ନୁ୍ୟୟୋର୍କ(ଦ କୁଇଭର): ବିଶ୍ୱରେ ଭାରତୀୟଙ୍କ ଦବଦବା ବଢ଼ିବାରେ ଲାଗିଛି । ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ରହିଥିବା ବେଳେ ଏବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଦନ୍ତକାରୀ ସଂସ୍ଥା ଏଫବିଆଇ ବା ଫେଡରାଲ ବୁ୍ୟରୋ ଅଫ ଇନଭେଷ୍ଟିଗେସନର ମୁଖ୍ୟ ହେବେ ଜଣେ ଭାରତୀୟ ବଂଶୋଦ୍ଭବ ବା ଗୁଜରାଟୀ କାସ ପଟେଲ । ଏନେଇ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଘୋଷଣା କରିଛନ୍ତି । ଆମେରିକାରେ ଟ୍ରମ୍ପ ସରକାର ଆସିବା ସହ ଭାରତୀୟଙ୍କ ଗୁରୁତ୍ୱ ବଢ଼ିବ ବୋଲି କୁହାଯାଉଛି ।
ଟ୍ରମ୍ପ କାସ ପଟେଲଙ୍କୁ ଏଫବିଆଇର ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦେବା ପଛରେ କାସ ଟ୍ରମ୍ପଙ୍କ ପ୍ରତି ଥିବା ଅନୁଗତ୍ୟ ଏବଂ ଏଫବିଆଇକୁ କରୁଥିବା ସମାଲୋଚନା ହିଁ କାରଣ ବୋଲି ଦର୍ଶାଯାଇଛି । ୧୯୮୦ ଫେବୃୟାରୀ ୨୫ ତାରିଖ ନୁ୍ୟୟୋର୍କର ଗାର୍ଡେନ ସିଟିରେ ଜନ୍ମ ଗ୍ରହଣ କରିଥିବା ଏହି ଗୁଜରାଟୀ ପରିବାରର କାସ ରିଚମଣ୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ କରିଥିଲେ । ୪୪ବର୍ଷିୟ କାସ ଆଇନ ପାଠ ପଢ଼ି ଫେଡରାଲ ଡିଫେଣ୍ଡର ଭାବେ କାମ କରୁଥିଲେ ।
୨୦୧୬ରେ ଟ୍ରମ୍ପ ନିର୍ବାଚନ ବେଳେ ଟ୍ରମ୍ପ ଓ ମସ୍କୋ ସମ୍ପର୍କକୁ ନେଇ ହୋଇଥିବା ଏଫବିଆଇ ଅନୁସନ୍ଧାନ ଉପରେ ତର୍କ କରି ସେ ଜାତୀୟ ସ୍ତରରେ ନଜରକୁ ଆସିଥିଲେ । ସେହିଦିନ ଠାରୁ ସେ ଟ୍ରମ୍ପଙ୍କ ଗୁଡବୁକରେ ରହିଥିଲେ । ଏବେ ଟ୍ରମ୍ପ ପୁନର୍ବାର ଆମେରିକାରେ ସରକାର ଗଠନ କରିବାକୁ ଯାଉଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଫଳରେ ଜଣେ ଭାରତୀୟ ଭାବେ ଏଫବିଆଇର ମୁଖ୍ୟ ହେବାର ସେ ସୌଭାଗ୍ୟ ପାଇଛନ୍ତି । ଏଫବିଆଇର ମୁଖ୍ୟ ଜଣେ ଗୁଜରାଟୀ ହେବା ପରେ ଏବେ ଆଦାନୀଙ୍କ ଲାଞ୍ଚ ମାମଲାର ଭାଗ୍ୟ ଉପରେ ପ୍ରଶ୍ନ ଉଠିଲାଣି । ଏଫବିଆଇ କରୁଥିବା ତଦନ୍ତ ହାଇଜାକ ହୋଇଯିବ ନି ତ? ଆଦାନୀ ନିଦେ୍ର୍ଦାଷ ହୋଇଯିବେ ନି ତ? ଦେଖାଯାଉ କାସ ପଟେଲ ଏଫବିଆଇକୁ କେତେ ଶୃଙ୍ଖଳିତ ଭାବେ ନେଉଛନ୍ତି ଓ ଭାରତ ସହ ଥିବା ବିଭିନ୍ନ ମାମଲାରେ କି ଭୂମିକା ନେଉଛନ୍ତି?
No comments yet.
State
ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତାଳପଦା ପଞ୍ଚାୟତ ସରାଷପୋଶି ଗ୍ରାମ ନିକଟ ଦେଇ ଯାଇଥିବା ଝରଣା କୂଳରେ ଆଜି ସକାଳେ କୌଣସି ସୂତ୍ରରୁ ସେଠାରେ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ମିଳିତ ଚଢ଼ାଉ କରି ମହୁଲି ମଦ ପ୍ରସ୍ତୁତି ନିମନ୍ତେ ଥିବା ପୋଚ ନଷ୍ଟ କରିବା ସହିତ ମହୁଲି ମଦ କୁ ଜବତ କରିଛନ୍ତି ।ଏହି ଗ୍ରାମ ମଧ୍ୟ ଦେଇ ଯାଇଥିବା ଝରଣା କୂଳରେ ମହୁଲି ମଦ ପ୍ରସ୍ତୁତ କରି ଚୋରା ରେ ମଦ ବିକ୍ରି ହେଉଥିବା ର ଅବକାରୀ ବିଭାଗ ନିକଟରେ ସୂଚନା ମିଳିଥିଲା। ଅବକାରୀ ଥାନା ଓଆଇସି ଭାରତୀ ନାଏକ ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ଠାକୁରମୁଣ୍ଡା ଥାନା କର୍ମଚାରୀ ମିଳିତ ଭାବେ ରବିବାର ଝରଣା କୁଳ ରେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ସ୍ଥାନ ଉପରେ ଚଢ଼ାଉ କରିଥିଲେ।ଅବକାରୀ ଓ ପୋଲିସ କର୍ମଚାରୀ ଙ୍କୁ ଦେଖି ଚୋରା ବେପାରୀ ମାନେ ସେଠାରୁ ଖସି ପଳାଇ ଯାଇଥିଲେ।ଘଟଣାସ୍ଥଳ ରେ ମିଳିଥିବା ୨୮ କୁଇଣ୍ଟାଲ୍ ମହୁଲ ପୋଚକୁ ବିଭାଗ କର୍ମଚାରୀ ମାନେ ନଷ୍ଟ କରିଥିବା ବେଳେ ୬୦ ଲିଟର ମହୁଲି ମଦକୁ ଜବତ କରିଥିଲେ।ଏଥି ସହିତ ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ସାମଗ୍ରୀ କୁ ଜବତ କରିଥିଲେ।ଏନେଇ ଠାକୁରମୁଣ୍ଡା ଅବକାରୀ ଥାନା ପୋଲିସ ୧୫୦/୨୪ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ତେବେ ଠାକୁରମୁଣ୍ଡା ଠାରେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଦେଶୀ ମଦ ଜବତ୍ ହେଲେ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ନହୋଇ ଫେରାର ହୋଇଯାଇଥିବା ରୁ ଅବକାରୀ ବିଭାଗକୁ ନେଇ ଏବେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି ।
State,National
ପୁରୀ ( ଦ କୁଇଭର ):- ଭାରତୀୟ ନୌସେନା ଦିବସ-୨୦୨୪’ ପାଳନ ଆସନ୍ତା କାଲି ହେବାକୁ ଥିବା ବେଳେ ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ କରିଛି ଭାରତୀୟ ନୌସେନା । ସୋମବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଫୁଲ୍ ଡ୍ରେସ ରିହରସାଲ ଆଜି ଅପରାହ୍ନରେ ମଧ୍ୟ ହେବ । ୪ ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ୩ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ ୧୫ ଟି ଯୁଦ୍ଧପୋତ ଓ ୪୦ ରୁ ଅଧିକ ନୌସେନା ବିମାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଏବେ ପୁରୀ ସୁମୁଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ।
