧୦ ଟଙ୍କା ମହଙ୍ଗା ହୋଇଛି । କେବଳ ସୁନା ନୁହେଁ, ରୁପା ଦାମ୍ ମଧ୍ୟ ବଢ଼ିଛି। ଏକ କିଲୋ ରୁପାର ଦାମ୍ ଏବେ ୧ଲକ୍ଷ ୧୩ହଜାର ଟଙ୍କା ରହିଛି । ତେବେ ଅନିଶ୍ଚିତତାର ସ୍ଥିତିରେ ବଡ଼ ବଡ଼ ନିବେଶ ସଂସ୍ଥା ଓ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣା ବଢେଇ ଦେଇଥିବାରୁ, ଏହି ମୂଲ୍ୟବାନ ଧାତୁର ଦାମ ବଢିଛି ।

State

ଆସୁଛି ଇଦ୍ ଓ ରାମ ନବମୀ, ଏପ୍ରିଲ ୧୫ ଯାଏଁ ପୋଲିସଙ୍କ ଛୁଟି ବାତିଲ

Blog Thumbnail

ଦ କୁଇଭର ବ୍ୟୁରୋ :- ଇଦ୍ ଏବଂ ରାମ ନବମୀ ପାଇଁ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ୍ । ଆଗକୁ ଆସୁଛି ଇଦ୍ ତା ସହିତ ପବିତ୍ର ରାମ ନବମୀ । ଏନେଇ ରାଜ୍ୟରେ ଚଳଚଞ୍ଚଳ ମୁସଲମାନ ଏବଂ ହିନ୍ଦୁ ସମ୍ପ୍ରଦାୟର ଭାଇ-ଭଉଣୀମାନେ । ଘରେ ଘରେ ଉତ୍ସାହ ଓ ଉଦ୍ଦୀପନାର ମାହୋଲ ଦେଖିବାକୁ ମିଳିଛି । ରାଜ୍ୟରେ କିପରି ଭାଇଚାରା ଓ ସଦଭାବନାର ସହ ଇଦ୍,ରାମ ନବମୀ ଏବଂ ହନୁମାନ ଜୟନ୍ତୀ ପାଳନ ହେବ ସେନେଇ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପାଟ୍ରୋଲିଂକୁ ବଢାଯାଇଥିବା ବେଳେ ଅପରାଧୀଙ୍କ ଗତିବିଧିକୁ କଡ଼ା ନଜର ରଖିଛି ପୋଲିସ । ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲା ଏସପି ଓ ଆଇଜି, ଡିଆଇଜିଙ୍କ ସହ ସରିଛି ବୈଠକ । ଏଥିପାଇଁ ଆସନ୍ତା ୧୫ ତାରିଖ ଯାଏଁ କିଛି ନିର୍ଦ୍ଧିଷ୍ଟ ପୋଲିସ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଥିବା ବିିଭାଗ ପକ୍ଷରୁ ସୂଚନା ମିଳିଛି ।ଏନେଇ ସମସ୍ତ ଜିଲ୍ଲା ଏସପି,ରେଞ୍ଜ ଆଇଜି ଓ ଡିଆଇଜିମାନଙ୍କୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ବିଶେଷ କରି ଯେଉଁସବୁ ଅଞ୍ଚଳ ସମ୍ବେଦନଶୀଳ ସେହି ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ରହିଛି ।


ଆସନ୍ତା ୧୫ ତାରିଖ ଯାଏ ହୋମଗାର୍ଡ,ଏପିଆର, ଓଆର ଓ ଓଏପିଏଫ ପୋଲିସ କର୍ମଚାରୀମାନଙ୍କର ସାଧାରଣ ଛୁଟି ବାତିଲ କରଯାଇଛି । ଅତି ଆବଶ୍ୟକ କିମ୍ବା ମେଡ଼ିକାଲ କେସରେ ଛୁଟି ନେଇପାରିବେ । ଏନଜିଓ ଓ ଏନସିସି ଭଲ୍ୟୁଣ୍ଟର ମାନଙ୍କୁ ମଧ୍ୟ ଟ୍ରାଫିକ ଓ ଅନ୍ୟ ପରିଚାଳନାରେ ନିୟୋଜନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଓ୍ବାରେଣ୍ଟି ମାନଙ୍କୁ ଧରିବା ଓ ଥାନାରେ ଆସି ହାଜିରା କରାଇବା ଏବଂ ଅଭ୍ୟାସ ଗତ ଅପରାଧୀଙ୍କ ଗତିବିଧି ନଜର ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।ପୋଲିସ ଡିଜଙ୍କ କାର୍ଯ୍ୟାଳୟ ପକ୍ଷରୁ ମଳିଥିବା ସୂଚନା ଅନୁସାରେ ଉଭୟ ରାମ ନବମୀ ଓ ଇଦ୍କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ । ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ଚାଲିଛି । ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ନଜର ରଖିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ପାଇଁ ଡିଜିପି ପରାମର୍ଶ ଦେଇଛନ୍ତି ।