ଯାହାକୁ ଦେଖିବାପାଇଁ ବେଳାଭୂମିରେ ଦର୍ଶକଙ୍କ ବେଶ୍ ଭିଡ ଜମିଥିଲା । ଡ୍ରୋନ୍ ଏବଂ ଲେଜର ସୋ’ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ଟ୍ରାଫିକ୍ ସୁପରିଚାଳନା ଏବଂ ଗହଳି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ତେବେ ବୁଧବାର (୪ ତାରିଖ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ୧୦ ଟା ୧୫ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ଅପରାହ୍ନ ୩ଟା ୫୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ । କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବେଳାଭୁମିରୁ ନେଇ ସମଗ୍ର ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
State
ମୟୁରଭଞ୍ଜ( ଦ କୁଇଭର ):- ଅଚାନକ ଜରୁରୀକାଳୀନ ଭାବେ ବିଲ ଭିତରେ ଅବତରଣ କଲା ନୌସେନା ହେଲିକପ୍ଟର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଗାଁ ଅମରଦା ପଞ୍ଚାୟତ ଅମରଦା ଠାରେ ବିଲ ଭିତରେ ନୌସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି । ତେବେ ବିଲରେ ଚାଷୀମାନେ ଧାନ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ବିଲ ମଧ୍ୟରେ ଅବତରଣ କରିବାକୁ ଚେଷ୍ଟା କରୁଛି । ଗୋଟିଏ ବିଲ ଭିତରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଧାନକୁଟା ଉଡିବାରୁ ସେଠାରେ ଅବତରଣ ନ କରି ଅନ୍ୟ ଏକ ଫାଙ୍କା ବିଲରେ ଅବତରଣ କରିଥିଲା । ଦୀର୍ଘ ୩୦ ମିନିଟ ଧରି ପାଇଲଟ ହେଲିକେପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଥିଲେ । ୪୫ ମିନିଟ ପରେ ପୁଣି ଉଡିବାକୁ ସକ୍ଷମ ହୋଇଥିଲା ନୌସେନା ହେଲିକେପ୍ଟର । ତେବେ ଚାଷ କାମରେ ଲାଗିଥିବା ଲୋକେ ଭୟଭୀତ ଥିବା ପରିଲକ୍ଷିତ ହୋଇଥିଲା। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୌସେନା ହେଲିକେପ୍ଟର ଦେଖିବାକୁ ଭିଡ଼ ଜମିଥିଲା ।
State
ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସୁନାପୂର ବ୍ଲ୍ୟୁ ଫ୍ଲାଗ ବେଳାଭୂମି ରେ ଉଦଘାଟିତ ହେଲା ଇକୋ ରିଟ୍ରିଟ। ଚିକିଟି ବିଧାୟକ ଚିନ୍ତାମଣି ଧ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିଟ୍ରିଟ କୁ ଉଦଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ସମେତ ଚିକିଟି ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ । ସୁନାପୂର ବେଳାଭୂମିରେ ୫ଟି ପ୍ରିମିୟମ ରୁମ୍ ସହିତ ୨୨ ଟି ସାଧାରଣ ରୁମ୍ ପର୍ଯ୍ୟଟକ ଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ପର୍ଯ୍ୟଟକ ଙ୍କୁ ସ୍ଥାନୀୟ ବାସିନ୍ଦା କିଭଳି ଆତିଥ୍ୟ ପ୍ରଦାନ କରିବେ ସେଥିପ୍ରତି ଦୃଷ୍ଟି ଦିଆ ଯିବ ବୋଲି କହିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରା ।
State
ବ୍ରହ୍ମପୁର( ଦ କୁଇଭର ):- ବାଲିପଦପର ସ୍ଥିତ ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ "ଉତ୍କଳିକା"ର ବିଂଶତିତମ ବାର୍ଷିକୋତ୍ସବ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସ୍ଥିତ ଭାଷା ଭବନ ପ୍ରକୋଷ୍ଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମେଜର ରମା ରମଣ ପାଢ଼ୀ ଉତ୍ସବର ଶୁଭ ଉଦଘାଟନ କରି ସୁସ୍ଥ ସମାଜ ଗଠନରେ ସାହିତ୍ୟର ଏକ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ ହେତୁ ସାହିତ୍ୟିକମାନେ ଅତୀବ ସାଧୁବାଦାର୍ହ ବୋଲି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମଗତ କବି ଓ ଲେଖକ ମାନଙ୍କୁ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ସଭାପତି ଆଚାର୍ଯ୍ୟ ଇଂ. ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ଅତିଥି, ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ-ସଚିବ ଡଃ. କୁଳମଣି ଓଝା ମୁଖ୍ୟ ବକ୍ତା ଏବଂ କବି ସୁଶାନ୍ତ ଦାଶ ଓ ଅବସର ପ୍ରାପ୍ତ ଓଡ଼ିଶା ଶିକ୍ଷା ପ୍ରସାଶକ କିଶୋର ଚନ୍ଦ୍ର ପଲାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସୁସ୍ଥ, ସୁନ୍ଦର ସମାଜ ନିମନ୍ତେ ସାହିତ୍ୟ ଅଭିପ୍ରେତ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କବି ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ କବି ସୁଶାନ୍ତ କୁମାର କାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉତ୍କଳିକା ସମ୍ପାଦକ ଡଃ. ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପିତଳ, ଚନ୍ଦ୍ରିକା ଆବାସିକ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଂଗୀତ ପାରିବେପଷଣ କରିଥିଲେ।
ଏହି ଅବସରରେ ସର୍ବଶ୍ରୀ ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ ଭୂଷଣ ଇନ୍ଦ୍ରମଣି ବାରିକ,ଡଃ. ଶ୍ୟାମା ପ୍ରସାଦ ମିଶ୍ର, କିଶୋର କୁମାର ପଟେଲ, ସୁରଞ୍ଜନ ପାତ୍ର, କରମଣୀ ମହାରଣା, ଜୟ କୁମାର ମିଶ୍ର, ମୁରଲୀଧର ନାୟକ, ଗିରିଶ ଚନ୍ଦ୍ର ତ୍ରିପାଠୀ, ସନ୍ତୋଷ କୁମାର ସାହୁ, ମାତୃ ପ୍ରସାଦ ଶତ୍ରୁଜିତ, ବିରଞ୍ଚି ନାରାୟଣ ଦାଶ,ବିକ୍ରମାଦିତ୍ୟ ପୁରୋହିତ, ଅକ୍ଷୟ କୁମାର ସାହୁ, ଧ୍ରୁବ ଚରଣ ଘିବେଲା, କେଶବ ଚନ୍ଦ୍ର ନାୟକ, ମନୋଜ କୁମାର ଭୋଇ, ଡଃ. ତାନଶ୍ରୀ ପାଣିଗ୍ରାହୀ, ଅଭିପ୍ସା ପ୍ରିୟଦର୍ଶିନୀ, ସନ୍ଧ୍ୟାରାଣୀ ବେହେରା, ଡ଼ା. ଶୁଭଶ୍ରୀ ପ୍ରଭା ସ୍ୱାଇଁ, କାନ୍ତିଲତା ଷଡ଼ଙ୍ଗୀ ପ୍ରମୁଖ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ତ୍ରିଚତ୍ୱାରିଂଶ ସାରସ୍ୱତ ପ୍ରତିଭାଧାରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉତ୍ତରୀୟ ଏବଂ ସ୍ମାରକୀ ଫଳକ ପ୍ରଦାନ ସହ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ ସହିତ ଅନୁଷ୍ଠାନର ମୁଖପତ୍ର "ଅଭିନଵ ଉତ୍କଳିକା", ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ 'ଲଘୁ ପ୍ରବନ୍ଧ ସଂକଳନ' ଏବଂ ଉତ୍କଳିକା ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଦିନ ପଞ୍ଜିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା।
କାର୍ଯ୍ୟକ୍ରମର ଦ୍ଵିତୀୟ ସୋପାନ ଥିଲା ରାଜ୍ୟସ୍ତରୀୟ କବିତା ପାଠୋତ୍ସବ। ବରିଷ୍ଠ ସାରସ୍ୱତ ସାଧକ ହାଡିବନ୍ଧୁ ମାଳିଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଏହି ପର୍ବରେ ସାରସ୍ୱତ ସାଧକ ଡଃ. ବନମାଳୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଡଃ. ଲକ୍ଷ୍ମୀ ନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ପାଠୋତ୍ସବ ବରିଷ୍ଠ ସାରସ୍ୱତ ସାଧକଙ୍କୁ ଅଧିକ ମାତ୍ରାରେ ଗତିଶୀଳ ଓ ନବାଗତଙ୍କୁ ଉତ୍ସାହିତ କରିଥାଏ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କବି ଚିନ୍ମୟ ରଞ୍ଜନ ମିଶ୍ର, କବି ଶୁଭ୍ରଜିତ ସାହୁ ଏବଂ କବୀ ପଦ୍ମିନୀ ମିଶ୍ରଙ୍କ ସୁନ୍ଦର ସଂଯୋଜନା କ୍ରମେ ଶତାଧିକ କବି/କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ କୁମାର କାର୍ତ୍ତିକେଶ୍ଵର ପ୍ରଧାନ, ବି. ଗୋପାଳ ପାତ୍ର, ପ୍ରଦୀପ କୁମାର ସାହୁ, କୈଳାସ ବେହେରା, ଅଶୋକ ଦଳେଇ ପ୍ରମୁଖ କବି ସହଯୋଗ କରିଥିଲେ। ପରିଶେଷରେ କବି ତଥା ସାରସ୍ୱତ ସଂଗଠକ ଦୀନବନ୍ଧୁ ଶ୍ରୀପଲ୍ଲଵ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
State,National
ଭୁବନେଶ୍ୱର( ଦ କୁଇଭର ):- ୩ ଦିନ ଧରି ଭୁବନେଶ୍ବରରେ ହେଉଥିବା ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ରାଜ୍ୟ ରାଜଧାନୀରୁ ଦେଶର ରାଜଧାନୀକୁ ଫେରି ଯାଇଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନଏସଏ । କିନ୍ତୁ ଦିଲ୍ଲୀ ଯିବା ପୂର୍ବରୁ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଡିଜି ଓ ଜାତୀୟ ସୁରକ୍ଷା ସଂସ୍ଥାର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ୩୬୦ ଡିଗ୍ରୀ ଆଲୋଚନା କରିଛନ୍ତି ମୋଦୀ, ଶାହା ଓ ଡୋଭାଲ । ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ଶେଷ କରିବାକୁ ଗୁପ୍ତ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଜାତୀୟ ସୁରକ୍ଷା ସର୍ବୋପରି ଏଭଳି ଗୁରୁମନ୍ତ୍ର ସହ ଶେଷ ହୋଇଛି ପୋଲିସ ଡିଜି ସମ୍ମିଳନୀ।
ତୃତୀୟ ଦିନରେ ୫ଟି ବିନ୍ଦୁ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।
ଆତଙ୍କବାଦକୁ ଦମନ ପାଇଁ ରୋଡମ୍ୟାପ, ଉଗ୍ରବାଦୀ ସଙ୍ଗଠନର ସମୂଳ ବିନାଶ,ଉପକୂଳ ସୁରକ୍ଷା ପାଇଁ ନକ୍ସା ପ୍ରସ୍ତୁତ,ନୂଆ ଆପରାଧିକ ଆଇନ ବ୍ୟବହାର,ନିଶା କାରବାରରେ ରୋକ,
ରାଜ୍ୟ ଓ ରାଜ୍ୟ ମଧ୍ୟରେ ସମନ୍ବୟ ରଖି କିଭଳି ଏହି ଚ୍ୟାଲେଞ୍ଜକୁ ସାମ୍ନା କରାଯାଇପାରିବ ସେନେଇ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ଜାତୀୟ ସୁରକ୍ଷାକୁ ନେଇ ଯେଉଁ ରଣନୀତି ଓଡ଼ିଶାରୁ ପ୍ରସ୍ତୁତ ହୋଇଛି ତାହା ଆଗକୁ ପୂରା ଦେଶ ଦେଖିବ ।