State

ସବୁଠାରୁ ଗରିବ ଓ ଅସହାୟ ଲୋକ ପାଇବେ ଘର : ମୁଖ୍ୟମନ୍ତ୍ରୀ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ସତୁରି ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ। ରବିବାର କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସେ ଆହୁରି କହିଛନ୍ତି,ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେଇ ଏହି ସମସ୍ୟାର ସମାଧାନ ପାଇଁ ଘୋଷଣା କରିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଓ ଗ୍ରାମୀଣ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି। ଏହାକୁ ଆହୁରି ଜୋରଦାର କରାଯାଇ ଓଡିଶାରେ ଆମେ ଆରମ୍ଭ କରିଛୁ ଅନ୍ତ୍ୟୋଦୟ ଗୃହ ଯୋଜନା। ଏହା ଦ୍ୱାରା ସମସ୍ତଙ୍କ ପାଇଁ ଘର ସୁନିଶ୍ଚିତ କରାଯାଇ ପାରିବ।


ତେବେ ରବିବାର ପ୍ରଥମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଏହି ଯୋଜନା ପାଇଁ ୨,୬୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ୩ ବର୍ଷରେ ଏଥିପାଇଁ ୭,୫୫୦ କୋଟି ଟଙ୍କା ବିନିଯୋଗ କରାଯିବ।

International

ମିଆଁମାରରେ ଭୂକମ୍ପ ବିଭୀଷିକା : ୧୫ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :- ମିଆଁମାର ଓ ଥାଇଲ୍ୟାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି । ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି ।ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ବାଂଲାଦେଶ, ଭିଏତ୍‌ନାମ ଏବଂ ଚୀନ୍‌ର ଦକ୍ଷିଣପଶ୍ଚିମ ୟୁନାନ୍‌ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଛି । ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । କେନ୍ଦ୍ରୀୟ ମିଆଁମାରର ମାଣ୍ଡଲେ ନିକଟରେ ଶୁକ୍ରବାର ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା ୭.୭ ରହିଥିଲା । ଏହାର ୧୧ ମିନିଟ୍‌ ପରେ ଆସିଥିବା ଦ୍ବିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା । ଏହାର କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ ୧୦ରୁ ୩୦ କିମି ଗଭୀରତାରେ ଥିଲା ବୋଲି ଜଣାପଡ଼ିଛି । ଭୂକମ୍ପର ଭୀଷଣ ଝଟ୍‌କାରେ ଥାଇଲ୍ୟାଣ୍ଡରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି । ବ୍ୟାଙ୍କକ୍‌ରେ ଏକ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି । ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌କୁ ଇମର୍ଜେନ୍ସି ଜୋନ୍‌ ଘୋଷଣା କରାଯାଇଛି । ଉଭୟ ରାଷ୍ଟ୍ରରେ ବିଶାଳ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି ।


ଅନ୍ୟପଟେ ଭୁକମ୍ପ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଉର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂମିକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ଭାରତ ଉଭୟ ଦେଶସହ ଛିଡ଼ାହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

State

ଆଜି ପବିତ୍ର ଇଦ୍ ପର୍ବ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ଇଦ୍ ପର୍ବ, ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଉପସ୍ଥିତ ରହି ସମୂହ ନମାଜ ପାଠ ହୋଇଛି। ଇସଲାମିକ ମାନ୍ୟତା ଅନୁଯାୟୀ, ଇଦ-ଉଲ୍-ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଥାଏ। ସେପଟେ ରାଜ୍ୟରେ ଆଜି ଇଦ୍-ଉଲ-ଫିତର ପାଳନ ନେଇ ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ୍ ଅଲ୍ ଜମାତ କଟକ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସମ୍ବଲପୁର ଓ ସୁନ୍ଦରଗଡରେ ଚାନ୍ଦ ଦେଖାଯିବା ଯୋଗୁଁ ରାଜ୍ୟରେ ଇଦ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏପଟେ ଇଦ୍ ଓ ଆଗକୁ ଆସୁଥିବା ଶ୍ରୀରାମନବମୀ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି l

Education

ପୁଣି ଖୋଲିବ ବନ୍ଦ ହୋଇଥିବା ବିଦ୍ୟାଳୟ : ଦିଆଯିବ ୧୦ ହଜାର ଶିକ୍ଷକ ନିଯୁକ୍ତ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):-- ଯେଉଁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଯାଇଛି ସେ ସବୁ ଖୋଲିବା ନେଇ କିଛି ବ୍ୟବସ୍ଥା ରହିଛି ନା ନାହିଁ,ଏନେଇ ଗୃହରେ ପ୍ରଶ୍ନ କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ । ଏହାର ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାର ତରବରିଆ ଭାବରେ, ଠିକ୍ ଭାବେ ବିଚାର ନକରି ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସମୁଦାୟ ୫୬୩୨ଟି ସ୍କୁଲ ମିଶ୍ରଣ କରିଛନ୍ତି । ୧୦୦ ମିଟର ବ୍ୟବଧାନରେ ଥିବା ୨୧୨୫ଟି ସାଟେଲାଇଟ୍‌ ସ୍କୁଲ ବି ମିଶ୍ରଣ କରାଯାଇଛି । ସଂରକ୍ଷିତ ଅଞ୍ଚଳ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ, ସ୍କୁଲ ଖୋଲିବାକୁ ବିଚାର କରାଯିବ । ଏହି ପ୍ରକ୍ରିୟା ଅନୁସାରେ ଆବେଦନ କରାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ସେ ଆହୁରି କହିଛନ୍ତି,ନୂଆ ସରକାର ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇ ସାରିଲେଣି । ଆଗକୁ ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତ ହେବେ । ପିଅନ ଓ କିରାଣୀର ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ । ଏହାପରେ ବନ୍ଦ ହୋଇଥିବା ସ୍କୁଲ୍‌ ସବୁ ଖୋଲିବ ।