ସୂଚନା ଥାଉକି, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏଥର ୫୯ ତମ ଡିଜି-ଆଇଜି ସମ୍ମିଳନୀ ହୋଇଥିଲା । ଯାହା ନଭେମ୍ବର ୨୯ ରୁ ଆରମ୍ଭ ହୋଇ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ଦିନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଦ୍ବିତୀୟ ଦିନ ଓ ଅନ୍ତିମ ଦିନ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରାଯିବା ସହ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି । ଓଡ଼ିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ମନା କରିବା ପରେ ଉତ୍ତର ପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ତେବେ ଏଭଳି ସ୍ଥିତିରେ ଯେପରି କଳାବଜାରୀ ନବଢେ ସେନେଇ ସୋମବାର ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ପରିବା ହାଟରେ ଚଢ଼ାଉ କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ୪ ନମ୍ବର ହାଟ, ଆଇଗଣିଆ ଆଳୁ ଗୋଦାମ ଓ ୧ ନମ୍ବର ହାଟରେ ଏହି ୩ଟି ଟିମ୍ ଜୋରଦାର ଚଢ଼ାଉ କରିଛନ୍ତି । ଆଳୁ କିଣାଦର ଠାରୁ ମାତ୍ର ୩ରୁ ୪ ଟଙ୍କା ଲାଭ ରଖି ଅର୍ଥାତ ୪୦ ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି ନକରିବା ପାଇଁ ବ୍ୟବସାୟୀମାନଙ୍କୁ କୁହାଯାଇଛି । ସେହିପରି ଆଳୁ କିଣାର ବିଲ୍ ଦେଖାଇ ପାରିନଥିବା କିଛି ବ୍ୟବସାୟୀକୁ ନୋଟିସ ଜାରି କରିଛି ଯୋଗାଣ ବିଭାଗ । ସେପଟେ ବେପାରୀଙ୍କ କହିବା ଅନୁସାରେ, ଗୋଦାମରୁ ଅଧିକ ଦରରେ କିଣୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ ।
ଏନେଇ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି, "କେତେ ଆଳୁ ଆଣୁଛନ୍ତି ଓ ଯେଉଁ ଆଳୁ କିଣୁଛନ୍ତି ତାର ବିଲ୍ ଯଦି ବ୍ୟବସାୟୀମାନେ ଦେଖାଇ ପାରୁନାହାନ୍ତି, ସେମାନଙ୍କୁ ନୋଟିସ କରାଯାଉଛି । ଆଜି ୩ ଜଣଙ୍କୁ ନୋଟିସ୍ କରାଯାଇଛି । ବ୍ୟବସାୟୀମାନେ ଗୋଦାମରୁ ୩୫ ରୁ ୩୬ ଟଙ୍କାରେ ଆଳୁ କିଣୁଛନ୍ତି । କିଗ୍ରା ପ୍ରତି ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବା ପାଇଁ ସେମାନଙ୍କୁ କୁହାଯାଇଛି । ସରକାରୀ ପ୍ରକ୍ରିୟା ଅନୁସାରେ ଆଳୁ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଉଛି । ବର୍ତ୍ତମାନ ୩ଟି ଟିମ୍ ଭୁବନେଶ୍ବରରେ ଯାଞ୍ଚ କରୁଛନ୍ତି ।" ସେପଟେ ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଯଦି କୌଣସି ବ୍ୟବସାୟୀ ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କରିବେ ତେବେ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବ ।
Education
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ଜଣେ ଛାତ୍ରୀ ଙ୍କୁ ରେଗିଙ୍ଗ ଅଭିଯୋଗ l ସିନିୟର ଡାକ୍ତରୀ ଛାତ୍ରୀ ମାନେ ଜୁନିୟର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ହୋଇଥିଲା l ଏହି ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଆଣ୍ଟି ରେଗିଙ୍ଗ ସେଲ କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ l ସୂଚନାଯୋଗ୍ୟ ଏମକେସିଜି କଲେଜରେ ଏମବିବିଏସ ପଢୁଥିବା ସିନିଅର ଛାତ୍ରୀ ଜୁନିଅର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ପରେ ୪ଜଣ ସିନିଅର ଛାତ୍ରୀଙ୍କୁ ଆଣ୍ଟି ରେଗିଙ୍ଗ ସେଲ ନୋଟିସ କରିଥିଲା l ଏନେଇ ସୋମବାର ଦିନ ଏମକେସିଜି ମେଡିକାଲ କଲେଜ ରେ ଆଣ୍ଟି ରେଗିଙ୍ଗ ସେଲ ର ସ୍ୱତନ୍ତ୍ର ବୈଠକ ବସିଥିଲା l ବୈଠକ ରେ ସମସ୍ତ ଅଭିଯୋଗ ଶୁଣିବା ପରେ ରେଗିଙ୍ଗ ର କୌଣସି ସତ୍ୟତା ନଥିବା କହିଥିଲେ ମେଡିକାଲ ଅଧ୍ୟକ୍ଷା l
State
ଗଞ୍ଜାମ( ଦ କୁଇଭର ):- ଏଲ ପି ଜି ଗ୍ୟାସ ବୋଝେଇ ଟ୍ରକ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତି ଲେ ଡ୍ରାଇଭର ।ଗଞ୍ଜାମ ଜିଲ୍ଲାର ପୁଇତଳl ଛକ ଠାରେ ଏଲ ପି ଜି ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗି ଇଞ୍ଜିନ ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଞ୍ଜାମ ଥାନା ପୁଇତଳl ଛକ ନିକଟରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା । ଗାଡି ଟି ଭୁବନେଶ୍ଵର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ରେ ସଟ ସର୍କିଟ ଯୋଗୁଁ ଅଚାନକ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି ।
ନିଆଁ ଲାଗିଥିବା ଡ୍ରାଇଭର ଜାଣି ପାରି ଟ୍ରକଟିକୁ ସେଠାରେ ଅଟକାଇବା ସହ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ଛତ୍ରପୁର ଅଗ୍ନିଶମ ବିଭାଗ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଟ୍ରକ ର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା । ତେବେ ଟ୍ରକ ର ଡାଲା ପଟେ ନିଆଁ ଲାଗିନଥିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସଠିକ ସମୟରେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଁଚି ନିଆଁ କୁ ଆୟତ୍ତ କରିଥିଲେl
National
ନାଗପୁର(ଦ କୁଇଭର): ଏବେ ଚାଲିଥିବା ଜନ୍ମ ନିୟନ୍ତ୍ରଣ ଆଗକୁ ଭୟଙ୍କର ହେବ । ଶାସ୍ତ ହେଉ କି ଜନସଂଖ୍ୟା ବିଜ୍ଞାନ ସବୁ ଦୃଷ୍ଟିରୁ ଏହା ବିପଦଜନକ ହେବାକୁ ଯାଉଛି । ଜନ୍ମ ନିୟନ୍ତ୍ରଣ ଦ୍ୱାରା ମାନବ ସମାଜ ନିଶ୍ଚିହ୍ନ ହୋଇଯିବ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ମହାରାଷ୍ଟ୍ରର ନାଗପୁର ଠାରେ ଏକ ଜନସଭାରେ ଭାଗବତ କହିଲେ, ଜନସଂଖ୍ୟା ନିୟନ୍ତ୍ରଣ ନାମରେ ଆମେ ଏତେ ଅନ୍ଧ ହୋଇଗଲେଣି ଯେ, ଆମର ଜନସଂଖ୍ୟା କମିଲାଣି । ଜନସଂଖ୍ୟା ବିଜ୍ଞାନ ମତରେ ଆମେ ଆମ ହାତରେ ଆମ ସମାଜର ତଣ୍ଟି ଚିପି ଦେଉଛେ । ଏଥିରୁ ବଞ୍ଚିବା ପାଇଁ ଆମକୁ ୨ ରୁ ୩ ବା ତାହାଠୁ ଅଧିକ ପିଲା ଜନ୍ମ କରିବା ଆବଶ୍ୟକ ହେଲାଣି ।
ଏବେ ସିଙ୍ଗଲ ଚାଇଲ୍ଡ ଭାବଧାରାକୁ ନେଇ ମୋହନ କହିଲେ, ଦେଶର ଜନସଂଖ୍ୟା ଦୃତ ଗତିରେ ଖସୁଛି । ଜନସଂଖ୍ୟା ବୃଦ୍ଧିର ହାର ୨.୧ ତଳକୁ ରହିବା କଥା ନୁହେଁ । ଏହା ହେଲେ ସମାଜରୁ ମାନବ ଜାତି ଲୋପ ପାଇଯିବ । ଏକଥା ଶାସ୍ତ୍ର ବି କହୁଛି ଓ ଜନସଂଖ୍ୟା ବିଜ୍ଞାନ ବି ଦର୍ଶାଉଛି । ଭାରତର ଜନସଂଖ୍ୟା ବୃଦ୍ଧି ଏବେ ୦.୮କୁ ଖସି ଆସିଲାଣି । ସିଙ୍ଗଲ ଚାଇଲ୍ଡ ଭାବଧାରାରେ ଜନସଂଖ୍ୟାକୁ ଚାପି ଦିଆଗଲାଣି ।
ସ୍ୱାଧୀନତା ପରର ସ୍ଥିତିକୁ ନଜର ପକାଇବା । ୧୯୫୧ରେ ଜନସଂଖ୍ୟା ବୃଦ୍ଧି ହାର ଥିଲଶ ୧.୩ ପ୍ରତିଶତ । ୧୯୬୧ରେ ଏହା ୨ପ୍ରତିଶତରେ ପହଞ୍ଚିଥିଲା । ୧୯୭୧ ରୁ ୯୧ ମଧ୍ୟରେ ଏହି ହାର ଥିଲା ୨.୨ପ୍ରତିଶତ । ଯାହା ସୁସ୍ଥକର ଥିଲା । ମାତ୍ର ଏହାପରେ ଛୋଟ ପରିବାର ସୁଖି ପରିବାର ସ୍ଲୋଗାନ ସବୁ କିଛି ବିଗାଡ଼ି ଦେଇଛି । ୨୦୧୧ରେ ଜନସଂଖ୍ୟା ବୃଦ୍ଧି ହାର ଭାରତରେ ୧.୬ପ୍ରତିଶତକୁ ଖସି ଆସିଲା । ୨୦୧୮ରେ ଏହା ୧.୦୯ ପ୍ରତିଶତ, ୨୦୧୯ରେ ୧.୦୩ ପ୍ରତିଶତ, ୨୦୨୦ରେ ୦.୯୬ପ୍ରତିଶତ, ୨୦୨୧ରେ ୦.୮ପ୍ରତିଶତ, ୨୦୨୨ରେ ସବୁଠୁ କମ ୦.୬୮ପ୍ରତିଶତ ବୃଦ୍ଧି ହୋଇଥିଲା । ବୁଦ୍ଧିଜୀବୀ ମାନଙ୍କ ଉଦବେଗ ପରେ ଏବେ ଜନସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି । ୨୦୨୩ରେ ବୃଦ୍ଧି ହାର ୦.୮କୁ ବଢ଼ିଛି । ଏହା ଅତି ନଗଣ୍ୟ । ତେଣୁ ଏହି ସଂଖ୍ୟା ଆହୁରି ବଢ଼ିବା କଥା ଅଭିବୃଦ୍ଧି ହାର ୨.୧ ଉପରେ ରହିବା କଥା ବୋଲି ମୋହନ ଭାଗବତ କହିଥିଲେ । ଜନସଂଖ୍ୟା ହ୍ରାସ ଆଗକୁ ମାନବସମ୍ବଳରେ ବଡ଼ ଅସନ୍ତୁଳନ ସୃଷ୍ଟି କରିବ ବୋଲି ସେ କହିଥିଲେ ।
ଜନସଂଖ୍ୟା ହ୍ରାସ ନେଇ ଭାଗବତ ଉଦବେଗ ପ୍ରକାଶ କରିବା ସହ ସମାଜର ସୁରକ୍ଷା ପାଇଁ ଏଦିଗରେ ସମସ୍ତେ ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ । ଦେଖାଯାଉ ଏଦିଗରେ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଉଛି ନା ଜନସଂଖ୍ୟା ହ୍ରାସର ବିପର୍ଯ୍ୟୟ ପାଇଁ ଦ୍ୱାର ଖୋଲାଯାଉଛି ।
Politics,State
ଭୁବନେଶ୍ୱର(ଦ କୁଇଭର): ଆଜି ବିଧାନସଭାରେ ବେଶ ଧୂଆଁଧାର ବ୍ୟାଟିଂ କରିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଫିଲ୍ମରେ ଭିଲେନଙ୍କୁ ଧୋଇଲା ଭଳି ତାମିଲ ଲୁଟେରାଙ୍କ କଛା ଖୋଲିଦେଇଛନ୍ତି । ମାଟିତଳୁ ବାହାର କରିଛନ୍ତି ତାମିଲ ବାବୁ ମାନଙ୍କ ଲୁଟର ନମୂନା । ଏକଥା ଶୁଣିବା ପରେ ବିଭାଗୀୟ ମନ୍ତ୍ରୀଙ୍କର ବି ପାଟି ଚୁପ । କେବଳ ଅଫିସର ଦେଇଥିବା କାଗଜ ପଢ଼ି ଚୁପ ବସି ପଡ଼ିଛନ୍ତି ।
ଓଡ଼ିଶାରୁ ତାମିଲ କେତେ ଲୁଟିଛନ୍ତି ତାହା ଧିରେ ଧିରେ ଖୋଲୁଛି । ସେ ତାମଲ ଅଫିସର ହୁଅନ୍ତୁ କି ଠିକାଦାର ବା ବେପାରୀ । ସମସ୍ତଙ୍କ ଲୁଟ ଏବେ ପଦାକୁ ଆସିଲାଣି । ଏମିତି କିଛି ତାମିଲଙ୍କ ଲୁଟକୁ ଆଜି ଖୋଳିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଧାୟକ ସିଦ୍ଧାନ୍ତ ମହାପାତ୍ର । କେବଳ ତାମିଲଙ୍କ ଲୁଟକୁ ଖୋଳି ନାହାନ୍ତି, ନବୀନଙ୍କ ମିଛ ସଚ୍ଚୋଟତାକୁ ଭୂଷା ମରିଛନ୍ତି । ଗୃହରେ ବହୁ ବଡ଼ କଥା କହିଛନ୍ତି ସିଦ୍ଧାନ୍ତ ।
ଗୃହରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଖର୍ଚ୍ଚ ଦାବି ଉପରେ ଆଲୋଚନା ଚାଲିଥିଲା । ବିଧାୟକ ସିଦ୍ଧାନ୍ତ ମନ୍ତ୍ରୀ ରବି ନାୟକଙ୍କୁ ପ୍ରଶ୍ନ କଲେ, କହିଲେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କେବେ ସରିବ? କେବେ ଗାଁକୁ ପାଣି ମିଳିବ? ପ୍ରକଳ୍ପ କାର୍ଯ୍ୟକାରୀ ଠିକ ହେଉଛି ତ? ଯାହା ଗାଇଡଲାଇନ ଅଛି ତାହା ଅନୁଯାୟୀ କାମ ହେଉଛି ତ? ଯେତିକି ଲୋକଙ୍କୁ ପାଣି ଯୋଗାଯିବ, ଉତ୍ସରୁ ସେତିକି ପାଣି ଉଠିବ ତ? ପାଇପ ଯେତିକି ଗଭୀରରେ ଯିବା କଥା ସେତିକି ଯାଇନି ତ? ଏମିତି ଏତେ ପ୍ରଶ୍ନ କଲେ ଯେ, ତାମିଲ ଠିକାଦାରଙ୍କ ପୂରା ଅନ୍ତନାଡ଼ି ପଦାକୁ ଆଣି ଥୋଇ ଦେଲେ । ବୁଝିବା ଲୋକେ ଠିକ ବୁଝୁଥିଲେ । ବିଜେଡି ବାଲାଏ ତ ମୁରୁକି ହସୁଥିଲେ । କି ବ୍ୟାଟିଂ କଲେ ସିଦ୍ଧାନ୍ତ ବୋଲି କେହି କେହି ପଚାରୁଥିଲେ । ଏମିତି ମାରିଲେ ଯେ, ତାମିଲ ଠିକାଦାରଙ୍କ ପାଞ୍ଜି ପଳାଇ ଆସିଲା ।
ଆଉ କେହି କେହି କହୁଥିଲେ, କେବଳ ଠିକାଦାର କାହିଁକି, ଏସବୁ କାମ ୫ଟି ଅଧିନରେ ହେଉଥିଲା । ତେଣୁ ୫ଟି ଦାୟିତ୍ୱରେ ଥିବା ତାମିଲ ବାବୁଙ୍କ କାରନାମା ବି ପଦାକୁ ଆଣି ଥୋଇ ଦେଲେ ସିଦ୍ଧାନ୍ତ । ଏହାପରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଅନେକ ବିଧାୟକ ପ୍ରଶ୍ନ କଲେ । ବିଚରା ମନ୍ତ୍ରୀଙ୍କ ଅକଲ ଗୁଡ଼ୁମ ହୋଇଗଲା । କହିବେ କ’ଣ? ଅଫିସରମାନେ ଯାହା ଲେଖି ଦେଇଥିଲେ, ସେତିକି ପଢ଼ିଦେଇ ବସିଗଲେ । ନିଶ୍ୱାସ ଟେ ମାରିଲେ । କହିଲେ ଓ ସିଦ୍ଧାନ୍ତ ଭାଇ ହୀରୋ ଭଳି ଝାଳ କାଢ଼ି ଦେଲେ । ଏମିତି ମାରିଲେ ଯେ, ତାମିଲ ଭିଲେନ ମାନଙ୍କ ମଞ୍ଜି କାଢ଼ି ଦେଲେ । ଏବେ ମନ୍ତ୍ରୀ ଯଦି ନଦରାଣ୍ଡିବେ, ପ୍ରକଳ୍ପ ଆରମ୍ଭ ହେଉ ହେଉ ଫେଲ ମାରିବ ଓ ଦୁର୍ନୀତିକୁ ସମର୍ଥନ କଲେ ବୋଲି ଜଣାପଡ଼ିବ । ଯଦି ଦରାଣ୍ଡିବେ, ତାମିଲ ଭିଲେନ ସବୁ ପଦାରେ ପଡ଼ିବେ । ଦେଖାଯାଉ ମନ୍ତ୍ରୀ ସିଦ୍ଧାନ୍ତଙ୍କ ଧୂଆଁଧାର ବ୍ୟାଟିଂରେ ତାମିଲ ଭିଲେନ ମାନଙ୍କୁ ଆଉଟ କରୁଛନ୍ତି ନା ନିଜେ କ୍ୟାଚ ଧରି ସିଦ୍ଧାନ୍ତଙ୍କୁ ଚୁପ କରିଦେଉଛନ୍ତି?
State
ବ୍ରହ୍ମପୁର( ଦ କୁଇଭର ):- ସଂପ୍ରତି ସାଇବର ଠକ ବିଭିନ୍ନ ଉପାୟରେ ଜନସାଧାରଣଙ୍କ କଷ୍ଟ ଅର୍ଜିତ ଅର୍ଥକୁ କିଛି କ୍ଷଣ ମଧ୍ୟରେ ଲୁଟି ନେଉଛନ୍ତି । ବର୍ତ୍ତମାନ କିଛି ଦିନ ହେଲା ମୋବାଇଲ ର ୱାଟସଆପ ରେ ଏସବିଆଇ ଲୋଗୋ ଥାଇ ଏକ ଆପ ରେ ବିଭିନ୍ନ ଲିଙ୍କ ଆସି ଲୋକଙ୍କୁ ଭ୍ରମିତ କରୁଛି । ଯାହାକୁ ନେଇ ସାଇବର ଠକଙ୍କ ଠାରୁ ନିଜକୁ କିଭଳି ଦୂରରେ ରଖିବେ ସେ ନେଇ ଏକ ସଚେତନତା ଭିଡିଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି କରାଯାଇଛି ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଖୁବଶୀଘ୍ର ଦୂର ହେବ ଆଳୁ ସଙ୍କଟ । ଉତ୍ତରପ୍ରଦେଶରେ ଆସୁଛି ୩୦୦ ଟ୍ରକ୍ ଆଳୁ । ସୋମବାର ସକାଳ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ଟ୍ରକ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୌଣସି ବ୍ୟବସାୟୀ ଏହି ସ୍ଥିତିର ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି । ସେପଟେ ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ରାଜ୍ୟର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟକୁ ଦେଇ ପାରିବେ । ଏ ନେଇ ରିପୋର୍ଟ ଆସିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଯେଉଁ ବେପାରୀମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ଗଚ୍ଛିତ ରଖିଛନ୍ତି, ଯଦି ସେମାନେ ରପ୍ତାନି କରିପାରିବେନି ତେବେ ଆଳୁ ପଚିଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ବାଭାବିକ । ସେପଟେ ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
State
କନ୍ଧମାଳ ( ଦ କୁଇଭର ):- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରେ ଉଦଘାଟିତ ହେଲା ଚତୁର୍ଥ ଇକୋ ରିଟ୍ରିଟ । ରବିବାର ଦିନ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିଟ୍ରିଟ କୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଇକୋ ରିଟ୍ରିଟ ଅଧକ୍ଷ ତଥା ବିଡିଓ ପ୍ରିତିରଞ୍ଜନ ରଥ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଲାଭ କରିଥିବା ଦାରିଙ୍ଗବାଡି ର ଶୀତ ଆଉ ପ୍ରାକୃତିକ ସୋନ୍ଧର୍ଜ କୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଙ୍କ ଲମ୍ବା ଧାଡ଼ି ଲାଗି ରହିଥାଏ। ଇକୋ ରିଟ୍ରିଟ ଉଦଘାଟିତ ହେବା ପରେ ଅଧିକ ରୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହେବ ବୋଲି ପ୍ରଶାସନ ଆଶା ରଖିଛି।
State
କରଞ୍ଜିଆ( ଦ କୁଇଭର ):- ହାତୀ ଉପଦ୍ରବ ରୋକିବାକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡିଏଫ୍ଓ ଶ୍ରୀକାନ୍ତ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ଗଜସାଥୀ ମାନଙ୍କୁ ଦକ୍ଷତା ବୃଦ୍ଧି ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଏହି ଶିବିରରେ ଏସିଏଫ୍ ମଦନ ମୋହନ ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ହାତୀଙ୍କ ଗତିବିଧି ଚାଲିଚଳନ, ପରିବେଶ, ପରିସ୍ଥିତି, ହାତୀଙ୍କ ହାବ ଭାବ ଇତ୍ୟାଦିକୁ ଦେଖି ସେମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେହି ବିଷୟ ଉପରେ ଆଲୋଚନା ହୋଇଥିଲା।
State
ଭୁବନେଶ୍ୱର( ଦ କୁଇଭର ):- ବିଭିନ୍ନ ଚିଡ଼ିଆଖାନାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜେବ୍ରା, ଏସୀୟ ସିଂହ, ବଣ କୁକୁଡ଼ା ଓ ଚିତାବାଘ ଅଣାଯିବ। ଓଡ଼ିଶାର ଏହି ଏକମାତ୍ର ପ୍ରାଣୀ ଉଦ୍ୟାନକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଟନେଲ୍ ଆକ୍ବାରିୟମ୍ ନିର୍ମାଣ, କାଞ୍ଜିଆ ହ୍ରଦର ନବୀକରଣ, ବନ୍ୟଜନ୍ତୁ ବିନିମୟ କାର୍ଯ୍ୟକ୍ରମ, ଚିତାବାଘ, ଛୋଟ ବିରାଡ଼ି ପ୍ରଜାତିର ପ୍ରାଣୀ, ବିଦେଶୀ ବାନର ଜାତୀୟ ପ୍ରାଣୀଙ୍କ ନିମନ୍ତେ ଖୁଆଡ଼ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସମସ୍ତ ସଫାରିଗୁଡ଼ିକର ପ୍ରବେଶ ପଥର ଉନ୍ନତୀକରଣ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ମୁଖ୍ୟ ଫାଟକର ଉନ୍ନତୀକରଣ, ପ୍ରଥମ ଫାଟକରୁ ଝରଣା ଛକ ପର୍ଯ୍ୟନ୍ତ ଘାସ ଗାଲିଚା, ପ୍ରାକୃତିକ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉଛି।ଏବେ ପ୍ରାଣୀ ଉଦ୍ୟାନରେ ୧୬୮ ପ୍ରଜାତିର ୪,୨୪୨ଟି ବନ୍ୟପ୍ରାଣୀ ଅଛନ୍ତି। ସେଥିମଧ୍ୟରୁ ୭୮ ପ୍ରଜାତିର ୧,୮୭୧ଟି ପକ୍ଷୀ, ୫୪ ପ୍ରଜାତିର ୧,୯୮୦ ସ୍ତନ୍ୟପାୟୀ, ୩୦ ପ୍ରଜାତିର ୩୭୦ ସରୀସୃପ ଓ ୬ ପ୍ରଜାତିର ୨୧ଟି ଉଭୟଚର ପ୍ରାଣୀ ରହିଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହା ପରିସରରେ ଶିଶୁ ରେଳଗାଡ଼ି, ରୋପ୍ୱେ, ୪ଟି ସଫାରି(ବାଘ, ସିଂହ, ଭାଲୁ ଓ ତୃଣଭୋଜୀ ପ୍ରାଣୀ) ରହିଛି। ବ୍ୟାଟେରି ଚାଳିତ ଗାଡ଼ିର ସୁବିଧା କରାଯାଇଛି। ଏହାବ୍ୟତୀତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବିନା ଶୁଳ୍କରେ ପ୍ରବେଶ, ପରିଭ୍ରମଣ ପାଇଁ ଚକ ଲାଗିଥିବା ଗାଡ଼ିର ବ୍ୟବସ୍ଥା କରାଯାଇଛି।
State
ବ୍ରହ୍ମପୁର( ଦ କୁଇଭର ):- ଶନିବାର ସନ୍ଧ୍ୟାରେ କବିତା ସଂକଳନ ' ଅନ୍ତଃସ୍ଵର' ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର ପରିସରରେ କବି ସାହିତ୍ୟିକ ଓ ପରିବେଶ ପ୍ରେମୀଙ୍କ ଏକ ଭବ୍ୟ ସମାବେଶ ରେ ଉନ୍ମୋଚିତ ହୋଇଯାଇଅଛି । ପରିବେଶବିତ ସୁଧୀର ରାଉତଙ୍କ ଲିଖିତ ଏହି କବିତା ସଙ୍କଳନ ' ଅନ୍ତଃସ୍ଵର' ର ଉନ୍ମୋଚନ ସମାରୋହରେ ବିଶିଷ୍ଟ ରାଜନୀତି ବିଶାରଦ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ର ଭୟାବହ ପରିଣତି ବିଷୟରେ ଆଲୋଚନା କରି ଗାନ୍ଧୀବାଦ ରେ ଏହାର ଏହାର ସମାଧାନର ସୂତ୍ର ବିଷୟରେ ଆଲୋଚନା କରିବା ସହ ସୁଧୀର ରାଉତଙ୍କ ସମାଜ ପ୍ରତି ସଂବେଦନଶୀଳତା ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ।'ଅନ୍ତଃସ୍ଵର' ସମାଜକୁ ସୁଧାରିବା ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ ହେବ ବୋଲି ଆଶା ପୋଷଣ କରିଥିଲେ ।
ବରିଷ୍ଠ ସାମ୍ବାଦିକ ସୁନୀଲ ମୋହନ ପଟ୍ଟନାୟକ କବିତା ଗୁଡିକର ସମୀକ୍ଷା କରି ପ୍ରତି କବିତାରେ ସମାଜ ପ୍ରତି ରହିଥିବା ମାର୍ମୀକ ନିବେଦନ ଓ ଏକ ଆଶାବାଦୀର ସ୍ଵପ୍ନ ବିଷୟରେ ଆଲୋଚନା କରି କବିତା ଗୁଡିକ ନିଶ୍ଚିତ ଭାବେ ଆଦୃତ ହେବ ବୋଲି ଆଶା ପୋଷିଥିଲେ।ବରିଷ୍ଠ ସାହିତିକା ଶ୍ରୀମତୀ ସୌଦାମିନୀ ମିଶ୍ର ସମ୍ମାନୀତା ଅତିଥିଭାବେ ଯୋଗଦେଇ କବିତାର ସାହିତ୍ୟିକ ଓ ପରିବେଶୀୟ ଦିଗ ବିଷୟରେ ଆଲୋଚନା କରି କବିତା ଗୁଡିକରେ ବିଶିଷ୍ଟ କବି ମାନଙ୍କର ଭାବନାର ସ୍ପର୍ଶ ରହି ସମାଜ ପାଇଁ ଏକ ବଳିଷ୍ଠ ବାର୍ତ୍ତା ବହନ କରିଥିବା ମତ ବ୍ୟକ୍ତ କରିଥିଲେ।ପ୍ର୍ ସଭାରେ କ୍ଷୀରସିନ୍ଧୁ ମହାନ୍ତି ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଓ ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବରିଷ୍ଠ ସାମ୍ବାଦିକ ହୃଷିକେଷ ମହାନ୍ତି, ବିଘ୍ନେଶ୍ୱର ସାହୁ ଙ୍କ ସମେତ ଗଣମାଧ୍ୟମର ଅନେକ କର୍ମକର୍ତ୍ତା , ଇ. ତେଜେଶ୍ଵର ରାଓ,ସବିତା ସାହୁକାର, କାହ୍ନୁଚରଣ ବିହାରୀଙ୍କ ସମେତ ବହୁ କବି ସାହିତ୍ୟିକ ଓ ପରିବେଶ ପ୍ରେମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁଶାନ୍ତ ମହାନ୍ତି, ଭୀମରାଜୁ ପାତ୍ର ଓ ମାଧବ ନାୟକ ପରିଚାଳନା କରିଥିଲେ ।
National,International
ନୁ୍ୟୟୋର୍କ(ଦ କୁଇଭର): ବିଶ୍ୱରେ ଭାରତୀୟଙ୍କ ଦବଦବା ବଢ଼ିବାରେ ଲାଗିଛି । ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ରହିଥିବା ବେଳେ ଏବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଦନ୍ତକାରୀ ସଂସ୍ଥା ଏଫବିଆଇ ବା ଫେଡରାଲ ବୁ୍ୟରୋ ଅଫ ଇନଭେଷ୍ଟିଗେସନର ମୁଖ୍ୟ ହେବେ ଜଣେ ଭାରତୀୟ ବଂଶୋଦ୍ଭବ ବା ଗୁଜରାଟୀ କାସ ପଟେଲ । ଏନେଇ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଘୋଷଣା କରିଛନ୍ତି । ଆମେରିକାରେ ଟ୍ରମ୍ପ ସରକାର ଆସିବା ସହ ଭାରତୀୟଙ୍କ ଗୁରୁତ୍ୱ ବଢ଼ିବ ବୋଲି କୁହାଯାଉଛି ।
ଟ୍ରମ୍ପ କାସ ପଟେଲଙ୍କୁ ଏଫବିଆଇର ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦେବା ପଛରେ କାସ ଟ୍ରମ୍ପଙ୍କ ପ୍ରତି ଥିବା ଅନୁଗତ୍ୟ ଏବଂ ଏଫବିଆଇକୁ କରୁଥିବା ସମାଲୋଚନା ହିଁ କାରଣ ବୋଲି ଦର୍ଶାଯାଇଛି । ୧୯୮୦ ଫେବୃୟାରୀ ୨୫ ତାରିଖ ନୁ୍ୟୟୋର୍କର ଗାର୍ଡେନ ସିଟିରେ ଜନ୍ମ ଗ୍ରହଣ କରିଥିବା ଏହି ଗୁଜରାଟୀ ପରିବାରର କାସ ରିଚମଣ୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ କରିଥିଲେ । ୪୪ବର୍ଷିୟ କାସ ଆଇନ ପାଠ ପଢ଼ି ଫେଡରାଲ ଡିଫେଣ୍ଡର ଭାବେ କାମ କରୁଥିଲେ ।
୨୦୧୬ରେ ଟ୍ରମ୍ପ ନିର୍ବାଚନ ବେଳେ ଟ୍ରମ୍ପ ଓ ମସ୍କୋ ସମ୍ପର୍କକୁ ନେଇ ହୋଇଥିବା ଏଫବିଆଇ ଅନୁସନ୍ଧାନ ଉପରେ ତର୍କ କରି ସେ ଜାତୀୟ ସ୍ତରରେ ନଜରକୁ ଆସିଥିଲେ । ସେହିଦିନ ଠାରୁ ସେ ଟ୍ରମ୍ପଙ୍କ ଗୁଡବୁକରେ ରହିଥିଲେ । ଏବେ ଟ୍ରମ୍ପ ପୁନର୍ବାର ଆମେରିକାରେ ସରକାର ଗଠନ କରିବାକୁ ଯାଉଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଫଳରେ ଜଣେ ଭାରତୀୟ ଭାବେ ଏଫବିଆଇର ମୁଖ୍ୟ ହେବାର ସେ ସୌଭାଗ୍ୟ ପାଇଛନ୍ତି । ଏଫବିଆଇର ମୁଖ୍ୟ ଜଣେ ଗୁଜରାଟୀ ହେବା ପରେ ଏବେ ଆଦାନୀଙ୍କ ଲାଞ୍ଚ ମାମଲାର ଭାଗ୍ୟ ଉପରେ ପ୍ରଶ୍ନ ଉଠିଲାଣି । ଏଫବିଆଇ କରୁଥିବା ତଦନ୍ତ ହାଇଜାକ ହୋଇଯିବ ନି ତ? ଆଦାନୀ ନିଦେ୍ର୍ଦାଷ ହୋଇଯିବେ ନି ତ? ଦେଖାଯାଉ କାସ ପଟେଲ ଏଫବିଆଇକୁ କେତେ ଶୃଙ୍ଖଳିତ ଭାବେ ନେଉଛନ୍ତି ଓ ଭାରତ ସହ ଥିବା ବିଭିନ୍ନ ମାମଲାରେ କି ଭୂମିକା ନେଉଛନ୍ତି?
National,State
ଦ କୁଇଭର ବ୍ୟୁରୋ :- ଆଜି ଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତରେ ସେ ରାଜଧାନୀ ଭୁବନେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୪ ତାରିଖରେ ପୁରୀରେ ଆୟୋଜିତ ନୌସେନା ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଭୁବନେଶ୍ୱରରେ କୋର୍ଟ କମ୍ପ୍ଲେକ୍ସର ଉଦଘାଟନରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଷ୍ଟ୍ରପତିଙ୍କ ତିନିଦିନିଆ ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ହୋଇଛି । ସେହି ଆଧାରରେ ପ୍ରୋଟୋକଲ ଅନୁସାରେ, ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।ଦିଲ୍ଲୀ ଅପରାହ୍ନ ଏୟାରପୋର୍ଟରୁ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ପରେ ବିମାନ ବନ୍ଦରରୁ ସିଧାସଳଖ କାରକେଡ ଯୋଗେ ୫.୩୦ମିନଟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରୁ ୬.୨୫ରେ ରାଜଭବନରେ ପହଞ୍ଚି ରାତ୍ରିଯାପନ କରିବେ । ପରଦିନ ଅର୍ତାତ ୪ ତାରିଖ ସକାଳ ୯ଟାରେ ରାଜଭବନରୁ ବାହାରି ୯.୨୦ ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ ସ୍ବତନ୍ତଚ୍ର ବିମାନ ଯୋଗେ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ ପଡିଆରେରେ ପହଞ୍ଚିବେ । ୧୦.୦୫ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।
ଶ୍ରୀମନ୍ଦିରରୁ ବାହାରି ୧୦.୫୦ରେ ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ ପହଞ୍ଚି ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗଦେବେ ।ପରେ ୩.୫୫ରେ ନୌସେନା ଦିବସରେ ଯୋଗ ଦେବା ପାଇଁ ବାହାରିବେ । ଏନେଇ ପୁରୀ ରାଜଭବନ ପରିସରରେ ଗାର୍ଡ ଅଫ ଅନର ସହ ସେଠାରୁ ସେ ୨୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ବ୍ଲୁ ଫ୍ଲାଗ ବିଚରେ ହେଉଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ୪୦.୦୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ନୌସେନାର ଚିତ୍ତାକର୍ଷକ କୋଶଳ ପ୍ରଦର୍ଶନ ଓ ବିଭିନ୍ନ ପ୍ରତିରକ୍ଷାରେ ବ୍ୟବହୃତ ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ଦେଖିବେ ।ପରେ ୬ ତାରିଖରେ ସକାଳ ୦୯.୦୫ରେ ରାଜଭବନରୁ ବାହାରି ଏଜି ଛକ ସ୍ଥିତ ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ । ୦୯.୧୫ ପର୍ଯ୍ୟନ୍ତ ସେଠାରେ ମହାପର୍ବ ନିର୍ବାଣ ଦିବସରେ ଯୋଗଦେବା । ପରେ ୦୯.୨୫ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ କଲିକତା ବିମାନ ବନ୍ଦର ଅଭିମୁଖେ ଗସ୍ତ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ କାରକେଡ ବ୍ୟବସ୍ଥା କରାଯାଇଛି । ଏହାସହ ସୁରକ୍ଷାକୁ ନେଇ ବ୍ୟାରିକେଡ ସହ ଟ୍ରାଫିକ ପରିଚାଳନା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କରଯାଇଛି । କମିସନରେଟ ପୋଲିସର ପାଖାପାଖି ୬୯ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଏୟାରପୋର୍ଟ, ରାଜଭବନ, କଳ୍ପନା ଛକ, ଏଜି ଛକ ସହ ଚନ୍ଦ୍ରଶେଖରପୁରରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ସମ୍ପୂର୍ଣ୍ଣ କାର୍ଯକ୍ରମ ଉପରେ ନଜର ରଖିବ ପୋଲିସ ।